অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଜ୍ଞାନ କୁଇଜ ଭାଗ -୧

ବିଭାଗ - ୧

ପ୍ରଶ୍ନ

  1. ବିଜ୍ଞାନ କୁଇଜ ଭାଗ -୧‘ସିଦ୍ଧାନ୍ତ ଦର୍ପଣ କେଉଁ ମହାନ୍ ବୈଜ୍ଞାନିକଙ୍କ କୃତୀ ?
  2. ଆସ୍ପିରିନ୍ରର ଉଦ୍ଭାବକ କିଏ     ?
  3. ୧ ସେଣ୍ଟିମିଟର = କେତେ ଇଞ୍ଚ  ?
  4. ମଣିଷର କାନ ଅତି ବେଶିରେ କେତେ ତୀବ୍ରତାର ଧ୍ୱନି ସହିପାରେ ?
  5. ଫିଜିଓଲୋଜି ଓ ଭେଷଜ ବିଜ୍ଞାନ ପାଇଁ ୧୯୯୧ ନୋବେଲ ପୁରସ୍କାର କିଏ ପାଇଛନ୍ତି  ?
  6. ଆମ ସୌରଜଗତର ଶନି ବ୍ୟତୀତଅନ୍ୟ କେଉଁ ଗ୍ରହର ବଳୟ ଅଛି ବୋଲି  ଆନୁମାନ କରାଯାଉଛି ?
  7. କଲେରା ରୋଗର ଜୀବାଣୁ ନାମ କଣ ?
  8. ପରମାଣୁ ବୋମା ପ୍ରଥମେ କେଉଁ ବୈଜ୍ଞାନିକ ପ୍ରସ୍ତୁତ କରିଥିଲେ ?
  9. ସୂର୍ଯ୍ୟଙ୍କଠାରୁ ଆସୁଥିବା ସମସ୍ତ ବିକିରଣର କେତେକ ଅଂଶଆମର ପ୍ରକୃତ  ଆବଶ୍ୟକ ପଡିଥାଏ ?
  10. ଯଦି ଆମ ବାୟୁମଣ୍ଡଳରେ ଏବେ ଥିବା ଅଙ୍ଗରକାମ୍ଲ ଗ୍ୟାସର ପରିମାଣ ଦୁୟୀଗୁଣିତ ହୁଏ ତେବେ ବାୟୁମଣ୍ଡଳ ହାରାହାରି ତାପମାତ୍ରା କିପରି ପରିବର୍ତ୍ତନ   ହେବ ?

ଉତ୍ତର

  1. ପାଠାଣି ସାମନ୍ତଙ୍କ ନାମରେ ଓଡିଶାର ପୁରପଲ୍ଲୀରେ ପରିଚିତ ସାମନ୍ତ ଚନ୍ଦ୍ର  ଶେଖର ମହାପାତ୍ର ହେଉଛନ୍ତି ସିଦ୍ଧାନ୍ତ ଦର୍ପଣର ସ୍ରଷ୍ଟା।
  2. ୧୮୮୯ ମସିହାରେ ଜର୍ମାନୀର ବିଶେଷଜ୍ଞ ଡ୍ରେସର ଆସ୍ପିରିନ ଉଦ୍ଭାବନ  କରିଥିଲେ ।
  3. ୧ ସେ। ॰ମି =୦.୩୯୪ ଇଞ୍ଚ ।
  4. ମଣିଷର କାନ ପର୍ଦ୍ଦା ଅତି ବେଶିରେ ୧୨୦ ଡେସିବେଲ ତୀବ୍ରତାର ଧ୍ୱନି ସହ୍ୟ   କରିପାରିବ ଧ୍ୱନିର ତୀବ୍ରତା ତା’ଠୁଁ ଅଧିକହେଲେ ପର୍ଦ୍ଧା ଫାଟିଯାଇପାରେ ବା  ବଧିରତା ସୃଷ୍ଟି ହୋଇ ପାରେ ।
  5. ଜର୍ମାନୀର ୨ ଜଣ ବୈଜ୍ଞାନିକ ଏରୱିନ ନେହେରଓ ବଟ ସ୍ୟାକ୍ ମ୍ୟାନ୍ ଫିଜିଓଲୋଜି ଓ ଭେଷଜ ବିଜ୍ଞାନ (ମେଡିସିନ୍) ପାଇଁ ୧୯୯୧ ରେ ନୋବେଲ  ପୁରସ୍କାର ପାଇ ଛନ୍ତି ।
  6. ଭୟେଜର -୨ ଯାନର ତଥ୍ୟ ଆନୁଯାୟୀ ଶନି ବ୍ୟତୀତ ନେପ୍ ଚ୍ୟୁନ ଗ୍ରହର  ମଧ୍ୟରେ ୫ ଟି ବଳୟ ରହିଛି ।
  7. କଲେରା ବା ହଇଜା ରୋଗର ଜୀବାଣୁ ହେଉଛି ବ୍ୟାସିଲସ୍ ନାମକ ବ୍ୟକ୍ଟେରିୟା ଏହାକୁ ଭିବ୍ରିଓ କଲେରା ମଧ୍ୟ କୁହାଯାଏ।
  8. ଅଟୋ ହ୍ୟାନ
  9. ସୂର୍ଯ୍ୟଙ୍କ ଠାରୁ ଆସୁଥିବା ବିକିରଣର ମାତ୍ରା ।୦.୦୨ % ଅଂଶ ହିଁ ଆମେ ଆବଶ୍ୟକ   କରିଥାଉ ।
  10. ବାୟୁମଣ୍ଡଳ ରେ ଅଙ୍ଗାରକାମ୍ଳ ଗ୍ୟାସ ର ପରିମାଣ ଦ୍ଵି ଗୁଣିତ ହେଲେ   ବାୟୁମଣ୍ଡଳର ଉତ୍ତାପ ୧.୫ ଡିଗ୍ରୀରୁ ୪.୫ ଡିଗ୍ରୀ ସେଣ୍ଟିଗ୍ରେଡ ବଢିଯିବ ।

