ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ଓଡ଼ିଆ ଝିଅ ମାଳବିକା
ସେଆର କରନ୍ତୁ

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ଓଡ଼ିଆ ଝିଅ ମାଳବିକା

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ଓଡ଼ିଆ ଝିଅ ମାଳବିକା ୧ ମିନିଟରେ କହିଲେ ୧୬୫ ନଦୀର ନାମ ।

ଗୁଗଲ ଗାର୍ଲ ଅଫ ଇଣ୍ଡିଆ

ମେଘାଲୀ ମାଳବିକା ସ୍ଵାଇଁ । ବୟସ ମାତ୍ର ୧୦ ବର୍ଷ । ହେଲେ ଏତେ  ଛୋଟ ବୟସରେ ବି ସେ ଏକାଧିକ ପ୍ରତିଭାର ଅଧିକାରିଣୀ  । ବିଶ୍ଵର ସମସ୍ତ ନଦୀର ନାମରୁ ଆରମ୍ଭ କରି ୧୯୬ଟି ଦେଶର ନାମ, ସେଗୁଡିକର ରାଜଧାନୀ, ଭାଷା, ଜାତୀୟ ପତାକା ଓ ସେମାନଙ୍କ ପ୍ରଚଳିତ ମୁଦ୍ରା ନାମ ଅତି ସହଜରେ କହିପାରନ୍ତି ମାଳବିକା । କେବଳ ଏତିକି ନୁହେଁ, ଭୂବିଜ୍ଞାନରେ ପ୍ରଖର ଜ୍ଞାନ ରଖିଥିବା ମାଳବିକା ଏକ ସାଦା ମ୍ୟାପ୍ ଦେଖି ଦେଶଗୁଡିକର ଅବସ୍ଥିତି, ସେମାନଙ୍କର ଭୌଗୋଳିକ ପରିସୀମା, ପଡୋଶୀ ରାଷ୍ଟ୍ର ଓ ସାମୁଦ୍ରିକ ସମ୍ପଦ ବିଷୟରେ ମଧ୍ୟ ଶତପ୍ରତିଶତ ଠିକ୍ ଉତ୍ତର ଦେଇପାରନ୍ତି । ଏହିସବୁ ପ୍ରତିଭାର ଅଧିକାରିଣୀ ପାଇଁ ତାଙ୍କୁ ମିଳିଛି ‘ଗୁଗଲ ଗାର୍ଲ ଅଫ ଇଣ୍ଡିଆ’ର ଆଖ୍ୟା ।

ମାଳବିକା ସ୍ଵାଇଁ ବିରଳ ରେକର୍ଡ଼

ଏହାସହ ମାତ୍ର ୧ ମିନିଟରେ ୧୬୫ଟି  ନଦୀର ନାମ ପ୍ରାଞ୍ଜଳଭାବେ କହି ସେ ପ୍ରତିଷ୍ଠା କରିଛନ୍ତି ଏକ ବିରଳ ରେକର୍ଡ଼, ଯେଉଁଥିପାଇଁ ତାଙ୍କୁ ରବିବାର ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ସ୍ ରେ ସ୍ଥାନ ମିଳିଛି ।  ଏହାସହ ମାତ୍ର ୧୦ ବର୍ଷ ବୟସରେ ସେ ଭାରତରୁ ପ୍ରଥମ ପ୍ରତିଭାଭାବେ ଏଭଳି ରେକର୍ଡ଼ ହାସଲ କରିବାରେ ସଫଳ ହୋଇଛନ୍ତି ।  ଭୁବନେଶ୍ଵରର ବାସିନ୍ଦା ପ୍ରଫୁଲ୍ଲ କୁମାର ସ୍ଵାଇଁ ଏବଂ ନବନୀତା  ସ୍ଵାଇଁଙ୍କ ଝିଅ ମାଳବିକାଙ୍କର ଏଭଳି ଅବିଶ୍ଵସନୀୟ ପ୍ରତିଭା ମାତ୍ର ୫ ବର୍ଷ ବୟସରୁ ହିଁ ପ୍ରସ୍ପୁଟିତ ହୋଇଥିଲା । ଛୋଟବେଳୁ ବାପାଙ୍କଠାରୁ  ବିଭିନ୍ନ ଦେଶର ନାମଶୁଣି ସେଗୁଡ଼ିକୁ ମନେ ରଖିବା ସହ ମନେ ମନେ ଗୁଣୁଗୁଣୁ ହେଉଥିଲେ । ଏତେ କମ୍ ବୟସଠାରୁ  ବୟସ୍କଙ୍କଠାରୁ ବି ଅଧିକ ସ୍ମରଣଶକ୍ତି ଥିବା ଦେଖି ପରିବାର ଲୋକେ ବି ଆଶ୍ଚର୍ଯ୍ୟ ହୋଇପଡିଥିଲେ । ଧୀରେ ଧୀରେ ଭୂଗୋଳର ବିଭିନ୍ନ ବିଷୟବସ୍ତୁ ସମ୍ପର୍କରେ ତାଙ୍କ ବାପା ତାଙ୍କୁ ପଢାଇଥିଲେ । ନଦୀଗୁଡିକର  ନାମ, ସେଗୁଡିକର ଉତ୍ପତିସ୍ଥଳ,  ପ୍ରବାହ ପଥ, ତାହାର  ଶାଖାନଦୀ ଓ ଉପନଦୀର ନାମକୁ ବି  ବେଶ୍ ସହଜରେ ମନେରଖି ଦେଉଥିଲେ । ଏହାବ୍ୟତୀତ ବିଶ୍ଵର  ୧୯୬ଟି  ଦେଶର ନାମ ସହ ସେଗୁଡିକ ସମ୍ପର୍କରେ ସମସ୍ତ ବିବରଣୀ ଖୋଜିଲେ ତାହାର ଉତ୍ତର ମାଲବିକାଙ୍କଠାରୁ ତତ୍ କ୍ଷଣାତ୍ ମିଳିଯାଉଥିଲା ।  ମାଳବିକାଙ୍କ ଏଭଳି ପ୍ରତିଭା ଦେଖି ଏକ ଜାତୀୟସ୍ତରୀୟ ନ୍ୟୁଜ୍ ଚ୍ୟାନେଲ୍ ପକ୍ଷରୁ ତାଙ୍କୁ ଗୁଗଲ ଗାର୍ଲର ଟାଇଟଲ ଦିଆଯାଇଥିଲା । ଏହାସହ ରାଜ୍ୟପାଳ ଏସ୍.ସି. ଜମିର୍ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବର୍ତ୍ତମାନ ଭୁବନେଶ୍ଵରସ୍ଥିତ ଏକ ଘରୋଇ ସ୍କୁଲର ଷ୍ଟାଣ୍ଡାର୍ଡ -୫ ରେ ପଢୁଥିବା ଏହି ବିସ୍ମୟ ବାଳିକା ଏବେ ଜାତୀୟ ରେକର୍ଡ଼ ପ୍ରତିଷ୍ଠା  କରିଛନ୍ତି । ମାତ୍ର ୧ ମିନିଟ୍ ରେ ୧୬୫ଟି ନଦୀର ନାମ ବିନା କୌଣସି  ପ୍ରତିବନ୍ଧକରେ କହି ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି । ଯାହାମଧ୍ୟରେ ୟୁରୋପ ମହାଦେଶର ପ୍ରାୟ  ସମସ୍ତ ନଦୀ ରହିଛି । ରବିବାର ସ୍ଥାନୀୟ ଓଏଏସ୍ ଆସୋଏଶନ ଭବନ ପରିସରରେ ଅନୁଷ୍ଠିତ ରେକର୍ଡ଼ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ବିଶ୍ଵଦୀପ୍ ରୟ ଚୌଧୁରୀ ମାଳବିକାଙ୍କୁ ମାନପତ୍ର, ଟ୍ରଫି ଓ ଫଳକ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।  ଏହାସହ ୮ ମିନିଟ୍ ମଧ୍ୟରେ ୧ ହଜାର ନଦୀର ନାମ କହି ସେ ସମସ୍ତଙ୍କୁ ସମ୍ଭୀଭୂତ କରିଛନ୍ତି ।  ସୋସିଆଲ ନେଟ୍ୱାର୍କିଂ ସାଇଟ୍ ‘ୟୁଟୁବ୍’ରେ ଅପଲୋଡ୍ ହୋଇଥିବା ତାଙ୍କ ଭିଡିଓକୁ ୧୫ଲକ୍ଷରୁ ଊର୍ଦ୍ଧ୍ଵ ଦର୍ଶକ ଦେଖିବା ସହ ପସନ୍ଦ ମଧ୍ୟ କରିଛନ୍ତି ।

ଆଧାର – ଦୈନିକ ଧରିତ୍ରୀ

3.2
ନିରୋଦ ଚନ୍ଦ୍ର ଷଣ୍ଢ Aug 18, 2017 11:48 AM

ମାଳବିକାକୁ ଅନେକ ଅନେକ ଶୁଭେତ୍ସା ଓ ଅଭିନନ୍ଦନ । 38204

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top