অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇତିହାସ କୁଇଜ ଭାଗ - ୫

ବିଭାଗ – ୧

ପ୍ରଶ୍ନ

  1. ବିଶ୍ଵନାଥ ବାବା କିଏ ?
  2. ମହିମା ଧର୍ମର ପ୍ରତୀଷ୍ଟାତା କିଏ ?
  3. କେଉଁଠାରେ ମହିମା ସ୍ଵାମୀ ତାଙ୍କର  ଆଶ୍ରମ ସ୍ଥାପନ କରିଥିଲେ ?
  4. କେଉଁ ଧର୍ମକୁ ଅଲେଖ ଧର୍ମ କୁହାଯାଏ ।
  5. କିଏ ‘ବ୍ରହ୍ମ ନିରୂପଣ ଗୀତା’ ର ରଚୟିତା ।
  6. ପୁରୀରେ ଧୂଳିଆ ବାବା କିଏ ?
  7. କିଏ ବିବେକାନନ୍ଦଙ୍କ ଆଧାତ୍ମିକ ଗୁରୁ ଥିଲେ ?
  8. ଓଡିଶାରେ ନ’ ଅଙ୍କ ଦୃଦ୍ଭିକ୍ଷ କେବେ ପଡିଥିଲା ?
  9. କେବେ ‘ଟାଟା ଆଇରନ ଏଣ୍ଡ ଷ୍ଟିଲ’ କମ୍ପାନୀ ପ୍ରତିଷ୍ଠା ହେଲା ?
  10. ‘ଟାଟା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ‘ କିଏ ଓ କେଉଁଠାରେ ପ୍ରତିଷ୍ଠା କରିଥିଲେ ?

ଉତ୍ତର

  1. ବିଶ୍ଵନାଥ ବାବା ମହିମା ଧର୍ମର ପ୍ରଚାରକ ।
  2. ମହିମା ଧର୍ମର ପ୍ରତୀଷ୍ଟାତା ମହିମା ସ୍ଵାମୀ ।
  3. ଢେଙ୍କାନାଳର ଜୋରନ୍ଦାଠାରେ ମହିମା ସ୍ଵାମୀ ତାଙ୍କର  ଆଶ୍ରମ ସ୍ଥାପନ କରିଥିଲେ ।
  4. ମହିମା ଧର୍ମକୁ ଅଲେଖ ଧର୍ମ କୁହାଯାଏ ।
  5. ଭୀମଭୋଇ ‘ବ୍ରହ୍ମ ନିରୂପଣ ଗୀତା’ ର ରଚୟିତା ।
  6. ପୁରୀରେ ଧୂଳିଆ ବାବା ମହିମା ସ୍ଵାମୀ ।
  7. ରାମକୃଷ୍ଣ ପରମହଂସ ବିବେକାନନ୍ଦଙ୍କ ଆଧାତ୍ମିକ ଗୁରୁ ଥିଲେ ।
  8. ଓଡିଶାରେ ନ’ ଅଙ୍କ ଦୃଦ୍ଭିକ୍ଷ ୧୮୬୬ ଖ୍ରୀ: ଅ: ରେ ପଡିଥିଲା ।
  9. ୧୯୦୫ ମସିହାରେ ‘ଟାଟା ଆଇରନ ଏଣ୍ଡ ଷ୍ଟିଲ’ କମ୍ପାନୀ ପ୍ରତିଷ୍ଠା ହେଲା ।
  10. ‘ଟାଟା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ‘ଜାମସେଦଜୀ ଟାଟା ଜାମସେଦପୁରଠାରେ ପ୍ରତିଷ୍ଠା କରିଥିଲେ ।

ବିଭାଗ – ୨

ପ୍ରଶ୍ନ

  1. କେବେ ଓ କେଉଁଠାରେ ପ୍ରଥମ ଝୋଟକଳ ପ୍ରତିଷ୍ଠା କରାଗଲା ?
  2. ସ୍ଵଦେଶୀ ଆନ୍ଦୋଳନ କେବେଠାରୁ ଆରମ୍ଭ ହୋଇଥିଲା ?
  3. ପ୍ରଥମକରି ଭାରତରେ ପ୍ରତିଷ୍ଠିତ କାରଖାନାରୁ କେବେ ଲୁହା ଓ କେବେ ଇସ୍ପାତ ଉତ୍ପାଦନ ଆରମ୍ଭ ହେଲା ?
  4. କେବେ ଓ କେଉଁଠାରେ ‘ମହିଶୂର ଷ୍ଟେଟ୍ ଆଇରନ ୱାର୍କ୍ସ’ ପ୍ରତିଷ୍ଟା କରାଯାଇଥିଲା ?
  5. କେବେ ଓ କେଉଁଠାରେ ‘ଇଣ୍ଡିଆନ ଆଇରନ ଏଣ୍ଡ ଷ୍ଟୀଲ୍ କମ୍ପାନୀ’ ପ୍ରତିଷ୍ଠା କରାଯାଇଥିଲା ?
  6. ଦ୍ଵିତୀୟ ବିଶ୍ଵଯୁଦ୍ଧ ବେଳକୁ ଉତ୍ପାଦନରେ ଭାରତ ପୃଥିବୀରେ କେତେତମ ସ୍ଥାନ ଅଧିକାର କରିପାରିଥିଲା ?
  7. ଭାରତୀୟ ଜାତୀୟ କଂଗ୍ରେସ ପ୍ରଥମ ଅଧିବେଶନ କେଉଁଠି ବସିଥିଲା ?
  8. କାହାକୁ ଜାତୀୟ କଂଗ୍ରେସର ପ୍ରତିଷ୍ଟାତା କୁହାଯାଏ ?
  9. କିଏ କଂଗ୍ରେସର ପ୍ରଥମ ସଭାପତି ଥିଲେ ?
  10. କେବେ ବଙ୍ଗ ବିଭାଜନ ହେଲା ?
ଉତ୍ତର

 

  1. ୧୮୫୫ ମସିହାରେ ବଙ୍ଗର ରିଶ୍ରା ଠାରେ ପ୍ରଥମ ଝୋଟକଳ ପ୍ରତିଷ୍ଠା କରାଗଲା ।
  2. ସ୍ଵଦେଶୀ ଆନ୍ଦୋଳନ ବଙ୍ଗ ବିଭାଜନ ପରେ ପରେ ୧୯୦୫ ମସିହାରେ ଡିସେମ୍ବର ୬ ତାରିଖ ଦିନଠାରୁ ଆରମ୍ଭ ହୋଇଥିଲା ।
  3. ପ୍ରଥମକରି ଭାରତରେ ପ୍ରତିଷ୍ଠିତ କାରଖାନାରୁ ୧୯୧୧ ମସିହାରେ ଲୁହା ଓ ୧୯୧୩ ମସିହାରେ ଇସ୍ପାତ ଉତ୍ପାଦନ ଆରମ୍ଭ ହେଲା ।
  4. ୧୯୨୩ ମସିହାରେ ଇନ୍ଦ୍ରାବତୀଠାରେ ‘ମହିଶୂର ଷ୍ଟେଟ୍ ଆଇରନ ୱାର୍କ୍ସ’ ପ୍ରତିଷ୍ଟା କରାଯାଇଥିଲା ।
  5. ୧୯୧୮ ମସିହାରେ ଆସାନସୋଲ ନିକଟବର୍ତ୍ତୀ ହରାପୁରଠାରେ ‘ଇଣ୍ଡିଆନ ଆଇରନ ଏଣ୍ଡ ଷ୍ଟୀଲ୍ କମ୍ପାନୀ’ ପ୍ରତିଷ୍ଠା କରାଯାଇଥିଲା ।
  6. ଦ୍ଵିତୀୟ ବିଶ୍ଵଯୁଦ୍ଧ ବେଳକୁ ଉତ୍ପାଦନରେ ଭାରତ ପୃଥିବୀରେ ଷଷ୍ଟ ସ୍ଥାନ ଅଧିକାର କରିପାରିଥିଲା ।
  7. ଭାରତୀୟ ଜାତୀୟ କଂଗ୍ରେସ ପ୍ରଥମ ଅଧିବେଶନ ମୁମ୍ବାଇଠାରେ ବସିଥିଲା ।
  8. ଆଲାନ ଅକ୍ଟାଭିୟାନ ହ୍ୟୁମଙ୍କୁ ଜାତୀୟ କଂଗ୍ରେସର ପ୍ରତିଷ୍ଟାତା କୁହାଯାଏ ।
  9. ଉମେଶ ଚନ୍ଦ୍ର ବାନାର୍ଜୀ କଂଗ୍ରେସର ପ୍ରଥମ ସଭାପତି ଥିଲେ ।
  10. ୧୯୦୫ ମସିହାରେ ବଙ୍ଗ ବିଭାଜନ ହେଲା ।

ବିଭାଗ – ୩

ପ୍ରଶ୍ନ

  1. କେବେ ବଙ୍ଗ ବିଭାଜନ ରଦ୍ଦ କରାଗଲା ?
  2. କିଏ ‘ବନ୍ଦେ ମାତରମ୍’ ର ରଚୟିତା ଥିଲେ ?
  3. ‘ଆନନ୍ଦ ମଠ’ କିଏ ରଚନା କରିଥିଲେ ?
  4. ମହାତ୍ମାଗାନ୍ଧୀ କେବେ ଜନ୍ମଗ୍ରହଣ କଲେ ?
  5. କେଉଁଠାରେ  ମହାତ୍ମାଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ ?
  6. ମହାତ୍ମାଗାନ୍ଧୀ କେବେ ମୃତ୍ୟୁ ବରଣ କଲେ ?
  7. ମହାତ୍ମାଗାନ୍ଧୀ କିପରି ଓ କିଏ ମାରିଲା ?
  8. ମହାତ୍ମାଗାନ୍ଧୀଙ୍କ ମୂଳ ନାମ କଣ ଥିଲା ?
  9. ମହାତ୍ମାଗାନ୍ଧୀ କେଉଁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ?
  10. କିଏ ଗାନ୍ଧୀଙ୍କୁ ‘ମହାତ୍ମା’ ବୋଲି ସମ୍ବୋଧନ କରିଥିଲେ ?

ଉତ୍ତର

  1. ୧୯୧୧ ମସିହାରେ ବଙ୍ଗ ବିଭାଜନ ରଦ୍ଦ କରାଗଲା ।
  2. ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ‘ବନ୍ଦେ ମାତରମ୍’ ର ରଚୟିତା ଥିଲେ ।
  3. ‘ଆନନ୍ଦ ମଠ’ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ରଚନା କରିଥିଲେ ।
  4. ମହାତ୍ମାଗାନ୍ଧୀ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମଗ୍ରହଣ କଲେ ।
  5. ଗୁଜୁରାଟର ପୋରବନ୍ଦର ନାମକ ସ୍ଥାନରେ  ମହାତ୍ମାଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ ।
  6. ମହାତ୍ମାଗାନ୍ଧୀ ୧୯୪୮ ମସିହା ଜାନୁୟାରୀ ମାସ ୩୦ ତାରିଖ ଦିନ ମୃତ୍ୟୁ ବରଣ କଲେ ।
  7. ମହାତ୍ମାଗାନ୍ଧୀ ପାର୍ଥନାସଭାରେ ନାଥୁରାମ ଗଡସେ ନାମକ ଜଣେ ଧର୍ମାନ୍ଧ ହିନ୍ଦୁ ଯୁବକ ମାରିଲା ।
  8. ମହାତ୍ମାଗାନ୍ଧୀଙ୍କ ମୂଳ ନାମ ମୋହନଦାସ କରମଚାନ୍ଦ ଗାନ୍ଧୀ ଥିଲା ।
  9. ମହାତ୍ମାଗାନ୍ଧୀ ବୈଶ୍ୟ ପରିବାରରେ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।
  10. ରବୀନ୍ଦ୍ରନାଥ ଠାକୁର (ଟାଗୋର) ଗାନ୍ଧୀଙ୍କୁ ‘ମହାତ୍ମା’ ବୋଲି ସମ୍ବୋଧନ କରିଥିଲେ ।

ବିଭାଗ - ୪

ପ୍ରଶ୍ନ

  1. ମହାତ୍ମାଗାନ୍ଧୀଙ୍କ ପିତାଙ୍କ ନାମ କ’ ଣ ?
  2. କିଏ ଖିଲାଫତ ଆଦୋଳନର ସ୍ରଷ୍ଟା ଥିଲେ ?
  3. କେବେ ଓ କାହା ନେତୃତ୍ଵରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା ?
  4. ପ୍ରଥମ ଥର ପାଇଁ ମହାତ୍ମାଗାନ୍ଧୀ କେବେ ଓଡିଶା ଆଗମନ କରିଥିଲେ ?
  5. ୧୯୩୦ ମସିହା ଜାନୁୟାରୀ ମାସ ୨୬ ତାରିଖ ଆଧୁନିକ ଇତିହାସରେ କାହିଁକି ପ୍ରସିଦ୍ଧ ?
  6. କଂଗ୍ରେସର କେଉଁ  ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ନିସ୍ପତି ନିଆଯାଇଥିଲା ।
  7. ୧୯୨୯ ମସିହାରେ ଅନୁଷ୍ଠିତ କଂଗ୍ରେସର ଲାହୋର ଅଧିବେଶନରେ କିଏ ସଭାପତି ଥିଲେ ?
  8. କେବେ ଭାରତଛାଡ ଆନ୍ଦୋଳନ ଆରମ୍ଭ ହେଲା ?
  9. ଭାରତଛାଡ ଆନ୍ଦୋଳନ ବେଳେ ଓଡିଶାର କେଉଁ ସଂଗ୍ରାମୀ ଫାଶୀଦଣ୍ଡ ପାଇଲେ ?
  10. ସୁବାଷ ଚନ୍ଦ୍ର ବୋଷ କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ ?

ଉତ୍ତର

  1. ମହାତ୍ମାଗାନ୍ଧୀଙ୍କ ପିତାଙ୍କ ନାମ କାବାଗାନ୍ଧି ।
  2. ମହାତ୍ମାଗାନ୍ଧୀ ଖିଲାଫତ ଆଦୋଳନର ସ୍ରଷ୍ଟା ଥିଲେ ।
  3. ୧୯୨୦ ଖ୍ରୀ: ଅ: ରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ଵରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା ।
  4. ପ୍ରଥମ ଥର ପାଇଁ ମହାତ୍ମାଗାନ୍ଧୀ ୧୯୨୧ ମସିହାରେ ଓଡିଶା ଆଗମନ କରିଥିଲେ ।
  5. ୧୯୩୦ ମସିହା ଜାନୁୟାରୀ ମାସ ୨୬ ତାରିଖ ଆଧୁନିକ ଇତିହାସରେ ଉକ୍ତ ଦିନଟିକୁ ପୂର୍ଣ ସ୍ଵରାଜ ଦିବସ ରୂପେ କଂଗ୍ରେସ ପାଳନ କରିଥିଲା ।
  6. କଂଗ୍ରେସର ଲାହୋର ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ନିସ୍ପତି ନିଆଯାଇଥିଲା ।
  7. ୧୯୨୯ ମସିହାରେ ଅନୁଷ୍ଠିତ କଂଗ୍ରେସର ଲାହୋର ଅଧିବେଶନରେ ଜବାହାରଲାଲ ନେହେରୁ ସଭାପତି ଥିଲେ ।
  8. ୧୯୪୨ ମସିହା ଅଗଷ୍ଟ ୮ ତାରିଖ ଦିନ  ଭାରତଛାଡ ଆନ୍ଦୋଳନ ଆରମ୍ଭ ହେଲା ।
  9. ଭାରତଛାଡ ଆନ୍ଦୋଳନ ବେଳେ ଓଡିଶାର ଲକ୍ଷ୍ମଣ ନାୟକ ସଂଗ୍ରାମୀ ଫାଶୀଦଣ୍ଡ ପାଇଲେ ।
  10. ସୁବାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁୟାରୀ ୨୩ ତାରିଖ ଦିନ ଓଡିଶାର କଟକଠାରେ ଜନ୍ମଗ୍ରହଣ କରିଥିଲେ ।

ବିଭାଗ – ୫

ପ୍ରଶ୍ନ

  1. କିଏ ଫରୱାର୍ଡ ବ୍ଲକ ଗଠନ କରିଥିଲେ ?
  2. କେବେ ଫରୱାର୍ଡ ବ୍ଲକ ଗଥିତ ହୋଇଥିଲା ?
  3. କେବେ ଭାରତୀୟ ଜାତୀୟ ବାହିନୀ ଗଠିତ ହୋଇଥିଲା ?
  4. ଭାରତ କେବେ ସ୍ଵାଧୀନ ଲାଭ କଲା ?
  5. ସ୍ଵାଧୀନ  ଭାରତର ପ୍ରଥମ ଭାଇସରାୟ କିଏ ଥିଲେ ?
  6. କିଏ ସ୍ଵାଧୀନ  ଭାରତର ପ୍ରଥମ ଗୃହ ମନ୍ତ୍ରୀ ଥିଲେ ?
  7. ଲର୍ଡ ମାଉଣ୍ଟବ୍ୟାଟେନ୍ କିଏ ଥିଲେ ?
  8. କେବେ  ଲର୍ଡ ମାଉଣ୍ଟବ୍ୟାଟେନ୍ ଭାରତକୁ ଆଗମନ କରିଥିଲେ ?
  9. କେବେ  ଲର୍ଡ ମାଉଣ୍ଟବ୍ୟାଟେନ୍ ତାଙ୍କର ଭାରତ ବିଭାଜନ ଯୋଜନା ଘୋଷଣା କରିଥିଲେ ?
  10. ପଞ୍ଚଶୀଳ ନୀତି କିଏ ପ୍ରବର୍ତ୍ତନ କରିଥିଲେ ?

