অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏକ ନୂତନ ବିଶ୍ଵ ଅଭିମୁଖ 1919-1945

ଫାସିବାଦ ଓ ନାଜିବାଦର ବିକାଶ

ପ୍ରଥମ ବିଶ୍ଵଯୁଦ୍ଧର ଅବ୍ୟବହିତ ପରେ ପୃଥିବୀରେ ଘଟିଥିବା ଅଭୁତପୂର୍ବ ସାମାଜିକ , ଅର୍ଥନୈତିକ ଓ ରାଜନୈତିକ ପରିବର୍ତ୍ତନ ଜନସାଧାରଣଙ୍କୁ ଏକ ନୂତନ ବିଶ୍ଵ ଅଭିମୁଖେ ଅଗ୍ରସର ହେବା ପାଇଁ ପାଠ ଉନ୍ମୁକ୍ତ କରିଥିଲା   । ପ୍ରଥମ ବିଶ୍ଵଯୁଦ୍ଧର ଫଳ ସ୍ୱରୂପ ପୃଥିବୀରେ ରାଜନୈତିକ ଅସ୍ଥିରତା , ଅର୍ଥନୈତିକ ସଙ୍କଟ , ସମାଜବାଦୀ ଓ ସାମ୍ୟବାଦୀ ଆନ୍ଦୋଳନ , ଜାତିୟତାବାଦୀ  ଜନଜାଗରଣ ଆଦି ବିଭିନ୍ନ ସମସ୍ୟା ଦେଖା ଦେଇଥିଲା   । କ୍ରମଶଃ ଏହି ସମସ୍ୟାଗୁଡିକ ଅଧିକ ଗମ୍ଭୀର ରୂପ ଧାରଣ କରିଥିଲା   ।

ପ୍ରଥମବିଶ୍ଵଯୁଦ୍ଧର ପ୍ରଭାବରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇଉରୋପର ଅଧିକାଂଶ ଦେଶରେ ବାଣିଜ୍ୟ ବ୍ୟବସାୟ ବାଧାପ୍ରାପ୍ତ ହୋଇଥିଲା   । ବିଶ୍ଵଯୁଦ୍ଧ ସମୟରେ ଯୁଦ୍ଧ ସାମଗ୍ରୀ ଉତ୍ପାଦନ ପାଇଁ ଗଢି ଉଠିଥିବା କଳ କାରଖାନାଗୁଡିକ ଯୁଦ୍ଧପରେ ବନ୍ଦ ହୋଇଯାଇଥିଲା   । ତେଣୁ ଅନେକ ଶ୍ରମିକ ବେକାର ହୋଇଗଲେ   । ବେସାମରିକ ସାମଗ୍ରୀ ଉତ୍ପାଦନ ପାଇଁ ଉଦ୍ଦିଷ୍ଟ କଳ କାରଖାନାରେ ଶ୍ରମିକମାନେ ଅଧିକ ମଜୁରି ଦାବିକରି ଧର୍ମଘଟ କଲେ   । ଲୋକଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ଯାଇଥିବାରୁ ବଜାରରେ କେତେକ ଶିଳ୍ପଜାତ ଦ୍ରବ୍ୟର ଚାହିଦା କମିଗଲା   । କଳକାରଖାନା ଗୁଡିକରେ ଉତ୍ପାଦନ ହ୍ରାସ ପାଇଲା   । ଶିଳ୍ପପତିମାନେ ବାଧ୍ୟ ହୋଇ କେତେକ କଳକାରଖାନା ବନ୍ଦ କରିଦେଲେ   ।

ଫଳରେ ଲକ୍ଷ ଲକ୍ଷ ଶ୍ରମିକ ବେକାର ହୋଇଗଲେ   । ଉତ୍ପାଦନ ହ୍ରାସହେବା ଯୋଗୁଁ ଶିଳ୍ପଜାତ ଦ୍ରବ୍ୟଗୁଡିକର ମୂଲ୍ୟ ବିଶେଷ ଭାବରେ ବୃଦ୍ଧି ପାଇଲା   । ଜନସାଧାରଣ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିଲା ନାହିଁ   । ଅନେକ ବ୍ୟାଙ୍କ ଅଚଳ ହୋଇଗଲା   । ଲୋକମାନେ ସେମାନଙ୍କର ସଞ୍ଚିତ ଅର୍ଥ ହରାଇଲେ   । ୧୯୨୯ ମସିହାରୁ ୧୯୩୩ ମସିହା ମଧ୍ୟରେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଏହି ଅର୍ଥନୈତିକ ସଙ୍କଟ ଉତ୍କଟ ରୂପ ଧାରଣ କରିଥିଲା   ।

