ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗଳ୍ପର ବ୍ୟବହାର : ପରିବେଶ
ସେଆର କରନ୍ତୁ

ଗଳ୍ପର ବ୍ୟବହାର : ପରିବେଶ

ହଜାର ହଜାର ବର୍ଷ ଧରି ଭାରତୀୟ ସଂସ୍କୃତି ସହିତ ଗଳ୍ପ କଥନ ସମନ୍ୱିତ ହୋଇ ରହିଆସିଛି ଏବଂ ଅନେକ ଗଳ୍ପ ଗୋଟିଏ ବଂଶଧରରୁ ଅନ୍ୟ ବଂଶଧରକୁ ଗଡ଼ିଚାଲିଛି ।

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସମ୍ବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା  ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସମ୍ବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ ।ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ ।ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (http://www.tessindia.edu.in/)ଉପଲବ୍ଧ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି ।ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି ।ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ" ଶିକ୍ଷା ତତ୍ତ୍ଵ ଆଧାରିତ ।ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି ।ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ ।ଟେସ୍ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ http://www.tessindia.edu.in/)ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରିପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳ । ଲେଖ

ଏକକରେ କ'ଣ ଅଛି

ହଜାର ହଜାର ବର୍ଷ ଧରି ଭାରତୀୟ ସଂସ୍କୃତି ସହିତ ଗଛ କଥନ ସମନ୍ୱିତ ହୋଇ ରହିଆସିଛି ଏବଂ ଅନେକ ଗଛ ଗୋଟିଏ ବଂଶଧରରୁ ଅନ୍ୟ ବଂଶଧରକୁ ଗଡ଼ିଚାଲିଛି । ଏହି ପାରମ୍ପରିକ ଗଛ କିମ୍ବା କବିତା ଗୁଡ଼ିକ ଭାରତୀୟ ସମକାଳୀନ ଲେଖକମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା । ଏହି ଲେଖାଗୁଡ଼ିକୁ ବର୍ତ୍ତମାନ ପ୍ରାଥମିକ ସ୍ତରର ବିଜ୍ଞାନ ଶିକ୍ଷାଦାନରେ ସମୃଦ୍ଧିଶାଳୀ ପାଠୋପକରଣ ଭାବେ ବ୍ୟବହାର କରାଯାଇପାରେ ।

ଗଛ ଶୁଣିବା ଏବଂ ଗଛ ପଢ଼ିବା ଦ୍ଵାରା ଶିକ୍ଷାର୍ଥୀମାନେ ଅନେକ ପ୍ରତ୍ୟୟକୁ ଆଗ୍ରହର ସହ ଅନୁସନ୍ଧାନ କରିବାରେ ସକ୍ଷମ ହେବେ । ଗଛ ଏବଂ କବିତାଗୁଡ଼ିକୁ ନୂତନ ପ୍ରସଙ୍ଗ କିମ୍ବା ଧାରଣାକୁ ଆରମ୍ଭ କରିବା ସମୟରେ ଅନୂର୍ତ୍ତ ଧାରଣାକୁ ବୁଝାଇବା ସମୟରେ କିମ୍ବା ବିଜ୍ଞାନଭିଭିକ ସମସ୍ୟାକୁ ଉପସ୍ଥାପନ କରିବାରେ ବ୍ୟବହାର କରାଯାଇପାରେ । ଫଳରେ ସେଗୁଡ଼ିକ ଅର୍ଥପୂର୍ଣ୍ଣ ବିଜ୍ଞାନସମ୍ମତ ଅନୁସନ୍ଧାନ କରିବାରେ ଏକ ସଫଳ ଭିଭିଭୂମି ପ୍ରଦାନ କରିଥାଆନ୍ତି ।

ଏହି ଏକକରେ ପାରମ୍ପରିକ, ସମସାମୟିକ ଗଛ  ଏବଂ କବିତା ମଧ୍ୟମରେ ପ୍ରାଥମିକ ପରିବେଶ ଶିକ୍ଷାର ପଥ ସୁଗମ ପାଇଁ ବ୍ୟବହାର କରାଯାଇଛି ।

ଏକକରୁ କ'ଣ ଶିଖିବେ

ଗଛଗୁଡ଼ିକୁ ବ୍ୟବହାର କରି ପ୍ରସଙ୍ଗରେ ଉପନୀତ ହେବା ଏବଂ ଆଗ୍ରହ ଉଦ୍ଦିପକ ଶ୍ରେଣୀ ପରିବେଶ ସୃଷ୍ଟି କରିବା ।

