অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇତିହାସ କୁଇଜ ଭାଗ - ୨

ବିଭାଗ -୧

ପ୍ରଶ୍ନ

  1. ଅଶୋକ କେବେ କଳିଙ୍ଗ ଆକ୍ରମଣ କଲେ ?
  2. କେଉଁଠାରେ କଳିଙ୍ଗ ଯୁଦ୍ଧ ସଂଘଟିତ ହୋଇଥିଲା ?
  3. ଅଶୋକଙ୍କ କଳିଙ୍ଗ ଆକ୍ରମଣ ସମୟରେ କଳିଙ୍ଗ ରାଜ୍ୟ କେଉଁ ରାଜବଂଶ ଦ୍ଵାରା ଶାସିତ ହେଉଥିଲା ?
  4. ଅଶୋକଙ୍କ ରାଜଧାନୀର ନାମ କ’ଣ ଥିଲା ?
  5. କାହାକୁ ‘ଦେବାନାଂ ପ୍ରିୟଦର୍ଶୀ ‘ ବୋଲି କୁହାଯାଉଥିଲା ?
  6. କେଉଁମାନେ ସିଂହଳକୁ ଯାତ୍ରା କରି ବୌଦ୍ଧଧର୍ମ ପ୍ରଚାର କରିଥିଲେ ?
  7. ଅଶୋକ କାହାଠାରୁ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ?
  8. ଅଶୋକ କେଉଁ ଭାଷାର ପୃଷ୍ଟପୋଷକତା କରିଥିଲେ ?
  9. ପଞ୍ଚତନ୍ତ୍ରର ରଚୟିତା କିଏ ?
  10. ଅଶୋକ ତାଙ୍କ ରାଜତ୍ଵର କେତେତମ ବର୍ଷରେ କଳିଙ୍ଗ ଆକ୍ରମଣ କରିଥିଲେ ?

ଉତ୍ତର

  1. ଅଶୋକ ଖ୍ରୀ. ପୂ.୨୬୧ ରେ କଳିଙ୍ଗ ଆକ୍ରମଣ କଲେ ।
  2. ଦୟାନଦୀ କୂଳରେ ଧଉଳି ଠାରେ କଳିଙ୍ଗ ଯୁଦ୍ଧ ସଂଘଟିତ ହୋଇଥିଲା ।
  3. ଅଶୋକଙ୍କ କଳିଙ୍ଗ ଆକ୍ରମଣ ସମୟରେ କଳିଙ୍ଗ ରାଜ୍ୟ ଐର ରାଜବଂଶ ଦ୍ଵାରା ଶାସିତ ହେଉଥିଲା।
  4. ଅଶୋକଙ୍କ ରାଜଧାନୀର ନାମ ପାଟଳୀପୁତ୍ର ଥିଲା ।
  5. ଅଶୋକଙ୍କୁ ‘ଦେବାନାଂ ପ୍ରିୟଦର୍ଶୀ ‘ ବୋଲି କୁହାଯାଉଥିଲା ।
  6. ଅଶୋକଙ୍କ ପୁତ୍ର ମହେନ୍ଦ୍ର ଓ କନ୍ୟା ସଙ୍ଘମିତ୍ରା ମାନେ ସିଂହଳକୁ ଯାତ୍ରା କରି ବୌଦ୍ଧଧର୍ମ ପ୍ରଚାର କରିଥିଲେ ।
  7. ଅଶୋକ ମଥୁରାର ଉପଗୁପ୍ତ ନାମକ ଜନୈକ ବୈଦ୍ଧ ଆଚାର୍ଯ୍ୟଙ୍କଠାରୁ  ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।
  8. ଅଶୋକ ପାଲୀ ଭାଷାର ପୃଷ୍ଟପୋଷକତା କରିଥିଲେ ।
  9. ପଞ୍ଚତନ୍ତ୍ରର ରଚୟିତା ବିଷ୍ଣୁଶର୍ମା ।
  10. ଅଶୋକ ତାଙ୍କ ରାଜତ୍ଵର ରାଜତ୍ଵର ଦ୍ଵାଦଶ ବର୍ଷରେ କଳିଙ୍ଗ ଆକ୍ରମଣ କରିଥିଲେ ।

