ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗୋପାଳୁଣୀ ଗୋଡ ତଳେ ପଡିଲେ ଛତ୍ରପତି
ସେଆର କରନ୍ତୁ

ଗୋପାଳୁଣୀ ଗୋଡ ତଳେ ପଡିଲେ ଛତ୍ରପତି

ଛତ୍ରପତି ଶିବାଜୀ ଗାଥା

ଉପକ୍ରମ

ଛତ୍ରପତି ଶିବାଜୀ । ମହିଳା ଓ ମାଆମାନଙ୍କୁ ଉଚ୍ଚ ସମ୍ମାନ ଦେଇଥିବା ଶାସକ ଭାବେ ତାଙ୍କର ଥିଲା ସ୍ଵତନ୍ତ୍ର ପରିଚୟ। ମହାରାଷ୍ଟ୍ରର ରାୟଗଡ଼ରେ, ଦୁର୍ଗମ ପାହାଡ଼ରେ ନିର୍ମାଣ କରିଥିଲେ ନିଜର ଦୁର୍ଭେବ୍ୟ ଦୁର୍ଗ । ସୁଉଚ୍ଚ ପାଚେରୀ ।

ଗୋପାଳୁଣୀ ହୀରାକାନୀ

ହୀରାକାନୀ ନାମ୍ନୀ ଜଣେ ଗୋପାଳୁଣୀ ପ୍ରତିଦିନ ରାଜ ଉଆସକୁ କ୍ଷୀର ଯୋଗାଉଥିଲେ । ଦିନେ ଦୁର୍ଗ ଭିତରେ ଜଣେ ସୈନିକଙ୍କ ସ୍ତ୍ରୀଙ୍କ ପ୍ରସବ ବେଦନା ହେବାରୁ ହୀରାକାନୀ ତାଙ୍କ ଚିକିତ୍ସାରେ ଲାଗିପଡ଼ିଲେ । ସେଠି କାମ ସରିବାବେଳକୁ ରାତି ହୋଇଗଲା। ହୀରାକାନୀ ଘରେ ଥିବା ନିଜ କଅଁଳା ପିଲା ପାଇଁ ବ୍ୟସ୍ତ ହେଲେ । ସେ ତୋରଣ ନିକଟକୁ ଯାଇ ଦ୍ଵାରପାଳ ମାଲବାକୁ ଦ୍ଵାର ଖୋଲିବାକୁ କହିଲେ । ମାଲବା କହିଲେ, ରାତିରେ ତୋରଣ ଖୋଲିବାକୁ ଛତ୍ରପତିଙ୍କର ଆଦେଶ ନାହିଁ । ତୁମେ ବରଂ କେହି ସୈନିକଙ୍କ ଘରେ ରାତି କଟାଇଦିଅ । ହୀରାକାନୀ ଜଣେ ସୈନିକଙ୍କ ଘରେ ରହିଲେ । ହୃଦୟ କିନ୍ତୁ ବ୍ୟାକୁଳ ନିଜ କଅଁଳା ଶିଶୁ ପାଇଁ । ମାଆ କ୍ଷୀର ନ ପାଇ ସେ ଭୋକରେ ଆଉଟୁପାଉଟୁ ହେଉଥିବ । ସକାଳେ ସଂପୃକ୍ତ ସୈନିକ ଦେଖିଲେ ହୀରାକାନୀ ନାହାନ୍ତି । ଯେଉଁଠି ଖୋଜିଲେ ବି ପତ୍ତା ମିଳିଲାନି । ସମସ୍ତେ ଚିନ୍ତିତ, ମହିଳା ଜଣକ କୁଆଡ଼େ ଗଲା । ଛତ୍ରପତି ଜାଣିଲେ ଦଣ୍ଡ ନିଶ୍ଚିତ । କିଛି ସମୟ ପରେ ହୀରାକାନୀ ଦରବାରରେ ପହଞ୍ଚି ଛତ୍ରପତି ଶିବାଜୀଙ୍କୁ କହିଲେ ମୁଁ, ଅପରାଧ କରିଛି । ଘରକୁ ଯିବା ବେଳକୁ ରାତି ହୋଇଗଲା । ଦ୍ଵାରପାଳ ତୋରଣ ଖୋଲିଲେନି । କଅଁଳା ପିଲାଟି ମୋ ଠାରୁ କ୍ଷୀର ନ ପାଇ କେଡ଼େ ବିକଳ ହେଉଥିବ । ଏହି ଚିନ୍ତାରେ ମୁଁ ଅସ୍ଥିର ହୋଇପଡିଲେ । ରାତିର ଘନ ଅନ୍ଧାରରେ ଦୁର୍ଗର ମୁକୁଳା ପାର୍ଶ୍ଵ, ସୁଉଚ୍ଚ, ତୀଖ ତଥା ଦୁର୍ଗମ ପାହାଡ ତଳକୁ ଖସି, ହିଂସ୍ର ଜନ୍ତୁପୂର୍ଣ୍ଣ ଏବଂ କଣ୍ଟାବୁଦାଭରା ବଣଜଙ୍ଗଲ ପାରିହୋଇ ଘରେ ପହଞ୍ଚି ପିଲାକୁ କ୍ଷୀର ଦେଲି । ମୁଁ ଜାଣିପାରିଲିନି ଏତେ ଉଚ୍ଚ ପାହାଡ଼ ତଳକୁ କେମିତି ଖସିଲି । ଆପଣ ଯାହା ଦଣ୍ଡ ଦେବେ ଦିଅନ୍ତୁ, ମୁଁ ଗ୍ରହଣ କରିବି । ଶିବାଜୀ ଆଶ୍ଚର୍ଯ୍ୟ ହୋଇ ଶୁଣୁଥିଲେ ହୀରାକାନୀଙ୍କ କଥା। ଘନ ଅନ୍ଧାର ରାତି । ଦୁର୍ଗକୁ ଜଗିଛନ୍ତି ମହା ବଳଶାଳୀ ସୈନ୍ୟ । ନିଜ ପିଲାକୁ କ୍ଷୀର ଦେବା ନିମନ୍ତେ ଜଣେ ମହିଳା ପାରି ହୋଇଗଲା ତୀଖ ପାହାଡ଼ ଓ ହିଂସ୍ରଜନ୍ତୁପୂର୍ଣ୍ଣ ବଣ ଜଙ୍ଗଲ । ଧନ୍ୟ ତାର ମାତୃ ହୃଦୟର ମମତା।

ଶେସ କଥା

ଶିବାଜୀ ହାରାକାନୀଙ୍କ ଗୋଡ଼ ତଳେ ପଡି ସାଷ୍ଟାଙ୍ଗ ପ୍ରଣିପାତ କଲେ । ସେ ହୀରାକାନୀଙ୍କୁ ହାତ ଯୋଡି କହିଲେ, ଅପରାଧ ତମେ କରି ନାହିଁ । ବରଂ ଅପରାଧ ମୁଁ କରିଛି । କାରଣ ଜଣେ ମାଆ ତା’ ପିଲାକୁ କ୍ଷୀର ଦେବା ପାଇଁ ଘରକୁ ଯିବାରେ ମୁଁ ବାଧା ସୃଷ୍ଟି କଲି । ମୋ ଦ୍ଵାରପାଳ ତୋରଣ ଖୋଲିଲାନି। ଏଥି ପାଇଁ ତମେ ମୋତେ ଦଣ୍ଡ ଦିଅ । ଦରବାରର ସମସ୍ତେ ଅନାଇରହିଥିଲେ ଛତ୍ରପତିଙ୍କୁ । ଶିବାଜୀ ହୀରାକାନୀଙ୍କ ସ୍ମୃତିରେ ନିଜ ଦୁର୍ଗର ତୋରଣର ନାମ ରଖିଲେ ହୀରାକାନୀ ବୁରୁଜ ।

ଆଧାର – ଦୈନିକ ସମାଜ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top