অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇତିହାସ କୁଇଜ ଭାଗ – ୩

ବିଭାଗ – ୧

ପ୍ରଶ୍ନ

  1. ତାଜମହଲ କ’ ଣ ଥିଲା ?
  2. ତାଜମହଲର ଲମ୍ବ ଓ ପ୍ରସ୍ଥ କେତେ ଥିଲା ?
  3. ତାଜମହଲ ନିର୍ମାଣରେ କେତେ ଟଙ୍କା ବ୍ୟୟିତ ହୋଇଥିବାର ଜଣାଯାଏ ।
  4. ତାଜମହଲ ନିର୍ମାଣରେ କେତେ ପ୍ରକାର ପ୍ରସ୍ତର ବ୍ୟବହୃତ ହୋଇଥିଲା ?
  5. କାହାକୁ  ମାର୍ବଲର ସ୍ଵପ୍ନ ବୋଲି କୁହାଯାଏ ?
  6. ତାଜମହଲ କେବେ ଆରମ୍ଭ ହୋଇ କେବେ ଶେଷ ହୋଇଥିଲା ?
  7. କେଉଁ ମସଜିଦ୍ ଭାରତର ସର୍ବବୃହତ୍  ମସଜିଦ୍ ରୂପେ ଖ୍ୟାତ ।
  8. ମୋତି ମସଜିଦ୍ ଓ ଜୁମା ମସଜିଦ୍ ଯଥାକ୍ରମେ କେଉଁଠି ଅବସ୍ଥିତ ?
  9. ମୋଗଲ ସମ୍ରାଟମାନଙ୍କ ମଧ୍ୟରେ ସର୍ବ ବୃହତ୍ତମ ସାମ୍ରାଜ୍ୟ କେଉଁ ସମ୍ରାଟ୍ ସ୍ଥାପନା କରିଥିଲେ ?
  10. କେଉଁ ମୋଗଲ ସମ୍ରାଟ୍ ଆଦେଶନାମା ଜାରି କରି ଜିଜିୟା କର ଓ ତୀର୍ଥକର ପୁନଃ ପ୍ରଚଳନ କରିଥିଲେ ?

ଉତ୍ତର

  1. ତାଜମହଲ  ଏକ ସ୍ରୁତି ସମାଧି ବା ସମାଧି ସୌଧ ଥିଲା ।
  2. ତାଜମହଲର ୧୯୦୦ ଫୁଟ ଲମ୍ବ ଓ ୧୦୦୦ ଫୁଟ ପ୍ରସ୍ଥ ।
  3. ତାଜମହଲ ନିର୍ମାଣରେ ତିନିକୋଟି ଟଙ୍କା ବ୍ୟୟିତ ହୋଇଥିବାର ଜଣାଯାଏ ।
  4. ତାଜମହଲ ନିର୍ମାଣରେ ଧଳା ମାର୍ବଲ ବ୍ୟତୀତ ପ୍ରାୟ ୨୦ ପ୍ରକାର ପ୍ରସ୍ତର ବ୍ୟବହୃତ ହୋଇଥିଲା ।
  5. ତାଜମହଲକୁ  ମାର୍ବଲର ସ୍ଵପ୍ନ ବୋଲି କୁହାଯାଏ ।
  6. ତାଜମହଲ ୧୬୩୧ ଖ୍ରୀ:ଅ:ରେ ଆରମ୍ଭ ହୋଇ ୧୬୫୩ ଖ୍ରୀ:ଅ:ରେ ଶେଷ ହୋଇଥିଲା । (ଦୀର୍ଘ ୨୨ ବର୍ଷ)
  7. ଜୁମା ମସଜିଦ୍ ଭାରତର ସର୍ବବୃହତ୍  ମସଜିଦ୍ ରୂପେ ଖ୍ୟାତ ।
  8. ମୋତି ମସଜିଦ୍ ଓ ଜୁମା ମସଜିଦ୍ ଯଥାକ୍ରମେ ଆଗ୍ରା ଓ ଦିଲ୍ଲୀଠାରେ ଅବସ୍ଥିତ ।
  9. ମୋଗଲ ସମ୍ରାଟମାନଙ୍କ ମଧ୍ୟରେ ସର୍ବ ବୃହତ୍ତମ ସାମ୍ରାଜ୍ୟ ଆଉରଙ୍ଗଜେବ ସମ୍ରାଟ୍ ସ୍ଥାପନା କରିଥିଲେ ।
  10. ଆଉରଙ୍ଗଜେବ ମୋଗଲ ସମ୍ରାଟ୍ ଆଦେଶନାମା ଜାରି କରି ଜିଜିୟା କର ଓ ତୀର୍ଥକର ପୁନଃ ପ୍ରଚଳନ କରିଥିଲେ ।