ବିଭାଗ - ୨

ପ୍ରଶ୍ନ

  1. ଓଜୋନ ଏକ ନିଷ୍କ୍ରିୟ ଗ୍ୟାସ କି ?
  2. ବିଶ୍ଵବ୍ରଦ୍ମଣ୍ଡର କେନ୍ଦ୍ର ପୃଥିବୀ ନୁହେଁ ବୋଲି ପ୍ରଥମେ କେବେ ଓ କେଉଁ ପାଶ୍ଚାତ୍ୟ ବୈଜ୍ଞାନିକ ଘୋଷଣା କଲେ ?
  3. ଆଲୋକରଶ୍ମିର ଏକ ଅଦୃଶ୍ୟ ଚାପ ରହିଛି ବୋଲି କିଏ ଆବିଷ୍କାର କରିଥିଲେ ?
  4. ବିଶ୍ଵବ୍ରଦ୍ମଣ୍ଡର ‘ଅବିରାମ ସୃଷ୍ଟି ମତବାଦ କେଉଁ ବୈଜ୍ଞାନିକ ପ୍ରକାଶ କରିଥିଲେ ?
  5. ଗୋଟିଏ ମୁକ୍ତ କ୍ଳୋରିନ ଆଣୁ କେତୋଟି ଓଜନ ଅଣୁକୁ ଭାଙ୍ଗି ନଷ୍ଟ  କରିଦେଇପାରେ ?
  6. କେଉଁ ଉଦ୍ଭିଦକୁ ‘ବୁଢା ମଣିଷ ଦାଢି ‘ ବୋଲିକୁହାଯାଏ ?
  7. ହୟାଲିଙ୍କ ଧୂମକେତୁ କେତେ ବର୍ଷ ଅନ୍ତରରେ ଥରେ ପୃଥିବୀର ନିକଟବରତି  ହୋଇଥାଏ ?
  8. ମ୍ୟାଗ୍ନେସିୟମ ଫିତା ଖଣ୍ଡେ ଜଳାଇଲେ କେଉଁ ରଙ୍ଗର ଆଲୋକ ଶିଖା ବାହାରେ ?
  9. କେଉଁ ବୈଜ୍ଞାନିକ ମାଧ୍ୟା କର୍ଷଣ ଶକ୍ତି ବିଷୟରେ ବିଶ୍ଵକୁ ଧାରଣା ଦେଇଥିଲେ ?
  10. ‘ସିଷ୍ଟମ୍ ଅଫ୍ ଦି ୱାଲର୍ଡ’ ଲେଖକ କିଏ ?

ଉତ୍ତର

  1. ଓଜନ ଏକ ନିଷ୍କ୍ରିୟ ଗ୍ୟାସ ନୁହେଁ ।
  2. ପୃଥିବୀ ବିଶ୍ଵବ୍ରହ୍ମାଣ୍ଡର କେନ୍ଦ୍ର ନୁହେଁ ବୋଲି ୧୫୪୩ ମସିହାରେ ପୋଲାଣ୍ଡ   ଜ୍ୟୋତିର୍ବିଜ୍ଞାନୀ ନିକୋଲାସ କୋପରନିକସ ଘୋଷଣା କରିଥିଲେ ।
  3. ଆଲୋକରଶ୍ମୀର ଏକ ଅଦୃଶ୍ୟ ଚାପ ରହିଛି ବୋଲି ଗତ ଶତାବ୍ଦୀର ଶେଷ  ଦଶକରେ ରୁଷୀୟ ପଦାର୍ଥ ବିଜ୍ଞାନୀ ପିଓତର ଲିଭେଦେଭ ଆବିଷ୍କାର କରିଥିଲେ ।
  4. ଥୋମାସ୍ ଗୋଲଡ୍ ଓ ନର୍ମାନ ବଣ୍ଡି ଅବିରାମ ସୃଷ୍ଟି ମତବାଦର ପ୍ରଣେତା ।
  5. ଗୋଟିଏ ମୁକ୍ତ କ୍ଳୋରିନ ଅଣୁ ପ୍ରାୟ ୧୦୦,୦୦୦  ଟି ଓଜୋନ ଆଣୁକୁ ଭାଙ୍ଗି   ଦେଇପାରେ ।
  6. ‘ଆସ୍ନିଆ ‘ ନାମକ ଏକ ଉଦ୍ଭିଦ (pteridophyte) କୁ “ବୁଢାମଣିଷର  ଦାଢି” ବୋଲି କୁହାଯାଏ
  7. ହ୍ୟାଲିଙ୍କ ଧୂମକେତୁ ପ୍ରତି ୭୬ ବର୍ଷରେ ଥରେ ପୃଥିବୀକୁ ଦୃଷ୍ଟି ଗୋଚର ହୋଇ  ଥାଏ ।
  8. ମ୍ୟାଗ୍ନେସିୟମ ଫିତା ଖଣ୍ଡେ ଜଳାଇଲେ  ଉଜ୍ଵଳନୀଳ ରଙ୍ଗର ଆଲୋକଶିଖା ପ୍ରଦାନ  କରେ ।
  9. ସାର୍ ଆଇଜାକ ନିଉଟନ ସର୍ବେ ପ୍ରଥମେ ମାଧ୍ୟାକର୍ଷଣ ଶକ୍ତି ବିଷୟରେ ବିଶ୍ଵକୁ  ଧାରଣା ଦେଇଥିଲେ ।
  10. ସିଷ୍ଟମ୍ ଅଫ୍ ଦି ୱାଲର୍ଡ’ ର ଲେଖା କ ହେଲେ ନିଉଟନ୍ ।

ବିଭାଗ - ୩

ପ୍ରଶ୍ନ

  1. ବିଶ୍ଵବ୍ରହ୍ମାଣ୍ଡରେ ଗୁଡିଏ ନିହାରିକା ବା ଛାୟା ପଥ ରହିଛି ବୋଲି ପ୍ରଥମେ କିଏ  କହିଥିଲେ ?
  2. ‘ବିଗବ୍ୟାଙ୍ଗ’ ମତବାଦ କିଏ ଘୋଷଣା କରିଥିଲେ ?
  3. ସୂର୍ଯ୍ୟଙ୍କ ଦେହରୁ ଆସୁଥିବା ତାପ ବିକିରଣରୁ ପୃଥିବୀର ଓଜୋନ୍ ସ୍ତର କେତେ ତାପ  ଆହାରଣ କରିଥା ଏ ?
  4. ସୂର୍ଯ୍ୟଙ୍କ ବ୍ୟତୀତ ପୃଥିବୀର ଅନ୍ୟ ନିକଟତମ ତାରକା କିଏ ?
  5. ଭୂମିକମ୍ପ ସାଧାରଣତଃ କେତେ ପ୍ରକାରର ?
  6. ପୃଥିବୀ ପୃଷ୍ଟରେ ମୋଟ କେତେ ପରିମାଣରେ ଜଳ ରହିଛି ?
  7. ଗୋଟିଏ ସୁସ୍ଥ ଜୀବକୋଷର ଶତକଡା କେତେ ଭାଗ ପାଣି ଥାଏ ?
  8. ମଣିଷ ଶରୀରେ ଶତକଡା କେତେ ଭାଗ ଗନ୍ଧକ ଥାଏ ?
  9. ବିଦ୍ୟୁତ ଚାର୍ଜର ଆକର୍ଷଣ ଓ ବିକର୍ଷଣ ସମ୍ପର୍କୀୟ ନିୟମ କିଏ ବ୍ୟବାହାର କରିଥିଲେ ?
  10. ଭୂତାଣୁର ଆବିଷ୍କାରକ  କିଏ ?

ଉତ୍ତର

  1. ଆମେରିକୀୟ ମହାକାଶ ବିଜ୍ଞାନୀ ଏଡୱିନ୍ ପି । ହୋବଲ୍ ବିଶ୍ଵବ୍ରହ୍ମାଣ୍ଡରେ ଗୁଡିଏ ଛାୟା ପଥ ରହିଛି ବୋଲି ପ୍ରଥମେ ଦର୍ଶାଇ ଥିଲେ ।
  2. ବେଲଜିୟମର ଜଣେ ଧର୍ମଯାଜକ ତଥା ମହାକାଶ ବିଜ୍ଞାନୀ ଆଏବ ଜର୍ଜି  ଲୋମାଟେରଙ୍କ ବିଶ୍ଵ ସୃଷ୍ଟି ସମ୍ପର୍କରେ ମତକୁ ପରେ ବିଗବ୍ୟାଙ୍ଗ ମତବାଦ କୁହାଗଲା ।
  3. ପୃଥିବୀର ଓଜୋନ ସ୍ତର ସୂର୍ଯ୍ୟଙ୍କ ପାଖରୁ ଆସୁ ଥିବା ତାପଶକ୍ତି ବିକିରଣର ଶତକଡା ୨ଭାଗ ଆହାରଣ କରିଥାଏ।
  4. ସୂର୍ଯ୍ୟଙ୍କୁ ବାଦ ଦେଲେ ପୃଥିବୀର ନିକଟତମ ତାରକା ହେଲା ପ୍ରକସିମା ସେଣ୍ଟାଉରୀ। ଏହା ପୃଥିବୀ ଠାରୁ ୪.୨ ଆଲୋକ ବର୍ଷ ଦୂରରେ ଅବସ୍ଥିତ ।
  5. ଭୂମିକମ୍ପ ସାଧାରଣତଃ ୨ ପ୍ରକାର ଅଗ୍ନି ଉଦ୍ଗୀରଣଜନିତ ଓ ଶିଳା ଚ୍ୟୁତଜନିତ ।
  6. ପୃଥିବୀ ପୃଷ୍ଟରେ ମୋଟ ପ୍ରାୟ ୧,୪୬୦,୦୦୦,୦୦୦,ଘନ କିଲୋମିଟର   ପରିମାଣରେ ଜଳରହିଛି ବୋଲି ଏକ ହିସାବରୁ ଜଣାଯାଏ ।
  7. ଗୋଟିଏ ସୁସ୍ଥ ଜୀବକୋଷରେ ପ୍ରାୟ ୭୦ ପରିସତ ପାଣି ରହିଥାଏ ।
  8. ମଣିଷ ଶରୀରରେ ଶତକଡା ୦.୨୫ ଭାଗ ଗନ୍ଧକ ଥାଏ ।
  9. ଫ୍ରାନ୍ସର ଚାର୍ଲସ୍ ଅଗଷ୍ଟିନ୍ କୁଳମ୍ବ ବିଦ୍ୟୁତ୍ ଚାର୍ଜର ଆକର୍ଷଣ ଓ ବିକର୍ଷଣର ନିୟମ  ବାହାର କରିଥିଲେ ।
  10. ଡିମିଟ୍ରି ଇଭାନୋଭିସ୍କି ୧୮୯୨ ମସିହାରେ ପ୍ରଥମେ ଭାଇରସ ବା ଭୂତାଣୁ ଆବିଷ୍କାର  କରିଥିଲେ ।

ବିଭାଗ - ୪

ପ୍ରଶ୍ନ

  1. ୱାଟସନ୍ ଓ କ୍ରିକ  ସର୍ବ ପ୍ରଥମେ ଡି ,ଏନ,ଏ ର ଗଠନ (ଡବଲ ହେଲିକ୍ସ ସଂରଚନା ) ବିଷୟରେ ଧାରଣା ଦେଇଥିଲେ ?
  2. ଡି,ଏନ୍,ଏ ୪ ଟି ରାସାୟନିକ ଦ୍ରବ୍ୟର ସଂଯୋଜନାରେ ଗଠିତ । ଏହି ଦ୍ରବ୍ୟ ଗୁଡିକୁ  ସାଧାରଣତଃ ଏ ,ଜି,ସି ଓ ଟି କୁହାଯାଇଥାଏ । ତେବେ ଏହି ଅକ୍ଷର ଗୁଡିକର ପ୍ରକୃତ ଅର୍ଥ କଣ ?
  3. ବରଗଛ ର ବୈଜ୍ଞାନିକ ନାମ କଣ ?
  4. ସୂର୍ଯ୍ୟଙ୍କ କିରଣ ମହାଶୂନ୍ୟ ଦେଇ  ଆସି ପୃଥିବୀପୃଷ୍ଠରେ ପଡିବାକୁ କେତେ ସମୟ ଲାଗେ ?
  5. ଆଇ, ଆର, ଏସ -୧ (କ) ନାମକ ଉପଗ୍ରହକୁ କେବେ ମହାକାଶ କୁ ପଠାଯାଇଥିଲା ?
  6. ସମାନ ଓଜନର ବରଫ ଓ ପାଣି ଅଲଗା ଅଲଗା ନେଇ ବରଫକୁ ତରଳାଇ ଦେଲେ  କାହାର ପରିମାଣ ଅଧିକ ହେବ
  7. ଏକ କିଲୋ ଗ୍ରାମ ଲୁହା ଓ ଏ କିଲୋଗ୍ରାମ ତୁଳା ନେଇ ପୁଣି ଏହାକୁ ବାୟୁ ସ୍ଥାନରେ  ଓଜନ କଲେ କାହାର ଓଜନ ଅଧିକା  ହବ ?
  8. ମଣିଷ ହୃତପିଣ୍ଡଓ ବେଙ୍ଗ ହୃତପିଣ୍ଡ ମଧ୍ୟ ରେ ମୌଳିକ ପଭେଦ  କଣ ?
  9. ସେଫଟି ଲ୍ୟାମ୍ପର ଉଦ୍ଭାବକ କିଏ ?
  10. ରିକେଟ୍ ରୋଗ ଏକ ଭୂତାଣୁ ଜନିତ ରୋଗ କି ?

