ସେଆର କରନ୍ତୁ

କନ୍ୟାକୁମାରୀ

ଦକ୍ଷିଣ ଭାରତର ତାମିଲନାଡୁରେ କନ୍ୟାକୁମାରୀ ଅବସ୍ଥିତ

ଉପକ୍ରମ

ଭାରତର ଦକ୍ଷିଣଭାଗରେ ଥିବା ତାମିଲନାଡୁ ରାଜ୍ୟରେ କନ୍ୟାକୁମାରୀ ଅବସ୍ଥିତ l ବିଷେଶକରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ଥର ମନୋରମ ଦୂଶ୍ୟପାଇଁ ଏହି ସ୍ଥାନଟି ବେଶ ଲୋକପ୍ରିୟ l ତା ଛଡା କନ୍ୟାକୁମାରୀ ଠାରେହିଁ ବଙ୍ଗୋପସାଗର, ଭାରତ ମହାସାଗର ଓ ଆରବ ସାଗର ଏକତ୍ର ହୋଇଥିବାରୁ ଏଠାକାର ପରିବେଶ ବେଶ ଆକର୍ଷଣୀୟ l

ବିଶେଷ କରି ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ଅସ୍ଥର ମନୋରମ ଦୃଶ୍ୟ ପାଇଁ ଏହି ସ୍ଥାନଟି ବେଶ ଲୋକପ୍ରିୟ । ଏହା ବ୍ୟତୀତ କନ୍ୟାକୁମାରୀଠାରେ ବଙ୍ଗୋପସାଗର ଭାରତ ମହାସାଗର ଓ ଆରବସାଗର ଏକତ୍ର ହୋଇଥିବାରୁ ଏଠାକାର ପରିବେଶ ବେଶ ଆକର୍ଷଣୀୟ । ସମୁଦ୍ର କୂଳରେ ଥିବା କୁମାରୀ ଅମାନ୍ ମନ୍ଦିର ହେଉଛି କନ୍ୟାକୁମାରୀର ସବୁଠାରୁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ। ଏଠାରେ ପୂଜା ପାଇଥାନ୍ତି କନ୍ୟାକୁମାରୀ ଦେବୀ ।

ପର୍ଯ୍ୟଟନସ୍ଥଳୀ

  • କନ୍ୟାକୁମାରୀ ମନ୍ଦିର : ସମୁଦ୍ରକୂଳରେ ଥିବା କୁମାରୀ ଅମାନ୍ ମନ୍ଦିର ହେଉଛି କନ୍ୟାକୁମାରୀର ସବୁଠାରୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ l ଏଠାରେ ପୂଜାପାଇଥାନ୍ତି କନ୍ୟାକୁମାରୀ ଦେବୀ l
  • ଥିରୁଭାଲୁଭାର୍ ଷ୍ଟାଚ୍ୟୁ : କନ୍ୟାକୁମାରୀର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ଥିରୁଭାଲୁଭାର୍ ଷ୍ଟାଚ୍ୟୁ l ଉକ୍ତ ଷ୍ଟାଚ୍ୟୁର ଉଚତା ହେଉଚି ୧୩୩ ଫୁଟ ଏବଂ ଓଜନ ପ୍ରାୟ ୭୦୦୦ ଟନରୁ ଅଧିକ ହେବ l କୁହାଯାଏ ଏହାକୁ ନିର୍ମାଣ ପାଇଁ ୫୦୦ରୁ ଅଧିକ ଶ୍ରମିକ ଲାଗିଥିଲେ l ସମୁଦ୍ରର ନିଳରାଶି ଭିତରେ ଥିବା ଏହି ଷ୍ଟାଚ୍ୟୁର ସୌନ୍ଦର୍ଯ୍ୟ ବେଶ ମନଲୋଭା l
  • ପଦ୍ମନାଭପୁରମ୍ ପ୍ରାସାଦ : ବିଶ୍ଵରେଥିବା ଦଶଟି ପ୍ରମୂଖ ପ୍ରାସାଦ ମଧ୍ୟରୁ ପଦ୍ମନାଭପୁରମ୍ ପ୍ରାସାଦ ହେଉଛି ଅନ୍ୟତମ l ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପ୍ରାସାଦଟିର ନିର୍ମାଣ ସମ୍ପୂର୍ଣ୍ଣଭାବେ କାଠରେ ହୋଇଛି l
  • ଏହାଛଡା କନ୍ୟାକୁମାରୀର ଥିରୁପାରାସ୍ପୁ, କୋଟାଲାମ୍ ଆଦି ଜଳପ୍ରପାଦ,ସୂବ୍ରମଣ୍ୟମ ମନ୍ଦିର,ଭାଟ୍ଟାକୋଟାଇ ଦୂର୍ଗ ବେଶ ଆକର୍ଷଣୀୟ l

    ଆଧାର :ସମାଜ  ଖବର  କାଗଜ

3.0
ନିରୋଦ ଚନ୍ଦ୍ର ଷଣ୍ଢ Apr 03, 2017 02:12 PM

କନ୍ୟାକୁମାରୀ ବିଷୟରେ ବହୁତ କିଛି ଜାଣିବାକୁ ପାଇଲୁ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top