ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଉତ୍ସବ – ସ୍ଵାଧୀନତା ସାମ୍ବତ୍ସରିକ
ସେଆର କରନ୍ତୁ

ଉତ୍ସବ – ସ୍ଵାଧୀନତା ସାମ୍ବତ୍ସରିକ

ଉତ୍ସବ – ସ୍ଵାଧୀନତା ସାମ୍ବତ୍ସରିକ ବିଷୟରେ ସୂଚନା I

ସାଂସ୍କୃତିକ ଇତିହାସର ସାଙ୍କେତିକ ଆଲେଖ୍ୟ

ରାଜତନ୍ତ୍ର - ବିଦେଶୀ ଶାସନ ତନ୍ତ୍ର – ଗଣତନ୍ତ୍ରର ପରିବ୍ୟାପ୍ତ ବୃହ ଭିତରେ ସାଗର ବେଷ୍ଟିତ ତଥା ଉତ୍ତର ସୀମାଦ୍ରି ସୁରକ୍ଷିତ ଭାରତବର୍ଷ, ଅପୌରୁଷେୟ ବେଦର ଉତ୍ପ କାଳରୁ ଏପର୍ଯ୍ୟନ୍ତ ଭୂପୃଷ୍ଠରେ ନିଜର ସ୍ଥିତି ଜାହିର କରିଆସିଛି । ବିଭାଜକ ଭୌଗୋଳିକ ସୀମାରେଖାଗୁଡ଼ିକ । କେତେବେଳେ ଅପେକ୍ଷାକୃତ ସଂକୁଚିତ ହୋଇଯାଇଛି ତ କେତେବେଳେ । ଅଯଥା ବିକୃତ ହୋଇଯାଇଛି । ଏଇ ଆମର ଭାରତ ଯେଉଁଠି ଅଜସ୍ର  ନଦନଦୀ ପାହାଡ଼ ପର୍ବତ, ବୃକ୍ଷ, ଗୁଚ୍ଚରାଜି ଆପେ ଆପେ ଦେବତା । ପାଲଟି ଯାଇଥିଲେ କାହିଁ କେଉଁ ଅସ୍ପଷ୍ଟ ଅତୀତରେ । ପରେ ଲୋକେ ଗଢ଼ିଲେ ମନ୍ଦିର-ମସ୍‌ଜିଦ୍ -ଚର୍ଚ୍ଚତୀର୍ଥ-ପୁଷ୍କରିଣୀ-ସାଗର ସବୁ ନିଜର । ପାର୍ଥିବ ସାମର୍ଥ୍ୟ ଏବଂ ଧାର୍ମିକ ବିଶ୍ଵସ୍ତତା ଅହମିକାରେ ଏବଂ ସେଗୁଡ଼ିକର । ସ୍ଥିତି ସ୍ଥାପକତା, ବିକାଶ ଓ ପ୍ରଚାର-ପ୍ରସାର ପାଇଁ ସେମାନେ । ଜନମାନସରେ ବିଶ୍ଵାସର ହୁରିଖେଳ ଖେଳିଲେ । ପୂର୍ବ ସାଗର, ଭାରତ ମହାସାଗର ଓ ଆରବ ସାଗରର ତ୍ରିବେଣୀ ଧାରରୁ ଉତ୍ତରରେ ହିମାଦ୍ରି  ପର୍ଯ୍ୟନ୍ତ ଏବଂ ସେଇଭଳି ପଶ୍ଚିମରୁ ପୂର୍ବ ଦିଗବଳୟ ପର୍ଯ୍ୟନ୍ତ ଧାର୍ମିକ । ନିରୀହ ଜନତା ଶତାବ୍ଦୀ ଶତାବ୍ଦୀ ଧରି ପଦବ୍ରଜରେ ବା କତ୍ରିମ ଯାନରେ । ଗତିଶୀଳ ହେଲେ, ମାପି ଚାଲିଲେ ଆସ୍ଥା ଓ ବିଶ୍ୱାସର ତୁଙ୍ଗିମାକୁ ଓ ଥାପି ଚାଲିଲେ ସୌହାର୍ଘ୍ୟର ସେତୁକୁ । ଏସବୁ, ସମୟର କାନଭାସ୍ ଉପରେ ରଙ୍ଗବେରଙ୍ଗରେ ଉକୁଟି ଉଠିଛି ଯାହାକୁ ଆମେ ଭାରତର । ସାଂସ୍କୃତିକ ଇତିହାସର ସାଙ୍କେତିକ ଆଲେଖ୍ୟ ଭାବରେ ଗ୍ରହଣ କରିଛି ।

ଭାରତ ବାସୀ ଅତିଷ୍ଠ ହୋଇପଡ଼ିଲେ ରାଜତନ୍ତ ଓ ବିଦେଶୀତନ୍ତର ଶୋଷଣ ଜାଲରେ । ସେମାନେ ମାନସିକ ଶୃଙ୍ଖଳରୁ ମୁକ୍ତ ହେବାକୁ ଚାହିଁଲେ । ଏହି ଚାହିଁବା ପଣିଆଟା ଗାଁ ମୁଣ୍ଡଟେକି ଥିଲେ ବି ଏହା କ୍ରମଶଃ ପ୍ରସାରିତ ହେଲା । ଏପରିକି ଏହା ସମଗ୍ର ଭାରତବର୍ଷକୁ ବ୍ୟାପିଗଲା । ଭାବନାର ସମୁଦ୍ର ଉଛୁଳି ଉଠିଲା । ଫଳରେ ଭାରତ ଭୂଇଁରୁ ବିଦେଶୀମାନେ ହଟିଗଲେ ଦୂରକୁ ଦୂରକୁ ।  ଏହି ଅପସରି ଯିବା କାହାଣୀ ମାତ୍ର ଛପନ-ସତାବନ ବର୍ଷର । ଆମେ ହେଲୁ ସ୍ୱାଧୀନ, ଦେଶ ହେଲା ସ୍ୱାଧୀନ, ଭାରତବର୍ଷର ପାଣି, ପବନ, ଆକାଶ, ନଦନଦୀ, ପାହାଡ଼ ପର୍ବତ, ଦାରିଦ୍ର୍ୟ, ବୁଭୁକ୍ଷା, ଅସୂୟା, ଆଳସ୍ୟ, ପୀଡ଼ନ, ଆସନ୍ଧୀ, ଔଦ୍ଧତ୍ୟ, ବିଭ୍ରାନ୍ତି ଓ ବ୍ୟଭିଚାର ସବୁକିଛି ବି ଆସ୍ତେ ଆସ୍ତେ ସ୍ଵାଧୀନ ହୋଇଉଠିଲେ । ଗୋଟିକ ପରେ ଗୋଟିଏ ଶୃଙ୍ଖଳ ଅପସରିଗଲା ।

ଅବଶ୍ୟ ଏଇ ସତାବନ ବର୍ଷର ଭାରତର ଦେହରେ ମୁକ୍ତି ସଂଗ୍ରାମର ଆଉ ସେଇ ଉଷୁମ ରକ୍ତର ଚିହ୍ନବର୍ଣ୍ଣ ନାହିଁ, ଯେଉଁ ରକ୍ତ ଦିନେ ଲାଲ ଗୋଲାପ ହୋଇ ଭାରତସାରା ଫୁଟି ଉଠିଥିଲା ସ୍ୱାଧୀନତା ସଂଗ୍ରାମର ରଣ ହିଲ୍ଲୋରେ । ଏହି ଉତ୍ତର - ସ୍ୱାଧୀନତାର ଛ- ଦଶନ୍ଧିରେ ଆମେ ଅନେକ ଦିଗନ୍ତକୁ ସ୍ପର୍ଶ କରିଛୁ । ଭୌତିକ ବୈଭବରେ, ବୈଜ୍ଞାନିକ ଉଭାବନରେ, ରାଜନୈତିକ ଆଦର୍ଶରେ, ପ୍ରକୃତିକୁ ଲୋକାଭିମୁଖୀ କରିବାରେ ଓ ବାଗବିଳାସରେ ଆମେ ଆଶାତୀତ ପ୍ରଗତି ହାସଲ କରିଛୁ । ଆଗଭଳି ଆମେ ଆଉ ପାଶ୍ଚାତ୍ୟ ସଭ୍ୟତାକୁ ଆଦର୍ଶ କରୁ ନାହୁଁ, ବରଂ ଆମ ତଥାକଥିତ  ଆଦର୍ଶ ଓ ଅପସଂସ୍କୃତିର ବିଷଢ଼ାଳା ଅନ୍ୟମାନଙ୍କୁ ବୋଧହୁଏ ଆକୃଷ୍ଟ କରିବାକୁ ବସିଲାଣି ।

ପ୍ରାକ୍ ସ୍ୱାଧୀନତା ଯୁଗରେ ଯେଭଳି ସତ୍ୟାଗ୍ରହ, ଅନଶନ, ଗଣଧାରଣା ହୋ-ହଲ୍ଲା ସଂଘଟିତ ହେଉଥିଲା, ଏବେ ବି ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ସ୍ଵାର୍ଥସାଧନ ପାଇଁ ଅନୁରୂପ ସଂଗଠନମାନ ମୁଣ୍ଡଟେକି ଉଠିଲାଣି । ଗଣତନ୍ତ୍ରର ଉଚ୍ଚ ଆଦର୍ଶକୁ ଗୋଷ୍ଠି ଭୁକ୍ତ ବ୍ୟକ୍ତି ବିଶେଷର ଘୁଣପୋକ ଅହରହ ଦଂଶନ କରି ଚାଲିଛି । ‘ବର୍ଷାଣା ଭାରତଃବର୍ଷ” ଏବଂ “ଦେଶାନା ଉତ୍କଳ ମୁଁ ତଃ’ - ଏହି ପାରମ୍ପରିକ ଐଶ୍ଵର୍ଯ୍ୟ ଏବେ ଏକ ଶାଦ୍ଦିକ ପ୍ରତିଧ୍ୱନି ମାତ୍ର । ଆନ୍ତର୍ଜାତିକ ସ୍ଥିତାବସ୍ଥା ମଧ୍ୟ ଏଭଳି ବିବତ ।

ଗଣତନ୍ତ୍ରର ମୁଖ୍ୟ ବିଭବ ହେଉଛି ସମ୍ବାଦ ପରିବେଷଣ ଓ ଗଣମାଧ୍ୟମ ସଂସ୍ଥା। ଯାହା ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିବା କଥା। ଏହି ଦାୟିତ୍ଵବୋଧର ଉପଯୁକ୍ତ ରୂପାୟନ ହୋଇପାରିଲେ, ଦେଶର ମହତ୍ୱ ଓ ଜନସାଧାରଣଙ୍କର ଉକ୍ରମଣ ସମ୍ଭବ ହୋଇପାରନ୍ତା । ସ୍ଵାଧୀନ ଭାରତରେ ନାରୀ ନିର୍ଯ୍ୟାତନା, ଆମହତ୍ୟା ଓ ବିତ୍ତ ଲୁଣ୍ଠନର କାହାଣୀ ବୋଧହୁଏ ପରାଧୀନ ଭାରତର ସମଗ୍ରୀକୃତ ଯନ୍ତ୍ରଣାଠାରୁ ଅଧିକ  ଭୀତିପ୍ରଦ ।

ଯୁବ ସମାଜ ଏକ ସାମୁହିକ ବିଭ୍ରାନ୍ତି ଭିତରେ ଗତି କରୁଛି । ବୟୋବୃଦ୍ଧ ବ୍ୟକ୍ତିମାନେ ପାରିବାରିକ ତଥା ସାମାଜିକ ମୂଲ୍ୟବୋଧର ବିବର୍ଭନରେ ଅତିଷ୍ଠ । ଏସବୁର ସମାଧାନ ସୁସ୍ଥ ଚିନ୍ତନରେ ହିଁ ସମ୍ଭବ । ପ୍ରବହମାନ ଓ କ୍ରମ ପରିବର୍ତ୍ତିତ ସଂସ୍କୃତିର ଅଭିଭାବକତ୍ଵ ବୟସ୍କ ବ୍ୟକ୍ତି ମାନଙ୍କ ଠାରୁ ଖସି ଆସି ତାରୁଣ୍ୟର ପ୍ରବାହରେ ମିଶି ଯାଇ ବର୍ତ୍ତମାନ ଏକପ୍ରକାର ବିଚିତ୍ର ବିଲୋଳ ସଂସ୍କୃତିରେ ପ୍ରଦୂଷିତ ହେବାକୁ ବସିଲାଣି ।

ଗଣତନ୍ତ୍ରର ମଙ୍ଗୁଆଳ ଆମେ, ଜନସାଧାରଣ ଲୋକେ ସ୍ଵାଧୀନ ଚିନ୍ତନକୁ ଦେବତା ଭଳି ଗ୍ରହଣ କରିବା ଉଚିତ । ମଠ ମନ୍ଦିର ନେଇ କନ୍ଦଳ ନକରି ନିଜେ କ’ଣ କରିବା ଉଚିତ, ସେ ବିଷୟରେ ନିଜ ସହିତ ତର୍କବିତର୍କ କଲେ ସୁସ୍ଥ ଚିନ୍ତା ଉଦ୍ରେକ ହେବ । ଏଭଳି ଚିନ୍ତନ ପାଇଁ ନିରାମୟ ଜୀବନଚର୍ଯ୍ୟା ଆବଶ୍ୟକ । ଜନସାଧାରଣଙ୍କର ପ୍ରତିନିଧିଣ ତ ଦେଶ ଓ ଜନତାର ସେବାପାଇଁ ସଂକଳ୍ପବଦ୍ଧ । ଗୋଟିଏ ଲକ୍ଷ୍ୟ ଓ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପୁଣି ଏତେ ବିଭିନ୍ନତା କାହିଁକି ? ବୋଧହୁଏ ଏହି ଆଦର୍ଶବୋଧରେ ଦୁର୍ବଳ ମାନସିକତା ଅନୁପ୍ରବେଶ କରି ଏହାକୁ ଜଟିଳ କରି ଦେଉଛି ।