ବିଭାଗ -୨

ପ୍ରଶ୍ନ

  1. କଳିଙ୍ଗ ଯୁଦ୍ଧପରେ ଅଶୋକ କେଉଁ ‘ଶ୍ଳୋକ’ ରୁ କେଉଁ ‘ଶ୍ଳୋକ’ ରେ ପରିଣତ ହେଲେ ?
  2. ଅଶୋକ କେଉଁ ନୀତିର ପ୍ରବକ୍ତା ଥିଲେ ?
  3. ଆର୍ଯ୍ୟଭଟ୍ଟ କାହିଁକି ପ୍ରସିଦ୍ଧ ?
  4. ଗୁପ୍ତ ଯୁଗର ପ୍ରତିଷ୍ଠାତା କିଏ ଥିଲେ ?
  5. କେଉଁ  ଗୁପ୍ତ ସମ୍ରାଟ ‘କବିରାଜ’ ଉପାଧିରେ ଭୂଷିତ ହୋଇଥିଲେ ?
  6. କେଉଁ ଗୁପ୍ତ ସମ୍ରାଟଙ୍କ ସମୟରେ ଅଶ୍ଵମେଧ ଯଜ୍ଞ ଅନୁଷ୍ଠିତ ହୋଇଥିଲା ?
  7. କାହାଙ୍କ ରାଜସଭାରେ ‘ନବରତ୍ନ’ ସ୍ଥାନ ପାଇଥିଲେ ?
  8. ନବରତ୍ନଙ୍କ ନାମ ଲେଖ ?
  9. ବିଶୁଦ୍ଧ କଳଙ୍କବିହୀନ ଲୁହାରେ ନିର୍ମିତ ଲୌହ ସ୍ତମ୍ବ କେଉଁଠାରେ ଦେଖିବାକୁ ମିଳେ  ?
  10. କେଉଁ ବଂଶଙ୍କ ରାଜାଙ୍କ ଦ୍ଵାରା ମେହେରୁଲମ ଲୌହସ୍ତମ୍ବ ନିର୍ମିତ ହୋଇଥିଲା ?

ଉତ୍ତର

  1. କଳିଙ୍ଗ ଯୁଦ୍ଧପରେ ଅଶୋକ ‘ଚଣ୍ଡାଶୋକ’ ‘ଶ୍ଳୋକ’ ରୁ ‘ଧର୍ମାଶୋକ’ ‘ଶ୍ଳୋକ’ ରେ ପରିଣତ ହେଲେ ।
  2. ଅଶୋକ ‘ଅହିଂସା ପରମ ଧର୍ମ’ ନୀତିର ପ୍ରବକ୍ତା ଥିଲେ ।
  3. ଆର୍ଯ୍ୟଭଟ୍ଟ ଗୁପ୍ତ ଯୁଗର ଗଣିତ ବିଶାରଦ ତଥା ଆର୍ଯ୍ୟସିଦ୍ଧାନ୍ତ, ଆର୍ଯ୍ୟଭଟ୍ଟାୟମ୍, ଓ ସୂର୍ଯ୍ୟସିଦ୍ଧାନ୍ତର ପ୍ରସିଦ୍ଧ ରଚୟିତା ।
  4. ଗୁପ୍ତ ଯୁଗର ପ୍ରତିଷ୍ଠାତା ଶ୍ରୀଗୁପ୍ତ ଥିଲେ ।
  5. ସମୁଦ୍ରଗୁପ୍ତ ସମ୍ରାଟ ‘କବିରାଜ’ ଉପାଧିରେ ଭୂଷିତ ହୋଇଥିଲେ ।
  6. ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତ ଗୁପ୍ତ ସମୟରେ ଅଶ୍ଵମେଧ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।
  7. ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜସଭାରେ ‘ନବରତ୍ନ’ ସ୍ଥାନ ପାଇଥିଲେ ।
  8. ନବରତ୍ନଙ୍କ ନାମ ଧନ୍ଵନ୍ତରୀ, କ୍ଷପଣକ, ଅମରସିଂହ, ଶଙ୍କୁ, ବେତାଳଭଟ୍ଟ, ଘଟକର୍ପୁର, କାଳିଦାସ, ବରାହମିହିର ଓ ବରରୁଚି ।
  9. ବିଶୁଦ୍ଧ କଳଙ୍କବିହୀନ ଲୁହାରେ ନିର୍ମିତ ଲୌହ ସ୍ତମ୍ବ ଦିଲ୍ଲୀ ନିକଟବର୍ତ୍ତୀ ମେହେରୁଲମଠାରେ ଦେଖିବାକୁ ମିଳେ ।
  10. ଗୁପ୍ତବଂଶର ରାଜାଙ୍କ ଦ୍ଵାରାମେହେରୁଲମ ଲୌହସ୍ତମ୍ବ ନିର୍ମିତ ହୋଇଥିଲା ।

ବିଭାଗ – ୩

ପ୍ରଶ୍ନ

  1. ଏଲୋରା ଓ ଅଜନ୍ତା କ’ ଣ ପାଇଁ ପ୍ରସିଦ୍ଧ ?
  2. ଏଲୋରା ଓ ଅଜନ୍ତାର ବୌଦ୍ଧଗୁମ୍ଫା କେଉଁ ବଂଶର ରାଜାଙ୍କ ଦ୍ଵାରା ନିର୍ମିତ ହୋଇଥିଲା ?
  3. ରାଜା ମେଘବର୍ଣ୍ଣ କିଏ ?
  4. କେଉଁ ଗୁପ୍ତସମ୍ରାଟଙ୍କୁ ନେପୋଲିୟନ ଆଖ୍ୟା ଦିଆଯାଇଥିଲା ?
  5. କିଏ ସିଂହଳର ରାଜା ମେଘବର୍ଣ୍ଣଙ୍କୁ ବୁଦ୍ଧଗୟାଠାରେ ଏକ ବୌଦ୍ଧବିହାର ନିର୍ମାଣ କରିବାକୁ ଅନୁମତି ଦେଇଥିଲେ ?
  6. ଗୁପ୍ତଯୁଗରେ ସତୀପ୍ରଥା ପ୍ରଚଳିତ ଥିଲା କି ?
  7. ଗୁପ୍ତଯୁଗରେ କେଉଁ ଧାତୁରେ ନିର୍ମିତ ମୁଦ୍ରା ପ୍ରଚଳିତ ହେଉଥିଲା ?
  8. ପ୍ରାଚୀନ ଭାରତରେ କେଉଁ ଯୁଗକୁ ‘ସୁବର୍ଣ୍ଣ ଯୁଗ’ ବୋଲି କୁହାଯାଇଥାଏ ?
  9. କେଉଁ ଯୁଗ ଥିଲା ‘ହିନ୍ଦୁ ଶାସନର ସୁବର୍ଣ୍ଣ ଯୁଗ’ ?
  10. କାହାଙ୍କ ରାଜତ୍ଵ କାଳରେ ହୁଏନ୍- ସାଂ ଭାରତ ପରିଭ୍ରମଣରେ ଆସିଥିଲେ ?

ଉତ୍ତର

  1. ଏଲୋରା ଓ ଅଜନ୍ତା ବୌଦ୍ଧଗୁମ୍ଫା ବା ଭିତ୍ତିଚିତ୍ର ପାଇଁ ପ୍ରସିଦ୍ଧ ।
  2. ଏଲୋରା ଓ ଅଜନ୍ତାର ବୌଦ୍ଧଗୁମ୍ଫା ଗୁପ୍ତବଂଶର ରାଜାଙ୍କ ଦ୍ଵାରା ବଂଶର ରାଜାଙ୍କ ଦ୍ଵାରା ନିର୍ମିତ ହୋଇଥିଲା ।
  3. ରାଜା ମେଘବର୍ଣ୍ଣ ସିଂହଳର ରାଜା ।
  4. ସମୁଦ୍ର ଗୁପ୍ତସମ୍ରାଟଙ୍କୁ ନେପୋଲିୟନ ଆଖ୍ୟା ଦିଆଯାଇଥିଲା ।
  5. ସମୁଦ୍ରଗୁପ୍ତ ସିଂହଳର ରାଜା ମେଘବର୍ଣ୍ଣଙ୍କୁ ବୁଦ୍ଧଗୟାଠାରେ ଏକ ବୌଦ୍ଧବିହାର ନିର୍ମାଣ କରିବାକୁ ଅନୁମତି ଦେଇଥିଲେ ।
  6. ଗୁପ୍ତଯୁଗରେ ସତୀପ୍ରଥା ପ୍ରଚଳିତ ଥିଲା ।
  7. ଗୁପ୍ତଯୁଗରେ ସୁନା, ରୂପା, ଓ ତମ୍ବା ଧାତୁରେ ନିର୍ମିତ ମୁଦ୍ରା ପ୍ରଚଳିତ ହେଉଥିଲା ।
  8. ପ୍ରାଚୀନ ଭାରତରେ ଗୁପ୍ତଯୁଗକୁ ‘ସୁବର୍ଣ୍ଣ ଯୁଗ’ ବୋଲି କୁହାଯାଇଥାଏ ।
  9. ଗୁପ୍ତ ଯୁଗ ଥିଲା ‘ହିନ୍ଦୁ ଶାସନର ସୁବର୍ଣ୍ଣ ଯୁଗ’ ।
  10. ହର୍ଷବର୍ଦ୍ଧନଙ୍କ ରାଜତ୍ଵ କାଳରେ ହୁଏନ୍- ସାଂ ଭାରତ ପରିଭ୍ରମଣରେ ଆସିଥିଲେ ।

ବିଭାଗ – ୪

ପ୍ରଶ୍ନ

  1. ହୁଏନ୍- ସାଂ କିଏ ?
  2. ପରିବ୍ରାଜକଙ୍କ  ମଧ୍ୟରେ ରାଜକୁମାର କାହାକୁ କୁହାଯାଏ ?
  3. ହର୍ଷବର୍ଦ୍ଧନ କେଉଁ ବିଶ୍ଵ ବିଦ୍ୟାଳୟର ପୃଷ୍ଟପୋଷକ ଥିଲେ ?
  4. ହୁଏନ୍- ସାଂ କେତେ ବର୍ଷ ଭାରତରେ ଅବସ୍ଥାନ କରିଥିଲେ ?
  5. କିଏ ପ୍ରାଚୀନ ହିନ୍ଦୁ ଭାରତର ଶେଷ ସୁବିଖ୍ୟାତ ସମ୍ରାଟ ଥିଲେ ?
  6. ଖାରବେଳ କେଉଁ ବର୍ଷର ନରପତି ଥିଲେ ?
  7. ଦେବୀବଂଶର ପ୍ରଥମ ନରପତି କିଏ ଥିଲେ ?
  8. ହାତୀଗୁମ୍ଫା ଅଭିଲେଖର ଲିପି କ’ ଣ ଥିଲା ?
  9. ଖାରବେଳ କେଉଁ ଧର୍ମକୁ ଲୋକପ୍ରିୟ କରିପାରିଥିଲେ ?
  10. ହାତିଗୁମ୍ଫା ସିଳାଲେଖା କେଉଁଠାରେ ?

