ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଆମେ କଣ ବିଶ୍ଵରେ ଏକାକୀ
ସେଆର କରନ୍ତୁ

ଆମେ କଣ ବିଶ୍ଵରେ ଏକାକୀ

ପିଲାଙ୍କ ପାଇଁ ସୂଚନା

ଉପକ୍ରମ

ପିଲାମାନେ,  ତୁମେମାନେ  ବିଜ୍ଞାନ  ଉପନ୍ୟାସ କିମ୍ବା  ବିଜ୍ଞାନ  ଚଳଚିତ୍ରରେ  ଅନ୍ୟ  ଗ୍ରହର  ଲୋକମାନଙ୍କ  କଥା  ଜାଣିଥିବ  । କିନ୍ତୁ  ବାସ୍ତବରେ   କ ’ଣ  ପୃଥିବୀ  ବାହାରେ   ଅନ୍ୟ   କେଉଁଠାରେ  ଜୀବଜଗତ   ଅଛି  ? ବୈଜ୍ଞାନିକମାନେ  ଗତ ପଚାଶବର୍ଷରୁ  ଅଧିକ  ସମୟ  ଚେଷ୍ଟାକରି  ମଧ୍ୟ   ଏହା  ଜାଣିପାରିନାହାନ୍ତି  । କିନ୍ତୁ  ସେମାନେ  ଅନୁମାନ  କରୁଛନ୍ତି  ଯେ  ବିଶ୍ଵରେ  କେଉଁଠି ନା  କେଉଁଠି  ଆମ  ଭଳି  ଉନ୍ନତ  ସଭ୍ୟତାର  ପ୍ରାଣୀ  ଥିବେ   । ସେମାନେ   ଏହା  ତାତ୍ତ୍ଵିକ  ଉପାୟରେ  କହୁଛନ୍ତି   । ସେମାନଙ୍କ  ଯୁକ୍ତି  ହେଉଛି  ଯେ  ବିଶାଳ  ବିଶ୍ଵରେ  କୋଟି କୋଟି  ନକ୍ଷତ୍ର  ଅଛି  ଏବଂ ନକ୍ଷତ୍ର  ଗୁଡିକର  ଚାରିପଟେ  ଅନେକ  ଗ୍ରହ  ଘୂରୁଛନ୍ତି   । ଏଣୁ  ପୃଥିବୀରେ   ଯଦି  ଜୀବଜଗତ  ଗଢି  ଉଠିଲା , ତା ’ ଅନ୍ୟ  ଗ୍ରହରେ  କାହିଁକି  ଏହା  ସୃଷ୍ଟି  ହେବ  ନାହିଁ  ? କିନ୍ତୁ  ଖାଲି  ଯୁକ୍ତି  ଛଳରେ  କହିଲେ  କେହି  ବିଶ୍ଵାସ  ଯିବେ  ନାହିଂ  ।  ଏଥିପାଇଁ  ପ୍ରମାଣ  ଦରକାର  । କିନ୍ତୁ  ପ୍ରମାଣ  କାହିଁ  ।

ପୃଥିବୀରେ   କାହିଁକି  ଜୀବ  ସୃଷ୍ଟି  ହେଲା

ଆମେ  ଦେଖିବା , ପୃଥିବୀରେ   କାହିଁକି  ଜୀବ  ସୃଷ୍ଟି  ହେଲା , ଜୀବ  ପାଇଁ  ମୁଖ୍ୟ  ଉପାଦାନ  ହେଉଛି ଜଳ  । ଜଳର  ତିନୋଟି  ଅବସ୍ଥା   ଅଛି  । କଠିନ  ଅବସ୍ଥାରେ  ବରଫ, ଗ୍ୟାସୀୟ  ଅବସ୍ଥାରେ  ଜଳୀୟ  ବାଷ୍ପ  ଏବଂ ଆମେ  ବ୍ୟବହାର  କରୁଥିବା  ତରଳ ଜଳ  । ଏଣୁ  ଜୀବ  ପାଇଁ  ଜଳ  ତରଳ  ଅବସ୍ଥାରେ  ରହିବା ଦରକାର  ପୃଥିବୀର  ଜଳ  ତରଳ ଅବସ୍ଥାରେ   ପ୍ରଚୁର  ପରିମାଣରେ  ନଦୀ , ସମୁଦ୍ର, ପୁଷ୍କରିଣୀ  ଆଦିରେ   ଅଛି  । ପ୍ରକୃତରେ  ପୃଥିବୀର  ୭୦ ପ୍ରତିଶତ   ସ୍ଥାନ ଜଳ ଅଧିକାର  କରିଛି   । ସମୁଦ୍ରରେ  ପ୍ରଥମେ ଏକକୋଷୀ  ପ୍ରାଣୀ  ସୃଷ୍ଟି   ହୋଇଥିଲା  । ସମୟକ୍ରମେ  ଏହାର ପରିବର୍ତ୍ତନ  ହୋଇ  ଜଳଚରରୁ  ଉଭୟଚର  ଏବଂ ଶେଷରେ  ସ୍ଥଳଚର  ପ୍ରାଣୀ  ସୃଷ୍ଟି  ହୋଇଛି   । ଗୋଟିଏ  ଜୀବରୁ  ବିବର୍ତ୍ତନ  ହୋଇ  ଶେଷରେ  ମାଙ୍କଡରୁ  ମନୁଷ୍ୟ  ଆସିଲା  । ଏଣୁ ଆମର  ପୂର୍ବପୁରୁଷ  ହେଉଛି  ମାଙ୍କଡ  ଜୀବ  ବିବର୍ତ୍ତନ  ବାଦର  ସ୍ରଷ୍ଟା  ଇଂରେଜୀ   ଜୀବବିଜ୍ଞାନୀ  ଚାର୍ଲସ  ଡାରଉଇନ  ପ୍ରଥମେ ଏହା  କହିଥିବା   ବେଳେ  ତାଙ୍କୁ  ଅନେକ  ଲୋକ  ଥଟ୍ଟା  ଓ ତାଚ୍ଛଲ୍ୟ  କରି କହିଥିଲେ   କିନ୍ତୁ  ବର୍ତ୍ତମାନ  ଏହାକୁ  ସମସ୍ତେ  ଗ୍ରହଣ  କରି ନେଇଛନ୍ତି   ।

ପୃଥିବୀ  ସୂର୍ଯ୍ୟଠାରୁ  ଏମିତି  ଦୂରତାରେ  ଅଛି  ଯେ ଏହାର  ଉପଯୁକ୍ତ  ତାପମାତ୍ରା  ଓ ଚାପମାନ  ଯୋଗୁ  ଏଠାରେ  ଜଳ  ତରଳ  ଅବସ୍ଥାରେ   ରହିପାରିଛି   । ନକ୍ଷତ୍ରର  ଯେଉଁ  ଅଞ୍ଚଳରେ  ଜଳ  ତରଳ  ଭାବେ  ରହିପାରେ   ତାକୁ ବାସଯୋଗ୍ୟ  ଅଞ୍ଚଳ  କୁହାଯାଏ   । ବ୍ୟଜ୍ଞାନିକମାନେ  ସୌରଜଗତ  ବାହାରେ  ୩୩୦୦ ରୁ  ଅଧିକ  ଗ୍ରହ  ଆବିଷ୍କାର  କଲେଣି   । କିନ୍ତୁ  ପୃଥିବୀ  ପରି ବାସଯୋଗ୍ୟ  ଅଞ୍ଚଳରେ   ଥିବା  କୌଣସି   ଗ୍ରହର  ଚିହ୍ନଟ  ହୋଇପାରିନାହିଁ   । ପୁନଶ୍ଚ  ଆମ  ସୌରଜଗତର   ସମସ୍ତ  ଗ୍ରହ  ଉପଗ୍ରହ  ପାଖକୁ  ମହାକାଶଯାନ  ପଠାଇ   ନିଶ୍ଚିତ  କରାଗଲାଣି ଯେ  କୌଣସିଠାରେ   ଆମ  ପରି ଜୀବ   ନାହାନ୍ତି  । ଶନିର  ଉପଗ୍ରହ  ଟିଟାନ୍  ଓ ଏନ୍ ସିଲାଡସ୍  ଏବଂ ବୃହସ୍ପତିର  ଉପଗ୍ରହ  ୟୁରୋପରେ ପୃଷ୍ଠ  ତଳେ ସନ୍ଧାନ  ମିଳିଛି  ।  ସେଠାରେ   ଅଣୁଜୀବ  ଥାଇପାରନ୍ତି   ବୋଲି  ଅନୁମାନ  କରାଯାଉଛି   । ଏହା  ଖାଲି  ଅନୁମାନ, ଏହି ବିଷୟରେ  କିଛି ତଥ୍ୟ  ମିଳିନାହିଁ   ।

ଯିବାର  ମୂଳ  ହେଉଛି କୋଷିକା

ପ୍ରଥମେ   କିପରି  ଜୀବ  ସୃଷ୍ଟି  ହେଲା , ତାହା  ଏପର୍ଯ୍ୟନ୍ତ  ଆମେ  ଜାଣି  ପାରିନାହେଁ   । ଯିବାର  ମୂଳ  ହେଉଛି କୋଷିକା  ଏବଂ  କୋଷିକାର  ବିଭିନ୍ନ  ଉପାଦାନ  ଆମକୁ ଜଣା   । କିନ୍ତୁ  ଜୀବବିଜ୍ଞାନୀମାନେ   ଅନେକ  ଚେଷ୍ଟାକରି  ମଧ୍ୟ  ପରୀକ୍ଷାଗାରରେ  ଜୀବନ୍ତ  କୋଷ  ସୃଷ୍ଟି  କରିପାରି  ନାହାନ୍ତି   । ହୁଏତ  ପ୍ରଥିବୀରେ  ଯିବାର  ସମସ୍ତ  ଉପାଦାନ   ଓ ଅବସ୍ଥା  ଥିଲା  ଏବଂ  ସଂଯୋଗବଶତଃ   ପ୍ରଥମେ  ଜୀବ  ସୃଷ୍ଟି   ହେଲା  । ଯେ  ପର୍ଯ୍ୟନ୍ତ  ଆମେମାନେ  ପ୍ରଥିବୀ  ବାହାରେ  ଅନ୍ୟ  ଗ୍ରହର  ଯିବାର  ସନ୍ଧାନ  ପାଇନାହେଁ , ଆମେ  ଗର୍ବର  ସହିତ  କହିପାରିବା  ଯେ  ପୃଥିବୀ  ହେଉଛି  ବିଶ୍ଵରେ  ଅନନ୍ୟ  ।


ଆଧାର :ଧରିତ୍ରୀ

2.66666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top