ସଫଳତା ହାସଲ ପାଇଁ ଶିକ୍ଷାର୍ଥୀର ଶିକ୍ଷଣରେ ନିମଜ୍ଜିତ ରହିବାର ଗୁରୁତ୍ଵକୁ ବୁଝିପାରିବା ।

• ଶିକ୍ଷାର୍ଥୀମାନଙ୍କୁ ପରିବେଶ ପ୍ରତି ଯତ୍ନବାନ ହେବା ପାଇଁ ଉତ୍ସାହିତ କରିବା ।

ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ଯେହେତୁ ବିଜ୍ଞାନ ଆମର ଦୈନନ୍ଦିନ ଜୀବନ ସହିତ ସମ୍ପର୍କିତ ତେଣୁ ଏହା ଶିଖିବା ଅଧିକ ଉତ୍ସାହଜନକ ଏବଂ ଆଗ୍ରହ ଉବ୍ଦୀପକ ଅଟେ | ସ୍ଥାନୀୟ ସମ୍ବଳ ଯେପରି- ଲୋକ, ସ୍ଥାନ କିମ୍ବା ଜିନିଷ – ଗଛ, ପଶୁ ଏବଂ ଖଣିଜଦ୍ରବ୍ୟ ଆଦିକୁ ବ୍ୟବହାର କରି ପ୍ରତ୍ୟେକ ପାଠକୁ ଅଧିକ ବାସ୍ତବ ଏବଂ ଉତ୍ସାହଜନକ କରାଯାଇ ପାରିବ । ଆପଣ ଏକ ନୂତନ ପ୍ରସଙ୍ଗକୁ କିପରି ଉପସ୍ଥାପନ କରୁଛନ୍ତି କିମ୍ବା ଆରମ୍ଭ କରୁଛନ୍ତି ଏବଂ ସେଥିରେ ଶିକ୍ଷାର୍ଥୀମାନେ ଅଂଶଗ୍ରହଣ କରୁଛନ୍ତି କିମ୍ବା ନାହିଁ ଏବଂ ଶ୍ରେଣୀରେ ପରସ୍ପର ମଧ୍ୟରେ ଆଲୋଚନା କରାଇବା ଆପଣଙ୍କ ପାଇଁ କେତେ ସହଜ ହେଉଛି ତାହା ଜାଣିବା ଆବଶ୍ୟକ ।

ପରିବେଶ ସମ୍ବନ୍ଧୀୟ ପାଠର ପ୍ରାରମ୍ଭିକ ଉପସ୍ଥାପନ ସମୟରେ ଗଛ ଏବଂ କବିତାର ସୃଜନାତ୍ମକ ବ୍ୟବହାର ଶିକ୍ଷାର୍ଥୀର ଶିକ୍ଷଣ ଅନୁଭୂତିକୁ ବୃଦ୍ଧି କରିଥାଏ - ଏହି ପ୍ରସଙ୍ଗରେ ଏଠାରେ ଆଲୋଚନା କରାଯାଇଛି । ଶିକ୍ଷଣରେ ନୂତନତ୍ଵ ଆଣିବା ଫଳରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ କୌତୁହଳ, ସ୍ଵଶିକ୍ଷଣ ପାଇଁ ଉତ୍ସାହ ଆସିଥାଏ । ପ୍ରତ୍ୟେକ ଶିକ୍ଷାର୍ଥୀ  ସକାରାତ୍ମକ ଅଭିଜ୍ଞତା ହାସଲ କରିଥା'ନ୍ତି । ପ୍ରତ୍ୟେକ ଶିକ୍ଷାର୍ଥୀ ଗଛ ଶୁଣିବା ପାଇଁ ପସନ୍ଦ କରନ୍ତି ଫଳରେ ଶିକ୍ଷଣରେ ଅଧିକ ଶିକ୍ଷାର୍ଥୀ ଅଂଶଗ୍ରହଣ କରିବେ ।

ଏହି ଏକକରେ ଗଛ ଏବଂ କବିତା ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି । ଏହା ଏକ ସୃଜନାତ୍ସକ ଆରମ୍ଭ କିନ୍ତୁ ଏହି ଏକକରେ ଆପଣ ଯାହା ପଢିବେ ଓ ଶିଖିବେ ଅଲଗା କ୍ଷେତ୍ରରେ ମଧ୍ୟ ସେଗୁଡ଼ିକୁ ଉପଯୋଗ କରିପାରିବେ । ଗଛ ଏବଂ କବିତା ଯାହାକି ପାରମ୍ପରିକ ଗଛ କିମ୍ବା କୌଣସି ନିର୍ଦ୍ଦିଷ୍ଟ ପାଠ୍ୟ ପାଇଁ ସ୍ଵତନ୍ତ୍ର ଭାବରେ ଲେଖାଯାଇଥିବା ଅଂଶ ହେଉ, Cavendish et al. (2006) ବିଜ୍ଞାନକୁ ପରିଚିତ କରିବା ପାଇଁ ଆପଣଙ୍କୁ ଏକ ବାସ୍ତବ ପ୍ରସଙ୍ଗ ଯୋଗାଇଦେବା ଦ୍ଵାରା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଏକ ଉତ୍ତମ ଧାରଣା ସୃଷ୍ଟି କରେ ।

ବ୍ୟବହାର ପାଇଁ ଗଛ ଖୋଜିବା

ଯେତେବେଳେ ଆମେ ଏକ ପାଠ୍ୟଟୀକାର ଯୋଜନାକରୁ ସେତେବେଳେ ଆମେ କିପରି ସେହି ପ୍ରସଙ୍ଗରେ ଉପନୀତ ହେବୁ ତାହା ପାଇଁ ଚିନ୍ତା କରୁ । ଯଦି ପ୍ରସଙ୍ଗଟି ପରିବେଶ ପ୍ରଦୂଷଣ ସମ୍ପର୍କିତ ହୋଇଥାଏ ତେବେ ସେ ଅଞ୍ଚଳରେ ଥିବା ନଦୀଜଳର ଅବସ୍ଥା ଦେଖିବାକୁ ହେବ ଏବଂ ସେଠାରେ ଥିବା ଆବର୍ଜନା ବିଷୟରେ ଜାଣିବାକୁ ପଡ଼ିବ । କିନ୍ତୁ କୌଣସି ଏକ ଗଛ ଯାହାକି ସେହି ସ୍ଥାନରେ ଥିବା ନଦୀ, ଝରଣା କିମ୍ବା କେନାଲ ଯାହା ବିଷୟରେ ପିଲାମାନେ ଆଗରୁ ଅବଗତ ଯଦି ସେହିଭଳି ଏକ ଗଛ ମାଧ୍ୟମରେ ଜଳ ପ୍ରଦୂଷଣ ସମ୍ବନ୍ଧରେ ଶିକ୍ଷାର୍ଥୀମାନଙ୍କୁ କୁହାଯିବ ତେବେ ତାହା ସେମାନଙ୍କ ମଧ୍ୟରେ ପ୍ରାଥମିକ ଉତ୍ସାହ ଆଣିପାରିବ ।

"ନିଜ ଅଭିଜ୍ଞତାରୁ ଶିଖିବା” ଏକ ଗୁରୁତ୍ଵପୂର୍ଣ୍ଣ କଥା ଅଟେ । ମାତ୍ର ଛୋଟ ବୟସରେ ପିଲାମାନେ ନିଜ ଅନୁଭୂତି ନିଜ ପରିବେଶ ସହିତ ସମ୍ପର୍କିତ କରି ପାରି ନଥାନ୍ତି । ଏହି କାରଣରୁ ସେମାନେ ନୂତନ ତଥ୍ୟ ଜାଣିବାରେ ଅସୁବିଧାର ସମ୍ମୁଖୀନ ହୋଇଥା'ନ୍ତି । କେବଳ ଏହି କାରଣୁ ଯଦି ସ୍ଥାନୀୟ ଜିନିଷର ବ୍ୟବହାର କରାଯାଏ ଯାହା ବିଷୟରେ ସେମାନେ ଆଗରୁ ଜାଣିଥା'ନ୍ତି ତେବେ ଶିକ୍ଷାଦାନ କାର୍ଯ୍ୟରେ ସଫଳତା ମିଳିବ ।

ସମ୍ବଳ, 1, 'ଆଞ୍ଚଳିକ ସମ୍ବଳକୁ ବ୍ୟବହାର କରିବା 'ଏହା ଆପଣଙ୍କୁ ଆଞ୍ଚଳିକ ସମ୍ବଳକୁ ବ୍ୟବହାର କରିବାର ଉପାୟ ବିଷୟରେ ମତାମତ / ପରାମର୍ଶ ଦେଇଛି । ଏଥିସହିତ ବିଜ୍ଞାନର ପାଠଟିକୁ ବୁଝାଇବା ସମୟରେ ଶିକ୍ଷାର୍ଥୀମାନଙ୍କ ଆଗ୍ରହକୁ ଉଜ୍ଜୀବିତ କରିବା ପାଇଁ ଆପଣ ବିଭିନ୍ନ ଅଭିଜ୍ଞତାକୁ କିପରି ସଜାଡ଼ିବେ, ସେହି ବିଷୟରେ ମଧ୍ୟ ଅନୁସନ୍ଧାନ କରିବାର ଆବଶ୍ୟକତା ରହିବା ଉପରେ ଗୁରୁତ୍ଵ ଦିଆଯାଇଛି । ଅଧିକାଂଶ ଶିକ୍ଷାର୍ଥୀ ସେମାନଙ୍କ ଅନୁଭୂତିକୁ ବାଣ୍ଟିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେମାନେ ନିଜ ଅନୁଭୂତିକୁ କହିଲେ ସେମାନଙ୍କ ଆତ୍ମବିଶ୍ଵାସ ବୃଦ୍ଧି ପାଇବା ସହିତ, ସେମାନେ କ'ଣ ଜାଣିଛନ୍ତି ତାହା ଜାଣିପାରିବେ। ଫଳରେ ଆପଣ ସେମାନଙ୍କ ଧାରଣାକୁ ଆଗକୁ ନେବା ପାଇଁ ଯୋଜନା କରିପାରିବେ ।

