ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗୋଦାବରୀଶ ମହାପାତ୍ର
ସେଆର କରନ୍ତୁ

ଗୋଦାବରୀଶ ମହାପାତ୍ର

ଗୋଦାବରୀଶ ମହାପାତ୍ର (୧୮୯୮-୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଗୋଦାବରୀଶ ମହାପାତ୍ର (୧୮୯୮-୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନା ଦ୍ଵାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।

ଜୀବନ କାଳ

'ଗୋଦାବରୀଶ ମହାପାତ୍ର' ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟସ୍ଥ କୁମାରଙ୍ଗ ଶାସନରେ ୧୦ ଜାନୁଆରୀ ୧୮୯୮ରେ ଜନ୍ମ ନେଇଥିଲେ । ତାଙ୍କ ପିଲାବେଳ ସତ୍ୟବାଦୀ ବନବିଦ୍ୟାଳୟରେ କଟିଥିଲା, ଯାହା ତାଙ୍କୁ ପରେ ଦେଶସେବା ପାଇଁ ଉତ୍ସାହିତ କରିଥିଲା । ୧୯୨୮ରେ ସେ ଶଶି ଭୂଷଣ ରଥଙ୍କ ଦ୍ଵାରା ବ୍ରହ୍ମପୁରରୁ ପ୍ରକାଶିତ 'ଆଶା'ର ସମ୍ପାଦନା ଦାୟିତ୍ଵ ଗ୍ରହଣ କରିଥିଲେ । ସ୍ଵାଧୀନଚେତନା ଓ ବ୍ୟଙ୍ଗ ସାହିତ୍ୟରେ ସେ ଥିଲେ ଜଣେ ମହମନା ଗାଳ୍ପିକ । ତାଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକା ସାରା ଓଡ଼ିଶାରେ ସାମାଜିକ ଓ ରାଜନୈତିକ ଦୋଷ ଦୁର୍ବଳତାକୁ ଖୋଲା ଖୋଲି ପ୍ରକାଶ କରିଥଲା ଯାହା ତାଙ୍କୁ ଜଣେ ସୁପରିଚିତ କଥାକାରର ମାନ୍ୟତା ଦେଇଥିଲା । ସେ ଦୀର୍ଘ ପଚାଶ ବର୍ଷ ଧରି ସାହିତ୍ୟ ସାଧନ ସହିତ ଜଡ଼ିତ ଥିଲେ । ଗୋଦାବରୀଶ ଜାତୀୟତାବୋଧ, ସମାଜ ସଚେତନତା, ପଲ୍ଲୀ ଜୀବନ ପ୍ରତି ଆକର୍ଷଣ ଓ ମଣିଷ ପ୍ରତି ସମବେଦନା, ପ୍ରଭୃତି ହାସ୍ୟରସ ଦେଇ ପ୍ରକାଶ କରିଛନ୍ତି ।

ରଚନାବଳୀ

ଉପନ୍ୟାସ

  • ରକ୍ତପାତ
  • ବିଦ୍ରୋହ
  • ବନ୍ଦୀର ମାୟା
  • ବୀର ଯୁବକ
  • ରାଜଦ୍ରୋହୀ
  • ଗ୍ରାମ ପଥେ
  • ଅସୁନ୍ଦର ପ୍ରେମ

ଗପ

  • ହେ ମୋର କଲମ
  • ହାଣ୍ଡିଶାଳରେ ବିପ୍ଲବ
  • ଏବେ ମଧ୍ୟ ବଞ୍ଚିଛି
  • ମୁଁ ଦିନେ ମନ୍ତ୍ରୀ ଥିଲି
  • ମାଗୁଣିର ଶଗଡ଼
  • ପଟ୍ଟନାୟକେ ପଇସାଟିଏ
  • ନୀଳମାଷ୍ଟ୍ରାଣି

କବିତା

  • ବଙ୍କା ଓ ସିଧା
  • କଣ୍ଟା ଓ ଫୁଲ

ସମ୍ପାଦନା

  • ଆଶା
  • ନିଆଁଖୁଣ୍ଟା (ଲେଖକ, ସମ୍ପାଦକ, ପ୍ରକାଶକ)
  • ସହ-ସମ୍ପାଦନା

    • ଉତ୍କଳ ହିତୈଷିଣୀ
    • ସମାଜ
    • ଲୋକମୁଖ
    • ପୁରୀବାସୀ

    ସମ୍ମାନ ଓ ପୁରସ୍କାର

    • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୬: 'ବଙ୍କା ଓ ସିଧା' ପାଇଁ

    ଆଧାର - ଗୋଦାବରୀଶ ମହାପାତ୍ର

    4.0
    ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

    ( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

    Enter the word
    ନେବିଗତିଓଂ
    Back to top