ଉତ୍ତର

  1. ହୁଏନ୍- ସାଂ ଚୀନ ପରିବ୍ରାଜକ ।
  2. ପରିବ୍ରାଜକଙ୍କ  ମଧ୍ୟରେ ରାଜକୁମାର ହୁଏନ୍- ସାଂଙ୍କୁ କୁହାଯାଏ ।
  3. ହର୍ଷବର୍ଦ୍ଧନ ନାଳନ୍ଦା ବିଶ୍ଵ ବିଦ୍ୟାଳୟର ପୃଷ୍ଟପୋଷକ ଥିଲେ ।
  4. ହୁଏନ୍- ସାଂ ୧୪ ବର୍ଷ ଭାରତରେ ଅବସ୍ଥାନ କରିଥିଲେ ।
  5. ହର୍ଷବର୍ଦ୍ଧନ ପ୍ରାଚୀନ ହିନ୍ଦୁ ଭାରତର ଶେଷ ସୁବିଖ୍ୟାତ ସମ୍ରାଟ ଥିଲେ ।
  6. ଖାରବେଳ ଦେବୀ ବଂଶର ର ନରପତି ଥିଲେ ।
  7. ଦେବୀବଂଶର ପ୍ରଥମ ନରପତି ମହାମେଘବାହନ ଥିଲେ ।
  8. ହାତୀଗୁମ୍ଫା ଅଭିଲେଖର ଲିପି ବ୍ରାହ୍ମୀ ଲିପି ଥିଲା ।
  9. ଖାରବେଳ ଜୈନଧର୍ମକୁ ଲୋକପ୍ରିୟ କରିପାରିଥିଲେ ।
  10. ହାତିଗୁମ୍ଫା ସିଳାଲେଖା ଭୁବନେଶ୍ଵର ନିକଟସ୍ଥ ଉଦୟଗିରି ପାହାଡରେ ।

ବିଭାଗ - ୫

ପ୍ରଶ୍ନ

  1. ହାତିଗୁମ୍ଫା ସିଳାଲେଖା ଭାଷା କଣ ଥିଲା ?
  2. ଐର ଶବ୍ଦର ଅର୍ଥ କଣ ?
  3. ହାତିଗୁମ୍ଫା ସିଳାଲେଖାରେ କେତୋଟି ଧାଡି ରହିଛି ?
  4. କେବେ ହାତିଗୁମ୍ଫା ସିଳାଲିପି ଆବିଷ୍କୃତ ହୋଇଥିଲା ?
  5. କାହାକୁ କୁମାରୀ ପର୍ବତ କୁହାଯାଇଥିଲା ?
  6. ଖାରବେଳ କେତେ ବର୍ଷ ରାଜତ୍ଵ କରିଥିବାର ପ୍ରମାଣ ହାତୀଗୁମ୍ଫାରେ ରହିଛି ?
  7. ଖାରବେଳ ଖଣ୍ଡଗିରି  ଓ ଉଦୟଗିରିରେ କେତୋଟି ଗୁମ୍ଫା ନିର୍ମାଣ କରିଥିଲେ ?
  8. କୁମାର ପର୍ବତ କାହାକୁ କୁହାଯାଉଥିଲା ?
  9. ପ୍ରାଚୀନ କଳିଙ୍ଗର ଐତିହାସିକ ରାଜା କିଏ ଥିଲେ ?
  10. ଦେବୀବଂଶର ସମ୍ରାଟମାନେ କେଉଁ ଉପାଧିରେ ଭୂଷିତ ଥିଲେ ?

ଉତ୍ତର

  1. ହାତିଗୁମ୍ଫା ସିଳାଲେଖା ପ୍ରାକୃତ ଭାଷା ଥିଲା ।
  2. ଐର ଶବ୍ଦର ଅର୍ଥ ଆର୍ଯ୍ୟ ।
  3. ହାତିଗୁମ୍ଫା ସିଳାଲେଖାରେ ସର୍ବମୋଟ ୧୭ ଟି ଧାଡି ରହିଛି ।
  4. ୧୮୨୦ ଖ୍ରୀ. ଅ. ରେ ହାତିଗୁମ୍ଫା ସିଳାଲିପି ଆବିଷ୍କୃତ ହୋଇଥିଲା ।
  5. ଉଦୟଗିରି ପାହାଡକୁ କୁମାରୀ ପର୍ବତ କୁହାଯାଇଥିଲା ।
  6. ଖାରବେଳ ୧୩ ବର୍ଷ ରାଜତ୍ଵ କରିଥିବାର ପ୍ରମାଣ ହାତୀଗୁମ୍ଫାରେ ରହିଛି ।
  7. ଖାରବେଳ ଖଣ୍ଡଗିରି  ଓ ଉଦୟଗିରିରେ ୧୧୭ ଟି ଗୁମ୍ଫା ନିର୍ମାଣ କରିଥିଲେ ।
  8. କୁମାର ପର୍ବତ ଖଣ୍ଡଗିରି  ପାହାଡକୁ କୁହାଯାଉଥିଲା ।
  9. ପ୍ରାଚୀନ କଳିଙ୍ଗର ଐତିହାସିକ ରାଜା ଖାରବେଳ ଥିଲେ ।
  10. ଦେବୀବଂଶର ସମ୍ରାଟ ମାନେ ମହାମେଘବାହନ ଉପାଧିରେ ଭୂଷିତ ଥିଲେ ।

ବିଭାଗ - ୬

ପ୍ରଶ୍ନ

  1. କନିଷ୍ଟ କେଉଁ ଧର୍ମର ପୃଷ୍ଟପୋଷକ ଥିଲେ ?
  2. ମହମ୍ମଦ ଘେରି ଗୁଜୁରାଟର କେଉଁ ବଂଶର କେଉଁ ରାଜାଙ୍କ ଦ୍ଵାରା ପରାସ୍ତ ହୋଇଥିଲେ ?
  3. ମହମ୍ମଦ ଘେରିଙ୍କ ଭାରତ ଆକ୍ରମଣ ସମୟରେ ଆଜମିରର ଶାସନ କିଏ ଥିଲେ ?
  4. କେଉଁ ତିନୋଟି ଭାଷା ମିଶ୍ରଣରେ ଉର୍ଦୁ ଭାଷା ସୃଷ୍ଟି ?
  5. ‘ସାବ-ଇ-ବାରାତ’ କ’ ଣ ?
  6. ‘ଜବାନ-ଇ-ହିନ୍ଦବି’  କ’ ଣ ?
  7. ଶିଖ ଧର୍ମର ପ୍ରତିଷ୍ଟାତା କିଏ ଥିଲେ ?
  8. ନାନାକଙ୍କ ପରମ ଶିଷ୍ୟ କିଏ ଥିଲେ ?
  9. ‘ଶିଖ’ ଶବ୍ଦର ଅର୍ଥ କଣ ?
  10. ଶିଖ ମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥର ନାମ କ’ଣ ?

ଉତ୍ତର

  1. କନିଷ୍ଟ ବୌଦ୍ଧଧର୍ମର ପୃଷ୍ଟପୋଷକ ଥିଲେ ।
  2. ମହମ୍ମଦ ଘେରି ଗୁଜୁରାଟର ଗୁଜୁରାଟର ବାଘେଲ ବଂଶର ରାଜା ଭୀମ ରାଜାଙ୍କ ଦ୍ଵାରା ପରାସ୍ତ ହୋଇଥିଲେ ।
  3. ମହମ୍ମଦ ଘେରିଙ୍କ ଭାରତ ଆକ୍ରମଣ ସମୟରେ ଆଜମିରର ଶାସନ ପୃଥୀରାଜ ଚୌହାନ ଥିଲେ ।
  4. ହିନ୍ଦୀ, ପାରସିକ ଓ ଆରବୀ ତିନୋଟି ଭାଷା ମିଶ୍ରଣରେ ଉର୍ଦୁ ଭାଷା ସୃଷ୍ଟି ।
  5. ‘ସାବ-ଇ-ବାରାତ’ ହିନ୍ଦୁ ମାନଙ୍କର ଶିବରାତ୍ରି ଭଳି ପାଳନ ହେଉଥିବା ମୁସଲମାନମାନଙ୍କର ଏକ ଉତ୍ସବ ।
  6. ‘ଜବାନ-ଇ-ହିନ୍ଦବି’  ଉର୍ଦୁଭାଷା ପ୍ରଥମେ  ‘ଜବାନ-ଇ-ହିନ୍ଦବି’ ନାମରେ ଖ୍ୟାତ ଥିଲା ।
  7. ଶିଖ ଧର୍ମର ପ୍ରତିଷ୍ଟାତା ନାନକ ଥିଲେ . ।
  8. ନାନାକଙ୍କ ପରମ ଶିଷ୍ୟ ମର୍ଦ୍ଦନା ଥିଲେ ।
  9. ‘ଶିଖ’ ଶବ୍ଦର ଅର୍ଥ ଶିଷ୍ୟ ।
  10. ଶିଖ ମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥର ନାମ ଗ୍ରନ୍ଥସାହେବ ବା ଆଦିଗ୍ରନ୍ଥ ।

ବିଭାଗ - ୭

ପ୍ରଶ୍ନ

  1. ଚୈତନ୍ୟ କେଉଁ ଧର୍ମର ପ୍ରଚାରକ ଥିଲେ ?
  2. ଚୈତନ୍ୟ କେଉଁ ଠାରେ ଜନ୍ମ ଗ୍ରହଣ କରିଥିଲେ ?
  3. ଓଡିଶାର କେଉଁ ରାଜା ଚୈତନ୍ୟଙ୍କ ପୃଷ୍ଟପୋଷକତା କରିଥିଲେ ?
  4. କେଉଁ ଭକ୍ତକବି ଅତିବଡୀ ଉପାଧି ପାଇଥିଲେ ?
  5. କିଏ ଜଗନ୍ନାଥ ଦାସଙ୍କୁ ଅତିବଡୀ ଉପାଧି ପ୍ରଦାନ କରିଥିଲେ ?
  6. ଶ୍ରୀଚୈତନ୍ୟ କେବେ ଓ କେଉଁଠାରେ ମୃତ୍ୟୁବରଣ  କରିଥିଲେ ?
  7. ରାମାନୁଜ କିଏ ଥିଲେ ?
  8. ରାମାନଦ କିଏ ?
  9. ଶିଖଧର୍ମର ମୁଖ୍ୟ କେନ୍ଦ୍ର କେଉଁଠି ?
  10. କିଏ ଓ କେଉଁଠି ସ୍ଵର୍ଣ୍ଣମନ୍ଦିର ନିର୍ମାଣ କରିଥିଲେ ?

ଉତ୍ତର

  1. ଚୈତନ୍ୟ ବୈଷ୍ଣବ ଧର୍ମ ପ୍ରଚାରକ ଥିଲେ ।
  2. ଚୈତନ୍ୟ ନବଦ୍ଵୀପ ବା ନଦିଆଠାରେ ଜନ୍ମ ଗ୍ରହଣ କରିଥିଲେ ।
  3. ଓଡିଶାର ପ୍ରତାପରୁଦ୍ର ଦେବ ରାଜା ଚୈତନ୍ୟଙ୍କ ପୃଷ୍ଟପୋଷକତା କରିଥିଲେ ।
  4. ଭକ୍ତକବି ଜଗନ୍ନାଥ ଦାସ ଭକ୍ତକବି ଅତିବଡୀ ଉପାଧି ପାଇଥିଲେ ।
  5. ଶ୍ରୀଚୈତନ୍ୟ ଜଗନ୍ନାଥ ଦାସଙ୍କୁ ଅତିବଡୀ ଉପାଧି ପ୍ରଦାନ କରିଥିଲେ ।
  6. ଶ୍ରୀଚୈତନ୍ୟ ୧୫୩୩ ଖ୍ରୀ.ଅ: ରେ ପୁରୀଠାରେ ମୃତ୍ୟୁବରଣ  କରିଥିଲେ ।
  7. ରାମାନୁଜ ଭକ୍ତି ଧର୍ମର ଜଣେ ବରିଷ୍ଟ ପ୍ରବକ୍ତା ।
  8. ରାମାନଦ ଭକ୍ତି ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ଓ ରାମାନୁଜଙ୍କ ପ୍ରଧାନ ଶିଷ୍ୟ ।
  9. ଶିଖଧର୍ମର ମୁଖ୍ୟ କେନ୍ଦ୍ର ଅମୃତସରର ସ୍ଵର୍ଣ୍ଣମନ୍ଦିର ।
  10. ଚତୁର୍ଥ ଶିଖ ଗୁରୁ ରାମଦାସ ଅମୃତସର ସହରରେ  ପ୍ରସିଦ୍ଧ ସ୍ଵର୍ଣ୍ଣମନ୍ଦିର ନିର୍ମାଣ କରିଥିଲେ ।

ବିଭାଗ – ୮

ପ୍ରଶ୍ନ

  1. ଓଡିଆ ଭାଗବତ କାହାଦ୍ଵାରା ରଚିତ ?
  2. ପଞ୍ଚସଖା ନାମରେ କଥିତ ୫ଜଣ ସୁପ୍ରସିଦ୍ଧ କବିଙ୍କର ନାମ ଲେଖ ?
  3. କିଏ ଭାରତର ମୋଗଲ ବଂଶ ପ୍ରତିଷ୍ଟା କରିଥିଲେ ?
  4. ବାବର ପ୍ରତିଷ୍ଟା କରିଥିବା ସାମ୍ରାଜ୍ୟକୁ କ’ଣ କୁହାଯାଏ ?
  5. ମୋଗଲ ବଂଶ ଭାରତରେ କେତେ ବର୍ଷ ଶାସନ କରିଥିଲେ ?
  6. ବାବରଙ୍କ ପୁରାନାମ କ’ଣ  ଥିଲା ?
  7. ବାବରଙ୍କ ଆକ୍ରମଣ ସମୟରେ ଦିଲ୍ଲୀରେ କେଉଁ ବଂଶର ଶାସନ ଚାଲିଥିଲା ?
  8. ପ୍ରଥମ ପାନିପଥ ଯୁଦ୍ଧ କେବେ ଓ କାହା କାହା ମଧ୍ୟରେ ସଂଘଟିତ ହୋଇଥିଲା ?
  9. ଦିଲ୍ଲୀଠାରୁ ପାନିପଥର ଦୂରତା କେତେ ଥିଲା ?
  10. କାହାକୁ ‘ଉଦ୍ୟାନ ରାଜପୁତ୍ର’ ର ଆଖ୍ୟା ଦିଆଯାଉଥିଲା ?

ଉତ୍ତର

  1. ଓଡିଆ ଭାଗବତ ଜଗନ୍ନାଥ ଦାସଙ୍କ ଦ୍ଵାରା ରଚିତ ।
  2. ପଞ୍ଚସଖା ନାମରେ କଥିତ ୫ଜଣ ସୁପ୍ରସିଦ୍ଧ କବିଙ୍କର ନାମ ହେଲା ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ,ଯଶୋବନ୍ତ ଦାସ,ଓ ଅନନ୍ତ ଦାସ ।
  3. ବାବର ଭାରତର ମୋଗଲ ବଂଶ ପ୍ରତିଷ୍ଟା କରିଥିଲେ ।
  4. ବାବର ପ୍ରତିଷ୍ଟା କରିଥିବା ସାମ୍ରାଜ୍ୟକୁ ମୋଗଲ ସାମ୍ରାଜ୍ୟ କୁହାଯାଏ ।
  5. ମୋଗଲ ବଂଶ ଭାରତରେ ୨୦୦ବର୍ଷ ଧରି ଶାସନ କରିଥିଲେ  ।
  6. ବାବରଙ୍କ ପୁରାନାମ ଜହିରୁଦ୍ଦିନ ମହମ୍ମଦ ବାବର  ଥିଲା ।
  7. ବାବରଙ୍କ ଆକ୍ରମଣ ସମୟରେ ଦିଲ୍ଲୀରେ ଲୋଦୀ ବଂଶର ଶାସନ ଚାଲିଥିଲା ।
  8. ପ୍ରଥମ ପାନିପଥ ଯୁଦ୍ଧ ୧୫୨୬ ଖ୍ରୀ. ଅ: ଏପ୍ରିଲ ୨୧ ତାରିଖ ଦିନ ଇବ୍ରାହିମ ଲୋଦୀ ଓ ବାବରଙ୍କ  ମଧ୍ୟରେ ସଂଘଟିତ ହୋଇଥିଲା ।
  9. ଦିଲ୍ଲୀଠାରୁ ପାନିପଥର ଦୂରତା ୭୦ କିଲୋମିଟର ଥିଲା ।
  10. ବାବରଙ୍କୁ ‘ଉଦ୍ୟାନ ରାଜପୁତ୍ର’ ର ଆଖ୍ୟା ଦିଆଯାଉଥିଲା ।

ବିଭାଗ - ୯

ପ୍ରଶ୍ନ

  1. ହୁମାୟୁନ କିଏ ?
  2. ବାବରଙ୍କ ରଚିତ ଆତ୍ମଚରିତ ପୁସ୍ତକ କେଉଁ ଭାଷାରେ ଲିଖିତ ହୋଇଥିଲା ?
  3. ବାବରଙ୍କ ସାମରିକ ଅଭିଯାନର ଶେଷପର୍ଯ୍ୟାୟ  କ’ଣ ?
  4. ଘର୍ଘରା କେଉଁଠି ?
  5. କେବେ ଓ କାହା କାହା ମଧ୍ୟରେ ଘର୍ଘରା ଯୁଦ୍ଧ ସଂଗଠିତ ହୋଇଥିଲା ?
  6. ହୁମାୟୁନଙ୍କ ପୁତ୍ରସନ୍ତାନର ନାମ କ’ ଣ ଥିଲା ?
  7. ଭାରତରେ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଟାତା କିଏ ?
  8. ମୋଗଲ ଇତିହାସରେ କାହାର ରାଜତ୍ଵ ଦୁର୍ଭାଗ୍ୟ ବିଜଡିତ ଅଧ୍ୟାୟ ଥିଲା ?
  9. ଆକବର କେବେ ସିଂହାସନ ଆରୋହଣ କରିଥିଲେ ?
  10. ‘ବାବରନାମା’ କ’ଣ ?

ଉତ୍ତର

  1. ହୁମାୟୁନ ବାବରଙ୍କ ଜ୍ୟେଷ୍ଟ ପୁତ୍ର ।
  2. ବାବରଙ୍କ ରଚିତ ଆତ୍ମଚରିତ ପୁସ୍ତକ ତୁର୍କ ଭାଷାରେ ଲିଖିତ ହୋଇଥିଲା ।
  3. ବାବରଙ୍କ ସାମରିକ ଅଭିଯାନର ଶେଷପର୍ଯ୍ୟାୟ  ଘର୍ଘରା ଯୁଦ୍ଧ ।
  4. ଘର୍ଘରା ପାଟନା  ନିକଟବର୍ତ୍ତୀ ଗୋଗ୍ରା ନଦୀ କୂଳରେ ।
  5. ୧୫୨୯ ଖ୍ରୀ:ଅ: ରେ, ନୁସରତ ଶାହା ଓ ମାହାମୁଦ ଲୋଦୀଙ୍କ ସହିତ ବାବରଙ୍କର ଗୋଗ୍ରା ନଦୀ କୂଳରେ ଏକ ଯୁଦ୍ଧ ସଂଗଠିତ ହୋଇଥିଲା ।
  6. ହୁମାୟୁନଙ୍କ ପୁତ୍ରସନ୍ତାନର ନାମ ଆକବର ଥିଲା ।
  7. ଭାରତରେ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଟାତା ବାବର ।
  8. ମୋଗଲ ଇତିହାସରେ ହୁମାୟୁନଙ୍କ ରାଜତ୍ଵ  ଦୁର୍ଭାଗ୍ୟ ବିଜଡିତ ଅଧ୍ୟାୟ ଥିଲା ।
  9. ଆକବର ୧୫୫୬  ଖ୍ରୀ:ଅ: ରେ ସିଂହାସନ ଆରୋହଣ କରିଥିଲେ ।
  10. ‘ବାବରନାମା’ ବାବରଙ୍କ ଦ୍ଵାରା ରଚିତ ଆତ୍ମଚରିତ ।

ବିଭାଗ – ୧୦

ପ୍ରଶ୍ନ

  1. ନୁରଜାହାନ କିଏ ?
  2. ଜାହାଙ୍ଗୀର କିଏ ?
  3. କାହାଙ୍କ ରାଜତ୍ଵ କାଳରୁ ମୋଗଲ ଇତିହାସରେ ‘ସୁବର୍ଣ୍ଣଯୁଗ’ ବୋଲି କୁହାଯାଇଥାଏ ?
  4. ଶାହାଜାହାନ ଜାହାଙ୍ଗୀରଙ୍କର କେତେତମ ପୁତ୍ର ଥିଲେ ?
  5. ଲାଲ ଖାଁ କିଏ ?
  6. ଶାହାଜାହାନଙ୍କ ଯୁଗର ସର୍ବଶ୍ରେଷ୍ଟ କୀର୍ତ୍ତି କ’ ଣ ?
  7. ତାଜମହଲ କେଉଁଠି ଅବସ୍ଥିତ ?
  8. ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ ?
  9. ତାଜମହଲ ଗଠନ ଶୈଳୀ କେଉଁ ଶିଳ୍ପୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା ?
  10. ତାଜମହଲ କାହିଁକି ଓ କାହାଦ୍ଵାରା ନିର୍ମିତ ହୋଇଥିଲା ?

ଉତ୍ତର

  1. ନୁରଜାହାନ ଜାହାଙ୍ଗୀରଙ୍କ ପତ୍ନୀ ।
  2. ଜାହାଙ୍ଗୀର ଆକବରଙ୍କ ପ୍ରଥମ ରାଣୀ ବିହାରିମଲ୍ଲଙ୍କ କନ୍ୟାଗର୍ଭରୁ ଜନ୍ମିତପୁତ୍ର ।
  3. ଶାହାଜାହାନଙ୍କ ରାଜତ୍ଵ କାଳକୁ ମୋଗଲ ଇତିହାସରେ ‘ସୁବର୍ଣ୍ଣଯୁଗ’ ବୋଲି କୁହାଯାଇଥାଏ ।
  4. ଶାହାଜାହାନ ଜାହାଙ୍ଗୀରଙ୍କର ଜାହାଙ୍ଗୀରଙ୍କର ତୃତୀୟ ପୁତ୍ର ଥିଲେ ।
  5. ଲାଲ ଖାଁ ବିଶ୍ଵବିଖ୍ୟାତ ସଙ୍ଗୀତଜ୍ଞ ତାନସେନଙ୍କ ଜାମାତା ।
  6. ଶାହାଜାହାନଙ୍କ ଯୁଗର ସର୍ବଶ୍ରେଷ୍ଟ କୀର୍ତ୍ତି ତାଜମହଲ ।
  7. ତାଜମହଲ ଆଗ୍ରାଠାରେ ଅବସ୍ଥିତ  ।
  8. ତାଜମହଲ ଯମୁନା ନଦୀ କୂଳରେ ଅବସ୍ଥିତ ।
  9. ତାଜମହଲ ଗଠନ ଶୈଳୀ ବିଶିଷ୍ଟ ଶିଳ୍ପୀ ଉସ୍ତାଦ ମହମ୍ମଦ ଲାହୋରୀଙ୍କ  ପ୍ରସ୍ତୁତ ହୋଇଥିଲା ।
  10. ତାଜମହଲ ଶାହାଜାହାନ ନିଜର ପ୍ରିୟତମା ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିଙ୍କୁ ଜୀବନ୍ତ ରଖିବା ପାଇଁ ଆଗ୍ରାର ଯମୁନା ନଦୀ କୂଳରେ ଏହି ବିଶ୍ଵ ମନୋରମ ଓ ଅଦ୍ଵିତୀୟ କୃତି ସମାଧି ନିର୍ମାଣ କରିଥିଲେ ।

ଆଧାର - ଇତିହାସ ପୃଷ୍ଠା

Last Modified : 7/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate