ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗୋଟିଏ ଭାଷା ସମୃଦ୍ଧ ଶ୍ରେଣୀ ଗୃହ
ସେଆର କରନ୍ତୁ

ଗୋଟିଏ ଭାଷା ସମୃଦ୍ଧ ଶ୍ରେଣୀ ଗୃହ

ଭାଷା ସମୃଦ୍ଧ ଶ୍ରେଣୀ ଗୃହର ପରିକଳ୍ପନା ନିମିତ୍ତ ସହଜ ତଥା ଫଳପ୍ରଦ ଉପାୟମାନ ବାହାର କରିପାରିବେ ଯାହା ବିଦ୍ୟାଳୟ ପରିବେଶରେ ବିଭିନ୍ନ ପ୍ରକାର ପ୍ରାକୃତିକ କଥନ ଓ ଲିଖନରେ ଶିକ୍ଷାର୍ଥୀମାନଙ୍କ ଭାଗୀଦାରିତାକୁ ବଢ଼ାଇ ପାରିବ ।

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସମ୍ବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା  ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସମ୍ବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ ।ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ ।ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ www.tessindia.edu.ଇଂ ଉପଲବ୍ଧ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି ।ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି ।ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ" ଶିକ୍ଷା ତତ୍ତ୍ଵ ଆଧାରିତ ।ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି ।ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ ।ଟେସ୍ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ www.tessindia.edu.in ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରିପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳ । ଲେଖ creativecommons.org ରେ ବ୍ୟବାହର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

ଏହି ଏକକରେ ଆପଣ ଏକ ଭାଷା ସମୃଦ୍ଧ ଶ୍ରେଣୀ ଗୃହର ପରିକଳ୍ପନା ନିମିତ୍ତ ସହଜ ତଥା ଫଳପ୍ରଦ ଉପାୟମାନ ବାହାର କରିପାରିବେ ଯାହା ବିଦ୍ୟାଳୟ ପରିବେଶରେ ବିଭିନ୍ନ ପ୍ରକାର ପ୍ରାକୃତିକ କଥନ ଓ ଲିଖନରେ ଶିକ୍ଷାର୍ଥୀମାନଙ୍କ ଭାଗୀଦାରିତାକୁ ବଢ଼ାଇ ପାରିବ ।

ଆପଣ ଏହି ଏକକ ମାଧ୍ୟମରେ ପରିଚିତ ହେବେ।

  • ବିଦ୍ୟାଳୟ ବାହାର କଥନ ଓ ଲିଖନ ସମ୍ବଳ ସହିତ ଶିକ୍ଷାର୍ଥୀମାନଙ୍କୁ ପରିଚିତ କରାଇବାର ଉପାୟ ସଂପର୍କରେ ।
  • ପାଠ୍ୟ ବିଷୟବସ୍ତୁ ଆଧାର କରି ଶ୍ରେଣୀ ଗୃହର କାନ୍ଥକୁ ବିନିଯୋଗ କରିବାର ଧାରଣା ସଂପର୍କରେ ।
  • ଶିକ୍ଷାର୍ଥୀମାନଙ୍କ ପାଇଁ ସ୍ୱଳ୍ପମୂଲ୍ୟ ପଠନ କୋଣ ପ୍ରସ୍ତୁତିରେ ପରାମର୍ଶ ଦେବା ସଂପର୍କରେ ।

ଏକକରୁ କ'ଣ ଶିଖିବେ

  • ଲିଖନ ଆଧାରିତ ଶ୍ରେଣୀରେ କାନ୍ଥ ପ୍ରଦର୍ଶନକୁ ଆକର୍ଷଣୀୟ କରିବା ।
  • ଶିକ୍ଷାର୍ଥୀମାନଙ୍କ ପାଇଁ ପଠନ କୋଣ ସ୍ଥାପନ କରିବା ।
  • ଶ୍ରେଣୀଗୃହରେ ରେଡ଼ିଓକୁ କଥିତ ଭାଷାରେ ଏକ ଉତ୍ସ ରୂପେ ବ୍ୟବହାର କରିବା ।

ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ପାରମ୍ପରିକ ଶ୍ରେଣୀଗୁହ ମାନଙ୍କରେ ଶିକ୍ଷକ କଥିତ ଭାଷାର ମୁଖ୍ୟ ଉତ୍ସ ହୋଇଥିବା ବେଳେ ପାଠ୍ୟପୁସ୍ତକ ଲିଖିତ ଭାଷାର ଏକମାତ୍ର ସମ୍ବଳ ଭାବେ ଗୃହୀତ ହୋଇଥାଏ । ସୀମିତ ସମ୍ବଳ ଓ ସମୟ ଅଭାବରୁ ଏହି ଧାରଣାର ପରିପୂରକ ଭାବେ ବିକଷି ଗ୍ରହଣ କରିବାରେ ନିରୁତ୍ସାହିତ କରିଥାଏ ।

ଶିକ୍ଷାର୍ଥୀମାନଙ୍କର ଭାଷା ଓ ସାକ୍ଷରତା ବିକାଶ ବହୁବିଧା କଥନ ଓ ଲିଖନ ଉତ୍ସ ସହିତ ସଂପର୍କ ସ୍ଥାପନ ତଥା ଏଗୁଡ଼ିକର ପ୍ରଦର୍ଶନ ମାଧ୍ୟମରେ ସଂଗଠିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଆପଣ ବହୁବିଧ କଥନ ଓ ଲିଖନ ଉଦାହରଣ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କ କଳ୍ପନା ଶକ୍ତିକୁ ଉଦ୍ଦୀପିତ କରିପାରିବେ । ଯଦି ଆପଣ ଶିକ୍ଷାର୍ଥୀର ଗୃହଭାଷାର ଉଦାହରଣ ଶ୍ରେଣୀ ଶିକ୍ଷଣକାର୍ଯ୍ୟରେ ସନ୍ନିବେଶିତ କରନ୍ତି ତେବେ ଏହା ସେମାନଙ୍କ ଅତିରିକ୍ତ ଭାଷା ସମ୍ବନ୍ଧୀୟ ପୋଷଣକୁ ଗୁରୁତ୍ଵ ଦେବ । ଏହା ଆପଣ ନିଶ୍ଚିତ ଭାବେ ଦେଖିପାରିବେ । ଏହା ସଙ୍ଗେ ସଙ୍ଗେ ବିଭିନ୍ନ ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ ଥିବା କଥାକୁ ଶିକ୍ଷାର୍ଥୀ ପସନ୍ଦ କରିବେ । ତେଣୁ ଗୋଟିଏ ଭାଷା ସମୃଦ୍ଧ ଶ୍ରେଣୀର ପରିକଳ୍ପନା ଆପଣଙ୍କ ସମସ୍ତ ଶିକ୍ଷାର୍ଥୀମାନଙ୍କ ଉପରେ ନିଶ୍ଚିତ ଭାବରେ ଏକ ସକାରାତ୍ମକ ପ୍ରଭାବ ପକାଇବ ।

ଏହି ଏକକଟିରେ ଶ୍ରେଣୀକୁ କିଭଳି ଅଧିକ ଭାଷା ସମୃଦ୍ଧ କରାଯାଇପାରିବ ସେ ସମ୍ବନ୍ଧରେ ଅନେକ ଗୁଡ଼ିଏ ଉପାୟର ଅବତାରଣ କରାଯାଇଛି ।

ସୁସ୍ଥାନୀୟ ପରିବେଶରେ ଲିଖନର ଉଦାହରଣ

ଶିକ୍ଷାର୍ଥୀମାନେ ବିଦ୍ୟାଳୟକୁ ଯିବା ପୂର୍ବରୁ ଅନେକ ଲିଖିତ ଭାଷା ସଂପର୍କରେ ଧାରଣା ବହନ କରିଥାନ୍ତି । ଉଦାହରଣସ୍ୱରୂପ – ବିଦ୍ୟାଳୟକୁ ଆସୁଥିବା ରାସ୍ତାର ଯାନବାହାନ, ଦୋକାନ, ଚିହ୍ନ, ବିଜ୍ଞାପନ, ରାସ୍ତାର ଦିଗ, ଖାଦ୍ୟ ପୁଡ଼ିଆ ଉପରେ ଲଗାଯାଇ ଥିବା ନାମପଟି, ପୋଷ୍ଟର, ପ୍ରତିଷ୍ଠିତ ନାମ, ରାଜନୈତିକ ସ୍ଲୋଗାନ, ସାଙ୍କେତିକ ଚିତ୍ର, ପ୍ରାଚୀରପତ୍ର, ପୁସ୍ତକ, ସମ୍ବାଦପତ୍ର ଓ ପତ୍ରିକା ଆଦି ସହ ସେମାନେ ପରିଚିତ ଥାନ୍ତି । ସ୍ଥାନୀୟ ପରିବେଶରେ ପରିଚିତ ଲିଖନ ନମୁନା ସଂଗ୍ରହ ପାଇଁ ନିମ୍ନ କାର୍ଯ୍ୟଟି ଉର୍ଦ୍ଦିଷ୍ଟ ଯାହା ଶ୍ରେଣୀ କକ୍ଷରେ ପଠନ ଓ ଆଲୋଚନା ପାଇଁ ଶିକ୍ଷଣକାର୍ଯ୍ୟ ଭାବେ ବ୍ୟବହାର କରାଯାଇପାରିବ । ବାସ୍ତବ କ୍ଷେତ୍ରରେ ଏହା କମ୍ ବୟସର ଶିକ୍ଷାର୍ଥୀ ପାଇଁ ଉର୍ଦ୍ଦିଷ୍ଟ ଓ ଉପାଦେୟ ।

ଶିକ୍ଷଣକାର୍ଯ୍ୟ ୧: ଆପଣଙ୍କ ଶ୍ରେଣୀ କକ୍ଷରେ ପରିବେଶ ଭିତ୍ତିକ ଲିଖନର ବ୍ୟବହାରକିପରି କରିବେ

ସ୍ଥାନୀୟ ପରିବେଶକୁ ଭିତ୍ତିକରି ଲିଖନର ଏଭଳି ଏକ ତାଲିକା ପ୍ରସ୍ତୁତ କରନ୍ତୁ ଯାହା ସହିତ ଶିକ୍ଷାର୍ଥୀମାନେ ପରିଚିତ ହୋଇଥିବେ ଓ ତାହା ସେମାନଙ୍କ ପାଇଁ ଆଗ୍ରହ ଉଦ୍ଦୀପକ ହୋଇଥିବ । ଏଥିପାଇଁ ଗୃହ ପରିବେଶ, କୌଣସି କାର୍ଯ୍ୟ ଅଭିମୁଖେ ଯାତ୍ରା, ବିଦ୍ୟାଳୟ ଉଦ୍ୟାନ ଭିତର କାର୍ଯ୍ୟ ଆଦିକୁ ଉଦାହରଣ ସ୍ୱରୂପ ନିଆଯାଇପାରିବ । ସଂଗ୍ରହ କରିଥିବା ଶବ୍ଦ ଓ ବାକ୍ୟଖଣ୍ଡ ଗୁଡ଼ିକୁ ଆପଣ ବଡ଼ ଅକ୍ଷରରେ ଛୋଟ କାଗଜ ଖଣ୍ଡରେ ଲେଖି ଭାଙ୍ଗି ଦିଅନ୍ତୁ ।

