ସେଆର କରନ୍ତୁ

କାହାଣୀ

ପିଲାମାନଙ୍କୁ ଗୋଲାକାର ଭାବେ ବସାଇବା ର ସୂଚନା

କଥାର କାହାଣୀ

ପିଲାମାନଙ୍କୁ ଗୋଲାକାର ଭାବେ ବସାଇବା   ।  ସେମାନଙ୍କ ମଧ୍ୟରୁ ଜଣକୁ ଶିକ୍ଷକ କରାଇବା   । ଶିକ୍ଷକଙ୍କ ହାତରେ ଗୋଟିଏ ରବର ବଲବ ଥିବ   ।  ସେ ଯେକୌଣସି ଗୋଟିଏ ବାକ୍ୟ କହିବେ ଏବଂ ଧରିଥିବା ବଲଟିକୁ ଯେକୌଣସି ପିଲାପାଖକୁ ପଠାଇବେ   ।  ବଲଟି ଯେଉଁ ପିଲା ପାଖରେ ପଡିବ ସେହି ପିଲା ଶିକ୍ଷକ କହିଥିବା କାର୍ଯ୍ୟଟିକୁ ଆଖିଆଗରେ ରଖି ଦ୍ଵିତୀୟ ବାକ୍ୟଟିକୁ କହିବେ   ।  ଯେପରି ଆଗରୁ କୁହାଯାଇଥିବା ବାକ୍ୟର ସମ୍ପର୍କ ଥିବ   ।  ଏହିପରି ଖେଳ ଚାଲିବ   ।  ସବୁପିଲା ଗୋଟିଏ ଗୋଟିଏ ବାକ୍ୟ କହିବେ ଯେପରି ବାକ୍ୟ ମଧ୍ୟରେ ସାମଞ୍ଜ୍ୟସ ଥିବ ଶେଷରେ ଦେଖାଯିବ ଯେ ସୁନ୍ଦର ଗପଟିଏ ହୋଇଯାଇଛି   ।

ଶବ୍ଦର କାହାଣୀ

ପିଲାମାନେ ଛୋଟ ଛୋଟ ଦଳରେ ବସିବେ   ।  ପ୍ରତ୍ୟେକ ଦଳକୁ (5 X 4 ) ର କାର୍ଡ କରି ଦିଆଯିବ ଏବଂ ପିଲାମାନଙ୍କୁ ନିଜ ମନରେ କିଛି ଶବ୍ଦ ଦିଆଯାଇଥିବା କାର୍ଡରେ ଲେଖିବାକୁ କୁହାଯାଇଛି    ।  ତା ପରେ ପିଲାମାନଙ୍କୁ ଲେଖିଥିବା ଶବ୍ଦଗୁଡିକୁ ବର୍ଗୀକାରଣ କରିବାକୁ କୁହାଯିବ   ।  ଯଥା  - କେଉଁ ଗୁଡିକ କାଠିରେ ତିଆରି , କେଉଁ ଗୁଡିକ ଆମେ ବଜାରରେ ଦେଖିବାକୁ ପାଉ  ।  ତା ପରଦିନ ପ୍ରତିଦଳକୁ ଲେଖିଥିବା ଯେକୌଣସି ଦୁଇଟି ଶବ୍ଦକୁ ନେଇ ବାକ୍ୟଗଢିବା ପାଇଁ କୁହାଯିବ   ।  ଗୋଟିଏ ଦଳ ସେମାନେ ଲେଖିଥିବା ବାକ୍ୟଟିକୁ ପଡିବ   ।  ଅନ୍ୟଦଳ ସେମାନେ ଲେଖିଥିବା ଦୁଇଟି ଶବ୍ଦକୁ ନେଇ ପ୍ରଥମ ଦଳର ବାକ୍ୟକୁ ନେଇ ଆଉ ଗୋଟିଏ ବାକ୍ୟ କହିବେ   ।  ଏପରି ଦଳ ଭୀତରେ କାର୍ଯ୍ୟ ଚାଲୁରହିବ । ପୂର୍ଣ୍ଣାଙ୍ଗ ହେଲା ପର୍ଯ୍ୟନ୍ତ   ।  ଏହାଦ୍ଵାରା ପିଲାମାନେ ଶବ୍ଦକୁ ନେଇ କାହାଣୀ ତିଆରି କରିପାରିବେ   । କାର୍ଯ୍ୟଟିକୁ ଦଳଗତ ମାଧ୍ୟମରେ ମଧ୍ୟ କରାଯାଇ ପାରିବ   ।

ଅଦରକାରୀ ଜିନିଷକୁ ନେଇ ଗଳ୍ପ

କିଛି ଖାଲି ବୋତଲ , ଠିପି , ପେନ , କ୍ୟାପ , ଛିଣ୍ଡାକନା , ପେନର ରିଫିଲ , ଗୋଡି ଇତ୍ୟାଦି ସଂଗ୍ରହ କରି ବିଦ୍ୟାଳୟରେ ରଖାଯିବ   ।  ଶ୍ରେଣୀର ସମୁଦାୟ ଛାତ୍ରଛାତ୍ରୀଙ୍କୁ ଯାଞ୍ଚ ବା ଛଅ ଗୋଟି ଦଳରେ ବିଭକ୍ତ କରି ସଂରୁହିତ ବସ୍ତୁ ଗୁଡିକ ଦିଆଯିବ   ।  ଦଳରେ ଆଲୋଚନା କରି ପ୍ରତ୍ୟେକ ବସ୍ତୁକୁ ନେଇ ଓ ନିଜ ମନରୁ କିଛି କଥା ମିଶାଇ ଗଳ୍ପ ତିଆରି କରିବାକୁ ଦିଆଯିବ   ।

ନୂଆ ନୂଆ ଗଳ୍ପ ସୃଷ୍ଟିପାଇଁ ଆବଶ୍ୟକ ସାମଗ୍ରୀ   :

  • ପୁରୁଣା ଖବରକାଗଜ ବା ସମାଜ , ସାପ୍ତାହିକ , ମାସିକ ପତ୍ରିକା   , ଗଳ୍ପବହି ଇତ୍ୟାଦିର ସଂଗ୍ରହ  ।
  • ଅଦରକରି ସାମଗ୍ରୀ ଯଥା  :- ପେନ,  ରିଫିଲ , କ୍ୟାପ, ଭିନ୍ନ ଭିନ୍ନ ପ୍ରକାର ପଥର   , ଆଦରକରି ଛିଣ୍ଡା କନା   ,  ରଙ୍ଗୀନ କାଗଜ ଇତ୍ୟାଦି   ।
  • ଚିତ୍ରକାର୍ଡ   - ପଶୁ ପକ୍ଷୀ , ଗଛ , ଫୁଲ,  ଫଳ, ଶବ୍ଦ   , ଜାଣବାହାନ ଇତ୍ୟାଦି
  • ଅଧା ଚିତ୍ର ହୋଇଥିବା କାର୍ଡ   :- କୌଣସି ଘଟଣା ବା ଗଳ୍ପର ଅଧାଚିତ୍ର   ।  ଅଧା ଚିତ୍ର  ଗଳ୍ପ ମାଧ୍ୟମରେ ପୂରଣ କରିବା   ।
  • ଛୋଟ ଛୋଟ କଣ୍ଢେଇ , ମାଟିର ମଡେଲ ଇତ୍ୟାଦି  ।
  • ବିଭିନ୍ନ ପ୍ରକାର ହସ୍ତକର୍ମ

ପିଲାମାନଙ୍କୁ ଗଳ୍ପପ୍ରତି ଆକୃଷ୍ଟ କରିବା ପାଇଁ ଆଉ କେତୋଟି କାର୍ଯ୍ୟ   :-

  • ଗଳ୍ପ କହିବା ପ୍ରତିଯୋଗୀତା   ।
  • ଗଳ୍ପ ଲେଖିବା ପ୍ରତିଯୋଗୀତା
  • ଗଳ୍ପ ନେଇ ଥିବା  ଯେକୌଣସି କାଳ୍ପନିକ ବସ୍ତୁ ବିଷୟରେ ଭାବିବା ଏବଂ କହିବା ଇତ୍ୟାଦି   ।

ଆମେ ପିଲାମାନଙ୍କ ଭାବନାଶକ୍ତିକୁ କିଛିଟା ବଢାଇବା ପାଇଁ ଗଳ୍ପ କହିବା ପାଇଁ ଉତ୍ସାହିତ କରିବା ପାଇଁ ଉପରୋକ୍ତ କାର୍ଯ୍ୟ ଗୁଡିକୁ ଶ୍ରେଣୀ କଲେ ନିଶ୍ଚିତ ଭଲ ସୁଫଳ ମିଳିପାରିବ   ।

ଆଧାର : ପୋତାଲା  ଟିମ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top