ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / କୌଣସି କାର୍ଯ୍ୟରେ ଆଗ୍ରହ କରୁନଥିବା ପିଲାଟି ପାଇଁ କେତେକ କାର୍ଯ୍ୟ
ସେଆର କରନ୍ତୁ

କୌଣସି କାର୍ଯ୍ୟରେ ଆଗ୍ରହ କରୁନଥିବା ପିଲାଟି ପାଇଁ କେତେକ କାର୍ଯ୍ୟ

କୌଣସି କାର୍ଯ୍ୟରେ ଆଗ୍ରହ କରୁନଥିବା ପିଲାଟି ପାଇଁ କେତେକ କାର୍ଯ୍ୟ ର ସୂଚନା

ଉପକ୍ରମ

ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ଛାତ୍ରଛାତ୍ରୀ ଦେଖାଯାନ୍ତି   । ଏପରିକି କେତେକ ଛାତ୍ରଛାତ୍ରୀ ବିଦ୍ୟାଳୟକୁ କୌଣସି ଚାପର ବଶବର୍ତ୍ତୀ ହୋଇ ଆସିଥାନ୍ତି   ।  ସେମାନଙ୍କ ମଧ୍ୟରେ କେତେକ ଶ୍ରେଣୀ ଗୃହର ପରିସ୍ଥିତିକୁ ଲକ୍ଷ୍ୟ ନ ରଖି ଅନ୍ୟମନସ୍କ ହୋଇଥାନ୍ତି   ।  ଶିକ୍ଷଣକାର୍ଯ୍ୟରେ ସେମାନଙ୍କର ମଧ୍ୟ ଆଗ୍ରହ ନଥାଏ   ।  ସେଭଳି ପିଲାମାନଙ୍କର କେତୋଟି ଦିଗକୁ ଆଲୋଚନା କରିବା   ।

ଲକ୍ଷଣ

  • ଶ୍ରେଣୀ ଗୃହରେ ପାଠପଢା ସମୟରେ ମନଯୋଗ ନ କରିବା   ।
  • ପିଲାଙ୍କୁ ଦିଆଯାଇଥିବା କାର୍ଯ୍ୟ ଠିକ ସମୟରେ ନ କରିବା   ।
  • କୌଣସି ଶ୍ରେଣୀଗୃହ ଆଲୋଚନା , କର୍ମଶାଳା ଓ ପ୍ରତିଯୋଗୀତା ଭାଗ ନେବା ପାଇଁ ଆଗ୍ରହୀ ନ ହେବା  ।
  • ଯେକୌଣସି ସାମାନ୍ୟ ଘଟନାରେ ନିଜର ଅପରିପକ୍ଵତା ପ୍ରକାଶ କରିବା ଓ ଏକାଗ୍ରତା ନଷ୍ଟ ହେବା   ।
  • ଦୂର ଦୃଷ୍ଟିର ସଂପୂର୍ଣ୍ଣ ଅଭାବ ରହିବା   ।
  • ସାମାଜିକ ରୀତି , ନିୟମରୁ ସର୍ବଦା ଅଲଗା ରହିବାକୁ ଚାହେଁ ବା ଯେକୌଣସି କାର୍ଯ୍ୟରେ ବେଖାତିର ମନୋଭାବ ପୋଷଣ କରିବା   ।
  • ସାଙ୍ଗସାଥିଙ୍କ ସହ ମିଳାମିଶା ପାଇଁ ଇଚ୍ଛା ନ କରିବା   ।
  • ଟି.ଭି ଓ ରେଡିଓର ଆଦରକାରୀ ପ୍ରସାରଣକୁ ଦେଖି କିମ୍ବା ଶୁଣି ସମୟନଷ୍ଟ କରିବା   ।

ପ୍ରତିକାର ନିମନ୍ତେ ଆମ କି ପଦକ୍ଷେପ ନେଇପାରିବା

  • ଛାତ୍ର/ଛାତ୍ରୀକୁ ସ୍ୱଳ୍ପମିଆଦି  କାର୍ଯ୍ୟ ଦେବା ପୂର୍ବ ନିର୍ଦ୍ଧାରଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣରେ ସହାୟକ ହେଉଥିବ   ।
  • ଯଦି ଛାତ୍ର / ଛାତ୍ରୀର ଶିକ୍ଷଣ କାର୍ଯ୍ୟ ଓ ଶ୍ରେଣୀ ପରିଚାଳନା , ଶାନ୍ତି ,ଶୃଙ୍ଖଳାରେ କିଛି ମତାମତ ଥାଏ , ତେବେ ତାହାକୁ ପଚାରି ଭଲ ବା ଉଚିତ ମତାମତକୁ ସ୍ଵାଗତ କରିବା   ।
  • କୌଣସି ଭଲ ଆଚରଣଗତ ପରିବର୍ତ୍ତନ ପାଇଁ ପୁରସ୍କାର ହେବା   ।
  • ଛାତ୍ର / ଛାତ୍ରୀକୁ ଅବସର  ସମୟରେ ଶିକ୍ଷାପ୍ରଦ ସହ କାର୍ଯ୍ୟକ୍ରମରେ ସମ୍ପୃକ୍ତ କରିବା   ।
  • ଶିକ୍ଷଣ ପ୍ରକ୍ରିୟାରେ ପିଲାକୁ ପରିବେଶ ସହ ସଂପୂର୍ଣ୍ଣ ଭାବରେ ସଂଶ୍ଳିଷ୍ଟ କରିବା   ।
  • ବିଭିନ୍ନ ପଦାର୍ଥ ମାଧ୍ୟମରେ ଶିକ୍ଷାଦାନ ଫଳ ପ୍ରଦ ଓ ଦୀର୍ଘସ୍ଥାୟୀ ହୋଇଥାଏ   ।  ସେଥିପାଇଁ ଉପଯୁକ୍ତ ମାଧ୍ୟମ ବ୍ୟବହାର କରି ଶିକ୍ଷାଦାନ କରିବା ଉଚିତ   ।
ଯେ କୌଣସି ଆପତ୍ତିଜନକ ଆଚରଣ ପ୍ରଦର୍ଶନ କଲେ ସଙ୍ଗେ ସଙ୍ଗେ ପିଲାର ଅଭିଭାବକଙ୍କୁ ଜଣାଇବା   ।

ଆଧାର : ପୋତାଲା  ଟିମ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top