ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଓଡ଼ିଶାର ମାପ ବ୍ୟବସ୍ଥା
ସେଆର କରନ୍ତୁ

ଓଡ଼ିଶାର ମାପ ବ୍ୟବସ୍ଥା

ଓଡ଼ିଶାର ମାପ ବ୍ୟବସ୍ଥା-ଲମ୍ବ ମାପ,କ୍ଷେତ୍ରଫଳ ମାପ,ଆୟତନ ମାପ,ସଙ୍ଖ୍ୟା ଗଣନା

ଉପକ୍ରମ

ଓଡ଼ିଶାରେ ମାପ ଓ ଗଣନା ନିମନ୍ତେ ନାନାଦି ମାପ ବ୍ୟବସ୍ଥାର ପ୍ରଚଳନ ରହିଛି । ସଭ୍ୟତାର ବିକାଶ ସହିତ ଅନେକ ମାପ ବ୍ୟବସ୍ଥା ବଦଳିଛି ଓ ପ୍ରତିବଦଳରେ ମେଟ୍ରିକ ମାପ ବ୍ୟବସ୍ଥାର ପ୍ରଚାଳନ ହୋଇଛି । ବ୍ୟବହାର କ୍ରମରେ ଓଡ଼ିଶାର ମାପ ବ୍ୟବସ୍ଥାକୁ ତଳଲିଖିତ ବିଭାଗରେ ବଣ୍ଟା ଯାଇଥାଏ ।

ଲମ୍ବ ମାପ

ଜମିଜମା

କଡ଼ି ମାପ: ଏହା ସାଧାରଣ ଭାବରେ ଅମିନମାନଙ୍କ ଦେଇ ଜମି କିଣାବିକା ଓ ମାପ ସମୟରେ ବ୍ୟବହାର କରାଯାଇଥାଏ ।ଲୁହାରେ ତିଆରି ଶିକୁଳିରେ ଏହା ତିଆରି କରାଯାଇଥାଏ ।

ଦୂରତା

ଚାଖଣ୍ଡେ: ହାତର କାଣି ଅଙ୍ଗୁଳି ଓ ବୁଢ଼ା ଅଙ୍ଗୁଳିକୁ ପୁରା ପ୍ରସାରଣ କଲେ ତାହା ଭିତରେ ରହୁଥିବା ଦୂରତାକୁ ଚଖଣ୍ଡେ କୁହାଯାଏ ।

ପାହୁଣ୍ଡେ: ଏକ ପାହୁଣ୍ଡ ସାଧାରଣ ମଣିଷର ଦୁଇ ପଦରେ ଥରୁଟିଏ ଆଗ ପଛ ହୋଇ ଗତି କରିବାରେ ଯେତିକି ଦୂରତା ଅତିକ୍ରମ ହୋଇଥାଏ ତାହାକୁ ବୁଝାଇ ଥାଏ ।

ଡାକ/ଡାକେ: ଡାକିଲେ ଶୁଭିବା ଭଳି ଦୂରତାକୁ ଡାକେ ବାଟ ବୋଲି କୁହାଯାଇଥାଏ, ଏହା କେଇ ମିଟର ଦୂରତାକୁ ବୁଝାଇ ଥାଏ ।

କୋଶ: ଦୂରତାକୁ ସାଧାରଣର ଭାବରେ କୋଶେ (୧ କୋଶ), ଦୁଇ କୋଶ, ତିନି କୋଶ ବୋଲି କୁହାଯାଇଥାଏ ।

ଅନ୍ୟାନ୍ୟ

ହାତ ମାପ: ହାତରେ ମାପ କରି ବଢ଼ାଇ, ଘର ତିଆରି କରୁଥିବା କାରିଗର, ପଥର କାମ କରୁଥିବା କାରିଗର ମାନେ ଆଗକାଳରେ କାମ କରୁଥିଲେ । ଏକ ସାଧାରଣ ମଣିଷର ହାତ ୧ ଫୁଟ ୩ ଇଞ୍ଚ ବା ତହିଁରୁ ଅଳ୍ପ କିଛି ଅଧିକ ହୋଇଥାଏ । ଯେହେତୁ ମଣିଷର ଉଚ୍ଚତା ଅନୁସାରେ ଏହା ବଦଳିଥାଏ ଏହି ମାପ ଏକ ଆନୁମାନିକ ମାପ । ସାଧାରଣ ଶାଢ଼ୀକୁ ବାରହାତି ଶାଢ଼ୀ ଓ ଧୋତିକୁ ଆଠହାତି ଧୋତି କୁହାଯାଇଥାଏ ।

ପୁରାଣ ଓ ସାହିତ୍ୟ

ପୁରାଣ ଓ ସାହିତ୍ୟରେ ହାତ ମାପର ବ୍ୟବହାର ଦେଖିବାକୁ ମିଳିଥାଏ । ଯଥା - ବାରହାତ ଖଣ୍ଡା ବୁଲିବ

କ୍ଷେତ୍ରଫଳ ମାପ

୧ମାଣ= ୨୫ଗୁଣ୍ଠ
୧ଗୁଣ୍ଠ = ୧୬ବିଶ୍ଵା
ଏକର: ଶହେ ଡେସିମିଲରେ ଏକ ଏକର ହୋଇଥାଏ ।
ଗଉଣି: ଗଞ୍ଜାମ ଅଞ୍ଚଳରେ ଭୂମିର ପରିମାଣ ବିଶେଷରେ ଏହା ବ୍ୟବହାର କରାଯାଇଥାଏ ।
ଏକର = ୫ଭରଣ
୧ଶଗଡ଼ = ୩ଭରଣ
୧ଭରଣ = ୨୦ନଉତି
୧ନଉତି= ୪ଗଉଣି

ପୁରାଣ ଓ ସାହିତ୍ୟ

ପୁରାତନ ଜମି ଜମା ମାପକୁ ନେଇ ଗଳ୍ପ, କବିତାମାନ ରଚିତ ହୋଇଥିଲା । ଫକିରମୋହନଙ୍କ ଛଅ ମାଣ ଆଠଗୁଣ୍ଠ ସେଥିମଧ୍ୟରୁ ଅନ୍ୟତମ ।

ଆୟତନ ମାପ

ସେର:
ମାଣ:
ଗଉଣି:ଗୌଣି ବା ଗଉଣି ଶସ୍ୟାଦିର ପରିମାଣ ମାପିବା ନିମନ୍ତେ ବ୍ୟବହାର କରାଯାଇଥାଏ । ଏହା ବେତ ବା ପିତଳରେ ତିଆରି କରାଯାଇଥାଏ ।

ପ୍ରକାର ଭେଦ

ଅଞ୍ଚଳ ଭେଦରେ ଗଉଣିର ପରିମାଣ ଅଲଗା ଅଲଗା ହୋଇଥାଏ । ଯଥା:
କଟକ: ୨-୮ ସେର; ଏଥିରେ ସାଙ୍କେତିକ ଚିହ୍ନ ଗୌ; ସାତ ଗଉଣି ଲେଖିବାକୁ ହେଲେ ଗୌ ୭ ଲେଖାଯାଏ ।
୨୦ ଗଉଣି = ୧ ପଉଟି
୪୦ ଗଉଣି = ୧ ଡୋଲି
୮୦ ଗଉଣି = ୧ ଭରଣ
ଗଉଣିର ୧୨ ଭାଗ ପରିମିତ ପାତ୍ରକୁ ସେର ବା କଥା ବା ପାହିଲି ବୋଲାଯାଏ ।
ଗଞ୍ଜାମ: ୧ଗଉଣି= ୪ଅଡା
୧ଅଡା = ୨ବୋଡା
୧ବୋଡା = ୨ ସୋଲା
୧ସୋଲା = ୨ଅଧା
୧ଅଧା = ୨ପାଇକା
୧ପାଇକା = ୨ଗିଧା
ଡୋଲି: ଏହା ଅମାର ଘର ଭିତରେ ଥିବା ଏକ ବିଶାଳ ବାଉଁଶ ତିଆରି ପାତ୍ର । ଏଥିରେ ଧାନ ମୂଷା ତଥା ଅନ୍ୟାନ୍ୟ ପଶୁପକ୍ଷୀ ଓ ପୋକଙ୍କ ଦାଉରୁ ସାଇତି ରଖାଯାଇଥାଏ ।

ପୁରାଣ ଓ ସାହିତ୍ୟ

ସେରକ ପୁରିଲା ମାଣକ ପୁରିଲା ଉଠରେ ପୁତା!

ସଙ୍ଖ୍ୟା ଗଣନା

କଉଡ଼ି: କଉଡ଼ିରେ ଆଗରୁ ଗଣନ କରାଯାଉଥିଲା ।
ଅଙ୍ଗୁଳି: ହାତ ଅଙ୍ଗୁଳି ଓ ଅଙ୍ଗୁଳିର ରେଖାରେ ଗଣନ କରାଯାଇଥାଏ ।
କାଠି: ଗଛର ସଳଖ ଶାଖାକୁ ଭାଙ୍ଗି ସେଥିରୁ ତିଆରି କାଠିରେ ଗଣନା କରାଯାଇଥାଏ ।

ପରିମାଣ ବିଶେଷ

୧କଡ଼ା = ୧ଟା (ଗୋଟିଏ)
୧ଗଣ୍ଡା = ୧ପୁଞ୍ଜା = ୪ କଡ଼ା = ୪ଟା
୧ପଣ = ୨୦ଗଣ୍ଡା = ୮୦ଟା
୧ କାହାଣ = ୧୬ପଣ = ୩୨୦ ଗଣ୍ଡା = ୧୨୮୦ଟା

ଆଧାର

  • ଦାସ ଅଚ୍ୟୁତାନନ୍ଦ। ମାଳିକା
  • ପଲ୍ଲିବାସୀ. ୧୩ ମାର୍ଚ ୧୯୨୯
  • ଗ୍ରାମରେ ଗଉଣିଏ ଗୋଚର ଭୂମି ରହିଲା ନାହିଁ ।
  • ଫକିରମୋହନ. ଛଅ ମାଣ ଆଠଗୁଣ୍ଠ
  • ଓଡ଼ିଆ ଲୋକକଥା
3.6
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top