অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଥମ ବିଶ୍ଵଯୁଦ୍ଧ – କାରଣ ଓ ଫଳାଫଳ

୧୯୧୪ ମସିହାରେ ଆରମ୍ଭ ହୋଇ ଦୀର୍ଘ ଚାରି ବର୍ଷରୁ ଅଧିକ କାଳ ରହିଥିବା ପ୍ରଥମବିଶ୍ଵ ଯୁଦ୍ଧ ମନୁଷ୍ୟ ଜାତିର ଇତିହାସରେ ଏ ପର୍ଯ୍ୟନ୍ତ ସଂଘଠିତ ସମସ୍ତ ଯୁଦ୍ଧଠାରୁ ଅଧିକ ମାରାତ୍ମକ, ଶକ୍ତିଶାଳି, ସଂଗଠିତ ଓ ଭୟାବହ ଥିଲା  । ଏଥିରେ ପୃଥିବୀର ଅଧିକାଂଶ ଉନ୍ନତ ଦେଶ ଭାଗ ନେଇଥିଲେ ଏବଂ ଅନେକ ଆଧୁନିକ ଧ୍ଵଂସାତ୍ମକ  ଯୁଦ୍ଧାସ୍ତ୍ର ବ୍ୟବହୃତ ହୋଇଥିଲା   । ଏହି ଯୁଦ୍ଧରେ ସୈନ୍ୟମାନଙ୍କ ବ୍ୟତୀତ ଯୁଦ୍ଧରତ ଦେଶମାନଙ୍କର ଜନ ସାଧାରଣଙ୍କୁ ମଧ୍ୟ ପ୍ରକାରାନ୍ତରେ ଭାଗ ନେବାକୁ ପଢୁଥିଲା   । ତେବଣୁ ଏହାକୁ ବିଶ୍ଵଯୁଦ୍ଧ ଆଖ୍ୟା ଦିଆଯାଇଛି   । ଏହା ସମାପ୍ତ ହେବାର ମାତ୍ର କୋଡିଏ ବର୍ଷ ପରେ ଅନ୍ୟ ଏକ ବିଶ୍ଵଯୁଦ୍ଧ ସଂଘଟିତ ହୋଇଥିବାରୁ ଏହି ଯୁଦ୍ଧକୁ ପ୍ରଥମବିଶ୍ଵଯୁଦ୍ଧ ଭାବେ ନାମିତ କରଯାଇଛି   । ନିମ୍ନୋକ୍ତ ସୁଦୂର ଏବଂ ଆସନ୍ନ କାରଣ ଓ ପରିସ୍ଥିତି ଗୁଡିକ ଏହି ଯୁଦ୍ଧ ପାଇଁ ଦାୟୀ ଥିଲେ  ।

ସୁଦୂର କାରଣ

୧. କୁଟନୈତିକ ଚୁକ୍ତି

ଜର୍ମାନୀର ଏକତ୍ରୀକରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ତଥା ୧୮୭୧ ମସିହାରୁ ୧୮୯୦ ମସିହା ପର୍ଯ୍ୟନ୍ତ ଜର୍ମାନୀର ଚଲସେଲର ରୂପେ କ୍ଷମତାରେ ଥିବା ଅଟୋଭନ ବିସମାର୍କ ଏହି କୂଟନୈତିକ ଚୁକ୍ତି ବ୍ୟବସ୍ଥା ଆରମ୍ଭ କରିଥିଲେ   । ୧୮୭୦ ମସିହାର ଦିଦାନ ଯୁଦ୍ଧରେ ଫ୍ରାନ୍ସ ଜର୍ମାନୀ ଦ୍ଵାରା ପରାସ୍ତ ହେବା ପରେ ଦୁଇ ଦେଶ ମଧ୍ୟରେ ଫ୍ରାଙ୍କଫର୍ଟ ସନ୍ଧି ସ୍ଵାକ୍ଷରିତ ହୋଇଥିଲା ଏବଂ ସେହି ଅନୁଯାୟୀ ଫ୍ରାନ୍ସ ତାର ଦୁଇଟି ପ୍ରଦେଶ ଯଥା ଆଲସେସ ଓ ଇରେନ ଜର୍ମାନୀକୁ ହସ୍ତାନ୍ତର କଲା   ।

ଏହା ପରଠାରୁ ଫ୍ରାନ୍ସ ହରାଇଥିବା ଅଞ୍ଚଳଗୁଡିକୁ ଫେରାଇ ଆଣିବା ପାଇଁ ଏବଂ ତାର ଅପମାନଜନକ ପରାଜୟ ପ୍ରତିଶୋଧ ନେବାପାଇଁ ଚାହିଁଲା   ।   ଫ୍ରାନ୍ସକୁ ଇଉରୋପରେ ଏକଘାରିକିଆ କରିବା ଉଦ୍ଦେଶ୍ୟରେ ବିସମାର୍କ ଚୁକ୍ତି ବ୍ୟବସ୍ଥା ଆରମ୍ଭ କଲେ   ।

ପ୍ରଥମେ ଜର୍ମାନୀ,ଅଷ୍ଟ୍ରିୟା ଓ ରୁଷିଆର ସମ୍ରାଟ ମାନଙ୍କୁ ଏକତ୍ର କରି ତ୍ରି- ସମ୍ରାଟ ସଂଘ ଗଠନ କଲେ   । କିନ୍ତୁ ୧୮୭୮ ମସିହାରେ ବର୍ଲିନ ମହାସଭାରେ ବଳକାନ ଅଞ୍ଚଳରେ   ।

ଅଷ୍ଟ୍ରିଆର ପ୍ରବେଶ ପ୍ରତି ବିସମାର୍କଙ୍କ ସମର୍ଥନ ଘୋଷଣା ରୁଷିଆକୁ ଅସନ୍ତୁଷ୍ଟ କଲା   । ରୁଷିଆ ଓ ଅଷ୍ଟ୍ରିଆ ପରସ୍ପରଟାରୁ ବିଚ୍ଛିନ୍ନହେବା ଭଳି ପରିସ୍ଥିତି ସୃଷ୍ଟି ହେଲା  । ଅପରନ୍ତୁ 1879 ମସିହାରେ ବିସମାର୍କ ଅଷ୍ଟ୍ରିଆ ସହିତ ଏକ ରାଜିନାମା ସ୍ଵାଖରୀତ  କାଲେ   ।, 1882 ମସିହାରେ ଏହି ଅଷ୍ଟ୍ରିଆ ରାଜିନାମାରେ ଇଟାଲୀ ଯୋଗ ଦେଲା   । ଫଳରେ ଜର୍ମାନୀ ତ୍ରିଶକ୍ତି ମେଣ୍ଟ ସୃଷ୍ଟି କଳା   । ଏହି ମେଣ୍ଟ ଏକ ପ୍ରତି ରକ୍ଷାତ୍ମକ ଚୁକ୍ତି ଥିଲା ଏବଂ ଏହି  ମେଣ୍ଟର ରାଷ୍ଟ୍ରମାନେ ମାନେ ପରସ୍ପରଲାଗି କାର୍ଯ୍ୟକରିବେ ବୋଲି ପ୍ରତିଶ୍ରୁତିବଦ୍ଧ ହେଲେ   ।

1890 ମସିହାରେ ବିସମାର୍କଙ୍କ ପତନ ପରେ ଇଉରୋପର ରାଜନୈତିକ ଅବସ୍ଥାରେ ବ୍ୟାପକ ପରିବର୍ତ୍ତନ ଘଟିଥିଲା   । ରୁଷିଆ ଓ ଫ୍ରାନ୍ସ ପରସ୍ପରର ନିକଟତର ହେବାକୁ ଲାଗିଲେ   । 1894 ମସିହାରେ ସେମାନେ ଦୁହେଁ ପ୍ରତିରକ୍ଷାତ୍ମକ ଚୁକ୍ତିର ସର୍ତ୍ତ ସହିତ ଏକ ସାମରିକ ଚୁକ୍ତି ମଧ୍ୟ ସ୍ଵାକ୍ଷର କଲେ   । ଏହିପରି ଭାବରେ ଉନ୍ନବିଂଶ ଶତାଦ୍ଦୀର ଶେଷ ଦଶକ ବେଳକୁ ଇଉରୋପରେ ଦୁଇ ପରସ୍ପର ବିରୋଧୀ ଗୋଷ୍ଠୀ “ ତ୍ରିଶକ୍ତି ମେଣ୍ଟ”  ଓ “ ଦ୍ଵିଶକ୍ତି ମେଣ୍ଟ “  ସୃଷ୍ଟି ହୋଇ ସାରିଥିଲା   । ଏହା ଇଉରୋପର ଦେଶମାନଙ୍କ ମଧ୍ୟରେ ଏକ ବିପଦପୂର୍ଣ୍ଣ ଶକ୍ତିର ଅସନ୍ତୁଳ ସୃଷ୍ଟି କଳା   । ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଇଂଲଣ୍ଡ କୌଣସି ଦେଶ ସହିତ ଯୋଗ ନ ଦେଇ ନିରପେକ୍ଷ ରହିଲା   ।

ଜର୍ମାନୀର କାଇଜର ଦ୍ଵିତୀୟ ଉଈଲିୟମ ସମଗ୍ର ବିଶ୍ଵରେ ଆଧିପତ୍ୟ ବିସ୍ତାର କରିବା ପାଇଁ ଆକ୍ରମଣତ୍ମକ ନୀତି ଅବଲମ୍ବନ କରିଆବା ଯୋଗୁଁ ଇଂଲଣ୍ଡକୁ ନିଜର ନିଷ୍ପକ୍ଷତା ନୀତି ତ୍ୟାଗ କରିବାକୁ ପଡିଲା   । ଫଳରେ ଇଂଲଣ୍ଡ 1902 ମସିହାରେ ବାଧ୍ୟ ହୋଇ ଜାପାନ ସହିତ 1904 ମସିହାରେ ଓ ଫ୍ରାନ୍ସ ସହିତ ଏବଂ 1907 ମସିହାରେ ରୁଷିଆ ସହିତ ଚୁକ୍ତି ସ୍ଵାକ୍ଷର କଳା   । ଏହି ପରିପ୍ରେକ୍ଷୀରେ ଇଂଲଣ୍ଡ, ରୁଷିଆ ଓ ଫ୍ରାନ୍ସ ମଧ୍ୟରେ “ତ୍ରିମିତ୍ର ପକ୍ଷ” ଗଠିତ ହେଲା   । ବିସମାର୍କଙ୍କ ଦ୍ଵାରା ଆରମ୍ଭ ହୋଇଥିବା “ ତ୍ରିଶକ୍ତି ମେଣ୍ଟକୁ “ ତ୍ରିମିତ୍ର ପକ୍ଷର “ ସମ୍ମୁଖୀନ ହେବାକୁ ପଡିଲା   । ଏ ଦୁଇଗୋଷ୍ଠୀ ମଧ୍ୟରେ ବୃଦ୍ଧି ପାଇଥିବା ଶତ୍ରୁତା ହିଁ ପ୍ରଥମେ ବିଶ୍ଵଯୁଦ୍ଧର ଏକ ସୁଦୂର କାରଣ ହେଲା   ।

