ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଅଗଷ୍ଟ ନ’ର ସନ୍ଦେଶ
ସେଆର କରନ୍ତୁ

ଅଗଷ୍ଟ ନ’ର ସନ୍ଦେଶ

ଅଗଷ୍ଟ ନ’ର ସନ୍ଦେଶ କଣ ସେ ସମ୍ବନ୍ଧରେ ସୂଚନା I

ଋଷ ବିପ୍ଳବ ଓ ଫରାସୀ ରାଷ୍ଟ୍ର ବିପ୍ଳବ ପରି ଭାରତରେ ଅଗଷ୍ଟ ବିପ୍ଳବ ( ଭାରତଛାଡ଼ ଆନ୍ଦୋଳନ) ବିଶ୍ଵ ଇତିହାସରେ ଏକ ଅବିସ୍ମରଣୀୟ ଘଟଣା । ଏହା ଥିଲା ବ୍ରିଟିଶ୍ ଜିତି ପ୍ରତି ଗାନ୍ଧିଜୀଙ୍କର ଚରମ ଓ ଶେଷ  ଆହ୍ଵାନ ଏବଂ ତାଙ୍କରି ନେତୃତ୍ବ ରେ ଭାରତର ଜନସାଧାରଣ ଯେଉଁ ଅଭୂତପୂର୍ବ ବୀରତ୍ବ ଓ ତାଗର ପରକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି, ତାହା ଇତିହାସରେ ବିରଳ।

‘ସ୍ଵାଧୀନତା ମୋର ଜନ୍ମଗତ ଅଧିକାର'ମନ୍ତବ୍ୟ

ସାର ଷ୍ଟାଫୋର୍ଡ କ୍ରିପସଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ, ବ୍ରିଟିଶ ସରକାରର ଦମନ ନୀତି, ମୁସଲିମ୍ ଲିଗର ପ୍ରଖ୍ୟାତ ନେତ। ମହମ୍ମଦ ଅଲ୍ଲୀ ଜିନାଙ୍କର ପାକିସ୍ଥାନ ଗଠନ ଦାବୀ ଓ ଜାପାନୀମାନଙ୍କର ସୀମାନ୍ତ ଆକ୍ରମଣର । ଆଶଙ୍କ। ଫଳରେ ଭରତର କୋଣେ ଅନୁକୋଣେ ଏକ ନୈର।ଶ୍ୟ-ଜନିକ ବାତବରଣ ପରିଲକ୍ଷିତ ହୋଇଥିଲା । ତିଳକଙ୍କ ‘ସ୍ଵାଧୀନତା ମୋର ଜନ୍ମଗତ ଅଧିକାର' (Liberty is My Birth Right ) ମନ୍ତବ୍ୟକୁ ସାକାର କରିବା ପାଇଁ ଗାନ୍ଧିଜୀ ସେଦିନ ସମଗ୍ର ଦେଶବାସୀଙ୍କୁ ଏକ ନୂତନ ମନ୍ତ୍ରରେ ଦୀକ୍ଷିତ କରାଇଥିଲେ । ଏହି ମହାନ ମନ୍ତ୍ର ହେଲା ‘କର ବା ମର' (Do or Die) । ଏହାରି ମାଧ୍ୟମରେ ସେ ଜଣାଇ ଦେଲେ ଯେ ଆମେ ଭାରତକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିଛୁ ନଚେତ୍ ଏହି ଉଦ୍ୟମରେ ପ୍ରାଣପାତ କରିବୁ । ଆଉ ଦାସତ୍ୱରେ ରହି ଆମ ବଞ୍ଚିପାରିବୁ ନାହିଁ ।

ବହୁ ସଂଖ୍ୟକ କଂଗ୍ରେସ ନେତାଙ୍କ ବିରୋଧ ସତ୍ତ୍ୱେ ୧୯୪୨ ମସିହା ଜୁଲାଇ ୧୪ ତାରିଖ ଦିନ ଗାନ୍ଧିଜୀଙ୍କ ନେତୃତ୍ବରେ ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟି ଯେଉଁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବଟି ଗ୍ରହଣ କଲା । ତାହା ହେଲା, “ଭାରତର ଶାସନ ଓ ପ୍ରତିରକ୍ଷା ଭାର ଭାରତୀୟଙ୍କ ହସ୍ତରେ ଅର୍ପଣ କରି ଇଂରେଜମାନେ ତତ୍ କ୍ଷଣାତ୍ ଭାରତଛାଡ଼ି ଚାଲି ଯାଆନ୍ତୁ’ ବୋଲି ଏକ ନିର୍ଦ୍ଦେଶନାମା । ଏହ। ହିଁ ହେଉଛି ଭାରତଛାଡ଼ ପ୍ରସ୍ତାବ ।

ଅଗଷ୍ଟ ୯ ସନ୍ଦେଶ କଣ ?

୧୯୪୨ ଅଗଷ୍ଟ ୭ ତାରିଖ ଦିନ ଗୋୱାଲିଅ। ବ୍ୟାଙ୍କ ମୈଦାନରେ ଏ.ଆଇ.ସି.ସି. (AIC.C.)ର ୫୫ତମ ଅଧିବେଶନ ଅନୁଷ୍ଠିତ ହେଲା । ବିପୁଳ ଉତ୍ସାହ ଓ ଉନ୍ମାଦନା ମଧ୍ୟ ରେ ଅଗଷ୍ଟ ୮ ତାରିଖ ରାତି ୧୧ଟା ସମୟରୁ କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ଭାରତଛାଡ଼ ପ୍ରସ୍ତାବ ସମ୍ପର୍କରେ ଆଲୋଚନା ଚାଲିଥିଲା । ଗାନ୍ଧିଜୀ କଂଗ୍ରେସ ସଦସ୍ୟ ମାନଙ୍କୁ ଉଦବୋଧନ ଦେଇ କହିଲେ, “ମୁଁ ଆପଣଙ୍କୁ ଛୋଟ ମନ୍ତ୍ରଟିଏ ଦେଉଛି । ଆପଣମାନେ ଏହାକୁ ହୃଦୟର ଛପାଇ ଆପଣଙ୍କର ପ୍ରତ୍ଯେକଙ୍କ ଶ୍ଵାସକ୍ରିୟାରେ ଏହା ମଧ୍ୟ ପରିପ୍ରକାଶ ହେଉ । ଏହି ମନ୍ତ୍ରଟି “କର ବା ମର', ଆମେ ଭାରତବର୍ଷକୁ ସ୍ଵାଧୀନ କରିବା  କିମ୍ବା ସେହି ପ୍ରଚେଷ୍ଟାରେ ମୃତ୍ୟୁବରଣ କରିବା କିନ୍ତୁ ଆମ ଯେପରି ଚିରନ୍ତନ ଦାସତ୍ଵକୁ ଦେଖିବା ପାଇଁ ନବଞ୍ଚନ୍ତି । ରାତି ୧୨ ବାଜି ଅଗଷ୍ଟ ୯ ତାରିଖରେ ଆରମ୍ଭ ହେଲା । ସେହି ରତ୍ରିରେ ନିସ୍ତବ୍ଧ ପ୍ରହର ରେ ଅତି ଗୋପନରେ ଭାରତଛାଡ଼ ବୈପ୍ଳବିକ ପ୍ରସ୍ତାବ ଅନୁମୋଦିତ ହେଲା । ଅଗଷ୍ଟ ୯ ତାରିଖ ପ୍ରତ୍ୟୁଷରୁ ଗାନ୍ଧିଜୀ , ଆଜାଦ୍, ନେହେରୁ, ଆସଫଅଲ୍ଲୀ ପ୍ରମୁଖ ତୁଙ୍ଗ ନେତା ମାନଙ୍କୁ ଅଟକ ଆଇନ (Preventive Detention Act) ବଳରେ ଗିରଫ କରି ନେଇ ବିନା ବିଚାରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାରଗାରରେ ରୁଦ୍ଧ କରିଦିଆଗଲା ।

ଠିକ୍ ଏହାପରେ ସାର  ଦେଶର ସ୍ୱାଧୀନତା ସଂଗ୍ରାମର ବହ୍ନିଶିଖା ପ୍ରଜ୍ଜଳିତ ହୋଇଗଲା । ବମ୍ବେର ଗୋୱାଲିଆବ୍ୟାଙ୍କରେ ପ୍ରାୟ ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥିଲା । ଏହି ସଭାରେ ଅରୁଣା ଆସଫଅଲ୍ଲୀଙ୍କର ଅଗ୍ନିବର୍ଷୀ ଭାଷଣ ଭାରତୀୟଙ୍କ ହୃଦୟରେ ଶତସିଂହର ବଳ ସଂଚାର କରିଥିଲା । ପୋଲିସ ଗୁଳିକୁ ଭ୍ରୂକ୍ଷେପ ନକରି ଲୋକମାନେ ଅସହଯୋଗ ଆନ୍ଦୋଳନରେ ଝାସ ଦେଲେ । ବ୍ରିଟିଶ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହି ଆନ୍ଦୋଳନକୁ ଦମନ କରିବାକୁ ଯାଇ ଗୁଳି ଓ ଲାଠି ଚାଳନା, ଆକାଶ ମାର୍ଗରୁ ଗୋଳାବର୍ଷଣ ଓ ବ୍ୟାପକ ଗିରଫଦାରୀ ପ୍ରଭୃତି ଉପାୟ ଅବଲମ୍ବନ କଲେ । ପ୍ରାୟ ଏକ ହଜାର  ଲୋକ ମୃତ୍ୟୁ ବରଣ କଲେ ଏବଂ ୬୦ ହଜାରରୁ ଅଧିକ  ଜେଲ ବରଣ  କଲେ । ୧୮୦୦୦ ଭାରତୀୟଙ୍କୁ ବିନବିବାର ରେ ଅଟକ କରି ରଖାଯାଇଥିଲା । ଶାସନ ଘୋଷଣା କରାନଯାଇ ସୁଦ୍ଧ। ସେନାବାହିନୀ  ହାତରେ ଶୃଙ୍ଖଳା ରକ୍ଷାର ଦାୟିତ୍ବ ନ କର।ଗଲା । ଇଂରେଜ ସରକାରର ପାଶବିକ ଦମନଲୀଳା ସତ୍ତ୍ୱେ ଭାରତୀୟଙ୍କ ହୃଦୟ ଗହ୍ଵରରୁ । ମୁକ୍ତିର ମଶାଲକୁ ନିର୍ବାପିତ କର।ଯାଇପାରି ନଥିଲା ।

ହଜାର  ହଜାର  ସଂଖ୍ୟକ ସ୍ଵାଧୀନତା ସଂଗ୍ରାମୀ ଲୁକ୍କାୟିତ ଭାବେ ସମାଜର ସବୁଶ୍ରେଣୀର ଲୋକଙ୍କ ସନ୍ଦିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିବା । ଫଳରେ ସହର ଓ ଗ୍ରାମଞ୍ଚଳରୁ ଭାରତୀୟ ଜନତ। ଏ ସଂଗ୍ରାମ ପାଇଁ ନିଜକୁ ସମର୍ପି ଦେଲେ । ସରକାର ଓ ଜନସାଧାରଣଙ୍କ ତରଫରୁ ଯେତେ ସବୁ ହିଂସା କାଣ୍ଡ ଘଟିଲା ପାଇଁ କଂଗ୍ରେସ ଓ ଗାନ୍ଧିଜୀଙ୍କ ସଂପୂର୍ଣ୍ଣ ଦାୟୀ ବୋଲି ବ୍ରିଟିଶ ସରକାର ପ୍ରଚାର ଚଳାଇଲା । ଏତଦୃଶ୍ୟ ଅପପ୍ରଚାରର ପ୍ରତିବାଦରେ ଗାନ୍ଧିଜୀ ୧୯୪୩ ମସିହା ଫ୍ରେବୃୟାରୀ ୧୦ ତାରିଖ ଦିନ ଜେଲରେ ତାଙ୍କର ଐତିହାସିକ ଅନଶନ ଆରମ୍ଭ କଲେ ଏବଂ ଏହା ୨୧ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସେ ଘୋଷଣା କଲେ ।  ଗାନ୍ଧୀଙ୍କର ଏହି ଅନଶନ ସାର। ବିଶ୍ଵରେ ଅପୁର୍ବ କମ୍ପନ ସୃଷ୍ଟି କଲା । ତାଙ୍କୁ ମୁକ୍ତ କରିବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଦାବିପତ୍ର ବ୍ରିଟିଶ ସରକାରଙ୍କ ନିକଟରେ ପହଞ୍ଚିଲା । କିନ୍ତୁ ବ୍ରିଟେନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଉଇନଷ୍ଟନ ଚର୍ଜିଲ ଏସବୁକୁ ଭ୍ରୂକ୍ଷେପ ନକରି ଗର୍ବର ସହ କହିଲେ, ଆମେ ଏବେ ସବୁ କ୍ଷେତ୍ରରେ ବିଜୟୀ ହେଉଥିବା ବେଳେ ଆମର ଟିର ଶତ୍ରୁ ସେହି ଅର୍ଦ୍ଧଲଗ୍ନ ଫକୀର ନିକଟରେ କଦାପି ହାର ମାନିବୁ ନାହିଁ ।” ଗାନ୍ଧୀଙ୍କର ଏହି କାରବାସ ସମୟରେ ସେ ତାଙ୍କର ପ୍ରିଯତମ ସେକ୍ରେଟାରୀ ମହ। ଦେବ ଦେଶାଇ ଓ ସହଧର୍ମିଣି କସ୍ତୁରବାଙ୍କୁ ହରାଇଲେ ସୁଦ୍ଧା ନିଜ ସଂକଳ୍ପରୁ ତିଳେ ମାତ୍ର ବିଚ୍ୟୁତ ହୋଇନଥିଲେ । ଗାନ୍ଧିଜୀ ଯଦି ଅନଶନ ଦ୍ଵାରା  ମୃତ୍ୟୁବରଣ କରନ୍ତି, ତେବେ ଏଥିପାଇଁ ଯେଉଁ ଭୟାବହ ପରି ସ୍ଥିତି ସୃଷ୍ଟି ହେବ ତାହାର ମୁକାବିଲା କରିବାକୁ ବ୍ରିଟିଶ ସରକାର ସେନାବାହିନୀ କୁ ପ୍ରସ୍ତୁତ କରାଯାଇଥିଲା । ସୌଭାଗ୍ୟବଶତ ଗାନ୍ଧିଜୀ ବଞ୍ଚିଗଲେ । ତାଙ୍କର ମହତ ଲକ୍ଷ୍ୟ ହାସଲ ହେଲା । ଜନସାଧାରଣଙ୍କ ମଧ୍ୟରେ ନୈତିକ ବଳ ଦ୍ବିଗୁଣିତ ହେଲା । ସ୍ଵାସ୍ଥ୍ୟଗତ କାରଣରୁ ୧୯୪୪ ମସିହ। ମେ ୬ ତାରିଖରେ ବ୍ରିଟିଶ୍ ସରକାର ତାଙ୍କୁ ବିନା ସର୍ଭରେ କାରମୁକ୍ତ କରିଦେଲେ।

ଆଜିକୁ ୬୨ ବର୍ଷ ପୂର୍ବେ ‘ଭାରତଛାଡ଼' ଡାକରା ଦେଇ ଗାନ୍ଧିଜୀ ଦେଶବାସୀଙ୍କୁ “କର ବା ମର’ ମନ୍ତ୍ରରେ ଦୀକ୍ଷିତ କରାଇଲେ । ତାଙ୍କର ଯୁଗାନ୍ତକାରୀ ବାର୍ତ୍ତାଥିଲା ‘ଯେତେ ବେଳେ ଦେଶବାସୀ ସାହସର ସହିତ ମୃତ୍ୟୁର ସମ୍ମୁଖୀନ ହେବାକୁ ବାହାରି ଆସିବେ, ସେତିକିବେଳେ ଦେଶ ରକ୍ଷା ପାଇବ ।’ ବାସ୍ତବରେ ଏହି ଐତିହାସିକ ବିପ୍ଳବ ଥିଲା ଭାରତର ସ୍ଵାଧୀନତା ପ୍ରାପ୍ତି ପାଇଁ ଏକ ମୁକ୍ତିର ମଶାଲ ।

ସଂଗୃହିତ - ଅଧ୍ୟକ୍ଷ ମା' କିଚକେଶ୍ଵରୀ ମହାବିଦ୍ୟାଳୟ

ଆଧାର - ଇ ମଗାଜିନ

1.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top