ଉତ୍ତର

  1. ୱାଟସନ ଓ କ୍ରିକ୍ ଡି ,ଏନ,ଏ,ର,(ଡବଲ ହେଲିକ୍ସ ସଂରଚନା) ବିଷୟରେ ଦେଇଥିବା  ଧାରଣା 'ନେଚର ' ପତ୍ରିକାରେ ପ୍ରକାଶିତ ହୋଇଥିଲା ।
  2. ଏ-ଆଡେନାଇନ, ଜି-ଗୁଆନିନ୍ ,ସି-ସାଇଟୋସିନ , ଟି-ଥାୟାମିନ୍ ।
  3. ବରଗଛର ବୈଜ୍ଞାନିକ ନାମ ହେଲା ଫିକସ୍ ବେଘାଂ ଲେନ୍ସିସ୍ ।
  4. ସୂର୍ଯ୍ୟଙ୍କ କିରଣ ମହାଶୂନ୍ୟ ଦେଇ ଆସି ପୃଥିବୀପୁଷ୍ଟରେ ପଡିବାକୁ ୮ ମିନିଟ ସମୟ ନେଇଥାଏ ।
  5. ଆଇ ,ଆର,ଏସ -୧ (କ) ମହାକାଶ ଯାନକୁ ୧୯୮୮ ମସିହା ମାର୍ଚ ୧୭ ତାରିଖରେ ମହାକାଶକୁ ଛଡା ଯାଇଥିଲା
  6. ସମାନ ଓଜନର ବରଫ ଓ ପାଣି ନେଇ ବାଫକୁ ତରଲାଇ ଦେଲେ ଉଭୟଙ୍କର  ପରିମାଣ ସମାନ ହେବ ।
  7. ତୁଳାର ଉଜାଣ ଆଧିକା ହେବ ।
  8. ମଣିଷ ହୃତପିଣ୍ଡରେ ୪ ଟି କୋଠରି ଥାଏ ମାତ୍ର ବେଙ୍ଗର ହୃତପିଣ୍ଡରେ ୩ ଟି କୋଠରି  ଥାଏ ।
  9. ସାର ହାମ୍ପ୍ରି ଦେଭି ହେଉଛନ୍ତି ସେପ୍ଟି ଲାମ୍ପର ଉଦ୍ଭାବକ ।
  10. ରିକେଟ୍ ଭୂତାଣୁଜନିତ ରୋଗ ନୁହେଁ ।

ବିଭାଗ - ୫

ପ୍ରଶ୍ନ

  1. ଭକ୍ୟୁମ ଭିତରେ ଶବ୍ଦର ସେକେଣ୍ଡ ପିଛା ବେଗ କେତେ ?
  2. ଚୁମ୍ବକ ତମ୍ବାକୁ ଆକର୍ଷଣ କରେ କି ?
  3. ବିବର୍ତ୍ତନବାଦ ବିଷୟରେ ପ୍ରଥମେ କେଉଁ ବୈଜ୍ଞାନିକ ଧାରଣା ଦେଇଥିଲେ ?
  4. ଅସରପା ଓ ଚିଙ୍ଗୁଡି କେଉଁ ଶ୍ରେଣୀର ପ୍ରାଣୀ ?
  5. ଧାନଗଛର ବୈଜ୍ଞାନିକ ନାମ କ’ଣ ?
  6. ଗୋଟିଏ ପରିବାହିର ଦୁଇ ମୁଣ୍ଡରେ ଥିବା ବିଦ୍ୟୁତ ବିଭବ ପାର୍ଥକ୍ୟକୁ  କେଉଁ ଏକକରେ ମପାଯାଏ ?
  7. ରକ୍ତମନ୍ଦାର ଫୁଲ ଲାଲ କାହିଁକି ?
  8. ଏନଯାଇମ ଏକପ୍ରକାର ପ୍ରୋଟିନ କି ?
  9. ଅଷ୍ଟ୍ରୋଡୋମିକଳ ୟୁନିଟ  (AU) କ’ଣ ?
  10. ସୁନାର ପରୁମାନୁ ଓଜନ କେତେ ?

ଉତ୍ତର

  1. ଶବ୍ଦତରଙ୍ଗ  ଗତି କରିବା ପାଇଁ ଏକ ମାଧ୍ୟମ ଦରକାର କରିଥାଏ ଭାକ୍ୟୁମ୍ ବା ଶୂନ୍ୟତା  ଭିତରେ ତେଣୁ ଏହା ଆଦୈ ଗତି କରିପାରେ ନାହିଁ ।
  2. ଚୁମ୍ବକ  ତମ୍ଭାକୁ ଆକର୍ଷଣ କରି ନ ଥାଏ ।
  3. ବିବର୍ତ୍ତନବାଦ ସମ୍ପର୍କରେ ପ୍ରଥମେ ଚାର୍ଲସ ଡାରୱିନ୍ ସଠିକ ଭାବରେ ଧାରଣା ଦେଇଥିଲେ ।
  4. ଆସରପା ଓ ଚିଙ୍ଗୁଡି ‘ସନ୍ଧିପଦ’ ଜାତୀୟ ପ୍ରାଣୀ ।
  5. ଧାନଗଛର ବୈଜ୍ଞାନିକ ନାମ (ଉଦ୍ଭିଦ ବିଜ୍ଞାନ ସମ୍ମତ ) ହେଲା ଓରାଇଜ ସାଟିଭା ।
  6. ଗୋଟିଏ ପରିବାହିର ବିଦ୍ୟୁତ ବିଭବ ପାର୍ଥକ୍ୟକୁ ଭୌଲ୍ଟରେ ମପାଜାଏ ।
  7. ରକ୍ତମନ୍ଦାର ଫୁଲରେ ଅନେକ ରଙ୍ଗବିହୀ କନିକା ଥାଆନ୍ତି , ଯେଉଁମାନେ କି ସୂର୍ଯ୍ୟଙ୍କ କିରଣରୁ ଲାଲ ରଙ୍ଗ ବ୍ୟତୀତ ଅନ୍ୟସବୁ ରଙ୍ଗ ଶୋଷି ନେଇଥାନ୍ତି । ମାତ୍ର ଲାଳ ରଙ୍ଗକୁ  ଆହରଣ କରିନ ପାରି ପ୍ରତି ଫଳିତ କରନ୍ତି । (ଏହା କେବଳ ରକ୍ତମନ୍ଦାର ଫୁଲ ପାଇଁ  ନୁହେଁ, ପ୍ରତେକ ଲାଲ ଫୁଲ କ୍ଷେତ୍ରରେ ଘଟି ଥାଏ ତେଣୁ ଫୁଲଟି ଲାଲ ଦିଶେ ।
  8. ସବୁ ଏନ୍ଜାଇମ ପ୍ରୋଟିନ ଅଟନ୍ତି ।
  9. ନକ୍ଷତ୍ର ନକ୍ଷତ୍ର ମଧ୍ୟରେ ଥିବା ବ୍ୟାପକ ଦୂରତ୍ଵକୁ ମାପିବା ପାଇଁ  ବ୍ୟବହୃତ ଏକକକୁ  ଅଷ୍ଟ୍ରୋନୋମିକାଳ ୟୁନିଟ କୁହାଯାଏ । ୧ AU = ୯୨,୮୫୭,୦୦୦ ମାଇଲ ବା  ୧୪୯,୬୦୦,୦୦୦,କିମି ।
  10. ସୁନାର ପରମାଣୁ ଓଜନ ୧୯୬-୯୬୬୫-ବା ୧୯୭.୦ ।

ବିଭାଗ - ୬

ପ୍ରଶ୍ନ

  1. କଇଁଛ କେଉଁ ଶ୍ରେଣୀର ପ୍ରାଣୀ ?(ସ୍ତନ୍ୟପାୟୀ , ଉଭୟଚର , ସେରୀସୃପ )
  2. ଚଳନ୍ତା ଟ୍ରେନରେ ବସି ବଲଟିଏ  ସିଧା ଉପରକୁ ପକାଗଲେ ତାହା ପୁଣି ଆସି ହାତରେ ପଡିବ କି ?
  3. ସିନ୍ଥେଟିକ୍ (ରାସାୟନିକ ବା କୃତିମ ) ପେନ୍ସିଲିନ୍ର ପ୍ରସ୍ତୁତକର୍ତ୍ତା ଗତ କିଛି ବର୍ଷ ତଳେ ମୃତୁବରଣ କରିଛନ୍ତି । ତାଙ୍କ ନାମ କଣ ।
  4. ଅମ୍ଳଜାନ ଜଳରେ ଦ୍ରବଣୀୟ କି ?
  5. ଏ ପର୍ଯ୍ୟନ୍ତ  ଆବିଷ୍କୃତ  ହୋଇ ଥିବା ସବୁଠୁଁ ବଡ ଗ୍ରହାଣୁ ପୁଞ୍ଜ ନାମ କଣ ?
  6. ପରମାଣୁ ନାଭିକରେ ପ୍ରୋଟନ ଓ ନ୍ୟୁଟ୍ରନ ସଂଖ୍ୟା ସମାନ ଥାଏ କି ?
  7. ଭାରତରେ ଏ ପର୍ଯ୍ୟନ୍ତ କେତେ ପ୍ରକାର ପକ୍ଷୀ ଚିହ୍ନଟ ସାରିଲେଣି ?
  8. ଏବେ ଭାରତରେ ବର୍ଷକୁ କେତେ ହାରରେ ଜଙ୍ଗଲ ନଷ୍ଟ ହେଉ ଥିବାର ରେକଡ଼ କରାଯାଇଛି ?
  9. ଆଲୋକ ଭାସ୍ଲେସନ ପ୍ରକ୍ରିୟାରେ ବୃକ୍ଷଲତା ବାୟୁ ମଣ୍ଡଳୁ କେଉଁ ଗ୍ୟାସଗ୍ରହଣ କରିଥାନ୍ତି ?
  10. ପରମାଣବିକ ବିକିରଣ (ରଶ୍ମୀ)କେତେ ପ୍ରକାରର ?

ଉତ୍ତର

  1. କଇଁଛ ସରୀସୃପ ଶ୍ରେଣୀର ପ୍ରାଣୀ  ଅଟେ ।
  2. ଚଳନ୍ତା ଟ୍ରେନରେ ବସି ବଲଟିଏ ସିଧା ଉପରକୁ ପକାଇଲେ ତାହା ଫୁଣି ଆସି ହାତରେ ପଡିବ
  3. ସୁନ୍ଥେଟିକ୍  ପେନସିଲିନର ଉଦ୍ଭାବକ ହେଉଛନ୍ତି ଡଃ ଜନ୍ , ସି ସିହାନ୍ ।
  4. ଅମ୍ଳଜାନ ଜଳରେ ଦ୍ରବଣୀୟ ।
  5. ଏ ପର୍ଯ୍ୟନ୍ତ ଆବୀରସ୍କୃତ ଗ୍ରହାଣୁ ପୁଞ୍ଜ ମାନଙ୍କ ମଧ୍ୟରୁ ସେରେସ୍ ହେଉଛି ସବୁଠୁ ବଡ ଗ୍ରହାନୁପୁଞ୍ଜ
  6. ପରମାଣୁର ନାଭିକରେ  ଥିବା ପ୍ରୋଟନ ଓ ନିଉଟ୍ରନ ସଂଖ୍ୟା ସବୁବେଳେ ସମାନ ନୁହେଁ ।
  7. ଭାରତେ ଏ  ପର୍ଯ୍ୟନ୍ତ ୧୨ ହଜାରରୁ କିଛି ଆଧିକ ଜାତିର ପକ୍ଷୀ ଚିହ୍ନଟ ସରିଲାଣି
  8. ଏବେ ଭାରତରେ ବର୍ଷକୁ ପ୍ରାୟ ୧୩ ହଜାର ବର୍ଗ କି,ମି, ପରିମିତ ଜଙ୍ଗଲ ଅଞ୍ଚଳ କ୍ଷୟ ହୋଇ ଚାଲିଛି ।
  9. ଆଲୋକ ଭାଶ୍ଲେଷଣ ପ୍ରକ୍ରିୟା ରେ ବୃକ୍ଷଲତା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସଗ୍ରହଣ କରି ଥାନ୍ତି ।
  10. ପାରମାଣବିକ  ବିକିରଣ (ରଶ୍ମୀ) ୩ ପ୍ରକାର ।

ବିଭାଗ - ୭

ପ୍ରଶ୍ନ

  1. ଅସର୍ପା କେଉଁ ଜାତିର ପ୍ରାଣୀ ?
  2. ଆଲୋକର କେଉଁ ପ୍ରକ୍ରିୟା ବା (phenomenon) ଯୋଗୁଁ ମରୀଚିକା ସୃଷ୍ଟି ହୁଏ
  3. ଗୋଟିଏ ଦଣ୍ଡ ଚୁମ୍ବକର ଦୁଇ ପାର୍ଶ୍ଵ ଉତରମେରୁ ଓ ଦକ୍ଷିଣମେରୁ ସୂଚିତ କରେ । ଏହି ଚୁମ୍ବକଟିକୁ ମଝିରୁ ଦୁଇଖଣ୍ଡ କରି କେବଳ ଉତ୍ତରମେରୁ ପଟଟି ନିୟାଗଲା । ତା’ର ଭଙ୍ଗା ପଟଟି କେଉଁ ମେରୁ ସୁଚାଇବ ?
  4. ଗଛମାନେ ସେମାନଙ୍କ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ଜଳ ଭୂମିରୁ ସଂଗ୍ରହ କରନ୍ତି । ସେଗୁଡିକୁ ସେମାନେ କରନ୍ତି କଣ ।
  5. ଆମର ଶ୍ରବଣ ଜନ୍ତ୍ର ବା କର୍ଣ୍ଣକୁ କେତେ ଭାଗରେ ବିଭକ୍ତ କରାଯାଇପାରେ ?
  6. ବୁଧ ଗ୍ରହର ଆବର୍ତ୍ତନ ସମୟ ଓ ପରିକ୍ରମଣ ସମୟ କେତେ ?
  7. ଆଲୁମିନିୟମ ଧାତୁ ପିଣ୍ଡକୁ କଣ କୁହାଯାଏ ?
  8. ରେ (ରଶ୍ମୀ)ର ଉଦ୍ଭାବକ କିଏ ଓ କେବେ କରିଥିଲେ ?
  9. ଜଣେ ସୁସ୍ଥ ଲୋକର  ଶରୀରରେ କେତେ ଶତକଡା ମ୍ୟାଗ୍ନେସିୟମ ରହିଥାଏ ?
  10. ‘ଏକ୍ସ-ରେ’ ଦ୍ଵାରା ରକ୍ତନଳିଗୁଡ଼ିକର ଅଧ୍ୟୟନକୁ କଣ କୁହନ୍ତି ?

ଉତ୍ତର

  1. ଅସର୍ପା ସନ୍ଧିପଦ ଜାତୀୟ ପ୍ରାଣୀ ।
  2. ଆଲୋକର ପୂର୍ଣ୍ଣ ଆଭ୍ୟନ୍ତରୀଣ ପ୍ରତି ଫଳନ ଯୋଗୁଁ ମରୀଚିକା ସୃଷ୍ଟି ହୁଏ ।
  3. ଦଣ୍ଡ ଚୁମ୍ବକର ଭଙ୍ଗା ପଟଟି ଦକ୍ଷିଣ ମେରୁ ସୂଚାଇବ।
  4. ଭୂମିରୁ ଗ୍ରହଣ କରୁଥିବା ଆଧିକ ପରିମାଣର ଜଳକୁ ଗଛ ମାନେ ଟ୍ରାନ୍ସପିରେସନ ପ୍ରକ୍ରିୟାରେ ବାୟୁମଣ୍ଡଳୁ ପଠାଇ ଦିଅନ୍ତି । ତା’ ଛଡା ଅନ୍ୟ କେତେକ ଉପାୟରେ ଗଛ ମାନେ ମଧ୍ୟ ବଳକା ପାଣି ନିଷ୍କାସନ କରି ନେଇଥାନ୍ତି ।
  5. ଆମର ଶ୍ରବଣ ଜନ୍ତ୍ର ବା କର୍ଣ୍ଣର ୩ଟି ବିଭାଗ ରହିଛି ଅନ୍ତଃକର୍ଣ୍ଣ ମଧ୍ୟକର୍ଣ୍ଣ ଓ ବାହ୍ୟକର୍ଣ୍ଣ ।
  6. ପୂର୍ବରୁ ବୁଧ ଗ୍ରହର ଆବର୍ତ୍ତନ ଓ ପରିକ୍ରମଣ ସମୟକୁ ୮୮ ଦିନ ବୋଲି ଧାରା ଯାଉଥିଲା । ମାତ୍ର କେତେକ ଅତ୍ୟାଦଧୁନିକ ରାଡ଼ାର ପରୀକ୍ଷଣକୁ ଏବେ ଜଣାପଡୁଛି ଯେ ବୁଧ ଗ୍ରହର ଆବର୍ତ୍ତନ ସମୟ ୫୮୬୫ ଦିନ ଓ ପରିକ୍ରମଣ  ସମୟ ୮୮ ଦିନ
  7. ଆଲୁମିନିୟମ ଧାତୁ ପିଣ୍ଡକୁ ବକ୍ସାଇଟ୍ କୁହାଯାଏ ।
  8. ଜର୍ମାନୀର ୱିଲିୟମ ରଣ୍ଟଜେନ୍ ୧୮୮୯ ଖ୍ରୀଷ୍ଟାବ୍ଦରେ ରଞ୍ଜନ ରଶ୍ମି ବା ଏକ୍ସରେ ଉଦ୍ଭାବନ କରିଥିଲେ ।
  9. ଜଣେ ସୁସ୍ଥ ଲୋକର ଶରୀରରେ ଶତକଡା ପ୍ରାୟ ୦.୦୫ ଭାଗ ମ୍ୟାଗ୍ନେସିୟମ ରହିଥାଏ ।
  10. ଏକ୍ସରେ ଦ୍ଵାରା ରକ୍ତ ନଳିକାର  ଅଧ୍ୟୟନ କୁ ଆଞ୍ଜିଓ ଗ୍ରାଫି କୁହାଯାଏ ?

ବିଭାଗ - ୮

ପ୍ରଶ୍ନ

  1. ମଣିଷ ଶରୀରରେ ପ୍ରାୟ କେତେ ଝାଳଗ୍ରନ୍ଥି ରହିଥାଏ ?
  2. ମଣିଷ ଶରୀରରେ କେତେ ଜିନ୍ ଆଛନ୍ତି ବୋଲି ଏବେ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ।
  3. ପେଟ ଭିତରେ ଓ ଛାତି ଗହ୍ଵରକୁ  କିଏ ଅଲଗା କରିଥାଏ ?
  4. ଭିଟାମିନ ବି-୨ କୁ କଣ କୁହାଯାଏ ?
  5. ମହାକାଶଯାନ ଗାଲିଲିଓ ୧୯୯୧ ମସିହା ଅକ୍ଟୋବର ମାସରେ କେଉଁ ଗ୍ରହାଣୁର କ୍ଳୋଜ୍ଅପ୍ ଫଟୋ ଉଠାଇଥିଲେ ?
  6. ଲୋହିତ ରକ୍ତ କଣିକା ଶରୀରର କେଉଁଠି ପ୍ରସ୍ତୁତ ହୋଇଥାଏ ?
  7. ସିଂକୋନା ଗଛରୁ କେଉଁ ଅତ୍ୟାବଶ୍ୟକୀୟ ଔଷଧ  ପ୍ରସ୍ତୁତ କରାଯାଏ ?
  8. ଆଲୋକ ଶୂନ୍ୟତା ବା ଭାକ୍ୟୁମ ମଧ୍ୟରେ ଗତି କରିପାରେ କି ?
  9. ନିଉଟନଙ୍କ ଜନ୍ମ ତାରିଖ କେବେ ?
  10. ଲୁହାର କଳଙ୍କିର ରାସାୟନିକ ନାମ କ’ଣ ?

ଉତ୍ତର

  1. ମଣିଷ ଶରୀରରେ ଥିବା ଝାଳଗ୍ରନ୍ଥି ଗୁଡିକର ପ୍ରକୃତ ସଂଖ୍ୟା ନିର୍ଣ୍ଣୟ କରିବା ସମ୍ଭବ ନୁହେଁ ତେବେ ପାରିପାର୍ଶ୍ଵିକ ପରିସ୍ଥିତି ଓ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ହିସାବ କରି ବୈଜ୍ଞାନିକମାନେ ଏହି ଗ୍ରନ୍ଥି ମାନଙ୍କର ସଂଖ୍ୟା ୪୦ ହଜାରରୁ ୨୦ ଲକ୍ଷ ବୋଲି କହିଥାନ୍ତି ।
  2. ମଣିଷ ଶରୀରରେ ପ୍ରାୟ ୫୦ ହଜାର ପର୍ଯ୍ୟନ୍ତ  ଜିନ୍ ରହିଥାନ୍ତି ବୋଲି ଏବେ ବୈଜ୍ଞାନିକମାନେ ମତ ଦିଅନ୍ତି ।
  3. ପେଟ ଭିତରେ ଛାତି ଗହ୍ଵରକୁ ମଧ୍ୟଚ୍ଛଦା ବା ଡ୍ରାଇଫ୍ରାଗମ ଅଲଗା କରିଥାଏ ।
  4. ଭିଟାମିନ୍ ଖ-୨ କୁ ରାଇବୋ ଫ୍ଲୋବିନ କୁହାଯାଏ ।
  5. ମହାକାଶଯାନ ଗାଲିଲିଓ ୧୯୯୧ ଅକ୍ଟୋବର ମାସରେ ଗ୍ୟାସ୍ପା ଗ୍ରହାଣୁର କ୍ଳୋଜ୍ଅପ୍ ଫୋଟୋ ଉଠାଇଥିଲେ ।
  6. ଲୋହିତ ରକ୍ତ କଣିକା ଶରୀରର ଲାଲ ଅସ୍ଥିମଜ୍ଜାରେ ଓ କେତେବେଳେ ସ୍ପ୍ଲିନ୍ ନାମକ ଗ୍ରନ୍ଥିରେ ପ୍ରସ୍ତୁତ ହୋଇଥାଏ
  7. ସିଂକୋନା ଗଛରୁ କୁୟୀ ନାଇନ ପ୍ରସ୍ତୁତ ହୋଇ ଥାଏ ।
  8. ହଁ, ଆଲୋକ ଅନ୍ୟାନ୍ୟ ମାଧ୍ୟମ ଅପେକ୍ଷା ଭାକ୍ୟୁମ୍  ବା ଶୂନ୍ୟତା ମାଧ୍ୟମରେ ଭଲ ଭାବେ ଗତି କରିପାରେ ।
  9. ଅନେକ ପୁସ୍ତକରେ ନିଉଟନଙ୍କ ଜନ୍ମ ତାରିଖ ଡିସେମ୍ବର ୨୫ ,୧୬୪୨ ବୋଲି ଉଲ୍ଲେଖ ଅଛି ଓ ସେଥିପାଇଁ ତାଙ୍କୁ ଆନେକ କ୍ରିଷ୍ଟମାସ ବା ଏକସମାସମାସ ବାଳକ ବ୍ୟକ୍ତି ବୋଲି ମଧ୍ୟ କହନ୍ତି । ତେବେ ତାହା ପ୍ରକୃତରେ ଠିକ୍ ନୁହେଁ । ତାଙ୍କ ଜନ୍ମ  ସମୟରେ ଇଂଲଣ୍ଡରେ ପ୍ରଚଳିତ ଥିବା ଜୁଲିଏନ୍ କ୍ୟାଲେଣ୍ଡରଆନୁସାରେ ତାହା ଡିସେମ୍ବର ୨୫ । ମାତ୍ର ଏବେ ପ୍ରଚଳିତ କ୍ୟାଲେଣ୍ଡର ଆନୁସାରେ ତାଙ୍କ ପ୍ରକୃତ ଜନ୍ମ ତାରିଖ ୧୬୪୩ ମସିହା ଜାନୁଆରୀ ୪ ତାରିଖ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
  10. ଲୁହାର କଳଙ୍କି ହେଉଛି ଲୌହ ଆକ୍ସାଇଡ (ଫେରିକ୍ ଅକ୍ସାଡ୍)ଓ ଲୌହ ହାଇଡ୍ରକ୍ସାଇଡର ମିଶ୍ରଣ ।

ବିଭାଗ - ୯

ପ୍ରଶ୍ନ

  1. କଳଙ୍କିହୀନ ଇସ୍ପାତ ତିଆରିରେ  ନିମୋକ୍ତ କେଉଁ ଧାତୁ ବ୍ୟବହୃତ ହୁଏ ?
  2. ଚିଙ୍ଗୁଡି ଏକ ପ୍ରକାର ମାଛକି ?
  3. ଖଣିଜ ତୈଳ ଅଣ ପାରମ୍ପରିକ ଶକ୍ତି ଉଶ୍ଚ କି ?
  4. ମିଥେନ ଗ୍ୟାସର ରାସାୟନିକ ସଂକେତ କଣ ?
  5. ମହୁମାଛି ଟିଏ ବିନ୍ଧିଦେବା ବା ଦଂଶନ କରିବା ସମୟରେ ତା ‘ ଶରୀରରେ କେତୋଟି ପେଶି ବ୍ୟଭାର କରେ ?
  6. ହାଇଗ୍ରୋ ମିଟରରେ କଣ ମପାଜାଏ ?
  7. ସୁପର୍ସୋନିକ ଶବ୍ଦର ଗତି ମାପିବାକୁ ବ୍ୟବହୃତ ଏକକ କଣ ?
  8. ମଣିଷର ମଧ୍ୟ କର୍ଣ୍ଣରେ ୩ ଟି ଲେଖାଏଁ ଛୋଟ ହାଡ ଥାଏ । ସେଗୁଡିକ ନାମ କ’ଣ ?
  9. ପାକସ୍ଥଳିରୁ ଝରୁଥିବା ଜଠର ରସରେ କେଉଁ ଅମ୍ଳରହି ଥାଏ ଓ ତାହାର ନାମ କ’ଣ ?
  10. ତାପ ବିକିରଣ (Heat radiation) ମାପିବା ପାଇଁ କେଉଁ ଜନ୍ତ୍ର ବ୍ୟବହୃତ ହୁଏ ?

ଉତ୍ତର

  1. କଳଙ୍କିହୀନ ଇସ୍ପାତରେ କ୍ରୋମିୟମ ଧାତୁ ବ୍ୟବହୃତ ହୋଇଥାଏ ।
  2. ଚିଙ୍ଗୁଡି ଏକ ମାଛ ନୁହେଁ । ଏହା ସନ୍ଧିପଦ ଜାତୀୟ ଏକ ପ୍ରାଣୀ ।
  3. ଖଣିଜ ତୈଳ ଏକ ପାରମ୍ପରିକ ଶକ୍ତି ଉଶ୍ଚ ।
  4. ମିଥେନ୍ ଗ୍ୟାସର ରାସାୟନିକ ସଂକେତ ହେଲା –CH4 ।
  5. ମହୁମାଛିଟିଏ ବିନ୍ଧିଦେବା ବା ଦଂଶନ କରିବା ସମୟରେ ତା’ ଶରୀରର ୨୨ଟି ପେଶୀ କାମ କରିଥାଏ ।
  6. ହାଇଗ୍ରୋ ମିଟରରେ ବାୟୁମଣ୍ଡଳ ରେ ଜଳୀୟ ବାଷ୍ପର ପରିମାଣ ବା ଆପେକ୍ଷିକ ଆଦ୍ରତା ମପାଜାଏ ।
  7. ସୁପର୍ସୋନିକ ଶବ୍ଦର ଗତି ମାପିବା ପାଇଁ ବ୍ୟବହୃତ ଏକକକୁ ମ୍ୟାକ କୁହାଯାଏ ।
  8. ମଧ୍ୟ କର୍ଣ୍ଣରେ ଥିବା ତିନୋଟି ହାଡ ହେଲା ଅଙ୍କୁଶିକା , ପର୍ଯ୍ୟନିକା ଓ ମୁନ୍ଦରିକା ।
  9. ପାକସ୍ଥଳୀରୁ ଝରୁଥିବା ଜଠର ରସରେ ଲବଣାମ୍ଲ ରହିଥାଏ ଏହା ଖାଦ୍ୟରେ ଥିବା ଜୀବାଣୁ ମାନଙ୍କୁ ନଷ୍ଟ କରିଦିଏ । କେଁ ସୁଗାରକୁ ଗ୍ଳୁକୋଜରେ ପରିବର୍ତନ କରେ ଓ ଖାଦ୍ୟ ପାଚନରେ ମଧ୍ୟ ସାହାର୍ଯ୍ୟ କରେ
  10. ତାପ ବିକିରଣ ମାପିବା ପାଇଁ ରେଡିଓ ଓ ମାଇକ୍ରୋମିଟର ବ୍ୟବହୃତ ହୋଇଥାଏ ।

ବିଭାଗ – ୧୦

ପ୍ରଶ୍ନ

  1. ଆଲକେମୀ କ'ଣ ?
  2. ମଣିଷକୁ ନେଇ ମହାକାଶକୁ ଯାଉଥିବା ପ୍ରଥମ ମହାକାଶଯାନ କ'ଣ ଓ ଏହା କେବେ ମହାକାଶକୁ ଯାତ୍ରା କରିଥିଲା ?
  3. ସୂର୍ଯ୍ୟ ନିଜ କକ୍ଷପଥରେ (ଆକାଶଗଙ୍ଗା ଛାୟାପଥର କେନ୍ଦ୍ର ଚାରିପଟେ ) ଘଣ୍ଟାକୁ  କେତେ କି.ମି. ବେଗରେ ଗତି କରେ ?
  4. ସର୍ବପ୍ରଥମ ଆବିଷ୍କୃତ ହୋଇଥିବା ହର୍ମୋନର ନାମ କ'ଣ ?
  5. ଓଜୋନ୍ ଗ୍ୟାସ୍ କୁ ପ୍ରଥମେ କିଏ ଚିହ୍ନଟ କରିଥିଲେ ?
  6. ଆୟୋଡିନ୍ ଥାଇରଏଡ୍ ଗ୍ରନ୍ଥିର କେଉଁ ଏନ୍ଜାଇମ୍ ସୃଷ୍ଟି କରିବାରେ ସହାୟକ ହୋଇଥାଏ ?
  7. କେଉଁ ଗ୍ରହର ଆକାର ପୃଥିବୀର ଆକାର ସହ ପାଖାପାଖି ସମାନ ?
  8. ଆଇନ୍ଷ୍ଟିନିୟମ୍ ( ପରମାଣୁ କ୍ରମାଙ୍କ ୯୯ ) ଧାତୁର ଆବିଷ୍କାରକ କିଏ ?
  9. ଗୋଟିଏ ଏଟିପି (ଆଡେନୋସିନ୍ ଟ୍ରାଇ ଫସ୍ଫେଟ୍)ଅଣୁ ବିଭାଜିତ ହେଲେ କେତେ ଶକ୍ତି ବାହାରିଥାଏ ?
  10. ଗତ ୧୫୦ ବର୍ଷ ମଧ୍ୟରେ କେଉଁ ବର୍ଷ ପୃଥିବୀର ହାରାହାରି ତାପମାତ୍ରା ସବୁଠୁ ଅଧିକ ଥିଲା ?

ଉତ୍ତର

  1. ପୂର୍ବକାଳରେ ରାସାୟନ ବିଜ୍ଞାନକୁ ଆଲ୍କେମୀ କୁହାଯାଉଥିଲା ।
  2. ମଣିଷକୁ ନେଇ ମହାକାଶକୁ ଯାତ୍ରା କରିଥିବା ପ୍ରଥମ ମହାକାଶ ଯାନ ହେଲା ଭୋସ୍ତକ । ୪.୬୫ ଟନ୍ ଓଜନ ବିଶିଷ୍ଟ ଏହି ଯାନ ୧୯୬୧ ଏପ୍ରିଲ ୧୨ ତାରିଖରେ ମହାକାଶକୁ ଯାତ୍ରା କରିଥିଲା ।
  3. ସୂର୍ଯ୍ୟ ଆକାଶଗଙ୍ଗା ଛାୟାପଥର ଚାରିପଟେ ନିଜ କକ୍ଷପଥରେ ଘୂରିଲାବେଳେ ସେକେଣ୍ଡକୁ ପ୍ରାୟ ୨୫୦ କି.ମି. ବେଗରେ ଗତି କରିଥାଏ ।
  4. ସର୍ବପ୍ରଥମ ଆବିଷ୍କୃତ ହୋଇଥିବା ହର୍ମୋନ୍ ର ନାମ ହେଲା ଆଡ୍ରେନାଲିନ୍ । ୧୮୯୪ ମସିହାରେ ସ୍କାଫର ଓ ଅଲିଭରଙ୍କ ଦ୍ଵାରା ଏହା ଆବିଷ୍କୃତ ହୋଇଥିଲା ।
  5. ଓଜୋନ୍ ଗ୍ୟାସ୍ କୁ ପ୍ରଥମେ ଜର୍ମାନୀର ସ୍କୋନବେଇନ୍ ୧୮୪୦ ମସିହାରେ ଆବିଷ୍କାର କରିଥିଲେ ।
  6. ଆୟୋଡିନ୍ ଥାଇରଏଡ୍ ଗ୍ରନ୍ଥିରେ ଥାଇରକ୍ସିନ୍ ଏନଜାଇମ୍ ସୃଷ୍ଟି କରିବାରେ ସହାୟକ ହୋଇଥାଏ ।
  7. ଶୁକ୍ର ଗ୍ରହର ଆକାର ପୃଥିବୀର ଆକାର ସହ ପାଖାପାଖି ସମାନ ।
  8. ଆଇନ୍ଷ୍ଟିନିୟମ ଧାତୁ ( ପରମାଣୁ କ୍ରମାଙ୍କ ୯୯) ର ଆବିଷ୍କାରକ ହେଲେ ଏ. ଘଅର୍ସ୍କୋ ଓ ତାଙ୍କ ସହଯୋଗୀ ।
  9. ଗୋଟିଏ ଏ.ଟି.ପି. ଅଣୁ ବିଭାଜିତ ହେଲେ ପ୍ରାୟ ୭,୫୦୦ କ୍ୟାଲୋରୀ ଶକ୍ତି ବାହାରିଯାଏ ।
  10. ଗତ ୧୫୦ ବର୍ଷରେ ୧୯୯୦ ମସିହାରେ ପୃଥିବୀର ତାପମାତ୍ରା ସବୁଠୁ ଅଧିକ ରେକର୍ଡ କରାଯାଇଛି ।

ଆଧାର – ବିଜ୍ଞାନ ପ୍ରଭା

Last Modified : 6/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate