ସେଆର କରନ୍ତୁ

ଏଭରେଷ୍ଟ ଶୃଙ୍ଗ

ଏଭରେଷ୍ଟ ଶୃଙ୍ଗ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

ଉପକ୍ରମ

ସର୍ଭେ ଅଫ ଇଣ୍ଡିଆର ଭୂତପୂର୍ବ ଜେନେରାଲ ଜର୍ଜ ଏଭରେଷ୍ଟଙ୍କ ନାମ ଅନୁସାରେ ହିମାଳୟ ତଥା ବିଶ୍ଵର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ନାମିତ ହୋଇଅଛି ।

ଏହି ନାମକରଣ ପୂର୍ବରୁ ଏହା ୧୫ଶ ଶୃଙ୍ଗ (Peak XV) ଭାବେ ପରିଚିତ ଥିଲା ।

ସ୍ଥାନୀୟ ନେପାଳୀମାନେ ଏହାକୁ ସାଗରମଥା ଓ ତିବ୍ବତୀୟମାନେ ଏହାକୁ ଚୋମୁଲାଙ୍ଗମେ ଭାବେ ନାମିତ କରିଥିଲେ ।

ଅବସ୍ଥିତି

ସମୁଦ୍ର ପତନଠାରୁ ପ୍ରାୟ ୯ କିମି (୮,୮୪୮ମିଟର) ଉପରକୁ ଥିବା ଏହି ସ୍ଥାନରେ ନିଶ୍ଵାସ ନେବାପାଇଁ ପର୍ଯ୍ୟାପ୍ତ ଅମ୍ଳଜାନ ନ ଥାଏ । ବିଶାଳ ହିମାଳୟ ପର୍ବତ ଭାରତ ସମେତ ତିବ୍ବତ ଓ ନେପାଳ ଭଳି ଦେଶରେ ବ୍ୟାପ୍ତ । ଭାରତ ପଟେ ହିମାଳୟର ଅଧିକାଂଶ ଭାଗ ରହିଥିଲେ ବି ଏହାର ଅଧିକାଂଶ ଶୃଙ୍ଗ ନେପାଳ ପଟକୁ ରହିଛି । ଭାରତ ପଟକୁ ରହିଥିବା ଭାଗରେ କାଞ୍ଚନଜଙ୍ଗା ହେଉଛି ସବୁଠାରୁ ଉଚ୍ଚତମ ଶୃଙ୍ଗ । ହିମାଳୟ ତଥା ବିଶ୍ଵର ସର୍ବୋଚ୍ଚ ଶୃଙ୍ଗ ନେପାଳ ପଟେ ରହିଛି । ନେପାଳ ପଟେ ଥିବା ଅନ୍ୟାନ୍ୟ ଉଚ୍ଚତମ ଶୃଙ୍ଗଗୁଡ଼ିକ ହେଲା କାରାକୋରମ ବା ଗଡୱିନ ଅଷ୍ଟିନ, ଧଉଳାଗିରି, ନନ୍ଦାଦେବୀ ଓ ଅନ୍ନପୂର୍ଣ୍ଣା ଇତ୍ୟାଦି ।

ବାଟ

ଏଭରେଷ୍ଟ ଆରୋହଣ ପାଇଁ ଗୋଟିଏ ନେପାଳ ପଟୁ ଓ ଅନ୍ୟଟି ତିବ୍ବତ ପଟୁ ଦୁଇଟି ବାଟ ରହିଛି । ତିବ୍ବତ ପାଖର ରାସ୍ତା ଅପେକ୍ଷା ନେପାଳ ପଟ ରାସ୍ତାଟି ଅଧିକ ନିରାପଦ । ଆଜି ପର୍ଯ୍ୟନ୍ତ ନେପାଳ ପଟ ରାସ୍ତାଟି ଅଧିକାଂଶ ଥର ବ୍ୟବହୃତ ହୋଇଛି ।

ଆରୋହଣ

୧୯୫୩ ମସିହା ମଇ ମାସ ୨୯ତାରିଖ ଦିନ ପ୍ରଥମ ବିଶ୍ଵର ପ୍ରଥମ ବ୍ୟକ୍ତି ଭାବେ ନ୍ୟୁଜିଲାଣ୍ଡର ଏଡମଣ୍ଡ ହିଲାରୀଙ୍କ ଓ ନେପାଳର ଶେରପା ତେନଜିଙ୍ଗ ନରଗେ ଏଭରେଷ୍ଟ ଶୃଙ୍ଗରେ ପଦାର୍ପଣ କରିଥିଲେ । ଏଭରେଷ୍ଟ ଶୃଙ୍ଗ ଆରୋହଣ କ୍ଷେତ୍ରରେ ଭାରତୀୟମାନେ ଅନେକ ସଫଳତା ପାଇଛନ୍ତି । ଯୁଗ୍ମ ଭାବେ ପ୍ରଥମେ ଏଡ଼ମଣ୍ଡ ହିଲାରିଙ୍କ ସହ ଏଭରେଷ୍ଟ ଶୃଙ୍ଗରେ ପାଦ ଥାପିଥିବା ନେନଜିଙ୍ଗ ନରଗେ ପରବର୍ତ୍ତୀ ସମୟରେ ଭାରତୀୟ ନାଗରିକତ୍ଵ ଗ୍ରହଣ କରିଥିଲେ । ବଚେନ୍ଦ୍ରୀ ପାଲ ଏଭେରେଷ୍ଟ ଶୃଙ୍ଗରେ ପାଦ ଥାପିଥିବା ପ୍ରଥମ ଭାରତୀୟ ଓ ବିଶ୍ଵର ପଞ୍ଚମ ମହିଳା । ୧୯୮୪ ମଇ ୨୩ ତାରିଖରେ ସେ ଏଭରେଷ୍ଟ ଆରୋହଣ କରିଥିଲେ । ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ଦୁଇଜଣ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିବାରେ ସଫଳ ହୋଇଛନ୍ତି । ପ୍ରଥମ ଓଡ଼ିଆ ଭାବେ ଢେଙ୍କାନାଳର କଳ୍ପନା ଦାଶ ଏଭରେଷ୍ଟ ଆରୋହଣ କରିଥିବା ବେଳେ ଭୁବନେଶ୍ଵରର ଗଣେଷ ଜେନା ଦ୍ଵିତୀୟ ଆରୋହି ଭାବେ ଏହି ସଫଳତା ହାସଲ କରିଛନ୍ତି ।

ଆଧାର - "ଏଭରେଷ୍ଟ"

3.11428571429
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top