ଉତ୍ତର

  1. ସୁବାଷ ଚନ୍ଦ୍ର ବୋଷ ଫରୱାର୍ଡ ବ୍ଲକ ଗଠନ କରିଥିଲେ ।
  2. ୧୯୩୯ ମସିହାରେ ଫରୱାର୍ଡ ବ୍ଲକ ଗଥିତ ହୋଇଥିଲା ।
  3. ୧୯୪୩ ମସିହା ଜୁଲାଇ ମାସ ୪ ତାରିଖରେ  ଭାରତୀୟ ଜାତୀୟ ବାହିନୀ ଗଠିତ ହୋଇଥିଲା ।
  4. ଭାରତ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ସ୍ଵାଧୀନ ଲାଭ କଲା  ।
  5. ସ୍ଵାଧୀନ  ଭାରତର ପ୍ରଥମ ଭାଇସରାୟ ଲର୍ଡ ମାଉଣ୍ଟବ୍ୟାଟେନ୍ ଥିଲେ ।
  6. ସର୍ଦାର ବଲ୍ଲବଭାଇ ପଟେଲ ସ୍ଵାଧୀନ  ଭାରତର ପ୍ରଥମ ଗୃହ ମନ୍ତ୍ରୀ ଥିଲେ ।
  7. ଲର୍ଡ ମାଉଣ୍ଟବ୍ୟାଟେନ୍ ଭାରତର ଶେଷ  ଭାଇସରାୟ ଓ ସ୍ଵାଧୀନ ଭାରତର ପ୍ରଥମ ଭାଇସରାୟ ଯେ କି ଦେଶ ବିଭାଜନ ଯୋଜନା ପ୍ରସ୍ତୁତ କରିଥିଲେ ।
  8. ୧୯୪୭ ମସିହା ମାର୍ଚ୍ଚ ମାସରେ  ଲର୍ଡ ମାଉଣ୍ଟବ୍ୟାଟେନ୍ ଭାରତକୁ ଆଗମନ କରିଥିଲେ ।
  9. ୧୯୪୭ ମସିହା ଜୁନ ମାସ ୩ ତାରିଖ ଦିନ  ଲର୍ଡ ମାଉଣ୍ଟବ୍ୟାଟେନ୍ ତାଙ୍କର ଭାରତ ବିଭାଜନ ଯୋଜନା ଘୋଷଣା କରିଥିଲେ ।
  10. ପଞ୍ଚଶୀଳ ନୀତି ପଣ୍ଡିତ ଜବାହାରଲାଲ ନେହେରୁ ପ୍ରବର୍ତ୍ତନ କରିଥିଲେ ।

ବିଭାଗ – ୬

ପ୍ରଶ୍ନ

  1. ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସନ୍ଧିପତ୍ର  କ’ ଣ ଭାବେ ପ୍ରସିଦ୍ଧ ?
  2. କେବେ  ଭାରତ ଓ ଚୀନ ମଧ୍ୟରେ  ହୋଇଥିବା ସନ୍ଧିପତ୍ର ସ୍ଵାକ୍ଷରିତ ହୋଇଥିଲା ?
  3. ମହାତ୍ମାଗାନ୍ଧୀଙ୍କ ମାତାଙ୍କ ନାମ କ’ଣ  ?
  4. ଭାରତର ଲୌହ ମାନବ କିଏ ?
  5. ଭାରତର ସମ୍ବିଧାନ କେବେ ଗଠନ କରାଯାଇଥିଲା ?
  6. ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ?
  7. ଭାରତୀୟ ସମ୍ବିଧାନର ପ୍ରଣେତା କିଏ ଥିଲେ ?
  8. ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ଆମ୍ବେଦକର କି ମନ୍ତ୍ରୀ ଥିଲେ ?
  9. ‘ଇଣ୍ଡିଆ ୱିନସ୍ ଫ୍ରିଡମ’ ପୁସ୍ତକ କିଏ ଲେଖିଥିଲେ ?
  10. କାହାକୁ ସୀମାନ୍ତ ଗାନ୍ଧୀ ବୋଲି କୁହାଯାଏ ?