କୃଷି କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା ଶିଳ୍ପ ବିପ୍ଲବ ଯୋଗୁଁ କୃଷିକ୍ଷେତ୍ର ଗୁଡିକରେ ଯାନ୍ତ୍ରିକ ପଦ୍ଧତିର ବିନିଯୋଗ ଫଳରେ କୃଷି ଉତ୍ପାଦନ ବିଶେଷ ଭାବରେ ବୃଦ୍ଧି ପାଇଥିଲେ   । କିନ୍ତୁ ଯୁଦ୍ଧ ଯୋଗୁଁ ବାଣିଜ୍ୟ ବ୍ୟବସାୟ ବନ୍ଦ ହୋଇଯିବା ଫଳରେ କୃଷିଜାତ ଦ୍ରବ୍ୟର ବିକ୍ରୟ ହୋଇପାରିଲା ନାହିଁ   । ତେଣୁ ଅଧିକ କୃଷି ଉତ୍ପାଦନ କରୁଥିବା ଦେଶଗୁଡିକ କ୍ଷତିଗ୍ରସ୍ତ ହେଲେ   । କୃଷି ଶ୍ରମିକଙ୍କର ଦୂରବସ୍ଥା ବଢିଲା   ।

ଉତ୍ପାଦନର ଦୁଇ ମୁଖ୍ୟ ଉତ୍ସ କୃଷି ଓ ଶିଳ୍ପ କ୍ଷେତ୍ରରେ ଏପ୍ରକାରର ସଙ୍କଟ ଯୋଗୁଁ ଚାରିଆଡେ ଅଭାବ ଓ ଅନାଟନ ଦେଖାଦେଲା   । ଦାରିଦ୍ର୍ୟ ଓ ବେକାରି ବୃଦ୍ଧିପାଇ ଆଇନ ଶୃଙ୍ଖଳାରକ୍ଷା କ୍ଷେତ୍ରରେ ସମସ୍ୟା ଦେଖାଗଲା   । କେତେକ ଦେଶରେ ସେମାନଙ୍କର ସରକରାଙ୍କ ବିରୋଧରେ ଜନମତ ପ୍ରକାଶ ପାଇଲା ଏବଂ ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାର ଉନ୍ନତ ଦାବିକରି ଶ୍ରମିକମାନେ ଆନ୍ଦୋଳନ କଲେ   । ଦେଶରେ ଥିବା ସମାଜବାଦୀ ଓ ସାମ୍ୟବାଦୀ ଦଳଗୁଡିକ ଶ୍ରମିକ ଆନ୍ଦୋଳନର ନେତୃତ୍ଵ ନେଲେ   । ଏହି ଆନ୍ଦୋଳନର ଲକ୍ଷଥିଲା ବିପ୍ଲବ ଦ୍ଵାରା ରାଜତନ୍ତ୍ର ଲୋକ ପରି ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବା   । ଜମିଦାର , ପୁଞ୍ଜିପଟି ଓ ଶିଳ୍ପପତିମାନେ ଶ୍ରମିକ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟାକଲେ   । ସେଥିପାଇଁ ସେମାନେ ସ୍ଵେଚ୍ଛାଚାରୀ ତଥା ଉଗ୍ରବାଦୀ ଶକ୍ତିମାନଙ୍କର ସାହାଯ୍ୟ ନେବାକୁ ବାହାରିଲେ   । ଏହି ପରିସ୍ଥିତିରେ ସୁଯୋଗ ନେଇ କେତେକ ସ୍ଥାନରେ ଉଗ୍ର ଜାତୀୟତାବାଦୀ ଟହଟା ଏକଛତ୍ରବାଦୀ ଶକ୍ତିମାନଙ୍କର ଉତ୍ଥାନ ଘଟିଲା   । ଏହି ଶକ୍ତିମାନଙ୍କୁ ଫାସୀବାଦ ନାମରେ ପରିଚିତ ହେଲା   । ଫାସୀବାଦର ମୂଳଲକ୍ଷ୍ୟ ହେଲା ହିଂସାତ୍ମକ ପନ୍ଥାଦ୍ଵାରା ଜଣେ କିମ୍ବା ମୃଷ୍ଟିମେୟ ବ୍ୟକ୍ତିଙ୍କ ହାତରେ ସମସ୍ତ ଶାସନକ୍ଷମତା କେନ୍ଦ୍ରୀଭୂତ କରି ଦେଶରେ ଏକଛାତ୍ର ଶାସନ ପ୍ରତିଷ୍ଠା କରିବା   । ଫାସୀବାଦୀମାନେ ବହୁଦଳୀୟ ଶାସନର ବିରୋଧକରି ଏକଦଳୀୟ ଶାସନରେ ବିଶ୍ଵାସ କରୁଥିଲା   । ପ୍ରଥମେ ଇଟାଲୀ ଓ ଜର୍ମାନୀ ଦେଶରେ ଫାସୀବାଦୀ ଆନ୍ଦୋଳନର ସୂତ୍ରପାତ ହୋଇଥିଲା   ।

ଇଟାଲୀରେ ଫାସୀବାଦର ବିକାଶ

Benito Musolinପ୍ରଥମ ବିଶ୍ଵଯୁଦ୍ଧ ପରେ ଇଟାଲୀ ଦେଶରେ ଫାଶୀବାଦର ବିକାଶ ଘଟିଥିଲା   । ଲାଟିନ ଶବ୍ଦ ଫାସିସ ରୁ ଫାସୀବାଦର ସୃଷ୍ଟି   । ଫାସିସ ଶବ୍ଦର ଅର୍ଥ ବିଡାଏ କାଠି ବା କୁରାଢି ସହିତ ବିଡାଏ କାଠି   । ଇଟାଲୀର ଏକ ଉଗ୍ର ଜାତୀୟବାଦୀ ଦଳ ତାର ଦଳୀୟ ସଂକେତ ରୂପେ କୁରାଢି ସହିତ କାଠିବିଡାକୁ ବ୍ୟବହାର କରୁଥିବାରୁ ସେହିଦଳକୁ ଫାସୀବାଦୀ ଦଳ ଏବଂ ସେହି ଦଳର ଚିନ୍ତାଧାଡ଼ାକୁ ଫାସୀବାଦ କୁହାଗଲା   ।  ସେ ସମୟରେ ଇଟାଲୀ ଦେଶର ଆଭ୍ୟନ୍ତରୀଣ ପରିସ୍ଥିତି ଫାସୀବାଦର ବିକାଶ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା   । ଉପନିବେଶ ଲାଭ ଆଶାରେ ଇଟାଲୀ ମିତ୍ରଶକ୍ତି ପକ୍ଷରେ ପ୍ରଥମ ବିଶ୍ଵଯୁଦ୍ଧରେ ଯୋଗ ଦେଇଥିଲେ   । କିନ୍ତୁ ପ୍ୟାରିସ ଶାନ୍ତି ସମ୍ମିଳନୀରୁ ତାହାକୁ ନିରାଶ ହୋଇ ଫେରିବାକୁ ପଡିଥିଲା   । ଫଳରେ ବିଜୟୀ ଶକ୍ତି ଭାବଏ ତାହାର ଅହମିକା ରହିଲା ନାହିଁ    । ତାହାର ଜାତୀୟ ସମ୍ମାନ ହାନି ଘଟିଲା   । ଯୁଦ୍ଧ ପରେ ଦେଶର ଆର୍ଥିକ ଅବସ୍ଥାରେ ଘୋର ଅବନତି ଦେଖାଦେଇଥିଲା   । ଦାରିଦ୍ର୍ୟ , ବେକାରି, ଶ୍ରମିକ , ଅଶାନ୍ତି , ଧର୍ମଘଟ ଏବଂ ହିଂସାକାଣ୍ଡ ଦ୍ଵାରା ଦେଶର ଅବସ୍ଥା ବିପର୍ଯ୍ୟୟ ହୋଇପଡିଥିଲା   । କୃଷି ଓ ଶିଳ୍ପଶ୍ରମିକମାନଙ୍କର  ଅବସ୍ଥା ଶୋଚନୀୟ ହୋଇ ପଡିବାରୁ ସେମାନେ ଆନ୍ଦୋଳନ କଲେ   । ଶିଳ୍ପପତି, ପୁଞ୍ଜିପତି , ବ୍ୟବସାୟୀ ତଥା ଜମିଦାରମାନେ ଏହି ଆନ୍ଦୋଳନ ଯୋଗୁଁ ଭୟଭୀତ ହୋଇପଡିଲେ  । ଶ୍ରମିକ ଆନ୍ଦୋଳନକୁ ଦମନ କରିବା ନିମନ୍ତେ ସେମାନେ ଇଟାଲୀରେ ଗଢିଉଠିଥିଲା ଫାସୀବାଦୀ ଦଳକୁ ସାହାଯ୍ୟକଲେ   , ଯାହାଦ୍ଵାରା ଫାସୀବାଦୀ ଆନ୍ଦୋଳନ ଦୃଢ ହୋଇଥିଲା   ।

ଇଟାଲୀ ଦେଶରେ ଏହି ଫାସୀବାଦି ଆନ୍ଦୋଳନର କର୍ଣ୍ଣଧାର ଥିଲେ ବେନିତୋ ମୁସୋଲିନ  । ୧୮୮୩ ମସିହାରେ ଇତଲାଇର ରୋମାନଠାରେ ସେ ଜନ୍ମଗ୍ରହଣ କରିଥିଲେ   । ପ୍ରଥମେ ସେ ଶିକ୍ଷକତା କରୁଥିଲେ   । ପ୍ରଥମବିଶ୍ଵଯୁଦ୍ଧରେ ଜଣେ ସୈନିକ ଭାବରେ କାର୍ଯ୍ୟ କରୁଥିଲେ   । ଯୁଦ୍ଧ ଶେଷରେ ସେ ଯୁଦ୍ଧଫେରନ୍ତା ବେକାର ସୈନିକ , ଦେଶଭକ୍ତ ନାଗରିକ ଓ ରାଜତନ୍ତ୍ର ବିରୋଧୀ କେତେକ ଲୋକଙ୍କୁ ନେଇ ଗୋଟିଏ ଦଳ ଗଢିଥିଲେ   । ସମୟକ୍ରମେ ଏହି ଦଳ ଫାସୀବାଦି ଦଳ ନାମରେ ପରିଚିତ ହେଲା   । ସମାଜବାଦୀ ଓ ସାମ୍ୟବାଦି ଆଦର୍ଶରେ ଅନୁପ୍ରାଣିତ ଶ୍ରମିକ ଆନ୍ଦୋଳନକୁ ଦମନ କରିବା ପାଇଁ ଏହି ଦଳ ଆଗେଇ ଆସିଲା   । ଏହି ଦଳର ତତ୍ତ୍ବାବଧାନରେ ତାଲିମପ୍ରାପ୍ତ ସ୍ଵେଚ୍ଚାସେବକମାନଙ୍କୁ ନେଇ ଏକ ସଶସ୍ତ୍ର ବାହିନୀ ଗଠନ କରାଯାଇଥିଲା   । କଳା ପୋଷାକ ପରିଧାନ କରୁଥିବାରୁ ସେମାନଙ୍କୁ “ କଳାକୁର୍ତ୍ତା ବାହିନୀ “ ବୋଲି କୁହାଗଲା   । ସେମାନେ ମୁଖ୍ୟତଃ ସମାଜବାଦୀ ଓ ସାମ୍ୟବାଦୀ ମାନଙ୍କର ବିରୋଧୀଥିଲେ   । ଇଟାଲୀର ରାଜା ତୃତୀୟ ଭିକ୍ଟର ଇମାନୁଏଲ ବିପର୍ଯ୍ୟସ୍ତ ଶାନ୍ତିଶୃଙ୍ଖଳା ଓ ଆର୍ଥିକ ସ୍ଵଚ୍ଛଳତା ଫେରାଇ ଆଣିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ   । ଅନ୍ୟ ପକ୍ଷରେ ମୁସୋଲିନ ନେତୃତ୍ଵରେ ଫାସୀବାଦୀ ଦଳ ଜାତୀୟ ଐକ୍ୟ, ସାମ୍ରାଜ୍ୟ ବିସ୍ତାର , ଯୁଦ୍ଧନୀତି , ଜାତୀୟ ଶକ୍ତି ଓ ଇଟାଲୀର ଗୌରବ ବୃଦ୍ଧିରେ ବିଶ୍ଵାସକରେ ବୋଲି ଘୋଷଣା କରିଥିଲେ   ।

ଏହି ପରିସ୍ଥିତିରେ ୧୯୨୧ ମସିହାରେ ଇଟାଲୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା   । ସେହି ନିର୍ବାଚନରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିଲେ ନାହିଁ  । ବଳପୂର୍ବକ କ୍ଷମତା ଅଧିକାର କରି ଏକଛତ୍ରଶାସନ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ମୁସୋଲିନ ତାଙ୍କର ଅନୁଗାମୀଙ୍କ ସହିତ ୧୯୨୨ ମସିହାଅକ୍ଟୋବର ୨୮ ତାରିଖ ଦିନ ଇଟାଲୀର ରାଜଧାନୀ ରୋମ ଅଭିମୁଖେ ଅଗ୍ରସର ହେଲେ   । ଏଥିରେ ଭୟଭୀତ ହୋଇ ଇଟାଲୀର ରାଜା ଭିକ୍ଟର ଇମାନୁଏଲ ତୃତୀୟ ମୁସୋଲିନଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କଲେ   । ୧୯୨୨ ମସିହା ଅକ୍ଟୋବର ୨୯ ତାରିଖ ଦିନ ମୁସୋଲିନା ଇଟାଲୀର ପ୍ରଧାନମନ୍ତ୍ରୀ  ହେଲେ   ।

କ୍ଷମତାକୁ ଆସିବା ପରେ ଇଟାଲୀରେ ଏକଛତ୍ର ଶାସନ ପ୍ରତିଷ୍ଠା ନିମନ୍ତେ ଫାସୀବାଦୀମାନେ ବିଭିନ୍ନ ପଦକ୍ଷେପ ନେଲେ   । ସମାଜବାଦୀ ଓ ସାମ୍ୟବାଦୀ ନେତାମାନଙ୍କ ମଧ୍ୟରେ ଅନେକଙ୍କୁ ହତ୍ୟା କରାଗଲା  । କେତେକଙ୍କୁ ବନ୍ଦୀ କରାଗଲା କିମ୍ବା ନିର୍ବାସନ ଦଣ୍ଡ ଦିଆଗଲା   । ନିର୍ବାଚନ ଆଇନରେ ବ୍ୟାପକ ପରିବର୍ତ୍ତନ କରାଗଲା   । ଇଟାଲୀର ସଂସଦୀୟ ବ୍ୟବସ୍ଥାକୁ ଅକାମି କରିଦିଆଗଲା   । ମହା ପରିଷଦ ନାମକ ଏକ ନୀତି ନିର୍ଦ୍ଧାରଣ ସଂସ୍ଥା ପ୍ରତିଷ୍ଠା କରି ମନ୍ତ୍ରୀମଣ୍ଡଳରେ ସ୍ଵାଧୀନତା ଉପରେ ଅଙ୍କୁଶ ଲଗାଇ ଦିଆଗଲା   । ଫଳରେ ୧୯୨୪ ମସିହାରେ ନିର୍ବାଚନରେ ଫାସୀବାଦୀ ଦଳ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠ ହେଲା ଏବଂ ମୁସୋଲିନଙ୍କର ପ୍ରତିପତ୍ତି ଓ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଲା   । ୧୯୨୬ ମସିହାରେ ଫାସୀବାଦୀ ଦଳ ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳ ବେଆଇନ ଘୋଷିତ ହେଲେ   । ଇଟାଲୀରେ ଏକ ଦଳୀୟ ଶାସନ ପ୍ରତିଷ୍ଠିତ ହେଲା   । ସର୍ବଜନୀନ ଭୋଟ ପ୍ରଥା ଉଠାଇ ଦିଆଗଲା   । ସମ୍ବାଦପତ୍ରଗୁଡିକର ସ୍ଵାଧୀନତା କାଢିନିଆଗଲା   । ଶିକ୍ଷା ପଦ୍ଧତିକୁ ନିୟନ୍ତ୍ରଣ କରାଯାଇ ସାମରିକ ଶିକ୍ଷାକୁ ବାଧ୍ୟତାମୂଳକ କରାଗଲା   । ଇଟାଲୀରୁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଅବସାନ ଘଟିଲା   । ଦେଶର ସମସ୍ତ ଶାସନ କ୍ଷମତା ଫାସୀବାଦୀ ଦଳର ମୁଖ୍ୟ ମୁସୋଲିନଙ୍କ ହାତରେ କେନ୍ଦ୍ରୀଭୂତ ହେଲା ଏବଂ ସେ ଇଟାଲୀର ସର୍ବେସର୍ବା ହେଲେ   ।

ଫାସୀବାଦୀ ଦଳର ଅଭ୍ୟୁଦୟକୁ ଇଟାଲୀର ସାଧାରଣ ଜନତା ବିରୋଧୀ କରିନଥିଲେ   । ସେମାନଙ୍କ ବିଶ୍ଵାସ ଥିଲା ଯେ ଏକମାତ୍ର ଫାସୀବାଦୀ ଦଳ ହିଁ ଦେଶରୁ ଅରାଜକତା ଦୂର କରି ପାରିବ   । ଅନ୍ୟପକ୍ଷରେ ଦେଶର ସେନାବାହିନୀ, ପୁଞ୍ଜିପତି ଓ ବ୍ୟବସାୟୀ ଗୋଷ୍ଠୀ ନିଜର ସ୍ଵାର୍ଥ ଓ ସୁବିଧା ଦୃଷ୍ଟିରୁ ଫାସୀବାଦୀ ଦଳକୁ ନୀରବରେ ସମର୍ଥନ କଲେ ଏବଂ ଏହାର ପ୍ରଭାବ ବିସ୍ତାରରେ ସାହାଯ୍ୟ କଲେ   ।

ଜର୍ମାନୀରେ ନାଜିବାଦର ବିକାଶ

ପ୍ରଥମ ବିଶ୍ଵଯୁଦ୍ଧ ପରେ ଇଟାଲୀ ଦେଶପରି ଜର୍ମାନୀ ଦେଶରେ ମଧ୍ୟ ରାଜନୈତିକ ଅସ୍ଥିରତା , ଅର୍ଥନୈତିକ ସଙ୍କଟ , ଦାରିଦ୍ର୍ୟ , ବେକାରି , ଧର୍ମଘଟ , ହିଂସାକାଣ୍ଡ ଆଦି ଦେଖା ଦେଇଥିଲା   । ପ୍ରଥମ ବିଶ୍ଵଯୁଦ୍ଧରେ ଜର୍ମାନୀର ପରାଜୟ ଓ ଭର୍ସାଇ ସନ୍ଧିର କଠୋର ଅପମାନ ଜଣକ ସର୍ତ୍ତାବଳି ଦ୍ଵାରା ଜର୍ମାନଜାତି ମର୍ମାହାତ ହୋଇଥିଲେ   । ଦେଶରେ ଗଣବିପ୍ଲବ  ଦେଖାଦେଲା   । ଏହାର ମୁକାବିଲା କରିନପାରି କାଇଜର ଦ୍ଵିତୀୟ ଉଇଲିୟମ ଦେଶଛାଡି ନେଦରଲ୍ୟାଣ୍ଡ ଚାଲିଗଲେ   । ଜର୍ମାନୀରେ ରାଜତନ୍ତ୍ରର ପତନ ଘଟିଲା ସାଧାରଣନ୍ତ୍ର ଶାସନ ପ୍ରତିଷ୍ଠା ହେଲା   । ଏହାକୁ “ ୱେମର”ସାଧାରଣତନ୍ତ୍ର କୁହାଗଲା   । କିନ୍ତୁ ଏହି ରାଜନୈତିକ ପରିବର୍ତ୍ତନ ସତ୍ତ୍ୱେ ଦେଶର ଆର୍ଥନୈତିକ ଅବସ୍ଥାରେ କୌଣସି ଉନ୍ନତ ଘଟିଲା ନାହିଁ   । ଶାସନ ପରିଚାଳନାରେ ପୁଞ୍ଜିପତି ବ୍ୟବସାୟୀ ଓ ଶିଳ୍ପପତିମାନଙ୍କର ପ୍ରାଧାନ୍ୟ ପୂର୍ବପରି ରହିଲା   । ସମାଜବାଦୀ ଓ ସାମ୍ୟବାଦୀ ଦଳମାନଙ୍କ ନେତୃତ୍ଵରେ ଶ୍ରମିକ ଆନ୍ଦୋଳନ ଆରମ୍ଭ ହେଲା   । ଏହି ଭଳି ରାଜନୈତିକ ଅସ୍ଥିରତା ମଧ୍ୟରେ ଆଡଲଫ ହିଟଲରଙ୍କ ନେତୃତ୍ଵରେ ଉଗ୍ର ଜାତୀୟତା ଆନ୍ଦୋଳନ ଆରମ୍ଭ ହେଲା   । ଯାହା ପରବର୍ତ୍ତୀ ସମୟରେ ନାଜି ବିପ୍ଲବ ନାମରେ ପରିଚିତ ହେଲା  ।

୧୮୮୯ ମସିହା ଏପ୍ରିଲ ମାସ ୨୦ ତାରିଖ ଦିନ ଆଲଲଫ ହିଟଲର ଅଷ୍ଟ୍ରିଆ ଦେଶରେ ବାସ କରୁଥିବା ଜର୍ମାନ ଅଧିବାସୀମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରିଥିଲେ   । ପ୍ରଥମ ବିଶ୍ଵଯୁଦ୍ଧରେ ସେ ଜର୍ମାନୀ ତରଫରୁ ସୈନ୍ୟବାହିନୀରେ ଯୋଗ ଦେଇଥିଲେ   । ଯୁଦ୍ଧପରେ ୧୯୧୯ ମସିହାରେ ସେ ଶ୍ରମଜୀବି ଦଳ ନାମକ ଗୋଟିଏ କ୍ଷୁଦ୍ର ରାଜନୈତିକ ଦଳରେ ଯୋଗ ଦେଇଥିଲେ   । ୧୯୨୧ ମସିହାରେ ସେ ସେହି ଦଳର ନେତା ଦେଲେ ଏବଂ ଦଳର ନୂତନ ନାମ ଦେଲେ ଜାତୀୟ ସମାଜବାଡି ଶ୍ରମିକ ଦଳ  । ଏହି ଦଳ ନାଜିଦଳ ରୂପେ ପରିଚିତ ହେଲା ଏବଂ ଏହାର ନୀତିକୁ ନାଜିବାଦ କୁହାଗଲା   । ପ୍ରାଚୀନ ଆର୍ଯ୍ୟମାନଙ୍କର ସ୍ଵସ୍ତିକ ଚିହ୍ନକୁ ହିଟଲର ନାଜିଦଳର ଦଳୀୟ ସଂକେତ ଭାବରେ ଗ୍ରହଣ କରିଥିଲେ   । ମୁସୋଲିନଙ୍କ ପଦାଙ୍କ ଅନୁସରଣ କରି ସେ ନାଜିଦଳକ ଗୋଟିଏ ଶକ୍ତିଶାଳି ସୈନିକ ଦଳରୂପେ ସଂଗଠିତ କଲେ  ଲୋକଙ୍କର ଦୂରବସ୍ତା , ଆର୍ଥିକ ସଙ୍କଟ , ବେକାରି , ପ୍ୟାରିସ ଶାନ୍ତି ସମ୍ମିଳନୀରେ ଜର୍ମାନୀର ଅପମାନ ପ୍ରଭୁତି ସମସ୍ୟାକୁ କେନ୍ଦ୍ରକରି ନାଜିଦଳ ସୁଦୃଢ ହେଲା   ।

୧୯୨୩ ମସିହାରେ ହିଟଲର ବଳପୂର୍ବକ ଜର୍ମାନୀର ଶାସନ କ୍ଷମତା ଅଧିକାର କରିବାକୁ ଉଦ୍ୟମ କରି ବିଫଳ ହେଲେ ଏବଂ କାରାଦଣ୍ଡ ଭୋଗକାଲେ   । ଜେଲରେ ଥିବାବେଳେ ସେ “ମେଇଂ କାମ୍ଫ )ବା ମୋର ସଂଘର୍ଷ ନାମକ ଏକ ପୁସ୍ତକ ରଚନା କରିଥିଲେ   । ଏହି ପୁସ୍ତକ ରେ ନାଜି ଦଳର ଆଦର୍ଶ , ଚିନ୍ତାଧାରା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ ଅଛି   । ଜଣେ ମହାନ ନେତାଙ୍କ ଏକଛତ୍ର ଶାସନ ବ୍ୟବସ୍ଥାକୁ ସେ ପସନ୍ଦ କରୁଥିଲେ   । ନିଜର ଉଗ୍ର ଜାତୀୟତାବାଡି ନୀତି ଯୋଗୁଁ ସେ ପୁଞ୍ଜିପଟି ଓ ଗଣତନ୍ତ୍ର ବିରୋଧୀ ଶକ୍ତି ମାନଙ୍କର ସମର୍ଥନ ଲାଭ କଲେ   । ୧୯୨୪ ମସିହାରେ ଜେଲରୁ ମୁକ୍ତି ଲାଭକରି ବ୍ୟାପକ ପ୍ରଚାର ଦ୍ଵାରା ସେ ନାଜି ଦଳ ପ୍ରତି ଜର୍ମାନୀଜାତିକୁ ଆକର୍ଷିତ କରିଥିଲେ   ।

ହିଟଲରଙ୍କର ଅସାଧାରଣ ବାଗ୍ମିତା ଦ୍ଵାରା ସାଧାରଣ ଜନତା ପ୍ରଭାବିତ ହୋଇଥିଲା  । ଭର୍ସାଇ ସନ୍ଧି ଦ୍ଵାରା ଜର୍ମାନୀ ପ୍ରତି ହୋଇଥିବା ଚରମ ଅପମାନ ଓ ଅନ୍ୟାୟର ପ୍ରତିଶୋଧ , ଏକ ଦୃଢ ତଥା ଶକ୍ତିଶାଳି ଜର୍ମାନୀ ରାଜ୍ୟ ଗଠନ କରି ଜର୍ମାନୀର ହୃତ ଗୌରବ ଫେରାଇ ଆଣିବାର ପ୍ରତିଶ୍ରୁତି, ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇଦେବାର ଆଶ୍ଵାସନା ଏବଂ ଯୁବଗୋଷ୍ଠୀ ନିମନ୍ତେ ନିରାପଦ ଭବିଷ୍ୟତ ଗଢିବାର ଭରସା ତାଙ୍କୁ ଜର୍ମାନ ମାନଙ୍କର ଆସ୍ଥାଭାଜନ କଳା  । ତାଙ୍କ ନେତୃତ୍ଵରେ ଜର୍ମାନୀର ପୁନଉତ୍ଥାନ ସମ୍ଭବ ବୋଲି  ଅନେକଙ୍କ ମଧ୍ୟରେ ଧାରଣା ସୃଷ୍ଟି ହେଲା   ।

୧୯୩୩ ମସିହାରେ ଜର୍ମାନୀରେ ସାଧାରଣ ନିର୍ବାଚନ ହେଲା  । ନାଜିଦଳ ସଂଖ୍ୟା ଗରିଷ୍ଠ ହୋଇନଥିଲେ ମଧ୍ୟ ଜର୍ମାନୀର ରାଷ୍ଟ୍ରପଟି ହିଣ୍ଡେନବର୍ଗ ହିଟଲରଙ୍କୁ ପ୍ରଧାନମନ୍ତ୍ରୀ ବା ଚାନସେଲର ଭାବେ ନିଯୁକ୍ତି କରିଥିଲେ   । ସଂଖ୍ୟାଗରିଷ୍ଠତା ଲାଭ କରିବା ପାଇଁ ହିଟଲର ପୁଣିଠାରେ ନିର୍ବାଚନ କରାଇଲେ କିନ୍ତୁ ସଫଳ ହେଲେନାହିଁ   ।  ଇତି ମଧ୍ୟରେ ରାଷ୍ଟ୍ରପଟି ହିଣ୍ଡେନବର୍ଗ ମୃତ୍ୟୁବାରାଁ କଲେ   । ହିଟଲର ଏକ ସ୍ଵତନ୍ତ୍ର ଆଇନ ପ୍ରଣୟନ କରି ଉଭୟ ରାଷ୍ଟ୍ରପତି ଓ ଚାନସେଲରଙ୍କ କ୍ଷମତା ନିଜ ହାତକୁ ନେଇ ଯାଇଥିଲେ   । ଏହାଦ୍ଵାରା ସେ ଏକାଧାରରେ ରାଷ୍ଟ୍ରମୁଖ୍ୟ , ଶାସନମୁଖ୍ୟ , ଓ ସାମରିକ ବିଭାଗର ସର୍ବୋଚ୍ଚ କର୍ତ୍ତା ଭାବରେ ଜର୍ମାନୀର ସର୍ବମାୟା କର୍ତ୍ତା ଓ ଏକଛତ୍ରବାଦୀ ଶାସକରୂପେ ଅବତୀର୍ଣ୍ଣ ହେଲେ   ।

ସମସ୍ତ କ୍ଷମତା ନିଜ ହାତରେ କେନ୍ଦ୍ରିଭୂତ କରିବା ପାଇଁ ହିଟଲର ସ୍ଵତନ୍ତ୍ର ଆଇନମାନ ପ୍ରଣୟନ କଲେ   । ନାଜି ଦଳରୁ ଜର୍ମାନୀର ଏକମାତ୍ର ରାଜନୈତିକ ଦଳବୋଲି ସ୍ବୀକୃତି ଦିଆଗଲା  । ସମାଜବାଡି ଓ ସାମ୍ୟବାଦି ଦଳମାନଙ୍କର ସଂଗଠନଗୁଡିକୁ ଭାଙ୍ଗି ଦିଆଗଲା   । ସେମାନଙ୍କର ସମ୍ପତ୍ତିକୁ ବାଜ୍ୟାପ୍ତି କରାଗଲା   । ଶ୍ରମିକସଂଗଠନଗୁଡିକୁ ମଧ୍ୟ ଭାଙ୍ଗି ଦିଆଗଲା   । ହଜାର ହଜାର ସମାଜବାଦି, ସାମ୍ୟବାଡି ଏବଂ ନାଜି  ବିରୋଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା   । ହିଟଲର ଇହୁଦୀମାନଙ୍କୁ ଘୃଣା କରୁଥିଲେ   । ଲକ୍ଷ ଲକ୍ଷ ଇହୁହୀଙ୍କୁ ସେ ନୃଶଂସ ଭାବରେ ହତ୍ୟା କରିଥିଲେ   । ସମ୍ବାଦପତ୍ର ଓ ବେତାରକୁ ନିୟନ୍ତ୍ରଣ କରାଗଲା  । ବ୍ୟକ୍ତି ସ୍ଵାଧୀନତା ଲୋପ ପାଇଲା    । ହିଟଲର ଭର୍ସାଇ ସନ୍ଧିର ସର୍ତ୍ତଗୁଡିକୁ ଇଚ୍ଛାକୃତ ଭାବରେ ଉଲଂଘନ କରି ଜର୍ମାନୀର ସାମରିକ ଶକ୍ତି ବୃଦ୍ଧି କଲେ   । ଆକାଶବାହିନୀ ଓ ନୌବାହିନୀ ଗଠନ କରି ସେଗୁଡିକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କଲେ   । ରାଇନ ନଦୀ ଉପତ୍ୟକାରେ ପୁନର୍ବାର ସୈନ୍ୟ ମୁତୟନ କରିଥିଲେ  । ଏହିପରି କେତେକ ପଦକ୍ଷେପ ନେଇ ହିଟଲର ଜର୍ମାନୀକୁ ଆଉ ଗୋଟିଏ ବିଶ୍ଵଯୁଦ୍ଧ ପାଇଁ ପ୍ରସ୍ତୁତ କରିଥିଲେ   ।

ଆଧାର: ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା ।

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate