অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଏସିଆ ଓ ଆଫ୍ରିକା ମହାଦେଶର ବହୁରାଷ୍ଟ୍ର ଉପନିବେଶବାଦ ତଥା ସାମ୍ରାଜ୍ୟବାଦ ବିରୋଧରେ ଆନ୍ଦୋଳନ କରି ସ୍ଵାଧୀନତା ହାସଲ କରିଥିଲେ   । ମାତ୍ର ସେମାନେ ସେମାନଙ୍କର ଅର୍ଥନୈତିକ ଉନ୍ନତି ଓ ଦେଶର ସୁରକ୍ଷାନିମନ୍ତେ ବିତ୍ତଶାଳୀ ରାଷ୍ଟ୍ରମାନଙ୍କ ଠାରୁ ସାହାଯ୍ୟ ଆସା କରାଇଥିଲେ   । ଏହା ବିତ୍ତଶାଳି ରାଷ୍ଟ୍ରମାନଙ୍କ ଠାରୁ ସାହାଯ୍ୟ ପ୍ରତିବଦଳରେ ସେ ସବୁ ରାଷ୍ଟ୍ରର ରାଜନୈତିକ ବ୍ୟାପାରରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିଥିଲେ   । ସେତେବେଳେକୁ ଶୀତଳ ଯୁଦ୍ଧିୟ ବାତାବରଣ ଯୋଗୁଁ ସାମ୍ୟବାଦୀ ରାଷ୍ଟ୍ର ଶୋଭିଏତ ରୁଷ ଓ ପୁଞ୍ଜିବାଦୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ଵରେ ପୃଥିବୀ ଦୁଇଟି ବିବଦମାନ ଗୋଷ୍ଠୀରେ ବିଭକ୍ତ ହୋଇ ଯାଇଥିଲେ   ।  ନୂତନ ଭାବରେ ସ୍ଵାଧୀନତା ହାସଲ କରିଥିବା ଅଳ୍ପ କେତେକ ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ର ଦୁଇଟି ଗୋଷ୍ଠୀ ମଧ୍ୟରୁ ଯେ କୌଣସି ଗୋଟିଏ ଗୋଷ୍ଠୀରେ ନିଜକୁ ସାମିଲ କରି ନେଇଥିଲେ   । କିନ୍ତୁ ଏସିଆ ଓ ଆଫ୍ରିକାର ଅନେକ ସ୍ଵାଧୀନ,ଅନୁନ୍ନତ ତଥା ବିକାଶଶୀଳ ରାଷ୍ଟ୍ର ଦୁଇ ପ୍ରମୁଖ ଗୋଷ୍ଠୀ ମଧ୍ୟରୁ କୌଣସି ଗୋଟିଏ ହେଲେ ଗୋଷ୍ଠୀରେ ଯୋଗ ନ ଦେଇ ସେ ଗୁଡିକଠାରୁ ନିରାପଦ ଦୁରତ୍ଵ ରକ୍ଷାକରି ନିରପେକ୍ଷ ରହିବାକୁ ମନେକଲେ   । ସେହି ରାଷ୍ଟ୍ରମାନେ ସେମାନଙ୍କର ଜାତୀୟ ପୂର୍ଣ୍ଣଗଠନ ଓ ଅର୍ଥନୈତିକ ଉନ୍ନତି ନିମନ୍ତେ ପରସ୍ପର ସହ ସହଯୋଗ ସ୍ଥାପନ କଲେ  । ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସହଯୋଗ ବୃଦ୍ଧିପାଇ ଗୋଷ୍ଠୀ  ନୀରପେକ୍ଷ ଆନ୍ଦୋଳନ ର ଆରମ୍ଭ ହୋଇଥିଲା   ।

୧୯୫୫  ମସିହା ଏପ୍ରିଲ ମାସରେ ଇଣ୍ଡୋନେସିଆର ପଶ୍ଚିମ ଜାଭାର ବାନ୍ଦୁଙ୍ଗଠାରେ ଅନୁଷ୍ଠିତ “ ଆଫ୍ରୋ-ଏସୀୟ “ ରାଷ୍ଟ୍ରମାନଙ୍କର ଏକ ସମ୍ମିଳନୀରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯାଇଥିଲା   । ଏଥିରେ ୨୩ ଟି ଏସୀୟ ଓ ୬ ଋ ଆଫ୍ରିକୀୟ ରାଷ୍ଟ୍ର ଯୋଗଦେଇଥିଲେ   ।  ଗୋଷ୍ଠୀ ନୀରପେକ୍ଷ ଆନ୍ଦୋଳନର କାର୍ଯ୍ୟକାରିତା ବିଷୟରେ ବିସ୍ତାରିତ ରୂପେ ଆଲୋଚନା କରିଥିଲେ   । ଏଠାରେ ସ୍ପଷ୍ଟ କରି ଦିଆଯାଇଥିଲା ଯେ ଗୋଷ୍ଠୀ ନିରପେକ୍ଷ ନୀତି ଅବଲମ୍ବନ କରୁଥିବା ରାଷ୍ଟ୍ରମାନେ ଶକ୍ତି ପ୍ରଦର୍ଶନକାରୀ ରାଷ୍ଟ୍ରମାନଙ୍କର ଅନୁଗାମୀ ନୁହନ୍ତି   । ବାନ୍ଦୁଙ୍ଗ ସମ୍ମିଳନୀର ଆତ୍ମା ଥିଲେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ । ତାଙ୍କର ପଞ୍ଚଶୀଳ ବା ସମସ୍ତ ଜାତିର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ସେଠାରେ ଉପସ୍ଥାପିତ ହୋଇ ଗୃହିତ ହୋଇଥିଲା   ।

ସାମ୍ୟବାଦୀ ବା ପୁଞ୍ଜିବାଦୀ ଗୋଷ୍ଠୀମଧ୍ୟରୁ କୌଣସି ଗୋଷ୍ଠୀରେ ଯୋଗ ନଦେଇ ନୀରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ଗୋଷ୍ଠୀ ନୀରପେକ୍ଷତା କୁହାଯାଏ   । ସ୍ଵାଧୀନତାର ସୁରକ୍ଷା , ସାମ୍ରାଜ୍ୟବାଦ ଓ ଉପନିବେଶବାଦର ବିଲୋପ , ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ବିଶ୍ଵଶାନ୍ତି ପ୍ରତିଷ୍ଠା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଲକ୍ଷ ଅଟେ   । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ନେତୃତ୍ଵରେ ଗୋଷ୍ଠୀ ନୀରପେକ୍ଷ ଆନ୍ଦୋଳନ ସୁଦୃଢ ହୋଇଥିଲା   । ଇଣ୍ଡୋନେସିଆର ରାଷ୍ଟ୍ରପତି , ଇଜିପ୍ଟ ରାଷ୍ଟ୍ରପଟି ଙ୍କ ସହଯୋଗ ଏହାକୁ ପରିପୁଷ୍ଟ  କରିଥିଲା    । ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କୁ ନେଇ ତୃତୀୟ ବିଶ୍ଵ ର ସୃଷ୍ଟି ହୋଇଥିଲା   ।

ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅଗ୍ରଗତି

୧. ବେଲଗ୍ରେଡ ସମ୍ମିଳନୀ (୧୯୬୧)

୧୯୬୧ ମସିହା ସେପ୍ଟେମ୍ବର ମାସରେ ଯୁଗୋସ୍ଲୋଭିଆର ରାଜଧାନୀ ବେଲଗ୍ରେଡଠାରେ ଗୋଷ୍ଠୀ ନୀରପେକ୍ଷ ରାଷ୍ଟ୍ରମାନଙ୍କର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା   । ଏଥିରେ ପୃଥିବୀର ୨୫ ଟି ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ର ଯୋଗଦେଇଥିଲେ   । ଏକମାତ୍ର ଇଉରୋପୀୟ ରାଷ୍ଟ୍ର ଯୁଗୋସ୍ଲୋଭିଆ ଏହି ସମ୍ମିଳନୀରେ ଅଂସ ଗ୍ରହଣ କରିଥିଲା   । ଏହି ସମ୍ମିଳନୀର ପ୍ରତିନିଧିମାନେ ବିଶ୍ଵଶାନ୍ତି ଓ ନୀରପେକ୍ଷ ନୀତି ପାଳନ ଉପରେ ଗୁରୁତ୍ଵ ଦେଇଥିଲେ   : ସମଗ୍ର ବିଶ୍ଵରେ ଅଣୁଅସ୍ତ୍ର ପ୍ରସ୍ତୁତି ଓ ପ୍ରୟୋଗକୁ ବିରୋଧ କରିଥିଲେ  ଓ ନୀରସ୍ତ୍ରୀକରଣ ସପକ୍ଷରେ ମତପ୍ରକାଶ କରିବା ସହିତ ପରମାଣୁ ଅସ୍ତ୍ର ପରୀକ୍ଷଣକୁ ସଂପୂର୍ଣ୍ଣରୂପେ ନିଷେଧ କରିବାକୁ ସୁପାରିସ କରିଥିଲେ   । ଉପନିବେଶବାଦ ଓ ସାମ୍ରାଜ୍ୟବାଦ ବିରୋଧରେ ଏଠାରେ ଏକ ସାଧାରଣ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା   । ପ୍ରତିନିଧିମାନେ ସଂଯୁକ୍ତ ରାଷ୍ଟ୍ରସଂଘ ସନନ୍ଦରେ ସେମାନଙ୍କର ଆସ୍ଥା ପ୍ରକଟ କରିଥିଲେ ଏହି ସମ୍ମିଳନୀ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ପ୍ରତି ବିଶ୍ଵବାସୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲା   ।

୨. କାଇରୋ ସମ୍ମିଳନୀ(୧୯୬୪)

ଇଜିପ୍ଟ ରାଜଧାନୀ କାଇରୋଠାରେ ଗୋଷ୍ଠୀ ନୀରପେକ୍ଷ ରାଷ୍ଟ୍ରମାନଙ୍କର ପରବର୍ତ୍ତୀ ସମ୍ମିଳନୀ ୧୯୬୪ ମସିହା ଅକ୍ଟୋବର ମାସରେ ଆହୁତ ହୋଇଥିଲା  । ଏଥିରେ ୪୭ ଟି ଦେଶର ପ୍ରତିନିଧି ଯୋଗଦେଇଥିଲେ  । ଏହି ସମ୍ମିଳନୀରେ ଶାନ୍ତି ଓ ଆନ୍ତର୍ଜାତିକ ସହଯୋଗ ଶୀର୍ଷକ ଏକ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା ଏବଂ ସାମ୍ରାଜ୍ୟବାଦ ଓ ଉପନିବେଶବାଦ ବିରୋଧରେ ଦୃଢ ସ୍ଵର ଲାଗିରହିଥିବା ପ୍ରତିଦ୍ୱନ୍ଦିତା ବିପକ୍ଷରେ ସମ୍ମିଳିତ ପ୍ରତିବାଦ ଜଣାଇ ଦିଆଯାଇଥିଲା  ।

୩. ଲୁସାକା (୧୯୭୦)

ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ସଦସ୍ୟମନେ ଜାମ୍ବିଆର  ରାଜଧାନୀ ଲୁସାକାଠାରେ ୧୯୭୦ ମସିହା ସେପ୍ଟେମ୍ବର ମାସରେ ଏକତ୍ରିତ ହୋଇଥିଲେ   । ଏହି ସମ୍ମିଳନୀରେ ୫୪ ଟି ରାଷ୍ଟ୍ର ଯୋଗଦାନ କରିଥିଲେ   । ସେଠାରେ “ଶାନ୍ତି ଓ ଆନ୍ତର୍ଜାତିକ  ସହଯୋଗ”  ଉପରେ ପୁନର୍ବାର ଗୁରୁତ୍ଵ ଆରୋପ କରାଯାଇଥିଲା  । ବିଶ୍ଵ ଉତ୍ତେଜନା ଦୂର କରିବାକୁ ସାମରିକ ମେଣ୍ଟଗୁଡିକୁ ନଷ୍ଟ କରି ଦେବା ପାଇଁ ଦୃଢମତ ପ୍ରକାଶ ପାଇଥିଲା   । ଉପନିବେଶବାଦକୁ ନିନ୍ଦା କରାଯାଇଥିଲା ଓ ସମସ୍ତ ସଭ୍ୟ ଉପନିବେଶବାଦକୁ ନିନ୍ଦା କରାଯାଇଥିଲା ଓ ସମସ୍ତ ସଭ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅର୍ଥନୀତିକ ସହଯୋଗ କାମନା କରାଯାଇଥିଲା   ।

୪. ଆଲକିୟର୍ସ ସମ୍ମିଳନୀ (୧୯୭୩)

ଆଫ୍ରିକା ମହାଦେଶସ୍ଥ ଆଲଜେରିଆର ରାଜଧାନୀ ଆଲଜିୟର୍ସଠାରେ ଗୋଷ୍ଠୀ ନୀରପେକ୍ଷ ଆନ୍ଦୋଳନର ପରବର୍ତ୍ତୀ ସମ୍ମିଳନୀ ୧୯୭୩ ମସିହା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା   । ସେଥିରେ ୭୬ ଟି ରାଷ୍ଟ୍ର ପ୍ରତିନିଧି ଯୋଗଦାନ କରି ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ଆଲୋଚନା କରିଥିଲେ ଏବଂ ଅର୍ଥନୈତିକ ଶୋଷଣକୁ ବିରୋଧ କରିଥିଲେ   । ପ୍ରତ୍ୟେକ ରାଷ୍ଟ୍ର ତାହାର ପ୍ରାକୃତିକ ସମ୍ପଦକୁ ଜାତୀୟକରଣ କରାଇବା ଏବଂ ଆଭ୍ୟନ୍ତରୀଣ ଅର୍ଥନୈତିକ କାର୍ଯ୍ୟକୁ ନିୟନ୍ତ୍ରଣ କରିବାର ଅଧିକାର ପାଇବା ଉଚିତ ବୋଲି ମତ ପ୍ରକାଶ ପାଇଥିଲେ  ।

୫. କଲମ୍ବୋ ସମ୍ମିଳନୀ (୧୯୭୬)

୧୯୭୬ ମସିହା ଅଗଷ୍ଟ ମାସରେ ୮୬ଟି ଦେଶ ପ୍ରତିନିଧି ନେଇ କଲମ୍ବୋଠାରେ ପଞ୍ଚମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ବସିଥିଲା   । ଆନ୍ତର୍ଜାତିକ କାରବାରରେ ବିକାଶୋନ୍ମୁଖୀ ରାଷ୍ଟ୍ରମାନେ ନ୍ୟାୟୋଚିତ ଅର୍ଥନୀତିଙ୍କ ଅଧିକାର ପାଇବା ଉପରେ ଏହି ସମ୍ମିଳନୀରେ ଗୁରୁତ୍ଵ ଆରୋପ କରାଯାଇଥିଲା   ।  ଏହା ବ୍ୟତିତ ସଂଯୁକ୍ତ ରାଷ୍ଟ୍ର ସଂଘ ନିରାପତ୍ତା ସ୍ଥାୟୀ ସଦସ୍ୟମାନଙ୍କର ଥିବା “ଭିଟୋ “କ୍ଷମତା ଉଚ୍ଛେଦ ନିମନ୍ତେ ଦାବି ଉପସ୍ଥାପନ କରାଯାଇଥିଲା   ।

୬. ହାଭାନା ସମ୍ମିଳନୀ  (୧୯୭୯)

ଆମେରିକା ମହାଦେଶସ୍ଥିତ କ୍ୟୁବାର ରାଜଧାନୀ ହାଭାନାଠାରେ ୧୯୭୯ ମସିହା ସେପ୍ଟେମ୍ବର ମାସରେ ଆହୁତ ହୋଇଥିବା ଷଷ୍ଠ ଗୋଷ୍ଠୀ ନୀରପେକ୍ଷ ସମ୍ମିଳନୀରେ ୯୪ ଟି ରାଷ୍ଟ୍ରର ପ୍ରତିନିଧି ଅଂଶଗ୍ରହଣ କରିଥିଲେ   ।  ଏହି ସମ୍ମିଳନୀରେ ବୃହତ ଶକ୍ତିଗୁଡିକର ଆଧିପତ୍ୟ ବିସ୍ତାର ନୀତିକୁ ନିନ୍ଦା କରାଯାଇଥିଲା   । ସାମରିକ ଘାଟିଗୁଡିକୁ ନଷ୍ଟ କରିଦେବାକୁ ଆହ୍ଵାନ ଦିଆଯାଇଥିଲା   । ଭାରତ ମହାସାଗରକୁ ଶାନ୍ତି ଅଞ୍ଚଳରୂପେ ରଖିବା ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା   ।

୭. ନୂଆଦିଲ୍ଲୀ ସମ୍ମିଳନୀ (୧୯୮୩)

୧୯୮୩ ମସିହା ମାର୍ଚ୍ଚ ମାସରେ ୭ ଦିନ ଧରି ଭାରତର ରାଜଧାନୀ ନୂଆଦିଲ୍ଲୀଠାରେ ୯୯ ଟି ଗୋଷ୍ଠୀ ନୀରପେକ୍ଷ ରାଷ୍ଟ୍ର ଏକ ଶିକ୍ଷାର ବୈଠକରେ ମିଳିତ ହୋଇଥିଲା  । ଏଠାରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗୀତା ଏବଂ ଆଣବିକ ଯୁଦ୍ଧରୁ ନିବୃତ୍ତ ରହିବାକୁ ରାଷ୍ଟ୍ରମାନଙ୍କୁ ନିବେଦନ କରାଯାଇଥିଲା  । ଏକ ଆନ୍ତର୍ଜାତିକ ଅର୍ଥବ୍ୟବସ୍ଥା ପ୍ରଚଳିତ ପାଇଁ ପଦକ୍ଷେପ ନେବାକୁ ମଧ୍ୟ ସୁପାରିସ କରାଯାଇଥିଲା  ।

୮. ହାରାରେ ସମ୍ମିଳନୀ (୧୯୮୬)

୧୯୮୬ ମସିହା ସେପ୍ଟେମ୍ବର ମାସରେ ଜିମ୍ବାଵେର ରାଜଧାନୀଜ ହାରାରେଠାରେ ଅଷ୍ଟମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ୧୦୧ ଟି ରାଷ୍ଟ୍ରର ପ୍ରତିନିଧି ଯୋଗଦେଇଥିଲେ   । ସେଠାରେ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନୀତିରେ ସମ୍ପୂର୍ନ୍ନ୍ଜ ବିଲୋପ ପାଇଁ ବିଷାଦ ଆଲୋଚନା କରାଯାଇ ପ୍ରସ୍ତାବ ଗୃହିତ ହୋଇଥିଲା  । ବିଶ୍ଵ ଅର୍ଥନୀତି ବ୍ୟବସ୍ଥା ପରିପ୍ରେକ୍ଷରେ ଆନ୍ତର୍ଜାତିକ ଅର୍ଥନୈତିକ ସହଯୋଗ ପାଇଁ ସେଠାରେ ଆହ୍ଵାନ ଦିଆଯାଇଥିଲା  । ଏହା ବ୍ୟତୀତ ନାମିବିଆର ସ୍ଵାଧୀନତା ଏବଂ କାମ୍ବୋଦିଆ , ଆଫଗାନିସ୍ତାନ ଓ ଇରାନ – ଇରାକ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା   ।

୯. ବେଲଗ୍ରେଡ ସମ୍ମିଳନୀ (୧୯୮୯)

ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର ନବମ ସମ୍ମିଳନୀ ୧୯୮୯ ମସିହା ସେପ୍ଟେମ୍ବରର ମାସରେ ପୁନର୍ବାର ଇଉରୋପସ୍ଥିତ ଯୁଗୋସ୍ଲୋଭିଆର ରାଜଧାନୀ ବେଲଗ୍ରେଡଠାରେ ଅନୁଷ୍ଠିତ ହୋଇଥିଲା   । ସେଠାରେ ୯୮ ଟି ରାଷ୍ଟ୍ରର ପ୍ରତିନିଧି ଯୋଗଦେଇଥିଲେ  । ଉତ୍ତର ଓ ଦକ୍ଷିଣ ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ଅର୍ଥନୈତିକ ସମ୍ପର୍କ ଏବଂ ନୂତନ ବିଶ୍ଵ ଅର୍ଥନୀତି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଓ ସହଯୋଗ ପାଇଁ ଏହି ସମ୍ମିଳନୀରେ ଗୁରୁତ୍ଵ ଦିଆଯାଇଥିଲା   ।

୧୦. ଜାକର୍ତ୍ତା ସମ୍ମିଳନୀ (୧୯୯୨)

ଦଶମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ୧୯୯୨ ମସିହା ସେପ୍ଟେମ୍ବର ମାସରେ ଇଣ୍ଡୋନେସିଆର କାକର୍ତ୍ତାଠାରେ ଅନୁଷ୍ଠିତ ହୋଇଥିଲା , ସେଠାରେ ୧୦୮ ଟି ସଭ୍ୟ ରାଷ୍ଟ୍ର ଯୋଗ ଦେଇଥିଲେ   । ଶୀତଳ ଯୁଦ୍ଧର ଅବସାନ ଏବଂ ଶୋଭିଏତ ସଂଘର ବିଲୟ ପରେ ଏହା ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅଟେ  । ଏଠାରେ ଶୀତଳ ଯୁଦ୍ଧର ଅବସାନ ପରେ ଗୋଷ୍ଠୀ ନୀରପେକ୍ଷ ଆନ୍ଦୋଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା ଏବଂ ଗଣତନ୍ତ୍ର ଓ ସାମାନତା ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା   ।

୧୧.କାର୍ଟୋଜେନା ସମ୍ମିଳନୀ (୧୯୯୫)

କଲମ୍ବିଆର କାର୍ଟୋଜେନା ଡି ଇଣ୍ଡିଆଜଠାରେ ଏକାଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ୧୯୯୫ ମସିହା ଅକ୍ଟୋବର ମାସରେ ୧୧୩ ଟି ସଭ୍ୟ ରାଷ୍ଟ୍ରଙ୍କ ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା  । ଏଠାରେ ଅନ୍ତର୍ଜାତିକ ସ୍ତରରେ ଅର୍ଥନୈତିକ , ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସହଯୋଗ ପ୍ରତିଷ୍ଠା ବିଷୟ ଉପସ୍ଥାପାନ କରାଯାଇଥିଲା   । ବିଶ୍ଵବ୍ୟାଙ୍କ ଓ ଅନ୍ତର୍ଜାତିକ ମୁଦ୍ରାପାଣ୍ଠିର ସଂସ୍କାର ଉପରେ ଗୁରୁତ୍ଵ ଦିଆଯାଇଥିଲା  । ଏହାବ୍ୟତୀତ ଆନ୍ତର୍ଜାତିକ ନିରପତ୍ତାରକ୍ଷା ନିରସ୍ତ୍ରୀକାରଣ ଏବଂ ଆତଙ୍କବାଦର ବିଲୋପ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା  ।

୧୨.ଡରବାନ ସମ୍ମିଳନୀ (୧୯୯୮)

୧୯୯୮ ମସିହା ସେପ୍ଟେମ୍ବର ମାସରେ ଦକ୍ଷିଣ ଆଫ୍ରିକାର ଡରବାନଠାରେ ଦ୍ଵାଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ୧୧୪ ଟି ସଭ୍ୟ ରାଷ୍ଟ୍ରର ପ୍ରତିନିଧି ଏକତ୍ର ହୋଇଥିଲେ   । ଯୁକ୍ତରାଷ୍ଟ୍ର ଆମେରିକା ଏହି ସମ୍ମିଳନୀରେ ପର୍ଯ୍ୟବେକ୍ଷଣ ରାଷ୍ଟ୍ର ଭାବରେ ଯୋଗଦେଇଥିଲା    । ଏହି ସମ୍ମିଳନୀରେ ଆନ୍ତର୍ଜାତିକ ସନ୍ତ୍ରାସବାଦ ଓ ଆଣବିକ ଅସ୍ତ୍ରଶସ୍ତ୍ରର ଦୂରୀକରଣ ବିପକ୍ଷରେ ଏକ ନ୍ୟାୟ ସଙ୍ଗତ ଆନ୍ତର୍ଜାତିକ ଅର୍ଥନୈତିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଆଲୋଚନା କରାଯାଇଥିଲା   । ଇସ୍ରାଏଲକୁ ପାଲେଷ୍ଟାଇନ ଏବଂ ଆରବୀୟ ଅଞ୍ଚଳରୁ ଓହରିଯିବାକୁ ଦାବି କରଯାଇଥିଲା   ।

୧୩. କୁଆଲାଲମ୍ଫୁର ସମ୍ମିଳନୀ (୨୦୦୩)

ମାଲୟେସିଆର କୁଆଲାଲମ୍ଫୁର ଠାରେ ତ୍ରୟୋଦଶ ଗୋଷ୍ଠୀନିରପେକ୍ଷ ସମ୍ମିଳନୀ ୨୦୦୩ ମସିହା ଫେବୃଆରୀ ମାସରେ ୧୧୪ ଟି ମଧ୍ୟରୁ ୧୧୨ ଟି ସଭ୍ୟ ରାଷ୍ଟ୍ରର ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା  , ଏଠାରେ ଗୋଷ୍ଠୀନିରପେକ୍ଷ ଆନ୍ଦୋଳନକୁ ଅଧିକ ଶକ୍ତି ଶାଳି କରିବା ଓ ସଂଯୁକ୍ତ ରାଷ୍ଟ୍ରସଂଘର ଦୂରୀକରଣ ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା   । ଏହା ବ୍ୟତୀତ ଇରାକ ଓ ଦକ୍ଷିଣ କୋରିଆ ସମସ୍ୟା ଏବଂ ବିଶ୍ଵ ସନ୍ତ୍ରାସବାଦ ମୂଳୋତ୍ପାଟନ ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା   ।

୧୪. ହାଭାନା ସମ୍ମିଳନୀ (୨୦୦୬)

ଚତୁର୍ଦ୍ଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ପୁନର୍ବାର କ୍ୟୁବାର ହାଭାନାଠାରେ ୨୦୦୬ ମସିହା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା   । ଏଠାରେ ୧୧୮ ଟି ସଭ୍ୟ ରାଷ୍ଟ୍ରର ପ୍ରତିନିଧି ଯୋଗ ଦେଇ ବିଶ୍ଵର ବିଭିନ୍ନ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ତାର ସହଯୋଗୀ ରାଷ୍ଟ୍ରମାନଙ୍କର ଏକଚାଟିଆ ଆଧିପତ୍ୟ ପ୍ରତିଷ୍ଠାନ ପ୍ରଚେଷ୍ଟାକୁ ବିରୋଧ କରିଥିଲେ ବିଭିନ୍ନ ରାଷ୍ଟ୍ରର ଅଭ୍ୟନ୍ତରୀଣ ବ୍ୟାପାରରେ ବୈଦେଶିକ ହସ୍ତକ୍ଷେପ ଏବଂ ବଳପୂର୍ବକ ଶାସନ ପରିବର୍ତ୍ତନ ମଧ୍ୟ ଏଠାରେ ନିନ୍ଦା କରାଯାଇଥିଲା    ।

୧୫. ଶାର୍ମ ଏଲ ଶେଖ ସମ୍ମିଳନୀ (୨୦୦୯)

ଇନିଷ୍ଟର ଶର୍ମାଏଲ ଶେଖଠାରୁ ୧୧୮ ଟି ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରର ପ୍ରତିନିଧି ୨୦୦୯ ମସିହା ଜୁଲାଇ ମାସରେ ପଞ୍ଚଦାସ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଏକତ୍ର ହୋଇ ସେଠାରେ ପୃଥିବୀର ଅର୍ଥନୈତିକ ସଙ୍କଟ ଏବଂ ବିଭିନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ଉପୁଜୁଥିବା ରାଜନୈତିକ ଉତ୍ତେଜନା ଓ ଦ୍ଵନ୍ଦ ସମ୍ପର୍କରେ ଆଲୋଚନା କରିଥିଲେ   ।

ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ – ସାରଣୀ

 

ଆନ୍ଦୋଳନ

ସମୟ

ସ୍ଥାନ

ପ୍ରଥମ

୧୯୬୧

ବେଲଗ୍ରେଡ

ଦ୍ଵିତୀୟ

୧୯୬୪

କାଇରୋ

ତୃତୀୟ

୧୯୭୦

ଲୁସାକା

ଚତୁର୍ଥ

୧୯୭୩

ଆଲକିୟର୍ସ

ପଞ୍ଚମ

୧୯୭୬

. କଲମ୍ବୋ

ଷଷ୍ଠ

୧୯୭୯

ହାଭାନା

ସପ୍ତମ

୧୯୮୩

ନୂଆଦିଲ୍ଲୀ

ଅଷ୍ଟମ

୧୯୮୬

ହାରାରେ

ନବମ

୧୯୮୯

ବେଲଗ୍ରେଡ

ଦଶମ

୧୯୯୨

ଜାକର୍ତ୍ତା

ଏକାଦଶ

୧୯୯୫

କାର୍ଟୋଜେନା

ଦ୍ଵାଦଶ

୧୯୯୮

ଡରବାନ

ତ୍ରୟୋଦଶ

୨୦୦୩

କୁଆଲାଲମ୍ଫୁର

ଚତୁର୍ଦ୍ଦଶ

୨୦୦୬

ହାଭାନା

ପଞ୍ଚଦଶ

୨୦୦୯

ଶାର୍ମ ଏଲ ଶେଖ

 

ଏହି ସମୟମଧ୍ୟରେ ପ୍ରଭୂତ ପରିବର୍ତ୍ତନ ପରିଲିଖିତ ହୋଇଥିଲା   । ସୋଭିଏତ ସଂଘ ଓ ପୂର୍ବ ଇଉରୋପରେ କମ୍ଫୁନିଷ୍ଟବାଦର ବିଲୋପ ହେବା ସଙ୍ଗେ ସଙ୍ଗେ ସୋଭିଏତ ମହାଶକ୍ତିର ମଧ୍ୟ ବିଲୟ ଘଟିଥିଲା   । ସାମରିକ ମେଣ୍ଟମାନ ଭାଙ୍ଗି ଯାଇଥିଲା ଏବଂ ଶୀତଳ ଯୁଦ୍ଧର ଅନ୍ତ ହୋଇଥିଲା   । ଏହା ପରିବର୍ତ୍ତିତ ପରିସ୍ଥିତିରେ ଏହି ସମ୍ମିଳନୀ ଗୁଡିକରେ ଆତଙ୍କବାଦ ଓ ଗଣବିଧ୍ଵଂସି ଅସ୍ତ୍ରଶସ୍ତ୍ର ବିରୋଧରେ ପ୍ରସ୍ତାବବାନ ଗ୍ରହଣ କରାଯାଇଥିଲା   । ଏହା ବ୍ୟତୀତ ଜଗତୀକରଣ ଓ ବିଶ୍ଵ ବାଣିଜ୍ୟକ ସଂଗଠନରେ ଅଂଶଗ୍ରହଣ କରିବାର ଧାରା ଚାଲୁ ରଖିବା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା   ।

ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅବଦାନ

ଶୀତଳ ଯୁଦ୍ଧ, ମହାଶକ୍ତି ମେଣ୍ଟ ଓ ସାମରିକ ଗୋଷ୍ଠୀ ଗଠନ ଯୁଗରେ ବିଶ୍ଵଶାନ୍ତି ପ୍ରତିଷ୍ଠା ପାଇଁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି   । ଶୀତଳ ଯୁଦ୍ଧର ଅନ୍ତ ଦିଗରେ ଏହା ସଫଳ ପଦକ୍ଷେପ ନେଇ ପାରିଛି   । ଏହା ବିଶ୍ଵରୁ ଉପନିବେଶବାଦର ବିଲୟକୁ ତ୍ୱରାନିତ କରିଛି   । ନୂତନ ଭାବରେ ସ୍ଵାଧୀନ ହୋଇଥିବା ରାଷ୍ଟ୍ରଗୁଡିକ ଏକତ୍ରିତ ହେବାଦ୍ଵାରା ଗୋଟିଏ ତୃତୀୟ ବିଶ୍ଵର ଅଭ୍ୟୁଦୟ ଘଟିଛି  । ଦକ୍ଷିଣ ଆଫ୍ରିକାର ଘୃଣ୍ୟ ବର୍ଣ୍ଣବୈଷମ୍ୟବାଦର ଅନ୍ତ ଦିଗରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଉଦ୍ୟମ ପ୍ରଶଂସନୀୟ   । ଏହା ଶୀତଳ ଯୁଦ୍ଧ ପରିପ୍ରେକ୍ଷରେ ପୃଥିବୀରେ ଗଢିଉଠିଥିବା ବିଭିନ୍ନ ସାମରିକ ମେଣ୍ଟକୁ ବିରୋଧ କରିବା ସହିତ ନୂତନ ଭାବରେ ସ୍ଵାଧୀନତା ପ୍ରାପ୍ତ ରାଷ୍ଟ୍ରମାନଙ୍କର ସେଗୁଡିକରେ ଯୋଗଦାନକୁ ନିରୂତ୍ସାହିତ କରିଥିଲେ   । ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠିତ , କେନ୍ଦ୍ରୀୟ ଚୁକ୍ତି ସଂଗଠନ ଓ ୱାରିଶ ଚୁକ୍ତି ଆଦିର ବିଫଳତା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟ ଦକ୍ଷତା ପ୍ରମାଣ ଦିଏ  । ଏହାର ପ୍ରଚେଷ୍ଟା  ଫଳରେ ପାରମ୍ପରିକ ଓ ଅଣ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପ୍ରତିଯୋଗୀତା ସଙ୍କୁଚିତ ହୋଇପାରିଛି   । ଏହାଦ୍ଵାରା ସଂଯୁକ୍ତ ରାଷ୍ଟ୍ରସଂଘର କାର୍ଯ୍ୟକ୍ରମକୁ ଅଧିକ ଗନ୍ତନ୍ତ୍ରିକ କରାଯାଇ ପାରିଛି ଏବଂ ପ୍ରଚଳିତ ରାଜନୀତିର ଗତି ଓ ରୂପରେଖକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦିଆଯାଇ ପାରିଛି   । ଏହି ଆନ୍ଦୋଳନ ଯୋଗୁଁ ଦୁର୍ବଳ ରାଷ୍ଟ୍ରମାନେ ସ୍ଵତନ୍ତ୍ର ପରିଚୟ ଲାଭ କରିଛନ୍ତି ଏବଂ ତୃତୀୟ ବିଶ୍ଵର ଶକ୍ତିମାନେ ବିଶ୍ଵଶାନ୍ତି ଓ ମାନବୀୟ ଭ୍ରାତୃତ୍ଵର ସଫଳ ପ୍ରସାର କରି ପାରିଛନ୍ତି   ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate