ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଏରୋପ୍ଲେନର ରଙ୍ଗ ଧଳା କାହିଁକି
ସେଆର କରନ୍ତୁ

ଏରୋପ୍ଲେନର ରଙ୍ଗ ଧଳା କାହିଁକି

ଏରୋପ୍ଲେନର ରଙ୍ଗ ଧଳା କାହିଁକି ଏହା ପଛରେ କାରଣ କଣ ସେ ସମ୍ବନ୍ଧରେ ସୂଚନା ।

ଉପକ୍ରମ

ଏକ ରୋମାଞ୍ଚକର ଯାତ୍ରା ହେଉ କିମ୍ବା କମ ସମୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଲାଗି ହେଉ ଏବେ ଅଧିକାଂଶ ଯୁବପିଢି ବସ କିମ୍ବା ଟ୍ରେନ ପରିବର୍ତ୍ତେ ଏରୋପ୍ଲେନ୍ ଚୟନ କରୁଛନ୍ତି । ଏରୋପ୍ଲେନ ରଙ୍ଗ ଧଳା କାହିଁକି ?

କାରଣ

ତେବେ ଏହା ପଛରେ କାରଣ ସମ୍ପର୍କରେ........

  • ଧଳା ରଙ୍ଗ ଯୋଗୁ  ଏରୋପ୍ଲେନ ଲାଗିଥିବା ସ୍କ୍ରାଚ୍, ଅଏଲ୍ ଲିକେଜ ତଥା ଅନ୍ୟାନ୍ୟ ସମସ୍ୟା ଶୀଘ୍ର ନଜରକୁ ଆସିଥାଏ ।
  • ଏରୋପ୍ଲେନ୍ ରେ ଧଳା ରଙ୍ଗ ଦେବା ଦ୍ଵାରା ତାହା ସନ୍ଲାଇଟ୍ ରିଫ୍ଲେକ୍ଟର୍ର କାମ କରିଥାଏ । ଫଳରେ ହଜାର ହଜାର ଫୁଟ ଉଚ୍ଚତାରେ ମଧ୍ୟ ଗରମ ଅନୁଭୂତ ହୁଏ ନାହିଁ ।
  • ଆକାଶରେ କଳା ବାଦଲ ଥିଲେ କିମ୍ବା ପ୍ଲେନ୍ କ୍ରାଶ ହେବା ପରିସ୍ଥିତିରେ ଧଳା ରଙ୍ଗ ଯୋଗୁଁ ପ୍ଲେନ୍ କୁ ଅତି ସହଜରେ ଉଚ୍ଚତାରୁ ମଧ୍ୟ ଚିହ୍ନତ କରିହୁଏ ।
  • ପ୍ଲେନ ପେଣ୍ଟ କରିବା ସମୟରେ ଏକ୍ସପେଣ୍ଡିଚର୍ ଏବଂ ମ୍ୟାନ୍ ପାୱାର ଅଧିକ ଲାଗିଥାଏ । ତେଣୁ ଅଧିକାଂଶ ଏୟାରଲାଇନ୍ କମ୍ପାନୀ ଧଳା ପେଣ୍ଟ କରିବାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । କାରଣ ଏଥିରେ ଅଯଥା ଖର୍ଚ୍ଚ ନହେବା ସହିତ ସମୟର ଅପଚୟ ମଧ୍ୟ ହୋଇନଥାଏ ।
  • ସାଧାରଣତଃ ପ୍ଲେନ୍ ରେ କଲର୍ଫୁଲ୍ ପେଣ୍ଟ କରିବା  ଲାଗି ଦୁଇରୁ ତିନି ସପ୍ତାହ ସମୟ ଲାଗିଯାଏ । ଏହି ସମୟରେ ରେଭେନ୍ୟୁ ଲସ୍ ରୁ ବର୍ତ୍ତିବା ପାଇଁ ଏୟାରଲାଇନ କମ୍ପାନୀଗୁଡିକ ପ୍ଲେନ୍ କୁ ଧଳା କଲର ପେଣ୍ଟ୍ କରିଦେଇଥାନ୍ତି ।
  • ଏହାଛଡା କଲର୍ଫୁଲର ପ୍ଲେନର ରିସେଲ ଭାଲ୍ୟୁ ଖୁବ୍ କମ୍ ମିଳିଥାଏ । ଏହି କାରଣ ଯୋଗୁଁ ବି ପ୍ଲେନର ରଙ୍ଗ ଧଳା ହୋଇଥାଏ ।
  • ହାଇ ଅଲ୍ଗିଚ୍ୟୁଡ୍ ତଥା ଖରାପ ତାପମାତ୍ରାରେ ଧଳା ରଙ୍ଗର ପ୍ଲେନ ଶୀଘ୍ର ଫେଡ ହୋଇନଥାଏ । ଯଦ୍ୱାରା କମ୍ପାନୀକୁ ପ୍ଲେନ୍ ରଙ୍ଗକୁ ନେଇ ଅଧିକ ମେଣ୍ଟେନ କରିବାକୁ ପଡି ନଥାଏ ।
  • ପ୍ଲେନ୍ ରେ ଯେତେ ଅଧିକ କଲର୍ ବ୍ୟବହାର କରାଯିବ, ତା’ର ଓଜନ ମଧ୍ୟ ସେତେ ଅଧିକ ବୃଦ୍ଧି ପାଇବ । ଏହାଦ୍ୱାରା ଅଧିକ ଇନ୍ଧନ ମଧ୍ୟ ଖର୍ଚ୍ଚ ହୋଇଥାଏ । ଅର୍ଥାତ ଅପରେଟିଂ ଚାର୍ଜ ଅଧିକ ଲାଗିଥାଏ । ତେଣୁ ଏସବୁ ଅଯଥା ଖର୍ଚ୍ଚରୁ ଦୂରେଇ ରହିବା ଲାଗି ଅଧିକାଂଶ କମ୍ପାନୀ ପ୍ଲେନ୍ କୁ ଧଳା ରଙ୍ଗ ପେଣ୍ଟ କରିଥାନ୍ତି ।

ଆଧାର – ଦୈନିକ ଧରିତ୍ରୀ

3.33333333333
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top