ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଓଡ଼ିଶାର ନଦୀଗୁଡ଼ିକ
ସେଆର କରନ୍ତୁ

ଓଡ଼ିଶାର ନଦୀଗୁଡ଼ିକ

ଓଡ଼ିଶାର ନଦୀଗୁଡ଼ିକ

ଅଳକା

ଅଳକା ନଦୀ ଜଗତସିଂହପୁର ଜିଲ୍ଲାରେ ପ୍ରବାହିତ ଏକ ନଦୀ । ଏହି ନଦୀଟି ଦେବୀ ନଦୀର ନଦୀଟି ଜିଲ୍ଲାର ବିରିଡ଼ି, ଜଗତସିଂହପୁର,ବାଲିକୁଦା, ରଘୁନାଥପୁର, ନୂଆଗାଁ, ଏରସମା ଆଦି ବ୍ଳକ ଦେଇ ପ୍ରବାହିତ ହୋଇଥାଏ । ଏରସମାର ବୋଇତକୂଳିଆଠାରେ, ନଦୀଟି ବଙ୍ଗୋପସାଗର ମିଶିଥାଏ । ବିରିଡି, ଜଗତସିଂହପୁର,ବାଲିକୁଦା, ଏରସମା ଆଦି ବ୍ଳକର ଅନେକ ଗ୍ରାମବାସୀ ଅଳକା ନଦୀ ଉପରେ ନିର୍ଭର କରି ଚଳିଥାନ୍ତି । ପୂର୍ବେ ହରିହରପୁର ଠାରେ ଏକ ବନ୍ଦର ଥିଲା ପ୍ରଦୂଷଣ ଓ ଅନ୍ୟାନ୍ୟ କାରଣ ବଶତଃ ନଦୀଟି କ୍ରମେ ସଂକୀର୍ଣ ହୋଇଯାଉଛି ।

ଋଷିକୁଲ୍ୟା ନଦୀ

ଋଷିକୁଲ୍ୟା ନଦୀଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ହେଉଥିବା ଏକ ନଦୀ । ଏହା ଛତ୍ରପୁରର ପୁରୁଣା ବନ୍ଧ ନିକଟରେ ବଙ୍ଗୋପ ସାଗର< ସହିତ ମିଶିଛି।

କାଠଯୋଡ଼ି ନଦୀ

କାଠଯୋଡ଼ି ଓଡ଼ିଶାର କଟକ ଜିଲ୍ଲାରେ ମହାନଦୀର ଏକ ଶାଖାନଦୀ । ଏହା ନରାଜ ଠାରେ ବିଭାଜିତ ହୋଇଅଛି । ଏହାର ଦକ୍ଷିଣ ଶାଖା କୁଆଖାଇ ନାମରେ ଜଣା ଓ ପୁରୀ ଜିଲ୍ଲା ଆଡ଼କୁ ବହିଯାଇଛି । ତେଣୁ ବନ୍ୟା ସମୟ ବ୍ୟତୀତ ବାକି ସମୟରେ କିଛି ଜଳ ବହିଯାଇଥାଏ । ଏଠାରେ ୨୦୦୮ ପରଠାରୁ କାଠଯୋଡ଼ି ମହୋତ୍ସବ ପାଳିତ ହୋଇଆସୁଅଛି ।

ଦୟା ନଦୀ

ଦୟା ନଦୀ ବା ଦଇଆ ନଈ କୁଆଖାଇର ଏକ ଶାଖାନଦୀ ୤ ଦଧୀଚି ମୁନିଙ୍କ ନାମରୁ ଏହି ନଦୀର ନାମ ଦୟା ହୋଇଅଛି । ଏହାର ପ୍ରାଚୀନ ନାମ ଦଧିଭଦ୍ରାରୁ ଅପଭ୍ରଷ୍ଟ ହୋଇ ଦଧିଆ, ପରେ ଦହିଆ, ତତ୍ପରେ 'ଦୟା' ନାମ ହୋଇଅଛି ।

ଏହା ଖୋର୍ଦ୍ଧା ଜିଲ୍ଲା ବାଳକାଟୀ ନିକଟସ୍ଥ ସରଦେଇପୁର ଠାରେ ବାହାରି ଧଉଳି, ତିରିମଲ୍ଲ, ଘୋରଡିଆ, ତ୍ରିଲୋଚନପୁର, କଣାସ, ଜଙ୍କିଆ, ଗଡ଼ିଶାଗୋଦା ପ୍ରଭୃତି ଅଞ୍ଚଳ ଦେଇ ଦୀର୍ଘ ୩୭ କି.ମି ଅତିକ୍ରମ କରି ଚିଲିକାରେ ମିଶିଛି ରାଜୁଆ ଏହାର ଶାଖାନଦୀ

ନାଗାବଳୀ ନଦୀ

ନାଗାବଳୀ ନଦୀ ଦକ୍ଷିଣ ଓଡ଼ିଶା ତଥା ଉତ୍ତର-ପୂର୍ବ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ଏକ ପ୍ରମୁଖ ନଦୀ ଅଟେ । ଏହି ନଦୀର ଅନ୍ୟ ଏକ ନାମ ହେଉଛି ଲାଙ୍ଗୁଲ୍ୟ ।

କଳାହାଣ୍ଡି ଜିଲ୍ଲାର ଲାଖବାହାଲନିକଟସ୍ଥ ଏକ ପାହାଡ଼ରୁ ପ୍ରାୟ ୧୩୦୦ ମିଟଋ ଉଚ୍ଚତାରୁ ଉତ୍ପତ୍ତି ହୋଇ ନଦୀଟି ରାୟଗଡ଼ା ଜିଲ୍ଲା କୋରାପୁଟ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ରେ ପ୍ରବାହିତ ହୋଇ ଆନ୍ଧ୍ରର କଲେଇପାଲ୍ଲୀ ନିକଟରେ ବଙ୍ଗୋପସାଗରରେ ପଡ଼ିଅଛି । ସମୁଦାୟ ୨୫୬ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ନଦୀର ୧୬୧ କି.ମି. ଅଂଶ ଓଡ଼ିଶାରେ ପ୍ରବାହିତ । ଅବଶିଷ୍ଟ ଅଂଶ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ।ନଦୀଟିର ଭୌଗୋଳିକ ଅବସ୍ଥିତି ହେଉଛି- ଦ୍ରାଘିମା ୧୮° ୧୦′ ରୁ ୧୯° ୪୪′ ଉତ୍ତର ଏବଂ ଅକ୍ଷାଂଶ ୮୨° ୫୩′ ରୁ ୮୪° ୦୫′ ପୂର୍ବ ।ଏହାର ଏକ ମୁଖ୍ୟ ଉପନଦୀ ଝଞ୍ଜାବତୀ ରାୟଗଡ଼ା ନିକଟରେ ଏହି ନଦୀରେ ମିଶିଅଛି । ଅନ୍ୟାନ୍ୟ ଉପନଦୀମାନେ ହେଲେ ବେଗବତୀ, ସୁବର୍ଣ୍ଣମୁଖି, ଶିରୀକୋଣା ଇତ୍ୟାଦି । ଆନ୍ଧ୍ର ପ୍ରଦେଶରେ ପ୍ରାୟ ୯୫ କି.ମି. ପ୍ରବାହିତ ହେବା ପରେ ଏହା ବଙ୍ଗୋପସାଗରରେ ମିଶିଅଛି । ଏହାର ଉତ୍ତରରେ ବଂଶଧାରା ନଦୀ, ଦକ୍ଷିଣରେ ଚମ୍ପାବତୀ ନଦୀ, ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ଗୋଦାବରୀ ନଦୀ ପ୍ରବାହିତ ।ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ହୋଇଥିବା ଆନ୍ତଃରାଜ୍ୟ ଚୁକ୍ତିନାମା ଅନୁଯାୟୀ ଓଡ଼ିଶା 556 Mm3(20TMC) ପର୍ଯ୍ୟନ୍ତ ନାଗାବଳୀର ଜଳ ବ୍ୟବହାର କରିପାରିବ; ଯଦିଓ ବର୍ତ୍ତମାନ ବ୍ୟବହୃତ ଜଳ ତା ଠାରୁ କମ୍ ।

ଏହି ନଦୀର କୂଳରେ ଅବସ୍ଥିତ ସହରମାନଙ୍କ ମଧ୍ୟରେ ରାୟଗଡ଼ା ଜେ.କେ.ପୁର ଓ ଶ୍ରୀକାକୁଲମ ଅନ୍ୟତମ । ଏକ ପ୍ରକାଶିତ ରିପୋର୍ଟ ଅନୁସାରେ, ଜେ.କେ. କାଗଜ କଳରୁ ନିଷ୍କାସିତ ରାସାୟନିକ ଆବର୍ଜନାଦ୍ଵାରା ନାଗାବଳୀ ଜଳରେ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଛି । ରାୟଗଡ଼ା ନିକଟରେ ନାଗାବଳୀର ଗତିପଥରେ ହାତୀପଥର ଏକଦା ଏକ ଦର୍ଶନୀୟ ସ୍ଥାନ ଥିଲା ।

ବଂଶଧାରା ନଦୀ

ବଂଶଧାରା ନଦୀ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ନିକଟସ୍ଥ ଏକ ପାହାଡରୁ ବାହାରି ରାୟଗଡ଼ା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ରେ ପ୍ରବାହିତ ହୋଇ କଳିଙ୍ଗପାଟଣା ନିକଟରେ ବଙ୍ଗୋପସାଗରରେ ପଡ଼ିଅଛି । ଏହି ନଦୀର କୂଳରେ ରାୟଗଡ଼ା ଓ ଗୁଣୁପୁର ସହର ଅବସ୍ଥିତ ।ସମୁଦାୟ ୨୩୧ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ନଦୀର ୧୬୦ କି.ମି. ଅଂଶ ଓଡ଼ିଶାରେ ପ୍ରବାହିତ । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସୀମା ଭାବେ ନଦୀଟି ଦିର୍ଘ ୨୫ କି.ମି. ପ୍ରବାହିତ । ଏହାର ଏକ ମୁଖ୍ୟ ଉପନଦୀ ଚାଉଳଧୁଆ ମୀନାଝୋଲା ନିକଟରେ ଏହି ନଦୀରେ ମିଶିଅଛି । ଆନ୍ଧ୍ର ପ୍ରଦେଶରେ ୩୬ କି.ମି. ପ୍ରବାହିତ ହେବା ପରେ ଏହା ବଙ୍ଗୋପସାଗରରେ ମିଶିଅଛି । ନଦୀକୂଳରେ ଅବସ୍ଥିତ ମୁଖଲିଙ୍ଗମ୍ ଏବଂ କଳିଙ୍ଗପାଟଣା, ଆନ୍ଧ୍ର ପ୍ରଦେଶର ଦୁଇଟି ପର୍ଯ୍ୟଟନ ସ୍ଥଳୀ ଅଟେ ।

ବୈତରଣୀ ନଦୀ

ଓଡ଼ିଶାର ପ୍ରାଚୀନତା ସମ୍ପର୍କରେ ଅନୁସନ୍ଧାନ ସମୟରେ ପୁଣ୍ୟଧାମ ନୀଳାଚଳଠାରୁ ଜଦି କୌଣସି ପୁରାତନ ପବିତ୍ର ଧାର୍ମିକ ମହତ୍ଵର ଐତିହାସିକ ତଥା ପୌରାଣିକ ପ୍ରମାଣ ଉପଲବ୍ଧ ହୁଏ ତାହା ହେଉଛି ପୁଣ୍ୟତୋୟା ବୈତରଣୀ । ବୈତରଣୀ ନଦୀ ଗୋନାସିକା ପାହାଡରୁ ବାହାରି ବଙ୍ଗୋପସାଗରରେ ପଡ଼ିଛି. ଏହାକୁ ଓଡ଼ିଶାର ଗଙ୍ଗା ବୋଲି ସଂସୋଧନ କରାଜାଏ. କାରଣ ଏହାର ଉପକୁଳରେ ଦୁଇ ପବିତ୍ର ପୁଣ୍ୟ ସ୍ତାନ ଅବସ୍ତିତ ତାହା ହେଲା କେଉଁଝର ଜିଲ୍ଲାର ମା ତାରିଣୀ ପିଠ ଏବଂ ଭଦ୍ରକ ଜିଲ୍ଲାର ଆରଡି ଧାମ.

ବ୍ରାହ୍ମଣୀ ନଦୀ

ଶଙ୍ଖ ଓ ନାମକ ଦୁଇଟି ନଦୀ < ରାଜ୍ୟର ଛୋଟନାଗପୁର ମାଳଭୂମିରୁ ବାହାରିଛନ୍ତି । ଏହି ଦୁଇନଦୀ ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ସ‌ହର ନିକଟବର୍ତୀ ପାନପୋଷ ଠାରେ ମିଳିତ ହୋଇ ଗୋଟିଏ ନଦୀ ହୋଇଛନ୍ତି । ଏହାର ନାମ ବ୍ରାହ୍ମଣୀ । ଏହା କଟକ ଜିଲ୍ଲା ଓ ଯାଜପୁର ଅଞ୍ଚଳରେ ସହିତ ମିଶି ବଙ୍ଗୋପସାଗରରେ ପଡ଼ି଼ଅଛି ବଣାଇଗଡ଼ ଭୁବନ ତାଳଚେର ଓ ଜେନାପୁର ଏହି ନଦୀର କୂଳରେ ଅବସ୍ତିତ । ବ୍ରାହ୍ମଣୀ ନଦୀରେ ବେଶି ବନ୍ୟା ହେଲେ ଯାଜପୁର ଅଞ୍ଚଳର କ୍ଷତି ହୁଏ ।

ମହାନଦୀ

ମହାନଦୀଓଡ଼ିଶାର ବଡନଦୀ। ଛତିଶଗଡ଼ର ଅମରକଣ୍ଟକ ମାଳଭୁମିରୁ (ଧମତରି ଜିଲ୍ଲା) ବାହାରି ଏହା ଝାରସୁଗୁଡ଼ା ଜିଲ୍ଲାରେ ଓଡ଼ିଶାକୁ ପ୍ରବେଶ କରିଛି । ଏହାର ଦୈର୍ଘ୍ୟ ୮୫୮ କି.ମି । ଏହା ପାରାଦ୍ବୀପ ନିକଟସ୍ଥ ବତିଘରର ଦକ୍ଷିଣରେ ବଙ୍ଗୋପ ସାଗର ରେ ପଡ଼ିଛି । ଏହା ଭାରତର ୬ଷ୍ଠ ବୃହତ୍ତମ ନଦୀ । ଓଡ଼ିଶାରେଏହାର ଦୈର୍ଘ୍ୟ ୪୯୪ କି.ମି. । ବୌଦ୍ଧ ଜିଲ୍ଲାର ସୁନାଖଣିଆରୁ ଦଶପଲ୍ଲାର ବଡମୂଳ ଘାଟି ମଧ୍ୟରେ ଏହା ଏକ ଗଭୀର ଗଣ୍ଡ ସୃଷ୍ଟିକରିଛି । ଏହାକୁ ଗଣ୍ଡ କୁହାଯାଏ । ଓଡ଼ିଶା ଭିତରେ ତେଲ୍ ଓ ଇବ୍ ମହାନଦୀର ଦୁଇଟି ଉପନଦୀ । ଏହାର ଶାଖାନଦୀମାନ ହେଲେ କାଠଯୋଡି, କୁଆଖାଇ,ବିରୁପା, ଦେବୀ,ଦୟା,ଭାର୍ଗବୀ,କୁଶଭଦ୍ରା,ଚିତ୍ରୋତ୍ପଳା,ଧନୁଆ ଓ ଲୁଣୀ ।

ସାଳନ୍ଦୀ ନଦୀ

ସାଳନ୍ଦୀ ଉତ୍ତର ଓଡ଼ିଶାର ଏକ ନଦୀ। ଏହା ମୟୂରଭଞ୍ଜ ଜିଲ୍ଲାରୁ ବାହାରି କେନ୍ଦୁଝର , ଭଦ୍ରକ ଜିଲ୍ଲା ଦେଇ ବଙ୍ଗୋପସାଗରରେ ପଡ଼ିଛି। ଏହି ନଦୀ କୂଳରେ ଭଦ୍ରକ ସହର ଅବସ୍ଥିତ।

4.11111111111
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top