ଉତ୍ତର

  1. ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସନ୍ଧିପତ୍ର  ପଞ୍ଚଶୀଳ ନୀତି ରୂପେ ପ୍ରସିଦ୍ଧ ।
  2. ୧୯୫୪ ମସିହା ଏପ୍ରିଲ ୨୯ ତାରିଖ ଦିନ  ଭାରତ ଓ ଚୀନ ମଧ୍ୟରେ  ହୋଇଥିବା ସନ୍ଧିପତ୍ର ସ୍ଵାକ୍ଷରିତ ହୋଇଥିଲା ।
  3. ମହାତ୍ମାଗାନ୍ଧୀଙ୍କ ମାତାଙ୍କ ନାମ ପୁତଲାବାଇ ।
  4. ଭାରତର ଲୌହ ମାନବ ସର୍ଦାର ବଲ୍ଲବ ଭାଇ ପଟେଲ ।
  5. ଭାରତର ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଦିନ ଗଠନ କରାଯାଇଥିଲା ।
  6. ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଥିଲେ ।
  7. ଭାରତୀୟ ସମ୍ବିଧାନର ପ୍ରଣେତା ବି. ଆର. ଆମ୍ବେଦକର ଥିଲେ ।
  8. ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ଆମ୍ବେଦକର ଆଇନ ମନ୍ତ୍ରୀ ଥିଲେ ।
  9. ‘ଇଣ୍ଡିଆ ୱିନସ୍ ଫ୍ରିଡମ’ ପୁସ୍ତକ ମୌଲାନା ଆବୁର କାଲାମ ଆଜାଦ୍ ଲେଖିଥିଲେ ।
  10. ଖାଁ ଅବଦୁଲ୍ ଗଫୁର ଖାଁ ସୀମାନ୍ତ ଗାନ୍ଧୀ ବୋଲି କୁହାଯାଏ ।

ବିଭାଗ - ୭

ପ୍ରଶ୍ନ

  1. ଗାନ୍ଧୀ କାହାକୁ ବିବେକର ସଜା ବୋଲି ବର୍ଣନା କରିଥିଲେ ?
  2. କ’ ଣ ଭାବେ ଭାରତୀୟମାନେ ଦାଦାଭାଇ ନାଓରୋଜୀଙ୍କୁ ସମ୍ମାନିତ କରିଥିଲେ ?
  3. ଜବାହାରଲାଲ ନେହେରୁଙ୍କ ପିତାଙ୍କ ନାମ କ’ ଣ ଥିଲା ?
  4. କେବେ ଭାରତୀୟ ସଂସଦ ଆଇନ୍ ପ୍ରଣୟନ କରାଯାଇଥିଲା ?
  5. କେବେ ଓ କେଉଁ ଠାରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଜନ୍ମଗ୍ରହଣ କରିଥିଲେ ?
  6. କିଏ ଓ କେତେ ବର୍ଷ ଲର୍ଡ ମାଉଣ୍ଟବ୍ୟାଟେନଙ୍କ ପରେ ଭାରତୀୟ ଗଭର୍ଣ୍ଣରର ଜେନରାଲ  ରୂପେ ସମ୍ମାନ ଲାଭ କରିଥିଲେ?
  7. ପାକିସ୍ଥାନର ପ୍ରଥମ ଗଭର୍ଣ୍ଣର ଓ ଜେନରାଲ କିଏ ଥିଲେ ?
  8. ‘କାଉଦ –ଇ – ଆଜାମ’ ଭାବେ କିଏ ସୁପରିଚିତ ?
  9. ମହମ୍ମଦ ଅଲ୍ଲି ଜିନ୍ନା କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
  10. କେବେ ଓ କେଉଁ ଠାରେ ବଲ୍ଲଭଭାଇ ପଟେଲ ଜନ୍ମଗ୍ରହଣ କରିଥିଲେ ?

ଉତ୍ତର

  1. ଗାନ୍ଧୀ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ବିବେକର ସଜା ବୋଲି ବର୍ଣନା କରିଥିଲେ  ।
  2. ଭାରତର ମହାନ୍ ବୟୋଜ୍ୟେଷ୍ଟ ବ୍ୟକ୍ତି ଭାବରେ ଭାରତୀୟମାନେ ଦାଦାଭାଇ ନାଓରୋଜୀଙ୍କୁ ସମ୍ମାନିତ କରିଥିଲେ ।
  3. ଜବାହାରଲାଲ ନେହେରୁଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଥିଲା ।
  4. ୧୮୬୧ ମସିହାରେ ଭାରତୀୟ ସଂସଦ ଆଇନ୍ ପ୍ରଣୟନ କରାଯାଇଥିଲା ।
  5. ୧୮୭୮ ମସିହାରେ ମାନ୍ଦ୍ରାଜଠାରେ ଝେଲମ୍ ଜିଲ୍ଲାରେ  ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଜନ୍ମଗ୍ରହଣ କରିଥିଲେ ।
  6. ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ୧୯୪୮ ମସିହା ଠାରୁ ୧୯୫୦ ମସିହା ପର୍ଯ୍ୟନ୍ତ ପଦବୀରେ ରହି  ସମ୍ମାନ ଲାଭ କରିଥିଲେ ।
  7. ପାକିସ୍ଥାନର ପ୍ରଥମ ଗଭର୍ଣ୍ଣର ଓ ଜେନରାଲ ମହମ୍ମଦ ଅଲ୍ଲି ଜିନ୍ନା ଥିଲେ ।
  8. ‘କାଉଦ –ଇ – ଆଜାମ’ ଭାବେ ମହମ୍ମଦ ଅଲ୍ଲି ଜିନ୍ନା ସୁପରିଚିତ ।
  9. ମହମ୍ମଦ ଅଲ୍ଲି ଜିନ୍ନା ୧୮୭୬ ମସିହାରେ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ ।
  10. ୧୮୭୫ ମସିହାରେ ଗୁରୁରାଟରେ ବଲ୍ଲଭଭାଇ ପଟେଲ ଜନ୍ମଗ୍ରହଣ କରିଥିଲେ ।

ବିଭାଗ – ୮

ପ୍ରଶ୍ନ

  1. କିଏ  ‘ସର୍ଦାର’ ଉପାଧି ପାଇଥିଲେ ?
  2. କାହାକୁ ‘ଲୌହମାନବ’ କୁହାଯାଉଛି ?
  3. ଅରବିନ୍ଦ କେବେ ଓ  କେଉଁଠି  ଜନ୍ମଗ୍ରହଣ କରିଥିଲେ ?
  4. କେବେ ଅରବିନ୍ଦ ମୃତ୍ୟୁ ବାରଣ  କରିଥିଲେ ?
  5. କେବେ ଭାରତ ଓ ପାକିସ୍ଥାନ ନାମକ ଦୁଇଟି ସ୍ଵତନ୍ତ୍ର ରାଷ୍ଟ୍ର ଗଠନ ହେଲା ?
  6. ଭାରତୀୟ ସମ୍ବିଧାନର ମୁଖ୍ୟ ପ୍ରଣେତା କିଏ ଥିଲେ ?
  7. ୧୯୬୯ ମସିହାରେ ଭାରତର ରାଷ୍ଟ୍ରପତି କିଏ ଥିଲେ ?
  8. କେଉଁ ଦୁଇଟି ପତ୍ରିକା ବାଳ ଗଙ୍ଗାଧର ତିଳକ ପ୍ରକାଶ କରିଥିଲେ ?
  9. ମରାଠା ଓ କେଶରୀ ପତ୍ରିକା ଦ୍ୱୟ କେଉଁ ଭାଷାରେ ପ୍ରକାଶିତ ହୋଇଥିଲା ?
  10. ଗାନ୍ଧୀ କାହାକୁ ‘ବିବେକର ରକ୍ଷକ’ ବୋଲି କହିଥିଲେ ?

ଉତ୍ତର

  1. ବଲ୍ଲଭଭାଇ ପଟେଲ  ‘ସର୍ଦାର’ ଉପାଧି ପାଇଥିଲେ ।
  2. ସର୍ଦାର ବଲ୍ଲଭଭାଇ ପଟେଲଙ୍କୁ ‘ଲୌହମାନବ’ କୁହାଯାଉଛି ।
  3. ଅରବିନ୍ଦ ୧୮୭୨ ମସିହାରେ ପଶ୍ଚିମବଙ୍ଗରେ  ଜନ୍ମଗ୍ରହଣ କରିଥିଲେ ।
  4. ୧୯୫୦ ମସିହାରେ ଅରବିନ୍ଦ ମୃତ୍ୟୁ ବାରଣ  କରିଥିଲେ ।
  5. ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ଭାରତ ଓ ପାକିସ୍ଥାନ ନାମକ ଦୁଇଟି ସ୍ଵତନ୍ତ୍ର ରାଷ୍ଟ୍ର ଗଠନ ହେଲା ।
  6. ଭାରତୀୟ ସମ୍ବିଧାନର ମୁଖ୍ୟ ପ୍ରଣେତା ଡଃ ବି. ଆର. ଆମ୍ବେଦକର ।
  7. ୧୯୬୯ ମସିହାରେ ଭାରତର ରାଷ୍ଟ୍ରପତି ଭି. ଭି. ଗିରି ଥିଲେ ।
  8. ‘ମରାଠା’ ଓ ‘କେଶରୀ’ ଦୁଇଟି ପତ୍ରିକା ବାଳ ଗଙ୍ଗାଧର ତିଳକ ପ୍ରକାଶ କରିଥିଲେ ।
  9. ‘ମରାଠା’ ପତ୍ରିକା ଇଂରାଜୀ ଭାଷାରେ ଓ ‘କେଶରୀ’ ପତ୍ରିକା ମରାଠୀ ଭାଷାରେ ପ୍ରକାଶିତ ହୋଇଥିଲା ।
  10. ଗାନ୍ଧୀ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କୁ ‘ବିବେକର ରକ୍ଷକ’ ବୋଲି କହିଥିଲେ ।

ବିଭାଗ – ୯

ପ୍ରଶ୍ନ

  1. ସର୍ଦାର ପଟେଲଙ୍କ ମହାନ ଦାନ କ’ ଣ ଥିଲା ?
  2. କିଏ ବମ୍ବେ କେସରୀ ନାମରେ ପରିଚିତ ?
  3. କିଏ କେଉଁ ଧର୍ମକୁ ‘ସବୁ ଧର୍ମର ଜନନୀ ’ ବୋଲି କହିଥିଲେ ?
  4. କିଏ ‘ଲୋକନାୟକ’ ଭାବେ ଇତିହାସ ପ୍ରସିଦ୍ଧ ?
  5. ‘ବାବା ସାହେବ’ ଭାବରେ କିଏ ଇତିହାସ ପ୍ରସିଦ୍ଧ ?
  6. କିଏ କହିଥିଲେ ’ସ୍ଵାଧୀନତା ମୋର ଜନ୍ମଗତ ଅଧିକାର’ ?
  7. ଲାଲ ଲଜପତ୍  ରାୟ କିଏ ?
  8. ୧୯୬୨ ମସିହା କାହିଁକି ପ୍ରସିଦ୍ଧ ?
  9. ହଳଦୀଘାଟ ଯୁଦ୍ଧ କେବେ ସଂଗଠିତ ହୋଇଥିଲା ?
  10. ‘ଭାରତ  ଛାଡ’  କିଏ ଡାକରା ଦେଇଥିଲେ ?

ଉତ୍ତର

  1. ସର୍ଦାର ପଟେଲଙ୍କ ମହାନ ଦାନ ଦେଶୀୟ ରାଜ୍ୟ ଗୁଡିକର ମିଶ୍ରଣ ଥିଲା ।
  2. ଫିରୋଜ ଶାହ  ମେହେତା ବମ୍ବେ କେସରୀ ନାମରେ ପରିଚିତ ।
  3. ବିବେକାନନ୍ଦ ହିନ୍ଦୁ  ଧର୍ମକୁ ‘ସବୁ ଧର୍ମର ଜନନୀ ’ ବୋଲି କହିଥିଲେ ।
  4. ଜୟପ୍ରକାଶ ନାରାୟଣ ‘ଲୋକନାୟକ’ ଭାବେ ଇତିହାସ ପ୍ରସିଦ୍ଧ ।
  5. ‘ବାବା ସାହେବ’ ଭାବରେ ବି. ଆର. ଆମ୍ବେଦକର ଇତିହାସ ପ୍ରସିଦ୍ଧ ।
  6. ବାଳ ଗଙ୍ଗାଧର ତିଳକ କହିଥିଲେ ’ସ୍ଵାଧୀନତା ମୋର ଜନ୍ମଗତ ଅଧିକାର’ ।
  7. ଲାଲ ଲଜପତ୍  ରାୟ ସ୍ଵାଧୀନତା ସଂଗ୍ରାମୀ ।
  8. ୧୯୬୨ ମସିହା ଭାରତ – ଚୀନ ଯୁଦ୍ଧ ସଂଗଠିତ ହୋଇଥିଲା ।
  9. ହଳଦୀଘାଟ ଯୁଦ୍ଧ ୧୮୭୬ ଖ୍ରୀ:ଅ: ରେ ସଂଗଠିତ ହୋଇଥିଲା ।
  10. ‘ଭାରତ  ଛାଡ’  ମହାତ୍ମାଗାନ୍ଧୀ ଡାକରା ଦେଇଥିଲେ ।

ବିଭାଗ – ୧୦

ପ୍ରଶ୍ନ

  1. ମହାଭାରତର ରଚୟିତା କିଏ ?
  2. ଭାରତର ସବୁଠାରୁ ବଡ ମରୁଭୁମି କିଏ ?
  3. ଭାରତର ସବୁଠାରୁ ବଡ ଚିଡିଆଖାନା କେଉଁଠି ?
  4. ଭାରତର ସବୁଠାରୁ ବଡ ନଦୀ କିଏ ?
  5. ଶିଖମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥର ନାମ କ’ ଣ ?
  6. ଭାରତର ଜାତୀୟ ପଶୁ  ନାମ କ’ ଣ ?
  7. ଭାରତର ଜାତୀୟ ଫୁଲ କ’ ଣ ?
  8. ଭାରତର ଜାତୀୟ ପକ୍ଷୀ କିଏ ?
  9. ଖ୍ରୀଷ୍ଟିୟାନ ମାନଙ୍କ ପ୍ରଧାନ ଧର୍ମଗ୍ରନ୍ଥର ନାମ କ’ ଣ ଅଟେ ଓ ସେମାନଙ୍କର ଉପାସନା ସ୍ଥଳର ନାମ କ’ ଣ ?
  10. ଜାତୀୟ ପତାକାରେ ଥିବା ‘ଚକ୍ର’ ରେ କେତୋଟି  ‘ଅଖ’ ଥାଏ ?

ଉତ୍ତର

  1. ମହାଭାରତର ରଚୟିତା ବ୍ୟାସଦେବ ।
  2. ଭାରତର ସବୁଠାରୁ ବଡ ମରୁଭୁମି ଥର ।
  3. ଭାରତର ସବୁଠାରୁ ବଡ ଚିଡିଆଖାନା କଲିକତା ଆଲିପୁର ଚିଡିଆଖାନା ।
  4. ଭାରତର ସବୁଠାରୁ ବଡ ନଦୀ ଗଙ୍ଗା ।
  5. ଶିଖମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥର ନାମ ଗ୍ରନ୍ଥ ସାହିବ ।
  6. ଭାରତର ଜାତୀୟ ପଶୁ  ନାମ ବାଘ ।
  7. ଭାରତର ଜାତୀୟ ଫୁଲ ପଦ୍ମ ।
  8. ଭାରତର ଜାତୀୟ ପକ୍ଷୀ ମୟୂର ।
  9. ଖ୍ରୀଷ୍ଟିୟାନ ମାନଙ୍କ ପ୍ରଧାନ ଧର୍ମଗ୍ରନ୍ଥର ନାମ ବାଇବେଲ ଅଟେ ଓ ସେମାନଙ୍କର ଉପାସନା ସ୍ଥଳର ନାମ ଚର୍ଚ୍ଚ ।
  10. ଜାତୀୟ ପତାକାରେ ଥିବା ‘ଚକ୍ର’ ରେ ୨୪ ଟି  ‘ଅଖ’ ଥାଏ ।

ବିଭାଗ – ୧୧

ପ୍ରଶ୍ନ

  1. ଭାରତର ପ୍ରଥମ ସାଧାରଣ ନିର୍ବାଚନ କେବେ ହୋଇଥିଲା ?
  2. ଭାରତର ବ୍ୟାଙ୍କ ଗୁଡିକର ଜାତୀୟକରଣ କେବେ ହୋଇଥିଲା ?
  3. କେବେ ହରିୟାନା ରାଜ୍ୟ ଗଠନ ହେଲା ?
  4. ଜବାହାରଲାଲ ନେହେରୁ କେବେ ମୃତ୍ୟୁବରଣ କରିଥିଲେ ?
  5. ନାଦିରଶାହା କେବେ ଭାରତ ଆକ୍ରମଣ କରିଥିଲେ ?
  6. ଭାରତକୁ କେବେ ଜଳପଥ ଆବିଷ୍କୃତ ହେଲା ?
  7. ଭାରତ କେଉଁଠି ତାର ଆଣବିକ ବିସ୍ଫୋରଣ ପରୀକ୍ଷା ୧୯୭୪ ମସିହା ମେ ମାସ ୧୮ ତାରିଖ ଦିନ ସମ୍ପାଦନ କରିଥିଲା?
  8. କାହିଁକି ୧୬୦୦ ଖ୍ରୀ:ଷ୍ଟାଦ୍ଦ ପ୍ରସିଦ୍ଧ ?
  9. କେବେ ଭାରତ ବ୍ରିଟିଶ ପାର୍ଲାମେଣ୍ଟ ଦ୍ଵାରା ଶାସିତ ହେଲା ?
  10. କେବେ ଭାରତ ସରକାର ଆଇନ୍ ପ୍ରଣିତ ହେଲା ?

ଉତ୍ତର

  1. ଭାରତର ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା ।
  2. ଭାରତର ବ୍ୟାଙ୍କ ଗୁଡିକର ଜାତୀୟକରଣ ୧୯୭୦ ମସିହାରେ ହୋଇଥିଲା ।
  3. ୧୯୬୬ ମସିହାରେ ହରିୟାନା ରାଜ୍ୟ ଗଠନ ହେଲା ।
  4. ଜବାହାରଲାଲ ନେହେରୁ ୧୯୬୪ ମସିହା ମେ ମାସ ୨୭ ତାରିଖ ଦିନ ମୃତ୍ୟୁବରଣ କରିଥିଲେ ।
  5. ନାଦିରଶାହା ୧୭୩୯ ମସିହା ଭାରତ ଆକ୍ରମଣ କରିଥିଲେ ।
  6. ଭାରତକୁ ୧୪୯୮ ମସିହାରେ ଜଳପଥ ଆବିଷ୍କୃତ ହେଲା ।
  7. ଭାରତ ରାଜସ୍ଥାନର ପୋଖରାନଠାରେ ଆଣବିକ ବିସ୍ଫୋରଣ ପରୀକ୍ଷା ୧୯୭୪ ମସିହା ମେ ମାସ ୧୮ ତାରିଖ ଦିନ ସମ୍ପାଦନ କରିଥିଲା ।
  8. ୧୬୦୦ ଖ୍ରୀ:ଷ୍ଟାଦ୍ଦରେ ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା ଲାଭ କଲା ।
  9. ୧୮୮୫ ଖ୍ରୀଷ୍ଟାଦ୍ଦଠାରୁ ଭାରତ ବ୍ରିଟିଶ ପାର୍ଲାମେଣ୍ଟ ଦ୍ଵାରା ଶାସିତ ହେଲା ।
  10. ୧୯୩୫ ମସିହାରେ ଭାରତ ସରକାର ଆଇନ୍ ପ୍ରଣିତ ହେଲା ।

ବିଭାଗ – ୧୨

ପ୍ରଶ୍ନ

  1. ୧୯୭୨ ମସିହା ଜୁଲାଇ ୩ ତାରିଖ କାହିଁକି ପ୍ରସିଦ୍ଧ ?
  2. ଦାଣ୍ଡି ସ୍ଥାନଟି କେଉଁଠି ଅବସ୍ଥିତ ?
  3. ରାମ ଚରିତ ମାନସ କିଏ ରଚନା କରିଥିଲେ ?
  4. ‘ବିଗିନିଂ ଅଫ ଦି ଏଣ୍ଡ’ ପୁସ୍ତକର ରଚୟିତା କିଏ ?
  5. କେବେ ଷଢେଇକଳା ଓ ଖରସୁଆଁ ଓଡିଶା ସହିତ ମିଶ୍ରଣ ହୋଇଥିଲା ?
  6. ଭାରତୀୟ ସ୍ଵାଧୀନତା ସଂଘ କିଏ ଗଠନ କରିଥିଲେ ?
  7. କେବେ ଓ କେଉଁଠି ଦ୍ଵିତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ?
  8. ତୃତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ?
  9. ୧୫୨୬ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ?
  10. ୧୫୪୦ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ?

ଉତ୍ତର

  1. ୧୯୭୨ ମସିହା ଜୁଲାଇ ୩ ତାରିଖ ଭାରତ ଓ ପାକିସ୍ଥାନ ମଧ୍ୟରେ ସିମଲା ଚୁକ୍ତି ସମ୍ପାଦିତ ହୋଇଥିଲା ।
  2. ଦାଣ୍ଡି ସ୍ଥାନଟି ଗୁଗୁରାଟର ଅହମଦାବାଦଠାରୁ ପ୍ରାୟ ୨୦୦ କି.ମି. ଦୂରରେ ସମୁଦ୍ରଉପକୂଳରେ ଅବସ୍ଥିତ ।
  3. ରାମ ଚରିତ ମାନସ ତୁଲସୀ ଦାସ ରଚନା କରିଥିଲେ ।
  4. ‘ବିଗିନିଂ ଅଫ ଦି ଏଣ୍ଡ’ ପୁସ୍ତକର ରଚୟିତା ଡଃ ହରେକୃଷ୍ଣ ମହତାବ ।
  5. ୧୯୪୮ ମସିହା ଜାନୁୟାରୀ ମାସ ୧ ତାରିଖ ଦିନ ଷଢେଇକଳା ଓ ଖରସୁଆଁ ଓଡିଶା ସହିତ ମିଶ୍ରଣ ହୋଇଥିଲା ।
  6. ଭାରତୀୟ ସ୍ଵାଧୀନତା ସଂଘ ମହାନ ବିପ୍ଳବୀ ରାସବିହାରୀ ବୋଷ ଗଠନ କରିଥିଲେ ।
  7. ୧୯୩୧ ମସିହାରେ ଲଣ୍ଡନ ଠାରେ ଦ୍ଵିତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ।
  8. ୧୯୩୨ ମସିହା ନଭେମ୍ବର ମାସରେ ତୃତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ।
  9. ୧୫୨୬ ମସିହାରେ ପ୍ରଥମ ପାନିପଥ ଯୁଦ୍ଧ ସଂଗଠିତ ହୋଇଥିଲା ।
  10. ୧୫୪୦ ମସିହାରେ ଚୌସା ଯୁଦ୍ଧ ହୋଇଥିଲା ।

ଆଧାର – ଇତିହାସ ପୃଷ୍ଠା

Last Modified : 6/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate