ସେଆର କରନ୍ତୁ

ଓଡିଶାର ଐତିହ୍ୟ

ଚତୁର୍ଥ ପାଠ

ଐତିହ୍ୟ କଣ

ଗୋଟିଏ ଜାତିର ଗୌରବୋଜ୍ଜଳ ଅତୀତର କୀର୍ତ୍ତିରାଜି ସମ୍ବଳିତ ସଂସ୍କୃତି, ସାହିତ୍ୟ , ଧର୍ମ , କଳା , ସ୍ଥାପତ୍ୟ , ପରମ୍ପରା ଓ ଜୀବନ ଶୈଳୀର ଆଲେଖ୍ୟ ଉତ୍ତର ପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲେ , ସେଗୁଡିକୁ ସେ ଜାତିର ଐତିହ୍ୟ କୁହାଯାଏ   ।

ପ୍ରାଚୀନ ଓ ମଧ୍ୟଯୁଗର ଓଡିଶା ଉତ୍କଳ , କଳିଙ୍ଗ , କଙ୍ଗୋଡ , କୋଶଳ , ଉଡ୍ର ଆଦି ନାମରେ ପରିଚିତ ଥିଲା   । ପୁରାତନ କାଳରୁ ଓଡିଶା ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରି ଆସିଛି   । ଭାରତର ଐତିହ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଥିବା ଓଡିଶାର ନିଜର ବାହୁ ମୂଲ୍ୟବାନ ଐତିହ୍ୟ ରହିଛି   ।

ଜଗନ୍ନାର୍ଥ ଚେତନା

ଓଡିଶାର ଐତିହ୍ୟରେ ଜଗର୍ନ୍ନାଥ ଚେତନାର ମାହାତ୍ମ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ   । ଯୁଗ ଯୁଗ ଧରି ଓଡିଶାର ସାମାଜିକ , ସାଂସ୍କୃତିକ ଓ ଧାର୍ମିକ କ୍ଷେତ୍ରରେ ଜଗର୍ନ୍ନାଥଙ୍କୁ ସ୍ନେହ, ପ୍ରେମ , ଭାତୃଭାବର ପ୍ରତୀକରୂପେ ତଥା ଜୀବନର ଦିଗଦର୍ଶନଭାବେ ଜଗତର ନାଥ ବା ସମଗ୍ର ବିଶ୍ଵର ପ୍ରଭୁ ଭାବରେ ସମ୍ମାନିତ କରାଯାଏ   । ସେ କେବଳ ଓଡିଶାର ଧର୍ମୀୟ ଦେବତାଭାବେ ପୂଜିତ ହୁଅନ୍ତି ନାହିଁ  ; ବରଂ ଜାତି , ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ସମାଜର ସଂଯୋଜକ , କଲ୍ୟାଣକାରୀ ଓ ରକ୍ଷାକର୍ତ୍ତା ଭାବେ ବିବେଚିତ ହୋଇଥାଆନ୍ତି   । ମୁସଲମାନ ଭକ୍ତ ସାଲବେଗଙ୍କ ଜଗର୍ନ୍ନାଥ ଜଣାଣ ଓଡିଶାର ଘରେ ଘରେ ପରିଚିତ ଓ ସମସ୍ତଙ୍କ ଦ୍ଵାରା ଅତି ଭକ୍ତିର ସହିତ ଗାନ କରାଯାଏ   ।

ପୁରୀର ବିଶାଳ ଜଗର୍ନ୍ନାଥ ମନ୍ଦିର ଏବଂ ପ୍ରଭୁ ଜଗର୍ନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ରଥଯାତ୍ରା ବିଶ୍ଵପ୍ରସିଦ୍ଧ   । ଏହି ରଥାରୂଢ ଜଗର୍ନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୃଥିବୀର କୋଣ ଅନୁକୋଣରୁ ବିଭିନ୍ନ ଜାତି ଓ ଧର୍ମର ବହୁ ସଂଖ୍ୟକ ଲୋକ ପୁରୀ ଆସିଥାନ୍ତି   । ଅନେକ ବିଦେଶୀ ଭକ୍ତ ଯଥା ଇସ୍କନ ସଂପ୍ରଦାଯ ଜଗର୍ନ୍ନାଥ ଧର୍ମ ଓ ଚେତନାଦ୍ଵାରା ପ୍ରଭାବିତ ହୋଇଛନ୍ତି  । ଭାରତରେ ବିଭିନ୍ନ ରାଜ୍ୟ ବ୍ୟତୀତ ଭାରତ ବାହାରେ କେତେକ ଦେଶରେ ଜଗର୍ନ୍ନାଥ  ମନ୍ଦିର ପ୍ରତିଷ୍ଠା କରାଯାଇଛି ଓ ପ୍ରତି ବର୍ଷ ରଥଯାତ୍ରା ଅନୁଷ୍ଠିତ ହେଉଛି   ।  ଜଗର୍ନ୍ନାଥ  ଧର୍ମର ଉତ୍ପତ୍ତି ସମ୍ବନ୍ଧରେ ଭିନ୍ନ ଭିନ୍ନ ମତ ରହିଛି  ।  ଏହା ଆଦିବାସୀ ସଂସ୍କୃତିରୁ ଉତ୍ପନ୍ନ ହୋଇଛି ବୋଲି ବିଶ୍ଵାସ କରାଯିବା ସଙ୍ଗେ ସଙ୍ଗେ ଏହା ଜୈନଧର୍ମ , ବୌଦ୍ଧଧର୍ମ , ଶୈବ, ଶାକ୍ତ , ବୈଷ୍ଣବ ମତବାଦରୁ ଉତ୍ପତ୍ତି ହୋଇଛି ବୋଲି ମତ ପ୍ରଦାନ କରିଛନ୍ତି   । ମତରେ ଭିନ୍ନତା  ଥିଲେ ସୁଦ୍ଧା ଓଡିଶାର ଜଗର୍ନ୍ନାଥ ଧର୍ମ ଓ ଚେତନା ଯେ ବହୁ ପୁରାତନ ଏବଂ ଏକଟା ଓ ସଂହତିର ପ୍ରତୀକ , ଏକଥା ଅସ୍ଵୀକାର କରିହେବ ନାହିଁ   ।

ଭାଷା ଓ ସାହିତ୍ୟ

ଭାରତୀୟ ଉପ ମହାଦେଶରେ ପ୍ରଥମେ ବିକାଶ ଲାଭ କରିଥିବା ଭାଷାମାନଙ୍କ ମଧ୍ୟରେ ଓଡିଶା ଭାଷା ଅନ୍ୟତମ   । ଅର୍ଦ୍ଧ – ମାଗଧୀ ଓ ସୌରଶେଣି ଆଞ୍ଚଲରୁ ଓଡିଶାରେ ବସତି ସ୍ଥାପନ କରିବାପାରୀଣ ଆସଥିବା ଆର୍ଯ୍ୟ ଭାଷାଭାସି ଲୋକମାନଙ୍କର ଇଣ୍ଡୋ-ଆରିୟାନ କିପରି ଦାନ ବା ପ୍ରାକୃତ ଭାଷାଦ୍ଵାରା ପ୍ରଭାବିତ ହୋଇ ଏହି ଭାଷା ମାଗଧୀ –ପ୍ରାକୃତ ଭାଷାରୁ ଉତ୍ପତ୍ତି ହୋଇଥିଲା ଏବଂ ଖ୍ରୀଷ୍ଟିୟ ଦଶମ ଶତାଦ୍ଦୀରେ ଏକ ଆଧୁନିକ ଇଣ୍ଡୋ- ଆରିୟାନ ଭାଷା ରୂପେ ଓଡିଆ ଭାଷା ପ୍ରଚଳିତ ହେଲା   ।

ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀର ଭୁବନେଶ୍ଵର ଉଦୟଗିରିର ପାଲି – ପ୍ରାକୃତ ଭାଷାରେ ଲିଖିତ ହାତୀଗୁମ୍ଫା ଶିଳାଲେଖରୁ ଓଡିଶାର ପ୍ରଥମ ସ୍ଵଦେଶୀ ସାହିତ୍ୟଭାବେ ଗ୍ରହଣ କରାଯାଇପରେ   । ଏହି ଶିଳାଲେଖର ଆଧୁନିକ ଓଡିଆ ଭାଷା ସହିତ ଅନେକ ପରିମାଣରେ ସାମଞ୍ଜସ୍ୟ ରହିଥିବାର ଜଣାଯାଏ  ।

ଖ୍ରୀଷ୍ଟୀୟ ସପ୍ତମରୁ ନବମ ଶତାଦ୍ଦୀ ମଧ୍ୟରେ ରଚିତ ବୌଦ୍ଧ ଚର୍ଯ୍ୟାପଦ ଓ ଦୋହା ପ୍ରାଚୀନ ଓଡିଆ ସାହିତ୍ୟର ପ୍ରଥମ ଗୁରୁତ୍ଵପୂର୍ଣ୍ଣ ନମୁନାଭାବେ ପରିଗଣିତ ହୁଏ  । ଖ୍ରୀଷ୍ଟୀୟ ତ୍ରୟୋଦଶ – ଚତୁର୍ଦ୍ଦଶ ଶତାଦ୍ଦୀରେ ଚଉତିଶା କବିତା ରଚନା କରାଗଲା    । ବତ୍ସାଦାସଙ୍କ “ କଳସା ଚଉତିଶା “ଖାଣ୍ଟି ଓଡିଆ ଶୈଳୀରେ ରଚିତ ଗୀତି କବିତାର ଏକ ଉଲ୍ଲେଖଯୋଗ୍ୟ ନମୁନା  ।

ଅବଧୂତ ନାରାୟଣ ସ୍ଵାମୀଙ୍କ ରଚିତ “ ରୁଦ୍ର ସୁଧାନିଧି “ ଓଡିଆ ସାହିତ୍ୟର କାବ୍ୟ ଛନ୍ଦରେ ଲିଖିତ ଗଦ୍ୟ ସାହିତ୍ୟର ସର୍ବୋକୃଷ୍ଟ ଉଦାହରଣ   । ଏହା ସେ ସମୟରେ ସମଗ୍ର ଭାରତରେ ଏକ ଅପ୍ରତିଦ୍ଵନ୍ଦୀ ଗଦ୍ୟ ସାହିତ୍ୟ ଥିଲା   ।  ଚତୁର୍ଦ୍ଦଶ – ପଞ୍ଚଦଶ ଶତାଦ୍ଦୀରେ ସାରଳା ଦାଶଙ୍କ ରଚିତ ମହାଭାରତ ଓଡିଶା ପୌରାଣିକ କାବ୍ୟଜଗତର ଏକ ଅମୂଲ୍ୟ କୃତି   । “ ବିଲଙ୍କା ରାମାୟଣ “ ତାଙ୍କର ଅନ୍ୟ ଏକ ବିଶିଷ୍ଟ ସାହିତ୍ୟ କୃତି   ।  “ବିଲଙ୍କା ରାମାୟଣ “  ତାଙ୍କର ଅନ୍ୟ ଏକ  ବିଶିଷ୍ଟ ସାହିତ୍ୟ   କୃତି  । ତାଙ୍କ ଦ୍ଵାରା ରଚିତ ଦେବୀ ଦୂର୍ଗାଙ୍କ ସ୍ତୁତି , “ଚଣ୍ଡୀ ପୁରାଣ “ ଓଡିଆରେ ଏଭଳି ରଚନାରେ ପ୍ରଥମ   । ମାର୍କଣ୍ଡଦାସଙ୍କ “ କେଶବ-କୋଇଲି ,  ଚତୁର୍ଦ୍ଦଶ ଶତାଦ୍ଦୀର ଏକ ପ୍ରଖ୍ୟାତ ସାଙ୍ଗୀତିକ ଗାଥା କବିତା   । ଚଉତିଶା ଓ କୋଇଲି ଶୈଳୀରେ ଚଉତିରିଶ ପଦରେ ରଚିତ ଏହି କବିତା  ଏବେ ମଧ୍ୟ ଓଡିଶାରେ ଅତ୍ୟନ୍ତ ଜନପ୍ରିୟ   । ଅର୍ଜୁନ ଦାସଙ୍କ ପ୍ରାସଙ୍ଗିକ କବିତା “ ରାମ ବିଭା “ ଓଡିଆ ସାହିତ୍ୟରେ କାବ୍ୟ ରଚନାର ଆରମ୍ଭ   । ଦୁଇ ଶତାଦ୍ଦୀପରେ ଓଡିଶାରେ ବହୁ ସଂଖ୍ୟାରେ କାବ୍ୟ ରହିତ ହେଲା ଏବଂ ଓଡିଆ ସାହିତ୍ୟରେ ବାକ୍ୟଯୁଗର ସୃଷ୍ଟି ହେଲା   । ଦୁଇ ଶତାଦ୍ଦୀପରେ ଓଡିଶାରେ ବହୁସଂଖ୍ୟାରେ ବାକ୍ୟ ରଚିତ ହେଲା ଏବଂ ଓଡିଆ ସାହିତ୍ୟରେ କାବ୍ୟଯୁଗର ସୃଷ୍ଟି ହେଲା   ।

ମଧ୍ୟଯୁଗର ଷୋଡଶ ଶତାଦ୍ଦୀ ଆରମ୍ଭରେ ପଞ୍ଚସଖା ଭାବରେ ପରିଚିତ ପାଞ୍ଚଜନ ବିଶିଷ୍ଟ କବି ଅଦ୍ୟାବିଧି ଆଦୃତ ହେଉଥିବା ବହୁ ସଂଖ୍ୟାରେ ଧର୍ମ ସାହିତ୍ୟମାନ ଛାଡି ଯାଇଛନ୍ତି   । ଏହି କବିମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ ଓ ଅଚ୍ୟୁତାନନ୍ଦ ଦାସ ,    । ବଳରାମ ଦାସ ଙ୍କ” ଓଡିଆ ରାମାୟଣ “ ଓ ଜଗନ୍ନାଥ ଦାସଙ୍କ “ଓଡିଆ ଭାଗବତ “ ଓଡିଶାରେ ସର୍ବାଧିକ ଆଦୃତ ଓ ସମ୍ମାନିତ   । ସପ୍ତଦାସ ଶତାଦ୍ଦୀରେ ପ୍ରଥମ ଭାଗରେ କାବ୍ୟଯୁଗ ଆରମ୍ଭ ହେଲା ଏବଂ ପାରମ୍ଫରିକ ଧର୍ମୀୟ ଓ ଭକ୍ତିମୂଳକ ରଚନା ସ୍ଥାନରେ ଆଳଙ୍କାରିକ କବିତା ରଚିତ ହେଲା  । ଏହି ଆଳଙ୍କାରିକ କବିତା ଉପରେ ଓଡିଶାର ପ୍ରଖ୍ୟାତ ସଂସ୍କୃତ କବି ଜୟଦେବ “ ଗୀତ ଗୋବିନ୍ଦ “ ର ଅନେକ  ପ୍ରଭାବ ପଡିଥିଲା   ।

ଏହି ସମୟରେ ତିନିଜନ ଉଲ୍ଲେଖନୀୟ କାବ୍ୟିକ ପ୍ରତିଭା ହେଲେ ଦୀନକୃଷ୍ଣ ଦାସ , ଉପେନ୍ଦ୍ର ଭଞ୍ଜ ଓ ଅଭିମନ୍ୟୁ ସାମନ୍ତସିଂହାର   । କାବ୍ୟଯୁଗରେ ସର୍ବାଧିକ ଜନପ୍ରିୟତା ଲାଭ କରିଥିବା ଦୀନକୃଷ୍ଣ ଦାସଙ୍କ କୃତି ଥିଲା ‘ ରସକଲ୍ଲୋଳ “ ଏହି ସମୟରେ କବିତା ଶୈଳୀର ଶୀର୍ଷରେ ପହଞ୍ଚାଇଥିଲେ   ଉପେନ୍ଦ୍ର ଭଞ୍ଜ   । ତାଙ୍କର ସର୍ବୋତ୍କୃଷ୍ଟ କୃତି ହେଉଛି    । ‘ଲାବଣ୍ୟବତୀ ‘ ବୈଦେହୀଶ ବିଳାସ “ ଓ କୋଟିବ୍ରହ୍ମାଣ୍ଡସୁନ୍ଦରୀ “ ଓଡିଆ ବୈଷ୍ଣବ କବିତାକୁ ଆଳଙ୍କାରିକତା ପ୍ରଦାନ କରିଥିବା କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ସର୍ବୋତ୍ତମ ରଚନା ହେଉଛି ‘ ବିଦଗଧ ଚିନ୍ତାମଣି “ଏହି ତିନିକବିଙ୍କ ବାକ୍ୟିକ ପରମ୍ଫରାର ଅବଲମ୍ବନରେ ଭକ୍ତ ଚରଣ ଦାସଙ୍କ ଲିଖିତ ‘ମନୋବୋଧ ଚଉତିଶା ‘ ଓ ମଥୁରାମଙ୍ଗଳ ‘ ଏବଂ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ ‘ ଚମ୍ଫୁ ପ୍ରସିଦ୍ଧି ଲାଭ କରିଛି   । ମଧ୍ୟଯୁଗର ଶେଷଭାଗରେ ରଚିତ ଭୀମଭୋଇଙ୍କ “ ସ୍ତୁତି ଚିନ୍ତାମଣି ‘ ପୁସ୍ତକର ଭଜନଗୁଡିକ ଆଜିପର୍ଯ୍ୟନ୍ତ ଓଡିଶାରେ ଆଡୁର୍ଟ ଏବଂ ଅରକ୍ଷିତ ଦାସଙ୍କ ‘ ମହୀମଣ୍ଡଳ ଗୀତା ‘ ଏକ ଜନପ୍ରିୟ ଗ୍ରନ୍ଥ । ମଧ୍ୟଯୁଗୀୟ ଓଡିଆ ସାହିତ୍ୟର ଅନ୍ୟ ଏକ ବିଶିଷ୍ଟ କୃତି ହେଉଛି ବ୍ରଜନାଥ ବଡଜେନାଙ୍କ ‘ ସମର ତରଙ୍ଗ ‘   ।  ଏହି ଶୌର୍ଯ୍ୟ ଓ ବୀରତ୍ଵର କବିତା  ଭାବେ ଭାରତୀୟ ସହୀୟତୀରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି   । ଆଧୁନିକ ଓଡିଆ ସାହିତ୍ୟର ଅଗ୍ରଣୀ ଥିଲେ ତ୍ରିରଥି ଫକିର ମୋହନ ସେନାପତି, ରାଧାନାଥ ରାୟ ଓ ମଧୁସୂଦନ ରାଓ   ।  ଏହି ତିନିଜଣ ଯଥାକ୍ରମେ ସାଧାରଣ ମଣିଷ , ପ୍ରକୃତି ଓ ଇଶ୍ଵରଙ୍କୁ ସେମାନଙ୍କ ସାହିତ୍ୟର ବିଷୟବସ୍ତୁର ପ୍ରଧାନ ଦେଇଥିଲେ  । ଫକୀର ମୋହନଙ୍କ ପ୍ରମୁଖ କୃତି ହେଉଛି ‘ ଛ ମାଣ ଆଠ ଗୁଣ୍ଠ “ ମାମୁ, ଓ ଲଛିମା  । ପ୍ରକୃତିର ସୌନ୍ଦର୍ଯ୍ୟ କୁ ସାଧାରଣ ଲୋକଙ୍କୁ ଚକ୍ଷୁ ସାମନାକୁ ଆଣିବାରେ ଓଡିଆ ସାହିତ୍ୟର ପ୍ରଥମ କବି ରାଧାନାଥ ରାୟଙ୍କ ସର୍ବଶ୍ରେଷ୍ଠ କୀର୍ତ୍ତି ହେଉଛି    ‘ ଚିଲିକା କାବ୍ୟ ‘   । ମଧୁସୂଦନ ରାଓ ସେକ୍ସପିଅର ଓ ମିଲଟନଙ୍କ ଶୈଳୀର ଅନୁକରଣରେ ସନେଟ ଲେଖିଥିଲେ   । ତାଙ୍କଦ୍ଵାରା ରଚିତ ‘ବସନ୍ତ ଗାଥା ‘ ଏକ ସନେଟ ଓ କୁସୁମାଞ୍ଜଳି ‘ ଭକ୍ତିଗୀତର ଏକ ସମାରୋହ  । ଏହି ତିନିଜନଙ୍କ ବ୍ୟତୀତ ଓଡିଆ ସାହିତ୍ୟକୁ ସମୃଦ୍ଧ କରିଥିବା ଅନ୍ୟ ଜଣେ ଯଶସ୍ଵୀ କବି ହେଲେ ସନେଟ ଓ ଗୀତି କବିତା ମଧ୍ୟରେ ପ୍ରାକୃତିକ ଦୃଶ୍ୟ ଓ ମନୁଷ୍ୟରେ ଭାବାବେଗକୁ ବର୍ଣ୍ଣନ କରିଥିବା ଗଙ୍ଗାଧର ମୋହର   । ତାଙ୍କର ସର୍ବୋକୃଷ୍ଟ କୃତି “ ପ୍ରଣୟ ବଲ୍ଲରୀ “ ‘ତପସ୍ଵିନୀ ଓ ‘କୀଚକ ବଧ ‘ ପ୍ରଭୁତି   ।

ସେହିପରି ଅନ୍ୟଜଣେ ସାହିତ୍ୟ ସ୍ରଷ୍ଟା ନନ୍ଦକିଶୋର ବଳ ଗ୍ରାମ୍ୟ ଜୀବନ ଭିତ୍ତିକ ପଲ୍ଲୀଚିତ୍ର ଓ “ ନିର୍ଝରିଣୀ ” କବିତା ଓ ‘କନକଲତା ‘ ଉପନ୍ୟାସ ଏବଂ ପିଲାଙ୍କ କବିତା ‘ନାନାବାୟାଗୀତ ‘ ଆଦି ରଚନା କରି ଓଡିଆ ସାହିତ୍ୟରେ ନୂତନତା ଆଣିଛନ୍ତି   ।

ସ୍ଥାପତ୍ୟ , ଭାସ୍କର୍ଯ୍ୟ ଓ ଚିତ୍ରକଳା

ମୌର୍ଯ୍ୟଯୁଗରୁ ଆରମ୍ଭ କରି ସୂର୍ଯ୍ୟବଂଶୀ ଗଜପତି ଶାସନକାଳ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ସ୍ଥାନରେ ନିର୍ମିତ ପ୍ରତ୍ନତାତ୍ତ୍ଵିକ କୀର୍ତ୍ତିଗୁଡିକର ସ୍ଥାପତ୍ୟ , ଭାସ୍କର୍ଯ୍ୟ ଓ ଚିତ୍ରକଳା ଓଡିଶାର ଐତିହ୍ୟ ବହନ କରେ   । ଭୁବନେଶ୍ଵର ନିକଟସ୍ଥ ଦୟାନଦୀ କୁଳରେ ଧଉଳି ପାହାଡ ଉପରେ ଖୋଦିତ ସମ୍ରାଟ ଅଶୋକଙ୍କ ଶିଳାଲେଖ ଓ ତାହାର ଉପରିଭାଗରେ ଖଣ୍ଡିଏ ପଥରରେ ଗଢା ହୋଇଥିବା ପ୍ରତିମୂର୍ତ୍ତି ଓଡିଶାର ସର୍ବପ୍ରଥମ ଭାସ୍କର୍ଯ୍ୟ  ଭାବେ ପରିଗଣିତ   ।

ବୌଦ୍ଧକୀର୍ତ୍ତି

ରତ୍ନଗିରି, ଉଦୟଗିରି ଓ ଲଲିତଗିରି ପ୍ରତ୍ନତାତାତ୍ତ୍ଵିକ ଖନନରୁ ଅନେକ ସଂଖ୍ୟାରେ ବୌଦ୍ଧ ସ୍ତୂପ , ଚୈତ୍ୟଗୃହ, ମଠ, ଓ ବୌଧ୍ୟ ମୂର୍ତ୍ତିକଳା ଆବିଷ୍କୃତ ହୋଇ ପୁରାତନ ଓଡିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ପ୍ରମାଣ ଦେଇଛି   । କଟକ ଜିଲ୍ଲାର ବାନେଶ୍ବରନାସୀ ଓ ଚୌଦ୍ଵାର, ଯାଜପୁର ଜିଲ୍ଲାର ଯାଜପୁର , ପୁରୀଜିଲାର କୁରୁମ , ବାଲେଶ୍ଵର ଜିଲାର ଅଯୋଧ୍ୟା, ବରଗଡ ଜିଲ୍ଲାର ଗଣିଆପାଳି , ବୌଦ୍ଧ ଜିଲାର ବୌଦ୍ଧ , ଗଞ୍ଜାମ ଜିଲାର ବୁଢାଖୋଲ ପାହାଡ ପ୍ରଭୃତି ସ୍ଥାନଗୁଡିକରୁ ଆବିଷ୍କୃତ ଅନେକ ବୌଦ୍ଧ କୀର୍ତ୍ତିର ଧ୍ଵଂସାବଶେଷ ପ୍ରାଚୀନ ଓଡିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ର ପରିଚୟ ଦିଏ   ।

ଜୈନ କୀର୍ତ୍ତି

ଓଡିଶାର ବିଭିନ୍ନ ସ୍ଥାନରେ ଜୈନ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଦେଖିବାକୁ ମିଳେ   । ସେଥିମଧ୍ୟରୁ ଭୁବନେଶ୍ଵର ନିକଟସ୍ଥ ଉଦୟଗିରି ଓ ଖଣ୍ଡଗିରିଠାରେ ଚମତ୍କାର ଭାସ୍କର୍ଯ୍ୟ ଦେଖିବାକୁ ମିଳେ   ।  ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀରେ ସମ୍ରାଟ ଖାରବେଳଙ୍କ ସମୟରେ ନିର୍ମିତ କେତେକ ଗୁମ୍ଫା ଦ୍ଵିତଳ ବିଶିଷ୍ଟ ଏବଂ ଗୁମ୍ଫାଗୁଡିକର ଖୋଦିତ ମୂର୍ତ୍ତିକଳା ଅତ୍ୟନ୍ତ ମନୋରମ   । ଉଦୟଗିରିର ରାଣୀଗୁମ୍ଫା ସବୁଠାରୁ ବଡ ଓ ସବୁଠାରୁ ସୁନ୍ଦର ଗୁମ୍ଫା   । ଉଦୟଗିରି ନିକଟସ୍ଥ ଖଣ୍ଡଗିରି ପାହାଡରେ ପନ୍ଦରତି ଜୈନ ଗୁମ୍ଫା ରହିଛି   । ସେହି ଗୁମ୍ଫାଗୁଡିକରେ ମଧ୍ୟ ସୁନ୍ଦର ଭାସ୍କର୍ଯ୍ୟ ଦେଖାଯାଏ    ।  ଉଦୟଗିରି ଓ ଖଣ୍ଡଗିରି ବ୍ୟତୀତ ପୁରୀ ଜିଲ୍ଲାର କାକଟ ପୁରୀ ନିକଟରେ ଓ ନିଭାରଣ ଗ୍ରାମରେ ;ଖୋର୍ଦ୍ଧା ଜିଲାର ଚଢେଇବର ; ଯାଜପୁର ଜିଲ୍ଲାର ଯାଜପୁର ଓ ହାଟଡ଼ିହିଠାରେ   ।  କଟକ ଜିଲ୍ଲାର ଝାଡେଶ୍ଵରପୁରଠାରେ   , ବାଲେଶ୍ଵର ଜିଲ୍ଲାର ଅଯୋଧ୍ୟା , ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ବଡସାଇ ଗ୍ରାମରେ , ବେଣୁସାଗର ଓ ବେଗୁନିଆବିନ୍ଧା ଠାରେ ଏବଂ କୋରାଫୁଟ ଜିଲାର ନନ୍ଦପୁର , ସୁବେଇ ,କଚେଲା ଚାରମାଳ , ନରୀଗାଁ , କୋଟପାଦ ଓ ଜାମୁଣ୍ଡାଠାରେ ବହୁ ସଂଖ୍ୟକ ପ୍ରାଚୀନ ଜୈନକୀର୍ତ୍ତି ଆବିଷ୍କୃତ ହୋଇଛି   ।

ମନ୍ଦିର କଳା

ମନ୍ଦିର ଓଡିଶାର ଏକ ସ୍ଵତନ୍ତ୍ର ଐତିହ୍ୟ ବହନ କରେ  । ଖ୍ରୀଷ୍ଟୀୟ ୬୦୦ ରୁ ୧୩୦୦ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ମନ୍ଦିର ନିର୍ମିତ ହୋଇଥିଲା  ।

(କ) ମନ୍ଦିର ସ୍ଥାପତ୍ୟ

ମନ୍ଦିର ସ୍ଥାପତ୍ୟ କ୍ଷେତ୍ରରେ ଓଡିଶାର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି   । ଓଡିଶାର ମନ୍ଦିର ସ୍ଥାପତ୍ୟ ଶୈଳୀକୁ କଳିଙ୍ଗ ଶୈଳୀ କୁହାଯାଏ   । ଭାରତର ଅନ୍ୟ ସ୍ଥାନମାଣଙ୍କରେ ନିର୍ମିତ ମନ୍ଦିରଗୁଡିକର ନାଗର, ବେସର ଓ ଦ୍ରାବିଡ ଶୈଳୀଠାରୁ କଳିଙ୍ଗ ଶୈଳୀ ସଂପୂର୍ଣ୍ଣ ଭିନ୍ନ ବୋଲି ଗ୍ରହଣ କରାଯାଇଛି   । ଷଷ୍ଠ ଶତାଦ୍ଦୀର ଶେଷ ଭାଗରେ ବା ସପ୍ତମ ଶତାଦ୍ଦୀର ଆରମ୍ଭରେ ନିର୍ମିତ ଓ ଭୁବନେଶ୍ଵରରେ ଭଗ୍ନାବସ୍ଥାରେ ଅବସ୍ଥିତ ଲକ୍ଷ୍ମଣେଶ୍ଵର ,  ଭରତେଶ୍ଵର ଓ  ମନ୍ଦିର ସବୁଠାରୁ ପୁରାତନ  । ଭୁବନେଶ୍ଵରର ପର୍ଶୁରାମେଶ୍ଵର ମନ୍ଦିର ଓ ଏହାର ସମସାମୟିକ ସ୍ଵର୍ଣ୍ଣ ଜଳେଶ୍ଵର ମନ୍ଦିର ସପ୍ତମ ଶତାଦ୍ଦୀର ମନୋରମ ସ୍ଥାପତ୍ୟ କୀର୍ତ୍ତି , ଭୌମକର ଶାସନ ଯୁଗରେ ନିର୍ମିତ ମନ୍ଦିର ଗୁଡିକ ମଧ୍ୟରେ ଭୁବନେଶ୍ଵରର ଶିଶିରେଶ୍ଵର, ବୈତାଳ ଓ ମାର୍କଣ୍ଡେଶ୍ଵର ମନ୍ଦିର ପ୍ରଧାନ   । ଏହା ବ୍ୟତୀତ ସୋମବଂଶୀ ରାଜତ୍ଵ କାଳରେ ନିର୍ମିତ ଭୁବନେଶ୍ଵରର ମୁକ୍ତେଶ୍ଵର, ରାଜାରାଣୀ ,  ଓ ଲିଙ୍ଗରାଜ ମନ୍ଦିର ଅନ୍ୟତମ   ।

ପରବର୍ତ୍ତୀ ଗଙ୍ଗବଂଶର ରାଜତ୍ଵ ସମୟରେ ନିର୍ମିତ ହୋଇଥିବା ପ୍ରଧାନ ମନ୍ଦିରଗୁଡିକ ହେଉଛି ପୁରୀର ଜଗନ୍ନାଥ ମନ୍ଦିର , ଭୁବନେଶ୍ଵରର ମେଘେଶ୍ଵର , ଅନନ୍ତ ବାସୁଦେବ , ଭାସ୍କରେଶ୍ଵର ମନ୍ଦିର ଓ ସାରିଦେଉଳ ଏବଂ ସର୍ବୋପରି କୋଣାର୍କର ସୂର୍ଯ୍ୟ ମନ୍ଦିର   । ସୂର୍ଯ୍ୟବଂଶୀ ଗଜପତି ଶାସନ ସମୟରେ ଓଡିଶାରେ ମନ୍ଦିର ନିର୍ମାଣର ଗତି ଧିମେଇ ଯାଇଥିଲା   । ଏହି ସମୟରେ ନିର୍ମିତ ଏକମାତ୍ର ଉଲ୍ଲେଖଯୋଗ୍ୟ ମନ୍ଦିର ହେଉଛି ଭୁବନେଶ୍ଵରର କପିଳେଶ୍ଵର ମନ୍ଦିର   । ସୂର୍ଯ୍ୟବଂଶୀମାନଙ୍କ ଶାସନର ପତନ ପରେ ଏବଂ ୧୫୬୭ ଖ୍ରୀଷ୍ଟାଦ୍ଦରେ ଓଡିଶା ଆଫଗାନୀମାନଙ୍କ ଦ୍ଵାରା ଅଧିକୃତ ହେବା ପରେ ଓଡିଶାରେ ମନ୍ଦିର ନିର୍ମାଣର ସମାପ୍ତି ଘଟିଥିଲା   ।

(ଖ) ମନ୍ଦିର ଭାସ୍କର୍ଯ୍ୟ

ଓଡିଶାର ମନ୍ଦିର ଗୁଡିକର ବାହ୍ୟପାର୍ଶ୍ଵରେ ବା ତୋରଣମାନଙ୍କରେ ଖୋଦିତ ହୋଇଥିବା ଆଶ୍ଚର୍ଯ୍ୟଜନକ ଓ ଅତ୍ୟନ୍ତ ମନୋରମ ଭାସ୍କର୍ଯ୍ୟ ଏବଂ ଓଡିଶାର ମୂର୍ତ୍ତିକଳା ଏକ ଶକ୍ତିଶାଳି ଐତିହ୍ୟ ସ୍ଥାପନ କରିଛି   । ଭୁବନେଶ୍ଵର ମୁକ୍ତେଶ୍ଵର , ରାଜାରାଣୀ , ଓ ଲିଙ୍ଗରାଜ ମନ୍ଦିରର ଭାସ୍କର୍ଯ୍ୟ ଅତି ଚମତ୍କାର   ।

ପୁରୀ ଜଗନ୍ନାଥ ମନ୍ଦିର ଅନେକ ଅଂଶରେ ମୋଟା ପଲସ୍ତରା ଦିଆଯାଇଥିବାରୁ ଏହାର ଭାସ୍କର୍ଯ୍ୟକଳାରେ ପରିପୂର୍ଣ୍ଣ ଥିବାର ଦେଖାଯାଇଥାଏ   । ଓଡିଶାର ମନ୍ଦିର ଭାସ୍କର୍ଯ୍ୟର ସବୁଠାରୁ ଜୀବନ୍ତ ଉଦାହରଣ ହେଉଛି କୋଣାର୍କ ସୂର୍ଯ୍ୟ ମନ୍ଦିର    । ଏହି ମନ୍ଦିରର କାନ୍ଥରେ ଅତି ନିଖୁଣଭାବେ ଖୋଦିତ ଐଶ୍ଵରୀୟ ,  ପ୍ରାକୃତିକ , ସାମରିକ ଓ ସାମାଜିକ ଚିତ୍ରଣ ତଥା ପଥରରେ ଖୋଦିତ ଚକ୍ର , ହସ୍ତୀ, ଅଶ୍ଵ ପ୍ରଭୁତି ସେ ସମୟର ଓଡିଶାର ଶିଳ୍ପୀମାନଙ୍କ କାରିଗରୀ କୌଶଳର ପରାକାଷ୍ଠାର ପରିଚୟ ଦିଏ   । କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପାଇଁ ଏହାକୁ ବିଶ୍ଵର ଏକ ଐତିହ୍ୟ ସ୍ମାରକୀ ରୂପେ ମାନ୍ୟତା ଦିଆଯାଇଛି   ଏବଂ ବିଶ୍ଵର ସପ୍ତାଶ୍ଚର୍ଯ୍ୟମଧ୍ୟରେ ସ୍ଥାନ ଦିଆଯାଇଛି   ।

ଇସଲାମ ଓ ଖ୍ରୀଷ୍ଟିଆନ କୀର୍ତ୍ତି

ଓଡିଶାରେ ନିର୍ମିତ କେତେକ ମସଜିତ ଓ ଦରଘାର ମଧ୍ୟ ଓଡିଶାର ଐତିହ୍ୟ ପ୍ରତି ଅବଦାନ ରହିଛି    । ସେଥିମଧ୍ୟରୁ କଟକର ଐତିହ୍ୟ ପ୍ରତି ଅବଦାନ ରହିଛି  । ସେଥିମଧ୍ୟରୁ କଟକର ଦରଘା ବଜାରଠାରେ କଦମରସୁଲ , ଦିଵାନ ବଜାର ଠାରେ ଜୁମ୍ମା ମସଜିତ ଅନ୍ୟତମ   ।

ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଆଗମନ ପରେ କଟକ ତିନି କୋଣିଆ ବଗିଚାରେ ନିର୍ମିତ ବାପଟିଷ୍ଟ ଚର୍ଚ୍ଚ ଓ କାଠଯୋଡି କୁଳରେ ନିର୍ମିତ ରୋମାନ କ୍ୟାଥେଲିକ ଚର୍ଚ୍ଚର ମଧ୍ୟ ଓଡିଶାର ଐତିହ୍ୟପ୍ରତି ଅବଦାନ ରହିଛି   । ଏହି ଧର୍ମପୀଠଗୁଡିକର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଓଡିଶାର ଐତିହ୍ୟକୁ ଅଧିକ ମୂଲ୍ୟବାନ କରିଛି   ।

ଦୁର୍ଗ

ଧର୍ମପୀଠ ବ୍ୟତୀତ ଓଡିଶାର ପୁରାତନ ସ୍ଥାପତ୍ୟ କଳାର ନିଦର୍ଶନ କେତେକ ଦୁର୍ଗରେ ମଧ୍ୟ ଦେଖାଯାଏ   । ସେଗୁଡିକ ମଧ୍ୟରୁ କେତୋଟି ପ୍ରମୁଖ ଦୁର୍ଗ ହେଉଛି ବାରବାଟୀ ଦୁର୍ଗ, ବାଙ୍କଡା ଦୁର୍ଗ , ଖୋରଧାଗଡ , ସାରଙ୍ଗଗଡ , ରାଈବଣିଆ ଦୁର୍ଗ , ଅସୁରଗଡ ପ୍ରଭୁତି  ।

ଚିତ୍ରକଳା

ପ୍ରାଗ – ଐତିହାସିକ ଯୁଗରୁ ପ୍ରଚଳିତ ଚିତ୍ରକଳା ଓଡିଶାର ଐତିହ୍ୟର ଏକ ବିଶିଷ୍ଟ ଉପାଦାନ   । କଳାହାଣ୍ଡି ଜିଲ୍ଲାର ଗୁଡହାଣ୍ଡି , ନୂଆପଡା ଜିଲ୍ଲାର ଯୋଗୀମଠ , ଝାରସୁଗୁଡା ଜିଲ୍ଲାର ବିକ୍ରମଖୋଲ , ସୁନ୍ଦରଗଡ ଜିଲାର ମାଣିକ ମୋଡା ଓ ଉଷାକୋଠି ପ୍ରଭୁତି ସ୍ଥାନରେ ଆବିଷ୍କୃତ ଚିତ୍ରକଳା ଭାରତର ଅତି ପୁରାତନ ଚିତ୍ରକଳା ମଧ୍ୟରେ ଅନ୍ୟତମ   । ଖ୍ରୀଷ୍ଟିୟ ଚତୁର୍ଥ –ପଞ୍ଚମ ଶତାଦ୍ଦୀର କେନ୍ଦୁଝର ଜିଲାର ସୀତାବାଞ୍ଜିଠାରେ ରବଣଛାୟା ପାହାଡରେ ଆଜି ପର୍ଯ୍ୟନ୍ତ ବିଦ୍ୟମାନ ଚିତ୍ରକଳା ଓଡିଶାରେ ଐତିହାସିକ ଯୁଗର ପ୍ରଥମ ଚିତ୍ରକଳାଗୁଡିକରୁ ଅନ୍ୟତମ   । ଖ୍ରୀଷ୍ଟୀୟ ଦ୍ଵାଦଶ ଶତାଦ୍ଦୀରୁ ଷୋଡଶ ଶତାଦ୍ଦୀ ମଧ୍ୟରେ ପୁରୀ ଜଗନ୍ନାଥ ମନ୍ଦିର କାନ୍ଥରେ ବୈଷ୍ଣବ ସନ୍ୟାସୀ ରାମାନୁଜଙ୍କର ଓଡିଶାରେ ବୌଦ୍ଧମାନଙ୍କ ଉପରେ ବିଜଯ ଏବଂ ରାଜା ପୁରୁଷୋତ୍ତମଙ୍କ କାଞ୍ଚି ବିଜଯର ଚିତ୍ରଣ କରଯାଇଥିବା ଯଥାକ୍ରମେ ବୁଦ୍ଧ ବିଜୟ ଓ କାଞ୍ଚି ବିଜୟ ଚିତ୍ରକଳା ଓଡିଶାର ଚିତ୍ରକଳାର ଐତିହ୍ୟରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଛି   । ମଧ୍ୟଯୁଗର ଶେଷଭାଗରେ ଓଡିଶାର ଅନେକ ମଠ ଓ ମନ୍ଦିରମାନଙ୍କ କାନ୍ଥରେ ଚିତ୍ରକାରମାନଙ୍କଦ୍ଵାରା ପୌରାଣିକ ଓ ଧାର୍ମିକ ବିଷୟବସ୍ତୁଗୁଡିକ ଅଙ୍କିତ ହୋଇଥିଲା  । ପଟ୍ଟଚିତ୍ର ଓଡିଶା ଚିତ୍ରକଳାର ସ୍ଵତନ୍ତ୍ରତାର ପରିଚୟ ଦିଏ   । କଣାରୁ ପ୍ରସୂତ ପଟ୍ଟ ଉପରେ ଚିତ୍ରକାରମାନେ ବିଭିନ୍ନ ଦେବଦେବୀ ,ରାମାୟଣ , ମହାଭାରତ ଓ ଗୀତାର କଥାବସ୍ତୁ ରୂପରେ ଆଧାରିତ ଘଟଣାବଳିକୁ ଭିନ୍ନ ଭିନ୍ନ ରଙ୍ଗରେ ଚିତ୍ରିତ କରି ଅତି ଚମତ୍କାର ଚିତ୍ରକଳା ସୃଷ୍ଟି କରିଥାନ୍ତି   । ବଂଶାନୁକ୍ରମିକ ଭାବେ ଦ୍ଵାଦଶ ଶତାଦ୍ଦୀରୁ ଏହି ପଟ୍ଟଚିତ୍ରର ପରମ୍ଫରା ବଜାୟ ରହିଛି   ।

ଗୀତ , ନୃତ୍ୟ ଓ ବାଦ୍ୟ

ଓଡିଶାର ଐହିତ୍ୟ ପ୍ରତି ଗୀତ , ନୃତ୍ୟ ଓ ବାଦ୍ୟର ବିଶେଷ ଅବଦାନ ରହିଛି   । ଓଡିଶାର ପ୍ରାଚୀନ ମନ୍ଦିର ଗାତ୍ରରେ ଖୋଦିତ ହୋଇଥିବା ଗାୟନ ଓ ବାଦନ ଏବଂ ନର୍ତ୍ତକୀମାନଙ୍କ ଚିତ୍ରରୁ ଏହି ଐତିହ୍ୟ ସମ୍ପର୍ଣ୍ଣ କଳାର ପରିଚୟ ମିଳେ   । ଓଡିଶାର ଗ୍ରାମ୍ୟ ସଂସ୍କୃତିରେ ଲୋକ ସଙ୍ଗୀତର ଏକ ବିଶିଷ୍ଟ ସ୍ଥାନ ରହିଛି   । ଚମ୍ଫୁ, ଛାନ୍ଦ , ଚଉତିଶା , କୋଇଲିଗୀତ , ଜଣାଣ , ଭଜନ ଓଡିଶାର ଗାଁଗହଳିରେ ଏବେ ମଧ୍ୟ ଅତ୍ୟନ୍ତ ଆଦୂତ  ଓ ବ୍ୟବହୃତ   । ଜୟଦେବଙ୍କ ଗୀତ ଗୋବିନ୍ଦ ଓ ସାଲବେଗଙ୍କ ଭଜନ ଓଡିଶାର ସର୍ବାଦୃତ ରହିଛି   ।   ଓଡିଶୀ ନୃତ୍ୟ ଭାରତର ଏକ ପ୍ରଧାନ ଶାସ୍ତ୍ରୀୟ ନୃତ୍ୟଭାବେ ମାନ୍ୟତା ପାଇଛି   । ପୁରାତନ କାଳରେ ପ୍ରଭୁଙ୍କୁ ପ୍ରଣତି ଜଣାଇବା ଉଦ୍ଦେଶ୍ୟରେ ଜଗନ୍ନାଥ ମଦନିରରେ ଓଡିଆ ନର୍ତ୍ତକୀମାନେ ନୃତ୍ୟ ପରିବେଷଣ କରୁଥିଲେ  । ସଙ୍ଗୀତର ତାଳ ଓ ରାଗ ସହିତ ସମନ୍ଵୟ ରକ୍ଷାକରି ନୃତ୍ୟ ପରିବେଷଣ କରୁଥିବା ଏହି ନର୍ତ୍ତକୀମାନଙ୍କ ନୃତ୍ୟ ଶୈଳୀକୁ ମାହାରୀ ଶୈଳୀ କୁହାଯାଉଥିଲା  । ମାହାରୀ ଶୈଳୀର ନୃତ୍ୟରୁ ଓଡିଶୀ ନୃତ୍ୟର ସୃଷ୍ଟି ହୋଇଛି   ।

ରଣପା ନାଚ , ଚାଇତି ଘୋଡା ନାଚ , ଦଣ୍ଡନାଚ , ନାଗ ନାଚ , କେଳା –କେଲୁଣି ନାଚ , ଘୁମୁରାନାଚ , ଛଉନାଚ , ଡାଳଖାଇ ନାଚ , ରସରକେଲି ନାଚ ଆଦି ଲୋକନୃତ୍ୟ ଏବଂ କରମା, ଗଦବା, କେଦୁ , ଝୁମର , କୋୟା , ପାରିଜା ଆଦି ଆଦିବାସୀ ନୃତ୍ୟ ଓଡିଶାର ଐତିହ୍ୟ ସମ୍ପର୍ଣ୍ଣ ବାଦ୍ୟଯନ୍ତ୍ର ମଧ୍ୟରେ ମୃଦଙ୍ଗ , ଝାଞ୍ଜ , ଢୋଲ , ତୂରୀ,  ମହୁରୀ , ଘଣ୍ଟ, ମାଦଳ ଓ ବୀଣା ପ୍ରଧାନ   । ଓଡିଶାର ପ୍ରାଚୀନ ଭାସ୍କର୍ଯ୍ୟରେ ଏହି ବାଦ୍ୟଯନ୍ତ୍ର ବାଦନ କରିଥିବା କଳାକାରମାନଙ୍କ ଚିତ୍ର ଦେଖିବାକୁ ମିଳେ   ।

ହସ୍ତଶିଳ୍ପ

ଭାରତର ଭିନ୍ନ ଅଞ୍ଚଳରେ ଓ ଭାରତ ବାହାରେ ପ୍ରାୟ ସମସ୍ତ ଦେଶରେ ଜନପ୍ରିୟତା ଲାଭ କରିଥିବା ଓଡିଶାର କେତେକ ନିଜସ୍ୱ ହସ୍ତଶିଳ୍ପ ଓଡିଶାର ଐତିହ୍ୟପ୍ରତି ଗୁରୁତ୍ଵପୂର୍ଣ୍ଣ ଅବଦାନ   ।  ଏଗୁଡିକର ଉତ୍ପାଦନ କେବେଠାରୁ ଆରମ୍ଭ ହେଲା ତାହା ଠିକ ଭାବେ ଜଣା ଯାଇନଥିଲେ ସୁଦ୍ଧା ବିଭିନ୍ନ ପ୍ରଶ୍ନତତ୍ତ୍ଵିକ ଓ ସାହିତ୍ୟକ ଉତ୍ସରୁ ଏଗୁଡିକ ପୁରାତନକାଳରୁ ରହିଥିବାରଜଣାଯାଏ    । ମନ୍ଦିରମାନଙ୍କ ଭାସ୍କର୍ଯ୍ୟ ଓ ବିଭିନ୍ନ ସ୍ଥାନରେ ପ୍ରଶ୍ନତତ୍ତ୍ଵିକ ଖନନ ଫଳରେ ମିଳିଥିବା ପଥର ଖୋଦିତ କଳାତ୍ମକ ବସ୍ତୁ ଓଡିଶାର ଶିଳ୍ପୀମାନଙ୍କର କାରିଗରୀ କୌଶଳର ପ୍ରମାଣ ଦିଏ   । ଏବେ ପଥରରେ ଖୋଦିତ ସାମଗ୍ରୀ ବହୁଳ ଭାବେ ପୁରୀ ,ଭୁବନେଶ୍ଵର , ଲଲିତଗିରି ଠାରେ ନିର୍ମିତ ହେଉଛି  । ମନ୍ଦିରମାନଙ୍କରେ ରୀତିନୀତି ତଥା ବିଭିନ୍ନ ଧାର୍ମିକ କାର୍ଯ୍ୟ ସମ୍ପାଦାନରେ ବ୍ୟବହାର ପାଇଁ ପୁରାତନ ଓଡିଶାରେ ରଙ୍ଗୀନକଳାର କରୁକାର୍ଯ୍ୟ ସମ୍ବଳିତ ବଡ ବଡ ଚାନ୍ଦୁଆ ପ୍ରସୂତି କରାଯାଇ ଏହି ସୃଜଣକଳାର ଆରମ୍ଭ ହୋଇଥିଲା   । ସମୟକ୍ରମେ ବିଭିନ୍ନ ରଙ୍ଗର କଳାରେ ପଟି ପକାଯାଇ ବା ତାଳି ପକାଯାଇ କ୍ଷୁଦ୍ରାକୃତି ଚାନ୍ଦୁଆ ସହିତ ବଗିଚା ବା କ୍ରୀଡା ପ୍ରାଙ୍ଗଣରେ ବ୍ୟବହାର ପାଇଁ ବଡ ଛତା , ପୁରୁଷ ଓ ମହିଳାନାକ ବ୍ୟକ୍ତିଗତ ବ୍ୟବହାର ପାଇଁ ଛୋଟ ଛାତ , ବ୍ୟାଗ , ବିଜୁଳିବତି ଖୋଳ , ଚିଠିପତ୍ର ବା ପତ୍ରିକା ରଖିବା ପାଇଁ କାନ୍ଥଝୁଲା ମୁଣି ଆଦି ପ୍ରସ୍ତୁତ କରାଯାଇ ଦେଶ ବିଦେଶରେ ସେଗୁଡିକ ଜଣପ୍ରିୟତା ଲାଭ କରି ପାରିଛି   । ପୁରୀଜିଲ୍ଲାର ପିପିଲ ଏହି କଳା ପାଇଁ ଖ୍ୟାତିଲାଭ କରିଛି   । ଓଡିଶାର ଅନ୍ୟ ଏକ ଐତିହାସିକ ହସ୍ତଶିଳ୍ପ ହେଉଛି ରୂପା ତରକସି କାମ   । କଟକ ସହରରେ ରୂପା କାରିଗରମାନ  ରୂପାର ଅତି ସୂକ୍ଷ୍ମ କାରୁକାର୍ଯ୍ୟ ଖଚିତ ସୁନ୍ଦର କୋଣାର୍କ ଚକ୍ର , ଦେବାଦେବୀ ଓ ମନ୍ଦିରମାନଙ୍କର ପ୍ରତିଛବି , ପଶୁପକ୍ଷୀ , ଗଛ , ଫୁଲ ପତ୍ର ଏବଂ ପୌରାଣିକ କାହାଣୀ ତଥା ବିଭିନ୍ନ ବ୍ୟବହାର୍ଯ୍ୟ ବସ୍ତୁ ପ୍ରସ୍ତୁତକରି ସେମାନଙ୍କ କାରିଗରୀ କୌଶଳର ପରାକାଷ୍ଠା ପ୍ରଦର୍ଶନ କରିବା ସହିତ ଓଡିଶା ପାଇଁ ଦେଶ ବିଦେଶରେ ଯଶ ଅର୍ଜନ କରିଛନ୍ତି   ।  ପାରଳାଖେମୁଣ୍ଡି ଓ କଟକର ଶିଙ୍ଗରେ ପ୍ରସ୍ତୁତ ପାନିଆ , ଧୂମପାନ ନଳି , କଲମ- ଥାକ , ମହମବତି ଥାକ , ପଶୁପକ୍ଷୀ, ଡାଳପତ୍ର ଆଦି ଶିଙ୍ଗ କାରିଗରର କୁଶଳତାର ପରିଚୟ ଦିଏ  । ଖୋର୍ଦ୍ଧା ଜିଲା ବଳକାଟିର କଂସା ପିତ୍ତଳରେ ନିର୍ମିତ ସାମଗ୍ରୀ , ଢେଙ୍କାନାଳ ଜିଲ୍ଲାର ଡୋକ୍ରାକାମ , କେନ୍ଦୁଝର ଜିଲ୍ଲାର ଟେରାକୋଟା ଶିଳ୍ପ ମଧ୍ୟ ଐତିହ୍ୟ ବହନକାରୀ ହସ୍ତଶିଳ୍ପ   ।

ହସ୍ତତନ୍ତରୁ ପ୍ରସ୍ତୁତ ବସ୍ତ୍ର ଓଡିଶା ଐତିହ୍ୟର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରନ୍ତି   । ବୟନ କଳାର ବୈଶିଷ୍ଟ୍ୟ ଇକତ ଢାଞ୍ଚା ଓଡିଶାର ପ୍ରାଚୀନ  ସାମୁଦ୍ରିକ କାର୍ଯ୍ୟକଳାପର ପ୍ରଭାବରୁ ସୃଷ୍ଟି ହୋଇଛି ବୋଲି ବିଶ୍ଵାସ କରାଯାଏ  । ସମ୍ବଲପୁର ଓ ବଲାଙ୍ଗୀରିର ପଶାପାଳି ଶାଢୀ , ସୋନପୁରର ସୁନା ସୂତା ଓ ଜାରି କରୁକାର୍ଯ୍ୟ ଖଚିତ ଶାଢୀ   , ସମ୍ବଲପୁର , ବଲାଙ୍ଗୀରି, ବରଗଡ ଓ ସୋନପୁର ଜିଲ୍ଲାର ବୋମକାଇ ପାଟ ;ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ମଠା ଶାଢୀ , କଟକ ଜିଲ୍ଲାର ନୂଆପାଟଣା ଓ ମାଣିଆବନ୍ଧ ଶାଢୀ ଏବଂ ଖୋର୍ଦ୍ଧା ଜିଲ୍ଲାର ଲୁଙ୍ଗୀ, ଗାମୁଛା ଓ ଶାଢୀ କର୍ପାସ , ଟସର ଓ ରେଶମ ଲୁଗାରେ ପ୍ରସ୍ତୁତ ହୋଇ ବିଶ୍ଵର ପ୍ରାୟ ସମସ୍ତ ଦେଶରେ ଓଡିଶା ପାଇଁ ସୁଖ୍ୟାତି ଆଣିଛି   ।

ସାମୁଦ୍ରିକ ବାଣିଜ୍ୟ

ପ୍ରାଚୀନ ଓଡିଶାର ସାମୁଦ୍ରିକ ବାଣିଜ୍ୟ ଓଡିଶାର ଐତିହ୍ୟକୁ ସମୃଦ୍ଧ କରିଛି   । ପୁରାତନ ଓଡିଶା ବା କଳିଙ୍ଗର ଅଧିବାସୀମାନ ବୋଇତରେ ସମୁଦ୍ର ଯଥା କରି ବାଲି , ଜାଭା , ସୁମାତ୍ରା,  ଦ୍ଵୀପପୁଞ୍ଜ ତଥା ଅନ୍ୟାନ୍ୟ ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କ ସହିତ ବାଣିଜ୍ୟ କରିବାରେ ଥିଲେ ସର୍ବ ପ୍ରଥମ    ।  ଏହି ବାଣିଜ୍ୟ ଫଳରେ ଓଡିଆମାନଙ୍କର ଉକ୍ତ ଦେଶଗୁଡିକ ସହିତ ସାଂସ୍କୃତିକ ସମ୍ପର୍କ ସ୍ଥାପିତ ହେଲା ଏବଂ ସେଠାରେ ଓଡିଆବାସୀଙ୍କର ସମ୍ମାନ ବୃଦ୍ଧି ପାଇଲା   । ମୋଗଲ ଶାସନ ସମୟରୁ ସେହି ଦେଶମାନଏନକେ ସହିତ ବାଣିଜ୍ୟିକ ସମ୍ପର୍କର ଗୁରୁତ୍ଵ ହ୍ରାସ ପାଇଥିଲେ ସୁଦ୍ଧା ଅଦ୍ୟାବଧି ଓଡିଶା ଓ ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କ ପରସ୍ପର ସହିତ ସାଂସ୍କୃତିକ ସମ୍ପର୍କର ଗୁରୁତ୍ଵ ହ୍ରାସ ପାଇଥିଲେ ସୁଦ୍ଧା ଅଦ୍ୟାବିଧି ଓଡିଶା ଓ ଦକ୍ଷିଣ ପୂର୍ବ ଏସୀୟ ଅବ୍ୟାହତ ରହିଛି   । ସାଧବଭାବେ ପରିଚିତ ନୌବାଣିଜ୍ୟରେ ଦକ୍ଷତା ଥିବା ପ୍ରାଚୀନ ଓଡିଶାର ବଣିକମାନେ କୃଷିଜାତ ଦ୍ରବ୍ୟ , ବିଶେଷକରି ମସଲା ଏବଂ ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରସ୍ତୁତ ସାମଗ୍ରୀଗୁଡିକ ବୋଇତରେ ବହନ କରି ସମୁଦ୍ର ବକ୍ଷରେ ଦୀର୍ଘଯାତ୍ରା କରିଥିଲେ ଏବଂ ସେହି  ଦେଶମାନଙ୍କରରୁ ସେଗୁଡିକର ବିକ୍ରୟଲବ୍ଧ ଧନ ସମ୍ପତ୍ତି ଆଣି ଓଡିଶାକୁ ଧନଶାଳି କରୁଥିଲେ   । ଏହି ସାମୁଦ୍ରିକ ବାଣିଜ୍ୟ ପ୍ରାଚୀନ ଉତ୍କଳୀୟମାନଙ୍କର ଦେଶୀୟ କୌଶଳରେ ନିର୍ମିତ ନୌକାରେ ସୁଦୂର ସ୍ଥାନକୁ ଜଳଯାତ୍ରା କରିବାର ଦୁଃସାହସିକ ମନୋଭାବର ପରିଚୟ ଦିଏ   ।  ସେ ସମୟରେ ତାମ୍ରଲିପ୍ତ ,  ପାଲୋର , ଦନ୍ତାପୁରା ,  ଛେଳିତୋଲୋ ଓଡିଶାର ପ୍ରଧାନ ବନ୍ଦର ଥିଲା   । କେଉଁ ସମୟରୁ ଅସଡିସାର ନୌବାଣିଜ୍ୟର ଆରମ୍ଭ, ତାହା ଠିକଭାବେ ନିରୂପିତ ହୋଇପାରିନାହିଁ   । ଚତୁର୍ଥ –ପଞ୍ଚମ ଶତାଦ୍ଦୀର ଗୁପ୍ତଯୁଗରେ ରଚିତ କାଲୀଦାସଙ୍କ ରଘୁବଂଶମ ରେ କଳିଙ୍ଗର ରାଜାଙ୍କୁ ମହୋଦଧିପତି ଭାବେ ଚିତ୍ରିତ କରାଯାଇଛି   । ମଧ୍ୟଯୁଗୀୟ ବୌଦ୍ଧଗ୍ରନ୍ଥ ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପରେ ଭାରତ ମହାସାଗରର ଦ୍ଵୀପପୁଞ୍ଜକୁ କଳିଙ୍ଗୋଡ୍ରଦେଶଭାବେ ବର୍ଣ୍ଣନା କରାଯାଇଛି  । ଓଡିଶାର ମନ୍ଦିର ଭାସ୍କର୍ଯ୍ୟରେ ହସ୍ତୀ ବହନ କରୁଥିବା ନୌକାଗୁଡିକର ଯାତ୍ରାର ଦୃଶ୍ୟ ରହିଛି  । ଜାଭା ବା ସୁବର୍ଣ୍ଣଦ୍ଵୀପର ଶୈଳେନ୍ଦ୍ର ବଂଶୀମାନେ ଓଡିଶାର ଶୈଳୋଭବ  ବଂଶୀୟ ବୋଲି ଗ୍ରହଣ କରାଯାଇଛି   । ଏହି ତଥ୍ୟଗୁଡିକରୁ ଓଡିଶାର ନୌବାଣିଜ୍ୟ ଗୁପ୍ତଯୁଗ ବା ଖ୍ରୀଷ୍ଟୀୟ ତୃତୀୟ ଶତାଦ୍ଦୀରୁ ଆରମ୍ଭ ହୋଇଥିବାର ବିଶ୍ଵାସ କରାଯାଏ   । ତତକାଳୀନ ଶ୍ରୀଲଙ୍କା , ମିଆଁମାର , ଇଣ୍ଡୋନେସିଆ,  ମାଲୟେସିଆ ଓ ଚୀନ ଦେଶ ସହିତ ମଧ୍ୟ ଓଡିଶାର ସାମୁଦ୍ରିକ ବାଣିଜ୍ୟ ଚାଲିଥିବାର ବିଭିନ୍ନ ପ୍ରାମାଣିକ ତଥ୍ୟରୁ ଜଣାଯାଏ   ।

ପର୍ବପର୍ବାଣି

ଓଡିଶାର ପର୍ବପର୍ବାଣି ସମ୍ବନ୍ଧରେ କୁହାଯାଇଥାଏ “ ବାର ମାସରେ ତେର ପର୍ବ “ ଅର୍ଥାତ ବର୍ଷକର ବିଭିନ୍ନ ସମୟରେ ଓଡିଶାରେ ବହୁ ସଂଖ୍ୟକ ପୂଜା ପର୍ବ ପାଳନ କରାଯାଏ   । ଜୈନ , ବୌଦ୍ଧ , ଇସଲାମ ଓ ଖ୍ରୀଷ୍ଟଧର୍ମର ପର୍ବ ବ୍ୟତୀତ ଓଡିଶାର ହିନ୍ଦୁ ମତାବଲମ୍ବୀମାନେ ବର୍ଷକୁ ପ୍ରାୟ ପଚାଶରୁ ଊର୍ଦ୍ଦ୍ଵ ପର୍ବ ପାଳନ କରିଥାନ୍ତି   । ସେଥିମଧ୍ୟରୁ ଅନେକ ପର୍ବ ଓଡିଶାର ସଂପୂର୍ଣ୍ଣ ନିଜସ୍ୱ , ଐତିହ୍ୟ ସମ୍ପନ୍ନ ଓ ମହତ୍ଵପୂର୍ଣ୍ଣ   ।

ବୈଶାଖମାସର ପ୍ରଥମ ଦିନ ପାଳନ ହେଉଥିବା ବିଷୁବ ସଂକ୍ରାନ୍ତି ଓଡିଆ ପାଞ୍ଜିକାର ନବବର୍ଷର ପ୍ରଥମ ଦିନ ଓ ପ୍ରଥମ ପର୍ବ । ଗ୍ରୀଷ୍ମର ଆରମ୍ଭରେ ଏହି ପର୍ବରେ ମୁଖ୍ୟତଃ ବେଳରୁ ପ୍ରସ୍ତୁତ ଏକ ସୁସ୍ଵାଦୁ ପାନୀୟ ବା ପଣା ଦେବୀ ମଙ୍ଗଳାଙ୍କ ନିକଟରେ ସମର୍ପିତ ହେବା ପରେ ସେବନ କରାଯାଏ   । ତେଣୁ ଏହି ପର୍ବକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ   । ପ୍ରଖର ଗ୍ରୀଷ୍ମର ଝାମ ବା ଝାଇଁ ସମ୍ପର୍କରେ ସତର୍କ କରିବା ପାଇଁ ଓ ତତଜନିତ ଟାପକୁ ସହ୍ୟକରିବାକୁ ପ୍ରସ୍ତୁତ ରହିବାଲାଗି ସୂଚନା ଦେବା ଉଦ୍ଦେଶ୍ୟରେ ଏହି ଦିନ “ ଫାଟୁଆ “ ଭାବେ ପରିଚିତ କେତେକ ଭକ୍ତ ଖାଲି ପାଦରେ ଏକ ନିର୍ଦ୍ଧିଷ୍ଟ ଲମ୍ବର ଅଗ୍ନିଶଯ୍ୟା ଉପରେ ଚାଲିଥାନ୍ତି   । ଏହାକୁ ଝାମୁଯାତ୍ରା କୁହାଯାଏ   । ଝଙ୍କଡର ସାରଳା, କାକଟ ପୁରର ମଙ୍ଗଳା ଓ ବାଙ୍କିର ଚର୍ଚ୍ଚିକା ଠାକୁରାଣୀଙ୍କ ପାଖରେ ହେଉଥିବା ଏହି ଯାତ୍ରା ବିଖ୍ୟାତ   । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାରେ ଅକ୍ଷୟ ତୃତୀୟା ପର୍ବ ପାଳିତ ହୁଏ   । ଏହି ଦିନ ନିବେଶ କରଯାଇଥିବା ଧନର କ୍ଷୟ ହୁଏ ନାହିଁ ବୋଲି ବିଶ୍ଵାସ କରଯାଉଥିବାରୁ ଚାଷୀ ବିଲରେ ବିହନ ବୁଣିବା ଆରମ୍ଭ କରେ ଓ ଅନ୍ୟମାନେ କୌଣସି ମୂଲ୍ୟବାନ ଧାତୁ ନିର୍ମିତ ବସ୍ତୁକୁ ଗୃହକୁ ଆଣିଥାନ୍ତି   । ଏହି ଦିନ ଧନଧାନ୍ୟର ଦେବୀ ଲକ୍ଷ୍ମୀଙ୍କୁ ପୂଜା କରାଯାଏ  । ପଶ୍ଚିମାଞ୍ଚଳର ଏହି ପର୍ବକୁ ମୁଠି ଛୁଆଁ ବୋଲି କହିଥାନ୍ତି   । ପୁରୀରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରାପାଇଁ ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରାଙ୍କ ତିନି ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଅକ୍ଷୟ ତୃତୀୟା ଦିନ ହୋଇଥାଏ   ଏବଂ ଏହି ଦିନ ଜଗନ୍ନାଥଙ୍କ ର ଚନ୍ଦନଯାତ୍ରା ମଧ୍ୟ ଆରମ୍ଭ ହୁଏ   ।

ଆଷାଢ ମାସର ପ୍ରଥମ ଦିନ ତଥା ବର୍ଷାଋତୁର ଆରମ୍ଭରେ ରାଜ ପର୍ବ ପାଳିତ ହୁଏ  । ଏହି ସମୟରେ ଧରିତ୍ରୀ ରଜସ୍ଵଳା ହୋଇଥାଏ ବୋଲି ବିଶ୍ଵାସ କରାଯାଉଥିବାରୁ ପୂର୍ବଦିନ ବା ପହିଲିରଜ , ରଜସଂକ୍ରାନ୍ତି ଓ ଶେଷ ରଜରେ ତିନିଦିନ ଧରି କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ  ଓ ବିନା ଆସନରେ ବସନ୍ତୀ ନାହିଁ ଏବଂ ଚାଷୀମାନେ ବିଲକୁ ଯାଇ ଚାଷ କାମ କରନ୍ତି ନାହିଁ   । ସେ ସମୟରେ କୁମାରୀମାନଙ୍କୁ ଖୁସିରେ ରଖିବା ପାଇଁ ସେମାନଙ୍କୁ କୌଣସି କାମ କରିବାକୁ ଦିଆଯାଏ ନାହିଁ , ପିନ୍ଧିବାକୁ ନୂଆ ଲୁଗା ଦିଆଯାଏ  , ଖାଇବାକୁ ବିଭିନ୍ନ ପ୍ରକାର ପିଠାମିଠା ଦିଆଯାଏ ଓ ଦୋଳିରେ ଝୁଲାଯାଏ   ।  ଆଷାଢମାସ ଶୁକ୍ଳପକ୍ଷ ଦ୍ଵିତୀୟା ଦିନ ଓଡିଶା ର ଏକ ପ୍ରମୁଖ ପର୍ବ ଯାହା ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୁଏ   । ଏହି ଦିନ ତିନି ଠାକୁର ଜଗନ୍ନାଥ ,  ବଳଭଦ୍ର ଓ ସୁଭଦ୍ରା ଜାତି, ଧର୍ମ, ନିର୍ବିଶେଷରେ  ସମସ୍ତଙ୍କୁ ଦର୍ଶନ ଦେବାପାଇଁ ଓ ସମସ୍ତଙ୍କ ଗୁହାରି ଶୁଣିବା ପାଇଁ ମନ୍ଦିର ବାହାରେ ରଥାରୂଢ ହୋଇଥାନ୍ତି ଏବଂ ଏକ ସାମୟିକ ପରିବର୍ତ୍ତନ ଉଦ୍ଦେଶ୍ୟରେ ସାତଦିନ ମାଉସୀ ମନ୍ଦିରରେ ଶ୍ରୀଗୁଣ୍ଡିଚାଙ୍କ ଅବସ୍ଥାନ କରିବା ପାଇଁ ଯାତ୍ରା କରିଥାନ୍ତି   । ସେଥିପାଇଁ ଏହାକୁ ଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ   ।

ଶ୍ରାବଣ ମାସର ଅମାବାସ୍ୟା ଦିନଟି ଚିତାଲାଗି ଅମାବାସ୍ୟା ବା ଚିତ୍ତଊ ଅମାବାସ୍ୟା ଭାବେ ପାଳିତ ହୁଏ   । ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁବର୍ଣ୍ଣ ଚିତାରେ ଭୂଷିତ କରାଯାଏ ଓ ଚିତ୍ତଊ ପିଠା ଭୋଗ ଦିଆଯାଏ   ।ଏହି ଦିନ ଯେ କୌଣସି କାର୍ଯ୍ୟ କଲେ ତାହା ମଙ୍ଗଲମାୟା ହେବ ବୋଲି ବିଶ୍ଵାସ କରି ଚାଷୀମାନେ ଚାଷଜମିକୁ ପୂଜାକରନ୍ତି ଓ ଚାଷୀକୁଳର ଝିଅମାନେ ବିଲକୁ ଯାଇ ବର୍ଷାକାରଣରୁ ସେଠାରେ ବୃଦ୍ଧି ପାଉଥିବା  ଗେଣ୍ଡା ବଂଶ କୁ ଚିତ୍ତଊ ପିଠା ଦେଇ ତାଙ୍କ ବାପା ଓ ଭାଇମାନେ ବିଲରେ କାମ କରିବାବେଳେ ସେମାନଙ୍କ ଗୋଡ ନକାଟିବା ପାଇଁ ପ୍ରାର୍ଥନା କରନ୍ତି  । ଶ୍ରାବଣ ମାସ ପୂର୍ଣ୍ଣିମା ଗହ୍ମା ପୂର୍ଣ୍ଣିମା  ଭାବେ ପାଳିତ ହୋଇ ଗାଈ ବଳଦ କୁ ପୂଜା କରାଯାଏ ଏବଂ ଏହି ଦିନ ଶ୍ରୀଜଗନ୍ନାଥଙ୍କ ଝୁଲଣଯାତ୍ରା ମଧ୍ୟ ଅନୁଷ୍ଠିତ ହୁଏ   ।

ଭାଦ୍ରବ ମାସର ଶୁକ୍ଳପକ୍ଷରେ ପୂର୍ବରୁ ଜ୍ୟୋତିଷମାନଙ୍କଦ୍ଵାରା ସ୍ଥିରୀକୃତ ହୋଇଥିବା ତିଥିରେ ନୂଆଖାଇ ପର୍ବ ପାଳିତ ହୁଏ   । ଏହି ଧଇଁ ବର୍ଷର ପ୍ରଥମ ଅମଳର ବା ନୂଆ ଚାଉଳରୁ ପ୍ରସ୍ତୁତ ଅନ୍ନ , କ୍ଷୀରୀ, ପିଠା, ତଥା ଅନ୍ୟାନ୍ୟ ଖାଦ୍ୟ ପ୍ରଥମେ ଲକ୍ଷ୍ମୀ ଠାକୁରାଣୀଙ୍କ ପାଖରେ ଭୋଗ ଦିଆଯାଇ ତା ପରେ ପରିବାରର ଆତ୍ମୀୟ ସ୍ଵଜନ ଓ ବନ୍ଧୁବାନ୍ଧବଙ୍କ ସହିତ ପଙ୍ଗତରେ ଖିଆଯାଏ   । ଏହି ପର୍ବକୁ ନବାନ୍ନ ଭକ୍ଷଣ ମଧ୍ୟ କୁହାଯାଏ   । ଭାଦ୍ରବ ମାସର ପ୍ରତି ରବିବାର ଝିଅମାନେ ଖୁଦୁରୁକୁଣୀ ଓଷା ପାଳନ କରନ୍ତି     ।

ଏହି ଦିନ ଗୁଡିକରେ ସେମାନେ ମଙ୍ଗଳାଙ୍କୁ ପୂଜା କରନ୍ତି ଓ ତଅପୋଇ କଥା ପାଠ କରନ୍ତି   । ଏହି ପୂଜାରୁ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ସମ୍ପର୍କରେ ସୂଚନା ମିଳେ   ।

ଆଶ୍ଵିନ ମାସ ଅମାବାସ୍ୟାଦିନ ମହାଳୟା ପାଳନ କରାଯାଇ ତିଥି ବାର ନିର୍ବିଶେଷରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ   । ଏହି ମାସର ପୂର୍ଣ୍ଣିମାଦିନ କୁମାର ପୂର୍ଣ୍ଣିମା ଓ ଲକ୍ଷ୍ମୀପୂଜା ପାଳିତ ହୁଏ  । ଏହି ଦିନ ଶିବଙ୍କ ପୁତ୍ର କୁମାର ବା କାର୍ତ୍ତିକେୟଙ୍କ ଭଳି ସ୍ଵାମୀ ପାଇବା ପାଇଁ କୁମାରୀ ଝିଅମାନେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପୂଜା କରନ୍ତି ଏବଂ ଧନ ସମ୍ପତ୍ତିର ଦେବୀଭାବେ ବିଶ୍ଵାସ କରଯାଉଥିବା ଲକ୍ଷ୍ମୀ ଙ୍କ ଜନ୍ମଦିନ  ପାଳନ କରାଯାଇ ଗଜାନନ ଲକ୍ଷ୍ମୀଙ୍କ ପୂଜା କରାଯାଏ   । ଢେଙ୍କାନାଳ , ଅନୁଗୁଳ,  ଚୌଦ୍ଵାର , କେନ୍ଦ୍ରାପଡା ଓ ପାରାଦ୍ଵୀପଠାରେ ଅତି ଆଡମ୍ବରରେ ସର୍ବଜନୀନ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଥାଏ   ।

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ବା ଚତୁର୍ଦ୍ଦଶୀଦିନ ଆତ୍ମୀୟମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଧବଳେଶ୍ଵରଙ୍କ ନିକଟରେ ଧଳାମଣ୍ଡା , ଧଳା ଅଟକାଲୀ ଭୋଗ ଦିଆଯାଇ ବଡ ଓଷା ପାଳନ କରାଯାଏ  ।  ଧବଳେଶ୍ଵରଙ୍କ ଏହି ପର୍ବକୁ ଗଜଭୋଗ ଯାତ୍ରା ବା ପିଠାଯାତ୍ରା ମଧ୍ୟ କୁହାଯାଏ   । କାର୍ତ୍ତିକ ମାସ ପୂର୍ଣ୍ଣିମା ଦିନ କାର୍ତ୍ତିକ ପୂର୍ଣ୍ଣିମା ଓ ବାଲିଯାତ୍ରା ପାଳିତ ହୁଏ   । ଏହି ଦିନ ଓଡିଶାର ସାଧବ ବୋହୂମାନେ ବାଣିଜ୍ୟ ଉଦ୍ଦେଶ୍ୟରେ ନୌଯାତ୍ରାରେ ବାହାରୁଥିବା ସେମାନଙ୍କ ସ୍ଵାମୀମାନଙ୍କୁ ଫୁଲ, ଦୀପ , ଚନ୍ଦନ, ସିନ୍ଦୁରରେ ବନ୍ଦେଇ ବିଦାୟ ଜଣାଉଥିଲେ   । ଏହାର ସ୍ମାରକୀ ସ୍ୱରୂପ ଓଡିଆମାନେ ସେଦିନ କାଗଜ ବା ସୋଲ ବା କଦଳୀ ବାହୁଙ୍ଗାରୁ ନିର୍ମିତ ଛୋଟ ଛୋଟ ଡଙ୍ଗା ନଦୀ ବା ସମୁଦ୍ରରେ ଭସାଇଥାନ୍ତି  । ପ୍ରାଚୀନ ଉତ୍କଳୀୟ ବନିକମାନକ ଜାଭା, ସୁମାତ୍ରା ,  ଓ ବାଲିଦୀପକୁ ନୌଯାତ୍ରାର ଐତିହ୍ୟକୁ ଜୀବିତ ରଖିବା ପାଇ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ବୋଇତ ବନ୍ଦାଣ ଓ ବ୍ୟାବଶାୟିକ ମେଳା ବାଲିଯାତ୍ରା ଉତ୍ସବ ଭାବେ ବିଖ୍ୟାତ ପାରାଦ୍ଵୀପ ବନ୍ଦରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ଇ କଟକର ବାଲିଯାତ୍ରା ବହୁ ପ୍ରସିଦ୍ଧି ଲାଭ କରିଛି  ।

ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଦିନ ଶସ୍ୟ ଅମଳର ସଫଳତା ପାଇଁ ଘରେ ଘରେ ଲକ୍ଷ୍ମୀପୂଜା ପାଳିତ ହୁଏ   । ପ୍ରଥମ ଗୁରୁବାର ଦିନ ଏକ ମାନରେ ଧାନ ଭର୍ତ୍ତିକରି ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଥମେ ସମର୍ପିତ କରଯାଉଥିବାରୁ ଏହାକୁ ମାନବସା କୁହାଯାଏ   । ଏହି ମାସର ଅଷ୍ଟମୀ ତିଥିରେ ପରିବାରର ଜ୍ୟେଷ୍ଠ ସନ୍ତାନର ଦୀର୍ଘ ଓ ସୁସ୍ଥଜୀବନ ପାଇଁ ସନ୍ତାନଙ୍କ ରକ୍ଷାକର୍ତ୍ତାଭାବେ ବିଶ୍ବାସ କରାଯାଉଥିବା ଷଷ୍ଠୀଦେବୀଙ୍କ ପୂଜା କରାଯାଏ   । ଏହି ପର୍ବକୁ ପ୍ରଥମାଷ୍ଟମୀ କୁହାଯାଏ   ।

ପୌଷମାସର ଶୁକ୍ଳପକ୍ଷ ଦଶମୀ ଦିନ କୃଷ୍ଣଙ୍କ ପୁତ୍ର ଶାମ୍ବ ସୂର୍ଯ୍ୟଦେବତାଙ୍କ ଆଶୀର୍ବାଦରେ କୃଷ୍ଠ ବ୍ୟାଧିରୁ ମୁକ୍ତି ହୋଇଥିବାର  ବିଶ୍ଵାସରେ ଏହିଦିନ ପ୍ରାତଃ କାଳରେ ମଧ୍ୟାହ୍ନରେ ଓ ଅପରାହଣ ରେ ସୂର୍ଯ୍ୟ ପୂଜା କରାଯାଇ ଶାମ୍ବ ଦଶମୀ ପାଳନ କରାଯାଏ   ।

ଏହି ମାସର ସଂକ୍ରାନ୍ତିଦିନ ଧନୁତୀର ଉତ୍ସବକୁ ଉପଭୋଗ କରିବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣଙ୍କ ମଥୁରାଯାତ୍ରାର ସ୍ମାରକୀଭାବେ ଧନୁଯାତ୍ରା ପାଳିତ ହୋଇଥାଏ   । ବରଗଡ  ଜିଲ୍ଲାର ବରଗଡ ସହର ଧନୁଯାତ୍ରା ଉତ୍ସବପାଇଁ ସମଗ୍ର ଭାରତରେ ପ୍ରସିଦ୍ଧି ଲାଭ କରିଛି   ।

ମାଘ ମାସର ପ୍ରଥମଦିନ ସୂର୍ଯ୍ୟ ମକର ରାସୀରେ ଅବସ୍ଥାନ କରି କ୍ରମେ ଉତ୍ତର ଦିଗକୁ ଗତିକରିବା ଜଣାପଡେ  ଏବଂ ଏହାକୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି କୁହାଯାଏ   । ଏହି ଦିନଟି ଓଡିଶାରେ ମକର ସଂକ୍ରାନ୍ତିଭାବେ ପାଳନ କରାଯାଏ   ଓ ସୂର୍ଯ୍ୟଦେବତାଙ୍କୁ ପୂଜା କରାଯାଏ  । ମାଘ ମାସର ଶୁକ୍ଳପକ୍ଷ ପଞ୍ଚମୀ ଦିନଟି ସୌନ୍ଦର୍ଯ୍ୟ ଓ ଆନନ୍ଦର ଋତୁ ବସନ୍ତର ଆଗମନକୁ ବସନ୍ତ ପଞ୍ଚମୀଭାବେ ପାଳନ କରାଯାଏ   । ତେଣୁ ଏହି ପର୍ବକୁ ଶ୍ରୀପଞ୍ଚମୀ ମଧ୍ୟ କୁହାଯାଏ   । ମାଘ ମାସ କୃଷ୍ଣପକ୍ଷ ସପ୍ତମୀ ଦିନ ବ୍ୟାଧି ଓ ପାକରୁ ମୁକ୍ତି ପାଇଁ ସ୍ଵତନ୍ତ୍ରଭାବେ ସୂର୍ଯ୍ୟଙ୍କର ପୂଜା ଅନୁଷ୍ଠିତ ହୁଏ ଏବଂ ପବିତ୍ର ଚନ୍ଦ୍ରଭାଗାରେ ସ୍ନାନ କରାଯାଏ   । କୋଣାର୍କଠାରେ ଅନୁଷ୍ଠିତ ମାସ ସପ୍ତମୀ ଉତ୍ସବ ପାଳନ ଭାରତ ବିଖ୍ୟାତ  । ଭାରତର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ସଂଖ୍ୟକ ଲୋକ କୋଣାର୍କର ଚନ୍ଦ୍ରଭାଗାରେ ବୁଡ ପକାଇଥାନ୍ତି   ।

ଫାଲଗୁଣ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଶିବ ଚତୁର୍ଦ୍ଦଶୀ ବା ଶିବରାତ୍ରି ବା ଜାଗର ଭାବେ ପାଳିତ ହୁଏ  । ଏହିଦିନ କ୍ଷୀର ସାଗରର ମନ୍ଥନରୁ ନିର୍ଗତ ହୋଇଥିବା ବିଷକୁ ଅନ୍ୟ ଦେବାଦେବୀ ଭକ୍ଷଣ କରି ମୃତ୍ୟୁବରଣ କରିବାର ଆଶଙ୍କା ଥିବାରୁ ଶିବ ତାଙ୍କ ପ୍ରତି କିଛି ବିପଦ ହେବନାହିଁ ବୋଲି ଜାଣି ନିଜେ ତାକୁ ପାନ କରିଥିଲେ, କିନ୍ତୁ ସମସ୍ତ ଦେବାଦେବୀ ଜୀବଙ୍କ ଜୀବନରକ୍ଷା ପାଇଁ ସାରା ରାତି ଉଜାଗର ରହିଥିଲେ ବୋଲି ବିଶ୍ଵାସ କରାଯାଏ   । ଏହାର ସ୍ମାରକୀଭାବେ ପ୍ରତ୍ୟେକ ବର୍ଷ ଏହି ପର୍ବରେ ସାରାରାତି ଦୀପଜାଳି, ଶିବପୁରାଣ ପାଠକରି ଭକ୍ତମାନେ ଉଜାଗର ରହନ୍ତି   । ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିରରେ ପାଳିତ ଏହି ଉତ୍ସବ ବହୁ ପ୍ରସିଦ୍ଧ   । ପୁରାତନ କାଳର ରାଜା ମହାରାଜାଙ୍କ ସମୟରୁ ଚୈତ୍ର ମାସରେ ଅମାବାସ୍ୟା ଦିନ ଚୈତ୍ରପର୍ବ ପାଳନ କରାଯାଏ   । ଏହି ଦିନ ସମାଜର ଓ ବ୍ୟକ୍ତିର ମଙ୍ଗଳପାଇଁ ତଥା ସାମ୍ରାଜ୍ୟ ଓ ସମ୍ରାଟଙ୍କ ସମୃଦ୍ଧିପାଇଁ ଶୈବ ରୀତି ମଧ୍ୟମରେ ଶିବକୁ ଆବାହନ ଓ ପ୍ରଶାନ କରାଯାଏ   ।

ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀଦିନ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରା ଏବଂ ଅଶୋକାଷ୍ଟମି ପର୍ବ ପାଳିତ ହୁଏ  । ଭୁବନେଶ୍ଵରରେ ମହା ସମାରୋହରେ ଅନୁଷ୍ଠିତ ଏହି ରଥଯାତ୍ରାରେ ଲିଙ୍ଗରାଜଙ୍କ ପ୍ରତିନିଧି ଦେବତାଭାବେ ଶ୍ରୀଚନ୍ଦ୍ରଶେଖର ରଥାରୂଢ ହୋଇ ଲିଙ୍ଗରାଜ ମନ୍ଦିର ଠାରୁ ରାମେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରିଥାନ୍ତି   । ଏହି ଦିନ ଶ୍ରୀ ରାମଚନ୍ଦ୍ର ରାବଣକୁ ହତ୍ୟାକରି ନିଜର ଓ ଅଯୋଧ୍ୟାବାସୀଙ୍କ ଦୁଃଖ ବା ଶୋକ ମୋଚନ କରିଥିବାର ବିଶ୍ଵାସ ଯୋଗୁଁ ଏହି ତିଥିରେ ଅଶୋକାଷ୍ଟମୀଭାବେ ମଧ୍ୟ ପାଳିତ ହୁଏ   ।

ଓଡିଶାର ଐତିହ୍ୟ ବହନ କରୁଥିବା ଏହାର ନିଜର ପର୍ବପର୍ବାଣି ବ୍ୟତୀତ ଭାରତର ଅନ୍ୟ ରାଜ୍ୟମାନଙ୍କ ଭଳି ଓଡିଶାରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ,  ଗଣେଶ ଚତୁର୍ଥୀ,  ଜନ୍ମାଷ୍ଟମୀ , ଦୂର୍ଗାପୂଜା ଓ ଦଶହରା , କାଳୀପୂଜା ଓ ଦୀପାବଳି , ଦୋଳ ପୂର୍ଣ୍ଣିମା ଓ ହୋଲି ଏବଂ ରାମ ନବମୀ ପ୍ରଭୃତି ଯଥେଷ୍ଟ ଆଡମ୍ବର  ସହିତ ପାଳନ କରାଯାଏ   ।

ଉପର ଲିଖିତ ଉପାଦାନଗୁଡିକର ଆଲୋଚନାରୁ ଜଣାଯାଏ ଯେ ଓଡିଶାର ଏକ ଉନ୍ନତ , ସମୃଦ୍ଧ ଓ ପ୍ରସିଦ୍ଧ ଐତିହ୍ୟ ରହିଛି   । ଏହି ଐତିହ୍ୟର ସମ୍ମାନ ଓ ସୁରକ୍ଷା ପ୍ରତ୍ୟେକ ପିଢିର ଓଡିଶାବାସୀଙ୍କ କର୍ତ୍ତବ୍ୟ   ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top