ବିଭାଗ – ୨

ପ୍ରଶ୍ନ

  1. ତେଗବାହାଦୁର କିଏ ଥିଲେ ?
  2. ଦଶମ ଗୁରୁ ଗୋବିନ୍ଦ ସିଂହ କିଏ ?
  3. ଆଉରଙ୍ଗଜେବ କେଉଁ ସମ୍ପ୍ରଦାୟର ମୁସଲମାନ ଥିଲେ ?
  4. ଦୀର୍ଘ କେତେ ବର୍ଷ ପରେ ଆଉରଙ୍ଗଜେବ ଦାକ୍ଷିଣାତ୍ୟରେ ବ୍ୟସ୍ତ ଥିଲେ ?
  5. କିଏ, କେଉଁ ମାନଙ୍କୁ ‘ଜାଫିର’ ବୋଲି କହୁଥିଲେ ?
  6. ‘ଜାଫିର’ ଶବ୍ଦର ଅର୍ଥ କ’ ଣ ?
  7. ଶିବାଜୀ ଜନ୍ମଗ୍ରହଣ କରିଥିବା ଗିରିଦୁର୍ଗର ନାମ କ’ ଣ ଥିଲା ?
  8. ଶିବନର ଗିରିଦୁର୍ଗ କେଉଁଠାରେ ଅବସ୍ଥିତ ?
  9. କିଏ ଛତ୍ରପତି ଉପାଧିରେ ଭୂଷିତ ହୋଇଥିଲେ ?
  10. ଛତ୍ରପତି ଅର୍ଥ କଣ ?

ଉତ୍ତର

  1. ତେଗବାହାଦୁର ଶିଖମାନଙ୍କର ଧର୍ମଗୁରୁ ।
  2. ଦଶମ ଗୁରୁ ଗୋବିନ୍ଦ ସିଂହ ତେଗବାହାଦୁରଙ୍କ ପୁତ୍ର ।
  3. ଆଉରଙ୍ଗଜେବ ସୁନ୍ନି ସମ୍ପ୍ରଦାୟର ମୁସଲମାନ ଥିଲେ  ।
  4. ଦୀର୍ଘ ୨୬ ବର୍ଷ ପରେ ଆଉରଙ୍ଗଜେବ ଦାକ୍ଷିଣାତ୍ୟରେ ବ୍ୟସ୍ତ ଥିଲେ ।
  5. ଆଉରଙ୍ଗଜେବ ସୁନ୍ନି ସମ୍ପ୍ରଦାୟର ମୁସଲମାନ ବ୍ୟତୀତ ସମସ୍ତଙ୍କୁ  ‘ଜାଫିର’ ବୋଲି କହୁଥିଲେ ।
  6. ‘ଜାଫିର’ ଶବ୍ଦର ଅର୍ଥ ଧର୍ମଦ୍ରୋହୀ ।
  7. ଶିବାଜୀ ଜନ୍ମଗ୍ରହଣ କରିଥିବା ଗିରିଦୁର୍ଗର ନାମ ଶିବନର ଥିଲା ।
  8. ଶିବନର ଗିରିଦୁର୍ଗ ମହାରାଷ୍ଟ ରାଜ୍ୟର ପୁନା ଜିଲ୍ଲାରେ ଠାରେ ଅବସ୍ଥିତ ।
  9. ଶିବାଜୀ ଛତ୍ରପତି ଉପାଧିରେ ଭୂଷିତ ହୋଇଥିଲେ ।
  10. ଛତ୍ରପତି ଅର୍ଥ ରାଜାମାନଙ୍କର ରାଜା ।

ବିଭାଗ – ୩

ପ୍ରଶ୍ନ

  1. ଶିବାଜୀଙ୍କ ମାତା କିଏ ଥିଲେ ?
  2. କେଉଁ ପାରସ୍ୟ ରାଜା ୧୭୩୯ ଖ୍ରୀ:ଅ: ରେ ଭାରତ ଆକ୍ରମଣ କରିଥିଲେ ?
  3. ଶାହାଜାହାନଙ୍କ ବିଖ୍ୟାତ ମୟୂର ସିଂହାସନ ଓ କୋହିନୁର ହୀରା କିଏ ନେଇଗଲେ ?
  4. ମୋଗଲ ଯୁଗର ଶ୍ରେଷ୍ଟ ନିର୍ମାତା କିଏ ?
  5. ମୁସଲମାନମାନଙ୍କର ପର୍ବର ନାମ କୁହ ?
  6. ମୁସଲମାନ ସମାଜକୁ କେଉଁ ପ୍ରଥା କଳଙ୍କିତ କରୁଥିଲା ?
  7. ନୁରଜାହାନ ନିର୍ମାଣ କରିଥିବା କବରଟିର ନାମ କ’ ଣ ?
  8. ସାସାରାମଠାରେ କାହାର ସମାଧି ସ୍ତୂପ ନିର୍ମାଣ କରାଯାଇଛି ?
  9. ଦାଖିଣାତ୍ୟ  ବିଜୟକୁ ସ୍ମରଣ ରଖିବା ପାଇଁ ଆକବର କେଉଁ ଫାଟକ ନିର୍ମାଣ କରିଥିଲେ ?
  10. ହିନ୍ଦୁମାନଙ୍କ ମଧ୍ୟରୁ କିଏ ଦିନ୍-ଇ-ଇଲାହୀ ଧର୍ମ ଗ୍ରହଣ କରିଥିଲେ ?

ଉତ୍ତର

  1. ଶିବାଜୀଙ୍କ ମାତା ଜୀଜାବାଇ ଥିଲେ ।
  2. ନାଦିରଶାହା ପାରସ୍ୟ ରାଜା ୧୭୩୯ ଖ୍ରୀ:ଅ: ରେ ଭାରତ ଆକ୍ରମଣ କରିଥିଲେ ।
  3. ଶାହାଜାହାନଙ୍କ ବିଖ୍ୟାତ ମୟୂର ସିଂହାସନ ଓ କୋହିନୁର ହୀରା ନାଦିରଶାହା ନେଇଗଲେ ।
  4. ମୋଗଲ ଯୁଗର ଶ୍ରେଷ୍ଟ ନିର୍ମାତା ଶାହାଜାହାନ ।
  5. ମୁସଲମାନମାନଙ୍କର ପର୍ବର ନାମ ରମଜାନ,ମହରମ,ଇଦୁଲଫିତର,ଓ ଇଦୁଲଜୁହା ।
  6. ମୁସଲମାନ ସମାଜକୁ ଦାସପ୍ରଥା କଳଙ୍କିତ କରୁଥିଲା ।
  7. ନୁରଜାହାନ ନିର୍ମାଣ କରିଥିବା କବରଟିର ନାମ ଇତମୁଦୌଲା କବର ।
  8. ସାସାରାମଠାରେ ସେରଶାହାଙ୍କର ସମାଧି ସ୍ତୂପ ନିର୍ମାଣ କରାଯାଇଛି ।
  9. ଦାଖିଣାତ୍ୟ  ବିଜୟକୁ ସ୍ମରଣ ରଖିବା ପାଇଁ ଆକବର ବୁଲନ୍ଦ ଦରୱାଜା (ଫତେପୁର ସିକ୍ରିଠାରେ)  ଫାଟକ ନିର୍ମାଣ କରିଥିଲେ ।
  10. ହିନ୍ଦୁମାନଙ୍କ ମଧ୍ୟରୁ ବୀରବଲ ଦିନ୍-ଇ-ଇଲାହୀ ଧର୍ମ ଗ୍ରହଣ କରିଥିଲେ ।

ବିଭାଗ – ୪

ପ୍ରଶ୍ନ

  1. ଓଡିଆ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ କୁହ ?
  2. ବଙ୍ଗଳା ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ କୁହ ?
  3. ସଂସ୍କୃତ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ କୁହ ?
  4. ହିନ୍ଦୀ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ କୁହ ?
  5. ଭାରତର ପ୍ରଥମ ମହିଳା ମନ୍ତ୍ରୀ କିଏ ?
  6. ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ କିଏ ?
  7. ଭାରତର ପ୍ରଥମ ମହିଳା ମୁଖ୍ୟ ମନ୍ତ୍ରୀ କିଏ ?
  8. ଭାରତରେ କେବେ ଡାକ ଟିକଟ ପ୍ରଚଳନ ହୋଇଥିଲା ?
  9. ଆଖୁ ଉତ୍ପାଦନରେ ପ୍ରଥମ ରାଷ୍ଟ୍ର କିଏ ?
  10. ଝୋଟ ଉତ୍ପାଦନରେ ପ୍ରଥମ ରାସ୍ତାର କିଏ ?

ଉତ୍ତର

  1. ଓଡିଆ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଗୋପୀନାଥ ମହାନ୍ତି, ରାଜକିଶୋର ପଟ୍ଟନାୟକ, ସଚ୍ଚି ରାଉତରାୟ, ରବି ସିଂ, ବିଭୁତି ପଟ୍ଟନାୟକ, ପ୍ରତିଭା ରାୟ, ସୁରେନ୍ଦ୍ର ମହାନ୍ତି ।
  2. ବଙ୍ଗଳା ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ ରବୀନ୍ଦ୍ରନାଥ ଠାକୁର, ବଙ୍କିମ ଚନ୍ଦ୍ର, ଶରତ ଚନ୍ଦ୍ର, ତାରାଶଙ୍କର, ଆଶାପୂର୍ଣ୍ଣା ଦେବୀ ।
  3. ସଂସ୍କୃତ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ କାଳିଦାସ, ଚାଣକ୍ୟ, ଅଶ୍ଵଘୋସ, ବିଶାଖାଦତ୍ତ, ଭବଭୂତି, ଭର୍ତ୍ତୁହରି, ବିଶ୍ଵନାଥ କବିରାଜ ।
  4. ହିନ୍ଦୀ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ ତୁଳସୀ ଦାସ, ପ୍ରେମଚନ୍ଦ, ମୈଥିଲି ଶଙ୍କର ଗୁପ୍ତା, ମହାଦେବୀ ବର୍ମା, ମହାବୀର ପ୍ରସାଦ ଦ୍ଵିବେଦୀ ।
  5. ଭାରତର ପ୍ରଥମ ମହିଳା ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ ।
  6. ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ।
  7. ଭାରତର ପ୍ରଥମ ମହିଳା ମୁଖ୍ୟ ମନ୍ତ୍ରୀ ଶ୍ରୀମତି  ସୁଚେତା କୃପାଳିନୀ ।
  8. ଭାରତରେ ୧୮୫୪ ଖ୍ରୀ:ଅ: ରେ ଡାକ ଟିକଟ ପ୍ରଚଳନ ହୋଇଥିଲା ।
  9. ଆଖୁ ଉତ୍ପାଦନରେ ପ୍ରଥମ ରାଷ୍ଟ୍ର ଭାରତ ।
  10. ଝୋଟ ଉତ୍ପାଦନରେ ପ୍ରଥମ ରାସ୍ତାର ଭାରତ ।

