ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / କାଳୀଚରଣ ପଟ୍ଟନାୟକ
ସେଆର କରନ୍ତୁ

କାଳୀଚରଣ ପଟ୍ଟନାୟକ

କାଳୀଚରଣ ପଟ୍ଟନାୟକ ଜଣେ ଆଧୁନିକ ଓଡ଼ିଆ ନାଟ୍ୟକାର ଓ କବି ଥିଲେ ।

କାଳୀଚରଣ ପଟ୍ଟନାୟକ ଜଣେ ଆଧୁନିକ ଓଡ଼ିଆ ନାଟ୍ୟକାର ଓ କବି ଥିଲେ । ସେ ୧୮୯୭ ଡିସେମ୍ବର ୩ ତାରିଖ, ବକୁଳ ଅମାବାସ୍ୟା ଦିନ ବାଙ୍କୀ ସହର ଉପକଣ୍ଠରେ ଥିବା ଖମାରଙ୍ଗ ଗ୍ରାମରେ ପିତା ଦୁର୍ଗାଚରଣ ପଟ୍ଟନାୟକ ଓ ମାତା ରାଧାମାଳୀ ଦେବୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ । ସେ ପିତାମାତାଙ୍କର ଦ୍ଵିତୀୟ ସନ୍ତାନ ଥିଲେ । କାଳୀଚରଣଙ୍କ ପିତା ବଡ଼ମ୍ବାଗଡ଼ର ଦେବାନ ଥିଲେ । କାଳୀଚରଣ ପାରମ୍ପରିକ ଲୀଳା ନାଟକ ପ୍ରଦର୍ଶନ କରି ନିଜର ନାଟ୍ୟକାର ଜୀବନ ଅରମ୍ଭ କରିଥିଲେ । ୪ର୍ଥ ଦଶକ ବେଳକୁ ସେ ଆଧୁନିକ ମଞ୍ଚ ନାଟକ ଲେଖି ତାହାର ବିପଣନ କରିବା ଆରମ୍ଭ କରିଥିଲେ । ସେଥିପାଇଁ ୧୯୨୯ ମସିହାରେ "ସାକ୍ଷୀଗୋପାଳ ନାଟକ ସଂଘ' ଓ ୧୯୩୯ରେ "ଓଡ଼ିଶା ଥିଏଟର୍ସ' ନାମରେ ଏକ ରଙ୍ଗମଞ୍ଚ ଗଠନ କରି ଓଡ଼ିଶା ନାଟକାଭିନୟ ଜଗତର ପ୍ରସାର ଓ ଉନ୍ନତି କରିଥିଲେ । ତାଙ୍କର ଜନପ୍ରିୟ ନାଟକ ଗାର୍ଲ ସ୍କୁଲ (୧୯୩୯) ଓଡ଼ିଆ ମଞ୍ଚାଭିନୟରେ ନୂତନ ଯୁଗର ଆରମ୍ଭ କରିଥିଲା । ତାଙ୍କୁ ଆଧୁନିକ ଓଡ଼ିଆ ନାଟ୍ୟଶାସ୍ତ୍ରର ‘ଭରତମୁନି’ ବୋଲି ମଧ୍ୟ କୁହାଯାଏ ।  ତାଙ୍କ ପ୍ରଚେଷ୍ଟାରୁ ୧୯୫୮ ମସିହାରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଥିଲା । ସେଥିପାଇଁ ସମସ୍ତ ଓଡ଼ିଶୀ ନାଟ୍ୟଗୁରୁ ଓ ନୃତ୍ୟଶିଳ୍ପୀମାନେ ତାଙ୍କୁ ମନେ ରଖିଛନ୍ତି।

ଶିକ୍ଷା

କାଳୀଚରଣ, ତାଙ୍କର ପ୍ରାଥମିକ ଶିକ୍ଷା ଚର୍ଚିକା ପ୍ରାଥମିକ ବିଦ୍ୟାଳରେ ସମ୍ପନ୍ନ କରି ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟରେ ମାଟ୍ରିକ ପଢ଼ିଥିଲେ। କଟକର ରେଭେନ୍ସା କଲେଜରୁ ସେ ଉଚ୍ଚତର ଶିକ୍ଷା ଗ୍ରହଣ କରିଥିଲେ।

ଓଡ଼ିଆ ସାହିତ୍ୟକୁ ଅବଦାନ

ଖୋାର୍ଦ୍ଧା ସ୍କୁଲରେ ପଢୁଥିବା ସମୟରେ ସଙ୍ଗୀତ ନାଟକ ପ୍ରତି ଆସକ୍ତ କାଳୀଚରଣ ପ୍ରଥମେ ସଙ୍ଗୀତଜ୍ଞ ବାସୁଦେବ ମହାପାତ୍ର ଓ ପରେ ଓସ୍ତାଦ୍ ଖାନୁ ଖାଁ, ବନୱାରୀ ମିଶ୍ରଙ୍କ ଭଳି ବିଶାରଦଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ବାଙ୍କୀର ମହାପର୍ବତ ଦେଖି ମହାପର୍ବତ ନାମକ ଖଣ୍ଡକାବ୍ୟ ଓ କଳଙ୍କ ଭଞ୍ଜନମାଳା ନାଟକ ରଚନା କରିବା ପରେ ଶିକ୍ଷକ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ପ୍ରକୃତି ବର୍ଣ୍ଣନା ପାଇଁ ଉପଦେଶ ତାଙ୍କର ରଚନାତ୍ମକ ଦୃଷ୍ଟିଭଙ୍ଗୀରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିଲା । ଗୋବିନ୍ଦଚନ୍ଦ୍ର ଶୂରଦେଓଙ୍କ ସମ୍ପର୍କରେ ଆସି ତାଙ୍କର ନାଟକ ସୁଲଭତା ବିକଶିତ ହୋଇଥିଲା । ୧୯୧୮ ମସିହାରେ ଆଇ.ଏ. ପଢ଼ିବାବେଳେ ସେ ପ୍ରଥମ ନାଟକ ଧ୍ରୁବ ରଚନା କରିଥିଲେ ମଧ୍ୟ ତାଙ୍କର ପ୍ରଥମ ସାମାଜିକ ନାଟକ ଥିଲା ୧୯୩୪ ମସିହାରେ ରଚିତ ପ୍ରତିଶୋଧ । ପ୍ରାୟ ୪୦ଟି ପୂର୍ଣ୍ଣାଙ୍ଗ ନାଟକ ସହିତ ସେ ରଚନା କରିଯାଇଛନ୍ତି ବହୁ ନୃତ୍ୟ ନାଟିକା, କାବ୍ୟ ନାଟିକା, ଗଳ୍ପ, ଉପନ୍ୟାସ, କବିତା ଆଦି ଅନେକ ଅନବଦ୍ୟ କୃତି ।

ଆତ୍ମ ଜୀବନୀ

  • କୁମ୍ଭାର ଚକ

ନୃତ୍ୟନାଟିକା (ଲୀଳା ନାଟକ)

  • କଳଙ୍କ ଭଞ୍ଜନ
  • ଦାରିଦ୍ର୍ୟ ଭଞ୍ଜନ
  • ମିଳନ ମାଧୁରୀ
  • ଶ୍ରୀ ରାଧା
  • ବାଂସୁରୀର ବିଳାପ
  • ଶ୍ରୀ ଗୀତ ଗୋବିନ୍ଦ
  • ପ୍ରୀତି ସୁଧାକର
  • ଲକ୍ଷ୍ମୀ
  • କୌତୁକ ଚିନ୍ତାମଣୀ
  • କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ
  • ମାନିନୀ
  • ଆଖିର ଦେଖା
  • ଦେହି ପଦପଲ୍ଲବ ମୁଦାରଂ

ପୌରାଣିକ ନାଟକ

  • ଧ୍ରୁବ
  • ମୃଗୟା
  • ବନ ବିହାର
  • ବିଦ୍ୟାବଳୀ
  • ଶକୁନ୍ତଳା
  • ହରିଶ୍ଚନ୍ଦ୍ର
  • ଚକ୍ରୀ
  • ଦଶଭୂଜା

ଐତିହାସିକ ନାଟକ

  • ଅଭିଜାନ(୧୯୪୬)
  • ମାଳତୀ
  • ରକ୍ତ ମନ୍ଦାର

ଜୀବନୀ ଆଧାରିତ ନାଟକ

  • ଜୟଦେବ
  • ସାରଳା ଦାସ
  • ଜଗନ୍ନାଥ ଦାସ

ସାମାଜିକ ନାଟକ

  • ପ୍ରତିଶୋଧ
  • ଆହୂତି
  • ଚୁମ୍ବନ
  • କମଳ (୧୯୪୩)
  • ଭାତ (୧୯୪୫)
  • ଗାର୍ଲ ସ୍କୁଲ (୧୯୩୯)
  • ରକ୍ତମତି (୧୯୪୭)
  • ଫଟାଭୂଇଁ
  • ସନ୍ଧାନ (୧୯୫୩)
  • ହୀରାଖଣ୍ଡ (୧୯୫୩)

ଗଳ୍ପ ସଂଗ୍ରହ

  • ବନଫୁଲ
  • କବିତା ସଂଗ୍ରହ
  • ଚନ୍ଦ୍ରିକା, ଫୁଲରେଣୁ
  • ମଞ୍ଚ ନାଟକ
  • ମଞ୍ଚଧାରା
  • କାବ୍ୟନାଟକ
  • ଅନଙ୍ଗ
  • ଏକକ ନାଟକ
  • ପଞ୍ଚରଙ୍ଗ
  • ଷଡ଼ରସ
  • ସପ୍ତପର୍ଣୀ
  • ଜୀବିତ ତର୍ପଣ
  • ଯୁଗପୁରୁଷ

ବିବିଧ

  • ଯୁଗେ ଯୁଗେ ଉତ୍କଳ
  • ବେକାର
  • ଦୋଷ କେଉଁଠି
  • ନାରଣ ଦାସ
  • ୟୁଗେ ୟୋଗୀ (ହିନ୍ଦୀ)
  • ଭୁଖା (ହିନ୍ଦୀ)
  • ଫୁଲରେଣୁ
  • ଦାସକାଠି
  • ଯୁଗ ପୁରୁଷ
  • ସୁଆଙ୍ଗ
  • ରାଣୀ ସୁକଦେଈ

ବ୍ୟଙ୍ଗ

  • ହାଲ ଫେସନ
  • ଚରଣ ଚୁଟିଆ ଦାମ

ଶିଶୁ ସାହିତ୍ୟ

  • ଶିଶୁ ଖେଳଗୀତ
  • ପିଲାଙ୍କ କର୍ମ ସଙ୍ଗୀତ
  • ଠକ୍କର ବାପା
  • ନେପୋଲିୟନ
  • କେତେଟି କଥା
  • ଆମ ସାହିତ୍ୟ
  • ବାଳ ବୋଧକ
  • କଳାହାଣ୍ଡିଆ ମେଘ
  • ବଉଳବେଣୀ
  • ବାୟା ଧନଟି
  • ପ୍ରଥମ ପାଠ
  • ଆମ ପାଠ
  • କଥା ଶୁଣ
  • ସରସ ସାହିତ୍ୟ (ପ୍ରଥମ ଓ ଦ୍ୱିତୀୟ ଭାଗ)

ଏକାଙ୍କିକା

ତାଙ୍କ ଲିଖିତ ଜୀବିତ ତର୍ପଣ ଓଡ଼ିଆ ଭାଷାର ପ୍ରଥମ ଏକାଙ୍କିକା ।

  • ପଞ୍ଚରଙ୍ଗ
  • ଷଡ଼ରସ
  • ଭଙ୍ଗାଘର

ଓଡ଼ିଆ ସଙ୍ଗୀତକୁ ଅବଦାନ

  • ସଙ୍ଗୀତ ସାର
  • ଗୀତ ମଞ୍ଜରୀ
  • କବିଚନ୍ଦ୍ର ଗୀତାବଳୀ (ଓଡ଼ିଶୀ ଭାଗ)
  • କବିଚନ୍ଦ୍ର ଗୀତାବଳୀ (ଲଘୁ ସଂଗୀତ ଭାଗ)
  • କବିଚନ୍ଦ୍ର ଗୀତାବଳୀ (ଭଜନ ଓ ଜଣାଣ)
  • କବିଚନ୍ଦ୍ର ଗୀତାବଳୀ (ପଲ୍ଲୀଗୀତ ଭାଗ)
  • କବିଚନ୍ଦ୍ର ଗୀତାବଳୀ (କୀର୍ତନ ଭାଗ)
  • ସଙ୍ଗୀତ ଓ ହାର୍ମୋନିୟମ ଶିକ୍ଷା
  • ପିଲାଙ୍କ ସଙ୍ଗୀତ ଶିକ୍ଷା
  • ଓଡ଼ିଶୀ ସଙ୍ଗୀତର ରୂପରେଖ
  • ରକ୍ତ ଝଙ୍କାର
  • ବରଣ ଡାଲା
  • ସପ୍ତସୁରୀ
  • ସୁରଲେଖା (ଗୀତ ଓ ସ୍ୱରଲିପି)

ଓଡ଼ିଆ କଥାଚିତ୍ରକୁ ଅବଦାନ

କାଳୀଚରଣ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଲଳିତା (୧୯୪୯) ଓ ମାଟିର ମଣିଷ (୧୯୬୭) ପାଇଁ ଗୀତ ରଚନା କରିଥିଲେ। ସେ ଲଳିତ କଥାଚିତ୍ରର ନିର୍ଦ୍ଦେଶକ ଥିଲେ।

ପୁରସ୍କାର ଓ ସମ୍ମାନ

ଗଜପତି ରାମଚନ୍ଦ୍ର ଦେବଙ୍କର ରାଜଦରବାରରେ ଏକଦା ସଭାକବି ଓ ରାଜ-ସଙ୍ଗୀତଜ୍ଞ ପଦବୀ ଅଳଂକୃତ କରିଥିବା କାଳୀଚରଣ ଗଜପତିଙ୍କ ଦ୍ୱାରା ୧୯୨୭ ମସିହା ସୁନିଆଁ ଦିନ କବିଚନ୍ଦ୍ର ଉପାଧିରେ ଭୂଷିତ ହେବା ସଙ୍ଗେ ସଙ୍ଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚାମର ସେବା ଓ ବୈଷ୍ଣବାଗ୍ନି ପ୍ରାପ୍ତ ହେବା ପାଇଁ ସ୍ୱୀକୃତି ଓ ଆଜ୍ଞା ଦେଇଥିଲେ । ଏହାପରେ ୧୯୪୪ ମସିହାରେ ଉତ୍କଳ ସାହିତ୍ୟ ସମାଜ ଦ୍ୱାରା "ନାଟ୍ୟାଚାର୍ଯ୍ୟ', କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ସମ୍ମାନଜନକ ଫେଲୋସିପ୍, ୧୯୭୦ ମସିହାରେ ସମ୍ବଲଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଡି.ଲିଟ୍ ଉପାଧି ଓ ୧୯୭୭ ମସିହାରେ ଆତ୍ମଜୀବନୀ ଗ୍ରନ୍ଥ-କୁମ୍ଭାର ଚକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ ହୋଇଥିଲେ । ୧୯୭୪ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ "ପଦ୍ମଶ୍ରୀ' ସମ୍ମାନ (ଯୁଗ୍ମ ବିଜେତା) କୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ।

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୭
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୧
  • ଡି ଲିଟ, ୧୯୭୦
  • ନାଟ୍ୟାଚାର୍ଯ୍ୟ, ୧୯୪୪
  • କବିଚନ୍ଦ୍ର, ୧୯୨୭
  • ପଦ୍ମଶ୍ରୀ ପୁରସ୍କାର ସେ ପ୍ରତ୍ୟାଖ୍ୟାନ କରିଥିଲେ

କାଳୀଚରଣ ୧୯୭୮ ମସିହା ଜୁଲାଇ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।

ଆଧାର - କାଳୀଚରଣ ପଟ୍ଟନାୟକ

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top