ସେଆର କରନ୍ତୁ

ଗୋପାଳ ଛୋଟରାୟ

ଓଡ଼ିଆ ସାହିତ୍ୟକ ଗୋପାଳ ଛୋଟରାୟ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଗୋପାଳ ଛୋଟରାୟ (୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ ଓଡ଼ିଆ ନାଟ୍ୟକା ।

ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ ।

ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକ ସବୁ ଜୀବନ୍ତ ।

ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।

ସାହିତ୍ୟ ସର୍ଜନା

ନାଟକ

  • ଶ୍ରୀଗଣେଷ
  • ମହିଷମର୍ଦ୍ଦିନୀ
  • ଜନ୍ମାଷ୍ଟମୀ
  • ଶ୍ରୀଜଗନ୍ନାଥ
  • କପଟପାଶା
  • ଘରବରା ଦେଖା
  • ନ ପାହୁ ରାତି ନ ମରୁ ପତି
  • ଶ୍ରୀମତୀ ସମାର୍ଜନୀ
  • ଶ୍ରୀହରିଙ୍କ ସଂସାର
  • ପୂରାପୂରୀ ପାରିବାରିକ
  • ବିଭ୍ରାଟ
  • ଡାକ୍ତର ବାବୁ

କ୍ଷୁଦ୍ର ଗଳ୍ପ

  • ସହଧର୍ମିଣୀ (୧୯୪୧)
  • ପଞ୍ଚନାଟିକା (୧୯୯୩)
  • ନ ପାହୁ ରାତି (୧୯୭୧)
  • କପଟପଶା (୧୯୮୯)
  • ହାସ୍ୟରସର ନାଟକ (୧୯୮୧)
  • ବାବୁ ଚନ୍ଦ୍ରମଣି (୧୯୯୨)
  • ସେଇ ଫୁଲ
  • ଚନ୍ଦ୍ରମୁଖୀ(୧୯୯୩)

ଓଡ଼ିଆ କଥାଚିତ୍ରରେ ସଂଳାପ/କାହାଣୀ

  • ଶ୍ରୀ ଜଗନ୍ନାଥ
  • ଅମଡ଼ା ବାଟ
  • ଅଭିନେତ୍ରୀ
  • ମାଟିର ମଣିଷ
  • ଅଦିନ ମେଘ

ଆତ୍ମଚରିତ

  • ପଥିକ

ଅନ୍ୟାନ୍ୟ

  • ଫେରିଆ
  • ଭରସା(୧୯୫୩)
  • ପରକଲମ(୧୯୫୪)
  • ଶଙ୍ଖା ସିନ୍ଦୁର(୧୯୫୫)
  • ଅର୍ଦ୍ଧାଙ୍ଗିନୀ(୧୯୫୬)
  • ନଷ୍ଟ ଉର୍ବଶୀ('ନଷ୍ଟ ଉର୍ବଶୀ'ର କଥାବସ୍ତୁ ଯେତିକି ଗ୍ରାମ ଆଉ ସହର ସହିତ ସଂପୃକ୍ତ ସେତିକି ପ୍ରେମ ଆଉ ପ୍ରବଂଛନା, ଦୈହିକ ଲୁଣ୍ଠନ ଆଉ ମାନସିକ ଆନୁଗତ୍ୟ ସହିତ । ଜଣେ ସରଳ ଗ୍ରାମ୍ୟ ବାଳିକାର ଏକ ଜଟିଳ ଭବିତବ୍ୟ ଭିତରେ ବଡ ହୋଇ ଉଠିବାର ଏକ ବହୁକୋଣୀୟ ଅଭିଜ୍ଞତାହିଁ କାହାଣୀର ଉପଜୀବ୍ୟ । ନାଟ୍ୟକାର ନାଟକକୁ ତିନୋଟି ଅଙ୍କରେ ବିଭକ୍ତ କରିଛନ୍ତି । ପ୍ରଥମ ଅଙ୍କ ୫ଟି ଦୃଶ୍ୟ, ୨ୟ ଅଙ୍କ ୭ଟି ଦୃଶ୍ୟ, ୩ୟ ଅଙ୍କ ୧୧ଟି ଦୃଶ୍ୟ ସମ୍ବଳିତ ।)

ପଦ ଓ ସମ୍ମାନ

ପଦ୍ୟ

  • ଆକାଶବାଣୀ, କଟକରେ ଅନେକ ବହୁକାଳ ଧରି ଅନେକ ନାଟକ ରଚନା କରିଯାଇ ଅଛନ୍ତି
  • ଅନେକ ମଞ୍ଚ, ବେତାର, ଅପେରା, ଚିତ୍ରନାଟ୍ୟ ପାଇଁ କାହାଣୀ ରଚନା ଯାହା ଭିତରୁ ୮ଟି ହିନ୍ଦୀ, ଇଂରାଜୀ ଓ ତେଲୁଗୁର ଅନୁବାଦ କରାଯାଇଅଛି ।

ପୁରସ୍କାର ଓ ସମ୍ମାନ

  • ପଦ୍ମଶ୍ରୀ, ୨୦୦୨
  • ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର(୧୯୭୬)
  • ସାରଳା ପୁରସ୍କାର(୨୦୦୦)
  • ବିଷୁବ ପୁରସ୍କାର (୧୯୯୨)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୨

ଆଧାର -"ଓଡ଼ିଆ ସାହିତ୍ୟକ ଗୋପାଳ ଛୋଟରାୟ"

2.92857142857
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top