ଆପଣ ସଂଗ୍ରହ କରିଥିବା ଶବ୍ଦ ଓ ବାକ୍ୟଖଣ୍ଡ ଗୁଡ଼ିକ ସଂପର୍କରେ ଶିକ୍ଷାର୍ଥୀମାନଙ୍କୁ ବୁଝାଇ କାର୍ଯ୍ୟ ଆରମ୍ଭ କରନ୍ତୁ । ସେମାନଙ୍କୁ ଯୋଡ଼ି କରନ୍ତୁ ଓ କାଗଜ ଖଣ୍ଡ ଗୁଡ଼ିକୁ ବାଣ୍ଟନ୍ତୁ । ଆପଣ ଅନିୟମିତ ଭାବରେ ପାତ୍ରରୁ ଗୋଟିଏ କାଗଜ ଖଣ୍ଡକୁ ଯୋଡ଼ିମାନଙ୍କୁ ଉଠାଇବାକୁ କହିପାରିବେ ବା ଶିକ୍ଷାର୍ଥୀମାନଙ୍କ ଦକ୍ଷତା ଆଧାରରେ ନିର୍ଦ୍ଦିଷ୍ଟ କରି କାଗଜ ଖଣ୍ଡକୁ ବାଣ୍ଟି ପାରିବେ ।

ଏବେ ଆପଣ ପ୍ରତ୍ୟେକ ଯୋଡ଼ିକୁ କାଗଜ ଖଣ୍ଡକୁ ଖୋଲି ଉପରକୁ ଟେକି ଧରିବାକୁ କୁହନ୍ତୁ । ଯାହା ଫଳରେ ସେମାନଙ୍କ ସହପାଠୀମାନେ ଏହାକୁ ପଢ଼ିପାରିବେ । ଏହାପରେ ସେମାନଙ୍କୁ ଏଥିରେ କ'ଣ ଲେଖାଅଛି ପଢ଼ିବାକୁ କୁହନ୍ତୁ ।

ପ୍ରତ୍ୟେକ କ୍ଷେତ୍ରରେ ପ୍ରଥମେ ଆଲୋଚନା କରନ୍ତୁ ଯେ ଲେଖାଟି କେଉଁଠାରୁ ମିଳିପାରିବ । କେତେକ ଶବ୍ଦ ବା ଅଭିବ୍ୟକ୍ତି ଆପଣଙ୍କଠାରୁ ଅଧିକ ସ୍ପଷ୍ଟୀକରଣ ବା ଅଧିକ ଧାରଣାଗତ ସ୍ପଷ୍ଟତା ଆବଶ୍ୟକ କରିପାରେ ।

ପ୍ରତ୍ୟେକ ଶିକ୍ଷାର୍ଥୀକୁ ଖଣ୍ଡେ ଲେଖାଏଁ କାଗଜ ଦିଅନ୍ତୁ ଏବଂ ସେଥିରେ ବିଦ୍ୟାଳୟକୁ ଆସିବା ସମୟରେ, ଗୃହ ଭିତରେ ଥିବା ସମୟରେ ବା ପଡୋଶୀମାନଙ୍କ ଭିତରେ ଥିବା ସମୟରେ ଆଦି ସଂପର୍କିତ ଶବ୍ଦଗୁଡ଼ିକୁ ଆସନ୍ତା ସପ୍ତାହରେ ଲେଖି ଆଣିବାକୁ କୁହନ୍ତୁ । ଏହାକୁ ପୂର୍ବଭଳି ଯୋଡ଼ିକାର୍ଯ୍ୟ ଭାବେ ବ୍ୟବହାର କରନ୍ତୁ ବା କାନ୍ଥରେ ଅନ୍ୟ ଶିକ୍ଷାର୍ଥୀମାନଙ୍କ ପାଇଁ ପଢ଼ିବା ଓ ଆଲୋଚନା କରିବା ନିମିତ୍ତ ଝୁଲାଇ ଦିଅନ୍ତୁ ।

ନିଜ ଗାଁରୁ ବା ଘର ଯେକୌଣସି ଅବ୍ୟବହୁତ ଛପା ପଠନ ସାମଗ୍ରୀକୁ ଶ୍ରେଣୀକୁ ଆଣିବାକୁ ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ ଏବଂ ତାହାର ଏକ କାନ୍ଥ ପ୍ରଦର୍ଶନ କରନ୍ତୁ । ଏହା ଏକ ଶିକ୍ଷଣକାର୍ଯ୍ୟ ଭାବରେ ଗ୍ରହଣ କରାଯାଇ  ପାରିବ । ଆପଣଙ୍କର ଯଦି କ୍ୟାମେରା ବା  ପ୍ରିଣ୍ଟର ସମ୍ବନ୍ଧୀୟ  ଧାରଣା ଥାଏ, ତେବେ ଆପଣ ପରିବେଶ ଆଧାରିତ ଲିଖନର ଫଟୋ ଉତ୍ତୋଳନ କରିପାରିବେ ଓ ଫଟୋ ନକଲ ଗୁଡିକୁ ବାଣ୍ଟି ପାରିବେ ବା ଶ୍ରେଣୀରେ ପ୍ରଦର୍ଶନ କରିପାରିବେ ।

ଟିକିଏ ଚିନ୍ତା କରନ୍ତୁ

  • ଏହି କାର୍ଯ୍ୟକୁ ଶିକ୍ଷାର୍ଥୀର ଶିକ୍ଷଣ ଆକଳନ ପାଇଁ ବ୍ୟବହାର କରିପାରିବେ କି ?
  • ଅଗ୍ରଣୀ ଶିକ୍ଷାର୍ଥୀମାନଙ୍କ ପାଇଁ ଏହି ଶିକ୍ଷଣକାର୍ଯ୍ୟକୁ କିପରି ବ୍ୟବହାର କରିପାରିବେ ?

୨. ଶ୍ରେଣୀକକ୍ଷରେ ଲିଖନର ଉଦାହରଣ

ଶିକ୍ଷାର୍ଥୀମାନଙ୍କ ପଢ଼ିବା ପାଇଁ ଶ୍ରେଣୀଗୃହ ଲିଖନର ଅନେକ ଉଦାହରଣ ଧାରଣ କରିପାରିବ । ଏହି ଲିଖନଗୁଡ଼ିକ କଳାପଟାରେ, ବିଜ୍ଞାପନ ଓ ସଙ୍କେତ ଉପରେ, ଚାର୍ଟ ଉପରେ, ପୋଷ୍ଟର ଏବଂ ପଦାର୍ଥ ଉପରେ ଥିବା ନାମପଟି କିମ୍ବା ଶିକ୍ଷାର୍ଥୀମାନଙ୍କ ‘ଆମ କାମ’ ପ୍ରଦର୍ଶନୀ ବୋର୍ଡ ମାଧ୍ୟମରେ ହୋଇପାରେ ।

ପରିସ୍ଥିତି ଅନୁଧ୍ୟାନ ୧: ଶ୍ରେଣୀକକ୍ଷର ଲିଖନରୁ ଶିକ୍ଷଣ

ଶ୍ରୀମତୀ ରୀତା, ଭୁବନେଶ୍ଵରର ଏକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଜଣେ ଶିକ୍ଷୟତ୍ରୀ / ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ଲିଖନ ସମୁଦ୍ଧ ଶ୍ରେଣୀଗୃହର ପରିକଳ୍ପନା ସଂପର୍କିତ ପନ୍ଥା ବିଷୟରେ ତାଙ୍କର ଅଭିଜ୍ଞତା ବିନିମୟ କରିଛନ୍ତି ।

ମୁଁ ଭଲ ଭାବରେ ଜାଣେ ଯେ ଶ୍ରେଣୀଗୃହରେ ଶୁଣିବା ଓ କହିବା ପାଇଁ ମୋର କମ ବୟସର ଶିକ୍ଷାର୍ଥୀମାନେ ଅନେକ ସୁଯୋଗ ଆବଶ୍ୟକ କରନ୍ତି । ଯଦିଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏପର୍ଯ୍ୟନ୍ତ ଲେଖି ପଢ଼ି ଜାଣି ନାହଁନ୍ତି ତଥାପି ପାଠ୍ୟ ବସ୍ତୁର ଛପା ବା ହାତଲେଖାରେ ବିଭିନ୍ନ ଉଦାହରଣ ମାଧ୍ୟମରେ ସେମାନଙ୍କୁ ଶିକ୍ଷା ଦେବାର ଗୁରୁତ୍ଵକୁ ମୁଁ ବିଚାର କରେ ।

ମୁଁ ବର୍ଣ୍ଣମାଳା ଓ ଶବ୍ଦ ଚାର୍ଟର  ରଙ୍ଗୀନ ପୋଷ୍ଟର ସଂଗ୍ରହ କରିଛି । ଶିକ୍ଷାର୍ଥୀମାନେ ଦେଖିପାରିଲା ଭଳି ଦୂରତାରେ ଏହାକୁ କାନ୍ଥରେ ପ୍ରଦର୍ଶିତ କରିଛି ।

ମୁଁ ପ୍ରତି ଶିକ୍ଷାର୍ଥୀଙ୍କ ନାମପଟି ତିଆରି କରିଛି ଯାହାକୁ ପ୍ରଦର୍ଶିତ କରିବା ପାଇଁ ମୁଁ ସେମାନଙ୍କୁ କହେ । ମୁଁ ଏଗୁଡ଼ିକୁ ଶ୍ରେଣୀକାନ୍ଥରେ ସଂଲଗ୍ନ କରିଥାଏ । ମୋ ପାଖରେ ମଧ୍ୟ ଭାଙ୍ଗି ହୋଇପାରୁଥିବା ଭଳି ଏକ ନାମ ଥିବା କାର୍ଡ଼ବୋର୍ଡ ସେଟ୍ ଅଛି । ମୁଁ ଚାହିଁବା ଭଳି ମୋ ଶିକ୍ଷାର୍ଥୀମାନେ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଡ଼ି ବା ଛୋଟ   ଦଳରେ କରିବା ପାଇଁ ମୁଁ ଏହାକୁ ରଖେ । ଏଗୁଡ଼ିକ ମୋ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ନାମ ଓ ସହପାଠୀମାନଙ୍କ ନାମ ଲେଖାକୁ ଚିହ୍ନିବାରେ ସାହାଯ୍ୟ କରିପାରିବ ।

ମୁଁ ଶ୍ରେଣୀର ବିଭିନ୍ନ ଉପାଦାନ ଯଥା ଦ୍ଵାର, ଝରକା, କଳାପଟା, ଥାକ, ଟେବୁଲ, ଚେୟାର, ଡେକ୍ସ,, ଘଣ୍ଟାକୁ ଆଧାର କରି ରଙ୍ଗୀନ କାଗଜରେ ଦୃଶ୍ୟମାନ ପ୍ରସ୍ତୁତ କରିଛି ।

ଏହି ସବୁ କ୍ଷେତ୍ରରେ ଉପାଦାନଗୁଡ଼ିକର ଠିକ ନାମ ଲେଖିବା ପାଇଁ ମୁଁ ଶିକ୍ଷାର୍ଥୀମାନଙ୍କ ସହାୟତା ନେଇଥାଏ । ମୁଁ ପ୍ରଥମେ ଶବ୍ଦଟିକୁ ଉଚ୍ଚ ସ୍ଵରରେ ଅକ୍ଷର ଓ ମାତ୍ରା ଉପରେ ଗୁରୁତ୍ୱ ଦେଇ ପଢ଼େ । ତା’ପରେ ଶବ୍ଦଟି କେଉଁଠି ଲାଗିବ ମୋ ଶିକ୍ଷାର୍ଥୀମାନେ ସୂଚାଇ ଦେଇଥାନ୍ତି । ବେଳେବେଳେ ମୋ ଶିକ୍ଷାର୍ଥୀମାନେ ଶ୍ରେଣୀଗୃହର ଅନ୍ୟ ଏକ ବିଷୟକୁ ବିଚାରକୁ ନେବାକୁ ପରାମର୍ଶ ଦେଇଥାନ୍ତି । ସେମାନଙ୍କ ପରାମର୍ଶ ଆଧାରରେ ଉଦାହରଣ ଗୁଡ଼ିକରୁ ମୁଁ ଅକ୍ଷର ଗୁଡ଼ିକର ନାମ କହିଥାଏ ।

