ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗଣତାନ୍ତ୍ରିକ ପ୍ରକ୍ରିୟା-ରାଜନୈତିକ ଦଳ ଏବଂ ଚାପଗୋଷ୍ଠୀ
ସେଆର କରନ୍ତୁ

ଗଣତାନ୍ତ୍ରିକ ପ୍ରକ୍ରିୟା-ରାଜନୈତିକ ଦଳ ଏବଂ ଚାପଗୋଷ୍ଠୀ

ଗଣତାନ୍ତ୍ରିକ ପ୍ରକ୍ରିୟା-ରାଜନୈତିକ ଦଳ ଏବଂ ଚାପଗୋଷ୍ଠୀ ର ସୂଚନା

ରାଜନୈତିକ ଦଳ ଏବଂ ଚାପଗୋଷ୍ଠୀ

ଗଣତନ୍ତ୍ର ହେଉଛି ଲୋକମାନଙ୍କର ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ଵାରା କରାଯାଇଥିବା ସରକାର  । ଗୋଟିଏ ଗଣତାନ୍ତ୍ରିକ ସରକାର ଲୋକମାନଙ୍କ ସରକାର ଏବଂ ଲୋକମାନଙ୍କ ଦ୍ଵାରା ପରିଚାଳିତ ହେଉଥିବା ସରକାର ରୂପେ ବିବେଚିତ ହୁଏ  । ଅଭ୍ୟାସର ଫଳ ସ୍ୱରୂପ ଅଧିକାଂଶ ଗଣତାନ୍ତ୍ରିକ ସରକାର ଲୋକମାନଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ଵାରା ଚାଲୁଅଛି  । ତୁମେ ଭାବିପାରୁଥିବ ଯେ ଲୋକମାନେ କିପରି ନିଜେ ସରକାରରେ ପ୍ରତିନିଧିତ୍ଵ କରୁଛନ୍ତି  । ଲୋକମାନେ ସେମାନଙ୍କର ପ୍ରତିନିଧିମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚିତ କରିଥାନ୍ତି  । ନିର୍ବାଚନରେ ସାଧାରଣତଃ ପ୍ରାର୍ଥୀ ଯେଉଁ ଅନୁଷ୍ଠାନ ଦ୍ଵାରା ମନୋନୀତ ହୋଇଥାଏ ତାକୁ ରାଜନୈତିକ ଦଳ କୁହାଯାଏ  । ପ୍ରାର୍ଥୀମାନଙ୍କ ମଧ୍ୟରୁ କେତେକ ସ୍ଵାଧୀନ ଭାବରେ ପ୍ରତିଯୋଗିତା କରନ୍ତି  । ଯାହାବି ହେଉ ଲୋକମାନଙ୍କର ଅଂଶଗ୍ରହଣ କରିବା ନିର୍ବାଚନରୁ ଆରମ୍ଭ ହୁଏ ନାହିଁକି ଶେଷ ହୋଇଯାଏ ନାହିଁ  । ଲୋକମାନେ ମଧ୍ୟ ଦଳବଦ୍ଧ ହୋଇ ଶାସନ ପରିଚାଳନାରେ ନିଜକୁ ସାମିଲ କରିଥାନ୍ତି, ସେହି ଦଳମାନଙ୍କୁ ଚାପାଗୋଷ୍ଠୀ କିମ୍ବା ସ୍ଵାର୍ଥପର ଗୋଷ୍ଠୀ କହନ୍ତି  । ବିଶେଷ କରି ଏହା ଆମ ଦେଶରେ ଦେଖାଯାଇଥାଏ ।

ରାଜନୈତିକ ଦଳର ଅର୍ଥ ଏବଂ ଚରିତ୍ରାବଳୀ

ଆମ୍ଭେମାନେ କାହିଁକି ରାଜନୈତିକ ଦଳ ଦରକାର କରୁ ?

ରାଜନୈତିକ ଦଳ ବ୍ୟତୀତ ଆମର ଗଣତାନ୍ତ୍ରିକ ସରକାର ଗଠନ ହୋଇପାରିବ କି ? ଆଜି ଏହାର ଉତ୍ତର ନାହିଁ ହେବ  । ତୁମ୍ଭମାନଙ୍କ ମଧ୍ୟରୁ କେତେକ କହିପାରନ୍ତି ଯେ ବିନା ରାଜନୈତିକ ଦଳରେ ସରକାର ଗଠନ ହୋଇପାରିବ  । ଲିବିୟା, ଓମାନ, କତାର ଏବଂ ଆରବ ସାଧାରଣତନ୍ତ୍ରରେ ବିନା ରାଜନୈତିକ ଦଳରେ ସରକାର ଗଠନ ହୋଇଅଛି  । ଯାହାବି ହେଉ ସେଗୁଡିକ ଗଣତାନ୍ତ୍ରିକ ସରକାର ନୁହେଁ  । ତେଣୁକରି ଆମେ ଜାଣିବା ଯେ, ଯେଉଁଠାରେ ଦକ୍ଷ ରାଜନୈତିକ ଦଳ ଅଛନ୍ତି ସେହି ଦେଶରେ ଗଣତାନ୍ତ୍ରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ  । ରାଜନୈତିକ ଅନୁଷ୍ଠାନ ମାନ ଗଢି ସରକାରଙ୍କୁ ଗଣତନ୍ତ୍ର ଆଡକୁ ଆକୃଷ୍ଟ କରନ୍ତି  । ନିର୍ବାଚନରେ ଅଂଶଗ୍ରହଣ କରିବାକୁ ରାଜନୈତିକ ଦଳ ଲୋକମାନଙ୍କୁ ଯୋଗ୍ୟ କରନ୍ତି ଏବଂ ସରକାରଙ୍କୁ ଶିକ୍ଷିତ କରନ୍ତି ଏବଂ ସୁଯୋଗ ଦିଅନ୍ତି  । ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥାରେ ରାଜନୈତିକ ଦଳର ଆବଶ୍ୟକତା ସମ୍ଭବପର ହୋଇଅଛି  । ତୁମେ ରାଜନୈତିକ ଦଳର ଅର୍ଥ କ’ଣ ବୋଲି ପଚାରିପାର ? ଏବଂ ଏହାର ପ୍ରଧାନ କାର୍ଯ୍ୟାବଳୀ କ’ଣ ପଚାରିପାର ? ଗଣତାନ୍ତ୍ରିକ ସରକାରରେ ସେମାନଙ୍କର ଭୂମିକା କ’ଣ  ?

ରାଜନୈତିକ ଦଳର ଅର୍ଥ

ଗୋଟିଏ ରାଜନତିକ ଦଳର ବର୍ଣ୍ଣନା ଏହିପରି ଭବାରେ କରାଯାଇ ପାରିବ ଯେ, ଏହା ଲୋକଙ୍କର ଗୋଟିଏ ସଂଗଠିତ ଦଳ ଯେଉଁମାନେ କି ରାଜନୀତି ପଦ୍ଧତି ସମ୍ବନ୍ଧରେ ଗୋଟିଏ ନିର୍ଦ୍ଧିଷ୍ଟ ଲକ୍ଷ୍ୟରଖି ସାଧାରଣ ନୀତିନିୟମରେ ଅଂଶ ଗ୍ରହଣ କରନ୍ତି  । ଗୋଟିଏ ରାଜନୈତିକ ଦଳ ସମ୍ବିଧାନ ଅନୁଯାୟୀ ଦଳର ନୀତିନିୟମକୁ କାର୍ଯ୍ୟକାରୀ କରନ୍ତି  । ଗୋଟିଏ ରାଜନୈତିକ ଦଳ ସମ୍ବିଧାନ ଅନୁଯାୟୀ ଦଳର ନୀତିନିୟମକୁ ଅଭ୍ୟାସରେ ପରିଣତ କରି ରାଜନୈତିକ ଶକ୍ତିକୁ ଖୋଜନ୍ତି ଏବଂ କାର୍ଯ୍ୟକାରୀ କରନ୍ତି  । ଏହା ହେଉଛି ସମଭାବାପନ୍ନ ଲୋକଙ୍କ ସଂଗଠନ ଯାହାର ଜନସାଧାରଣଙ୍କ ପାଇଁ ସମାନ ମନୋଭାବ ରହିଥାଏ  । କେତେକ ପ୍ରସିଦ୍ଧ ରାଜନୀତି ବିଜ୍ଞାନୀଙ୍କ ସଂଜ୍ଞା ରାଜନୈତିକ ଦଳ ସମ୍ବନ୍ଧରେ ତଳେ ଦିଆଗଲା  ।

  1. “An organized group of citizens who profess or share the same political views and who by acting as a political unit, try to control the government”.
  2. ଅନ୍ୟ ସଜ୍ଞା ହେଉଛି : “ A political party consists of a group of citizens, more or less organized, who act as a political unit and who, by the use of their voting power, aim to control the government and carry out their general policies”.

ଗୁଣାବଳୀ (ଚାରିତ୍ରିକତା)

ଉପରେ ଦିଆଯାଇଥିବା ରାଜନୈତିକ ଦଳର ସଂଜ୍ଞାକୁ ଭିତ୍ତିକରି ଆମେ ସେମାନଙ୍କର ପ୍ରଧାନ ଗୁଣାବଳୀକୁ ତଳେ ଚିହ୍ନଟ କରିପାରୁ

  • ଗୋଟିଏ ରାଜନୈତିକ ହେଉଛି ସୁସଂଗଠିତ ଲୋକମାନଙ୍କର ଦଳ  ।
  • ସଂଗଠିତ ଲୋକଙ୍କ ଦଳର ଗୋଟିଏ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଥାଏ ଏବଂ ସେମାନେ ନୀତିନିୟମକୁ ଗ୍ରହଣ କରନ୍ତି  ।
  • ଏହାର ସଦସ୍ୟମାନଙ୍କର ସମୂହ ଚେଷ୍ଟାରେ ରାଜନୈତିକ କ୍ଷମତା ଖୋଜିବା ଏହାର କାର୍ଯ୍ୟ ଅଟେ  ।
  • ନିର୍ବାଚନ ମାଧ୍ୟମରେ ସରକାରଙ୍କ ଉପରେ ସଂଯମ ଆଣିବା ସାମ୍ବିଧାନିକ  ।
  • ସେମାନଙ୍କ ଦ୍ଵାରା ଘୋଷିତ ନୀତିକୁ ସରକାରଙ୍କ କାର୍ଯ୍ୟରେ ସଂଶ୍ଲିଷ୍ଟ କରିବା ଏହାର ଲକ୍ଷ୍ୟ  ।

ରାଜନୈତିକ ଦଳ : କାର୍ଯ୍ୟ ଏବଂ ଭୂମିକା

ରାଜନୈତିକ ଦଳ ପ୍ରତିନିଧିମୂଳକ ଗଣତନ୍ତ୍ରରେ ସୂଚାରୁ ରୂପରେ କାର୍ଯ୍ୟକରିବା ଗୁରୁତ୍ୱପୂର୍ଣ୍ଣ ଅଟେ  । ପ୍ରତ୍ୟକ ରାଜନୈତିକ କାର୍ଯ୍ୟରେ ରାଜନୈତିକ ଦଳ ଗୁଡିକ ମୁଖ୍ୟ କାର୍ଯ୍ୟ ନିର୍ବାହ କରୁଥିବାର ତୁମେ ଦେଖିଛ  । ତୁମେ ଜାଣିଛ କି ଯେତେବେଳେ ଦେଶରେ ନିର୍ବାଚନ ହୁଏ କିଏ ନିର୍ବାଚନ ମଣ୍ଡଳୀ ସମ୍ମୁଖରେ ପ୍ରାର୍ଥୀମାନଙ୍କୁ ଉପସ୍ଥାପନ କରନ୍ତି ? ତୁମେ ଜାଣ କି ନିର୍ବାଚନ ସମୟରେ କେଉଁମାନେ ପ୍ରଚାର କରନ୍ତି ? ତୁମେ କେବେ ହେଲେ ହୃଦୟଙ୍ଗମ କରିଛ କି ସରକାର କିପରି ଗଠନ ହୁଏ ? କିଏ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ରୂପେ ମନୋନୀତ ହୁଅନ୍ତି ? ରାଜନୈତିକ ଦଳର କାର୍ଯ୍ୟ ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ସେମାନଙ୍କର ଭୂମିକା ସହିତ ଏ ସମସ୍ତ ପ୍ରଶ୍ନର ଉତ୍ତର ଜଡିତ ଅଟେ  । ଆମ୍ଭେମାନେ ରାଜନୈତିକ ଦଳର କେତେକ କାର୍ଯ୍ୟର ବିସ୍ତୃତ ବର୍ଣ୍ଣନା ବିଶେଷକରି ଆମ ଦେଶର ଉଦାହରଣ ଦେଇ ତଳେ କରୁଅଛୁ  ।

  • ନିର୍ବାଚନବେଳେ ସେମାନେ ପ୍ରାର୍ଥୀ ଚୟନ କରନ୍ତି  ।
  • ନିର୍ବାଚନରେ ସେମାନଙ୍କ ପ୍ରାର୍ଥୀ ସପକ୍ଷରେ ଭୋଟ ଦେବାକୁ ପ୍ରଚାର କରନ୍ତି  ।
  • ସେମାନେ ଭୋଟଦାତାଙ୍କ ସମ୍ମୁଖରେ ତାଙ୍କ ଦଳର ନୀତି ଏବଂ ଆଦର୍ଶକୁ ଉପସ୍ଥାପନ କରଣଟି  ।
  • ସେମାନେ ନିର୍ବାଚନରେ ଯଦି ସଂଖ୍ୟା ଗରିଷ୍ଠତା ହାସଲ କରନ୍ତି ତେବେ ସରକାର ଗଠନ କରନ୍ତି  ।
  • ସେମାନେ ନିର୍ବାଚନରେ ଯେତେବେଳେ ସଂଖ୍ୟାଲଘୁ ହୁଅନ୍ତି  । ସେତେବେଳେ ବିରୋଧୀ ଦଳ ଗଠନ କରନ୍ତି ଏବଂ ସର୍ବଦା ସରକାରଙ୍କ ଉପରେ ଭଲ ଶାସନ କରିବାକୁ ଚାପ ପକାନ୍ତି  ।
  • ରାଜନୈତିକ ଶିକ୍ଷା ଦେବାପାଇଁ ସେ ଲୋକଙ୍କୁ ସାହାଯ୍ୟ କରନ୍ତି  । ସେମାନେ ଜନମତ ସୃଷ୍ଟି କରିବା ସହିତ ତାକୁ ରୂପ ମଧ୍ୟ ଦିଅନ୍ତି  ।
  • ସେ ଲୋକମାନଙ୍କ ଦାବିକୁ ସଂଗ୍ରହ କରି ସରକାରଙ୍କୁ ଜଣାନ୍ତି  ।
  • ସେମାନେ ସରକାରୀ ଅନୁଷ୍ଠାନ ଏବଂ ଲୋକଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରନ୍ତି  ।
  • ଯେଉଁମାନେ କ୍ଷମତାରେ ନଥାଇ ବିରୋଧୀ ଆସନରେ ଥାନ୍ତି ସେମାନେ ସର୍ବଦା ସରକାରଙ୍କର କାର୍ଯ୍ୟକୁ ତନଖି କରନ୍ତି  ।

ଭାରତରେ ରାଜନୈତିକ ଦଳଗୁଡିକ ସମୟାଦିକ୍ରମେ ଦକ୍ଷତାର ସହିତ ଉପର ଲିଖିତ କାର୍ଯ୍ୟଗୁଡିକୁ ସଂପାଦନ କରିଆସୁଛନ୍ତି  । ଗତ ଛଅ ଦଶନ୍ଧି ହେଲା ସେମାନେ ଭାରତରେ ପ୍ରତିନିଧିମୂଳକ ସରକାର ସାଧ୍ୟ ଏବଂ ଦକ୍ଷତାର ସହିତ ତିଆରି କରିଛନ୍ତି  । ଗୋଟିଏ ଦିଗରେ ରାଜନୈତିକ ଦଳ ଗୁଡିକ ନାଗରିକ ଏବଂ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରୁଥିଲା ବେଳେ ଅନ୍ୟ ଦିଗରେ ନିର୍ବାଚନ ମଣ୍ଡଳୀ ଏବଂ ପ୍ରତିନିଧି ମାନଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରନ୍ତି  । ରାଜନୈତିକ ଦଳ ଗୁଡିକ ଲୋକମାନଙ୍କ ଦାବିକୁ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି  । ସାର୍ବଜନୀନ ଦାବିକୁ ପୂର୍ଣ୍ଣକରିବାକୁ ପ୍ରତିଜ୍ଞାବଦ୍ଧ ହେବା ସହିତ ସେମାନଙ୍କର ଦୃଷ୍ଟି ଆକର୍ଷଣ କରୁଛନ୍ତି  । ଏବଂ ରାଜନୈତିକ ଅଂଶଗ୍ରହଣକୁ ବଦଳାଇ ଦେଉଛନ୍ତି  । ରାଜନୈତିକ ଦଳ ବ୍ୟତୀତ ନିର୍ବାଚନ ହୋଇପାରିବା ସମ୍ଭବ ନୁହେଁ  । ବିନା ନିର୍ବାଚନରେ ପ୍ରତିନିଧିମୂଳକ ସରକାର ଗଠନ ସମ୍ଭବ ନୁହେଁ, ପ୍ରକୃତରେ ଭାରତୀୟ ଗଣତନ୍ତ୍ର ନାଗରିକମାନଙ୍କୁ ସମ୍ମୁଖୀନ ହେବାର ଯୋଗ୍ୟତା ଥିବା ରାଜନୈତିକ ଦଳ ଦରକାର କରେ ଏବଂ ଜନମଙ୍ଗଳ କରିବାପାଇଁ ସେମାନଙ୍କର ଯୋଗ୍ୟତା ଥିବା ଦରକାର କରେ ଏବଂ ନୀତିକୁ ପସନ୍ଦ କରେ ସେମାନଙ୍କ ଯୋଗ୍ୟତାଥିବ ଚିତ୍ର ପ୍ରଦର୍ଶନ କରିବା ଦରକାର କରେ  ।

ବିଗତ ଛଅ ଦଶନ୍ଧି ମଧ୍ୟରେ ଭାରତରେ ରାଜନୈତିକ ଦଳଗୁଡିକର କାର୍ଯ୍ୟନୁଭୂତି ରାଜନୈତିକ ସଚେତନତା ସୃଷ୍ଟି କରି ଜନମତକୁ ପରିଚାଳିତ କରିପାରିଅଛି ଏବଂ ଲୋକମାନଙ୍କୁ ରାଜନୈତିକ ଶିକ୍ଷାପ୍ରଦାନ କରି ପାରିଛି  । ଯେଉଁଠାରେ ସେମାନେ ସର୍ବାଧିକ ଜନାଦେଶ ପାଇଥାନ୍ତି ତାହା କେନ୍ଦ୍ର ହେଉ କିମ୍ବା ରାଜ୍ୟ ହେଉ ସେଠାରେ ସେମାନେ ସରକାର ସର୍ବାଧିକ ଜନାଦେଶ ଏବଂ ନିଜ ଦଳର ଆଦର୍ଶ ଏବଂ କାର୍ଯ୍ୟକ୍ରମକୁ କାମରେ ଲଗାଇପାରିଛନ୍ତି  । ସରକାରୀ ଅନୁଷ୍ଠାନ ଏବଂ ସେମାନଙ୍କର କାର୍ଯ୍ୟଧାରାକୁ ପ୍ରକୃତରେ ଗଣତାନ୍ତ୍ରିକ କରିବାକୁ ସେମାନଙ୍କର ଭୂମିକା ରହିଅଛି  । ତେଣୁ କରି ଆମ୍ଭେମାନେ କହିପାରିବା ଯେ ଭାରତରେ ଗଣତନ୍ତ୍ର ପ୍ରତିଯୋଗିତା ମୂଳକ ବହୁଦଳୀୟ ବ୍ୟବସ୍ଥା ଦ୍ଵାରା ଅଧିକ ଶକ୍ତିଶାଳୀ ହୋଇପାରିଛି  ।

ଭାରତରେ ରାଜନୈତିକ ଦଳ : ସେମାନଙ୍କର କ୍ରମବିକାଶ

୧୯୬୭ ଠାରୁ ଭାରତରେ ଦଳବ୍ୟବସ୍ଥାରେ ଲଗାତାର ପରିବର୍ତ୍ତନ ହୋଇ ଆସିଅଛି, ଯଦିଓ ୧୯୭୧ ମସିହାରେ କଂଗ୍ରେସ ଲୋକସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ତଥାପି ଅନେକ ରାଜ୍ୟରେ ଅନ୍ୟାନ୍ୟ ଦଳଗୁଡିକ ମିଳିତ ସରକାର ଗଠନ କରିଥିଲେ  । ୧୯୭୭ ପରେ ଏହା ଦେଖାଗଲା ଯେ ଭାରତ ଦୁଇ ଦଳୀୟ ବ୍ୟବସ୍ଥା ଆଡକୁ ଗତି କରୁଅଛି  । ସେ ଦୁଇଗୋଟି ଦଳ ହେଲା – ଭାରତୀୟ ଜାତୀୟ କଂଗ୍ରେସ ଏବଂ ଜନତା ପାର୍ଟି କିନ୍ତୁ ଏହା ବହୁତ କମ ସମୟ ତିଷ୍ଠି ରହି ଥିଲା  । ଅନ୍ୟ ଦଳ ଗୁଡିକର ବିଭାଜନ ହୋଇଥିଲା  । ଯେଉଁ ଦଳ ଗୁଡିକ ବିଭାଜିତ ହୋଇଥିଲେ ସେଗୁଡିକ ହେଲା କଂଗ୍ରେସ-O, ଜନସଙ୍ଘ, ସୋସିଆଲିଷ୍ଟ, ଭାରତୀୟ ଲୋକ ଦଳ ଏବଂ ଗଣତାନ୍ତ୍ରିକ କଂଗ୍ରେସ  । ଜନତା ଦଳର ପୁନଃ ବିଭାଜନ ଘଟିଲା  । ଏହା ପୁଣି ୧୯୮୦ରେ କେନ୍ଦ୍ରରେ କଂଗ୍ରେସକୁ କ୍ଷମତାକୁ ଆସିବାକୁ ସୁଯୋଗ ଦେଲା ଏବଂ କଂଗ୍ରେସ ୧୯୮୯ ପର୍ଯ୍ୟନ୍ତ କ୍ଷମତାର ରହିଲା  । ୧୯୮୯ ପରଠାରୁ କଂଗ୍ରେସ ଆଉ କ୍ଷମତାକୁ ଫେରିବାକୁ ସକ୍ଷମ ହୋଇପାରି ନଥିଲା  । ୧୯୮୯ ଠାରୁ ଆଗକୁ ଭାରତୀୟ ଦଳୀୟ ବ୍ୟବସ୍ଥା ମିଳିତ ସରକାର ଦେଖି ଆସୁଅଛି । ୧୯୯୯ ଠାରୁ ଦୁଇଗୋଟି ବଡ ମିଳିତ ବ୍ୟବସ୍ଥା ଗଢି ଉଠିଛି  । ଗୋଟିଏ ହେଲା ଜାତୀୟ ଗଣତାନ୍ତ୍ରିକ ସମୁଖ୍ୟ (ଏନ.ଡି.ଏ) ଏହା ଭାରତୀୟ ଜନତା ପାର୍ଟି ଦ୍ଵାରା ପରିଚାଳିତ ଏବଂ ଅନ୍ୟଟି ହେଲା ସଂଯୁକ୍ତ ପ୍ରଗତିଶୀଳ ସାମୁଖ୍ୟ ଏହା କଂଗ୍ରେସ ଦ୍ଵାରା ପରିଚାଳିତ  । ବର୍ତ୍ତମାନ ଭାରତରେ ଗୋଟିଏ ମିଳିତ ଦଳୀୟ ବ୍ୟବସ୍ଥା ରହିଅଛି  । ଯେଉଁଥିରେ କି ବହୁ ସଂଖ୍ୟକ ଦଳ ରାଜନୀତି କ୍ଷେତ୍ରରେ ଅଂଶଗ୍ରହଣ କରୁଛନ୍ତି  ।

ଭାରତରେ ଦଳ ବ୍ୟବସ୍ଥା : ପ୍ରକୃତି, ପ୍ରକାର, ନୀତି

ତୁମେମାନେ ଅଧ୍ୟୟନ କରିସାରିଛ ଯେ ସ୍ଵାଧୀନତାର ପ୍ରାରମ୍ଭିକ ବର୍ଷମାନଙ୍କର ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ବ୍ୟବସ୍ଥାର ଶୀର୍ଷରେ ଥିଲା କିନ୍ତୁ ଏହି ଧାରା ସବୁଦିନ ପାଇଁ ଅବ୍ୟାହତ ହୋଇରହିନଥିଲା  । ଏପରି ସମୟ ଆସିଲା ଯେତେବେଳେ କି କେନ୍ଦ୍ର ଏବଂ ରାଜ୍ୟରେ ଅଣ କଂଗ୍ରେସ ସରକାର ରହିଥିଲା  । ସାଧାରଣତଃ ଦେଖିବାକୁ ଗଲେ ଭାରତରେ ପାର୍ଟି ପଦ୍ଧତି ନିର୍ଦ୍ଧିଷ୍ଟ ପଦ୍ଧତି ନିର୍ଦ୍ଧିଷ୍ଟ ହୋଇ ରହିନଥିଲା  । ଏକ ଦଳୀୟ ବ୍ୟବସ୍ଥା, ଦୁଇଦଳୀୟ ବ୍ୟବସ୍ଥା କିମ୍ବା ବହୁଦଳୀୟ ବ୍ୟବସ୍ଥା ଏଠାରେ ସବୁବେଳେ ନଥିଲା  । ୧୯୬୭ ପର୍ଯ୍ୟନ୍ତ ଭାରତରେ ଏକଦଳୀୟ ବ୍ୟବସ୍ଥା ରହିଥିଲା  । ବର୍ତ୍ତମାନଠାରୁ ବହୁ ପୂର୍ବ ବର୍ଷ ପର୍ଯ୍ୟନ୍ତ ଏଠାରେ ଡକଦଳୀୟ ବ୍ୟବସ୍ଥାର ଉଚ୍ଛେଦ ଘଟିଥିଲା  । ଭାରତରେ ଦୁଇ ଦଳୀୟ ବ୍ୟବସ୍ଥା ନାହିଁ କିନ୍ତୁ ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ଏହା ବହୁତ କମ ସମୟ ପାଇଁ ତିଷ୍ଠି ରହିଥିଲା  । ଏଠାରେ ଅଳ୍ପ ହେଉ କିମ୍ବା ବହୁତ ହେଉ ବହୁଦଳୀୟ ବ୍ୟବସ୍ଥା ରହିଅଛି  । କାରଣ ଜାତୀୟ ରାଜନୈତିକ ଦଳ କେନ୍ଦ୍ର ଏବଂ କେତେକ ରାଜ୍ୟରେ କ୍ଷମତାରେ ରହିବା ପାଇଁ ଆଞ୍ଚଳିକ ଦଳ ଗୁଡିକର ସମର୍ଥନ ଉପରେ ନିର୍ଭର କରୁଛନ୍ତି  । ଏକକ ସଂଖ୍ୟା ଗରିଷ୍ଠ ଦଳ ସରକାର ଗଢିବା କଷ୍ଟସାଧ୍ୟ ହେଉଥିବାରୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ସହିତ ମିଶି ସରକାର ଗଠନ କରୁଛନ୍ତି  ।

ଭାରତୀୟ ପାର୍ଟି ପଦ୍ଧତିର ମୁଖ୍ୟ ପ୍ରକୃତି (ଗଠନ)

ଉପର ବର୍ଣ୍ଣନାକୁ ଭିତ୍ତିକରି ଭାରତରେ ରାଜନୈତିକ ଦଳ ଗୁଡିକର ନିମ୍ନଲିଖିତ ଗୁଣାବଳୀ ଦର୍ଶାଯାଇଅଛି ?

  • କେନ୍ଦ୍ର ଏବଂ ରାଜ୍ୟମାନଙ୍କର କ୍ଷମତା ହାସଲ ପାଇଁ ରାଜନୈତିକ ଦଳ ଗୁଡିକ ମିଳିତ ହୋଇଛନ୍ତି  ।
  • ରାଜନୈତିକ ଦଳଗୁଡିକ ନେତୃତ୍ଵ ପରାୟଣନହୋଇ ପ୍ରତିଯୋଗୀ ପରାୟଣ ହୋଇଥାନ୍ତି  । ବହୁ ସ୍ମାୟରେ ଆମେଦେଖୁ ଯେ, ଗୋଟିଏ ରାଜନୈତିକ ଦଳ ଜାତୀୟଦଳ ସହିତ ମିଶି କାର୍ଯ୍ୟ କରୁଥାଏ କିନ୍ତୁ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ତ୍ୟାଗକରି ଅନ୍ୟଦଳ ସହିତ ମିଶିଥାଏ  ।
  • କେନ୍ଦ୍ରରେ ସରକାର ଗଠନରେ ଆଞ୍ଚଳିକ ଦଳଗୁଡିକ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି  । ବର୍ତ୍ତମାନ ସେମାନଙ୍କର ଜାତୀୟ କାର୍ଯ୍ୟସୂଚୀ ରହିଅଛି  । କେନ୍ଦ୍ରରେ ଏହି ରାଜନୈତିକ ଦଳଗୁଡିକ ଗୋଟିଏ ଜାତୀୟ ଦଳକୁ ସମର୍ଥନ କରନ୍ତି  । ତାହା ବଦଳରେ ସେମାନଙ୍କ ପ୍ରତିନିଧି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇ ପାରିବେ  ଏବଂ ତାଙ୍କ ରାଜ୍ୟ ଆର୍ଥିକ ଅନୁଦାନ ପାଇଁ ପାରିବ  ।
  • ଆମ ପାର୍ଟି ପଦ୍ଧତିରେ ମିଳିତ ରାଜନୀତିର ଗୋଟିଏ ଗଠନ ପଦ୍ଧତି ରହିଅଛି, କେତେକ ରାଜ୍ୟକୁ ଛାଡିଦେଲେ ଅନ୍ୟ ରାଜ୍ୟଗୁଡିକରେ କେଉନ୍ଥାରେ ହେଲେ ବି ଏକ ଦଳୀୟ ସାଶନ ବ୍ୟବସ୍ଥା ନାହିଁ  । ତୁମେ ଚତୁର୍ଦିଗରେ ଦେଖିପାରିବ ଯେ କେଉଁଠାରେ ହେଲେ ଗୋଟିଏ ସ୍ଥାୟୀ ରାଜନୈତିକ ଦଳ ଶାସନ କରୁନାହାନ୍ତି କି ସ୍ଥାୟୀ ବିରୋଧୀ ଦଳ ନାହାନ୍ତି  ।
  • ମିଳିତ ମନ୍ତ୍ରୀମଣ୍ଡଳ ଗଠନ ହେବାଯୋଗୁଁ ରାଜନୈତିକ ଦଳର ଆଦର୍ଶ ପଛରେ ପଡି ଯାଇଅଛି  । ଅତିକମ ସାଧାରଣ କାର୍ଯ୍ୟକ୍ରମ ଦ୍ଵାରା ଶାସନ ପଛରେ ପଡି ଯାଇଅଛି  । ଅତିକମ୍ ସାଧାରଣ କାର୍ଯ୍ୟକ୍ରମ ଦ୍ଵାରା ଶାସନ ପରିଚାଳିତ ହେଉଅଛି  । ଶାସନ ପରିଚାଳନାରେ ଏହାଦ୍ଵାରା ସ୍ଥାଣୁତ୍ଵ ଆସି ଯାଇଅଛି  । ଆମ୍ଭେମାନେ ଦେଖିଅଛୁ ଯେ ୨୦୦୪ ମସିହାରେ ଭାରତୀୟ କମ୍ୟୁନିଷ୍ଟଦଳ UPA ସରକାରଙ୍କୁ ସମର୍ଥନ ଦେଇଥିଲା କିନ୍ତୁ ସରକାରରେ ଯୋଗ ଦେଇନଥିଲା; ୧୯୯୯ରେ ତେଲୁଗୁ ଦେଶମ ଦଳ ଏନ୍.ଡି.ଏ। କୁ ସମର୍ଥନ ଦେଇଥିଲା କିନ୍ତୁ ମନ୍ତ୍ରୀ ମଣ୍ଡଳ ଗଠନରେ ନଥିଲା  ।
  • ଭାରତରେ ବର୍ତ୍ତମାନ ପ୍ରଚଳିତ ଦଳ ବ୍ୟବସ୍ଥା ଦୁଇଗୋଟି ପରିବର୍ତ୍ତନ ଦେଖି ଆସିଛି, ଗୋଟିଏ ହେଲା ଭାରତୀୟ ଜନତା ଦଳକୁ ସମର୍ଥନ କରୁଥିବା ଦଳ ଏବଂ ଦ୍ଵିତୀୟଟି ହେଲା କଂଗ୍ରେସକୁ ସମର୍ଥନ ଦେଉଥିବା ଦଳ  ।
  • ବର୍ତ୍ତମାନ ଦେଶରେ ନିର୍ବାଚନ ଯୁଦ୍ଧ ଗୋଟିଏ ଦଳର ଅନ୍ୟଦଳ ସହିତ ନହୋଇ, ମିଳିତ ଦଳର ମିଳିତ ଦଳ ସହିତ ହେଉଅଛି  ।
  • ରାଜନୈତିକ ଦଳଗୁଡିକ ଭୋଟ ଜିଣିବା ପାଇଁ କୌଣସି ଗୋଟିଏ ଉତ୍ତେଜନା ପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ଵ ଦେଉଛନ୍ତି  । ନିର୍ବାଚନ ପୂର୍ବରୁ କରାଯାଉଥିବା ପ୍ରଚାର ମଧ୍ୟରେ ୧୯୭୦ର ‘ଗରିବି ହଟାଅ’, ୧୯୮୦ରେ ‘ଇନ୍ଦିରା ହେଉଛନ୍ତି ଭରତ’ । ୧୯୯୯ର ବି.ଜେ.ପି.ର ‘ଭାରତ ଦିଦୀପ୍ତ’ ୨୦୦୯ର ‘ଆମ ଆଦମୀ’ ।
  • ବର୍ତ୍ତମାନ ରାଜନୈତିକ ଦଳ ଗୁଡିକ ଦୀର୍ଘାୟୁ ସାମାଜିକ କ୍ୱାଲିନେସନ ନଚାହିଁ ସ୍ୱଳ୍ପକାଳୀନ ରାଜନୈତିକ ଲାଭ ଚାହୁଁଛନ୍ତି

ଭାରତୀୟ ରାଜନତିକ ଦଳ : ପ୍ରକାର

ନିର୍ବାଚନ ଆୟୋଗ ଦ୍ଵାରା ଭାରତୀୟ ରାଜନୈତିକ ଦଳକୁ ନିର୍ବାଚନ ସଙ୍କେତ ସହିତ ବିଭକ୍ତ କରାଯାଇ ଅଛି  । ଆୟୋଗ ଦଳଗୁଡିକୁ ତିନିଗୋଟି ମୁଖ୍ୟ ଶ୍ରେଣୀରେ ବିଭକ୍ତ କରି ଅଛନ୍ତି  । ସେଗୁଡିକ ହେଲା (କ) ଜାତୀୟ ଦଳ, (ଖ) ଆଞ୍ଚଳିକ ଦଳ, (ଗ) ପଞ୍ଜୀକୃତ (ଅଣ ସ୍ଵୀକୃତି ପ୍ରାପ୍ତ) ଦଳ  ।

ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡିକୁ ତିନିଗୋଟି ପରିପ୍ରେକ୍ଷୀରେ ଜାତୀୟ ଦଳରୂପେ ସ୍ଵୀକୃତି ପ୍ରଦାନ କରିଛନ୍ତି  ।

  1. ଏହା ଚାରି କିମ୍ବା ତତ୍ ଉର୍ଦ୍ଧ୍ଵ ରାଜ୍ୟରେ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳ ହୋଇଥିବା ଉଚିତ୍  ।
  2. ଗତ ଲୋକସଭା ନିର୍ବାଚନରେ ଏହା ଚାରିପ୍ରତିଶତ ଆସନ ଅଧିକାର କରିଥିବ କିମ୍ବା ରାଜ୍ୟ ବିଧାନ ସଭା ନିର୍ବାଚନରେ ୩.୩୩% ପ୍ରତିଶତ ଆସନ ଅଧିକାର କରିଥିବ  ।
  3. ସମସ୍ତ ପ୍ରାର୍ଥୀ ସମୁଦାୟ ମୂଲ୍ୟଯୁକ୍ତ ଭୋଟର ୬% ଭୋଟ ପାଇଥିବା ଉଚିତ୍  ।

ଜାତୀୟ ରାଜନୈତିକ ଦଳ : ଜାତୀୟ ରାଜନୈତିକ ଦଳର ପ୍ରଭାବ ସାରା ଦେଶଉପରେ ପଡିଥାଏ । ନିର୍ବାଚନ ଆୟୋଗ ରାଜନୈତିକ ଦଳକୁ ଜାତୀୟ ରାଜନୈତିକ ଦଳର କ୍ଷମତା ଓ ସଙ୍କେତ ପ୍ରଦାନ କରିଥାନ୍ତା  । ୨୦୦୯ ମସିହାରେ ସ୍ଵୀକୃତିପ୍ରାପ୍ତ ଜାତୀୟ ରାଜନୈତିକ ଦଳ ଥିଲେ – ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ଦଳ, ଭାରତୀୟ କମ୍ୟୁନିଷ୍ଟ ଦଳ ମାର୍କସିଷ୍ଟ ଏବଂ ବହୁଜନସମାଜ ପାର୍ଟି  ।

ଆଞ୍ଚଳିକ ରାଜନୈତିକ ଦଳ : ନିର୍ବାଚନ ଆୟୋଗ ଦ୍ଵାରା ସ୍ଵୀକୃତିଲାଭ ରାଜନୈତିକ ଦଳ ଯେଉଁମାନେ କି ରାଜ୍ୟ ମଧ୍ୟରେ ନିର୍ଦ୍ଧିଷ୍ଟ ପରିମାଣରେ ଭୋଟପାଇ ସ୍ଥାନ ଅଧିକାର କରିଥାନ୍ତି ତାଙ୍କୁ ଆଞ୍ଚଳିକ ରାଜନୈତିକ ଦଳ କୁହାଯାଏ  । ନିର୍ବାଚନ ଆୟୋଗ ରାଜନୈତିକ ଦଳକୁ ଏବଂ ଯେଉଁମାନେ ନିର୍ବାଚନରେ ପ୍ରାର୍ଥୀ ହୋଇଥାନ୍ତି ସେମାନଙ୍କୁ ନିର୍ବାଚନ ସଙ୍କେତ ମଞ୍ଜୁର କରିଥାନ୍ତି  । ଦେଶରେ ଆଞ୍ଚଳିକ ରାଜନୈତିକ ଦଳର ସଂଖ୍ୟା ସୁଦୀର୍ଘ ଅଟେ  । ଭାରତରେ କେତେ ଗୁଡିଏ ଆଞ୍ଚଳିକ ରାଜନୈତିକ ଦଳ ହେଲେ : ଫରୱାର୍ଡ ବ୍ଲକ (ପଶ୍ଚିମବଙ୍ଗ), ଏବଂ ତାମିଲନାଡୁ ଏବଂ ପଣ୍ଡିଚେରୀ, ଜାତୀୟ କାନଫରେନ୍ସ (ଜାମ୍ମୁ ଏବଂ କାଶ୍ମୀର), ରାଷ୍ଟ୍ରୀୟ ଜନତା ଦଳ (ବିହାର), ସମାଜବାଦୀପାର୍ଟି (ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ), ଶିରୋମଣି ଅକାଳୀ ଦଳ (ପଞ୍ଜାବ), ଶିବସେନା (ମହାରାଷ୍ଟ୍ର), ତେଲୁଗୁଦେଶମ୍ (ଆନ୍ଧ୍ରପ୍ରଦେଶ) । ତୁମ ରାଜ୍ୟରେ ଥିବା ଆଞ୍ଚଳିକ ରାଜନୈତିକ ଦଳକୁ ତୁମେ ଜାଣିଛ କି ?

ଭାରତୀୟ ରାଜନୈତିକ ଦଳ ଏବଂ ସେମାନଙ୍କର ନୀତି ଓ ଆଦର୍ଶ

ଆମେ ଦେଖିଲେ ଜେ, ଜାତୀୟ ସ୍ତରରେ ଏବଂ ରାଜ୍ୟସ୍ତରରେ ଅନେକ ରାଜନୈତିକ ଦଳ ଅଛନ୍ତି  । ପ୍ରତ୍ୟକ ରାଜନୈତିକ ଦଳ ଦଳର ନୀତି ଏବଂ କାର୍ଯ୍ୟକ୍ରମକୁ ଭୋଟରଙ୍କ ନିକଟରେ ପହଞ୍ଚାଇ ଥାନ୍ତି  । ସେଗୁଡିକୁ ସାଧାରଣ ଭାବରେ ଗୋଟିଏ ଦଲିଲରେ ଲିପିବଦ୍ଧ କରାଯାଇଥାଏ  । ତାହାକୁ ଦଳର ଆଦର୍ଶ ବୋଲି କୁହାଯାଏ  । ତୁମେ ଜାଣିଥାଇପାରା ଜେ, ନିର୍ବାଚନ ସମୟରେ ଦଳର ଆଦର୍ଶ ଗୁଡିକୁ ପ୍ରକାଶ କରାଯାଇଥାଏ  । ନିମ୍ନଲିଖିତ ରାଜନୈତିକ ଦଳର ମୁଖ୍ୟ ନୀତି ଗୁଡିକୁ ଆମେ ଆଲୋଚନା କରିପାରିବା  ।

  1. ଭାରତୀୟ ଜାତୀୟ କଂଗ୍ରେସ : ଭାରତୀୟ ଜାତୀୟ କଂଗ୍ରେସ ୧୯୮୫ ମସିହାରେ ସ୍ଥାପିତ ହୋଇଥିଲା  । ଭାରତ ସ୍ଵାଧୀନତା ସଂଗ୍ରାମରେ ଜାତୀୟ କଂଗ୍ରେସ ନେତୃତ୍ଵ ସ୍ଵାଧୀନତା ପରେ କଂଗ୍ରେସ ଗୋଟିଏ ରାଜନୈତିକ ଦଳର ରୂପନେଲା ଏବଂ କେନ୍ଦ୍ର ଏବଂ ଅଧିକାଂଶ ରାଜ୍ୟରେ ୧୯୬୭ ପର୍ଯ୍ୟନ୍ତ ଶାସନ କଲା  । ଭାରତୀୟ ରାଜନୈତିକ ଇତିହାସରେ ପ୍ରଥମ ଦୁଇ ଦଶନ୍ଧି ପର୍ଯ୍ୟନ୍ତ କଂଗ୍ରେସ ପ୍ରତିନିଧିତ୍ଵ କରିଥିଲା, ଏହି ସମୟକୁ ‘କଂଗ୍ରେସ ପଦ୍ଧତି’ ବୋଲି କୁହାଯାଉଥିଲା  । କଂଗ୍ରେସର ନେତୃତ୍ଵ ଧୀରେ ଧୀରେ କମିବାକୁ ଲାଗିଲା ବର୍ତ୍ତମାନ କେନ୍ଦ୍ରରେ କ୍ଷମତା ହାସଲ କରିବାକୁ ସେ ଅନ୍ୟ ରାଜନୈତିକ ଦଳ ସହ ଭାଗୀଦାରୀ କରୁଅଛି  । କଂଗ୍ରେସ ଦଳ ଗଣତନ୍ତ୍ର, ଧର୍ମନିରପେକ୍ଷତା ଏବଂ ସମାଜବାଦକୁ ସ୍ଵୀକୃତି ପ୍ରଦାନ କରିଅଛି  । ଏହା ଗୋଟିଏ କେନ୍ଦ୍ରୀୟ ରାଜନୈତିକ ଦଳ ହୋଇଥିଲେ ମଧ୍ୟ ଘରୋଇକରଣ, ଉଦାରୀକରଣ ଏବଂ ଜଗତିକରଣକୁ ଅନୁମତି ପ୍ରଦାନ କରିଅଛି  । ଆହୁରି ମଧ୍ୟ ଏହା ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ କାମକରେ  । ଏହା କୃଷିଭିତ୍ତିକ ଅର୍ଥନୀତି ସପକ୍ଷରେ ଏବଂ ଶିଳ୍ପାୟନ ସପକ୍ଷରେ ଯୁକ୍ତାବାଢେ  । ସ୍ଥାନୀୟ ସ୍ତରରେ ତୃଣମୂଳ ଅନୁଷ୍ଠାନକୁ ସୁଦୃଢ କରିବାକୁ କଂଗ୍ରେସ ଦଳ ଚାହେଁ  । ଆନ୍ତର୍ଜାତିକ ସ୍ତରରେ ମୂଖ୍ୟ ଭୂମିକା ଗ୍ରହଣ କରିବାକୁ ଏହା ଦାବିକରେ, ବିଶେଷକରି ଯୁକ୍ତରାଷ୍ଟ୍ରରେ   ।
  2. ଭାରତୀୟ ଜନତା ପାର୍ଟି :  ସେତେବେଳର ଜନତା ପାର୍ଟିରୁ ଅଲଗା ହୋଇ ୧୯୮୦ ମସିହାରେ ଭାରତୀୟ ଜନତାପାର୍ଟି ସ୍ଥାପିତ ହେଲା  । ଭାରତୀୟ ଜନତାପାର୍ଟି କେନ୍ଦ୍ର ଏବଂ କେତେକ ରାଜ୍ୟରେ Important ରାଜନୈତିକ ଦଳ ଅଟେ  । ଭାରତୀୟ ଜନତାପାର୍ଟି ନିମ୍ନଲିଖିତ ବିଷୟ ପାଇଁ ଦଣ୍ଡାୟମାନ  । (କ) ଜାତୀୟତାବାଦ ଏବଂ ସଂହତି (ଖ) ଗଣତନ୍ତ୍ର (ଗ) ଜାତିଆଣ ଭାବର ସପକ୍ଷରେ (ଘ) ଗାନ୍ଧୀ ସମାଜବାଦ ଏବଂ (ଙ) ମୂଲ୍ୟଭିତ୍ତିକ ରାଜନୀତି  । ବର୍ତ୍ତମାନ କଂଗ୍ରେସ ପରି ଭାରତୀୟ ଜନତାପାର୍ଟି କେନ୍ଦ୍ରୀୟ ଦଳ ହୋଇଅଛି  । ଅନ୍ୟ ଯେଉଁ ରାଜ୍ୟରେ ଏହି ଦଳ ସମର୍ଥନ ଲାଭ କରିଅଛି  । ସେ ରାଜ୍ୟଗୁଡିକ ହେଲା ବିହାର, ଛାତିଶଗଡ, ମଧ୍ୟପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ ଏବଂ ଉତ୍ତରାଖଣ୍ଡ  । ଏହି ଦଳ ଭାରତର ଦକ୍ଷିଣାଅଞ୍ଚଳରେ ପ୍ରସାର ଲାଭ କରିବାକୁ ଚେଷ୍ଟା କରୁଅଛି  ଏବଂ ଉତ୍ତରପୂର୍ବ ଭାରତରେ ମଧ୍ୟ  ।
  3. କମ୍ୟୁନିଷ୍ଟ ପାର୍ଟି : ଭାରତରେ ମୂଖ୍ୟ କମ୍ୟୁନିଷ୍ଟ ଦଳ ଗୁଡିକ ହେଲା ଏହା ୧୯୨୫ମସିହାରେ କାନପୁରରେ ସ୍ଥାପିତ ହୋଇଥିଲା ଏବଂ ୧୯୬୪ ମସିହାରେ କମ୍ୟୁନିଷ୍ଟ ପାର୍ଟିରେ ବିଭାଜନ ହୋଇ ଏହା ସୃଷ୍ଟି ହୋଇଥିଲା  । ସମୟ ଅତିକ୍ରମରେ CPM, CPM ଠାରୁ ଅଧିକ ଶକ୍ତିଶାଳୀ ହେଲା  । CPI-M, ଏବଂ (CPI) ପଶ୍ଚିମବଙ୍ଗ, କେରଳ ଏବଂ କୃଷକମାନଙ୍କର ପାର୍ଟି ଅଟେ  । ମାର୍କ୍ସବାଦ ଏବଂ ଲେଲିନବାଦ ଉପରେ ଆଧାରିତ କମ୍ୟୁନିଷ୍ଟ ପାର୍ଟି, ସମାଜବାଦ, ଶିଳ୍ପର ସାମାଜିକ କରଣ, ଭୂସମ୍ପତ୍ତିର ପୁନର୍ଗଠନ, ଗ୍ରାମାଞ୍ଚଳର ଉନ୍ନତି ସାଧନ ଏବଂ ଆତ୍ମ କେନ୍ଦ୍ରୀକ ଅର୍ଥନୀତି ପାଇଁ ଦଣ୍ଡାୟମାନ ହୋଇଅଛି  । ଏମାନେ ପୁଞ୍ଜିବାଦ, ସାମ୍ରାଜ୍ୟବାଦ ଏବଂ ଜଗତୀକରଣକୁ ବିରୋଧ କରନ୍ତି  ।
  4. ବାହୁଜନ ସମାଜଦଳ : ୧୯୮୪ ମସିହାରେ ବାହୁଜନ ସମାଜଦଳ କାନ୍ ସିରାମଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା  । ଭାରତୀୟ ସମାଜରେ ବଞ୍ଚିତ ଶ୍ରେଣୀର ଲୋକଙ୍କ ଦଳବୋଲି ବାହୁଜନ ସମାଜ ପାର୍ଟି ଦାବି କରୁଅଛି  । ବିଶେଷକରି ଗରିବ, ଭୂମିହୀନ, ବେକାର ଏବଂ ଦଳିତ ଯେଉଁମାନଙ୍କର ସଂଖ୍ୟା କି ଭାରତ ମୋଟ୍ ଜନସଂଖ୍ୟାର ଅର୍ଦ୍ଧାଧିକ ଭାଗ ଅଟେ ଏହା ସେହିମାନଙ୍କର ଦଳ ଅଟେ  । ଏହିମାନେ ସାହୁ ମହାରାଜ, ଜୋତିବା ଫୁଲେ, ରାମସ୍ଵାମୀ ନାଇକର ଏବଂ Dr. B.R. Ambedkar ଙ୍କ ଶିକ୍ଷାରୁ  ପ୍ରେରଣା ପାଆନ୍ତି  । କାନଶୀରାମକୁ ନେତୃତ୍ଵ ଦେଇଥିଲେ  । ବର୍ତ୍ତମାନ ମାୟାବତୀ ଦଳକୁ ଆଗେଇ ନେଇଛନ୍ତି  । BSP ‘ସର୍ବଜନ ହିତାୟ’ ‘ସର୍ବଜନ ସୁଖାୟ’ ନୀତି ଅନୁସାରେ କାର୍ଯ୍ୟ କରେ (ସମସ୍ତଙ୍କ ପାଇଁ ମଙ୍ଗଳ ଓ ସୁଖ ପାଇଁ) । ଏହା ଦୁଇଗୋଟି ଟର୍ମ ପାଇଁ ଉତ୍ତର ପ୍ରଦେଶର୍ରେ ସରକାର ଗଠନ କରିଥିଲା  । ଥରେ ବିଜେପି ସହିତ ମିଶି ଆଉଥରେ ଏକାକୀ  ।
  5. ନେସନାଲିଷ୍ଟ କଂଗ୍ରେସ ଦଳ : ଜାତୀୟ କଂଗ୍ରେସ ଦଳ ବିଭାଜିତ ହୋଇ ନେସନାଲିଷ୍ଟ କଂଗ୍ରେସ ଦଳ ସୃଷ୍ଟି ହୋଇ ଅଛି  । ୧୯୯୯ ମସିହାରେ ଯେଉଁମାନେ ଏହି ଦଳ ଗଠନ କରିଥିଲେ ସେମାନେ ହେଲେ ଶରଦ୍ ପାୱାର, ପି.ଏ. ସାଙ୍ଗାମା ଏବଂ ତାରିକ ଅନୱର  । ଏହି ଦଳର ନୀତି ନିୟମ ପ୍ରାୟ କଂଗ୍ରେସ ସହି ତାଳ ଖାଉଛି  । ଏହି ଦଳକୁ ମହାରାଷ୍ଟ୍ରରେ ଅଧିକ ସମର୍ଥନ ମିଳୁଅଛି  । ଏହା ୨୦୦୪ରୁ ୟୁ.ପି.ଏ. ର ସହଯୋଗୀ ଦଳ ହୋଇ ରହିଅଛି  ।
  6. ରାଷ୍ଟ୍ରୀୟ ଜନତା ଦଳ : ୧୯୯୭ ମସିହାରେ ଜନତାଦଳ ବିଚ୍ଛିନ୍ନ ହେଲା ପରେ ରାଷ୍ଟ୍ରୀୟ ଜନତା ଦଳ ସୃଷ୍ଟି ହୋଇଅଛି  । ଲାଲୁ ପ୍ରସାଦ ଯାଦବଙ୍କ ଦ୍ଵାରା ରହି ଦଳ ଗଠନ କରାଯାଇଅଛି  । ଏହି ଦଳ ପଛୁଆ ବର୍ଗର ଏବଂ ସଂଖ୍ୟାନ୍ୟୁନ ଥିବା ସମ୍ପ୍ରଦାୟର ଲୋକ ମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବାକୁ ଏବଂ ସାମାଜିକ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟ କରୁଅଛି  । ଏହା ଏକ ଦଶନ୍ଧି ହେଲା ବିହାରରେ କ୍ଷମତାରେ ରହିଆସିଅଛି  । ଏହା ମଧ୍ୟ ୨୦୦୪ରୁ ୟୁ.ପି.ଏ. ସହଯୋଗୀ ଦଳରୂପେ କାର୍ଯ୍ୟକରୁଅଛି  ।
  • ଆଞ୍ଚଳିକ ରାଜନୈତିକ ଦଳ : ଆଞ୍ଚଳିକ ଦଳ ଗୁଡିକ ସେହି ଅଞ୍ଚଳର ଉନ୍ନତିକରଣ ପାଇଁ ଗଠନ କରାଯାଇଅଛି  । ସେମାନଙ୍କ ମଧ୍ୟରୁ କେତେକ ସ୍ୱାୟତ୍ତ ଶାସନ ପାଇଁ ସମୟାଦିକ୍ରମେ ଯୁକ୍ତି ବାଢୁଛନ୍ତି  । ଆଞ୍ଚଳିକ ରାଜନୈତିକ ଦଳମାନେ ନିଜ ନିଜ ରାଜ୍ୟରେ ଏତେ ପ୍ରସିଦ୍ଧ ହୋଇଛନ୍ତି, ଯେ ସେମାନେ ରାଜ୍ୟ ରାଜନୀତିରେ ନେତୃତ୍ଵ ନେବାକୁ ଆରମ୍ଭ କରି ଦେଇଛନ୍ତି   । ସେମାନେ ନିଜ ନିଜ ରାଜ୍ୟରେ କ୍ଷମତାକୁ କବଳିତ କରିଛନ୍ତି  । ସେମାନଙ୍କର ଘୋଷିତ ରାଜନୈତିକ ସ୍ଥାନ ଜାତୀୟ ରାଜନୈତିକ ଦଳକୁ କେନ୍ଦ୍ରରେ ମିଳିତ ସରକାର ଗଠନରେ ସାହାଯ୍ୟ କରୁଅଛି  । ଆଞ୍ଚଳିକ ରାଜନୈତିକ ଦଳଯୋଗୁଁ ଆମର party system ସଙ୍ଘୀୟ ହୋଇ ପାରିଛି  । ବର୍ତ୍ତମାନର ଆଞ୍ଚଳିକ ରାଜନୈତିକ ଦଳଗୁଡିକ ଜାତୀୟ ଏକତାକୁ କେବେହେଲେ ଡରାଣ ଦିଅନ୍ତି ନାହିଁ କିମ୍ବା ନିଜ ନିଜ ରାଜ୍ୟ ପାଇଁ ସ୍ଵାୟତଶାସନ ଖୋଜନ୍ତି ନାହିଁ  । କେନ୍ଦ୍ର ସେମାନଙ୍କ ସମସ୍ୟାକୁ ସମାଧାନ କରିବା ଆରମ୍ଭ କରିଛି ଏବଂ ସେମାନଙ୍କ ଉଚ୍ଚଭିଳାଷକୁ ପୂରଣ କରିବାକୁ ଲାଗିଛି  । ବିଭିନ୍ନ ରାଜନୈତିକ ଦଳଗୁଡିକ ଆମର party systemରେ ଏକତ୍ରିତ ହୋଇ ସଙ୍ଘୀୟ ସରକାରକୁ ସମ୍ମିଳିତଭାବେ କାର୍ଯ୍ୟ କରିବାକୁ ବଳପ୍ରଦାନ କରିବେ  ।
  • ପଞ୍ଜୀକୃତ (ଅଣସ୍ଵୀକୃତି ପ୍ରାପ୍ତ) ଦଳ : ନିର୍ବାଚନ ଆୟୋଗ ନିକଟରେ ବହୁସଂଖ୍ୟକ ରାଜନୈତିକ ଦଳ ପଞ୍ଜୀକୃତ ହୋଇଛନ୍ତି  । ସେମାନେ ଜାତୀୟ କିମ୍ବା ରାଜ୍ୟ ରାଜନୈତିକ ଦଳ ରୂପେ ସ୍ଵୀକୃତି ପ୍ରାପ୍ତ ହୋଇ ନାହାନ୍ତି  ।

ତୁମେ ଜାଣି ଆଶ୍ଚର୍ଯ୍ୟ ହେବଯେ ୨୦୦୯ରେ ୩୬୩ତି ଦଳ ନିର୍ବାଚନରେ ପ୍ରତିଯୋଗୀତା କରିଥିଲେ  । କେତେକ ସ୍ଵାଧୀନ ଦଳ ମଧ୍ୟ ନିର୍ବାଚନ କ୍ଷେତ୍ରରେ ରହିଥିଲେ  । ୨୦୦୯ରେ ରାଜନୈତିକ ଦଳଗୁଡିକ ନିମ୍ନଲିଖିତ ପ୍ରକାରରେ ବିଭକ୍ତ କରାଯାଇଥିଲା  ।

  • ଜାତୀୟ ଦଳ ୭ଗୋଟି ଥିଲେ (କଂଗ୍ରେସ, ବିଜେପି, ସିପିଏମ, ସିପିଆଇ, ବିଏସ୍ ପି, ନେସ୍ ନାଲିଷ୍ଟ କଂଗ୍ରେସ ଦଳ ଏବଂ ରାଷ୍ଟ୍ରୀୟ ଜନତା ଦଳ)  ।
  • ରାଜ୍ୟ ରାଜନୈତିକ ଦଳ – ୩୪ ଗୋଟି ଥିଲେ  ।
  • ପଞ୍ଜୀକୃତ ଦଳ (ଅଣସ୍ଵୀକୃତିପ୍ରାପ୍ତ) – ୩୨୨ ଥିଲେ  ।

ରାଜନୈତିକ ଦଳ ଏବଂ ଚାପଗୋଷ୍ଠୀ

ତୁମେ ତୁମ ଅଞ୍ଚଳରେ, ନଗରରେ ଓ ରାଜ୍ୟରେ ଛାତ୍ର, କୃଷକ, କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାର, ଧାରଣା ଦେଉଥିବାର ଦେଖିଥିବ  । ଏହି ସବୁ କାର୍ଯ୍ୟ ବଣିକ ସଂଘ, କୃଷକ ସଂଗଠନ, ଶିକ୍ଷକ ସଂଘ, ବ୍ୟବସାୟୀ ମାନଙ୍କ ସଂଗଠନ କିମ୍ବା ମହିଳାମାନଙ୍କ ଅନୁଷ୍ଠାନ ଦ୍ଵାରା କରାଯାଇଥାଏ  । ତୁମେ ଏହା ସ୍ଵୀକାର କରିବ ଯେ ଏହିଦଳ କିମ୍ବା ଅନୁଷ୍ଠାନ ରାଜନୈତିକ ଦଳ ନୁହେଁ  । ତାହାହେଲେ ଏଗୁଡିକ କ’ଣ  ? ବିଶେଷକରି କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ତୁମେ ଖୋଜି ବାହାରକରି ପାରିବ ଯେ ସେଠାରେ ବହୁ ସଂଖ୍ୟକ ସଂଗଠିତ ଦଳ ଅଛନ୍ତି ଯେଉଁମାନେ କି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରାଜନୀତି ଏବଂ ସରକାରଙ୍କୁ ପ୍ରଭାବିତ କରିଥାନ୍ତି  । ଏହି ସଂଗଠିତ ଦଳର ସଦସ୍ୟମାନେ ସେମାନଙ୍କର କୌଣସି ନିର୍ଦ୍ଧିଷ୍ଟ ସ୍ଵାର୍ଥପାଇଁ ଏକତ୍ରିତ ହୋଇଥାନ୍ତି ଉଦାହରଣ ସ୍ୱରୂପ କୌଣସି କାରଖାନାର ଶ୍ରମିକମାନେ ସେମାନଙ୍କର ସ୍ଵାର୍ଥର ଉନ୍ନତି ପାଇଁ Trade union ଗଢି ଏକତ୍ରିତ ହୋଇଥାନ୍ତି  । ଏହିପରି ଅନେକ ସଂଗଠିତ ଦଳ ଅଛନ୍ତି ଯେଉଁମାନଙ୍କୁ ଛାପାଗୋଷ୍ଠୀ କିମ୍ବା ସ୍ଵାର୍ଥନ୍ଵେଷୀ ଦଳ ବୋଲି କୁହାଯାଏ  । ଏହି ଚପାଗୋଷ୍ଠୀ କିମ୍ବା ସ୍ଵାର୍ଥନ୍ଵେଷୀ ଗୋଷ୍ଠୀ କ’ଣ  ? ସେମାନେ ପରସ୍ପରଠାରୁ କିପରି ଭିନ୍ନ ଅଟନ୍ତି ? ଆମ ଦେଶର ରାଜନୈତିକ systemରେ ସେମାନଙ୍କ ଭୂମିକା କ’ଣ ?

ଛାପାଗୋଷ୍ଠୀ ଏବଂ ସ୍ଵାର୍ଥନ୍ଵେଷୀ ଗୋଷ୍ଠୀ :

`           ଏହା ଗୋଟିଏ ସଂଗଠନ ଅଟେ ଯାହାକୁ କି ଚାପଗୋଷ୍ଠୀ କିମ୍ବା ସ୍ଵାର୍ଥନ୍ଵେଷୀ ଗୋଷ୍ଠୀରୂପେ ବର୍ଣ୍ଣନା କରାଯାଇଅଛି  । ଏହି ଦଳମାନଙ୍କ ସମ୍ବନ୍ଧରେ ଆସ ଆଲୋଚନା କରିବା  । ସ୍ଵାର୍ଥନ୍ଵେଷୀ ଦଳ ହେଉଛନ୍ତି ଲୋକମାନଙ୍କର ସଂଗଠିତ ଦଳ ଯେଉଁମାନେ କି କେତେକ ସ୍ଵାର୍ଥପୂରଣ କରିବାକୁ ଏକତ୍ରିତ ହୋଇଥାନ୍ତି  । ସେମାନେ ଏପରି ହେବାର କାରଣ (କ) ସେମାନେ ସୁସଙ୍ଗଠିତ (ଖ) ସେମାନଙ୍କର ସାର୍ବଜନିକ ସ୍ଵାର୍ଥ ରହିଅଛି (ଗ) ସେହି ସ୍ଵାର୍ଥ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ କାର୍ଯ୍ୟହାସଲ ପାଇଁ ଲୋକମାନଙ୍କୁ ଏକାଠି କରିଛି  । (ଘ) ଏହି ସଂଗଠିତ ଦଳର ସଦସ୍ୟମାନେ ଯେଉଁ ଉଦ୍ଦେଶ୍ୟନେଇ ଏକତ୍ରିତ ହୋଇଥାନ୍ତି ସେଥିରେ ଯୋଗଦେବା, ତାର ପ୍ରତିବାଦ କରିବା, ତାହାର ଉନ୍ନତି କରିବାର ବାଟ ଖୋଜନ୍ତି  । ସାଧାରଣତଃ ଛାପାଗୋଷ୍ଠୀ ଏବଂ ସ୍ଵାର୍ଥନ୍ଵେଷୀ ଗୋଷ୍ଠୀଙ୍କୁ ଏକ ଓ ସମାନ ବୋଲି ବିଚାର କରାଯାଇଅଛି କିନ୍ତୁ ସେମାନେ ସେପରି ନୁହଁନ୍ତି  । ସବୁ ଚାପଗୋଷ୍ଠୀ ସ୍ଵାର୍ଥନ୍ଵେଷୀ ଅଟନ୍ତି କିନ୍ତୁ ସବୁ ସ୍ଵାର୍ଥନ୍ଵେଷୀ ଗୋଷ୍ଠୀ ଚାପଗୋଷ୍ଠୀ ନୁହନ୍ନତି  । ଗୋଟିଏ ଚାପଗୋଷ୍ଠୀ ହେଉଛି ସ୍ଵାର୍ଥନ୍ଵେଷୀ ଗୋଷ୍ଠୀ ଯେଉଁମାନେ କି ସେମାନଙ୍କ ସ୍ଵାର୍ଥ ପୂରଣ ପାଇଁ ସରକାର କିମ୍ବା ନିଷ୍ପତ୍ତି କର୍ତ୍ତାଙ୍କ ଉପରେ ଚାପ ପକାଇଥାନ୍ତି  । ଏହା ହେଉଛି ଚାପଗୋଷ୍ଠୀ ଏବଂ ସ୍ଵାର୍ଥନ୍ଵେଷୀ ଗୋଷ୍ଠୀଙ୍କ ମଧ୍ୟରେ ସବୁଠାରୁ ବଡ ପ୍ରଭେଦ  । ସରକାର କିମ୍ବା ନିସ୍ପତି କର୍ତ୍ତାଙ୍କ ଉପରେ ଚାପ ନ ପକାଇଲେ ମଧ୍ୟ ସ୍ଵାର୍ଥନ୍ଵେଷୀ ଗୋଷ୍ଠୀଙ୍କର ସ୍ଥିତି ରହିଥାଏ  । ନିଜର ଇପ୍ସିତବସ୍ତୁକୁ ପାଇବାପାଇଁ ଏହିପରି ଗୋଟିଏ ଦଳ ଅଛନ୍ତି ଯେଉଁମାନେ କି କର୍ତ୍ତୃପକ୍ଷଙ୍କ ଉପରେ ପ୍ରଭାବ ବିସ୍ତାର କରି ଚାପ ପକାଇଥାନ୍ତି  । ସେହିମାନଙ୍କୁ ହିଁ ସ୍ଵାର୍ଥନ୍ଵେଷୀ ଗୋଷ୍ଠୀ କୁହାଯାଏ  । ଏମାନେ ଛାପାଗୋଷ୍ଠୀ ହୋଇ ପାରିବେ ନାହିଁ  । ଉଭୟ ମଧ୍ୟରେ ଥିବା ଏହି ପାର୍ଥକ୍ୟ ନଗଣ୍ୟ ଅଟେ  ।

ସ୍ଵାର୍ଥନ୍ଵେଷୀ

ଚାପଗୋଷ୍ଠୀ

ସାଧାରଣ ଭାବରେ ସଂଗଠିତ

ଦୃଢ-ସଂଗଠିତ

ସ୍ଵାର୍ଥ ସମ୍ବଳିତ

ଚାପଦିପ୍ତ

ସରକାରଙ୍କ ନୀତିକୁ ପ୍ରଭାବିତ କରିପାରନ୍ତି ନ କରିପାରନ୍ତି ମଧ୍ୟ

ସରକାରଙ୍କ ନୀତିଦ୍ଵାରା ନିଶ୍ଚିତ ରୂପେ ପ୍ରଭାବିତ ହୋଇଥାନ୍ତି

ଦେଖିବାକୁ ସରଳ

ନୈରାଶ୍ୟ ଜନକ ମନୋବୃତ୍ତି

ବେଶି କିମ୍ବା କମ୍ ସୁରକ୍ଷାକାରୀ

ସୁରକ୍ଷିତ

ଚାପଗୋଷ୍ଠୀର ଭୂମିକା ଏବଂ କୌଶଳ

ଗଣତାନ୍ତ୍ରିକ କାର୍ଯ୍ୟକ୍ରମରେ ଚାପଗୋଷ୍ଠୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ  । ସେମାନେ ଆଲୋଚନା ସଭା ସାହାଯ୍ୟରେ ଗୁରୁତର Public issue କୁ ବଦଳାଇ ଜନମତ ସୃଷ୍ଟି କରନ୍ତି  । ଏହି ପ୍ରଣାଳୀରେ ସେମାନେ ଲୋକଙ୍କୁ ଶିକ୍ଷା ପ୍ରଦାନ କରନ୍ତି ଏବଂ ସେମାନଙ୍କର ଦୃଷ୍ଟିର ପରିସରକୁ ବୃଦ୍ଧି କରନ୍ତି  । ଗଣତାନ୍ତ୍ରିକ ଯୋଗଦାନର ଘୋଷଣା କରନ୍ତି, ଉଠାନ୍ତି ଏବଂ ସ୍ପଷ୍ଟଭାବରେ ବ୍ୟକ୍ତ କରନ୍ତି  । ଏହି ଦଳଗୁଡିକ ସାଧାରଣା ନୀତି ନିୟମର ପରିବର୍ତ୍ତନରେ ସାହାଯ୍ୟ କରନ୍ତି ଏବଂ କ୍ଷମତା ବିକେନ୍ଦ୍ରୀକରଣ ପାଇଁ ଉତ୍ସାହିତ କରନ୍ତି  । ସେମାନେ ନିର୍ଦ୍ଧିଷ୍ଟ ସଂସ୍କରଣର ଅନୁସନ୍ଧାନର ସାହାଯ୍ୟ କରନ୍ତି  ଏହା ବିଶ୍ଵାସଯୋଗ୍ୟ ତଥ୍ୟରୁ ସଂଗ୍ରହକରା ଯାଇଥାଏ  ।

ଚାପଗୋଷ୍ଠୀ ଦ୍ଵାରା ଅନୁସୃତ ହେଉଥିବା କୌଶଳଗୁଡିକ ହେଲା :ଅପିଲ, ପିଟିସନ, ଡେମୋନେଷ୍ଟ୍ରେସନ, ପିକେଟିଙ୍ଗ Lollying ଏବଂ ଶୋଭାଯାତ୍ରା  । ସେମାନେ Mediaରେ ଲେଖନ୍ତି  । ପ୍ରଚାର ପତ୍ରିକା ବାଣ୍ଟନ୍ତି  । Press releases କୁ ଜନ୍ମ ଦିଅନ୍ତି  । ସଭା ଏବଂ ଆଲୋଚନା ପରିଚାଳନା କରନ୍ତି  । ପୋଷ୍ଟର ଲଗାନ୍ତି   । ସ୍ଲୋଗାନ ଦିଅନ୍ତି  । ସେମାନେ ସତ୍ୟାଗ୍ରହ କରନ୍ତି, ଯାହାକି ଅହିଂସା ମାଧ୍ୟମରେ ପ୍ରତିବାଦ ଅଟେ  । ସମୟ ସମୟରେ ଚାପଗୋଷ୍ଠୀ ଗୁଡିକ ବିଧାୟକ, କାର୍ଯ୍ୟକାରୀ ଅଫିସର ଏବଂ ନିଷ୍ପତ୍ତି ନେଇଥିବା ବ୍ୟକ୍ତିମାନଙ୍କ ଉପରେ ଚାପ ପକାଇବାକୁ ଷ୍ଟ୍ରାଇକ କରିଥାନ୍ତି  । ପ୍ରାୟ ସେମାନେ boycott (ଏକ ଘରିକିଆ) କରିଥାନ୍ତି  । ଓକିଲମାନେ ସମୟ – ସମୟରେ କୋଟ ବର୍ଜନ କରିବାର, ଏବଂ ଶିକ୍ଷକମାନେ ଶ୍ରେଣୀ ବର୍ଜନ କରିବାର ତୁମେ ଦେଖିନାହଁ କି ? ଚାପଗୋଷ୍ଠୀମାନେ ସରକାରୀ ନୀତିକୁ ପ୍ରଭାବିତ କରିବାପାଇଁ ଏହିସବୁ କାମ କରିଥାନ୍ତି  ।

ରାଜନୈତିକ ଦଳ ଏବଂ ଚାପଗୋଷ୍ଠୀ

ଯଦିଓ ଚାପଗୋଷ୍ଠୀ ଓ ରାଜନୈତିକ ଦଳ ମଧ୍ୟରେ ଥିବା ପାର୍ଥକ୍ୟ ରହିଅଛି  । ତଥାପି ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ପରିଷ୍କାର ଅଟେ  । ନିର୍ବାଚନ ସମୟରେ କର୍ମ ଯୋଗାଣ ଯୋଗୁଁ ଟ୍ରେଡ ୟୁନିୟନ ଗୁଡିକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଗୁଡିକୁ ସାହାଯ୍ୟ କରିଥାନ୍ତି  । ଅନ୍ୟଦିଗରେ ଦେଖିବାକୁ ଗଲେ ରାଜନୈତିକ ଦଳ ଗୁଡିକ Worker ମାନଙ୍କ ସ୍ଵାର୍ଥ ରକ୍ଷାର ବ୍ୟବସ୍ଥା ପାଇଁ ଯୁକ୍ତି ବାଢିଥାନ୍ତି  । ତୁମେ ଜାଣ କି ଅଖିଲା ଭାରତୀୟ ଛାତ୍ର ସଂଗଠନ ଭବିଷ୍ୟତ ନେତୃତ୍ଵ କଂଗ୍ରେସକୁ ପ୍ରଦାନ କରିବାକୁ ଏବଂ ସେହିପରି ଅଖିଲା ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭାରତୀୟ ଜନତାପାର୍ଟିକୁ ନେତୃତ୍ଵ କଂଗ୍ରେସକୁ ପ୍ରଦାନ କରିବାକୁ ଏବଂ ସେହିପରି ଅଖିଲା ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭାରତୀୟ ଜନତାପାର୍ଟିକୁ ନେତୃତ୍ଵ ଦେବାକୁ ଚେଷ୍ଟା କରୁଛି  । କେତେକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ସହିତ କେତେ ଚାପଗୋଷ୍ଠୀର ସମ୍ପର୍କ ରହିଥିଲାବେଳେ ଅନେକ ଚାପଗୋଷ୍ଠୀଙ୍କ ରାଜନୈତିକ ଦଳ ସହିତ କିଛି ସମ୍ପର୍କ ନଥାଏ  । କିନ୍ତୁ ଏହା ବୁଝିବା ଜରୁରୀ ଯେ, ହାପଗୋଷ୍ଠୀ ରାଜନୈତିକ ଦଳ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ  । ସେମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ତଳେ ଲେଖା ଗଲା  ।

  • ପ୍ରାଥମିକତଃ ଚାପଗୋଷ୍ଠୀ ଗୁଡିକର ପ୍ରକୃତି ରାଜନୈତିକ ନୁହେଁ  । ଉଦାହରଣ ସ୍ୱରୂପ – ଯଦିଓ ରାଷ୍ଟ୍ରୀୟ ସ୍ଵୟଂସଂଘ ଭାରତ ଜନତା ପାର୍ଟିକୁ ସମର୍ଥନ ଦିଏ, କିନ୍ତୁ ଏହା ଏକବିରାଟ ସାଂସ୍କୃତିକ ଅନୁଷ୍ଠାନ  । ରାଜନୈତିକ ଦଳଗୁଡିକ ମୂଳତଃ ରାଜନୈତିକ  ।
  • ଚାପଗୋଷ୍ଠୀ ସିଧାସଳଖ କ୍ଷମତା ଚାହେଁ ନାହିଁ ସେ କେବଳ ନିଜର ସ୍ଵାର୍ଥ ହାସଲପାଇଁ ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନଙ୍କୁ ପ୍ରଭାବିତ କରିଥାନ୍ତି  । ରାଜନୈତିକ ଦଳଗୁଡିକ ସରକାରଙ୍କର କ୍ଷମତା ହାସଲ କରିବାକୁ ଚାହାନ୍ତି  ।
  • ଚାପଗୋଷ୍ଠୀ ନିର୍ବାଚନରେ ଅଂଶ ଗ୍ରହଣ କରନ୍ତି ନାହିଁ  । ସେମାନେ କେବଳ ନିଜ ପସନ୍ଦ ମୁତାବକ ରାଜନୈତିକ ଦଳକୁ ସମର୍ଥନ କରନ୍ତି । ରାଜନୈତିକ ଦଳ ନିର୍ବାଚନରେ ଅଂଶଗ୍ରହଣ କରନ୍ତି ପ୍ରାର୍ଥୀ ବାଛନ୍ତି ଏବଂ ପ୍ରାର୍ଥୀଙ୍କପାଇଁ ପ୍ରଚାର ମଧ୍ୟ କରନ୍ତି  ।
  • ଚାପଗୋଷ୍ଠୀଙ୍କର ରାଜନୈତିକ ଆଦର୍ଶ ରହିବା ଦରକାର ନାହିଁ  । ରାଜନୈତିକ ଦଳଗୁଡିକ ସବୁବେଳେ ସେମାନଙ୍କ ଦଳର ଆଦର୍ଶଦ୍ଵାରା ପରିଚାଳିତ ହୁଅନ୍ତି  । ଉଦାହରଣ ସ୍ୱରୂପ କଂଗ୍ରେସ ଦଳର ଆଦର୍ଶ ହେଉଛି ସମାଜବାଦ, ନିରପେକ୍ଷବାଦ ଏବଂ ଗଣତନ୍ତ୍ରବାଦ ସେହିପରି କମ୍ୟୁନିଷ୍ଟ ମାନେ, ଶ୍ରମିକ କୃଷକ, ଏବଂ ଅନ୍ୟ ଦୁର୍ବଳ ଶ୍ରେଣୀର ସ୍ଵାର୍ଥପାଇଁ ଯୁକ୍ତି ବାଢନ୍ତି  ।
  • ଚାପଗୋଷ୍ଠୀଙ୍କ ଆଭିମୁଖ୍ୟ ଗୋଟିଏ ନିର୍ଦ୍ଧିଷ୍ଟ ହୋଇଥିବା ବେଳେ ରାଜନୈତିକ ଦଳର ଆଭିମୁଖ୍ୟ ଏକାଧିକ ହୋଇଥାଏ  । ସେଗୁଡିକ ଜାତୀୟ ଏବଂ ଅନ୍ତଃର୍ଜାତୀୟ ହୋଇଥାଏ  ।

ଭାରତରେ ଚାପଗୋଷ୍ଠୀ

ଅନ୍ୟ ଗଣତାନ୍ତ୍ରିକ ଦେଶଭଳି ଭାରତରେ ଅଂଶଖ୍ୟ ସ୍ଵାର୍ଥପର / ଚାପଗୋଷ୍ଠୀ ଅଛନ୍ତି  । ପାରମ୍ପରିକ ସାମାଜିକ ଗଠନକୁ ଆଧାରକରି ଚାପଗୋଷ୍ଠୀ ରହିଅଛି  । ଆର୍ଯ୍ୟପ୍ରତିନିଧି ସଭା, ସନାତନ ଧର୍ମସଭା, ପାରସି ଅଞ୍ଜୁମନ, ଆଙ୍ଗ୍ଲୋ ଭାରତୀୟ ଖ୍ରୀଷ୍ଟିୟାନ ଆସୋସିଏସନଙ୍କ ପରେ ଅନେକ ଧାର୍ମିକ ସଂଗଠନ ରହିଅଛି  । ସେଗୁଡିକ ହେଲା ବ୍ରାହ୍ମଣ ସଭା, ନାୟର ସୋସାଇଟ, ଭାଷା-ଭାଷୀ ସଂଘ (ତାମିଲ ସଂଘ, ଅନୁଜମନ ଇ-ତାରିକ-ଇ-ଉର୍ଦ୍ଧୁ)  । ତୁମ୍ଭେମାନେ ଆହୁରି ମଧ୍ୟ କେତେକ ସ୍ଵାର୍ଥୀ-ଦଳ ଥିବାର ଦେଖିବ  । ସେମାନେ ହେଲେ ଶ୍ରମିକ ଏବଂ କୃଷକଙ୍କୁ ନେଇ ଗଠିତ ସଂଘ  । ଆନୁଷ୍ଠାନିକ ଦଳ ଗୁଡିକ ହେଲା Civil Service Associantion କିମ୍ବା Non-Gazetted officer’s union । ସମୟେ ସମୟେ ତୁମେ ଦେଖିପାରିବ ଯେ, କେତେକ ଦଳ All-Assam Students Union ପରି ରହିଅଛି  । All-Assamstudents union ଙ୍କ ଉଦ୍ଦେଶ୍ୟ ହେଲା ଗ୍ରାମାଞ୍ଚଳରେ କଲେଜ ସ୍ଥାପନ  ।

ସିଭିଲ ସୋସାଇଟର ଅର୍ଗାନାଇଜେସନ :

ଭାରତରେ ବହୁସଂଖ୍ୟାରେ Civil Society ଅନୁଷ୍ଠାନ (CSOs) ରହିଅଛି  । କେତେକ ସ୍ଵାର୍ଥ ପଛରେ ଅନୁଧାବନ କରିବାପାଇଁ ନାଗରିକ ମାନଙ୍କ ଦ୍ଵାରା ଏହା ସ୍ଥାପିତ ଏବଂ ପରିଚାଳିତ ହେଉଅଛି  । ଏହି ଅନୁଷ୍ଠାନ ମାନଙ୍କ ମଧ୍ୟରୁ ଅନେକ ଚାପଗୋଷ୍ଠୀ ପରି କାର୍ଯ୍ୟକରୁ ଅଛନ୍ତି  । ସେମାନେ ନିଜ ନିଜ ଅଞ୍ଚଳରେ ସରକାରଙ୍କର ନୀତି ଗୁଡିକ କାର୍ଯ୍ୟକାରୀ କରିବାପାଇଁ ସରକାରଙ୍କ ଉପରେ ଚାପ ପକାଉଅଛନ୍ତି । ସାଧାରଣ ଲୋକ ଯେଉଁମାନେ କି କୌଣସି ନିର୍ଦ୍ଧିଷ୍ଟ ନୀତି ଉପରେ ଅଡି ବାସନ୍ତୀ ତାଙ୍କଦ୍ଵାରା ଏହି ଅନୁଷ୍ଠାନ ପରିଚାଳିତ ହେଉଅଛି  । ଅନେକ ସାଧାରଣ ଲୋକ ଆନୁଷ୍ଠାନିକ କିମ୍ବା ଅଣ ଆନୁଷ୍ଠାନିକ ଭାବେ ଏକାଠି ହୋଇ ବିଭିନ୍ନ କାର୍ଯ୍ୟ ଏବଂ ସାମାଜିକ ନ୍ୟାୟ ପାଇବା ପାଇଁ ସେମାନଙ୍କର ମନୋଭାବକୁ ବ୍ୟକ୍ତ କରନ୍ତି   । ଲୋକମାନେ ଲିଙ୍ଗଗତ ତାରତମ୍ୟ, ଶିଶୁ ଶ୍ରମିକ, ଗଳିର ପିଲା ଏହି ବିଷୟରେ (issue) ଉପରେ ସ୍ଵର ଉତ୍ତୋଳନ କରି ବ୍ୟକ୍ତିଗତ ବା ସାମୁହିକ କାର୍ଯ୍ୟ କରିଥାନ୍ତି  । ଏହିସବୁ ଅନୁଷ୍ଠାନ ଗୁଡିକ ଜନମତକୁ ପରିବର୍ତ୍ତନ କରିଦିଅନ୍ତି କାରଣ ଏହି ଘଟନା ସବୁ ଅନେକ ଲୋକଙ୍କ ସହିତ ସଂପୃକ୍ତ ଥାଏ  । ଏହି ଅନୁଷ୍ଠାନ ମଜଦୁର କିଷାନ ଶକ୍ତି ସଂଗଠନ ଏବଂ People’s union for civil littertils (PUCL) National Alliance of People’s movement (NAPM) ଏବଂ National Alliance of Women’s organizations (NAWOS), Medico Friends Circle (MFC) ଆହୁରି ମଧ୍ୟ ଅନେକଙ୍କୁ ନିଜ ସହିତ ସଂଯୁକ୍ତ କରିଛି  । ଏହି ଅନୁଷ୍ଠାନ ଗୁଡିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ (issue) କୁ ପରିବର୍ତ୍ତନ କରିବାପାଇଁ ସରକାରଙ୍କ ଉପରେ ଚାପ ପକାଇଥାନ୍ତି  । ସେସବୁ ହେଲା ଦୁର୍ନୀତି, ମାନବ ଅଧିକାର, ବିଭିନ୍ନ ଲୋକଙ୍କର ଜୀବନ ଧାରଣ ପରିବେଶ ସମସ୍ୟା – ମହିଳା ସଶକ୍ତିକରଣ, ଶିକ୍ଷାଗତ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଘଟଣା  ।

ଭଦ୍ର ସମାଜ ଅନୁଷ୍ଠାନ (ସିଭିଲ୍ ସୋସାଇଟ) ରାଜ୍ୟ ଏବଂ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଏହା ଇଣ୍ଟରଫେସ୍ ତୁଲ୍ୟ ଅଟେ  ।

ଭଦ୍ରସମାଜ ଅନୁଷ୍ଠାନ କ୍ରିୟାଶୀଳ ସଂଯୋଗକାରୀ, ପୁରୁଷ ଏବଂ ମହିଳା ଦଳଙ୍କ ସଂପୃକ୍ତିକୁ ସମ୍ବଳିତ ବିଷୟ ଯଥା ବାତାବରଣ ସୁରକ୍ଷା, ଦରବୃଦ୍ଧି, ଦୁର୍ନୀତି ନିବାରଣ ବିଷୟ ପ୍ରତି ସ୍ଵର ଉତ୍ତୋଳନ କରିଥାନ୍ତି ତାଙ୍କୁ ବୁଝାଏ  । ଏକବିଂଶ ଶତାବ୍ଦୀ, ଭଦ୍ରସମାଜ ଅନୁଷ୍ଠାନ ମାନଙ୍କ ଦ୍ଵାରା କରାଯାଇଥିବା ବହୁ ସଂଖ୍ୟକ ପ୍ରତିବାଦ, ବିକ୍ଷୋଭ, ଆନ୍ଦୋଳନକୁ ଦେଖି ଆସିଅଛି  । ଭଦ୍ରସମାଜ ଲୋକମାନଙ୍କୁ ସବୁଠାରେ ପହଞ୍ଚାଇବାକୁ ସାହାଯ୍ୟ କରୁଛନ୍ତି  । ସେମାନେ ଲୋକମାନଙ୍କ ପାଇଁ ଗୋଟିଏ channelର ବ୍ୟବସ୍ଥା କରିଛନ୍ତି  । ଯାହାଦ୍ଵାରା କି ସେମାନେ ଅଭିଯୋଗକୁ ଉପସ୍ଥାପନ କରିପାରୁଛନ୍ତି  । ଆହୁରି ମଧ୍ୟ ପରିବର୍ତ୍ତନ ପାଇଁ ଗଠନମୂଳକ କାର୍ଯ୍ୟ କରିପାରିଛନ୍ତି  । ସରକାର ପ୍ରତିଶୃତି ପାଳନରେ ବ୍ୟତିକ୍ରମକୁ ଭଦ୍ରସମାଜ ଅନୁଷ୍ଠାନ, ସୁଚାଇ ଦେଉଛନ୍ତି  । ଭଦ୍ର ସମାଜ ଅନୁଷ୍ଠାନ ଆଦର୍ଶ ଆଡକୁ ହୁଏ ଏବଂ ଯୁବକମାନଙ୍କୁ ଆକୃଷ୍ଟ କରେ  । ଏପରିକି ସୁନାଗରିକ ମାନେ Civil Society ଦଳ ଗଠନ କରନ୍ତି  । ସେମାନଙ୍କ ମଧ୍ୟରୁ ଅନେକ ବୃହତ୍ତର ସାମାଜିକ ମଙ୍ଗଳ ପାଇଁ ସଂଗ୍ରାମ କରନ୍ତି  । ଏହିପରିକି ଏମାନେ ମଙ୍ଗଳଦାୟକ କାମପାଇଁ ନିଜର ସୁଖ ସୁବିଧା, ସମୟ ଏବଂ ଶକ୍ତିକୁ ଉତ୍ସର୍ଗ କରନ୍ତି  । ବର୍ତ୍ତମାନ ସମୟର ଚାପଗୋଷ୍ଠୀର କେତେକ ପ୍ରସିଦ୍ଧ ନେତା ହେଲେ ଅରୁଣା ରାଏ (ମଜଦୁର କିଶାନ ଶକ୍ତି ସଂଗଠନ), ଇ ଲାଭାର୍ଜି ଅନ୍ନାହଜାରେ (ଦୁର୍ନୀତି ବିରୁଦ୍ଧରେ ଭାରତ) ଏବଂ ମେଧାପାଟକର (ନର୍ମଦା ବଚାଓ ଆନ୍ଦୋଳନ)  । ଏହି ସମସ୍ତ ଭଦ୍ର ସମାଜ ଅନୁଷ୍ଠାନ ବହୁତ ଗୁଡିଏ ଲୋକଙ୍କୁ ସଂପୃକ୍ତ କରିଛନ୍ତି  । ଯେଉଁମାନେ କି stater policies ରେ ପରିବର୍ତ୍ତନ ଆଣିବାକୁ ସଂଗ୍ରାମ କରୁଛନ୍ତି  । ଅନେକ ଚାପଗୋଷ୍ଠୀ ନିମ୍ନଲିଖିତ ଅହିଂସା ନୀତି ଉପରେ ବିଶ୍ଵାସ କରନ୍ତି  ।

ଚାପର କୌଶଳ

ସରକାରଙ୍କୁ ପ୍ରଭାବିତ କରିବା ପାଇଁ ଚାପଗୋଷ୍ଠୀ ବିଭିନ୍ନ କୌଶଳ ପ୍ରୟୋଗ କରନ୍ତି  । ଏହି କୌଶଳ ଗୁଡିକ ସମ୍ବିଧାନିକ ଏବଂ ଶାନ୍ତିପୂର୍ଣ୍ଣ ଅଟେ  । ଭାରତରେ ସାଧାରଣ ଭାବରେ ହେଉଥିବା ଚାପକୌଶଳ ହେଉଛି ସତ୍ୟାଗ୍ରହ ଏବଂ ଅହିଂସା ଉପାୟରେ ପ୍ରତିବାଦ  । ତୁମେ ଜାଣିଛ ଯେ ଗାନ୍ଧୀଜୀ ସତ୍ୟାଗ୍ରହ ଶବ୍ଦକୁ ଉପସ୍ଥାପନ କରିଥିଲେ ଏବଂ ଏଥିପାଇଁ ସାରା ଜଗତରେ ଜଣାଶୁଣା ହୋଇଥିଲେ  ।

ଯଦିଓ ସେ ଏହି ଧାରା ଗୁଡିକ ବୈଦେଶିକ ଶାସନ ବିରୁଦ୍ଧରେ ପ୍ରୟୋଗ କରିଥିଲେ ତଥାପି ଏହି ଧାରା ବର୍ତ୍ତମାନ ପାଇଁ ସଙ୍ଗତ ଅଟେ  । ଏହି ଧାରାଗୁଡିକ ବର୍ତ୍ତମାନ ଦକ୍ଷତାର ସହ ବ୍ୟବହାର କରାଯାଉଅଛି  । ଉଦାହରଣ ସ୍ୱରୂପ Self employed Woman Association ମହିଳା ଶ୍ରମିକ ମାନଙ୍କର ଦାବିର ଉନ୍ନତି ପାଇଁ ସରକାରଙ୍କୁ ପ୍ରଭାବିତ କରି ତାଙ୍କ ନୀତିରେଉନ୍ନତି ଆଣିଛନ୍ତି  ।

ଆଧାର : ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

3.28571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top