ବିଭାଗ -୫

ପ୍ରଶ୍ନ

  1. ଭାରତର ମୁଖ୍ୟ କ୍ରିଡାର ନାମ କଣ ?
  2. ବୌଦ୍ଧ ଧର୍ମର ପ୍ରତୀକ କ’ଣ ?
  3. ଖ୍ରୀଷ୍ଟ ଧର୍ମର ପ୍ରତୀକ କ’ଣ ?
  4. ହିନ୍ଦୁ ଧର୍ମର ପ୍ରତୀକ କଣ ?
  5. ଭାରତର ଦୁଇଟି ବଡ ନଦୀର ନାମ ଲେଖ ?
  6. ଆଧୁନିକ ଭାରତର ରାଜଧାନୀ ନାମ କ’ ଣ ?
  7. ଭାରତର ଶ୍ରେଷ୍ଟ ମରୁଭୂମିର ନାମ କ’ଣ ?
  8. ଭାରତର ଉଚ୍ଚତମ ପର୍ବତଶୃଙ୍ଗ କ’ଣ ?
  9. ଜାତିସଂଘର ପ୍ରଥମ ମହିଳା ଅଧକ୍ଷ୍ୟା କିଏ ?
  10. ଭାରତର ପ୍ରଚଳିତ ମୁଦ୍ରାର ନାମ କ’ଣ ?

ଉତ୍ତର

  1. ଭାରତର ମୁଖ୍ୟ କ୍ରିଡାର ନାମ ହକି ।
  2. ବୌଦ୍ଧ ଧର୍ମର ପ୍ରତୀକ ଅଶୋକ ଚକ୍ର ।
  3. ଖ୍ରୀଷ୍ଟ ଧର୍ମର ପ୍ରତୀକ କ୍ରଶ ଚିହ୍ନ (+) ।
  4. ହିନ୍ଦୁ ଧର୍ମର ପ୍ରତୀକ ଓଁ ।
  5. ଭାରତର ଦୁଇଟି ବଡ ନଦୀର ନାମ ଗଙ୍ଗା ଓ ବ୍ରହ୍ମପୁତ୍ର ।
  6. ଆଧୁନିକ ଭାରତର ରାଜଧାନୀ ନାମ ନୂଆଦିଲ୍ଲୀ ।
  7. ଭାରତର ଶ୍ରେଷ୍ଟ ମରୁଭୂମିର ନାମ ଥର୍ ।
  8. ଭାରତର ଉଚ୍ଚତମ ପର୍ବତଶୃଙ୍ଗ ମାଉଣ୍ଟ ଏଭାରେଷ୍ଟ ।
  9. ଜାତିସଂଘର ପ୍ରଥମ ମହିଳା ଅଧକ୍ଷ୍ୟା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ  ।
  10. ଭାରତର ପ୍ରଚଳିତ ମୁଦ୍ରାର ନାମ ଟଙ୍କା ।

ବିଭାଗ - ୬

ପ୍ରଶ୍ନ

  1. ଭାରତର ସଂସଦର ନାମ କ’ଣ ?
  2. ଭାରତର ଜାତୀୟ ସଙ୍ଗୀତ କ’ଣ ?
  3. ଭାରତର ବେତାର କେନ୍ଦ୍ରର ନାମ କ’ଣ ?
  4. କେବେ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।
  5. ଭାରତରେ ଉତ୍ତୋଳନ କରାଯାଇଥିବା ପ୍ରଥମ ପତାକା କାହା ଦ୍ଵାରା ଓ କେଉଁଠି ଉତ୍ତୋଳିତ ହୋଇଥିଲା ?
  6. ଭାଇଜାଟପଟନମର ନୂତନ ନାମ କଣ ?
  7. ପାଟଳୀପୁତ୍ରର ନୂତନ ନାମ କଣ ?
  8. ବନାରସର ନୂତନ ନାମ କଣ ?
  9. ଇନ୍ଦ୍ରପ୍ରସ୍ଥର ନୂତନ ନାମ କଣ ?
  10. ଭାରତର ବିମାନ ବନ୍ଦରଗୁଡିକର ନାମ କୁହ ?

ଉତ୍ତର

  1. ଭାରତର ସଂସଦର ନାମ ପାର୍ଲ୍ଯାମେଣ୍ଟ (ସାଂସଦ) ।
  2. ଭାରତର ଜାତୀୟ ସଙ୍ଗୀତ ‘ଜନ – ଗଣ – ମନ ଅଧି ନାୟକ’ ।
  3. ଭାରତର ବେତାର କେନ୍ଦ୍ରର ନାମ ଏ. ଆଇ. ଆର. ।
  4. ୧୯୦୬ ମସିହା ଅଗଷ୍ଟ ୭ ତାରିଖ ଦିନ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।
  5. ଭାରତରେ ଉତ୍ତୋଳନ କରାଯାଇଥିବା ପ୍ରଥମ ପତାକା ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ଦ୍ଵାରା କାଳିକତାଠାରେ ଉତ୍ତୋଳିତ ହୋଇଥିଲା ।
  6. ଭାଇଜାଟପଟନମର ନୂତନ ନାମ ବିଶାଖାପଟନମ୍ ।
  7. ପାଟଳୀପୁତ୍ରର ନୂତନ ନାମ ପାଟନା ।
  8. ବନାରସର ନୂତନ ନାମ ବାରାଣାସୀ ।
  9. ଇନ୍ଦ୍ରପ୍ରସ୍ଥର ନୂତନ ନାମ ଦିଲ୍ଲୀ ।
  10. ଭାରତର ବିମାନ ବନ୍ଦରଗୁଡିକର ନାମ ଦମଦମ୍, ଶାନ୍ତାକୃଜ, ପାଲାମ, ରାଜାସେନସି, ମିନାମବୋକମ ।

ବିଭାଗ - ୭

ପ୍ରଶ୍ନ

  1. ଭାରତରେ ବହୁଳ ଭାବେ ଦେଖାଦେଉଥିବା ଖଣିଜ ପଦାର୍ଥଗୁଡିକର ନାମ କୁହ ?
  2. ଭାରତର ବୃହତ୍ତମ ନଗର କିଏ ?
  3. ଭାରତର ଗୁପ୍ତଚର ସଂସ୍ଥା ନାମ କଣ ?
  4. ଭାରତର ରାଷ୍ଟ୍ରୀୟ ସଙ୍କେତ କଣ ?
  5. ଭାରତର ରାଷ୍ଟ୍ରମୁଖ୍ୟଙ୍କ ବାସଭବନର ନାମ କଣ ?
  6. ଭାରତର ସର୍ବୋଚ୍ଚ ଉପାଧିର ନାମ କଣ ?
  7. ଶିଖ ଧର୍ମର ପ୍ରବର୍ତ୍ତକ କିଏ ?
  8. ବୌଦ୍ଧ ଧର୍ମର ପ୍ରବର୍ତ୍ତକ କିଏ ?
  9. ସନାତନ ଧର୍ମର ପ୍ରବର୍ତ୍ତକ କିଏ ?
  10. ମହିମା ଧର୍ମର ପ୍ରବର୍ତ୍ତକ କିଏ ?

ଉତ୍ତର

  1. ଭାରତରେ ବହୁଳ ଭାବେ ଦେଖାଦେଉଥିବା ଖଣିଜ ପଦାର୍ଥଗୁଡିକର ନାମ କୋଇଲା, ଲୁହାପଥର ଏବଂ ମାଙ୍ଗାନିଜ ।
  2. ଭାରତର ବୃହତ୍ତମ ନଗର ମୁମ୍ବାଇ (ଏହା ବିଶ୍ଵରେ ଦଶମ ସ୍ଥାନ ଅଧିକାର କରିଛି ) ।
  3. ଭାରତର ଗୁପ୍ତଚର ସଂସ୍ଥା ନାମ ସି.  ବି.  ଆଇ.  ।
  4. ଭାରତର ରାଷ୍ଟ୍ରୀୟ ସଙ୍କେତ ଅଶୋକ ଚକ୍ର ।
  5. ଭାରତର ରାଷ୍ଟ୍ରମୁଖ୍ୟଙ୍କ ବାସଭବନର ନାମ ରାଷ୍ଟ୍ରପତି ଭବନ ।
  6. ଭାରତର ସର୍ବୋଚ୍ଚ ଉପାଧିର ନାମ ଭାରତ ରତ୍ନ ।
  7. ଶିଖ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକ ।
  8. ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଗୌତମ ବୁଦ୍ଧ ।
  9. ସନାତନ ଧର୍ମର ପ୍ରବର୍ତ୍ତକ ସଙ୍କରାଚାର୍ଯ୍ୟ ।
  10. ମହିମା ଧର୍ମର ପ୍ରବର୍ତ୍ତକ ଭୀମ ଭୋଇ ।

ବିଭାଗ – ୮

ପ୍ରଶ୍ନ

  1. ବୈଷ୍ଣବ ଧର୍ମର ପ୍ରବର୍ତ୍ତକ କିଏ ?
  2. ଜୈନ ଧର୍ମର ପ୍ରତୀକ କ’ଣ  ?
  3. ଇସଲାମ ଧର୍ମର ପ୍ରତୀକ କ’ଣ  ?
  4. କେବେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ?
  5. ରେଳ ନିର୍ମାଣ ହେବାର ତିନିବର୍ଷ ପରେ କେଉଁଠାରୁ କେଉଁଠାକୁ ରେଳପଥ ଉଦଘାଟିତ ହେଲା ?
  6. କେବେ କଲିକତାଠାରେ ଗୋଟିଏ ମେଡିକାଲ କଲେଜ ଖୋଲାଯାଇ ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନରେ ଶିକ୍ଷା ଦିଆଗଲା ?
  7. ଦିଲ୍ଲୀର ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ ?
  8. ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେବେ ଘଟିଥିଲା ?
  9. କେବେ ମହାତ୍ମାଗାନ୍ଧୀ ‘ପୂର୍ଣସ୍ଵରାଜ’ ପ୍ରସ୍ତାବ ଆଗତ କଲେ ?
  10. କେଉଁ ଦିବସତିକୁ  ‘ପୂର୍ଣସ୍ଵରାଜ’ ଦିବସ ରୂପେ ପାଳନ କରାଯାଇଥିଲା ?

ଉତ୍ତର

  1. ବୈଷ୍ଣବ ଧର୍ମର ପ୍ରବର୍ତ୍ତକ ଶ୍ରୀ ଚୈତନ୍ୟ ।
  2. ଜୈନ ଧର୍ମର ପ୍ରତୀକ ନିଆଁହୁଳା ।
  3. ଇସଲାମ ଧର୍ମର ପ୍ରତୀକ ଅର୍ଦ୍ଧଚନ୍ଦ୍ର ସହିତ ତାରା ।
  4. ୧୮୫୦ ମସିହାରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
  5. ରେଳ ନିର୍ମାଣ ହେବାର ତିନିବର୍ଷ ପରେ ମୁମ୍ବାଇ ଠାରୁ ଥାନେ ପର୍ଯ୍ୟନ୍ତ ୧୮୫୩ ମସିହାରେ ରେଳପଥ ଉଦଘାଟିତ ହେଲା ।
  6. ୧୮୩୫ ମସିହା  କଲିକତାଠାରେ ଗୋଟିଏ ମେଡିକାଲ କଲେଜ ଖୋଲାଯାଇ ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନରେ ଶିକ୍ଷା ଦିଆଗଲା ।
  7. ଦିଲ୍ଲୀର ଲାଲକିଲ୍ଲା ମୋଗଲ ସମ୍ରାଟ ଶାହାଜାହାନ ନିର୍ମାଣ କରିଥିଲେ ।
  8. ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଘଟିଥିଲା ।
  9. ୧୯୨୯ ମସିହା ଡିସେମ୍ବର ୩୧ ତାରିଖ ଦିନ ଲାହୋର ସହରରେ ଜାତୀୟ କଂଗ୍ରେସ ଅଧିବେଶନରେ ମହାତ୍ମାଗାନ୍ଧୀ ‘ପୂର୍ଣସ୍ଵରାଜ’ ପ୍ରସ୍ତାବ ଆଗତ କଲେ  ।
  10. ୧୯୩୦ ମସିହା ଜାନୁୟାରୀ ମାସ ୨୬ ତାରିଖ ଦିବସଟିକୁ ଦିବସତିକୁ  ‘ପୂର୍ଣସ୍ଵରାଜ’ ଦିବସ ରୂପେ ପାଳନ କରାଯାଇଥିଲା ।

ବିଭାଗ – ୯

ପ୍ରଶ୍ନ

  1. କେବେ ଗାନ୍ଧୀ କେଉଁ ଆଶ୍ରମରୁ ସମୁଦ୍ର କୂଳରେ ଅବସ୍ଥିତ ଦାଣ୍ଡି ନାମକ ସ୍ଥାନକୁ ଦୀର୍ଘ ପଦଯାତ୍ରା ଆରମ୍ଭ କଲେ ?
  2. କେବେ ଓ କିଏ ତାଙ୍କର ପ୍ରସିଦ୍ଧ ପାକିସ୍ଥାନ ପ୍ରସ୍ତାବ ଆଗତ କରିଥିଲେ ?
  3. କେବେ ସୁବାସ ଚନ୍ଦ୍ର ବୋଷ ଆତ୍ମଗୋପନ କରି ଭାରତ ବାହାରକୁ ଚାଲିଯାଇଥିଲେ ?
  4. କେବେ ମୁସଲିମ୍ ଲିଗ୍ ଜନ୍ମଲାଭ କଲା ?
  5. ରାମକୃଷ୍ଣ କେବେ ଓ କେଉଁଠି ଜନ୍ମଲାଭ କରିଥିଲେ ?
  6. ରାମକୃଷ୍ଣଙ୍କ ପ୍ରଧାନ ଶିଷ୍ୟଙ୍କ ନାମ କଣ ଥିଲା  ?
  7. ‘ବେଦକୁ ଫେରିଯାଅ’ ବୋଲି କିଏ କହିଥିଲେ ?
  8. ଦୟାନନ୍ଦ ସରସ୍ଵତୀ ମୁମ୍ବାଇଠାରେ କ’ ଣ ପ୍ରତିଷ୍ଠା କଲେ ଓ କେବେ ?
  9. କେବେ ଓ କେତେ ବର୍ଷ ବୟସରେ ବିବେକାନନ୍ଦ ଦେହତ୍ୟାଗ କଲେ ?
  10. ତିପୁ ସୁଲତାନ କିଏ ?

ଉତ୍ତର

  1. ୧୯୩୦ ଖ୍ରୀ:ଅ: ମାର୍ଚ୍ଚ ମାସ ୧୨ ତାରିଖ ଦିନ ଗାନ୍ଧୀ ତାଙ୍କର ସାବରମତୀ ଆଶ୍ରମରୁ ସମୁଦ୍ର କୂଳରେ ଅବସ୍ଥିତ ଦାଣ୍ଡି ନାମକ ସ୍ଥାନକୁ ଦୀର୍ଘ ପଦଯାତ୍ରା ଆରମ୍ଭ କଲେ ।
  2. ମହମ୍ମଦ ଅଲ୍ଲୀ ଜିନ୍ନା ୧୯୪୦ ଖ୍ରୀ:ଅ: ରେ ତାଙ୍କର ପ୍ରସିଦ୍ଧ ପାକିସ୍ଥାନ ପ୍ରସ୍ତାବ ଆଗତ କରିଥିଲେ ।
  3. ୧୯୪୧ ମସିହାରେ ସୁବାସ ଚନ୍ଦ୍ର ବୋଷ ଆତ୍ମଗୋପନ କରି ଭାରତ ବାହାରକୁ ଚାଲିଯାଇଥିଲେ ।
  4. ୧୯୦୬ ମସିହା ଡିସେମ୍ବର ମାସରେ ମୁସଲିମ୍ ଲିଗ୍ ଜନ୍ମଲାଭ କଲା ।
  5. ରାମକୃଷ୍ଣ ୧୮୩୬ ଖ୍ରୀ:ଅ: ରେ ବଙ୍ଗଦେଶରେ ହୁଗୁଳି ଜିଲ୍ଲାରେ ଜନ୍ମଲାଭ କରିଥିଲେ ।
  6. ରାମକୃଷ୍ଣଙ୍କ ପ୍ରଧାନ ଶିଷ୍ୟଙ୍କ ନାମ ବିବେକାନନ୍ଦ (ନରେନ୍ଦ୍ର ନାଥ ଦତ୍ତ) ଥିଲା  ।
  7. ‘ବେଦକୁ ଫେରିଯାଅ’ ବୋଲି ସ୍ଵାମୀ ଦୟାନନ୍ଦ ସରସ୍ଵତି କହିଥିଲେ ।
  8. ଦୟାନନ୍ଦ ସରସ୍ଵତୀ ମୁମ୍ବାଇଠାରେ ୧୮୭୫ ମସିହାରେ ପ୍ରତିଷ୍ଠା କଲେ ଓ ଆର୍ଯ୍ୟ ସମାଜ ।
  9. ୧୯୦୨ ମସିହାରେ ମାତ୍ର ୩୯ ବର୍ଷ ବୟସରେ ବିବେକାନନ୍ଦ ଦେହତ୍ୟାଗ କଲେ ।
  10. ତିପୁ ସୁଲତାନ ମହୀଶୂରର ଶାସକ ।

ବିଭାଗ – ୧୦

ପ୍ରଶ୍ନ

  1. ‘ଦସ୍ତକ’ କ’ଣ  ?
  2. ସିପାହୀ ବିଦ୍ରୋହର ପ୍ରଥମ ଶହୀଦ କିଏ ଥିଲେ ?
  3. ମଙ୍ଗଲ ପାଣ୍ଡେ କିଏ ?
  4. ସିପାହୀ ବିଦ୍ରୋହ ସମୟରେ ମୋଗଲ ସମ୍ରାଟ୍ କିଏ ଥିଲେ ?
  5. କେଉଁଠାରୁ ପ୍ରଥମେ ସିପାହୀ ବିଦ୍ରୋହ ଆରମ୍ଭ ହେଲା ?
  6. ଝାନସୀରେ କିଏ ସିପାହୀ ବିଦ୍ରୋହର ନେତୃତ୍ଵ ନେଇଥିଲେ ?
  7. କାନପୁରରେ କିଏ ସିପାହୀ ବିଦ୍ରୋହର ନେତୃତ୍ଵ ନେଇଥିଲେ ?
  8. ଟାନ୍ତିଆ ଟୋପି କିଏ ?
  9. ସିପାହୀ ବିଦ୍ରୋହରେ ଭାଗ ନେଇଥିବା ୨ ଜଣ ଓଡିଶାର ପ୍ରସିଦ୍ଧ ବିଦ୍ରୋହୀଙ୍କ ନାମ କୁହ ?
  10. ମାହିମା ଧର୍ମୀମାନେ କେଉଁ ଗୋଟିଏ ଦିନକୁ ସେମାନଙ୍କର ପର୍ବ ଭାବେ ପାଳନ୍ତି ?

ଉତ୍ତର

  1. ‘ଦସ୍ତକ’ କମ୍ପାନୀର ପଣ୍ୟଦ୍ରବ୍ୟ ପରିବହନ ନିମନ୍ତେ ମୁକ୍ତ ବାଣିଜ୍ୟ ଅନୁମତିପତ୍ର ।
  2. ସିପାହୀ ବିଦ୍ରୋହର ପ୍ରଥମ ଶହୀଦ ମଙ୍ଗଲ ପାଣ୍ଡେ ଥିଲେ ।
  3. ମଙ୍ଗଲ ପାଣ୍ଡେ ବାରାକପୁରସ୍ଥିତ ବଙ୍ଗ ରେଜିମେଣ୍ଟର ଜଣେ ବ୍ରାହ୍ମଣ ସିପାହୀ ।
  4. ସିପାହୀ ବିଦ୍ରୋହ ସମୟରେ ମୋଗଲ ସମ୍ରାଟ୍ ମୋଗଲ ସମ୍ରାଟ୍ ଦ୍ଵିତୀୟ ବାହାଦୁର ଶାହା ଥିଲେ ।
  5. ବାରାକପୁରଠାରୁ ପ୍ରଥମେ ସିପାହୀ ବିଦ୍ରୋହ ଆରମ୍ଭ ହେଲା ।
  6. ଝାନସୀରେ ରାଣୀ ଲକ୍ଷ୍ମୀବାଇ ସିପାହୀ ବିଦ୍ରୋହର ନେତୃତ୍ଵ ନେଇଥିଲେ ।
  7. କାନପୁରରେ ନାନା ସାହେବ ସିପାହୀ ବିଦ୍ରୋହର ନେତୃତ୍ଵ ନେଇଥିଲେ ।
  8. ଟାନ୍ତିଆ ଟୋପି ନାନା ସାହେବଙ୍କ ମନ୍ତ୍ରୀ ।
  9. ସିପାହୀ ବିଦ୍ରୋହରେ ଭାଗ ନେଇଥିବା ୨ ଜଣ ଓଡିଶାର ପ୍ରସିଦ୍ଧ ବିଦ୍ରୋହୀଙ୍କ ନାମ ଚାଖି ଖୁଣ୍ଟିଆ ଓ ବୀର ସୁରେନ୍ଦ୍ର ସାଏ।
  10. ମାହିମା ଧର୍ମୀମାନେ ମାଘମାସ ପୁର୍ଣିମା ଦିନଟିକୁ ସେମାନଙ୍କର ପର୍ବ ଭାବେ ପାଳନ୍ତି ।

ବିଭାଗ – ୧୧

ପ୍ରଶ୍ନ

  1. ୧୫୫୬ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ?
  2. ୧୭୬୧ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ?
  3. ୧୫୭୬ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ?
  4. ୧୭୫୭ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ?
  5. ୧୮୫୭ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ?
  6. ୧୯୬୨ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ?
  7. ୧୯୬୫ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ?
  8. ୧୯୭୧ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ?

ଉତ୍ତର

  1. ୧୫୫୬ ମସିହାରେ ଦ୍ଵିତୀୟ ପାନିପଥ ଯୁଦ୍ଧ ହୋଇଥିଲା ।
  2. ୧୭୬୧ ମସିହାରେ ତୃତୀୟ ପାନିପଥ ଯୁଦ୍ଧ ସଂଗଠିତ ହୋଇଥିଲା ।
  3. ୧୫୭୬ ମସିହାରେ ହଲଦିଘାଟ ଯୁଦ୍ଧ ସଂଗଠିତ ହୋଇଥିଲା ।
  4. ୧୭୫୭ ମସିହାରେ ପଲାଶୀ ଯୁଦ୍ଧ ସଂଗଠିତ ହୋଇଥିଲା ।
  5. ୧୮୫୭ ମସିହାରେ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ ଯୁଦ୍ଧ ସଂଗଠିତ ହୋଇଥିଲା ।
  6. ୧୯୬୨ ମସିହାରେ ଭାରତ – ଚୀନ ଯୁଦ୍ଧ ହୋଇଥିଲା ।
  7. ୧୯୬୫ ମସିହାରେ ଭାରତ – ପାକିସ୍ଥାନ ଯୁଦ୍ଧ ହୋଇଥିଲା ।
  8. ୧୯୭୧ ମସିହାରେ ଦ୍ଵିତୀୟ ଭାରତ – ପାକିସ୍ଥାନ ଯୁଦ୍ଧ ହୋଇଥିଲା ।

ଆଧାର - ଇତିହାସ ପୃଷ୍ଠା

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate