ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗୋଦାବରୀଶ ମିଶ୍ର
ସେଆର କରନ୍ତୁ

ଗୋଦାବରୀଶ ମିଶ୍ର

ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ପୁରୀରେ ଜନ୍ମିତ ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ ।

ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଶ୍ରୀନିବାସପୁର ଶାସନ, ବାଣପୁର, ପୁରୀରେ ଜନ୍ମିତ ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ଵାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ ।

ଜୀବନୀ

ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଗୋଦାବରୀଶ ସେବାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ସେ ଥିଲେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ । ରାଜନୀତିକୁ ପସନ୍ଦ କରୁନଥିବା ଗୋଦାବରୀଶ, ରାଜ୍ୟ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମନ୍ତ୍ରୀପଦ ଗ୍ରହଣ କରିଥିଲେ ।

ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିବାରୁ ତାଙ୍କୁ କଂଗ୍ରେସ ଦଳରୁ ବହିସ୍କାର କରାଯାଇଥିଲା । ପରେ, ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ସେ ତାକୁ ପ୍ରତ୍ୟାଖାନ କରିଥିଲେ । ତାଙ୍କରି ଉଦ୍ୟମରେ ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାଲାଭ କରିଥିଲେ ମଧ୍ୟ, ସେ କୁଳପତି ହେବାର ସ୍ଵଭାଗ୍ୟରୁ ବଞ୍ଚିତ ହୋଇଥିଲେ ।

ରଚନାବଳୀ

ଓଡ଼ିଆ ସାହିତ୍ୟରେ ସେ ପ୍ରଥମ ଗାଥା କବିତାର ଜନକ । ସେ 'ଘଟାନ୍ତର', 'ଅଭାଗିନୀ', 'ଅଠର ଶହ ସତର'ଓ 'ନିବାସିତ' ଉପନ୍ୟାସର ସ୍ରଷ୍ଟା । ତାଙ୍କର ଅଭାଗିନୀ ଉପନ୍ୟାସ ୧୯୧୨ ମସିହାରେ ପ୍ରଥମେ ପ୍ରକାଶିତ । ଅନ୍ୟ ଉପନ୍ୟାସଗୁଡିକ ୧୯୪୦ ମସିହାରୁ ୧୯୫୧ ମଧ୍ୟରେ ଆତ୍ମପ୍ରକାଶିତ ।

ଆତ୍ମଜୀବନୀ ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନର ସୂଚୀପତ୍ରରେ ସେ ୮୫ଟି ବିଭାଗ ରଖିଥିଲେ, କିନ୍ତୁ ତାଙ୍କ ମୃତ୍ୟୁବେଳକୁ କେବଳ ୩୪ଟି ବିଭାଗ ଲେଖିସାରିଥିଲେ । ଏହି ପୁସ୍ତକ ପାଇଁ ତାଙ୍କୁ ୧୯୫୮ମସିହାରେ ମରଣୋତ୍ତର ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଗାଥା କବିତା ସଙ୍କଳନ

  • ଆଲେଖିକା

ଗାଥା କବିତା

  • କାଳିଜାଈ
  • ଅଭିରାମ ସିଂହ
  • ଧରଣୀଧର

ଗୀତି କବିତା

  • କାଶୀଯାତ୍ରୀ
  • ନିଦାଘ ସରସୀ
  • ସଞ୍ଜୋଇ ତୀରେ
  • ସକାଳ

ଉପନ୍ୟାସ

  • ଘଟାନ୍ତର
  • ଅଭାଗିନୀ - ୧୯୧୨ ("ହିଉଗୋ"ଙ୍କ ଲେସ ମିଜରେବ୍ଲସ (Les Miserables)ର ଓଡ଼ିଆରେ ରୂପାନ୍ତର)

ନାଟକ

  • ପୁରୁଷୋତ୍ତମ ଦେବ
  • ମୁକୁନ୍ଦଦେବ

ଆତ୍ମଜୀବନି

  • ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୫୮ (ମରଣୋତ୍ତର 'ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ' ପାଇଁ)

ଆଧାର – ସାହିତ୍ୟ ବିଭାଗ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top