ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଓଡ଼ିଶାର ସ୍ଵାଧୀନତା ଆନ୍ଦୋଳନରେ କବିତାର ସ୍ଵର
ସେଆର କରନ୍ତୁ

ଓଡ଼ିଶାର ସ୍ଵାଧୀନତା ଆନ୍ଦୋଳନରେ କବିତାର ସ୍ଵର

ଓଡ଼ିଶାର ସ୍ଵାଧୀନତା ଆନ୍ଦୋଳନରେ କବିତାର ସ୍ଵର ବିଷୟରେ ସୂଚନା I

ଗାନ୍ଧିଜୀଙ୍କ ଅହିଂସା ମାର୍ଗରେ ଆମେ ସ୍ଵାଧୀନତା ଲାଭ କଲୁ । ବହୁ ଧର୍ମଘଟ, ଆନ୍ଦୋଳନ, ଧାରଣା, ଅନଶନ, ପୋଡ଼ାଜଳା, ଗୁଳିଗୋଳା, ରକ୍ତକ୍ଷୟୀ ସଂଗ୍ରାମ ମଧ୍ୟ ହୋଇଛି । ବିଦେଶୀ ହାତରୁ ମୁକ୍ତ ହେଲା ଭାରତମାତା । ଆମ ଦେଶବାସୀ ଆସ୍ୱସ୍ତ ହେଲେ । ଅନେକ ସ୍ଵପ୍ନ ଦେଖିଲେ । ଭାବିଲେ ଏ ଦେଶ ପାଲଟିଯିବ ସ୍ଵର୍ଗପୁରୀ । ରାମରାଜ୍ୟ ଚାଲିବ ଭାରତୀୟ ମାନଙ୍କୁ ଭିତରେ ଜାଗରଣ ହେଲାପରି ଉତ୍କଳୀୟମାନଙ୍କ ମଧ୍ୟରେ ସ୍ଵାଭିମାନ ଫେରିଆସିବ ।

ଆମେ ଚଳାଇବୁ ଦେଶ ଆମରି । ଆମରି ନାଆର ଆମେ ନାଉରୀ : ଏ ଦେଶରୁ ଦୁଃଖ ଦାରିଦ୍ର୍ୟ ଲୋପ ପାଇଯିବ, ଜାତି, ଧର୍ମ ନିର୍ବିଶେଷରେ ଆମେ ଗଠନ କରିବୁ ଏକ ବୃହତ୍ତର ସମାଜ । ନିଯୁକ୍ତି, ଉତ୍ପାଦନ, ବାଣିଜ୍ୟ ଏକତ୍ଵବୋଧ ଦ୍ଵାରା ଆମ ଜୀବନ ହେବ ଏ ସୃଷ୍ଟିରେ ଅନନ୍ୟ, ଉପଲକ୍ଷ୍ୟ ।

କିନ୍ତୁ ଆଜି ସ୍ଵାଧୀନତା ଲାଭର ଅର୍ଦ୍ଧଶତାବ୍ଦୀ ପରେ ଏ କ'ଣ ଦେଖିବାକୁ ମିଳୁଛି ? ଲେଖିବାକୁ ଶୁଣିବାକୁ ମିଳୁଛି ? ଏବେ ତ ଅନେକ ସମସ୍ୟାର ଧାଡ଼ି । ଜାତୀୟତାବୋଧର ବ୍ୟାପକ ଶୃଙ୍ଖଳା ବୋଧରୁ ଆମେ ଆତ୍ମସୁଖବୋଧ ସଂସ୍କୃତିକୁ ଖସି ଆସିଛି । ଏବେ ତ ଅସଂଖ୍ୟ ଜାତିର ପାଚେରୀ, ଅନେକ ଧର୍ମର ପାଚେରୀ, ଗିରିଜନ, ହରିଜନ, ନାରୀଜନ ଇତ୍ୟାଦି ବିଭେଦ ଓ ବୈଷମ୍ୟ । ସଂରକ୍ଷଣ ସମସ୍ତଙ୍କୁ ଦରକାର । ସବୁରି ଅଲକ୍ଷ୍ୟରେ ଏହି ସଂରକ୍ଷଣର ସହଜ ସୁଯୋଗ ହିଁ ସୁସ୍ଥ ସୁନ୍ଦର ସାମାଜିକ ସ୍ଥିତିକୁ ହଲଚଲ କରିବାର ଅସ୍ତ୍ର ସାଜିଛି । ଭାଷାର ରକ୍ଷା ନାହିଁ । ସଂସ୍କୃତିର ରକ୍ଷା ନାହିଁ । ଜାତିର ରକ୍ଷା ନାହିଁ ସେଠି ଜୀବନ କାହୁଁ ମିଳିବ ?

ଆମ ଶାସନ ଆମ ସମ୍ବିଧାନ କହୁଛି ଆମେ ସଭିଏଁ ଏକ । ଭାରତବାସୀ ଭାଇ ଭାଇ । ସେଠି ଜାତି, ଧର୍ମକୁ ନେଇ ଆଜି ବିଦ୍ଵେଷ ଚାଲିଛି, ଚାଲିଛି କ୍ଷମତାର ରାଜନୀତି ।

ଦିନେ ଆମେ ଯୁଦ୍ଧ କରୁଥିଲୁ, ଦେଶ ସ୍ଵାଧୀନତା ପାଇଁ । ଭାରତମାତାର ମୁକ୍ତି ହେଲା ସିନା, ଯୁଦ୍ଧ ବା ସଂଗ୍ରାମର ଶେଷ ହେଲା ନାହିଁ । ସଂକୀର୍ଣ୍ଣ, ନୀତିହୀନ ସ୍ଵାର୍ଥ ସିଦ୍ଧି ପାଇଁ ଏକତା ପରିବର୍ତ୍ତେ ଦେଶ ବିଭାଜନ ପାଇଁ ମଧ୍ୟ ନିଆଁକୁ ଡେଇଁ ପଡ଼ୁଛନ୍ତି । ହତ୍ୟାର ତାଣ୍ଡବ, ହିଂସାର ସଂଗ୍ରାମ ରଚି ଅଶାନ୍ତ, ଅସ୍ଥିରତାର ଶସ୍ତା ଉପଚାର ଚାଲିଛି । ଆଧୁନିକ ସଭ୍ୟ ଶିକ୍ଷିତ । ଆଜିର ମଣିଷ କହି ଚାଲିଛି, ଦେଶ ଅଗ୍ରଗତି କରି ଚାଲିଛି । ଶିକ୍ଷା, ସ୍ଵାସ୍ଥ୍ୟ, ଗବେଷଣା, ପ୍ରଯୁକ୍ତି, ମହାକାଶ, ଦୂରସଂଚାର ଇତ୍ୟାଦି କ୍ଷେତ୍ରରେ ଭାରତବର୍ଷରେ ପ୍ରଭୂତ ଉନ୍ନତି ଘଟିଛି । ଦେଶ ପରମାଣୁ ଅସ୍ତ୍ରରେ କ୍ଷମତାଶାଳୀ ବିକାଶଶୀଳ ଗାରିମାରେ ଅନ୍ୟକୁ ଆଙ୍ଗୁଳି ନିର୍ଦ୍ଦେଶ କରିବାକୁ ପରାକ୍ରମୀ ।

ଫଳତଃ ଆମେ ଆମ ଶତ୍ରକୁ କ୍ଷେପଣାସ୍ତ୍ରରେ ଦେଇପାରୁଛୁ ଧମକ ସତ୍ କିନ୍ତୁ ଆମ ପାଇଁ ମଧ୍ୟ ଅଲକ୍ଷ୍ୟରେ କମାଣର ମୁହଁ ମୁହାଁଇଛି । ବିକାଶ ସହ ବିନାଶର ବାଟ ଫିଟି ପଡ଼ିଛି ।

ଶିକ୍ଷା ବିକାଶ ନାଁରେ ଶିକ୍ଷା ହୋଇଯାଇଛି ବ୍ୟବସାୟୀକରଣ । ଧନୀକ ପାଇଁ ସବୁ ସୁଯୋଗ ଥିଲାବେଳେ ଗରିବ ମେଧାବୀ ଛାତ୍ରଟିଏ ପାଇଁ ସବୁ ରାସ୍ତା ବନ୍ଦ । ଶିକ୍ଷକ ନିଜର ଜ୍ଞାନଗାରିମାକୁ ଅର୍ଥରେ ମାପି ଟ୍ୟୁଟରିଆଲରେ ବ୍ୟସ୍ତ । ଡାକ୍ତର ରୋଗୀ ସେବାକୁ ଅର୍ଥ ସର୍ବସ୍ଵ ବ୍ୟବସାୟ ଧରି ନେଲେଣି । ନେତୃତ୍ଵର ପବିତ୍ର ପରାକାଷ୍ଠା ଏବେ ଗୁଣ୍ଡାରାଜ, ଧନ ଅର୍ଜନ ଓ ବିଳାସର ମାର୍ଗ ବୋଲି ଧରି ନେଲେଣି ।

ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ଡିଣ୍ଡିମ ଆମ ବିଜ୍ଞ ମହାଜ୍ଞାନୀ ବୁଦ୍ଧିଜୀବୀ ସାହିତ୍ୟକାର ମାନେ ବିଶ୍ୱ ଦରବାରକୁ ତାଙ୍କ ଅମୃତ ଲେଖନୀରେ ଝଲମଲ କରି ଦେଲେଣି ବୋଲି ମଞ୍ଚରେ ଭାଷଣବାଜି କରୁଥିବାବେଳେ ଓଡ଼ିଆ ଶବ୍ଦଟିଏ ଇଂରେଜ ସ୍କୁଲରେ ପଢୁଥିବା ଆଜିକାର ପୁଅ, ଝିଅ ପଢ଼ିବା ଜାଣିବାରେ ଆଗ୍ରହ ନାହିଁ । ସମୟ ଆସିଛି ଏବେ ଇଂରାଜୀ ମାଧ୍ୟମ ସ୍କୁଲରେ ନାମ ଲେଖା ପାଇଁ ପିଲା ବ୍ୟାକୁଳ ହେଉଥିବା ବେଳେ ଓଡ଼ିଆ ମିଡ଼ିୟମ ସ୍କୁଲ ପାଇଁ ମାତ୍ରେ ଗାଁ ଗାଁ ବୁଲି ପିଲା ଖୋଜୁଛନ୍ତି । ନ ହେଲେ ସ୍କୁଲ ଭାଙ୍ଗି ଯିବ, ଦରମା ମିଳିବ ନାହିଁ ।

ଓଡ଼ିଆ ଭାଷାକୁ ବଙ୍ଗଭାଷୀ

ଓଡ଼ିଆ ଭାଷାକୁ ବଙ୍ଗଭାଷୀ କାନ୍ତଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଏକ । କ୍ଷୁଦ୍ରପୁସ୍ତିକା ଛାପି ଓଡ଼ିଆ ଭାଷା ଗୋଟାଏ ସ୍ଵତନ୍ତ୍ର ଭାଷା ନୁହେଁ ଏହା ବଙ୍ଗାଳୀ ଭାଷାର ଏକ ଉପଭାଷା ବୋଲି ୧୮୭୦ ମସିହାରେ ପ୍ରକାଶ କରିଥିଲେ । ଏମିତି ଏକ ଆକ୍ଷେପ ଶୁଣି ଓଡ଼ିଶାରେ ଓଡ଼ିଆଭାଷା ପ୍ରତି ଘୋର ଅବମାନନା ହେତୁ ଏଭଳି ମନ୍ତବ୍ୟ ବିରୁଦ୍ଧରେ ଭୟଙ୍କର ବିକ୍ଷୋଭ ଓ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସେତେବେଳେ ବହୁ ବିଶିଷ୍ଟ ବ୍ୟକ୍ତି ସର୍ବଶ୍ରୀ ଗୌରୀଶଙ୍କର ରାୟ, ରାଧାନାଥ ରାୟ, ମହାରାଜ ବୈକୁଣ୍ଠନାଥ ଦେ, ମଧୁସୂଦନ ରାଓ, ଫକୀରମୋହନ ସେନାପତି, ରାମଶଙ୍କର ରାୟ ପ୍ରଭୃତି ଓଡ଼ିଆ ଭାଷାର ପ୍ରାଚୀନତା, ଐତିହ୍ୟ, ସମୃଦ୍ଧ ସାରସ୍ଵତ ସମୃଦ୍ଧିର କଥା ପ୍ରମାଣିତ କରିଥିଲେ । ସ୍ଵାଧୀନତା ପରେ ଇଂରେଜମାନେ ତ ଆମ ଦେଶ ଛାଡ଼ି ଚାଲିଗଲେ । ହେଲେ ଆମେ ଦୀର୍ଘ ପଚାଶବର୍ଷ ପରେ ମଧ୍ୟ ଇଂରେଜ ଭାଷାକୁ ଛାଡ଼ି ପାରିନୁ । ନିଜ ମାତୃଭାଷା ପଛେ ପୁଅ ନ ଜାଣୁ ଖଣ୍ଡି ଇଂରାଜୀ ଶବ୍ଦ ତା’ ମୁହଁରୁ ଶୁଣି ଆଜିର ମାମି ଡ଼ାଡ଼ି କୃତ୍ୟକୃତ୍ୟ । ଓଡ଼ିଆ ଘରର ବେଶ ପରିପାଟୀ, ସଂସ୍କୃତି, ପୂଜା, ଓଷା, ପିଠାପଣା ମହତ ପରମ୍ପରା ଉପରେ ପର୍ଯ୍ୟବସିତ ଏବଂ ସମସ୍ତ ବିଜ୍ଞାନ ଭିତ୍ତିକ । ଏବେ ସେ ସବୁ ଶିକ୍ଷିତ, ଉଚ୍ଚଶିକ୍ଷିତ ତଥା ଉଗ୍ର ଆଧୁନିକ ମଣିଷ ସମାଜରୁ ଉଠି ଗଲାଣି । ପାଶ୍ଚାତ୍ୟ ସଂସ୍କୃତିର ପୋଷାକ, ଖାଦ୍ୟ, ସଂଗୀତ, ସାହିତ୍ୟ ଏବେ ଋଚିକର ହୋଇ ଉଠିଛି ।

ବିଦେଶୀ, ଭାଷା, ସାହିତ୍ୟ, ସଂସ୍କୃତି ବିଷୟରେ ଜାଣିଲେ ଜ୍ଞାନର ପରିସୀମା ବଢ଼େ । ଏହାର ଅର୍ଥ ନୁହେଁ ଯେ ନିଜ ମାଆକୁ ନ ପଚାରି ପରକୁ ମାଉସୀ ଡାକି ଗୋଡ଼େଇ ଗୋଡ଼େଇ ଭଲ ପାଇବା ।

ଏମିତି ଏକ ସଂକଟ କାଳ ଆସିଛି, ଏବେ ଠାରୁ ଚିନ୍ତା କରାନଗଲେ ଓଡ଼ିଆ ଭାଷା ବୋଲି ଗୋଟାଏ କ’ଣ ଥିଲା ତାହା ଲୋକେ ଦ୍ଵନ୍ଦରେ ପଡ଼ିବେ । ଲୋକେ ତ ଓଡ଼ିଆରେ ଦୂରଦର୍ଶନ କାର୍ଯ୍ୟକ୍ରମ ନଦେଖି କେବୁଲ ମାଧ୍ୟମରେ ଅନ୍ୟ ଭାଷାରେ କାର୍ଯ୍ୟକ୍ରମ ଦେଖିବାରେ ପ୍ରୟାସୀ । ଓଡ଼ିଆ ଦୈନିକ ସମ୍ବାଦପତ୍ର, ମାସିକ ସାହିତ୍ୟ ପତ୍ରିକା, ଗଳ୍ପ, ଉପନ୍ୟାସ ଇତ୍ୟାଦି କିଣି ପଢ଼ିବା ଅଭ୍ୟାସ ଠାରୁ ଦୂରରେ । ବରଂ ଇଂରାଜୀ କାଗଜ ଓ ବିଦେଶୀ ସାହିତ୍ୟ ପ୍ରତି ଆଗ୍ରହ ବଢ଼ି ଚାଲିଛି । । ମାତୃଭାଷାରେ କଥପୋକଥନ ଅପେକ୍ଷା ଅନ୍ୟ ଭାଷାରେ ଆଳାପ ଆଲୋଚନାକୁ ବୁଦ୍ଧିଦୀପ୍ତ ବୋଲି ମନେ କରାଯାଉଛି ।

ଜାତୀୟସ୍ତରରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଭୃତ ସୁନାମ

ଜାତୀୟସ୍ତରରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଭୃତ ସୁନାମ । ବଢ଼ିଥିବା ସମୃଦ୍ଧ ଓ ପ୍ରାଚୀନ ଭାଷା ପ୍ରତି ସଂପ୍ରତି ଯେପରି ଓଡ଼ିଆ । ମାଟିରେ ବୀତସ୍ପୃହ ଲକ୍ଷଣ ଦେଖାଯାଉଛି, ୧୮୭୦ ମସିହାର ବଙ୍ଗଭାଷୀ କ୍ରାନ୍ତିଚନ୍ଦ୍ରଙ୍କ ଆକ୍ଷେପର କେବଳ ମାତ୍ର ଦେଢ଼ଶହ ବର୍ଷ ପରେ ଅର୍ଥାତ୍ ୨୦୨୦ ବେଳକୁ ଓଡ଼ିଆ ଭାଷା କ’ଣ ତା’ର ଅସ୍ତିତ୍ଵ ଖୋଜିବ ?

ସ୍ଵାଧୀନତା ଆନ୍ଦୋଳନରେ କବିତାର ସ୍ଵର

Language is a gift of God. ଭାଷା ହିଁ । ଭଗବାନଙ୍କର ଆଶୀର୍ବାଦ ଯେଉଁ ଇଂରେଜ ସରକାରର ଶାସନାଧୀନ । ରହି ଓଡ଼ିଶାରୁ ଓଡ଼ିଆ ଭାଷା ବିଲୋପ ପାଇଁ ଷଡ଼ଯନ୍ତ୍ର ଚାଲିଥିଲା । ପୁନଶ୍ଚ ୧୮୬୫ରେ ଓଡ଼ିଶାକୁ କମିଶନର ହୋଇ ଆସିଥିବା ଇଂରେଜ ହାକିମ ରେଭେନ୍ସ ସାହେବ ହୃଦୟତା ସହ ଚିନ୍ତା କଲେ । ଓଡ଼ିଶାରେ ବଙ୍ଗଳାଭାଷା ମାଧ୍ୟମରେ ଶିକ୍ଷା ଲାଗି ଓଡ଼ିଆ ମାନଙ୍କର ଅଭିଯୋଗ ଓ  ଅସନ୍ତୋଷ ଶୁଣି ଶିକ୍ଷା ବିଭାଗ ଇନ୍ସପେକ୍ଟରଙ୍କୁ ଚିଠି ଲେଖିଲେ । କିଛି ଫଳ ହେଲା ନାହିଁ । କଲିକତାରେ ଥିବା ଶିକ୍ଷା ବିଭାଗ ଡିରେକ୍ଟରଙ୍କୁ ଜଣାଇଲେ । ସେ କିଛି ଶୁଣିଲେ ନାହିଁ । ରେଳପଥ ନଥାଏ, ଚାନ୍ଦବାଲି ବାଟେ ରେଭେନ୍ସ ସାହେବ ଗଲେ କଲିକତା । ଓଡ଼ିଶାରେ ସବୁ ସ୍କୁଲରେ ବଙ୍ଗଳା ପରିବର୍ତ୍ତେ ଓଡ଼ିଆ ଭାଷାରେ ଶିକ୍ଷା ଦେବା ପାଇଁ ବଙ୍ଗ ଦେଶର ଗଭର୍ଣ୍ଣରଙ୍କୁ ଦେଖାକରି କହିଲେ, ମୁଁ ଦମ୍ଭର ସହିତ ଆଦେଶ ଦେଇ ଆସିଛି ଓଡ଼ିଶାରେ ବଙ୍ଗଳା ପରିବର୍ତ୍ତେ ସବୁ ସ୍କୁଲରେ ଓଡ଼ିଆ ମାଧ୍ୟମରେ ଶିକ୍ଷା ଦିଆଯିବ । ସବୁ ଶିକ୍ଷକମାନେ ବର୍ଷକ ମଧ୍ୟରେ ଓଡ଼ିଆ ଭାଷାକୁ ଆୟତ୍ତ କରି ଶିକ୍ଷା ଦେବେ ନଚେତ୍ ସେମାନଙ୍କୁ ଚାକିରିରୁ ବିଦା କରି ଦିଆଯିବ ।

ଗଭର୍ଣ୍ଣର ମହୋଦୟ ରେଭେନ୍ସା କମିଶନରଙ୍କ ଦାବୀକୁ ଗୃହୀତ କରିଥିଲେ ତେଣୁ ଖଣ୍ଡବିଖଣ୍ଡିତ ସେ କାଳର ଓଡ଼ିଶା ପ୍ରଦେଶରେ ଓଡ଼ିଆ ଭାଷା ବଞ୍ଚି ରହିବାର ସର୍ବାଗ୍ରେ ନମସ୍ୟା ହେଲେ ରେଭେନ୍ସା ସାହେବ ।

ଭାରତବର୍ଷ ବା ପୃଥିବୀର ଯେକୌଣସି ସଭ୍ୟ ଜଗତ ସର୍ବଦା ଏକ ସ୍ଵାଧୀନ ଦେଶ ଓ ସ୍ଵାଧୀନ ସରକାର ଆଶା କରିଥାଏ । ମାତୃଭୂମି ଓ ମାତୃଭାଷାର ଉନ୍ନତି ବିନା କୌଣସି ଜାତି କେବେ ବିଶ୍ୱ ଦରବାରରେ ବନ୍ଦନୀୟ ହୋଇପାରେନା ।

ସ୍ଵାଧୀନତା ସଂଗ୍ରାମର ନେତୃତ୍ଵ ନେଇଥିଲେ ଯେଉଁ ମହାମ୍ବା ତାଙ୍କ ବାଣୀ ଓ ଆଦେଶକୁ କେତେଜଣ କର୍ମବୀର ବୁଦ୍ଧିଜୀବୀ ଜୀବନର ବ୍ରତ ଭାବେ ଗ୍ରହଣ କରି ନେଇଥିଲେ, ସେମାନେ ଓଡ଼ିଆ ଜାତିର ଚିର ନମସ୍ୟ । ସେମାନେ ହେଲେ ଉତ୍କଳଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ପାରଳାର ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଦେବ, ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ରଘୁଦିବାକର, ଚନ୍ଦନ ହଜୁରୀ, ଜୟୀ ରାଜଗୁରୁ, ରାମକୃଷ୍ଣ ନନ୍ଦ, ପ୍ରାଣକୃଷ୍ଣ ପଢ଼ିହାରୀ, ରମାଦେବୀ, ସରଳାଦେବୀ, ଜାହ୍ନବୀଦେବୀ, ମାଳତୀଦେବୀ କୁଜଙ୍ଗର ପୂର୍ବତନ ରାଣୀ ଭାଗବତୀ ପାଇଁ ମହାଦେଈ, କୁନ୍ତଳା କୁମାରୀ, ଅନ୍ନପୂର୍ଣ୍ଣା ଦେବୀ, ସୀତାଦେବୀ ଆଦି ନାରୀମାନଙ୍କର ସ୍ଵାଧୀନତା ସଂଗ୍ରାମରେ ସେ କାଳରେ ସକ୍ରୀୟ ଯୋଗଦାନ କମ୍ ଗୌରବର କଥା ନୁହେଁ ।

ସେ ସମୟର ଅଗ୍ନିବର୍ଷୀ କବିତାର ଉତ୍ସ ଜାତୀୟ କବି। ବୀରକିଶୋର, କବି ବାଞ୍ଛାନିଧି ମହାନ୍ତିଙ୍କର ରକ୍ତ ତତଲା ମୁକ୍ତିର କାବ୍ୟ ସଂଗ୍ରାମ ଯଜ୍ଞରେ ଆହୁତି ଦେବା ପାଇଁ ଯଥେଷ୍ଟ ଥିଲା ।

ମାତୃଭୂମି ମାତୃଭାଷା ଉଭୟେ ଜନନୀ।

ସେବ ତାଙ୍କୁ ଭକ୍ତି ଭରେ ଦିବସ ରଜନୀ

ଜାତିର ଜାଗରଣ ବା ଜାତୀୟ ଚେତନା ବହୁ ଭାବାର୍ଥ ସୃଷ୍ଟିକାରୀ ଶବ୍ଦ । ଦେଶପ୍ରୀତି, ଜାତିପ୍ରୀତି, ମାତୃଭୂମି, ମାତୃଭାଷା ପ୍ରତି ମମତା ଆଦି ଏହି ଚେତନାକୁ ବଳିଷ୍ଠ କରିଥାଏ । ଗୋଟିଏ ଜାତିର ମହନୀୟ ଅତୀତ, ବିଜୟ ବୈଜୟନ୍ତୀ ସୁବିଶାଳ ସଂସ୍କୃତି ଏବଂ ପ୍ରାଚୀନ ପରମ୍ପରା ମଧ୍ୟ ସେହି ଜାତିର ଜାତୀୟ ଚେତନାର ଅନ୍ତର୍ଭୁକ୍ତ । ଭାରତର ସ୍ୱାଧୀନତା ସଂଗ୍ରାମରେ ମୁଖ୍ୟତଃ ଭାରତର ବିଭିନ୍ନ ପ୍ରାନ୍ତୀୟ ସାହିତ୍ୟର ମୁଖ୍ୟସ୍ଵର ହୋଇ ଉଠିଛି । ଓଡ଼ିଆ ସାହିତ୍ୟରେ ଏହି ସ୍ଵର କ୍ରାନ୍ତୀକାରୀ ରୂପ ନେଇଛି, ଯାହା କୋଟି ପ୍ରାଣରେ ଜଗାଇଛି ଦୃଢ଼ ଆତ୍ମବଳ, ମୁକ୍ତି ଆନ୍ଦୋଳନରେ ଝାସ ଦେବାପାଇଁ ଅଫୁରନ୍ତ ଉତ୍ସାହ ଓ ଉଦ୍ଦିପନା।

ଜାତୀୟ କବି ବୀରକିଶୋର ତାଙ୍କ ‘ରଣ ଦୁନ୍ଦୁଭି’ କବିତାରେ ଲେଖିଥିଲେ –

ଦିନରାତି ମୋର ସେଇ ଚିନ୍ତା, ବନ୍ଧୁ ସେଇ ଚିନ୍ତା

ଏ ସରକାର ଶବ ଦାହ କେବେ ହେବ,

ଦେଖି  ବି ମୁଁ ତାର ଶେଷ ଚିତା ।”

ଗୋପବନ୍ଧୁ ବନ୍ଦୀ ଅବସ୍ଥାରେ ଦେଶପ୍ରୀତିର ଦମ୍ଭୋକ୍ତି ନେଇ ଲେଖିଥିଲେ –

ପିତୃ ପ୍ରତିଷ୍ଠିତ ରାଜ୍ୟ ଯେହୁ ପରାଧୀନ ।

ଜଗତେ ତା ତହୁଁ ବଳି ନାହିଁ କେହି ହୀନ ।''

ବିଦେଶୀ ଶାସନର ଅତ୍ୟାଚାର ଶୋଷଣକୁ ପ୍ରତିରୋଧ ସ୍ଵରରେ । ସେ କହିଥିଲେ –

“ସ୍ଵାଧୀନତା ମାନବର ଜନ୍ମ ଅଧିକାର

ସ୍ଵାଧୀନ ଭାଷଣ ଆଉ ସ୍ଵାଧୀନ ବିହାର ।”

ତ୍ୟାଗର ନମୁନା ସଦୃଶ ବନ୍ୟା ଦୁର୍ଭିକ୍ଷ ପୀଡ଼ିତ ଜନତାଙ୍କ । ଲାଗି ନିଜକୁ ଉତ୍ସର୍ଗ କରି ସେ ଭାବବିହ୍ଵଳ ହୋଇ ରଚିଥିଲେ –

ମିଶୁ ମୋର ଦେହ ଏ ଦେଶ ମାଟିରେ ।

ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ।

ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼ ।

ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼ ||

ନାରୀ କବି କୁନ୍ତଳା କୁମାରୀ ସାବତ ଆପଣାର ଜୀବନାଦର୍ଶକୁ । ମାଟି ମାଆପାଇଁ ଉତ୍ସର୍ଗ କରି ଗାଇଥିଲେ –

ଧର୍ମ କର୍ମ ସବୁ ଦେବୁ ଜଳାଞ୍ଜଳି

ଦାସ ଧର୍ମ ମୁକ୍ତି ମନେ ନେବୁ କଳି

ଦେଶ ଆମ ଧର୍ମ କର୍ମ ଜପାମାଳି

ଅରଟର ଚକ ଜୀବନ ସଙ୍ଖାଳି ।

କବି ବୀରକିଶୋର ଚାଲୁଚାଲୁ ନିଜକୁ ଭୁଲି ଯାଇ ଦେଶ ଭକ୍ତିର କବିତାରେ ମଗ୍ନ ହୋଇଯାଉଥିଲେ । ତାଙ୍କ ଅମର ରଚନାବଳୀ “ମୋହନବଂଶୀ’ ରଣ ଦୁନ୍ଦୁଭି, ବିଦ୍ରୋହୀ ବୀଣା ଯେପରି ବିପ୍ଳବର । ବାଉଁ ଜନସାଧାରଣ ଉଦ୍ଵେଳିତ କରିଥିଲା ସେହି ପରି କୁନ୍ତଳା କୁମାରୀଙ୍କର ‘ଆହ୍ମାନ’, ସ୍କୁଲିଙ୍ଗ’ ଇତ୍ୟାଦି କବିତା ସଂକଳନ ଜନମନରେ ସ୍ପନ୍ଦନ ତୋଳିଥିଲା । ସେ ଲେଖିଥିଲେ –

ପଖାଳ ଗଣ୍ଡାକୁ ଟିପେ ନାହିଁ ଲୁଣ ବାହୁନିବା କିସ ଶାସନର ଗୁଣ । ଅପୂର୍ବ ରଚନା ଶାସନ ପ୍ରଣାଳୀ ତେତ୍ରିଶକୋଟି ଯା କବଳେ କାଙ୍ଗାଳୀ ।

ସଂକ୍ରାନ୍ତୀପୁରୁଷ ଓଡ଼ିଆ ସାହିତ୍ୟର ରକ୍ଷା କର୍ତ୍ତା ଫକୀର ମୋହନଙ୍କର ସୃଷ୍ଟି ଅନବଦ୍ୟ ସେ ସ୍ୱାଧୀନତା ପାଇଁ ଇଂରେଜମାନଙ୍କୁ ଘୃଣାକ୍ଷରେ ପାଣିକାଉ ବୋଲି କହୁଥିଲେ । ଜାତୀୟ ଜାଗୃତି ପାଇଁ ସେ ଲେଖିଥିବା ମହାମୂଲ୍ୟ ରତ୍ନମାଳା ହେଲା – ‘ଉତ୍କଳଭୂମି’, ମୁଁ ହାଟବାହୁଡ଼ା’, ‘ଲାଗ ଲାଗ’, ଉଥାନ ସଂଗୀତ ଇତ୍ୟାଦି, ସେ ଥିଲେ ଉଦାରମନା । ଦେଶ ମାତୃକାର ସମୃଦ୍ଧି, ଭାଷାର ଉନ୍ନତି ସାଧନ ଉଦାସୀନ ଯୁବମାନସରେ ଉଦାର ଅଭୟବାଣୀ ଶୁଣାଇ ସେ କବିର କ୍ଷୋଭ ନେଇ ଲେଖିଲେ –

‘ପଢ଼ ରାଜ ଭାଷା ଅଛି ତହିଁ ଲାଭ ।

ମାତ୍ର ନ ହରାଅ ଜାତୀୟ ସ୍ଵଭାବ ।“

ସେହିଭଳି ମାର୍ମିକ ତାଙ୍କର ଆହ୍ଵାନ  - ନ କରିଲେ ମାତୃଭାଷାର ଉନ୍ନତି ଘୁଞ୍ଚିବ  କି କେବେ ଦେଶର ଦୁର୍ଗତି ?କବି ବୀରକିଶୋର ଓଡ଼ିଶାର ଜଗତସିଂହପୁର ଅଂଚଳର ପୁନଙ୍ଗ ଗାଁରେ ଜନ୍ମ ହୋଇ ଦୁବଘାସର ଶିଶିର ଟୋପାଟିଏ ପରି ନିଜ ଶାଣିତ କଲମରେ ସ୍ଵାଧୀନତାର ରଙ୍ଗକୁ ତୀବ୍ର କରି ଲେଖିଥିଲେ –

“ଦେଶ ଲାଗି ଯା’ର ଦେହ କାନ୍ଦି ଉଠେ

ଜାତି ଲାଗି କାନ୍ଦେ ମନ

ଲୋଡ଼ା ନାହିଁ ତା’ର ଯୋଡ଼ା ଘୋଡ଼ା ଗାଡ଼ି

କୁଆର ପୁନେଇଁ ଜହ୍ନ ।।

ହାତକଡ଼ିକୁ ସେ ମଲ୍ଲୀଫୁଲ ହାର ବୋଲି ବର୍ଣ୍ଣନା କରିଥିଲେ । ବିପ୍ଳବୀ କବିତାରେ ତାଙ୍କର ସ୍ଵର ଥିଲା - ସାରା ବିଲାତରେ ହାହାକାର ଆମେ ପକାଇ ଦେବୁ ପକାଇ ଦେବୁ ଗୋରା ଶାସନକୁ ଏପାରି ସେପାରି ନଚେଇ ଦବୁ, ନଚେଇ ଦବୁ ।ଗୁଳିଗୋଳା, ବନ୍ଧୁକ ମୁନକୁ ଖାତିର କରି ନାହିଁ ଏ ବୀର ମାଟିର ବିଦ୍ରୋହୀ ସେନା । ଅହିଂସା ମନ୍ତ୍ରରେ ଦୀକ୍ଷିତ ଯେ ହୁଏ ତାକୁ ଜୀବନପଣ କରି ଲଢ଼ି ଆସେ । ନିର୍ମମ ବେତମାଡ଼ ଖାଇ ମାଡ଼ି କରି ଚାଲିଥିବା ବେଳେ କି ବାଳୁତ ବୃଦ୍ଧ ଗାଉଥିଲେ –

ଭାଇ ହେ ମାର କେତେ ବେତ ମାରିବା

ଦେଶ ଲାଗି ଆମେ ଜୀବନ ଦେଇଛୁ : ତୁ କି ଆମକୁ ପାରିବ ?

୧୮୯୭ରେ ଜନ୍ମ କବି ବାଞ୍ଛାନିଧ ମୁକ୍ତିତୀର୍ଥ ବାଲେଶ୍ଵରର ଇରରେ ମୁକ୍ତିର ସ୍ଵପ୍ନ ଦେଖିଥିଲେ । କାନ୍ଧରେ ହାରମୋନିୟମ ଝୁଲାଇସେ ସୁଲଳିତ କଣ୍ଠରେ ରାଜରାସ୍ତାରେ ନାଚି ନାଚି ଦେଶଭକ୍ତିର ଗୀତ ଗାଉଥିଲେ, ଅଗଣିତ ଜନତା କାମଦାମ ଛାଡ଼ି ତାଙ୍କ ସହ ଗାଇ ଗାଇ ନାଚୁଥିଲେ –

“କାହିଁକି ରହିଛି ଭାଇ ଅଳସେ ବସି ହୋ ? ପର

ନେଇଗଲା ଧନ, ସବୁଠୁ କଷି ହୋ ?

ଲୁଣ, ଦିଆସିଲି, ଛତା, ଛୁରୀ କଇଁଚି ଓ ଜୋତା

ଆରିସି, ପାନିଆଁ, ଖୁର

ନକଲି ନାନା ପ୍ରକାର

କାଚ ଶଂଖ ମାଳମାଳ

ଗହଣା ବେଙ୍ଗି ପିତଳ

ଚେନ୍ ଘଡ଼ି ଶୂନ ଗାଡ଼ି

ଦମକଳ ହାୱା ଗାଡ଼ି

ବାବୁ ବିଲାତି ଜିନିଷ କିଣି ମନ ଖୁସି ହୋ ?

ଦେଇ କପଡ଼ା ବିଲାତି

ନିଏ ଜାହାଜ ଭରତି

ଧାନ ଚାଉଳ ଗହମ ଖାଇବା ଜିନିଷମାନ

ଆମେ ମରିଲେ ଭୋକରେ ଦିନକୁ ଦିନ ଦୁଃଖରେ

ଜିନିଷ ଦର ବଢ଼ିଲା

ଏହା କେହି ନ ବୁଝିଲା

ଧ୍ୟାନେ  ତା ଜାଣିଲା ଗାନ୍ଧୀ ମହାରଷି ହୋ ।””

ଗାନ୍ଧିଜୀଙ୍କ ବାଣୀରେ ଉଦ୍‌ବୁଦ୍ଧ ବାଞ୍ଛାନିଧ୍ୟ ଉତ୍କଳବାସୀଙ୍କ  ହୃଦୟକୁ କବଳିତ କରି ଗାଇଥିଲେ ଭାବ ଗଭୀର ଚେତନାର ଗୀତ –

“ପିନ୍ଧି ପରଦେଶୀ ସାଜ

ନମାଡ଼େ କି ତିଳେ ଲାଜ ପର ଘର ଲୁଗାରେ କି ଥାଏ ସମ୍ମାନରେ ?

ବିଦେଶୀ ବେପାରୀ ପୋଷି

ସ୍ଵଦେଶ ଦେଉଛି ନାଶି

ଘର ତନ୍ତି ମଲେ ହୋଇ ଅକାରଣରେ, ହଇରାଣରେ ।”

ସେ ପୁଣି ଗାଇଲେ –

‘କାହିଁ ଆଇଲା ବିଦେଶୀ ବେପାରୀ

ସବୁ ସାଇଲେ ହେଲୁ ଆମେ ଭିକାରୀ ।।‘

ତୋଷାମୋଦ ଦ୍ଵାରା ଯେଉଁଠି ସଫଳତା ମିଳେ ନାହିଁ । ନ୍ୟାର୍ଯ୍ୟଦାବୀ ପାଇଁ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ବାଞ୍ଛନୀୟ । ସେଥିପାଇଁ କବି କଟକ ଠାରେ ଅନୁଷ୍ଠିତ ହେଉଥିବା ନିଖିଳ  ଉତ୍କଳ ନେତା ସମ୍ମିଳନୀ ବାଳ ଗଙ୍ଗାଧର ତିଳକ ଓ ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଗାଇଥିଲେ ଯୁଗାନ୍ତକାରୀ ଦେଶପ୍ରୀତିର ଗାଥା ।

‘କହ କହ କେଉଁ ଜାତି ପାଇଛି ମୁକତି

କରି ହାରି ଗୁହାରି ? କହ ପାଇଛି କେ ସୁଖ ଲିଭାଇଛି ଦୁଃଖ

ମାଗି ମାଗି ପଥ ଭିକାରୀ ?’

ଓଡ଼ିଶାର ପାଣି ପବନରେ ଗଢ଼ା ଅସଂଖ୍ୟ ଛୋଟ ବଡ଼ ବାସ୍ତ୍ରୀ ପ୍ରତିଭାଧର ତାଙ୍କ ସାରସ୍ଵତ ପ୍ରତିଭାରେ ଜାତୀୟ ଚେତନାକୁ କରିଛନ୍ତି ପ୍ରାଣବନ୍ତ ଉଦ୍‌ବୁଦ୍ଧ । ସେଇ ସାରସ୍ଵତ ସୃଷ୍ଟି ଏ ଜାତି ପାଇଁ ଚିର ନିରାଜନପୂର୍ଣ୍ଣ । ଆଜି ଭାଷା ସୁରକ୍ଷା ପାଇଁ ଆନ୍ଦୋଳନର ସ୍ୱର ଉଠୁଥିବା ବେଳେ ଏହି ଜାତିସ୍ମର ମାନଙ୍କର ଅମୃତ ରଚନାବଳୀ ଆମ ପାଇଁ ପ୍ରେରଣାର ବାର୍ତ୍ତା ଦେଉ ଓଡ଼ିଆ ଭାଷା ହିଁ ଓଡ଼ିଆ ଜାତିର ମହାନମନ୍ତ୍ର ହେଉ ।

ଓଡ଼ିଆ ଚିରକାଳ ବୀର ଜାତି ଭାବରେ ପରିଚିତ । ସ୍ଵାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିବାରେ ଓଡ଼ିଆମାନଙ୍କ ମଧ୍ୟରେସର୍ବଭାରତୀୟ ପ୍ରୀତି କୌଣସି ଗୁଣରେ କମ୍ ନଥିଲା । ଭାରତର ବିଭିନ୍ନ  ଅଂଚଳରେ ଦେଖା ଦେଇଥିବା ଜାତୀୟତା ପ୍ରଥମ ଅବସ୍ଥାରେ ଗୋରାଶାସକ ମାନଙ୍କ ବିରୁଦ୍ଧରେ ଉଦ୍ଦିଷ୍ଟ ନଥିଲା । ଆଞ୍ଚଳିକ ସମସ୍ୟାର ସମାଧାନ ପାଇଁ ଏହା ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଜାତୀୟ ଚେତନାରେ ପରିବର୍ତ୍ତିତ ହୋଇଥିଲା । ଓଡ଼ିଶାରେ ମଧ୍ୟ ଠିକ୍ ସେହି ପରିସ୍ଥିତି ସୃଷ୍ଟି ହୋଇଥିଲା । ଓଡ଼ିଆ ଆନ୍ଦୋଳନକୁ କଂଗ୍ରେସ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିରୋଧ କରୁଥିଲେ ସୁଦ୍ଧା ଓଡ଼ିଆମାନେ । ଜାତୀୟଚେତନା ଦୃଷ୍ଟିରୁ ଅନ୍ୟ ଯେକୌଣସି ପ୍ରାନ୍ତର ଲୋକମାନଙ୍କଠାରୁ ପଛରେ ନଥିଲେ ।

ଓଡ଼ିଶାର ଅଗଣିତ ଜନତାଙ୍କର ସ୍ଵର ଓ ଶକ୍ତିରେ ସ୍ଵାଧୀନତାର ମୁକ୍ତିସଂଗ୍ରାମ ହୋଇଛି ଶକ୍ତିଶାଳୀ । ଅନେକଙ୍କର ନାମ ଉଲ୍ଲେଖ କରିବାର ସୁଯୋଗ ଆତ୍ମବଳୀ ଦେଇଥିବା ସେହି ମହାବଳୀ ବରପୁତ୍ରମାନେ ଆମକୁ ନଦେଇ ଚାଲିଗଲେ ।

ଯେଉଁ ମହାନ୍ ଦେଶପ୍ରେମୀ, ଏ ମାଟିର ବରେଣ୍ୟ ମଧୁବାବୁ ଗୋପବନ୍ଧୁ, ପାରଳାର ଗଜପତି ମହାରାଜ କୃଷ୍ଣଚନ୍ଦ୍ର ନାରାୟଣ ଦେଓଙ୍କ ସହ ଏକାମ୍ ହୋଇ ସହଯୋଗ କରିଥିଲେ ସେମାନେ ମୁଖ୍ୟତଃ ସତ୍ୟବାଦୀର ପଞ୍ଚସଖା, ଗୌରୀଶଙ୍କର, ରାଧାନାଥ, ବୈକୁଣ୍ଠନାଥ ଦେ, ମଧୁସୂଦନ ରାଓ, ଫକୀରମୋହନ, ଉଦୟନାଥ, ଗଙ୍ଗାଧର ମେହେର, ନନ୍ଦକିଶୋର ବଳ, ଗୋପାଳ ପ୍ରହରାଜ, ବିଶ୍ଵନାଥ କର, ନୃସିଂହଚରଣ ମହାନ୍ତି, ଡଃ ହରେକୃଷ୍ଣ ମହତାବ, ବୈଷ୍ଣବ ପାଣି, ଜୟୀରାଜଗୁରୁ, ଚନ୍ଦନହଜୁରୀ ବାସୁବିସୁନି, ରଘୁଦିବାକର ଏବଂ ଲକ୍ଷ ଲକ୍ଷ ନିରୀହ ନିରସ୍ତ୍ର ଜନତା । ଯେଉଁମାନେ ଲକ୍ଷ୍ମଣ ନାୟକଙ୍କ ଭଳି ଫାଶି ପାଇ ନାହାନ୍ତି ସତ କିନ୍ତୁ ଫିରିଙ୍ଗର ନିର୍ମମ ମାଡ଼ ଓ ଗୁଳିଚୋଟରେ । ଟଳି ପଡ଼ିଛନ୍ତି, ସେମାନଙ୍କର ଅବଦାନ ସେତୁବନ୍ଧରେ ଗୁଣ୍ଡୁଚିର ବାରିପରି ବନ୍ଦନୀୟ । ଆଜିର ତିଥିରେ ଏ ଜାତି ତାଙ୍କୁ ନତଜାନୁ ହୋଇ ବିନମ୍ର ପ୍ରଣତି ଜଣାଉଥିବ ।

ସଂପ୍ରତି ଆମ ନିକଟରେ ପ୍ରଗତି ନାଁରେ ବିକାଶର ଅଦୃଶ୍ୟ ସ୍ରୋତ ଆମକୁ କବଳିତ କରିବାକୁ ବସିଛି । ଏବେ ଟେଲିଫୋନ ମୋବାଇଲ ଇ-ମେଲ - ଫାକ୍ସ ପରି ଯେତେ ଟେକ୍‌ନୋଲୋଜିର ପ୍ରସାର ବଢ଼ି ବଢ଼ି ଚାଲିଛି ସେତିକି ମାନବିକ ସଂପର୍କ ଛିନ୍ନ ହୋଇଯାଇଛି । ଶିଳ୍ପ ପ୍ରସାର ଆତ୍ମୋନ୍ନତି ନାଁରେ ଚାଷ ଜମି ସବୁ ବିଲଡରେ ମାନଙ୍କର  ଫ୍ଲାଟ ସ୍କିମ୍ ରେ ପରିଣତ । ଗ୍ରାମ୍ୟଜୀବନ ଛାଡି ଲୋକେ ସହର ସଭ୍ୟତାରେ ସାମିଲ ହେବାକୁ ପାଗଳ । ଭାଷା ରସା ତଳକୁ ଗଲାଣି । ବିଦେଶୀ କମ୍ପାନୀମାନେ ଏ ଦେଶକୁ ବ୍ୟବସାୟ କରିବାକୁ ମାଳମାଳ ହୋଇ ପଶି ଆସିଲେଣି । ଏହି ପରିପ୍ରେକ୍ଷୀରେ କବି ବାଞ୍ଛାନିଧି ମହାନ୍ତିଏନକେ ‘ଗାଁକୁ ଫେରିଚାଳି’ କବିତାରୁ କିଛି ମନେ ପଡେ – “ଘର ବେଉସା ଛାଡି ଦେଇ / ସହର ଗଲେ ପଳାଇ । ଦେଶର ଜୀବିକା ବୁଡିଲା / ଏବେ ଲକ୍ଷ୍ମୀ ଠାକୁରାଣୀ ଚାଲିଗଲେ ରୁଷି ହେ । “

ସଂଗୃହିତ – କାଞ୍ଚି ନାରାୟଣ ମହାନ୍ତି, ଆଶ୍ରମ ଶ୍ରୀ ବିହାର କଲୋନୀ

ଆଧାର - ଇ ମଗାଜିନ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top