ସ୍ଵାଧୀନତା ସାମ୍ବତ୍ସରିକ

ପ୍ରତିବର୍ଷ ଆମେ ସ୍ଵାଧୀନତା - ଉତ୍ସବ ପାଳନ କରୁଛୁ । ସଂକଳ୍ପିତ ଆଦର୍ଶକୁ ଦୋହରାଉଛୁ । ଉଚ୍ଚାରଣ ଓ ବ୍ୟଜିତ ଅର୍ଥ(ବାଗର୍ଥ) ଯଦି ପରସ୍ପର ପୂରକ ନହୁଏ ଏବଂ ସବୁକିଛି ଉତ୍ସବାୟିତ ହୋଇପଡ଼େ, ତେବେ ଆମ ସଂକଳ୍ପ ଗୁଡ଼ିକ କ୍ରମଶଃ ଦୁର୍ବଳ ଓ ଧୂସର ହୋଇପଡ଼ିବ ଓ ଆଦର୍ଶବାଦର ମୋହର ଧୀରେ ଧୀରେ ନିଷ୍ପ୍ରଭ ଦେଖାଯିବ ।

ମନକୁ ଟାଣ କରି, ନିଭୀକ କରି, ସର ଆଲୋକରେ ଆଲୋକିତ କରି, ପୂର୍ବଜମାନଙ୍କର ସ୍ମୃତି ସୁରଭିରେ ସୁରଭିତ କରି - ଜନତା ଜନାର୍ଦ୍ଦନଙ୍କର ମୁକ୍ତ ମନ୍ଦିରରେ ମାନବବାଦର ନିରାଜନା କଲେ, ଆମେ ବୋଧହୁଏ ଅପସୃତ ଐତିହ୍ୟ ସହିତ ସାଂପ୍ରତିକତା ଓ ଉତ୍କଳ ଭବିଷ୍ୟକୁ ଯୋଡ଼ି, ଦେଶର, ଜାତିର ତଥା ଏହାର ଗଣ୍ଡି ଭିତରେ ରହି ଆମ୍ବ ପରିଚିତି ହରାଉଥିବା କୋଟି କୋଟି ମୂକ, ଅମୃତର ସନ୍ତାନମାନଙ୍କୁ । ଆମ ଯାତ୍ରାପଥରେ ସାମିଲ କରିପାରିବା । ତା’ନହେଲେ ଦେଶର ଉଭା-ପୋତା-ଉଡ଼ାର ଅନାବିଷ୍କୃତ ପ୍ରାଚୁର୍ଯ୍ୟର ମଥା ଉପରେ ପାଦ ଥାପି ଆମେ ମହାଶୂନ୍ୟକୁ ହାତଟେକି କିଭଳି ‘ଦୟାର ପାତ୍ର, ହେବୁ ସେଇଭଳି ଊଦ୍ଧବାହୁ ମୁଦ୍ରାରେ ପରସ୍ପର ସହିତ ସଂଗ୍ରାମ-ଅଭିନୟ କରୁଥିବା । ପ୍ରଭୁ କରନ୍ତୁ ଆଜି ଏହି ପବିତ୍ର ସ୍ଵାଧୀନତା ଦିବସ ପାଳନ ଅବସରରେ ସେଇ ମହାଶୂନ୍ୟଟିରେ ଭରି ଉଠୁ ମୈତ୍ରୀ ସଂହତି, ସୌହାର୍ଘ୍ୟ ଓ ମାନବାଦର ବର୍ଷଧୋନୁଖ ଘନ ବାଦଲ ଓ ସେଠୁ ଝରିବାକୁ ଥୁବା ଅସରନ୍ତି ବାରି-ବିଭୂତିକୁ ଆମନ୍ତ୍ରଣ କରୁ ଏ ଜାତିର ସ୍ପର୍ଦ୍ଧିତ ତ୍ରିରଙ୍ଗା ।

ଆଧାର - ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଭୁବନେଶ୍ଵର, ଇ ମଗାଜିନ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top