2.  ଉଗ୍ର ଜାତୀୟତାବାଦ

ଉନବିଂଶ ଶତାଦ୍ଦୀରେ ପ୍ରାୟ ପ୍ରତ୍ୟେକ ଦେଶରେ ଜାତୀୟତାବାଦର ବିକାଶ ଘଟିଥିଲା  । ଯଦିଓ ଜାତୀୟତାବାଦ ଏକ ଉତ୍ତମ ଚିନ୍ତାଧାରା, ତଥାପି ସମୟକ୍ରମେ ଏହା କେତେକ ଦେଶରେ ଉଗ୍ର ରୂପ ଧାରଣ କଲା   । ଉଗ୍ର ଜାତୀୟତାବାଡି ଦେଶଗୁଡିକର କେବଳ ନିଜ ଦେଶକୁ ଭଲ ପାଇଲେ ଏବଂ ନିଜ ଦେଶର ସ୍ଵାର୍ଥ ସାଧନ ପାଇଁ ଚିନ୍ତା କାଲେ  । ଫଳରେ ସେମାନଙ୍କ ମଧ୍ୟରେ ପଡୋଶୀ ଦେଶର ନାଗରିକଙ୍କ ପଟି ଈର୍ଷା , ବିଦ୍ଵେଷ ଓ ପ୍ରତିଦ୍ୱନ୍ଦିତା ମୂଳକ ମନୋଭାବ ଜାଗ୍ରତ ହେଲା  । ଇଉରୋପର ପ୍ରତ୍ୟେକ ବୃହତ ରାଷ୍ଟ୍ର ନିଜ କୁ ଅନ୍ୟମାନଙ୍କ ଅପେକ୍ଷା ଉତ୍କୃଷ୍ଟ ବୋଲି ମନେ କାଲେ   । ଜର୍ମାନୀର ଜଣସାଧାରଣ ଓ ସରକାର ଉଦ୍ଦାମ ଜାତୀୟତାରେ ଏତେ ପରିମାଣରେ ଉଦବୁଦ୍ଧ ହୋଇ ଯାଇଥିଲେ ଯେ ସେମାନେ ଜର୍ମାନୀକୁ ପୃଥିବୀର ସର୍ବଶ୍ରେଷ୍ଟ ରାଷ୍ଟ୍ର ବୋଲି ବିବେଚନା କାଲେ   । ବଲକାନ ରାଜ୍ୟମାନଙ୍କ ରେ ଆଭ୍ୟନ୍ତରୀଣ ରାଜନୀତି ମଧ୍ୟ ଉଗ୍ର ଜାତୀୟତାଭାଗ ଦ୍ଵାରା ପ୍ରଭାବିତ ହେଲା   । ଏ ପ୍ରକାର ଉଦ୍ଦାମ ଜାତୀୟ ମନୋଭାବ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ଉତ୍ତେଜନା ଓ ଶତ୍ରୁତା ବୃଦ୍ଧି କରିବାରେ ସାହାଯ୍ୟ କଳା ଏବଂ ବିଶ୍ଵଶାନ୍ତି ଓ ଅନ୍ତର୍ଜାତିକତା ପାଇଁ ବିପଦ ସୃଷ୍ଟି କଲା   ।

3ସାମଗ୍ରିକ ପ୍ରତିଯୋଗୀତା

ଉଗ୍ର ଜାତୀୟତାର ତୀବ୍ର ପରିପ୍ରକାଶ ଯୋଗୁଁ ପ୍ରତ୍ୟେକ ଦେଶ ନିଜକୁ ଶକ୍ତି ଶାଳି କରିବାକୁ ଚାହିଁଲେ   । ଫଳରେ ପରସ୍ପର  ମଧ୍ୟରେ ସାମରିକ ଶକ୍ତିର ପ୍ରତିଦ୍ଵନ୍ଦିତା ସୃଷ୍ଟି ହେଲା   । ଇଉରୋପର ପ୍ରାୟ ସମସ୍ତ ଡେଡ ନିଜର ପଦାତିକ ବାହିନୀ ଓ ନୌବାହିନୀର ବୃଦ୍ଧି କରିବା ପାଇଁ ଉଦ୍ୟମରତ ହେଲେ   । ପ୍ରତ୍ୟେକ ଦେଶ ନିଜର ଏକ ଗୁପ୍ତଚର ସଂସ୍ଥା ରଖିଲେ   । 1890 ମସିହାରେ ଜର୍ମାନୀ ନିଜର ନୌଶକ୍ତିରେ ଇଂଲଣ୍ଡ ଅପେକ୍ଷା ଅଧିକ ବୃଦ୍ଧି ଘଟାଇଛି ବୋଲି ଘୋଷଣା କଲା   । ନୌବାହିନୀରେ ଆଧିପତ୍ୟ ପାଇଁ ଜର୍ମାନୀ ଉଦ୍ୟମକୁ ଇଂଲଣ୍ଡ ନିଜ ସୁରକ୍ଷାପ୍ରତି ଏକ ଧମକ ବୋଲି ବୋଲି ବିବେଚନା କଲା  ।  ଏହି ଦୁଇଦେଶ ମଧ୍ୟରେ ପ୍ରତିଦ୍ଵନ୍ଦୀତାତ୍ମକ ଶତ୍ରୁତା ମନୋଭାବ ସୃଷ୍ଟି କଲା   । ସେ ସମୟରେ ଅନେକ ନୂତନ ଯୁଦ୍ଧାସ୍ତ୍ରର ବୈଜ୍ଞାନିକ ଉଦ୍ଭାବନ ଘଟିଥିବାରୁ ଇଉରୋପୀୟ ଦେଶମାନେ ବହୁ ପରିମାଣରେ ବିନାଶକାରୀ ଅସ୍ତ୍ରଶସ୍ତ୍ର ନିର୍ମାଣ କାଲେ   । ଫଳରେ ପରସ୍ପର ମଧ୍ୟରେ ସଶକ୍ତିକାରଣର ତୀବ୍ର ପ୍ରତିଯୋଗୀତା ସୃଷ୍ଟି ହେଲା  । ଉଈରୋପୀୟ ଦେଶମାନଙ୍କରେ ଏକ ପ୍ରକାର ଚରମ ସାମରିକବାଦ ଦ୍ରୁତ ବିକାଶ ପ୍ରଥମ ବିଶ୍ଵଯୁଦ୍ଧ ପାଇଁ ବ୍ୟାପକ ପୃଷ୍ଠଭୂମି ପ୍ରସ୍ତୁତ କରିଥିଲା   ।

4ସାମ୍ରାଜ୍ୟବାଦୀ ନୀତି

ଇଉରୋପରେ ଶିଳ୍ପ ବିପ୍ଲବର ଅଗ୍ରଗତି ହେବା ସଙ୍ଗେ ସଙ୍ଗେ ଇଉରୋପୟ ଦେଶମାନଙ୍କ ରେ ନୂତନ ସମସ୍ୟାମାନ ଦେଖାଦେଲା   । ଶିଳ୍ପ ପ୍ରଧାନ ଦେଶମାନଙ୍କ ମଧ୍ୟରେ ଅଧିକ ଧନଶାଳି ହେବା ପାଇଁ ତୀବ୍ର ପ୍ରତିଦ୍ଵନ୍ଦୀତା ହେଲା   । ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି , ଯୋଗୁଁ କଞ୍ଚାମାଲର ଆବଶ୍ୟକତା ପୂରଣ ପାଇଁ , ନିଜର ଚାହିଦାଠାରୁ ଅଧିକ ଉତ୍ପାଦିତ ହୋଇଥିବା ଦ୍ରବ୍ୟର ବାହାର ଅନ୍ଵେସଣ ଓ ବିକ୍ରୟ ପାଇଁ ଏବଂ ବୃଦ୍ଧି ପାଉଥିବା ଜଣସଂଖ୍ୟାର ବସତି ପାଇଁ ନିଜ ଦେଶ ବାହାରେ ନୂତନ ଅଞ୍ଚଳ ଖୋଜିବା ଆବଶ୍ୟକ ହେଲା   । ସେଥିପାଇଁ ଇଉରୋପୀୟ ଏସିଆ ଓ ଆଫ୍ରିକାର ଅନୁନ୍ନତ ଅଞ୍ଚଳଗୁଡିକରେ ଅର୍ଥନୈତିକ ପ୍ରଭାବ ବିସ୍ତାର ସଙ୍ଗେ ସଙ୍ଗେ ରାଜନୈତିକ ଆଧିପତ୍ୟ ବିସ୍ତାର ଉଦ୍ଦେଶ୍ୟରେ ଉପନିବେଶମାନ ସ୍ଥାପନ ପାଇଁ ଅଗ୍ରସର ହେଲା   । ଏହା ସେମାନଙ୍କ ମଧ୍ୟରେ କ୍ରମେ ପ୍ରତିଦ୍ଵନ୍ଦୀତା ଓ ଶତ୍ରୁତା ବୃଦ୍ଧି କଲା   । ବିସମାର୍କ ଔପନିବେଶକ ବିସ୍ତରଣ ନୀତିର ସପକ୍ଷରେ ନଥିଲେ   । କିନ୍ତୁ ତାଙ୍କ ପରେ କାଇଜର ଦ୍ଵିତୀୟ ଉଇଲିଅମ ଔପନିବେଶକବାଦ ନୀତି ଗ୍ରହଣ କଲେ   ।   ସେତେବେଳେକୁ ଏସିଆ ଓ ଆଫ୍ରିକାର ଅନେକ ଅଞ୍ଚଳ ବାଣିଜ୍ୟ କାରବାର ପାଇଁ ଇଂଲଣ୍ଡ ଓ ଫ୍ରାନ୍ସ ନିୟନ୍ତ୍ରଣାଧିନ ହୋଇସାରିଥିଲା   । ତେଣୁ ଜର୍ମାନୀ ଓ ଇଟାଲୀକୁ ନୂତନ ଅଞ୍ଚଳମାନ ଅନୁସନ୍ଧାନ କରିବାକୁ ପଡିଲା   । ଦେଶ ଦେଶ ମଧ୍ୟରେ ଆହେତୁକ ଔପନିବେସିକ ପ୍ରତିଦ୍ଵନ୍ଦୀତା ସୃଷ୍ଟି ହେଲା ଏହି ପ୍ରତିଦ୍ଵନ୍ଦୀତାମୂଳକ ଔପନିବେଶିକବାଦରୁ ଉଗ୍ର ସାମ୍ରାଜ୍ୟବାଦ ଜନ୍ମ ନେଲା  । ଔପନିବେଶିକ ବିସ୍ତାରଣ ଦ୍ଵାରା ଜର୍ମାନୀ ଇଂଲଣ୍ଡଠାରୁ ଅଧିକ ଶକ୍ତିଶାଳି ହୋଇଯାଇପାରେ ବୋଲି ଇଂଲଣ୍ଡ ଆଶଙ୍କା କଲା   । ଫଳରେ ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଲା   । 1907 ମସିହାରେ ଜର୍ମାନୀ ଔପନିବେଶିକ ପ୍ରତିଦ୍ଵନ୍ଦୀତା ହଟାଇବା ପାଇଁ ଇଂଲଣ୍ଡ ଫ୍ରାନ୍ସ ସହିତ ହାତ ମିଳାଇଥିଲା     । ଏହି ସାମ୍ରାଜ୍ୟବାଦ ନୀତି ପ୍ରଥମ ବିଶ୍ଵଯୁଦ୍ଧର ଏକ ସୁଦୂର କାରଣଥିଲା   ।

5।ଜର୍ମାନୀର ପ୍ରାଚ୍ୟ ନୀତି

1878 ମସିହା ବର୍ଲିନ ମହାସଭା ପରେ ତୁର୍କୀର ଆଭ୍ୟନ୍ତରୀଣ ବ୍ୟାପାର ପ୍ରତି ଇଂଲଣ୍ଡର ପ୍ରବଳ ଉଦାସୀନତା ଓ ବିତୃଷ୍ଣାର ସୁଯୋଗ ନେଇ ଜର୍ମାନୀ ତୁର୍କୀ ସହିତ ମିତ୍ରତା ସ୍ଥାପନ କଲା  । ଜର୍ମାନୀ ତୁର୍କୀର ସବୁଠାରୁ ଉତ୍ତମ ବନ୍ଧୁ ବୋଲି କାଇଜର ଦ୍ଵିତୀୟ ଉଇଲିୟମ ତୁର୍କୀର ସୁଲତାନଙ୍କୁ ଆଶ୍ଵାସନା ଦେଲେ । ପ୍ରକୃତରେ ଜର୍ମାନୀ ନିଜର ବାଣିଜ୍ୟ ବ୍ୟବସାୟ ବୃଦ୍ଧିକରିବା ଉଦ୍ଦେଶ୍ୟରେ ଓ ବର୍ଲିନ –ବାଗଦାଦ ରେଳପଥ ପ୍ରକଳ୍ପ ନିର୍ମାଣ କରିବା ପାଇଁ ତୁର୍କୀର ଅନୁମତି ଆବଶ୍ୟକ କରୁଥିଲେ   । ଇଂଲଣ୍ଡ ଏହାକୁ ବିରୋଧ କରିଥିଲା କାରଣ ଏହି ରେଳପଥ ନିମାନ ହେଲେ ଏହା ଭାରତ ଏବଂ ଏସିଆର ଅନ୍ୟାନ୍ୟ ସ୍ଥାନରେ ଥିବା ବ୍ରିଟିଶ ସାମ୍ରାଜ୍ୟ ପଟି ବିପଦ ସୃଷ୍ଟି କରିବାର ଆଶଙ୍କା ଥିଲା   । ଜର୍ମାନୀର ଏହି ପ୍ରକଳ୍ପ ସର୍ବିଆରେ ଫ୍ରାନ୍ସର ଆଧିପତ୍ୟ ପ୍ରତି ମଧ୍ୟ ବିପଦ ଥିଲା   । ଏଭଳି ପରିସ୍ଥିତିରେ ଜର୍ମାନୀର ବର୍ଲିନ- ବାଗଦାଦ ରେଳପଥ ନିର୍ମାଣ ପ୍ରସ୍ତାବକୁ ଇଂଲଣ୍ଡ ଓ ଫ୍ରାନ୍ସ ବିରୋଧ କରିବାକୁ ଫ୍ରାନ୍ସର ଘନିଷ୍ଠ ବନ୍ଧୁ ହିସାବରେ ରୁଷିଆ ମଧ୍ୟ ଜର୍ମାନୀର ପ୍ରାଚ୍ୟ ନୀତିକୁ ବିରୋଧ କଲା   ।

6ମରକ୍ଳୋ ସଙ୍କଟ

1904 ମସିହାରେ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହେବାପରେ ଫ୍ରାନ୍ସ ସ୍ଵାଧୀନ ରାଜ୍ୟ ମରକ୍ଳୋରେ ଆଧିପତ୍ୟ ବିସ୍ତାର ଲାଗି ଆଗ୍ରହୀ ହେଲା   । ଲୌହ ସମ୍ପଦର ପ୍ରଚୁର୍ଯ୍ୟ ତଥା ଏହାର ଭୌଗଳିକ ଅବସ୍ଥିତି କାରଣରୁ ସ୍ପେନ , ଜର୍ମାନୀ ଓ ଇଟାଲୀ ମଧ୍ୟ ମରକ୍ଳୋକୁ ଅଧିକାର କରିବା ପାଇଁ ବ୍ୟଗ୍ର ଥିଲେ  । କିନ୍ତୁ ଫ୍ରାନ୍ସ ଅକସ୍ମାତଭାବେ ମରକ୍ଳୋରେ ପ୍ରବେଶ କରି ଆର୍ଥିକ ଓ ବାଣିଜ୍ୟକ ପ୍ରତିପତ୍ତି ବିସ୍ତାର କରିବାକୁ ଲାଗିଲା  । ଜର୍ମାନ କାଇଜର ଏହାର ଦୃଢ ବିରୋଧ କଲେ   ।   1905 ମସିହା ମାର୍ଚ୍ଚ ମାସରେ ମରକ୍ଳୋର ଟାଞ୍ଜିଏର ସହରକୁ ଯାଇ କାଇଜର ଘୋଷଣା କଲେ ଯେ ସେ ମରକ୍ଳୋ ସୁଲତାନଙ୍କୁ ସୁରକ୍ଷା ଯୋଗାଇବେ, ମରକ୍ଳୋ ସାର୍ବଭୌମତ୍ଵ ବଜାୟ ରଖିବାରେ ସମସ୍ତଙ୍କ  ସାହାଯ୍ୟ କରିବେ ଏବଂ ସେଠାକାର ବାଣିଜ୍ୟ କ୍ଷେତ୍ରରେ ସବୁ ଦେଶକୁ ସମାନ ସେଠାକାର ବାଣିଜ୍ୟ କ୍ଷେତ୍ରରେ ସବୁ ଦେଶକୁ ସମାନ ସୁଯୋଗ ଦେବେ  । ଘୋଷଣା ରୂପରେ କାଇଜରଙ୍କ ହସ୍ତକ୍ଷେପ ଯୋଗୁଁ ଫରାସୀମାନେ ଉତକ୍ଷିପ୍ତ ହେଲେ ଏବଂ ଜର୍ମାନୀ ବିରୋଧରେ ଯୁଦ୍ଧ ଡାକରା ଦେଲେ   । ସୁଲତାନଙ୍କ ପ୍ରସ୍ତାବ ଅନୁଯାୟୀ 1906 ମସିହା ଜାନୁଆରୀ ମାସରେ ଆଲଜେସିରାସଠାରେ ଅନୁଷ୍ଠିତ ସମ୍ମିଳନୀରେ ଫ୍ରାନ୍ସ ଶାନ୍ତି ପୂର୍ଣ୍ଣ ଉପାୟରେ ଓ ଅନ୍ତର୍ଜାତିକ ନିୟନ୍ତ୍ରଣରେ ମରକ୍ଳୋରେ କେତେକ ଆର୍ଥିକ ସୁବିଧା ଉପଭୋଗ କରିବ କିନ୍ତୁ ମରକ୍ଳୋ ଅଧିକାର କରିପାରିବ ନାହିଁ ବୋଲି ନିସ୍ପତି ନିଆଗଲା  । ଏହାଦ୍ଵାରା ଫ୍ରାନ୍ସ ବିସ୍ତାରଣ ନୀତିକୁ ପ୍ରତିରୋଧ କରାଯାଇ ପାରିଲା   ଏବଂ ଏହାକୁ କାଇଜରଙ୍କ ବିଜୟ ବୋଲି ମନେ କରାଗଲା   ।   ଫଳରେ ଜର୍ମାନୀ ଓ ଫ୍ରାନ୍ସର ରାଜନୈତିକ ସମ୍ପର୍କରେ ତିକ୍ତତା ବଢିଲା  ।

7ବୋସନିଆ –ହର୍ଜିଗୋଭିନା ସମସ୍ୟା

ପୂର୍ବରୁ ବୋସନିଆ ଓ ହର୍ଜିଗୋଭିନା ତୁର୍କୀ ଅଧିନସ୍ଥ ପ୍ରଦେଶ ଥିଲା  । 1877 ମସିହାର ରୁଷିଆ –ତୁର୍କୀ ଯୁଦ୍ଧ ପରେ 1878 ମସିହାରେ ଅନୁଷ୍ଠିତ ବର୍ଲିନ ମହାସଭାର ରାଜିନାମା ବଳରେ ଏହି ଦୁଇ ପ୍ରଦେଶକୁ କେବଳ ଦାଖଲ ଓ ଶାସନ କରିବା ପାଇଁ ଅଷ୍ଟ୍ରିଆକୁ ହସ୍ତାନ୍ତର କରାଯାଇଥିଲା   । କିନ୍ତୁ ଏହି ଅଞ୍ଚଳଦ୍ୱୟ ତୁର୍କୀର ସାର୍ବଭୌମ ଅଧୀନରେ ରହିବେ ବୋଲି ନିସ୍ପତି ହୋଇଥିଲା   । ଏହି ବଲକାନ ପ୍ରଦେଶଗୁଡିକ ଅଷ୍ଟ୍ରିଆକୁ ଅର୍ପଣ କରିବା ଦ୍ଵାରା  ଅଷ୍ଟ୍ରିଆ ବାଲକାନ ରାଜନୀତିରେ ଅଧିକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇଲା   । 1908 ମସିହା ଅକ୍ଟୋବର 7 ତାରିଖରେ ଅଷ୍ଟ୍ରିୟା ସମ୍ରାଟ ଫ୍ରାନସିସ ଯୋସେଫ ଅଷ୍ଟ୍ରିଆ ସାମ୍ରାଜ୍ୟରେ ଉଲ୍ଲିଖିତ ଦୁଇ ରାଜ୍ୟର ମିଶ୍ରଣ ଘୋଷଣା  କଲେ   । ଏହା ବର୍ଲିନ ମହାସଭାର ସର୍ତ୍ତକୁ ଉଲ୍ଲଂଘନ କଲା   । ଅଷ୍ଟ୍ରିୟା ଏହି ନିଷ୍ପତ୍ତିକୁ ପ୍ରଥମେ ସର୍ବିଆ ବିରୋଧ କଲା ଏବଂ ଅନ୍ୟ ରାଷ୍ଟ୍ରମାନଙ୍କ ସମ୍ମୁଖରେ ଦୃଢ ପ୍ରତିବାଦ ଜଣାଇଲା  । ସାରା ଦେଶରେ ଯୁଦ୍ଧ ମନୋବୃତ୍ତିର ବହ୍ନି ଜଳି ଉଠିଲା   । ଏହି ଘଟନା ଟି ଅଷ୍ଟ୍ରିଆ ଓ ସର୍ବିଆ ମଧ୍ୟରେ ଶତ୍ରୁତା ବୃଦ୍ଧି କରିବାର ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା   । ଜର୍ମାନୀ ଅଷ୍ଟ୍ରିଆ ଘନିଷ୍ଠ ବନ୍ଧୁ ହୋଇଥିବାରୁ ସ୍ଵାଭାବିକଭାବେଜ ଅଷ୍ଟ୍ରିଆର ଦାବିକୁ ସମର୍ଥନ କଲା   ।

8ଅଗାଦିର ସଙ୍କଟ

ଆଲଜେସିରାସ ସମ୍ମିଳନୀରେ ବାରଣ କରାଯାଇଥିବା ସତ୍ତ୍ୱେ ଫ୍ରାନ୍ସ ସରକାର ମରକ୍ଳୋର ଆଭ୍ୟନ୍ତରୀଣ ଆସନ୍ତିକୁ ଦମନ କରିବା  ବାହାନାରେ ସେଟାକୁ ସୈନ୍ୟପ୍ରେରଣ କଲେ   । ଫ୍ରାନ୍ସକୁ ଧମକ ଦେବା ଉଦ୍ଦେଶ୍ୟରେ ଜର୍ମାନ କାଇଜର ମରକ୍ଳୋର ଆଗାଦିର ବନ୍ଦରକୁ “ ପାନ୍ଥର “ ନାମକ ଏକ ଯୁଦ୍ଧ ଜାହାଜ ପଥଗଲା   । ଯୁଦ୍ଧର ଆଶଙ୍କା ଉପଲ୍ଲବ୍ଧି କରି ଇଂଲଣ୍ଡ – ଫ୍ରାନ୍ସକୁ ସମର୍ଥନ ଜଣାଇଲା   । କିନ୍ତୁ କାଇଜର ଶାନ୍ତିପୂର୍ଣ୍ଣ ଭାବରେ ବିବାଦର ସମାଧାନ ପାଇଁ ରାଜି ହୋଇଗଲେ   ।ଅଗାଦିର ସଙ୍କଟ ପ୍ରମାଣିତ ହେଲା ଯେ ଜର୍ମାନୀ ବିରୋଧରେ ଯୁଦ୍ଧ କରିବା ପାଇଁ ଇଂଲଣ୍ଡ ଓ ଫ୍ରାନ୍ସ ପ୍ରସ୍ତୁତ ହୋଇ ରହିଥିଲେ   । ତେଣୁ କାଇଜର ମଧ୍ୟ ଯୁଦ୍ଧ ପ୍ରସ୍ତୁତିରେ ମନୋନିବେଶ କଲେ   ।

9ବାଲକାନ ଯୁଦ୍ଧ

ଅଷ୍ଟ୍ରିଆ ଓ ସର୍ବିଆ ମଧ୍ୟରେ ଏବଂ ଅଷ୍ଟ୍ରିଆ ଓ ରୁଷିଆ ମଧ୍ୟରେ ଥିବା ଆଞ୍ଚଳିକ କଳହ ବାଲକାନ ଅଞ୍ଚଳରେ ସଙ୍କଟ ସୃଷ୍ଟି କଲା   । ଅଷ୍ଟ୍ରିଆ ଓ ରୁଷିଆ ପ୍ରତ୍ୟେକ ସେହି ଅଞ୍ଚଳରେ ନିଜର ପ୍ରାଧାନ୍ୟ ବଜାୟ ରଖିବା ପାଇଁ ଓ ପ୍ରଭାବ ବିସ୍ତାର ପାଇଁ ପରସ୍ପର ମଧ୍ୟରେ କଳହଳରେ ଲିପ୍ତ ରହିଲେ   । ଜର୍ମାନୀକୁ ମିତ୍ର ରୂପେ ପାଇ ଅଷ୍ଟ୍ରିଆର ସାହସ ବଢିଯାଇଥିଲା ଏବଂ ଇଂଲଣ୍ଡ ଓ ଫ୍ରାନ୍ସର ସମର୍ଥନରେ ରୁଷିଆ ଅଧିକ ଶକ୍ତିଶାଳି ହୋଇଯାଇଥିଲା   ।ଆଗାଦିର ସଙ୍କଟ ପରେ ବାଲକାନ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇ 1912-13 ମସିହାରେ ସେଠାରେ ଯୁଦ୍ଧ ଲାଗିଗଲା   । ଏହି ଆଞ୍ଚଳିକ ଯୁଦ୍ଧରୁ ପ୍ରଥମ ବିଶ୍ଵଯୁଦ୍ଧର ସ୍ଫୁଲିଙ୍ଗ ଉତ୍ପନ୍ନ ହେଲା   । ସେଠାରେ ବୃହତ ଶକ୍ତିମାନେ ନିଜର ସ୍ଵାର୍ଥ ସାଧନ ନିମନ୍ତେ ପରସ୍ପର ମଧ୍ୟରେ ରାଜନୈତିକ ପ୍ରତିଦ୍ଵଦ୍ଵିତା କରି ଶତ୍ରୁତା ସୃଷ୍ଟି କଲେ ଏବଂ ବଲକାନ ଅଞ୍ଚଳକୁ ଏକ ବିପଦ ସଙ୍କୁଳ ଅଞ୍ଚଳରେ ପରିଣତ କରିଦେଲେ   ।

10କାଇଜର ଦ୍ଵିତୀୟ ଉଈଲିଅମଙ୍କ ନୀତି

ବିସମାର୍କଙ୍କ ମଧ୍ୟମ ପନ୍ଥାକୁ ପ୍ରତ୍ୟାଖ୍ୟାନକରି କାଇଜର ଦ୍ଵିତୀୟ ଉଇଲିୟମ ଏକ ଅସ୍ଥିର ଓ ଅପରିଣାମଦର୍ଶୀ ନୀତି ଅବଲମ୍ବନ କଲେ   । ପ୍ରଭୁତ୍ଵ ବିସ୍ତାର ନୀତିକୁ ଆସ୍ଫାଳନ ସହିତ ବ୍ୟକ୍ତକରି ସେ ବିଭିନ୍ନ ରାଷ୍ଟ୍ରରେ ସଞ୍ଚୟ ସୃଷ୍ଟି କଲେ   । ଜର୍ମାନୀକୁ ଏକ ବିଶ୍ଵଶକ୍ତି କରିବା ତାଙ୍କର ଲକ୍ଷ୍ୟ  ବୋଲି ବିଭିନ୍ନ ଭାଷଣରେ ଘୋଷଣା କଲେ   । ଜର୍ମାନୀର ପ୍ରସାରଣ ଓ ସମାରସଜ୍ଜା ତାଙ୍କ ବୈଦେଶିତ ନୀତିର ମୂଳଭିତ୍ତି ଥିଲା   । ବାଲକାନ ଅଞ୍ଚଳରେ କଳହରେ ଅଷ୍ଟ୍ରିଆକୁ ସର୍ବିଆ ବିରୋଧରେ ନିଃସର୍ତ୍ତ ସମର୍ଥନ ଦେଇ ଏକ ଆଞ୍ଚଳିକ ବିବାଦକୁ ଜର୍ମାନୀର ଫ୍ରାନ୍ସ ଓ ଇଂଲଣ୍ଡ ବିରୋଧରେ ଥିବା ଶତ୍ରୁତା ସହିତ ସମ୍ପୃକ୍ତ କଲେ ଏବଂ ତାହା ଅବିଳମ୍ବେ ଏକ ବିଶ୍ଵଯୁଦ୍ଧର ରୂପ ନେଲା   ।

11ଆନ୍ତଜାର୍ତିକ ସଂଗଠନ ଅଭାବ

ଯୁଦ୍ଧର ସମ୍ଭାବନାକୁ ଏଡାଇବା ଉଦ୍ଦେଶ୍ୟରେ ଉଦ୍ୟମ କରିବାପାଇଁ କୌଣସି ଆନ୍ତଜାର୍ତିକ ସ୍ତରୀୟ ସଂଗଠନ ନ ଥିଲା   । ସମସ୍ତ ରାଷ୍ଟ୍ର ସେମାନଙ୍କ ସ୍ଵାର୍ଥକେନ୍ଦ୍ରିକ ଉଦ୍ଦେଶ୍ୟ ସାଧନ ପାଇଁ ସ୍ଵାଧୀନଭାବେ ଯେ କୌଣସି କାର୍ଯ୍ୟ କରିପାରୁଥିଲା   । 1899 ପ 1907 ମସିହାରେ ହେଗଠାରେ ହୋଇଥିବା ସମ୍ମିଳନୀଗୁଡିକରେ ଯୁଦ୍ଧ ନିବାରଣ ପାଇଁ କେତେକ ଗୁରୁତ୍ଵପୂର୍ଣ୍ଣ ଆଇନ ପ୍ରଣୟନ କରଯାଇଥିଲା   । କିନ୍ତୁ ଏହି ଆଇନଗୁଡିକ ପାଳନ କରିବାକୁ ବାଧ୍ୟ କରିବା ପାଇଁ ସମ୍ମିଳନୀରେ କୌଣସି ନିର୍ଦ୍ଧିଷ୍ଟ ପନ୍ଥା ସ୍ଥିରୀକୃତ ହୋଇନଥିଲା   । ତେଣୁ ରାଷ୍ଟ୍ରଗୁଡିକ ଏହି ଆଇନ ଉଲ୍ଲଂଘନ କରିବାକୁ କୁଣ୍ଠାବୋଧ କଲେ ନାହିଁ   । ପ୍ରତ୍ୟେକ ରାଷ୍ଟ୍ରତିଳେ ହେଲେ ଅନ୍ୟ ରାଷ୍ଟ୍ରର ସ୍ଵାର୍ଥ ପ୍ରତି ଯତ୍ନବାନ ନ ହୋଇ ନିଜ ନିଜର ସ୍ଵତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ ଲାଗିଲେ   । ଏହାକୁ ଆମନ୍ତ୍ରଣ କରିବା ଲକ୍ଷ୍ୟରେ କୌଣସି ପ୍ରତିଷ୍ଠିତ ଆନ୍ତଜାର୍ତିକ ଆଇନ ନ ଥିଲା  । ଫଳରେ ଇଉରୋପର ସମସ୍ତ ଅଞ୍ଚଳରେ ସନ୍ଦେହ ଓ ନୈରାଶ୍ୟ ବାତାବରଣ ସୃଷ୍ଟି ହେଲା   ।

ଆସନ୍ନ କାରଣ

12ଫ୍ରାନସିସ ଫର୍ଡିନାଣ୍ଡଙ୍କ ହତ୍ୟା

ପୂର୍ବ ବର୍ଣ୍ଣିତ ପରିସ୍ଥିତି ଯୋଗୁଁ ସମଗ୍ର ଇଉରୋପରେ ଅସ୍ଥିରତା ଓ ବିଶୃଙ୍ଖଳା ବାତାବରଣ ବ୍ୟାପିଗଲା   । ଯୁଦ୍ଧ ଆରମ୍ଭ ପାଇଁ କେବଳ ସ୍ଫୁଲିଙ୍ଗ ସଂଯୋଗର ଆବଶ୍ୟକତା ଥିଲା   । ଅଷ୍ଟ୍ରିଆ ଦେଶର ରାଜକୁମାରଙ୍କୁ ହତ୍ୟା ଏହି ଅଗ୍ନି ସଂଯୋଗ କରିଥିଲା   । 1914 ମସିହା ଜୁନ ମାସ 28 ତାରିଖରେ ଅଷ୍ଟ୍ରିଆ ସମ୍ରାଟଙ୍କ ପୁତୁରା ତଥା ଅଷ୍ଟ୍ରିଆ ରାଜଗାଡିର ଉତ୍ତରାଧିକାରୀ ଆର୍କଡ୍ୟୁକ ଫ୍ରାନସିସ ଫର୍ଡିନାଣ୍ଡ ଏବଂ ଟଙ୍କା ପତ୍ନୀ ସୋଫିଆଙ୍କୁ ବୋସନିଆର ରାଜଧାନୀ ସାରାଜେଭୋଠାରେ ହତ୍ୟା କରାଗଲା   । ଯଦିଓ ଏହି ହତ୍ୟାକାଣ୍ଡ ଅଷ୍ଟ୍ରିଆ ମାଟିରେ ହୋଇଥିଲା ,ହତ୍ୟାକାରୀ ସର୍ବିଆ ଜାତି ଏବଂ ସର୍ବୀୟ ଗୁପ୍ତ ସଂଗଠନ “ ବ୍ଲାକ ହ୍ୟାଣ୍ଡ “ ସହିତ ସମ୍ପୃକ୍ତ ଥିବାରୁ ସର୍ବିଆ ଦେଶକୁ ଏଥିପାଇଁ ଦାୟୀ କରାଗଲା   ।  ବୋସନିଆ ଓ ହର୍ଜିଗୋଭିନାକୁ ନିଜ ଦେଶରେ ସାମିଲ କରିବା ବିଷୟକୁ ନେଇ ଏବଂ ଆତ୍ରିଆଟିକ ସାଗର ମଧ୍ୟକୁ ସର୍ବିଆର ପ୍ରବେଶ ପଥ ଅବରୋଧ କରିଥିବା ହେତୁ ଅଷ୍ଟ୍ରିଆ ଓ ସର୍ବିଆ ମାଧଫୀ ରେ ଆଗରୁ ତିକ୍ତ ସମ୍ପର୍କ ଥିଲା   ।ଅଷ୍ଟ୍ରିଆ ରାଜକୁମାରଙ୍କ ହତ୍ୟା ସର୍ବିଆ ଉପରେ ପ୍ରତିଶୋଧ ନେବା ପାଇଁ ଅଷ୍ଟ୍ରିୟାକୁ ଏକ ସୁଯୋଗ ଯୋଗାଇଲା   । ସର୍ବିଆ ବିରୋଧରେ ଅଷ୍ଟ୍ରିଆକୁ ଜର୍ମାନୀର ନିଃସର୍ତ୍ତ ସମର୍ଥନ ଅଷ୍ଟ୍ରିଆର ମନୋବଳକୁ ଦୃଢ କଲା   । 1914 ମସିହା ଜୁଲାଇ 23 ତାରିଖରେ ଅଷ୍ଟ୍ରିଆ ଦଶଟି ସର୍ତ୍ତ ସମ୍ବଳୀତ ଏକ ଚରମ ପତ୍ର ଅଠଚାଳିଶ ଘଣ୍ଟା ମଧ୍ୟରେ ଗ୍ରହଣ କରିବାକୁ ସର୍ବିଆ ନିକଟକୁ ପଠାଗଲା   । ଯଦିଓ କେତେକ ବୃହତ ଶକ୍ତିଙ୍କ ମଧ୍ୟସ୍ଥତାର ସର୍ବିଆ ମୁଖ୍ୟ ସର୍ତ୍ତ ଗୁଡିକର ଗ୍ରହଣ କରିଥିଲେ, ସେଥିରେ ଅଷ୍ଟ୍ରିଆ ସନ୍ତୁଷ୍ଟ ହେଲା ନାହିଁ ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲା   । ଯୁଦ୍ଧର ସମ୍ଭାବନା ଏଡାଇବା ପାଇଁ ବୃହତ ଶକ୍ତିମାନଙ୍କ ସମସ୍ତ ଉଦ୍ୟମ ବିଫଳ ହେଲା   ।

ଯୁଦ୍ଧର ଆରମ୍ଭ

1914 ଜୁଲାଇ 28 ତାରିଖରେ ଅଷ୍ଟ୍ରିଆ ସର୍ବିଆ ଉପରେ ଆକ୍ରମଣ କରି ସର୍ବିଆ ବିରୋଧରେ ଯୁଦ୍ଧ ଘୋଷଣା କଲା   । ଏହାର ତିନିଦିନ ପରେ ରୁଷିଆ ଅଷ୍ଟ୍ରିଆ ବିରୋଧରେ ଯୁଦ୍ଧ ଘୋଷଣା କରିବା ସଙ୍ଗେ ସଙ୍ଗେ ଅଗଷ୍ଟ ମାସ 1 ତାରିଖରେ ଜର୍ମାନୀ ରୁଷିଆ ବିରୋଧରେ ଯୁଦ୍ଧ ଘୋଷଣା କଲା   । ଅଗଷ୍ଟ 3 ତାରିଖରେ ଜର୍ମାନୀ ଫ୍ରାନ୍ସ ବିରୋଧରେ ଯୁଦ୍ଧ ଘୋଷଣା କଲା । ବେଲଜିଅମ ଦେଶ ଅତିକ୍ରମ କରି ଫ୍ରାନ୍ସ ଆଡକୁ ଅଗ୍ରସର ହେବା ପାଇଁ ଜର୍ମାନୀ, ସୈନ୍ୟବାହିନୀ ଉଦ୍ୟମ କରିବାକୁ ବେଲଜିଅମ ନିରପେକ୍ଷତା ବଜାୟ ରଖିବାର ଅଙ୍ଗୀକାରବଢତା ଉଲ୍ଲଂଘନ ଦୋଷରେ ଆରୋପ କରି ଅଗଷ୍ଟ 4 ତାରିଖ ମଧ୍ୟରାତ୍ରରେ ଇଂଲଣ୍ଡ,ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା କଲା   । ଏହିପରି ଭାବରେ ଅଷ୍ଟ୍ରିଆ ଓ ସର୍ବିଆ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଧୀରେ ଧୀରେ ଅନେକ ଦେଶ ଜଡିତ ହେବାପରେ ଏହା ପ୍ରଥମ ବିଶ୍ଵଯୁଦ୍ଧରେ ପରିଣତ ହୋଇଥିଲେ  ।

ଯୁଦ୍ଧର ପରସ୍ପର ବିରୋଧୀ ପକ୍ଷ

ପ୍ରଥମ ବିଶ୍ଵଯୁଦ୍ଧରେ ଗୋଟିଏ ପକ୍ଷରେ ରହିଲେ ଜର୍ମାନୀ, ଅଷ୍ଟ୍ରିଆ, ତୁର୍କୀ ଓ ବୁଲଗେରିଆ , ଏମାନଙ୍କୁ କୁହାଗଲା “କେନ୍ଦ୍ର ଶକ୍ତି”  । ଅନ୍ୟ ପକ୍ଷରେ ଥିଲେ ଫ୍ରାନ୍ସ, ସର୍ବିଆ, ରୁଷିଆ, ଇଂଲଣ୍ଡ, ବେଲଜିଅମ, ପର୍ତ୍ତୁଗାଲ, ଗ୍ରୀସ,  ରୁମାନିଆ, ଜାପାନ ଓ ଚୀନ   । ଏମାନଙ୍କୁ କୁହାଗଲା “ ମିତ୍ର ଶକ୍ତି “   । ଇଟାଲୀ ପ୍ରଥମେ ନିରପେକ୍ଷ ରହିଥିଲା, କିନ୍ତୁ ଅଷ୍ଟ୍ରିଆ ଓ ତୁର୍କୀର କିଛି ଅଧିକୃତ ଅଞ୍ଚଳ ତାକୁ ଦିଆଯିବ ବୋଲି ଇଂଲଣ୍ଡ ଓ ଫ୍ରାନ୍ସ ଠାରୁ ପ୍ରତିଶ୍ରୁତି ପାଇ ସେ 1915 ମେ ମାସରେ ମିତ୍ରଶକ୍ତି ସପକ୍ଷରେ ଯୁଦ୍ଧରେ ଯୋଗଦେଲା  । 1917 ମସିହାରେ ଜର୍ମାନୀର ବୁଡାଜାହାଜ ଯୁକ୍ତରାଷ୍ଟ୍ର ଆମେରିକାର କେତେକ ଜାହାଜ ଆକ୍ରମଣ କରିବାକୁ ସେ ବାଧ୍ୟ ହୋଇ ସେହି ବର୍ଷ ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା କରି ବିଶ୍ଵଯୁଦ୍ଧରେ ଜଡିତ ହୋଇଗଲା   ।

ଯୁଦ୍ଧର ଅଗ୍ରଗତି ଓ ସମାପ୍ତି

ପ୍ରଥମ ବିଶ୍ଵଯୁଦ୍ଧ ମୁଖ୍ୟତଃ ପଶ୍ଚିମ ଇଉରୋପ, ପୂର୍ବ ଇଉରୋପ, ଦକ୍ଷିଣ ପୂର୍ବ ଇଉରୋପ, ନିକଟ ପ୍ରାଚ୍ୟ ମଧ୍ୟ ପ୍ରାଚ୍ୟ, ଦୂର ପ୍ରାଚ୍ୟ ଓ ସାଗର ବକ୍ଷର ବିଭିନ୍ନ ସ୍ଥାନରେ ସଂଘଟିତ ହୋଇଥିଲା   । ଯୁଦ୍ଧର ପ୍ରଥମ ପର୍ଯ୍ୟାୟରେ ଅନେକ ଯୁଦ୍ଧ କ୍ଷେତ୍ରରେ ମିତ୍ରଶକ୍ତିର ଦେଶଗୁଡିକ କେନ୍ଦ୍ରଶକ୍ତି ଦ୍ଵାରା ପରାଜିତ ହୋଇଥିଲେ   । ପଶ୍ଚିମ ଇଉରୋପରେ ସମସ୍ତ ଯୁଦ୍ଧରେ ଜୟଲାଭ କରି ଜର୍ମାନ ସୈନ୍ୟବାହିନୀ ଫ୍ରାନ୍ସ ଆଡକୁ ଅଗ୍ରସର ହେବାବେଳେ ଇଂରେଜ ଓ ଫରାସୀ ସୈନ୍ୟବାହିନୀ ସେମାନଙ୍କ ପଥରୋଧ କରିବାରେ ସଫଳ ହେଲେ   । ପୂର୍ବ ଇଉରୋପରେ ରୁଷିଆ ଜର୍ମାନୀଠାରୁ ପରାଜିତ ସ୍ଵୀକାର କରି 1917 ମସିହାରେ ଯୁଦ୍ଧରୁ ଓହରିଗଲା   । ନିକଟ ପ୍ରାଚ୍ୟ ଅଞ୍ଚଳରେ ତୁର୍କୀ ଦ୍ଵାରା ଇଂଲଣ୍ଡ ଓ ଫ୍ରାନ୍ସର ମିଳିତ ସୈନ୍ୟବାହିନୀ ଏବଂ ଇଂଲଣ୍ଡ ଓ ଭାରତର ସୈନ୍ୟବାହିନୀ ପରାଜିତ ହେଲେ   । ଜର୍ମାନ ବୁଡାଜାହାଜଗୁଡିକର ଅନେକ ଇଂରେଜ ଓ ଫରାସୀ ଜାହାଜଗୁଡିକ ଧ୍ଵଂସ କରି ଦେଇଥିଲେ । ସୁଦ୍ଧା ସାଗରବକ୍ଷର ଯୁଦ୍ଧଗୁଡିକ ପ୍ରାୟ ଅମୀମାଂସିତ ଥିଲା  । 1917 ମସିହା ପରେ ଯୁକ୍ତ ରାଷ୍ଟ୍ର ଆମରିକାର ମିତ୍ରଶକ୍ତି ସପକ୍ଷରେ ଯୁଦ୍ଧରେ ଯୋଗଦାନ ଫଳରେ ଯୁଦ୍ଧର ଗତିପଥ ଓଲଟି ଗଲା   । କ୍ରମେ ଜର୍ମାନୀ ତଥା କେନ୍ଦ୍ରଶକ୍ତି ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡିକ ସମସ୍ତ ଯୁଦ୍ଧକ୍ଷେତ୍ରରେ ପରାଜିତ ବରଣ କଲେ   । 1918 ମସିହା ନଭେମ୍ବର 9 ତାରିଖରେ କାଇଜର ଦ୍ଵିତୀୟ ଉଈଲିଅମ ସ୍ଵଚ୍ଛେକୃତଭାବେ ରାଜଗାଡି ତ୍ୟାଗ କଲେ ଏବଂ ଶରଣାର୍ଥୀ ହେବା ପାଇଁ ଏକ ମଟର ଗାଡିରେ ହଲାଣ୍ଡ ଦେଶକୁ ପଳାୟନ କଲେ   । ସେହି ବର୍ଷ ନଭେମ୍ବର 11 ତାରିଖରେ ଜର୍ମାନୀକୁ ଯୁଦ୍ଧ ବିରତି ସନ୍ଧିରେ ସ୍ଵାକ୍ଷର କରିବାକୁ ପଢୁଥିଲା ଏବଂ ଏଥି ସହିତ ଜର୍ମାନ ସରକାର “ ଯୁଦ୍ଧ ସମାପ୍ତି ଗ୍ରହଣ କଲେ   ।

ଯୁଦ୍ଧର ଫଳାଫଳ

1914 ମସିହାର ବିଶ୍ଵଯୁଦ୍ଧ ଏଯାବତ ପୃଥିବୀର ସବୁଠାରୁ ବାଡ ବିପର୍ଯ୍ୟୟାତ୍ମକ ଘଟନା ଏବଂ ଘଟୁଥିବା ସମସ୍ତ ଯୁଦ୍ଧ ତୁଳନାରେ ଏହା ସବୁଠାରୁ ଅଧିକ ବିଭୀଷିକାପୂର୍ଣ୍ଣ ଓ ବିନାଶକାରୀ ଥିଲା   । ପ୍ରାୟ 36 ଟି ରାଷ୍ଟ୍ର ଏହି ଯୁଦ୍ଧରେ ଯୋଗ ଦେଇଥିଲେ   । ଦୁଇପକ୍ଷରୁ ମିଶି ପ୍ରାୟ 650 ଲକ୍ଷ୍ୟରୁ ଅଧିକ ଲୋକ ଯୁଦ୍ଧରେ ଅଂଶ ଗ୍ରହଣ କରିଥିଲେ ଏବଂ ସେଥିରୁ ପ୍ରାୟ 130 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ, 220 ଲକ୍ଷ୍ୟରୁ ଅଧିକ ଆଘାତପ୍ରାପ୍ତ ହୋଇଥିଲେ ଓ 70 ଲକ୍ଷ ରୁ ଅଧିକ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ହରାଇଥିଲେ   । ଏହା ଥିବା ପ୍ରଥମ ଯୁଦ୍ଧ ଯେଉଁଥରେ ଟ୍ୟାଙ୍କ, ଉଡାଜାହାଜ, ବୁଡାଜାହାଜ , ବିଷାକ୍ତ ବାଷ୍ପ ଓ ଆକାଶରୁ ନିକ୍ଷେପ ହେଉଥିବା ବୋମା ଭଳି ଏକ ନୂତନ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ବହୁ ସଂଖ୍ୟାରେ ପ୍ରୟୋଗ କରାଯାଇଥିଲା   ।

ଏହି ବିଶ୍ଵଯୁଦ୍ଧରେ ବହୁ ସୁଦୂର ପ୍ରସାରୀ ପରିମାଣ ଅନେକ ରାଷ୍ଟ୍ରର ରାଜନୈତିକ , ଅର୍ଥନୈତିକ ଓ ସାମାଜିକ ଅବସ୍ଥାକୁ ପ୍ରଭାବିତ କରୁଥିଲା    ।

1ରାଜନୈତିକ ପରିଣାମ

(କ) ରାଜତନ୍ତ୍ର ଶାସନର ଲୋପ

ପ୍ରଥମ ବିଶ୍ଵଯୁଦ୍ଧ ଇଉରୋପ ତଥା ଅନ୍ୟାନ୍ୟ ମହାଦେଶମାନଙ୍କର ଅନେକ ଦେଶଗୁଡିକରେ ସ୍ଵଚ୍ଛେଚାରି ଓ ରାଜତନ୍ତ୍ର ଶାସନର ଲୋପ ଘଟାଇଥିଲା   । ଏହି ଯୁଦ୍ଧ ଫଳରେ ଜର୍ମାନୀର ହୋଏନଜୋଲେର୍ଣ , ଅଷ୍ଟ୍ରିଆର ହାପସବର୍ଗ ଏବଂ ରୁଷିଆର ରୋମାନୋଭ ଭଳି ପୁରାତନ ତଥା ମହାନ ରାଜବଂଶଗୁଡିକର ପତନ ହୋଇଥିଲା   । ପରେ 1922 ନଭେମ୍ବର ମାସରେ ତୁର୍କୀର ସୁଲତାନ ଆତ୍ମସମର୍ପଣ  କରି ରାଜଗାଡି ପରିତ୍ୟାଗ କରିବା ଦ୍ଵାରା ତୁର୍କୀର ଉସମାନି ରାଜବଂଶ ଶାସନର ସମାପ୍ତି ଘଟିଲା ଏବଂ 1923 ଅକ୍ଟୋବର ମାସରେ ଖାଲିଫା ପଦରୁ ଉଚ୍ଛେଦ ହେଲା   । ଏହା ବ୍ୟତିତ ପୋଲାଣ୍ଡ, ବୁଲଗେରିଆ , ଚେକୋସ୍ନୋଭାକିଆ ଏକଛତ୍ରବାଡି ଶାସନର ଅନ୍ତ ଘଟିଲା   । ଇଂଲଣ୍ଡ ,ସ୍ପେନ , ଗ୍ରୀସ ,ଓ ରୁମାନିଆ ପାରମ୍ପରିକ ରାଜତନ୍ତ୍ରର ମୂଳୋତ୍ପାଟନ ହୋଇପାରି ନ ଥିଲେ ସୁଦ୍ଧା ଏହି ଦେଶଗୁଡିକର ଶାସନ ବ୍ୟବସ୍ଥା ଓ ଢାଞ୍ଚାରେ ପ୍ରଭୂତ ଗଣତାନ୍ତ୍ରିକ ନୀତି ନିୟମ ଅନୁସୃତ ହୋଇଥିଲା   । ପ୍ରଥମ ବିଶ୍ଵଯୁଦ୍ଧର ଠିକ ପରେ ପରେ ଏହି ଦେଶଗୁଡିକରେ ସରକାର  ଗଠନରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା   ।

(ଖ) ଗଣତନ୍ତ୍ର ବିକାଶ

କେନ୍ଦ୍ର ଶକ୍ତି ବିରୋଧରେ ମିତ୍ରଶକ୍ତିର ଯୁଦ୍ଧୋତ୍ତର ଘୋଷଣା ଲୋକମାନଙ୍କୁ ଗଣତନ୍ତ୍ର ପ୍ରତି ପ୍ରେରଣା ପ୍ରଦାନ କଲା   । ଯୁଦ୍ଧ ଶେଷ ହେବା ପରେ ଇଉରୋପର ପ୍ରାୟ ଅଧିକାଂଶ ଦେଶରେ ରାଜତନ୍ତ୍ର ସ୍ଥାନରେ ଗଣତାନ୍ତ୍ରିକ ସରକାର ଗଠନ ହେଲା    । ପରାଜୟ ପରେ ଜର୍ମାନୀର ଅଧିବାସୀମାନେ ଗଣତାନ୍ତ୍ରିକ ଆବେଗରେ ଏତେ ଉତ୍ସାହିତ ହୋଇଯାଇଥିଲେ ଯେ ସେମାନେ ତାଙ୍କ ଦେଶରେ ରାଜତନ୍ତ୍ରର ସମାପ୍ତି ଘୋଷଣା କରି ସାଧାରନତନ୍ତ୍ର ପ୍ରତିଷ୍ଠା କଲେ   । ଏହା ଜର୍ମାନୀର ଏକତ୍ରୀକାରଣ ପରେ ପ୍ରଥମ ସାଧାରଣତନ୍ତ୍ରୀୟ ସରକାର ଥିଲା  ।  ଅନ୍ୟ ଦେଶଗୁଡିକ ଜର୍ମାନୀକୁ ଅନୁସରଣ କଲେ   । ପ୍ରଥମ ବିଶ୍ଵଯୁଦ୍ଧ ପରେ ପ୍ରତିଷ୍ଠିତ ହୋଇଥିବା ସାଧାରନତନ୍ତ୍ର ରାଷ୍ଟ୍ରଗୁଡିକ ହେଲେ ରୁଷିଆ , ଜର୍ମାନୀ, ଅଷ୍ଟ୍ରିଆ , ପୋଲାଣ୍ଡ, ଲିଥୁଆନିଆ , ତୁର୍କୀ ପ୍ରଭୁତି  ।

(ଗ) ଆନ୍ତର୍ଜାତିକତାବାଦର କ୍ରମ ବିକାଶ

ପ୍ରଥମ ବିଶ୍ଵଯୁଦ୍ଧର ବିନାଶକାରୀ ପରିଣାମ ବିଭିନ୍ନ ରାଷ୍ଟ୍ରମାନଙ୍କର ଆଖି ଖୋଲିଗଲା   । ପରସ୍ପର ମଧ୍ୟରେ ସହଯୋଗ ଓ ବନ୍ଧୁତା ବିନା ଶାନ୍ତି ଓ ସଦଭାଗ ପ୍ରତିଷ୍ଠା ହୋପାରିବନାହିଁ ବୋଲି ସେମାନେ ଅନୁଭବ କଲେ   । ସମସ୍ୟାଗୁଡିକର ସମାଧାନ ପାଇଁ ଯୁଦ୍ଧ ଏକମାତ୍ର ବିକଳ୍ପ ପନ୍ଥା ନୁହେଁ ବୋଲି ମଧ୍ୟ ସେମାନେ ଅନୁଭବ କଲେ   । ଏପରିକି ରାଷ୍ଟ୍ରମାନଙ୍କ ମଧ୍ୟରେ ଆନ୍ତର୍ଜାତିକତାବାଦର ବିକାଶ ଘଟିବା ଫଳରେ ଭବିଷ୍ୟତରେ ଏଭଳି ଯୁଦ୍ଧର ଆଶଙ୍କାକୁ ଦୂର କରି ଶାନ୍ତିପୂର୍ଣ୍ଣ ସହବାସ୍ଥାନ ଅବଲମ୍ବନ କରିବା ଉଦ୍ଦେଶ୍ୟରେ 1919ମସିହାରେ ପ୍ୟାରିସ ଶାନ୍ତି ସମ୍ମିଳନୀ ଆହୁତ ହୋଇଥିଲା   ।  ଫ୍ରାନ୍ସ ପ୍ରଧାନମନ୍ତ୍ରୀ କ୍ଲିମେନ ଙ୍କ ସଭାପତିତ୍ଵ ଅନୁଷ୍ଠିତ ଏହି ସମ୍ମିଳନୀରେ ବସ୍ତୁତଃ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଉଡ୍ରୋ ଉଇଲସନ, ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲଏଡ ଜର୍ଜ  ଙ୍କ ସମସ୍ତ ନିସ୍ପତି ନିର୍ଦ୍ଧାରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ   । ଏହି ସମ୍ମିଳନୀରେ ସ୍ଵାକ୍ଷରିତ ହୋଇଥିବା ଚୁକ୍ତିଗୁଡିକ ମଧ୍ୟରେ ସବୁଠାରୁ ଦୀର୍ଘ ଓ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ଥିଲା ଫ୍ରାନ୍ସର ଭର୍ସାଇଠାରେ ଜର୍ମାନୀ ସହିତ ସ୍ଵାକ୍ଷରିତ ହୋଇଥିବା ଭର୍ସାଇ ଚୁକ୍ତି    । ଏହି ଚୁକ୍ତିର ସର୍ତ୍ତଗୁଡିକ ଏକ ତରଫା, ନିର୍ଦ୍ଦେଶାତ୍ମକ ଓ ଅପମାନଜନକ ହୋଇଥିବାରୁ ଏହା ଜର୍ମାନୀରେ ପ୍ରତିଶୋଧପରାଣୟତା ସୃଷ୍ଟି କଲା ଏବଂ ଦ୍ଵିତୀୟ ବିଶ୍ଵଯୁଦ୍ଧ ପାଇଁ କାରଣ ହେଲା   । ଏ ଚୁକ୍ତି ବ୍ୟତିତ ପ୍ୟାରିସଠାରେ ଅଷ୍ଟ୍ରିଆ ସହିତ ସେଣ୍ଟ ଜର୍ମେନ ଚୁକ୍ତି, ହଙ୍ଗେରୀ ସହିତ ଟ୍ରାଏନନ ଚୁକ୍ତି , ବୁଲଗେରିଆ ସହିତ ନିଉଳି ଚୁକ୍ତି ଏବଂ ତୁର୍କୀ ସହିତ ସେଭର୍ସ ଓ ଲସେନ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା   । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲସନଙ୍କ ପ୍ରସ୍ତାବ ଅନୁଯାୟୀ ରାଷ୍ଟ୍ରମାନ ଙ୍କ ସମସ୍ୟାଗୁଡିକୁ ପରସ୍ପର ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସ୍ଥାୟୀ ଭାବରେ ଏକ ଅନ୍ତର୍ଜାତିକ  ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ ଏହି ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା   । ଏହି ନିଷ୍ପତ୍ତିର ଫଳ ସ୍ୱରୂପ ଜାତିସଂଘ ସୃଷ୍ଟି ହେଲା   ।

(ଘ) ଜାତୀୟତାବାଦର ବିକାଶ

ପ୍ରଥମ ବିଶ୍ଵଯୁଦ୍ଧରେ ଜାତୀୟତାବାଦ ଉପରେ ଆଧାରିତ ଚିନ୍ତାଧାରାକୁ ବିଶେଷ ଗୁରୁତ୍ଵ ଦିଆଗଲା ଏବଂ ସମଗ୍ର ଇଉରୋପରେ ଜାତୀୟତାବାଦର ବିକାଶ ଘଟିଲା   । କୌଣସି ନୂତନ ରାଷ୍ଟ୍ର ଗଠନ କରିବାକୁ ନିଷ୍ପତ୍ତି ନେବାବେଳେ ସମ୍ପୃକ୍ତ ଆଞ୍ଚଳିକ ଭାଷା, ଧର୍ମ, ସଭ୍ୟତା, ସଂସ୍କୃତି, ଜୀବନଯାପନ ପ୍ରଣାଳୀ , ପ୍ରଥା, ଓ ପାରମ୍ପରାକୁ ବିଚାରକୁ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଲା   । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲସନ ପ୍ୟାରିସ ସମ୍ମିଳନୀରେ ଆତ୍ମ-ସିଦ୍ଧାନ୍ତ ଓ ଆତ୍ମ ନିଷ୍ପତ୍ତି ନୀତି ଉପରେ ଗୁରୁତ୍ଵ ଦେଉଥିଲେ   । ସେ ସେଠାରେ ଉପସ୍ଥାପନ କରିଥିବା ତାଙ୍କର ଚଉଦ ସୂତ୍ରୀ କାର୍ଯ୍ୟକ୍ରମରେ ପ୍ରତ୍ୟେକ ରାଷ୍ଟ୍ରକୁ ଆତ୍ମ- ସିଦ୍ଧାନ୍ତର ଅଧିକାର ଦିଆଯିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ   ।

2ଅର୍ଥନୈତିକ ପରିଣାମ

ପ୍ରଥମ ବିଶ୍ଵଯୁଦ୍ଧ ଯୋଗୁଁ ହୋଇଥିବା ବିପୁଳ ପରିମାଣର ଆର୍ଥିକ କ୍ଷତି,ଅପଚୟ ଓ ବିନାଶ ଉଭୟ ବିଜେତା ଓ ବିଜିତ ରାଷ୍ଟ୍ରମାନଙ୍କ ଅର୍ଥନୈତିକ ଅବସ୍ଥା ଉପରେ ବିଶେଷ କ୍ଷୟକାରୀ ପ୍ରଭାବ ପକାଇଥିଲା  । ଉଭୟ ପକ୍ଷ ଯୁଦ୍ଧରେ ବହୁ ଖର୍ଚ୍ଚ କରିଥିଲେ   । ଏହି ଯୁଦ୍ଧରେ ପ୍ରତ୍ୟକ୍ଷଭାବେ ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବଲେ ପରୋକ୍ଷଭାବେ ହୋଇଥିବା ଖର୍ଚ୍ଚର ଅବିକଳ କରିବା ସମ୍ଭବ ହୋଇ ପାରିନାହିଁ   । ବିଶ୍ଵଯୁଦ୍ଧ ଫଳରେ ରାଷ୍ଟ୍ରମାନଙ୍କର ଅର୍ଥନୀତି କିଭଳି ବିପର୍ଯ୍ୟୟ ହୋଇଥିଲା ତାହା ନିମ୍ନରେ ଦିଆଗଲା

(କ) ଅର୍ଥନୈତିକ ବିକାଶର ବାଧା

ଯୁଦ୍ଧରତ ରାଷ୍ଟ୍ରମାନଙ୍କରେ ସରକାର ସମସ୍ତ ଟଙ୍କା  ଯୁଦ୍ଧରେ ଖଟାଇବାରୁ ସେହି ରାଷ୍ଟ୍ରଗୁଡିକରେ ଶିଳ୍ପ,  ବ୍ୟବସାୟ, କୃଷି ଓ ବାଣିଜ୍ୟର ବିକାଶ ବାଧାପ୍ରାପ୍ତ ହେଲା   ।  ଫଳରେ ଅନେକାଂଶରେ ଉତ୍ପାଦିତ ହ୍ରାସ ପାଇଲା  । ଲୋକମାନଙ୍କ ଚାହିଦା ମେଣ୍ଟାଇବାପାଇଁ ସରକାରଙ୍କୁ ଅତ୍ୟାବଶ୍ୟକ ଜିନିଷଗୁଡିକର ଅନ୍ୟଦେଶରୁ ଆମଦାନି କରିବାକୁ ପଡିଲା   । ସମସ୍ତ ଜିନିଷର ଦର ବହୁ ପରିମାଣରେ ବୃଦ୍ଧି ପାଇଲା  । ସମସ୍ତ ଜିନିଷର ଦୂର ବହୁ ପରିମାଣରେ ବୃଦ୍ଧି ପାଇଲା   । ଏହା ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆହୁରି ଦୁର୍ବଳ କଲା   । ସେମାନଙ୍କୁ ବହୁ ଦୁଃଖ କଷ୍ଟରେ ଜୀବନ ବିତାଇବାକୁ ପଡିଲା   ।

(ଖ) ମୁଦ୍ରାସ୍ଫୀତି

ଭାରିସଂଖ୍ୟାର ଋଣଯୋଗୁଁ ରାଷ୍ଟ୍ରମାନଙ୍କୁ ବହୁ ପରିମାଣର କାଗଜଟଙ୍କା ପ୍ରଚଳନ କରିବାକୁ ପଡିଲା   । ଏହା ଫଳରେ ମୁଦ୍ରାସ୍ଫୀତି ଘଟିଲା   । ଟଙ୍କାର ମୂଲ୍ୟ ହ୍ରାସ ପାଇଲା ଓ ଜିନିଷପତ୍ରର ଦରଦାମ ବୃଦ୍ଧି ପାଇଲା   । ସରକାରଙ୍କ ଦ୍ଵାରା ଗୃହିତ ଅର୍ଥନୀତି ଲୋକଙ୍କ ସମସ୍ୟା ଓ ଦୁଃଖକୁ ଅଧିକ ଉତ୍କଟ କଲା   ।

(ଗ) ଟିକସ ବୋଝ

ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଅନେକ ଦେଶରେ ସରକାର ବିଭିନ୍ନ ପ୍ରକାର ଟିକସ ବସାଇଲେ  । ଭୟଙ୍କର ଆର୍ଥିକ ଦୁରାବସ୍ଥାରୁ କଷ୍ଟ ପାଉଥିବା ଲୋକମାନଙ୍କ ପାଇଁ ଏହା ବୋଝ ଉପରେ ନଳିତାବିଡ଼ା ସଦୃଶ ଥିଲା  । ଅତି ମାତ୍ରରେ ଟିକସର ବୋଝ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କଲା

୩। ସାମାଜିକ ପରିଣାମ

ପ୍ରଥମ ବିଶ୍ଵଯୁଦ୍ଧ ଫଳରେ ବିଭିନ୍ନ ଦେଶରେ କେତେକ ଉଲ୍ଲେଖନୀୟ ସାମାଜିକ ପରିବର୍ତ୍ତନ ଘଟିଥିଲା   । ଏହି ପରିବର୍ତ୍ତନ ଗୁଡିକ ମଧ୍ୟରୁ କେତେକ ଗଠନ ମୂଳକ ହୋଇଥିବାବେଳେ ଅନ୍ୟ କେତେକ ହାନିକାରକ ଓ ନକରାତ୍ମକ ମଧ୍ୟ ଥିଲା   ।

(କ) ମହିଳାମାନଙ୍କ ଜୀବନରେ ପରିବର୍ତ୍ତନ

ଯୁଦ୍ଧ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଶତ୍ରୁ ବିପକ୍ଷରେ ଲଢେଇ କରିବା ପାଇଁ ଏବଂ ଯୁଦ୍ଧ ସାମଗ୍ରୀ ଉତ୍ପାଦନ କରୁଥିବା କାରଖାନାମାନଙ୍କରେ କମ କରିବା ପାଇଁ ଅଧିକ ସୈନ୍ୟଙ୍କ ଅବଶ୍ୟକାତ ପଡିଲା   । ଏହି ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଲୋକଙ୍କୁ ସେମାନେ ପୂର୍ବରୁ କରୁଥିବା ଚାକିରି ଛାଡି ସୈନ୍ୟବାହିନୀରେ ଯୋଗ ଦେବାକୁ ପଡିଲା   ।   ଫଳରେ ଉକ୍ତ ଚାକିରି ଗୁଡିକରେ ଉପୁଜିଥିବା ଖାଲିସ୍ଥାନଗୁଡିକ ମହିଳାମାନଙ୍କ ଦ୍ଵାରା ପୂରଣ ହେବାକୁ ପଡିଲା   । ସେତେବେଳେ ପର୍ଯ୍ୟନ୍ତ ସମସ୍ତ ଦେଶରେ ମହିଳାମାନେ ଘରର ଚାରି କାନ୍ଥଭିତରେ ଆବଦ୍ଧ ଥିଲେ ଏବଂ ଗୃହପଯୋଗୀ କର୍ତ୍ତବ୍ୟଛଡ଼ି ଆଉ କିଛି ଯାନୀ ନଥିଲେ   । କିନ୍ତୁ ଯୁଦ୍ଧ ଫଳରେ ହଠାତ ଅବସ୍ଥାରେ ପରିବର୍ତ୍ତନ ଘଟିଲା   । ମହିଳାମାନେ କାରଖାନା ଓ କାର୍ଯ୍ୟାଳୟମାନଙ୍କରେ କାମକରିବା ଆରମ୍ଭ କରିଦେଲେ   । ମହିଳାମାନଙ୍କ ପାଇଁ କାର୍ଯ୍ୟର ସୁଯୋଗ ବୃଦ୍ଧି ପାଇଲା   ଏବଂ ସେମାନେ ନିଜର ପ୍ରାଧାନ୍ୟ ଉପଲବଧ କଲେ  ।  ସେମାନେ ଦେଶର ଅର୍ଥନୈତିକ ବିକାଶ ପାଇଁ ଅନେକ କାମ କଲେ  ଏବଂ ରାଜନୈତିକ ଆନ୍ଦୋଳନଗୁଡିକରେ ସକ୍ରିୟ ଅଂଶ ଗ୍ରହଣ କଲେ  । ସେମାନଙ୍କ ମଧ୍ୟରେ ଆତ୍ମ ବିଶ୍ବାସ ଓ ସାହସ ବୃଦ୍ଧି ପାଇଲା   । ସେମାନେ ପୁରୁଷମାନଙ୍କ ସହିତ ସମାନ ମର୍ଯ୍ୟାଦା ଓ ସାମାଜିକ ସ୍ଥିତି ଦାବି କଲେ  । ପୁରୁଷମାନେ ଉପଭୋଗ କରୁଥିବା ସମସ୍ତ ସୁବିଧାସୁଯୋଗ  ଓ ଅଧିକାର ସେମାନଙ୍କୁ ମଧ୍ୟ ଦେବାପାଇଁ ଦାବି କଲେ   । ଏହିପରି ଭାବରେ ପ୍ରଥମେ ବିଶ୍ଵଯୁଦ୍ଧ ପରେ ମହିଳାମାନଙ୍କ ଜୀବନରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଲା ଏବଂ ସାମାଜିକ ସ୍ଥିତିର ବହୁଳଭାବେ ଉନ୍ନତି ଘଟିଲା   ।

(ଖ) ବର୍ଣ୍ଣଗତ ତିକ୍ତତା ଦୂରୀକରଣ

ବର୍ଣ୍ଣଗତ ତିକ୍ତତା ଦୂରିକରଣରେ ପ୍ରଥମେ ବିଶ୍ଵଯୁଦ୍ଧ ଏକ ଗୁରୁତ୍ଵପୂର୍ଣ୍ଣ  ଭୂମିକା ଗ୍ରହଣ କରିଥିଲେ   । ଯୁଦ୍ଧ ପୂର୍ବରୁ ଇଂଲଣ୍ଡର ଲୋକମାନେ କଳା,ଗୋରା ବର୍ଣ୍ଣଗତ ବୈଷମ୍ୟ ପାଇଁ ଭାରତ ଓ ଆଫ୍ରିକା ର ଲୋକମାନଙ୍କୁ ଘୃଣା କରୁଥିଲା   । ବର୍ଣ୍ଣ ଭିତ୍ତିରେ ଜର୍ମାନ ଓ ଫରାସୀମାନେ ନିଜକୁ ଅନ୍ୟଦେଶର ଅଧିବାସିମାନଙ୍କଠାରୁ ଉତ୍କୃଷ୍ଟ ବୋଲି ମନେକରୁଥିଲେ   । କିନ୍ତୁ ଯୁଦ୍ଧପରେ ପରିସ୍ଥିତିର ପରିବର୍ତ୍ତନ ହେଲା   । ଯୁଦ୍ଧରେ ଜାତି,ଧର୍ମ, ବର୍ଣ୍ଣ,  ନିର୍ବିଶେଷରେ ପ୍ରାୟ ସମସ୍ତ ଜାତି ଓ ବର୍ଣ୍ଣର ଲୋକମାନେ ସକ୍ରିୟ ଭାଗ ନେଇଥିଲେ     । ଭାରତ ଓ ଆଫ୍ରିକାର ସୈନ୍ୟମାନେ ଇଂଲଣ୍ଡ ସୈନ୍ୟବାହିନୀ ସହିତ ମିଶି ଲଢିବାରୁ ସେମାନେ ଇଂଲଣ୍ଡର ସହାନୁଭୁତି ପାଇଲେ  । ସେମାନେ ମଧ୍ୟରେ ଥିବା ଜାତିଗତ ବିଦ୍ଵେଷ ଓ ବର୍ଣ୍ଣଗତ ତିକ୍ତତା ହ୍ରାସ ପାଇଲେ   ।

(ଗ) ଶ୍ରମିକ ଶ୍ରେଣୀର ପୁନରୁଦ୍ଧାନ

ଶ୍ରମିକମାନେ ଯୁଦ୍ଧ ସମୟରେ ବହୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସାମଗ୍ରୀ ଉତ୍ପାଦନରେ  ଅଂଶଗ୍ରହଣ କରି ସେମାନଙ୍କ ସେମାନଙ୍କ ପାଇଁ ଦେଶର ରାଜନୀତିରେ ଏକ ବିଶିଷ୍ଟ ସ୍ଥାନ ଲାଭ କରିପାରିଥିଲେ   । ଯୁଦ୍ଧ ଶେଷହେବା ପରେ ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ନିଜ ଦେଶର ସରକାରଙ୍କ ନିକଟରେ ଦାବି କଲେ  । ବ୍ୟବସାୟ ତଥା ଦେଶର ଶାସନରେ ସେମାନଙ୍କ ଭୂମିକା ନିର୍ଦ୍ଧାରଣ କରିବା ପାଇଁ ମଧ୍ୟ ଦାବି କଲେ   । ସେମାନଙ୍କ ଦାବି ପୂରଣ ଉଦ୍ଦେଶ୍ୟରେ ଯୁଦ୍ଧ ସମାପ୍ତି ପୂର୍ବରୁ ଆରମ୍ଭ ହୋଇଥିବା ଶ୍ରମିକ ହୋଇଥିବା ଶ୍ରମିକ ସଂଘ ଆନ୍ଦୋଳନକୁ ସଫଳ କରିବା ପାଇଁ ସମସ୍ତ ଶକ୍ତି ଖଟାଇଲେ  । ଏହିପରି ଶ୍ରମିକ ଶ୍ରେଣୀର ପୁନରୁଦ୍ଧାର ବିଶ୍ଵଯୁଦ୍ଧର ଏକ ଗୁରୁତ୍ଵପୂର୍ଣ୍ଣ ପରିମାଣ ଥିଲା   ।

(ଘ) ଶିକ୍ଷାର ପ୍ରଗତିର ଶିଥିଲତା

ପ୍ରଥମ ବିଶ୍ଵଯୁଦ୍ଧର ଏକ ନକରାତ୍ମକ ପରିଣାମ ସ୍ୱରୂପ ଦେଶଗୁଡିକରେ ଶିକ୍ଷାର ପ୍ରଗତି ଶିଥିଳ ହୋଇ ଯାଇଥିଲା  । ଯୁଦ୍ଧ କ୍ଷେତ୍ରରେ ଲଢେଇ କରିବା ପାଇଁ ସୈନ୍ୟମାନଙ୍କ ଆବଶ୍ୟକତା ବୃଦ୍ଧି ପାଇବା ଯୋଗୁଁ ବହୁ ସଂଖ୍ୟକ ବିଦ୍ୟାର୍ଥୀ ସୈନ୍ୟବାହିନୀରେ ଯୋଗଦେଲେ   । ସମସ୍ତଙ୍କ ପାଇଁ ସାମରିକ ପ୍ରଶିକ୍ଷଣ ବାଧ୍ୟତାମୂଳକ ହେଲା   । ବିଦ୍ୟାର୍ଥୀଙ୍କ ଶଙ୍ଖୟା ହ୍ରାସ ପାଇବା ଯୋଗୁଁ ଅନେକଗୁଡିଏ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଗଲା   । ଏହିପରି ପ୍ରଥମ ବିଶ୍ଵଯୁଦ୍ଧ ଶିକ୍ଷାର ପ୍ରଗତି ଉପରେ ପ୍ରତିକୂଳ ପ୍ରଭାବ ପକାଇଲା   ।

4ବୈଜ୍ଞାନିକ ପରିଣାମ

ପ୍ରଥମ ବିଶ୍ଵଯୁଦ୍ଧରେ ମହାନ ବୈଜ୍ଞାନିକମାନଙ୍କ ଦ୍ଵାରା ଉଦ୍ଭାବନ କରାଯାଇଥିବା ବିଭିନ୍ନ ପ୍ରକାର ସରଞ୍ଜାମ ଓ  ଯନ୍ତ୍ରପାତିର ବିନାଶକାରୀ  ଲକ୍ଷଣଗୁଡିକ, ମୁକ୍ତଭାବେ ପ୍ରଦର୍ଶିତ ହେଲା   ।  ଏ ଯୁଦ୍ଧ ରେ ଉଡାଜାହାଜ , ବୁଡା ଜାହାଜ, ବୋମା ଓ ବିଷାକ୍ତ ଗ୍ୟାସର ବ୍ୟବହାର ପ୍ରଥମ ଥର ପାଇଁ କରାଯାଇଥିଲା   । ବିଜ୍ଞାନକ୍ଷେତ୍ରରେ ଅଧିକ ଆବିଷ୍କାର ଓ ଉଦ୍ଭାବନ କରିବା ପାଇଁ ବୈଜ୍ଞାନିକମାନଙ୍କ ମଧ୍ୟରେ ଆଗ୍ରହ ବଢିଲା   । ବିଜ୍ଞାନର ବିକାଶ ତଥା ଆଧୁନିକ ବୈଜ୍ଞାନିକ ଉପକରଣ ନିର୍ମାଣ କରିବା ପାଇଁ ଦେଶମାନଙ୍କ ମଧ୍ୟରେ ଏକ ପ୍ରତିଯୋଗୀତାମୂଳକ ମନୋଭାବ ଜାଗ୍ରତ ହେଲା   ।

5ସାଂସ୍କୃତିକ ପରିଣାମ

ସାଂସ୍କୃତିକ କ୍ଷେତ୍ରରେ ପ୍ରଥମ ବିଶ୍ଵଯୁଦ୍ଧର ପରିଣାମ ନକରାତ୍ମକ ଥିଲା  । ଏହି ଯୁଦ୍ଧରେ ଅନେକ ସାହିତ୍ୟିକ , ଐତିହାସିକ, ବୈଜ୍ଞାନିକ , କଳାକାର ପ୍ରଭୁତି ଜୀବନ ହରାଇଲେ   । ଫଳରେ ଦେଶମାନଙ୍କରେ ସାଂସ୍କୃତିକ ପ୍ରଗତି ବାଧାପ୍ରାପ୍ତ ହେଲା   । ଏହା ଛଡା ସାଂସ୍କୃତିକ ଦ୍ରୁଷ୍ଟିକୋଣରୁ ବିଶିଷ୍ଟ ସ୍ଥାନ ଅଧିକାର କରିଥିବା ତଥା ଦେଶର ଐତିହ୍ୟ ବହନ କରୁଥିବା ଅନେକ ସୁନ୍ଦର ଅଟ୍ଟାଳିକା ଓ ସାଂସ୍କୃତିକ  ବିକାଶରେ ସାହାଯ୍ୟ କରୁଥିବା ବିଦ୍ୟାଳୟ , ପ୍ରେକ୍ଷାଳୟ , ଚିକିତ୍ସାଳୟ,  ରେଳପଥ ସଡକପଥ , ଶିଳ୍ପାନୁଷ୍ଠାନ ଓ ଧର୍ମାନୁଷ୍ଠାନ ଧ୍ଵଂସ ପାଇଲା   । ଏହିପରିଭାବେ ବିଶ୍ଵଯୁଦ୍ଧ ବିଶ୍ଵ ସଂସ୍କୃତିର ବହୁ ପରିମାଣର କ୍ଷତି ସାଧନ କଲା   ।

ପ୍ରୋକ୍ତ ବର୍ଣ୍ଣନାରୁ ଜଣାଯାଏ ଯେ ପ୍ରଥମ ବିଶ୍ଵଯୁଦ୍ଧ ପୃଥିବୀ ଇତିହାସର ଏକ ଯୁଗାନ୍ତକାରୀ ଘଟନା   । ଏଥିପାଇଁ ଯୁଦ୍ଧରେ ଉଭୟ ବିଜେତା ଓ ବିଜିତଙ୍କ ଅନେକ ପରିମାଣରେ ଅର୍ଥହାନି ଓ ଜୀବନହାନି ସହିବାର ପଡିଥିଲା   । ଯୁଦ୍ଧପରେ ଶାନ୍ତିପ୍ରତିଷ୍ଠା ପାଇଁ ଅନୁଷ୍ଠିତ ପ୍ୟାରିସ ସନ୍ଧିଗୁଡିକରେ ନିଷ୍ପତ୍ତି ହୋଇଥିବା କ୍ଷତିପୂରଣରେ ବିଜେତା ରାଷ୍ଟ୍ରମାନେ ସନ୍ତୁଷ୍ଠ ହେଲେ ନାହିଁ  । ଅପର ପକ୍ଷରେ ବିଜିତ ରାଷ୍ଟ୍ରମାନେ ସେମାନଙ୍କର ଇଛା ବିରୋଧରେ ନିଷ୍ପତ୍ତିକୁ ମାନିନେବାକୁ ବାଧ୍ୟ ହୋଇଥିଲେ ସୁଦ୍ଧା ପରାଜୟର ପ୍ରତିଶୋଧ ନେବାପାଇଁ ଯୋଜନା ପ୍ରସ୍ତୁତ କଲେ   , ସ୍ଥାୟୀଭାବେ ଶାନ୍ତି ପ୍ରତିଷ୍ଠା ହୋଇପାରିଲା ନାହିଁ ଏବଂ ମାତ୍ର କୋଡିଏ ବର୍ଷ ପରେ ସମ୍ପୃକ୍ତ ରାଷ୍ଟ୍ରମାନଙ୍କୁ ଦ୍ଵିତୀୟ ବିଶ୍ଵଯୁଦ୍ଧର ଭୟାବହତାର ଶିକାର ହେବାକୁ ପଡିଲା   ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା ।

Last Modified : 12/7/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate