ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଅଚ୍ୟୁତାନନ୍ଦ କର
ସେଆର କରନ୍ତୁ

ଅଚ୍ୟୁତାନନ୍ଦ କର

ଅଚ୍ୟୁତାନନ୍ଦ କର, ଜଣେ ପ୍ରଖ୍ୟାତ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ, ପ୍ରବତକ, ସାମ୍ବାଦିକ ତଥା ସମାଲୋଚନାଧର୍ମୀ ପତ୍ରିକା ଦୁର୍ମୁଖର ପ୍ରତିଷ୍ଠାତା ସମ୍ପାଦକ ।

ଅଚ୍ୟୁତାନନ୍ଦ କରଙ୍କ ଅବଦାନ

ଅଚ୍ୟୁତାନନ୍ଦ କର, ଜଣେ ପ୍ରଖ୍ୟାତ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ, ପ୍ରବଚକ, ସାମ୍ବାଦିକ ତଥା ସମାଲୋଚନାଧର୍ମୀ ପତ୍ରିକା ଦୁର୍ମୁଖର ପ୍ରତିଷ୍ଠାତା ସମ୍ପାଦକ ।

ଅଚ୍ୟୁତାନନ୍ଦ, ୧୯୩୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଳକ ଅନ୍ତର୍ଗତ ତରଜଙ୍ଗା ଗ୍ରାମରେ ପିତା, କଣ୍ଡୁରୀ ଦାସ ଓ ମାତା ମଉନାଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ସାଲେପୁର ହାଇସ୍କୁଲରୁ କୃତିତ୍ଵର ସହ ମେଟ୍ରିକ ପାସ କରିବା ପରେ, ସେ କଲିକତାର ବଙ୍ଗବାଟି ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ । ପିଲାଟି ଦିନରୁ ଲେଖାଲେଖି ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଥିଲା ।

ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଓ ବିଶେଷକରି ବ୍ୟଙ୍ଗ ସାହିତ୍ୟ ଲେଖିବାରେ, ସେ ଥିଲେ ସିଦ୍ଧହସ୍ତ। ସମାଜର କୁସଂସ୍କାର, ଅପସଂସ୍କୃତି ତଥା ଶାସନ ବ୍ୟବସ୍ଥାକୁ ଠିକଣା ବାଟରେ ଆଣିବା ପାଇଁ, ସେ ବହୁ ବ୍ୟଙ୍ଗସାହିତ୍ୟ ରଚନା କରିଥିଲେ । ୧୯୬୦ ମସିହାରେ ସେ ଆକାଶବାଣୀ କଟକ କେନ୍ଦ୍ରର ଜଣେ ସ୍ଵିକୃତିପ୍ରାପ୍ତ କଳାକାର ହିସାବରେ, ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ବହୁ ଲୋକପ୍ରିୟତା ହାସଲ କରିଥିଲେ । ଦୂରଦର୍ଶନ କେନ୍ଦ୍ରରେ ମଧ୍ୟ ସେ ଜଣେ ସମ୍ମାନନୀୟ ଆଲୋଚକ ଥିଲେ । ସେ, ବହୁ ସାହିତ୍ୟ ଅନୁଷ୍ଠାନ ସହିତ ମଧ୍ୟ ଜଡିତ ରହିଥିଲେ। ଉତ୍କଳ ସାହିତ୍ୟ ସମାଜରେ ସେ ଦୀର୍ଘ ୨୫ ବର୍ଷ କର୍ମକର୍ତା ରହିଥିଲେ ଓ ଉପସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଦଳିତ, ନିଷ୍ପେସିତ ଜନତାର ଅନ୍ତଃସ୍ଵର ପ୍ରକାଶ କରିବା ପାଇଁ, ସେ ଆରମ୍ଭ କରିଥିଲେ ସମାଲୋଚନା ଧର୍ମୀ ପତ୍ରିକା 'ଦୁର୍ମୁଖ' । ୧୯୭୧ ମସିହା, ଏପ୍ରିଲ ମାସ ୧୪ ତାରିଖରେ ଆତ୍ମପ୍ରକାଶ କରିଥିଲା ଏହି ପତ୍ରିକା । ଏହି ପତ୍ରିକା ମାଧ୍ୟମରେ ଅନ୍ୟାୟ, ଅନୀତି ବିରୁଦ୍ଧରେ ସ୍ଵରଉତ୍ତୋଳନ କରି ସେ ଓଡ଼ିଶାର ପୁରପଲ୍ଲୀରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟିକରିଥିଲେ । 'ରାମଚରିତ ମାନସ' ବିଷୟରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ସେ ଖୁବ ଲୋକପ୍ରିୟ ହୋଇପାରିଥିଲେ । ସେ ନିଜ ଜୀବନକାଳ ମଧ୍ୟରେ ପ୍ରାୟ ୨୦ଟି ପୁସ୍ତକ ରଚନା କରିଯାଇଛନ୍ତି। ବ୍ୟଙ୍ଗସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ, ତାଙ୍କୁ ଓଡ଼ିଆ ବ୍ୟଙ୍ଗସାହିତ୍ୟର ଭିଷ୍ମ ପିତାମହ ଆଖ୍ୟା ଦିଆଯାଇଛି ।

ଓଡ଼ିଆ ସାହିତ୍ୟକୁ ଅବଦାନ

  • ସଂଗ୍ରାମ ଓ ସଂଘର୍ଷ
  • କଥା କଥାରେ
  • ଅସିତଙ୍କ ବ୍ୟଙ୍ଗ
  • ବହି
  • ଇଟା ସିମେଣ୍ଟରେ ପୁଞ୍ଜିବାଦ
  • ମୋହମୁଦଗର
  • ଯୁଗେ ଯୁଗେ ଧର୍ମ
  • ବିସ୍ଫୋରଣ
  • ଡାକେ ଦୁର୍ମୁଖ
  • ପଣ୍ଡିତ ଅଚ୍ୟୁତଙ୍କ ବ୍ୟଙ୍ଗ
  • ବେଆଇନ ମଣିଷ
  • ଜିଅନ୍ତା ମଣିଷର ମୃତ୍ୟୁ
  • ବିପ୍ଳବୀର ଇତି କଥା
  • ଗୋଦାବରୀଶ ସ୍ମୃତି କମିଟି ସମ୍ମାନ
  • ଅନ୍ନଦା ପ୍ରସାଦ ରାୟ ଜୟନ୍ତୀ କମିଟି ସମ୍ମାନ
  • ନୀଳଚକ୍ର-୨୦୧୦ ସମ୍ମାନ
  • ଉତ୍କଳ ସାହିତ୍ୟ ସମାଜ ସମ୍ମାନ
  • ଉତ୍କଳ ସାହିତ୍ୟ ଓ କଳା ପରିଷଦ ସମ୍ମାନ

ସମ୍ମାନ ଓ ପୁରସ୍କାର

୨୦୧୨ ମସିହା, ସେପ୍ଟେମ୍ବର ମାସ ୧୬ ତାରିଖରେ ତାଙ୍କର ତିରୋଧାନ ଘଟିଛି। କଟକର ଖାନନଗର ଶ୍ମସାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ଅଚ୍ୟୁତାନନ୍ଦଙ୍କର ଶେଷ ଇଛା ଥିଲା, ତାଙ୍କ ରଚିତ ଆତ୍ମଜୀବନୀଟି ପ୍ରତିଟି ଓଡ଼ିଆଙ୍କ ନିକଟରେ ପହଞ୍ଚୁ।

ଆଧାର -"ଅଚ୍ୟୁତାନନ୍ଦ କର ସୂଚନା"

2.89655172414
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top