ଶ୍ରେଣୀଗୃହର ଗୋଟିଏ ପାର୍ଶ୍ଵରେ କିଛି ଶବ୍ଦ ଲେଖୁଛି ଯାହାକୁ ‘ ଶବ୍ଦକାନୁ' ନାମ ଦେଇଛି । ଏହି ସପ୍ତାହରେ ମୋ ଶିକ୍ଷଅଁମାନେ ସାମ୍ରା କରିଥିବା ନୂତନ ଶବ୍ଦଗୁଡ଼ିକୁ ମୁଁ ଏହି କାନ୍ଥରେ ସ୍ଥାନିତ କରିଛି । ସେମାନେ ନିଜେ ନିଜେ ଏହି ଶବ୍ଦଗୁଡ଼ିକୁ ଲେଖିନେବା ପାଇଁ ମୁଁ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଛି ।

ଟିକିଏ ଚିନ୍ତା କରନ୍ତୁ

• ଶ୍ରୀମତୀ ରୀତାଙ୍କର ଧାରଣା ତାଙ୍କର ଶିକ୍ଷାର୍ଥୀମାନଙ୍କ ଭାଷା ଓ ସାକ୍ଷରତା ବିକାଶରେ କେଉଁ ଉପାୟରେ ସହାୟତା କରୁଛି ।

• ଆପଣ ତାଙ୍କର କେଉଁ ଧାରଣାଗୁଡ଼ିକୁ ଆପଣଙ୍କ ଶ୍ରେଣୀ ଗୃହରେ ସନ୍ନିବେଶିତ କରିପାରିବେ ।

ଶିକ୍ଷଣକାର୍ଯ୍ୟ ୨ : ଏକ ଲିଖନ ସମୃଦ୍ଧ ଶ୍ରେଣୀ ଗୃହ ସୃଷ୍ଟି କରିବା

ଶ୍ରେଣୀ ଗୃହରେ ବର୍ତ୍ତମାନର ଲିଖନ ବୈଶିଷ୍ଟା ଉପରେ ଚିନ୍ତନ ପାଇଁ ୧୫ ମିନିଟ୍ ସମୟ ଦିଅନ୍ତୁ ।

  • ଏହା କିଭଳି ହେବ?
  • ଏହା ଶିକ୍ଷାର୍ଥୀମାନଙ୍କ ପାଇଁ ଆଗ୍ରହ ବଦ୍ଧିକ ହେବ କି ?
  • ଏହା ସେମାନଙ୍କ ଶିକ୍ଷଣ ପାଇଁ କିପରି ପୋଷଣ ଯୋଗାଇବ ?
  • କେତେ ବ୍ୟବଧାନରେ ଏହା ପରିବର୍ତ୍ତନ ହୁଏ ?
  • ଯଦି ଆପଣଙ୍କ ଶିକ୍ଷାର୍ଥୀମାନଙ୍କ କୃତୀକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ଚୟନ ଅନୁଯାୟୀ ଅନ୍ତର୍ଭୁକ୍ତ କାର୍ଯ୍ୟ କିଭଳି ପ୍ରଦାନ ହେବ ?

ଆପଣ ନିଜର ଦୁଇଜଣ ସହକର୍ମୀଙ୍କ ସହିତ କଥା ହୁଅନ୍ତୁ । ସେମାନେ ଲିଖନ ବୈଶିଷ୍ଟ୍ୟ ସଂପର୍କିତ କ’ଣ ଉଦାହରଣ ଶ୍ରେଣୀ କାନ୍ଥରେ ପ୍ରଦର୍ଶନ କରିଛନ୍ତି, ଆଲୋଚନା କରନ୍ତୁ ।

ଆପଣ ଶ୍ରେଣୀରେ ପ୍ରଦର୍ଶିତ କରୁଥିବା ଶିକ୍ଷାର୍ଥୀମାନଙ୍କ କୃତୀରେ କିପରି ଉନ୍ନତି ଓ ପାର୍ଥକ୍ୟ ଆଣିପାରିବେ ? ଆପଣ ନିଜେ ଶିକ୍ଷାର୍ଥୀମାନଙ୍କ କରିପାରିବେ ? ଆପଣଙ୍କ ଶ୍ରେଣୀଗୃହର କାନ୍ଥରେ ଏକ ଯୋଜନା କରନ୍ତୁ ଓ ଏହାକୁ ଅଧିକ ଫଳପ୍ରଦ ଭାବରେ କିପରି ବ୍ୟବହାର କରିପାରିବେ ସେ ବିଷୟରେ ବିଚାର କରନ୍ତୁ । ନିଜକୁ ଜଣେ ଉତ୍ସର୍ଗୀକୃତ କର୍ମୀ ଭାବେ ପ୍ରସ୍ତୁତ କରନ୍ତୁ ଓ ପ୍ରତି ପନ୍ଦର ଦିନରେ ପ୍ରଦର୍ଶିତ ଶ୍ରେଣୀ କାନ୍ତୁ ଶିକ୍ଷଣକାର୍ଯ୍ୟର ପରିବର୍ତ୍ତନ କରନ୍ତୁ । ଏହା କରିବା ପାଇଁ ଆପଣଙ୍କ ସହକର୍ମାଙ୍କୁ ଉତ୍ସାହିତ କରନ୍ତୁ । ଅଦଳ ବଦଳ କରି ପରସ୍ପରର ଶ୍ରେଣୀ ଗୃହ ପରିଦର୍ଶନ କରନ୍ତୁ ଯାହାଦ୍ଵାରା ପରସ୍ପର ପରସ୍ପରର ଶ୍ରେଣୀକାନ୍ଥରେ ପ୍ରଦର୍ଶିତ ଶିକ୍ଷଣ କାର୍ଯ୍ୟ ଅବଲୋକନ କରିବେ ଓ ଶିଖିବେ  ।

ଗୋଟିଏ ଶ୍ରେଣୀ ଗୃହର ପଠନ କୋଣ

ଶ୍ରେଣୀ ଗୃହରେ ଥିବା ପଠନ କୋଣ ଶିକ୍ଷାର୍ଥୀମାନଙ୍କୁ ଏକ ସ୍ଵତନ୍ତ ସ୍ଥାନ ଯୋଗାଇ ଦେବ । ଯେଉଁଠି ସେମାନେ ସିଧାସଳଖ ଭାବେ ପୁସ୍ତକ ଧରିପାରିବେ ଓ ସ୍ଵାଧୀନ ଭାବରେ ସେମାନଙ୍କର ପ୍ରସଙ୍ଗକୁ ଅନୁଧ୍ୟାନ କରିପାରିବେ । ଗୋଟିଏ ଶ୍ରେଣୀ ଗୃହରେ ପଠନ କୋଣ। ପ୍ରସ୍ତୁତି ତଥା ସମ୍ବଳ ଭିତ୍ତିକ କରିବାରେ ଶିକ୍ଷାର୍ଥୀମାନଙ୍କ ସଂପୃକ୍ତି ଗୁରୁତ୍ଵପୂର୍ଣ୍ଣ ଅଟେ । ଏହାଦ୍ଵାରା ସେମାନେ ପଠନ କୋଣର ବ୍ୟବହାର କରିବା ସହିତ ଏହାର ବିକାଶରେ ସାହାର୍ଯ୍ୟ କରିପାରିବେ ।

 

ପରିସ୍ଥିତି ଅନୁଧ୍ୟାନ, ୨ : ଶ୍ରେଣୀଗୃହର ପଠନକୋଣକୁ ସମ୍ବଳ ଭିତ୍ତିକ କରିବା

ଶ୍ରୀଯୁକ୍ତ ହୃଷୀକେଶ, ଭୁବନେଶ୍ଵରର ଏକ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଶିକ୍ଷକ ଅଟନ୍ତି । ନିଜ ଶ୍ରେଣୀରେ ପଠନକୋଣ ପାଇଁ କିଭଳି କେତେକ ଆବଶ୍ୟକ ପୁସ୍ତକ ସଂଗ୍ରହ କରିଥିଲେ ସେ ବିଷୟରେ ଏଠାରେ ବର୍ଣ୍ଣନା କରିଛନ୍ତି ।

କମ୍ ବୟସରୁ ପୁସ୍ତକ ବ୍ୟବହାର କରିବାର ସୁଯୋଗ ଉପଯୋଗ କରିବା ଶିକ୍ଷାର୍ଥୀମାନଙ୍କ ପାଇଁ କେତେ ଗୁରୁତ୍ଵପୂର୍ଣ୍ଣ ତାହା ମୁଁ ଜାଣେ । ଯଦିଓ ମୋ ଶିକ୍ଷାର୍ଥୀମାନେ ସୋମାନଙ୍କ ପାଠ୍ୟ ପୁସ୍ତକକୁ ଉପଭୋଗ କରୁଥିଲେ ତଥାପି ମୁଁ ସେମାନଙ୍କୁ ଅନ୍ୟାନ୍ୟ ପାଠ୍ୟପୋକରଣ ପଢନ୍ତୁ ବୋଲି ଚାହିଁଲି । ସୀମିତ ସମ୍ବଳ ମଧ୍ୟରେ ପୁସ୍ତକ କ୍ରୟକରି ଯୋଗାଇବା ସମ୍ଭାବନା ନଥିଲା  କହିଲେ ଚଳିବ । ଏହି ଦୃଷ୍ଟିରୁ ଆଉ ଏକ ଉପାୟ ମୋ ମନକୁ ଆସିଲା । ମୋର ସଂପର୍କୀୟ ଓ ସାଙ୍ଗ ତଥା ପୁରାତନ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ଘରେ ତାଙ୍କ ପିଲାମାନେ ଆଉ ପଢୁ ନ ଥିବା ପୁସ୍ତକ ବିଷୟରେ ପଚାରି ମୋର କାର୍ଯ୍ୟ ଆରମ୍ଭ କଲି । ମୁଁ ଜାଣିଥିବା ଶୈକ୍ଷିକ ଦାତବ୍ୟ ଅନୁଷ୍ଠାନକୁ ଚିଠି ଲେଖିଲି, କାଳେ ସେମାନେ କୌଣସି ଉପାୟରେ ଏଥିରେ ସହାୟତା କରି ପାରିବେ । ଶେଷରେ କେତେକ ପୁସ୍ତକ କିଣିବାରେ ମୋତେ ମିଳିଥିବା ବାର୍ଷିକ ଶିକ୍ଷାଦାନ-ଶିକ୍ଷଣ ଉପକରଣ ଅନୁଦାନକୁ ମୁଁ ବ୍ୟବହାର କରିଥିଲି ।

ଠିକ୍ ଦଶଖଣ୍ଡ ପୁସ୍ତକକୁ ନେଇ ମୁଁ ମୋର ପଠନକୋଣ ଆରମ୍ଭ କରିଥିଲି। ଦୁଇବର୍ଷ, ପରେ ଷାଠିଏ ଖଣ୍ଡ ପୁସ୍ତକ ସଂଗ୍ରହ କରିବାରେ ସମର୍ଥ ହୋଇଥିଲି ଯାହାକି ବିଭିନ୍ନ ସ୍ତର ପାଇଁ ଉପାଦେୟ ଥିଲା । ମୋ ପାଖରେ ମଧ୍ୟ ବହୁଳ ପରିମାଣର ପତ୍ରିକା ଓ ସମ୍ବାଦ ପତ୍ର ଥିଲା । ମୁଁ ବର୍ତ୍ତମାନ ବିଦ୍ୟାଳୟରେ ଅନ୍ୟ ଶିକ୍ଷକମାନଙ୍କ ସହିତ ତାହାର ବିନିମୟ କରୁଛି ।

ଶିକ୍ଷଣକାର୍ଯ୍ୟ ୩: ଆପଣଙ୍କ ଶ୍ରେଣୀରେ ଗୋଟିଏ ପଠନକୋଣ ଅନ୍ତର୍ଭୁକ୍ତ କରିବେ କିପରି

ସହକର୍ମୀମାନଙ୍କ ସହ କାର୍ଯ୍ୟ କରିବା ଅବସରରେ ଯଦି ସମ୍ଭବ ହୁଏ, ଶ୍ରେଣୀ କୋଠରୀରେ ପଠନ କୋଣ ସ୍ଥାପନ ପାଇଁ ଏକ ଯୋଜନା ପ୍ରସ୍ତୁତ କରନ୍ତୁ । ପ୍ରଥମେ ନିଜ ମନକୁ ଯେଉଁ ସବୁ ଭାବନା ଆସୁଛି, ତା'ର ଏକ ତାଲିକା କରନ୍ତୁ । ଏହି ପରିପ୍ରେକ୍ଷୀରେ ନିମ୍ନୋକ୍ତ ଦିଗଗୁଡ଼ିକୁ ବିଚାରକୁ ନିଆଯାଇପାରେ ।

  • ଉପଲବ୍ଧ ଉପାଦେୟ ପୁସ୍ତକ ଓ ପଠନ ସାମଗ୍ରୀଗୁଡ଼ିକ ପାଇବାର ଉତ୍ସ ଗୁଡ଼ିକ କଣ?
  • କେଉଁ ଉପାୟରେ ଆପଣଙ୍କ ଶିକ୍ଷାର୍ଥୀମାନେ ଏହି ସାମଗ୍ରୀ ଯୋଗାଣରେ ସହାୟତା କରିପାରିବେ ? (ଉଦାହରଣସ୍ୱରୂପ – ସେମାନଙ୍କ ଦ୍ଵାରା ପ୍ରସ୍ତୁତ ପୁସ୍ତକ)
  • ଆପଣଙ୍କ ଶ୍ରେଣୀଗୁହର କେଉଁଠାରେ ପଠନ କୋଣ କରିବେ ?
  • ଏହାକୁ ସ୍ଥାପନ କରିବା ପାଇଁ ଆପଣ କ'ଣ ଆବଶ୍ୟକ କରନ୍ତି ? (ଉଦାହରଣ ସ୍ୱରୂପ – ପୁସ୍ତକ ରଖିବା ପାଇଁ ବାକ୍ସ, ବସିବା ପାଇଁ ଆସନ ଇତ୍ୟାଦି) ଆପଣ ଏସବୁ ଜିନିଷ ଗୁଡ଼ିକୁ କେଉଁଠାରୁ ପାଇବେ?

• ଆପଣଙ୍କ ଶ୍ରେଣୀକକ୍ଷର ଶିକ୍ଷଣକାର୍ଯ୍ୟରେ କିଭଳି ପଠନ କୋଣକୁ ଆପଣ ସଂପର୍କିତ କରିପାରିବେ?

୪. ଶ୍ରେଣୀକକ୍ଷର ସମ୍ବଳ ଭାବେ ରେଡ଼ିଓ

ପରିସ୍ଥିତି ଅନୁଧ୍ୟାନ ୩ : ଭାଷା ଓ ସାକ୍ଷରତା ବିକାଶ ପାଇଁ ରେଡ଼ିଓର ବ୍ୟବହାର କରିବା

ଶ୍ରୀମତୀ ଲିପି, ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ଏକ ବହୁ ଶ୍ରେଣୀ ଭିତ୍ତିକ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଅଟନ୍ତି । ସେ ନିଜ ଭାଷା ଶିକ୍ଷାଦାନ ଶ୍ରେଣୀରେ ରେଡ଼ିଓକୁ ଏକ ସମ୍ବଳ ଭାବ ରେ କିପରି ବ୍ୟବହାର କରନ୍ତି, ଏଠାରେ ସେ କଥା ବର୍ଣ୍ଣନା କରିଛନ୍ତି ।

ଯୋଗାଇ ଦିଆଯାଇଥିବା ପାଠ୍ୟ ପୁସ୍ତକ ବ୍ୟତୀତ ମୋ ବିଦ୍ୟାଳୟରେ ସୀମିତ ପଠନ ଉତ୍ସ ରହିଛି । ମୋର ଅବସର ସମୟରେ ମୁଁ ପର୍ଯ୍ୟାପ୍ତ ଭାବରେ ରେଡ଼ିଓ ଶୁଣେ ଏବଂ ଅନେକ ଆଗ୍ରହପୂର୍ଣ୍ଣ କାର୍ଯ୍ୟକ୍ରମ ଆବିଷ୍କାର କରିଛି । ବର୍ତ୍ତମାନ ମୁଁ ମୋ ଶିକ୍ଷାର୍ଥୀମାନଙ୍କ ଭାଷା ଶିକ୍ଷଣ ପାଇଁ ରେଡ଼ିଓକୁ ଅତିରିକ୍ତ ସମ୍ବଳ ଭାବେ ନିୟମିତ ବ୍ୟବହାର କରୁଛି । ଏହା ଯେଉଁ ଉପାୟରେ ମୋତେ ସେମାନଙ୍କୁ ଶ୍ରେଣୀଗୃହ ବାହାର ପୃଥିବୀ ସହିତ ପରିଚିତ କରିବାରେ ସକ୍ଷମ କରିଥାଏ ତାହାକୁ ମୁଁ ପସନ୍ଦ କରେ ।

ସମ୍ବାଦ ପତ୍ରର ରେଡ଼ିଓ କାର୍ଯ୍ୟକ୍ରମ ସଂପର୍କିତ ସୂଚନା ବ୍ୟବହାର କରି ମୁଁ ଉପାଦେୟ କାର୍ଯ୍ୟକ୍ରମଗୁଡ଼ିକୁ ଚୟନ କରିଥାଏ ଯାହା ଶିକ୍ଷାର୍ଥୀମାନେ ଶିଖିବାକୁ ଥିବା ପ୍ରସଙ୍ଗଗୁଡ଼ିକ ଉପରେ ଆଧାରିତ । ଉପାଦେୟତା ଆଧାରରେ ସମୟ ନିର୍ଘଣ୍ଟ ସ୍ଥିର କରି ମୁଁ ସିଧା ସଳଖ ଶ୍ରେଣୀ ଗୃହରେ ରେଡ଼ିଓ ସହ ରେକ ଶୁଣାଇ ଆସୁଥିଲି । ବର୍ତ୍ତମାନ ମୁଁ ରେକର୍ଡିଙ୍ଗ କରି ରଖୁଛି ଏବଂ ପରବର୍ତ୍ତୀ ସମୟରେ ଶିକ୍ଷାର୍ଥୀଙ୍କୁ ଶୁଣାଇ ଦେଉଛି ।

ମୋ ଶିକ୍ଷାର୍ଥୀମାନେ ବିଶେଷତଃ ଶୈକ୍ଷିକ କାର୍ଯ୍ୟକ୍ରମ ଗୁଡ଼ିକୁ ବେଳେବେଳେ ଶୁଣିବାର ମୁଁ ଦେଖିବାକୁ ଯାଇଥାଏ । କାରଣ ଏହି କାର୍ଯ୍ୟକ୍ରମଗୁଡ଼ିକ ସ୍ପଷ୍ଟ ଭାବେ ପ୍ରସାରିତ ହୋଇଥାଏ ଓ ଏଥିରେ ଅନ୍ୟାନ୍ୟ କାର୍ଯ୍ୟ ସହ ଗୋଟିଏ ବା ଦୁଇଟି ଛୋଟ ପଠନବୋଧ କାର୍ଯ୍ୟ ଥାଏ । କାର୍ଯ୍ୟକ୍ରମ ପ୍ରସାରିତ ହେବା ପରେ ଆମେ ବିଷୟବସ୍ତୁ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ନିୟମିତ ସମୟ ଦେଇଥାଉ । ଯେଉଁ ବିଷୟଗୁଡ଼ିକ ଶିକ୍ଷାର୍ଥୀମାନେ ବୁଝିପାରି ନଥାନ୍ତି ତାହାର ସ୍ପଷ୍ଟତା ନିମିତ୍ତ ଏହି କାର୍ଯ୍ୟକ୍ରମ ସହାୟକ ହୋଇଥାଏ । ଏହି କାର୍ଯ୍ୟକ୍ରମ ପାଇଁ ଆମେ ବେଳେବେଳେ ସମଗ୍ର ଶ୍ରେଣୀକୁ ନିୟୋଜିତ କରିଥାଉ । ବେଳେବେଳେ ମୁଁ ଶିକ୍ଷାର୍ଥୀମାନଙ୍କୁ ଦଳ କରି ବସାଇ ପ୍ରସାରଣ ଶୁଣାଇ ଥାଏ ଓ ଏକତ୍ରିତ ଭାବରେ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା ପାଇଁ କହିଥାଏ । ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ୱରୂପ ସଂକ୍ଷେପରେ ବିବରଣୀ ପ୍ରସ୍ତୁତ କାର୍ଯ୍ୟ। ମୁଁ ସାଧାରଣତଃ କେତେକ କମ୍ ବୟସର ଶିକ୍ଷାର୍ଥୀଙ୍କ ଉପରେ ନ୍ୟସ୍ତ କରିଥାଏ ଓ ସେମାନଙ୍କ ଠାରୁ ବୟସ୍କ ଶିକ୍ଷାର୍ଥୀମାନଙ୍କୁ ଅପେକ୍ଷାକୃତ ଦୀର୍ଘ ବିବରଣୀ ପ୍ରସ୍ତୁତ କରିବା ପାଇଁ କହିଥାଏ ।

ମୁଁ ଶ୍ରେଣୀରେ ଗଳ୍ପ, ନାଟକ, ଅପେରା ମଧ୍ୟ ରେଡ଼ିଓ ମାଧ୍ୟମରେ ଉପସ୍ଥାପନ କରିଥାଏ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଚରିତ୍ର, ଉପୁଜୁଥିବା ସମସ୍ୟା ବା ପରବର୍ତ୍ତି ସମୟରେ କ’ଣ ଘଟିବ ଆଦି ବିଷୟ ସଂପର୍କିତ ଆଲୋଚନା ପାଇଁ ସେମାନକୁ ଆଗେଇ ନେଇଥାଏ । ବେଳେବେଳେ ମୁଁ ଶିକ୍ଷାର୍ଥୀମାନଙ୍କୁ ନିଜ ଭାଷାରେ ସଂଳାପ ଲେଖିବା  ଓ ଅଭିନୟ କରିବା ପାଇଁ କହିଥାଏ ।

ମୁଁ ରେଡ଼ିଓ କାର୍ଯ୍ୟକ୍ରମକୁ ଭଲପାଏ କାରଣ ମୋ ଶିକ୍ଷାର୍ଥୀମାନେ ଏହା ମାଧ୍ୟମରେ ବିଭିନ୍ନ ଧାରଣା, ନୂତନ ଅଭିବ୍ୟକ୍ତି, ଭାଷାର ଶୈଳୀ ସହ ପରିଚିତ ହେଇଥାନ୍ତି । ଏହି ପ୍ରସାରଣ ସମୟରେ ମୋ ଦୃଷ୍ଟିକୁ ଆସୁଥିବା ଅପରିଚିତ ଶବ୍ଦ ଗୁଡ଼ିକୁ ଲେଖିଦିଏ ଓ ପରବର୍ତ୍ତୀ ସମୟରେ ମୋ ଶିକ୍ଷାର୍ଥୀମାନଙ୍କୁ ଏହାର ଅର୍ଥ ଜାଣିଥିଲେ କହିବା ପାଇଁ ପଚାରି  ଥାଏ । ଏହି ଶବ୍ଦର ଅର୍ଥ ଆନୁମାନିକ ହୋଇପାରେ ବା ସେମାନେ ଯେଉଁ ଅର୍ଥରେ ବୁଝିଛନ୍ତି ତାହା ବି ହୋଇପାରିଥାଏ । ବେଳେବେଳେ ସେମାନେ ଶୁଣିଥିବା ଭାଷା ଉପରେ ମନ୍ତବ୍ୟ ପ୍ରଦାନ କରନ୍ତି ଏବଂ ଉପସ୍ଥାପନ କରିଥିବା ବ୍ୟକ୍ତିର କୌଣସି ନିର୍ଦ୍ଦିଷ୍ଟ ଶବ୍ଦର ଉଚ୍ଚାରଣ ଉପରେ ବିକଳ୍ପ କ'ଣ ହେବ ଆଲୋଚନା ମଧ୍ୟ କରିଥାନ୍ତି । ଭାଷା ଉପସ୍ଥାପନାର ବିଭେଦତା ସଂପର୍କରେ ଆଲୋଚନା କରିବା ଦ୍ଵାରା ସେମାନଙ୍କର ଭାଷାର ସମୃଦ୍ଧି ଓ ପ୍ରକାର ଭେଦ ସଂପର୍କରେ ସଚେତନତା ବୃଦ୍ଧି ପାଇଥାଏ ।

ମୁଁ ମୋର ଶିକ୍ଷାର୍ଥୀମାନଙ୍କ ଗୃହ ଭାଷାରେ ଛୋଟିଆ କାର୍ଯ୍ୟକ୍ରମଟିଏ ପରୀକ୍ଷା ମୂଳକ ଭାବେ ପ୍ରସାରଣ କଲି । ବକ୍ତା କହିଥିବା କଥାକୁ ଯେଉଁମାନେ ବୁଝିପାରିଲେ ନିଜେ ସହପାଠୀମାନଙ୍କୁ ବୁଝାଇ ଦେବା ପାଇଁ ମୁଁ ସେମାନଙ୍କୁ କହିଲି । ବକ୍ତା ପ୍ରସାରଣ ସମୟରେ ବ୍ୟବହାର କରିଥିବା ଦୁଇ ବା ତିନୋଟି କୌନ୍ଦ୍ରିକ ଶବ୍ଦର ପୁନରାବୃତ୍ତି କରିବା ପାଇଁ ମୁଁ ସେମାନଙ୍କୁ କହିଲି ଓ ମୌଖିକ ଭାବରେ ଶ୍ରେଣୀର ଅନ୍ୟ ସମସ୍ତ ପିଲା ଏହାକୁ ପୁନରାବୃତ୍ତି କରିବା ପାଇଁ ସୂଚନା ଦେଲି । ସେମାନେ ଯେଉଁ ଶବ୍ଦଗୁଡ଼ିକ ଜାଣିଲେ ନିଜ ଗୁହ ଭାଷାରେ କଳାପଟାରେ ଲେଖିବାକୁ କହିଲି ଓ ଶ୍ରେଣୀର ଅନ୍ୟ ସମସ୍ତ ଶିକ୍ଷାର୍ଥୀ ଏହି କାର୍ଯ୍ୟଟିରେ ମଜ୍ଜି ଯାଇଥିଲେ ।

ମୁଁ ସବୁବେଳେ ଅନୁଭବ କରିଛି ଯେ ରେଡ଼ିଓ ମାଧ୍ୟମରେ ପ୍ରସାରଣ କାର୍ଯ୍ୟକ୍ରମ ଶ୍ରବଣ ଦକ୍ଷତାକୁ ବିକଶିତ କରିଥାଏ ।

ଟିକିଏ ଚିନ୍ତା କରନ୍ତୁ

  • ଶ୍ରୀମତୀ ଲିପିଙ୍କର ରେଡ଼ିଓ ପ୍ରସାରିତ ଶିକ୍ଷଣ କାର୍ଯ୍ୟକ୍ରମ ଶିକ୍ଷାର୍ଥୀମାନଙ୍କ ଭାଷା ଓ ସାକ୍ଷରତା ବିକାଶରେ କିଭଳି ସୁଯୋଗ ପ୍ରଦାନ କରିଛି ?
  • ଶ୍ରେଣୀ କକ୍ଷରେ ରେଡ଼ିଓର ବ୍ୟବହାର କୌଣସି ସମସ୍ୟା ସୃଷ୍ଟି କରିବ ବୋଲି ଆପଣ ଆଶଙ୍କା କରନ୍ତି କି ?
  • ଆପଣ ସେ ସମସ୍ୟା ସବୁକୁ ଅତିକ୍ରମ କରିବେ କିପରି ?

ମୁଖ୍ୟ ସମ୍ବଳ : "" ସଭିଙ୍କ ସଂପୃକ୍ତି" – ଶିକ୍ଷାର୍ଥୀମାନଙ୍କ ଅଂଶଗ୍ରହଣକୁ କିପରି ଶ୍ରେଣୀରେ ବୃଦ୍ଧି କରାଯାଇପାରିବ ସେ ସମ୍ବନ୍ଧରେ ଅଧିକ ଧାରଣା ଏଥିରେ ଦିଆଯାଇଛି ଓ ଏଥିରେ ଗୃହ ଭାଷା ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି ।

ସଭିଙ୍କ ସଂପୃକ୍ତି

ଶିକ୍ଷଣକାର୍ଯ୍ୟ ୪: ଶ୍ରେଣୀ ଗୃହରେ ରେଡିଓର ବ୍ୟବହାର କରିବା

ଭାଷା ଓ ସାକ୍ଷରତା ବିକାଶ ନିମିତ୍ତ ରେଡିଓ କାର୍ଯ୍ୟକ୍ରମର ବ୍ୟବହାର ସହାୟକ ହୋଇପାରିବ । ଏହାକୁ ଶ୍ରେଣୀ ଗୃହରେ ବ୍ୟବହାର କରିବା ପୂର୍ବରୁ ଆପଣ ଏଥିପ୍ରତି ଧ୍ୟାନ ଦିଅନ୍ତୁ

 

ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ଉପାଦେୟ ହେଲା ଭଳି ଦୁଇ ବା ତିନୋଟି ରେଡ଼ିଓ ପ୍ରସାରଣ କାର୍ଯ୍ୟକ୍ରମ ଶୁଣିବା ପାଇଁ ଗୋଟିଏ ସପ୍ତାହ ବା ସେପରି ସମୟ ନିଅନ୍ତୁ । ଏଗୁଡ଼ିକୁ ଶୁଣିଲା ପରେ ଆପଣଙ୍କ ଶିକ୍ଷାର୍ଥୀମାନେ ଏଥିରୁ ନିମ୍ନ ଆଧାରରେ କ’ଣ ପାଇବେ ବୋଲି ଆପଣ ଚାହାଁନ୍ତି । ଯଥା –

  • ପ୍ରସାରଣ ହୋଇଥିବା ପ୍ରସଙ୍ଗର ଦିଗ
  • ସେମାନଙ୍କର ଭାଷା ଓ ସାକ୍ଷରତା ବିକାଶ

ଏହାପରେ ଶିକ୍ଷାର୍ଥୀମାନଙ୍କ ଭାଷା ଓ ସାକ୍ଷରତାର ସ୍ତର ତଥା ସେମାନଙ୍କର ବିଷୟ ଭିତ୍ତିକ ଜ୍ଞାନକୁ ବିଚାରକୁ ନେଇ ଶ୍ରେଣୀ ପରିଚାଳନାର କଳ୍ପନା  କରନ୍ତୁ । ଏଥିରେ ଆପଣ ଶିକ୍ଷାର୍ଥୀମାନଙ୍କୁ ପଚାରିବାକୁ ଥିବା ପ୍ରଶ୍ନ ଓ ଆଲୋଚନାର ମୁଖ୍ୟ ଦିଗଗୁଡ଼ିକ ବଡ଼ ପାଟିରେ ନିଜେ ଅଭ୍ୟାସ କରନ୍ତୁ । ଏହା ଶିକ୍ଷାର୍ଥୀମାନଙ୍କ ଭାଷା ଓ ସାକ୍ଷରତା ବିକାଶରେ ଆପଣଙ୍କୁ ଅଧିକ ସହାୟତା ପ୍ରଦାନ କରିବ ।

ରେଡ଼ିଓ ପ୍ରସାରଣ କାର୍ଯ୍ୟକ୍ରମ ପରେ ଆପଣଙ୍କ ଶିକ୍ଷାର୍ଥୀମାନେ କରିବାକୁ ଥିବା ଗୋଟିଏ ବା ଦୁଇଟି କାର୍ଯ୍ୟର ନକ୍ସା ପ୍ରସ୍ତୁତ କରନ୍ତୁ । ଏହା କଥନ ବା ଲିଖିନ  କିମ୍ବା ଉଭୟର ଏକ ମିଶ୍ରିତ କାର୍ଯ୍ୟ ହୋଇପାରେ । ଆପଣ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ କିପରି ପରିଚାଳିତ କରିବେ, କେତେ ସମୟ ପାଇଁ ସେମାନେ କାର୍ଯ୍ୟ କରିବେ ଓ ଶେଷରେ କିଭଳି ଏକତ୍ରୀତ କରିବେ ସେ ବିଷୟରେ ଚିନ୍ତା କରନ୍ତୁ ।

ଆପଣ ଯେତେବେଳେ ଏହି କୌଶଳଟିକୁ କିଛି ସମୟ ପାଇଁ ଅଭ୍ୟାସ କରିବା ପରେ ଶିକ୍ଷାର୍ଥୀଙ୍କ ପାଇଁ ଏକ ଉପାଦେୟ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରିବା ପାଇଁ ବାଛନ୍ତୁ ବା ଏହାକୁ ରେକଡିଂ କରି ପରବର୍ତ୍ତି ସମୟରେ ଆପଣଙ୍କ ଶିକ୍ଷାର୍ଥୀଙ୍କୁ ପୁଣି ଶୁଣାନ୍ତୁ । ଏଥିପାଇଁ ଆଗରୁ ଯୋଜନା କରନ୍ତୁ । ଏହାପରେ ଏଗୁଡ଼ିକର ପରୀକ୍ଷା ମୂଳକ ବ୍ୟବହାର କରନ୍ତୁ ।

ଟିକିଏ ଚିନ୍ତା କରନ୍ତୁ ।

  • ଆପଣ ଆଶା କରୁଥିବା ଭଳି ଶିକ୍ଷଣଟି ଚାଲିଲା କି ?
  • ପରବର୍ତ୍ତି ସମୟରେ ଆପଣ କି ପରିବର୍ତ୍ତନ ଆଣିବେ ?

ଭାଷା ସମୃଦ୍ଧ ଶ୍ରେଣୀଗୃହ ସଂପର୍କରେ ଅଧିକ ଜାଣିବା ପାଇଁ ସମ୍ବଳ-୨" ଆଞ୍ଚଳିକ ସମ୍ବଳର ବ୍ୟବହାର” ଦେଖନ୍ତୁ ।

ସାରାଂଶ

ଏହି ଏକକରେ ଆପଣ ଶ୍ରେଣୀଗୃହକୁ ଅଧିକ ଭାଷା ସମୃଦ୍ଧ କିପରି କରିବେ, ସେ ବିଷୟରେ କେତେକ ସହଜ ତଥା ସ୍ୱଳ୍ପ ମୂଲ୍ୟଯୁକ୍ତ ଉପାୟମାନ ପ୍ରଦର୍ଶିତ ହୋଇଛି । ଏଥିରେ ଭାଷା ଓ ସାକ୍ଷରତା ସଂପର୍କିତ ବହୁବିଧ ଧାରଣା ସଂପର୍କରେ ପରାମର୍ଶ ଦିଆଯାଇଛି । ଏଗୁଡ଼ିକୁ ଶ୍ରେଣୀରେ ବ୍ୟବହାର କରି ଆପଣ ଶିକ୍ଷାର୍ଥୀମାନଙ୍କର କଥନ ଓ ଲିଖନ ଭିତ୍ତିକ ବିଭିନ୍ନ ଉପାଦାନ ଓ ଉତ୍ସ ସଂପର୍କରେ ସେମାନଙ୍କୁ ପରିଚିତ କରାଇ ପାରିବେ । ଏହି ପରାମର୍ଶଗୁଡ଼ିକ ଭିତରେ କାନ୍ଥ ଲେଖା ପ୍ରଦର୍ଶନ, ପଠନ କୋଣ ସ୍ଥାପନ ଓ ଶ୍ରେଣୀରେ ରେଡ଼ିଓର ବ୍ୟବହାର ଆଦି ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ରହିଛି । ଏହି ସମୟ ବାହାରେ ଆପଣ ସହଜ ସାଧନ ଓ କାର୍ଯ୍ୟମାନ ପ୍ରସ୍ତୁତ କରିପାରିବେ ଯାହାକି ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବ । ବିଭିନ୍ନ ସ୍ତରର ଶିକ୍ଷାର୍ଥୀମାନେ ଏହା ବ୍ୟବହାର କରି ପାଠ୍ୟ ପୁସ୍ତକ ଆଧାରିତ ଶିକ୍ଷଣର ବିକାଶ କରିପାରିବେ ଓ ସେମାନଙ୍କ ପରିବେଶରେ ସାମନା କରୁଥିବା କଥନ ଓ ଲିଖନ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଅଭିପ୍ରେରିତ ହେବେ ।

ସମ୍ବଳ ସମୂହ

ସମ୍ବଳ ୧:ଆପଣଙ୍କ ଶ୍ରେଣୀ ଗୃହରେ ଏକ ଆକର୍ଷଣୀୟ ପଠନ କୋଣ ସୃଷ୍ଟି କରିବା ବିଦ୍ୟାଳୟ ପାଠ୍ୟପୁସ୍ତକକୁ ସମୃଦ୍ଧ କରିବା ପାଇଁ ସାମଗ୍ରୀ ଉପାଦାନ ଖୋଜି ପାଇବା ଏକ କଷ୍ଟସାଧ୍ୟ କାର୍ଯ୍ୟ ଅଟେ । କିନ୍ତୁ ଆପଣ ଯେତେ ସମ୍ଭବ ସାମଗ୍ରୀ ଯୋଗାଇବେ । ଆପଣଙ୍କ ଶିକ୍ଷାର୍ଥୀମାନେ ପଢ଼ିବାକୁ ଚାହିଁବେ । ଏଠାରେ ଶିକ୍ଷକମାନଙ୍କ ଠାରୁ ମିଳିଥିବା ଚାରିଗୋଟି ଧାରଣା ଦିଆଯାଇଛି ଯାହାକୁ ଆଧାର କରି ସେମାନେ ବିଦ୍ୟାଳୟ ପାଠାଗାରରେ ପୁସ୍ତକ ସୀମା ବୃଦ୍ଧି କରିପାରିଛନ୍ତି ।

  • ରଙ୍ଗୀନ ପତ୍ରିକାରୁ ଉପାଦେୟ ପ୍ରସଙ୍ଗକୁ କାଟନ୍ତୁ ଓ ଏହାକୁ ପୁସ୍ତକରେ ବା ଚାର୍ଟରେ ଲଗାନ୍ତୁ ।
  • ଆବଶ୍ୟକତା ଅନୁଯାୟୀ ଅଭିଭାବକ, ଗୋଷ୍ଠୀ ସଦସ୍ୟ ଓ ବିଦ୍ୟାଳୟକୁ ଆସୁଥିବା ପରିଦର୍ଶକମାନଙ୍କୁ ପୁସ୍ତକ ଦାନ କରିବାକୁ କୁହନ୍ତୁ ।
  • ବେସରକାରୀ ସଂସ୍ଥା ସହିତ ସଂପର୍କରଖନ୍ତୁ ଯଥା “ରୁମ୍ ଟୁ ରିଡ଼ା" ଓ "ପ୍ରଥମ" ଏବଂ ସେମାନଙ୍କୁ କିଛି ପଠନ ସାମଗ୍ରୀ ଦାନ କରିବାକୁ କୁହନ୍ତୁ ।
  • ଆପଣଙ୍କ ଶିକ୍ଷାଦାନ-ଶିକ୍ଷଣ ଉପକରଣ ନିମିତ୍ତ, ଥିବା ଅନୁଦାନକୁ ପୁସ୍ତକ କ୍ରୟରେ ବିନିଯୋଗ କରନ୍ତୁ ।

ବର୍ତ୍ତମାନ ଆପଣ ଚିନ୍ତା କରନ୍ତୁ ବିଦ୍ୟାଳୟରେ କିପରି ଏକ ଉଦ୍ଦୀପିତ ପଠନ ପରିବେଶ ସୃଷ୍ଟି କରିବେ ଯାହା ଶିକ୍ଷାର୍ଥୀମାନଙ୍କ ପଠନରେ ସହାୟକ ହୋଇ ପାରିବ । ଏଠାରେ ଆପଣଙ୍କ ପାଇଁ କେତେକ ଧାରଣାର ଅବତାରଣା କରାଯାଇଛି ।

ପଠନ ସାମଗ୍ରୀ ସଂଗ୍ରହ କରିବା

ଯେତେ ସମ୍ଭବ ସେତେ ଅଧିକ ପଠନ ସାମଗ୍ରୀ ସଂଗ୍ରହ କରନ୍ତୁ ଯାହା ଆପଣଙ୍କ ସଂଗ୍ରହକୁ କାଳକ୍ରମେ ପରିବର୍ତ୍ତନ କରିବା ଓ ବଢ଼ାଇବ | ଆପଣଙ୍କ ସଂଗ୍ରହ ଯେପରି ବହୁବିଧ ପଠନ, ଦକ୍ଷତାକୁ ଆକର୍ଷିତ କରିବାରେ ସମର୍ଥ ହୋଇପାରିବ ତାହା ସୁନିଶ୍ଚିତ କରିବା ଆପଣଙ୍କର କାମ । ସଂଗ୍ରହ ଭିତରେ ବହୁ ପ୍ରକାରର ପୁସ୍ତକକୁ ସାମିଲ କରନ୍ତୁ ଯେପରି :

  • ଗଳ୍ପ ବହି
  • ଖେଳ, ପ୍ରକୃତି, ପଦାର୍ଥ ପ୍ରସ୍ତୁତି ଆଧାରିତ ପୁସ୍ତକ
  • ଅଭିଧାନ ଓ ଆଟଲାସ
  • କବିତା ବହି
  • ଧନ୍ଦା ଓ ହାସ୍ୟ ଭିତ୍ତିକ ପୁସ୍ତକ
  • ଯଦି ସମ୍ଭବ ଶିକ୍ଷାର୍ଥୀମାନଙ୍କ ଗୃହଭାଷାରେ ପୁସ୍ତକ

ନିଜ ସଂଗ୍ରହକୁ ବଢ଼ାଇବା ପାଇଁ ସମ୍ବାଦପତ୍ର ପତ୍ରିକା ତଥା ହାସ୍ୟ ଭିତ୍ତିକ ଛୋଟ ବହି ଏଥିରେ ଯୋଗ କରନ୍ତୁ । ଉପାଦେୟ ପଠନ ସାମଗ୍ରୀନିଜ ଗୋଷ୍ଠୀରୁ ଖୋଜି ବାହାର କରିବା ପାଇଁ ଆପଣ ପିଲାମାନଙ୍କୁ ଉତ୍ସାହିତ କରନ୍ତୁ ।

ପୁସ୍ତକ ପ୍ରସ୍ତୁତ କରିବା

ଆପଣଙ୍କ ଶିକ୍ଷାର୍ଥୀମାନେ ନିଜର କବିତା ଓ କ୍ଷୁଦ୍ର ଗଳ୍ପକୁ ନେଇ ପୁସ୍ତକ ପ୍ରସ୍ତୁତ କରିପାରିବେ । ସେମାନେ କ୍ଷୁଦ୍ର ନାଟକ ଲେଖି ପାରିବେ ବା ସେମାନଙ୍କ ପାଠରେ ଥିବା କୌଣସି ଏକ ବିଷୟକୁ ନେଇ ମଧ୍ୟ ପୁସ୍ତକ ତିଆରି କରିପାରିବେ । ସେମାନେ ମଧ୍ୟ ନିଜ ପୁସ୍ତକ ପାଇଁ ଏକ ମଲାଟ ପୃଷ୍ଠା ପ୍ରସ୍ତୁତ କରିପାରିବେ ଯାହା ଅନ୍ୟମାନଙ୍କୁ ପଢ଼ିବାକୁ ଆକର୍ଷିତ କରିବ ।

ସ୍ବତନ୍ତ୍ର ପ୍ରଦର୍ଶନ ସମୂହ

ଜଳ ବା ପରିବହନ ଭଳି କିଛି ଆକର୍ଷଣୀୟ ବିଷୟ ବସ୍ତୁର ପ୍ରଦର୍ଶନ ଶିକ୍ଷାର୍ଥୀମାନଙ୍କୁ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିଥାଏ । ନିଜ ପାଇଁ ତଥ୍ୟ ସଂଗ୍ରହ କରିବା ନିମିତ୍ତ ଏହା ଏକ ଉତ୍ତମ ମାଧ୍ୟମ ଅଟେ । ପୁସ୍ତକ ପ୍ରଦର୍ଶନ, ପୋଷ୍ଟର, ଛବି ଓ ଫଟୋ ଆଦିକୁ କାନୁରେ ଲଗାଇ ଏହା କରାଯାଇପାରିବ । ଶିକ୍ଷାର୍ଥୀମାନଙ୍କ ଆଗ୍ରହକୁ ଧରି ରଖୁବାକୁ ହେଲେ କାନ୍ଥରେ ପ୍ରଦଶିତ ହୋଇଥିବା ଜିନିଷଗୁଡ଼ିକର ପରିବର୍ତ୍ତନ କରନ୍ତୁ ଓ ଶିକ୍ଷାର୍ଥୀମାନେ ପ୍ରସ୍ତୁତ କରିଥିବା ସାମଗ୍ରୀକୁ ପ୍ରଦର୍ଶିତ କରନ୍ତୁ । ଯଦି ପଠନ ସାମଗ୍ରୀ ବିଷୟରେ ଆପଣଙ୍କୁ ଜଣାଥାଏ ତେବେ ଏ ବିଷୟରେ ଶିକ୍ଷାର୍ଥୀମାନଙ୍କୁ ଆପଣ ପରାମର୍ଶ ଦେଇପାରିବେ ଯାହା ସେମାନେ ସାଧାରଣତଃ ଖୋଜିଥାନ୍ତି ।

ପଠନ କୋଣ ସୃଷ୍ଟି କରିବା

ଆପଣଙ୍କ ବିଦ୍ୟାଳୟରେ ବା ଶ୍ରେଣୀକକ୍ଷରେ ପଠନ କୋଣ ସୃଷ୍ଟି କରିବା ପାଇଁ କୋଣ ବା ସ୍ଥାନ ଚୟନ କରନ୍ତୁ । ଏହାକୁ ଚିହ୍ନଟ କରନ୍ତୁ ଯାହାଦ୍ବାରା ଏହାର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇପାରିବ । ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପଢ଼ିବା ପାଇଁ ଆରାମଦାୟକ ତଥା ଆକର୍ଷଣୀୟ ସ୍ଥାନ ସ୍ଥିର କରନ୍ତୁ । ଆପଣଙ୍କ ସାମର୍ଥ୍ୟ ଅନୁଯାୟୀ ଆସନ ବା ଚୌକି ପକାନ୍ତୁ ।

ସଂଗୃହିତ ସାମଗ୍ରୀ ଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ଓ ଯନ୍ ନେବା ପାଇଁ ଗ୍ରନ୍ଥାଗାର କାର୍ଯ୍ୟ ସ୍ଵଇଚ୍ଛାରେ କରିବା ନିମିତ୍ତା ଆପଣ ସେମାନଙ୍କୁ ପଚାରନ୍ତୁ ।  ଥାକରେ ବା ବାକ୍ସରେ ପଠନ ସାମଗ୍ରୀ ଗୁଡ଼ିକର ଏଭଳି ପ୍ରଦର୍ଶନ ହେବା ଦରକାର ଯାହାଦ୍ଵାରା ଶିକ୍ଷାର୍ଥୀମାନେ ଏହାକୁ ସହଜରେ ବ୍ୟବହାର କରିପାରିବେ । ନିୟମିତି ଭାବରେ ଏଗୁଡ଼ିକୁ ବାହାର କରିବା ଓ ସୁନ୍ଦର ଭାବରେ ସଜାଇ ରଖିବା  ପାଇଁ ଶିକ୍ଷାର୍ଥୀମାନଙ୍କୁ ଆମନ୍ତ୍ରିତ କରନ୍ତୁ । ଚିରି ଯାଇଥିବା ବା ନଷ୍ଟ ହୋଇଯାଉଥିବା ପୁସ୍ତକ ଗୁଡ଼ିକୁ ମରାମତି କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ପ୍ରୋତ୍ସାହିତ କରନ୍ତୁ । ଆପଣଙ୍କ ଶିକ୍ଷାର୍ଥୀମାନେ ଯେତେ ଅଧିକ ଏହି କାର୍ଯ୍ୟରେ ସଂପୃକ୍ତ ହେବେ ସେତେ ଅଧିକ ସେମାନେ ଏହି ପଠନ କୋଣ ଓ ଏହାର କାର୍ଯ୍ୟର ଦାୟିତ୍ଵ ବହନ କରିବେ ।

ସମ୍ବଳ ୨ : ସ୍ଥାନୀୟ ସମ୍ବଳ ସମୂହର ବ୍ୟବହାର କରିବା

ଅନେକ ଶିକ୍ଷଣ ସମ୍ବଳ ଶିକ୍ଷାଦାନରେ ବ୍ୟବହାର କରାଯାଇପାରିବ, କେବଳ ପାଠ୍ୟପୁସ୍ତକ ନୁହେଁ । ଶିକ୍ଷାର୍ଥୀମାନେ ବିଭିନ୍ନ ଇନ୍ଦ୍ରିୟ ଯଥା ଦର୍ଶନ, ଶ୍ରବଣ, ସ୍ପର୍ଶ, ପ୍ରାଣ ଓ ସ୍ଵାଦ ଆଦିର ବିନିଯୋଗ କରି ଭିନ୍ନ ଭିନ୍ନ ଉପାୟରେ ଶିଖୁପାରିବେ ଯଦି ସେମାନଙ୍କୁ ଆପଣ ସୁଯୋଗ ଦିଅନ୍ତି । ଆପଣଙ୍କ ଚତୁଃପାର୍ଶ୍ଵରେ ଅନେକ ସମ୍ବଳ ରହିଛି ଯାହାକୁ ଆପଣ ଶ୍ରେଣୀ ଗୃହରେ ବ୍ୟବହାର କରିପାରିବେ । ଏହା ମାଧ୍ୟମରେ ଆପଣ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣକୁ ସହାୟତା ପ୍ରଦାନ କରିପାରିବେ । ସ୍ୱଳ୍ପ ବା ବିନା ମୂଲ୍ୟରେ ଯେ କୌଣସି ବିଦ୍ୟାଳୟ ନିଜର ଶିକ୍ଷଣ ସମ୍ବଳ ପ୍ରସ୍ତୁତ କରିପାରିବେ । ଆଞ୍ଚଳିକ ସ୍ତରରେ ଏହି ସମ୍ବଳ ଓ ସାମଗ୍ରୀ ସଂଗ୍ରହ କରି ପାଠ୍ୟକ୍ରମ ଓ ଶିକ୍ଷାର୍ଥୀମାନଙ୍କ ଜୀବନ ଧାରା ମଧ୍ୟରେ ସଂଯୋଗ ସ୍ଥାପନ କରାଯାଇ ପାରିବ ।

ଆପଣ ଆପଣଙ୍କ ନିକଟ ପରିବେଶରେ ବିଭିନ୍ନ ପ୍ରସଙ୍ଗରେ ପାରଦର୍ଶ ବ୍ୟକ୍ତି ବିଶେଷଙ୍କୁ ପାଇବେ । ଆପଣ ମଧ୍ୟ ଅନେକ ପ୍ରାକୃତିକ ସମ୍ବଳ ପରିବେଶରୁ ପାଇପାରିବେ । ଏହା ଆପଣଙ୍କୁ ଆଞ୍ଚଳିକ/ ସ୍ଥାନୀୟ ଗୋଷ୍ଠୀ ସହିତ ସଂପର୍କ ସ୍ଥାପନରେ ସହାୟତା କରିପାରିବ । ଆପଣ ଏହାର ଗୁରୁତ୍ଵକୁ ଅନୁଭବ କରନ୍ତୁ । ଶିକ୍ଷାର୍ଥୀମାନଙ୍କୁ ଏଠାରେ ସେମାନଙ୍କର ପରିବେଶର ବିବିଧତା ତଥା ସମୃଦ୍ଧି ବିଷୟରେ ଦେଖିବାକୁ ପ୍ରୋତ୍ସାହିତ ମଧ୍ୟ କରନ୍ତୁ । ଦେଖିବାକୁ ଗଲେ ବିଦ୍ୟାଳୟ ଭିତର ଓ ବାହାର ଶିକ୍ଷଣ, ଶିକ୍ଷାର୍ଥୀମାନଙ୍କର ସାମଗ୍ରୀକ ବିକାଶ ନିମିତ୍ତ ଗୁରୁତ୍ଵପୂର୍ଣ୍ଣ ।

ଶ୍ରେଣୀକୁ ଅଧିକ ଆକର୍ଷଣୀୟ କରିବା

ଲୋକମାନେ ସେମାନଙ୍କ ଗୃହକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଠିନ ପରିଶ୍ରମ କରନ୍ତି । ପରିବେଶ ସଂପର୍କରେ ଚିନ୍ତା କରିବା ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଅଟେ କାରଣ ଆପଣ ଆଶା କରୁଥିବା କଥା ଶିକ୍ଷାର୍ଥୀମାନେ ଏଠାରୁ ଶିଖନ୍ତି । ଆପଣ ଆପଣଙ୍କ ବିଦ୍ୟାଳୟ ଓ ଶ୍ରେଣୀଗୁହକୁ ଶିକ୍ଷଣ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ କରିବା ପାଇଁ ଯାହା କରିପାରିବେ ତାହା ଶିକ୍ଷାର୍ଥୀମାନଙ୍କ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ । ଏହିଭଳି ଅନେକେ ରହିଛି ଯାହା ବ୍ୟବହାର କରି ଆପଣ ଶ୍ରେଣୀଗୃହକୁ ଶିକ୍ଷାର୍ଥୀମାନଙ୍କ ପାଇଁ ଆଗ୍ରହପୂର୍ଣ୍ଣ ଓ ଆକର୍ଷଣୀୟ କରିପାରିବେ । ଉଦାହରଣ ସ୍ୱରୂପ ଆପଣ –

  • ପୁରୁଣା ପତ୍ରିକା ଓ ତଥ୍ୟ ପୁସ୍ତିକାରୁ ପୋଷ୍ଟର ପ୍ରସ୍ତୁତି କରିପାରିବେ ।
  • ସାଂପ୍ରତିକ ପ୍ରସଙ୍ଗୀ ଆଧାରିତ ଉପାଦାନ ଓ କଳାକୃତି ଗୁଡିକୁ ଶ୍ରେଣୀକୁ ଆଣିପାରିବେ ।
  • ଶିକ୍ଷାର୍ଥୀମାନଙ୍କ କୃତି ଗୁଡିକୁ ପ୍ରଦର୍ଶନ କରିପାରିବେ ।
  • ଶିକ୍ଷାର୍ଥୀମାନଙ୍କୁ ନୂତନ ଶିକ୍ଷଣ ପ୍ରତି ପ୍ରସ୍ତୁତ ତଥା ଉତ୍ସୁକ ହେବା ପାଇଁ ଶ୍ରେଣୀ ଗୃହର ପ୍ରଦର୍ଶନକୁ ପରିବର୍ତ୍ତନ କରିପାରିବେ ।

ଆପଣଙ୍କ ଶ୍ରେଣୀରେ ସ୍ଥାନୀୟ ବିଶେଷଜ୍ଞମାନଙ୍କ ଦକ୍ଷତାର ଉପଯୋଗ କରିବା

ଆପଣ ଯଦି ଶ୍ରେଣୀରେ ଗଣିତର "ଟଙ୍କା" ବା" ପରିମାଣ" ବିଷୟରେ ପଢାଉଥାନ୍ତି, ତେବେ ଆପଣ ଜଣେ ବ୍ୟବସାୟୀ ବା ପୋଷାକ ପ୍ରସ୍ତୁତକାରୀଙ୍କୁ ବଜାରରୁ ଡାକି ସେମାନେ ସେମାନଙ୍କ କାର୍ଯ୍ୟରେ କିପରି ଗଣିତ ବ୍ୟବହାର କରୁଛନ୍ତି ଶ୍ରେଣୀରେ ବର୍ଣ୍ଣନା କରିବାକୁ କହିବେ । ଯଦି ଆପଣ ଚିତ୍ରାଙ୍କନ ଶିକ୍ଷାରେ ଗଠନ ଓ ଆକାର ସଂପର୍କରେ ଧାରଣା ଦେବାକୁ ଚାହୁଁଛନ୍ତି ତେବେ ଆପଣ ମେହେନ୍ଦୀ ଲଗାଉଥିବା (ବ୍ୟକ୍ତିଙ୍କୁ ବିଦ୍ୟାଳୟକୁ) ଡାକିପାରିବେ । ଆକାର, ଗଠନ, କୌଶଳ ଆଦି ବିଷୟରେ ବର୍ଣ୍ଣନା କରିବାକୁ ତାଙ୍କୁ କହିପାରିବେ । ଏହିଭଳି ଅତିଥିମାନଙ୍କୁ ବିଦ୍ୟାଳୟକୁ ଡାକିବା ଅଧିକ ଫଳପ୍ରଦ ହୋଇଥାଏ । ଯେତେବେଳେ ଶୈକ୍ଷିକ ଲକ୍ଷ୍ୟ ସ୍ପଷ୍ଟ ହୋଇଥାଏ ଓ ସମୟ ଭିତ୍ତିକ କାର୍ଯ୍ୟ ସଂପାଦନର ଆବଶ୍ୟକତା ଥାଏ ସେତେବେଳେ ଏହା ଅଧିକ ସଫଳ ହୋଇଥାଏ ।

ଆପଣଙ୍କ ବିଦ୍ୟାଳୟ ଗୋଷ୍ଠୀରେ ବିଶେଷଜ୍ଞ ଥାଇପାରନ୍ତି ଯେପରିକି ଆପଣ ରୋଷେଇ କରୁଥିବା, ଯତ୍ନ ନେଉଥିବା ଭଳି ବ୍ୟକ୍ତି ଯେଉଁମାନଙ୍କୁ ଶିକ୍ଷାର୍ଥୀମାନେ ସେମାନଙ୍କର ଶିକ୍ଷଣ ଆବଶ୍ୟକତା ଅନୁଯାୟୀ ସାକ୍ଷାତ କରିପାରିବେ । ଉଦାହରଣ ସ୍ବରୂପ ରୋଷେଇ କରିବା ସମୟରେ ପରିମାଣ ସମ୍ବନ୍ଧୀୟ ଧାରଣା ଜାଣିବା ବା ବିଦ୍ୟାଳୟ କୋଠା ଓ ପଡ଼ିଆ ଉପରେ ଜଳବାୟରୁ ପ୍ରଭାବ ସଂପର୍କିତ ଧାରଣା ପାଇଁ ଏମାନଙ୍କ ସହ ସାକ୍ଷାତକାର କରାଯାଇପାରେ ବା ସେମାନଙ୍କୁ ଆଲୋଚନା ପାଇଁ ଡକାଯାଇପାରେ ।

ବାହ୍ୟ ପରିବେଶର ବ୍ୟବହାର କରିବା

ଆପଣଙ୍କ ଶ୍ରେଣୀ ବାହାରେ ଥିବା ବିସ୍ତୁତ ସମ୍ବଳ ସମୂହକୁ ଆପଣ ଶ୍ରେଣୀ ଶିକ୍ଷାଦାନରେ ବ୍ୟବହାର କରିପାରିବେ । ଆପଣ ନିଜେ ବା ଶିକ୍ଷାର୍ଥୀମାନଙ୍କ ଦ୍ଵାରା ପତ୍ର, ଗଛ, ବୁଢ଼ିଆଣି, କୀଟ, ପଥର, କାଠ ଆଦି ସଂଗ୍ରହ କରିପାରିବେ । ଏହି ସବୁ ସାମଗ୍ରୀ ଗୁଡ଼ିକୁ ଶ୍ରେଣୀଗୃହକୁ ଆଣି ଆପଣ ଆଗ୍ରହପୂର୍ଣ୍ଣ ଶ୍ରେଣୀ ପ୍ରଦର୍ଶନ କରିପାରିବେ ଯାହା ଶିକ୍ଷାର୍ଥୀମାନଙ୍କ ପାଠ ପ୍ରସଙ୍ଗ ସହ ସଂପର୍କିତ ହୋଇଥିବ। ଏଗୁଡ଼ିକ ଆଲୋଚନା ବା ପରୀକ୍ଷଣ ନିମିତ୍ତ କାର୍ଯ୍ୟ ଯଥା ବର୍ଗୀକରଣ ବା ଜୀବ ଓ ନିର୍ଜାବ ପ୍ରେଭେଦୀକରଣ ପାଇଁ ସହାୟତା କରିବ । ବସ୍ ସମୟ ସାରଣୀ, ବା ବିଜ୍ଞାପନ ଭଳି ଅନେକ ସମ୍ବଳ ରହିଛି ଯାହା ସ୍ଥାନୀୟ ଗୋଷ୍ଠୀ ପାଇଁ ପ୍ରାସଙ୍ଗିକ ଅଟେ । ଏହାକୁ ଶିକ୍ଷଣ ସମ୍ବଳ ଭାବେ ପରିବର୍ତ୍ତନ କରି ଶିକ୍ଷାର୍ଥୀମାନଙ୍କୁ ଶବ୍ଦ ଚିହ୍ନଟ, ଗୁଣର ତୁଳନା ବା ଯାତ୍ରା ସମୟ ଗଣନା ଆଦି ଦାୟିତ୍ଵ ଦିଆଯାଇପାରିବ ।

ବାହ୍ୟ ପରିବେଶର ବିଭିନ୍ନ ବସ୍ତୁ ଗୁଡ଼ିକୁ ଶ୍ରେଣୀ ଗୃହକୁ ଅଣାଯାଇ ପାରିବ । କିନ୍ତୁ ଏହି ବାହ୍ୟ ବସ୍ତୁଗୁଡ଼ିକ ମଧ୍ୟ ଆପଣଙ୍କ ଶ୍ରେଣୀ ଶିକ୍ଷଣର ଗୋଟିଏ ଗୋଟିଏ ପରିବର୍ଦ୍ଧକ ହୋଇପାରିବେ । ସବୁ ଶିକ୍ଷାର୍ଥୀ ସହଜରେ ଦେଖିବା ଓ ବୁଝିବା ପାଇଁ ଅଧିକ ପରିସର ଆବଶ୍ୟକ । ଆପଣ ଯେତେବେଳେ ବାହାରେ ଆପଣଙ୍କ ଶ୍ରେଣୀ ପରିଚାଳନା କରନ୍ତି, ସେମାନେ ସେତେବେଳେ ଏପରି କାର୍ଯ୍ୟ କରିପାରିବେ ଯଥା

  • ଦୂରତ୍ଵକୁ ମାପିବା ଓ ତାଲିକା କରିବା
  • ଏକ ବୃତ୍ତରେ କେନ୍ଦ୍ରଠାରୁ ପରିଧିର ସମସ୍ତ ବିନ୍ଦୁ ସମାନ ଦୂରତାରେ ଥାଆନ୍ତି, ଏହାକୁ ପ୍ରଦର୍ଶିତ କରିବା
  • ଦିନର ବିଭିନ୍ନ ସମୟରେ ଛାଇର ଲମ୍ବକୁ ଲିପିବଦ୍ଧ କରିବା
  • ସଙ୍ଗେତ ଓ ଚିହ୍ନକୁ ପଠନ କରିବା
  • ସର୍ବେକ୍ଷଣ ଓ ସାକ୍ଷାତକାର ପରିଚାଳନା  କରିବା
  • ସୌରଜଗତକୁ ଚିହ୍ନଟ କରିବା
  • ବୃଷ୍ଟିପାତ ଓ ଶସ୍ୟ ବୃଦ୍ଧିକୁ ପର୍ଯ୍ୟବେକ୍ଷଣ କରିବା

ବାହାରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ବାସ୍ତବତାକୁ ଆଧାର କରି ସଂଗଠିତ ହୋଇଥାଏ, ଯେଉଁଥିରେ ସେମାନଙ୍କର ଅଭିଜ୍ଞତାର ବ୍ୟବହାର ହୋଇଥାଏ । ଫଳରେ ଏହା ଅଧିକ ବ୍ୟବହାର ଯୋଗ୍ୟ ହୋଇପାରେ । ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏହା ସୀମିତି ରହି ନଥାଏ ।

ଯଦି ଆପଣ ବିଦ୍ୟାଳୟ ପରିବେଶ ବାହାରେ କାର୍ଯ୍ୟ କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିଦ୍ୟାଳୟର ମୁଖ୍ୟଙ୍କ ଅନୁମତି ନେବାକୁ ପଡ଼ିବ । ଏଥିସହିତ ସମୟ ଯୋଜନା, ନିରାପତ୍ତା ଆଦି ସଂପର୍କିତ ନିୟମ ଶିକ୍ଷାର୍ଥୀଙ୍କୁ ଯିବା ପୂର୍ବରୁ ସ୍ପଷ୍ଟଭାବେ ଜଣାଇବା ଦରକାର । ଆପଣ ବିଦ୍ୟାଳୟ ଛାଡ଼ିବା ପୂର୍ବରୁ ଆପଣ ଓ ଆପଣଙ୍କ ଶିକ୍ଷାର୍ଥୀମାନେ କେଉଁ ବିଷୟରେ ଶିଖିବାକୁ ଯାଉଛନ୍ତି ସୃଷ୍ଟଭାବେ ଜାଣିବା ଦରକାର ।

ସମ୍ବଳ ସମୂହର ବ୍ୟବହାର କରିବା

ଆପଣଙ୍କ ପାଖରେ ଥିବା  ସମ୍ବଳକୁ ଶିକ୍ଷାର୍ଥୀମାନଙ୍କ ନିମିତ୍ତ ଅଧିକ ଉପଯୋଗୀ କରାଇବା ପାଇଁ ଏହାର ବ୍ୟବହାର କରିବାକୁ ଚାହିଁବେ  । ଏହି ପରିବର୍ତ୍ତନ ଛୋଟ ହୋଇପାରେ । କିନ୍ତୁ ବିଶେଷତଃ ଆପଣ ଯେତେବେଳେ ସମସ୍ତ ଶିକ୍ଷାର୍ଥୀମାନଙ୍କ ପାଇଁ ଶ୍ରେଣୀଗୃହରେ ଏହାକୁ ପ୍ରାସଙ୍ଗିକ କରିବାକୁ ଚାହିଁବେ ଏହା ଏକ ବିରାଟ ପାର୍ଥକ୍ୟ ସୃଷ୍ଟି କରିବ । ଉଦାହରଣ ସ୍ଵରୂପ, ଆପଣ ବ୍ୟକ୍ତି ଓ ସ୍ଥାନର ନାମକୁ ପରିବର୍ତ୍ତନ କରିବେ ଯଦି ଏଗୁଡ଼ିକ ଅନ୍ୟ ରାଜ୍ୟର ହୋଇଥିବ। ସେହିଭଳି ଗୀତରେ ବ୍ୟକ୍ତିର ଲିଙ୍ଗ ପରିବର୍ତ୍ତନ, କିମ୍ବା ଗଳ୍ପ କହିବା, ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କୁ ସଂପୃକ୍ତ କରିବା ଇତ୍ୟାଦି ପରିବର୍ତନ ହୋଇପାରିବ । ଏହିଭଳି ଭାବରେ ଆପଣ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ନିମିତ୍ତ ସମ୍ବଳଗୁଡ଼ିକୁ ଅଧିକ ଗ୍ରହଣ ଯୋଗ୍ୟ ଓ ଅନ୍ତର୍ନିବେଶୀ କରିପାରିବେ । ଅଧିକ ଦକ୍ଷ ହେବା ନିମିତ୍ତ ସହକର୍ମୀମାନଙ୍କ ସହ କାମ କରନ୍ତୁ । ସମ୍ବଳ ସୃଷ୍ଟି ଓ ବିନିଯୋଗ ନିମିତ୍ତା ଆପଣ ବିଭିନ୍ନ କୌଶଳ, ହାସଲ କରିପାରିବେ । ଜଣେ ସହକର୍ମାଙ୍କର ଗୀତରେ ଆବଶ୍ୟକୀୟ କୌଶଳ ଥିବା ବେଳେ ଅନ୍ୟଜଣେ କଣ୍ଢେଇ ପ୍ରସ୍ତୁତି କିମ୍ବା ବାହ୍ୟ ବୈଜ୍ଞାନିକ କାର୍ଯ୍ୟ ପରିଚାଳନାଗତ  କୌଶଳ, ହାସଲ କରିଥାଇ ପାରନ୍ତି । ଆପଣ ଶ୍ରେଣୀରେ ବ୍ୟବହାର କରୁଥିବା ସମ୍ବଳ ଗୁଡ଼ିକୁ ଆପଣଙ୍କ ସହର୍ଜମୀମାନଙ୍କ ସହ ଆଲୋଚନା କରିପାରିବେ । ଏହା ଆପଣଙ୍କୁ ଆପଣଙ୍କ ବିଦ୍ୟାଳୟର ସମସ୍ତ ପରିସରରେ ଏକ ଶିକ୍ଷଣ ସମୃଦ୍ଧ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇପାରିବ ।

ଆଧାର: ଟ୍ରେସ୍ ଇଣ୍ଡିଆ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top