ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଓଡ଼ିଆ ରସାୟନ ବିଜ୍ଞାନୀ
ସେଆର କରନ୍ତୁ

ଓଡ଼ିଆ ରସାୟନ ବିଜ୍ଞାନୀ

ଓଡ଼ିଆ ରସାୟନ ବିଜ୍ଞାନୀ ପ୍ରଫେସର ହୃଷୀକେଶ ପୂଜାରୀଙ୍କ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

କୃତବିଦ୍ ବୈଜ୍ଞାନିକ ପୂଜାରୀ

ସାଧାରଣତଃ ସରଳ ଜୀବନ ଓ ଉଚ୍ଚ ଚିନ୍ତା ବୈଜ୍ଞାନିକମାନଙ୍କ ଚରିତ୍ରରେ ପ୍ରସ୍ଫୁଟିତ ହୋଇଥାଏ ।  ପ୍ରଫେସର ହୃଷୀକେଶ ପୂଜାରୀଙ୍କଠାରେ ତାହା ଘଟିଥିଲା ଅତି ନିଖୁଣ ଭାବେ । ସର୍ବଭାରତୀୟ ସ୍ତରରେ ଜଣେ କୃତବିଦ୍ ବୈଜ୍ଞାନିକ ରୂପେ ସମ୍ମାନ ଓ ସ୍ଵୀକୃତି ଲାଭ କରିଥିଲେ ହେଁ ତାଙ୍କ ଚାଲିଚଳନ ଥିଲା ସାଧାରଣ ମଣିଷର ଏବଂ କଥାବାର୍ତ୍ତା ଥିଲା ଏକ ସରଳ ଶିଶୁର । ଏଣୁ ଥରକ ପାଇଁ ବି ତାଙ୍କ ସଂସ୍ପର୍ଶରେ ଆସିଲେ ତାଙ୍କ ପ୍ରତି ଆପେ ଆପେ ମନରେ ସୃଷ୍ଟି ହୋଇଥାଏ ଅନାବିଳ ଶ୍ରଦ୍ଧା ଓ ସମ୍ମାନ ।

ସାଧାରଣତଃ ସରଳ ଜୀବନ ଓ ଉଚ୍ଚ ଚିନ୍ତା ବୈଜ୍ଞାନିକମାନଙ୍କ ଚରିତ୍ରରେ ପ୍ରସ୍ଫୁଟିତ ହୋଇଥାଏ । ପ୍ରଫେସର ହୃଷୀକେଶ ପୂଜାରୀଙ୍କଠାରେ ତାହା ଘଟିଥିଲା ଅତି ନିଖୁଣ ଭାବେ । ସର୍ବଭାରତୀୟ ସ୍ତରରେ ଜଣେ କୃତବିଦ୍ ବୈଜ୍ଞାନିକ ରୂପେ ସମ୍ମାନ ଓ ସ୍ଵୀକୃତି ଲାଭ କରିଥିଲେ ହେଁ ତାଙ୍କ ଚାଲିଚଳନ ଥିଲା ସାଧାରଣ ମଣିଷର ଏବଂ କଥାବାର୍ତ୍ତା ଥିଲା ଏକ ସରଳ ଶିଶୁର । ଏଣୁ ଥରକ ପାଇଁ ବି ତାଙ୍କ ସଂସ୍ପର୍ଶରେ ଆସିଲେ ତାଙ୍କ ପ୍ରତି ଆପେ ଆପେ ମନରେ ସୃଷ୍ଟି ହୋଇଥାଏ ଅନାବିକ ଶ୍ରଦ୍ଧା ଓ ସମ୍ମାନ ।

ସ୍ନାତକ (ସମ୍ମାନ) ଏବଂ ସ୍ନାତକୋତ୍ତର

ପ୍ରଫେସର ପୂଜାରୀ ୧୯୨୮ ମସିହା ଖର୍ଚ୍ଚ  ୨୫ ତାରିଖ ଦିନ ସମ୍ବଲପୁର ଜିଲ୍ଲାର ରାମପେଲ୍ଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ, ଯାହାକି ଏବେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ବିଲୁପ୍ତ । ସେ ୧୯୪୮ ମସିହାରେ ଗଙ୍ଗାଧର ମେହେର କଲେଜରୁ ଆଇଏସସି

ପାଶ୍ କଲା ପରେ ରେଭେନ୍ସା କଲେଜରୁ ୧୯୫୦ ଏବଂ ୧୯୫୩ ମସିହାରେ ରସାୟନ ବିଜ୍ଞାନରେ ଯଥାକ୍ରମେ ସ୍ନାତକ (ସମ୍ମାନ) ଏବଂ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ତତ୍ପରେ ସେ ଆମ ରାଜ୍ୟରେ ରସାୟନ ବିଜ୍ଞାନ ଗବେଷଣାର ପ୍ରାଣ ପ୍ରତିଷ୍ଠାତା ପ୍ରାତଃ ସ୍ମରଣୀୟ ବୈଜ୍ଞାନିକ ପ୍ରଫେସର ମହେନ୍ଦ୍ର କୁମାର ରାଉତଙ୍କ ତତ୍ତ୍ଵାବଧାନରେ ଗବେଷଣା ଆରମ୍ଭ କରିଥିଲେ । ତାଙ୍କ ଗବେଷଣାର ବିଷୟ ଥିଲା ଥାଇଆଜୋଲିଡିନ ଜାତୀୟ ରାସାୟନିକ ଅଣୁ ସଂଶ୍ଳେଷଣ ଏବଂ ଅଧ୍ୟୟନ ।  ଏଥିପାଇଁ ତାଙ୍କୁ ୧୯୫୬ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ମିଳିଥିଲା ।

ଗବେଷଣା

ତତ୍ପରେ ସେ ୧୯୫୮ ରୁ ୧୯୬୦ ପର୍ଯ୍ୟନ୍ତ ଆମେରିକାର ବ୍ରାଣ୍ଡେଇସ ବିଶ୍ଵବିଦ୍ୟାଳୟର  ରସାୟନ ବିଜ୍ଞାନ ବିଭାଗର ସ୍ନାତକୋତ୍ତର ଫେଲୋ ରୂପେ ଯୋଗଦେଲେ । ସେଠାରେ ତାଙ୍କର ଗବେଷଣାର ବିଷୟ ଥିଲା ଡିଏନଏ ବା ଡିଅକ୍ସିରାଇବୋଜ୍ ନିଉକ୍ଲିକ୍ ଏସିଡର ରାସାୟନିକ ବିଘଟନ ଅଧ୍ୟୟନ । ସେ ସମୟରେ ଜୀବନର ମୂଳାଧାର ରୂପେ ପରିଗଣିତ ଏହି ଜିନୀୟ ଅଣୁ ସମ୍ପର୍କରେ ଖୁବ୍ କମ୍ ଲୋକଙ୍କୁ ଏହା ଉପରେ ଗବେଷଣା କରିବାର ସୁଯୋଗ ମିଳୁଥିବା । ଏହାପରେ ଫ୍ରଫେସର ପୂଜାରୀ ସୁପ୍ରସିଦ୍ଧ ଡ୍ୟୁକ୍ ବିଶ୍ଵବିଦ୍ୟାଳୟର ଜୈବ  ରସାୟନ ବିଜ୍ଞାନ ବିଭାଗରେ ୧୯୬୦-୧୯୬୧ ପର୍ଯ୍ୟନ୍ତ ସଜୀବମାନଙ୍କଠାରେ ମେଦାମ୍ଲର ଜୈବ ସଂଶ୍ଳେଷଣ ସମ୍ପର୍କରେ ଅଧିକ ଗବେଷଣା ଚଳାଇଥିଲେ । ତାଙ୍କର ଏହିସବୁ ଗବେଷଣାଲବ୍ଧ ତଥ୍ୟାବଳୀ ପ୍ରକାଶିତ ହୋଇଥିଲା  ସେଠାକାର ପ୍ରତିଷ୍ଠିତ ଗବେଷଣା ପତ୍ରିକାମାନଙ୍କରେ । ଏଣୁ ସେ ଚାହିଁଥିଲେ ସ୍ଥାୟୀ ଭାବେ ସେଠାରେ ରହି ଗବେଷଣା ଚଳାଇ ପାରିଥାନ୍ତେ । କିନ୍ତୁ ତାଙ୍କର ଇଚ୍ଛା ଥିଲା ସ୍ଵଦେଶ ଫେରିଆସି ତାଙ୍କ ଲବ୍ଧଜ୍ଞାନକୁ ଦେଶ ସେବାରେ ନିୟୋଜିତ କରିବାକୁ । ତେଣୁ ପ୍ର.ପୂଜାରୀ ୧୯୬୨ ମସିହାରେ ଭାରତ ଫେରିଆସି ହରିୟାଣାର କୁରୁକ୍ଷେତ୍ର ବିଶ୍ଵବିଦ୍ୟାଳୟରେ ରସାୟନ ବିଜ୍ଞାନ ଅଧ୍ୟାପକ ରୂପେ ଯୋଗ ଦେଲେ । ସେଠାରେ ସେ ୧୯୯୪ ମସିହା ପର୍ଯ୍ୟନ୍ତ ଶିକ୍ଷାଦାନ ଓ ଗବେଷଣାରେ ଲିପ୍ତ ରହି ପ୍ରଫେସର ରୂପେ ଅବସର ଗ୍ରହଣ କଲେ ।

କୁରୁକ୍ଷେତ୍ର ବିଶ୍ଵବିଦ୍ୟାଳୟରେ ଅବସ୍ଥାନ ସମୟରେ ତାଙ୍କ ଗବେଷଣାର ଅନ୍ୟତମ ମୁଖ୍ୟ ବିଷୟବସ୍ତୁ ଥିଲା ସିନ୍ଥେସିସ ଅଫ ବ୍ରିଜ ହେଡ ନାଇଟ୍ରୋଜେନ ହେଟେରୋସାଇକ୍ଲିକସ ଆଣ୍ଡ କନଫର୍ମେଶନ ଅଫ ଷ୍ଟ୍ରକଚର ବାଇ ଏନଏମଆର ଆଣ୍ଡ ମାସ ସ୍ପେକ୍ଟୋ ଗ୍ରାଫିଜ । ତାଙ୍କ ଦିଗଦର୍ଶନରେ ତିରିଶରୁ ଊର୍ଦ୍ଧ୍ଵ ଏ ପ୍ରକାର ନୂତନ  ଅଣୁମାନ ସଂଶ୍ଲେଷିତ ହୋଇଥିବା  ଏବଂ ସେଗୁଡିକର ଜୈବ ସକ୍ରିୟତାଗୁଣ  ପରୀକ୍ଷା କରଯାଇଥିଲା । ଫଳରେ ତହିଁରୁ ଅନେକ ରୋଗ ସୃଷ୍ଟିକାରୀ ବୀଜାଣୁ ଓ କବକନାଶକ ହୋଇଥିବାର ଜଣାପଡିଥିଲା । ଏହା ବ୍ୟତୀତ ତାଙ୍କ ଗବେଷଣାର ଅନ୍ୟ ଏକ ଦିଗ ଥିଲା  ରେଜିଓକେମେଷ୍ଟ୍ରି ଅଫ ପ୍ରଡ଼କ୍ଟସ ଅବଟେଣ୍ଡ ବାଇ ଦ ସାଇକ୍ଲାଇଜେସନ ଅଫ ଅନସିମେଟ୍ରିକାଲ ସବଷ୍ଟ୍ରେଟ୍ସ ।

ତାଙ୍କ ଦିଗ୍ ଦର୍ଶନରେ ୧୭ ଜଣ ଗବେଷଣା ଛାତ୍ର ପିଏଚ.ଡି.ଡିଗ୍ରୀ ପ୍ରାପ୍ତ ହୋଇଥିଲେ । ଏହା ବ୍ୟତୀତ ସେ ବହୁ ବିଶ୍ଵବିଦ୍ୟାଳୟ ଆୟୋଗ, ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ଏବଂ ପରମାଣୁ ଶକ୍ତି ଆୟୋଗ ଭଳି ସ୍ଵନାମଧନ୍ୟ ଗବେଷଣା ସଂସ୍ଥାଗୁଡିକର ନାନାଦି ଗବେଷଣା କାର୍ଯ୍ୟକ୍ରମରେ  ମୁଖ୍ୟ ଅଂଶଗ୍ରହଣ କରିଥିଲେ । ତାଙ୍କ ଗବେଷଣାଭିତ୍ତିକ ଶତାଧିକ ନିବନ୍ଧ ଦେଶବିଦେଶର, ବିଶେଷକରି ଆମେରିକାର ବହୁ ଗୁରୁତ୍ଵପୂର୍ଣ୍ଣ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ସେ ମଧ୍ୟ ଅନେକ ଦେଶୀୟ ଏବଂ ଆନ୍ତର୍ଜାତିକ ଆଲୋଚନାରେ ଭାଗ ନେଇ ୨୫ଟି ଗବେଷଣା ନିବନ୍ଧ ଉପସ୍ଥାପିତ କରିଥିଲେ । ରସାୟନ ବିଜ୍ଞାନ ଗବେଷଣା କ୍ଷେତ୍ରକୁ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଅବଦାନର ସ୍ଵୀକୃତି ସ୍ୱରୂପ ପ୍ର.ପୂଜାରୀ ଅନେକ ସମ୍ମାନ ଓ ପୁରସ୍କାରପ୍ରାପ୍ତ ହୋଇଥିଲେ । ତନ୍ମଧ୍ୟରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଲା ଗ୍ଲୋବାଲ ରିସର୍ଚ୍ଚ କମ୍ୟୁନିଟି ଅଫ ଅର୍ଗାନିକ କେମେଷ୍ଟ୍ରି ଦ୍ଵାରା ପ୍ରଦତ୍ତ ସମ୍ମାନ । ଏହା ବ୍ୟତୀତ ତାଙ୍କୁ ଭାରତୀୟ ବିଜ୍ଞାନ ସମାଜ ଆଦି ସଂସ୍ଥା ବହୁବାର ପୁରସ୍କୃତ ଓ ସମ୍ମାନିତ କରିଥିଲେ । ଚଳିତ ବର୍ଷ ମେ ୭ରେ ଏହି ମହାନ ଓଡ଼ିଆ  ବୈଜ୍ଞାନିକଙ୍କର ପୁରାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଫଳରେ ତାଙ୍କ କର୍ମମୟ ଜୀବନର ସିନା ଅବସାନ ଘଟିଛି, ହେଲେ ସେ ସୃଷ୍ଟି କରିଯାଇଥିବା ଗବେଷଣାର  ପରମ୍ପରା ଏ ଦେଶର ରାସାୟନବିତଙ୍କ ପାଇଁ ଦୀର୍ଘକାଳ ଧରି ପ୍ରେରଣାର ଏକ ଉତ୍ସ ହୋଇ ରହିବ ।

ଆଧାର – ଦୈନିକ ଧରିତ୍ରୀ

2.8
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top