ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଅକ୍ସଫୋର୍ଡ ଡିକ୍ସନାରିରେ ୧୨୦୦ ନୂଆ ଶବ୍ଦ
ସେଆର କରନ୍ତୁ

ଅକ୍ସଫୋର୍ଡ ଡିକ୍ସନାରିରେ ୧୨୦୦ ନୂଆ ଶବ୍ଦ

ଅକ୍ସଫୋର୍ଡ ଡିକ୍ସନାରିରେ ୧୨୦୦ ନୂଆ ଶବ୍ଦ ସେ ସମ୍ବନ୍ଧୀୟ ସୂଚନା ଦିଆଯାଇଛି ।

ନୂଆ ଶବ୍ଦ

ଅକ୍ସଫୋର୍ଡ ଇଂଲିଶ ଡିକ୍ସନାରି (ଓଇଡି )ର ସଦ୍ୟତମ ସଂସ୍କରଣରେ ୧୨୦୦ ନୂଆ ଶବ୍ଦକୁ ସାମିଲ କରାଯାଇଛି । ତା’ମଧ୍ୟରେ ରହିଛି ସର୍ବାଧିକ ବ୍ୟବହାର ହେଉଥିବା ୟୋଗାଲେଟ୍ସ, ୟୋଲୋ ଏବଂ କ୍ଲିକ୍ଟିଭିଜମ୍ ।

ୟୋଗାଲେଟ୍ସ ହେଉଛି ଯୋଗ ଓ ପାଇଲେଟ୍ସର ସମାହାରରେ ସୃଷ୍ଟି ଏକ ନୂଆ ଶବ୍ଦ । ପାଇଲେଟ୍ସ ଅର୍ଥ ଶରୀରକୁ ସୁସ୍ଥ ରଖିବାର ଏକ ପ୍ରକ୍ରିୟା । ଏହାକୁ ଆଦ୍ୟ ବିଂଶ ଶତାବ୍ଦୀରେ ଯୋଶେଫ୍ ପାଇଲେଟ୍ସ ଉଦ୍ଭାବନ କରିଥିଲେ । ସେ ଏହାକୁ ଆତ୍ମନିୟନ୍ତ୍ରଣର ବିଦ୍ୟା ଭାବେ ଅଭିହିତ କରିଥିଲେ । ବିଶ୍ଵବ୍ୟାପୀ ୟୋଗାଲେଟ୍ସ ଧାରାର ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ଏହାକୁ ଓଇଡିରେ ସ୍ଥାନିତ କରାଯାଇଛି ।  ସେହିପରି ୟୋଲୋ (ୱାଇଓଏଲ୍ଓ)ର ଅର୍ଥ ହେଉଛି ୟୁ ଓନ୍ଲି ଲିଭ୍ ୱାନ୍ସ (ତୁମେ କେବଳ ଥରେ ବଞ୍ଚିବ )। ୧୯୯୬ରେ ପ୍ରଥମ ଥର ପାଇଁ ୟୋଲୋ ଶବ୍ଦ ବ୍ୟବହାର କରାଯାଇଥିଲା । ଏଥିରେ ଯୋଡିହୋଇଥିବା ଆଉ ଏକ ଶବ୍ଦ ହେଉଛି କ୍ଲିକ୍ଟିଭିଜମ୍ । ଏହାର ଅର୍ଥ ସାମାଜିକ ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ପାଇଁ  ସୋସିଆଲ ମିଡିଆ ଓ ଅନ୍ୟ ଅନ୍ଲାଇନ୍ ମାଧ୍ୟମଗୁଡ଼ିକର ବ୍ୟବହାର କରିବା ।

ଓଇଡିର ପରିବର୍ଦ୍ଧିତ ସଂସ୍କରଣ

୧୯୧୬ ସେପ୍ଟେମ୍ବର ୧୩ରେ ଜନ୍ମିତ ବ୍ରିଟିଶ ସାହିତ୍ୟକ ରୋନାଲ୍ଡ ଦହଲଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଓଇଡିର ଏହି ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଛି । ଏଥିରେ ଫ୍ରାଇଟ୍ସମ୍, ସ୍କୁମି, ସ୍କୁମ୍ପଟିଅସ୍, ହୁମାନ୍ ବିନ୍ ଏବଂ ଉମ୍ପା  ଲୁମ୍ପା  ଭଳି ଅନେକ ବିଶେଷଣ ପଦ ସ୍ଥାନିତ ହୋଇଛି ବୋଲି ଓଇଡିର ବରିଷ୍ଠ ସହସମ୍ପାଦକ  ଜୋନାଥନ୍ ଡେଣ୍ଟ କହିଛନ୍ତି । ୨୦୦୦ ମସିହା ପରଠୁ ଓଇଡିକୁ ପ୍ରତି ୩ମାସରେ ଥରେ ସମୀକ୍ଷା କରାଯାଏ । ଏହି ସଂସ୍କରଣ ବିଶ୍ଵର ସର୍ବବୃହତ୍ ଓ ସର୍ବାଧିକ ସମୟ ଧରି ଚାଲିଥିବା ଭାଷା ପ୍ରକଳ୍ପ ବୋଲି ଓଇଡି ମୁଖ୍ୟ ସମ୍ପାଦକ ମାଇକେଲ ପ୍ରୋଫିଟ୍ ସୂଚନା ଦେଇଛନ୍ତି ।

ଆଧାର – ଦୈନିକ ଧରିତ୍ରୀ

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top