ଆପଣ ପାଠରେ ବିଭିନ୍ନ ପ୍ରକାର ଆଗ୍ରହ ଉଦ୍ଦୀପକ ବସ୍ତୁ ବ୍ୟବହାର କରିବାର କୌଶଳ, ହାସଲ କରିଛନ୍ତି, ଯାହା ଆପଣଙ୍କ ନିଜ ଆଗ୍ରହ ମନୋବୃତ୍ତି, ବ୍ୟକ୍ତିତ୍ଵ ସହିତ ପ୍ରତ୍ୟକ୍ଷ ଭାବେ ସଂପର୍କିତ । ଶିକ୍ଷାର୍ଥୀମାନେ ଭଲଭାବରେ ବୁଝିବା ପାଇଁ ଆପଣ ଦାୟିତ୍ଵ ଦେଇଛନ୍ତି, ଏଥିରୁ ଏହା ସ୍ପଷ୍ଟ ଜଣାପଡୁଛି । ଶିକ୍ଷାର୍ଥୀମାନେ ଫଳାଫଳ ହାସଲ କରିବା ପାଇଁ ଆପଣ ଶିକ୍ଷାର୍ଥୀମାନଙ୍କୁ କିଭଳି ଭାବରେ ଦେଖିଛନ୍ତି, ତାହାର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହା ଆପଣଙ୍କ ଶିକ୍ଷାଦାନକୁ ଅଧିକ ଫଳପ୍ରଦ ଏବଂ ଆଗ୍ରହବ୍ଦୀପକ କରିପାରିବ, ଯେହେତୁ ଆପଣ ପ୍ରତ୍ୟେକ ଶିକ୍ଷାର୍ଥୀର ଆଗ୍ରହ, ସାମର୍ଥ୍ୟକୁ ଦୃଷ୍ଟିରେ ରଖି ଶିକ୍ଷାଦାନ କରୁଛନ୍ତି । ନିମ୍ନ ପରିସ୍ଥିତି ଅନୁଧ୍ୟାନରେ ଜଣେ ଶିକ୍ଷକ କବିତାକୁ ନାଟକୀୟ ଓ ସୃଜନାତ୍ସକ ଢ଼ଙ୍ଗରେ ବ୍ୟବହାର କରି ଗଛ ବିଷୟରେ ପଢ଼ାଇବା ପାଇଁ ଶିକ୍ଷାର୍ଥୀମାନଙ୍କୁ କିପରି ଭାବରେ ଅଂଶଗ୍ରହଣ କରାଇଥିଲା ସେହି ବିଷୟରେ ବର୍ଣ୍ଣନା କରାଯାଇଛି ।

ପରିସ୍ଥିତି ଅନୁଧ୍ୟାନ 1: ଗଛ ବିଷୟରେ ଆଲୋଚନା

 

ଶ୍ରୀମତୀ ପଣ୍ଡା ତୃତୀୟ ଶ୍ରେଣୀର ଜଣେ ଶିକ୍ଷୟିତ୍ରୀ । ସେ ନୂତନ ଭାବରେ ଓଡ଼ିଶାର ଏକ ବିଦ୍ୟାଳୟରେ ଯୋଗ ଦେଇଛନ୍ତି | ସେ ସମସ୍ତ ଶିକ୍ଷାର୍ଥୀଙ୍କୁ ଗଛର ଏକ ଚିତ୍ର ଆଣିବାକୁ କହିଥିଲେ । ସେ ନିଜେ ମଧ୍ୟ ଡାଳ, ପତ୍ର ସଂଗ୍ରହ କରି ଗଛର ଏକ ନମୂନା ମଡେଲ୍ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ଏକ କୁଣ୍ଡରେ ରଖିଥଲେ । ସେ ସବୁଜ ରଙ୍ଗର ଏକ କୁର୍ତ୍ତା ଓ ବାଦାମୀ ରଙ୍ଗର ଏକ ପାଇଜାମା ପିନ୍ଧିଥିଲେ, ଯାହା ଗଛର ଗଣ୍ଡିକୁ ସୂଚାଉଥିଲା । ସେ ପାଠଟିକୁ କିପରି ବୁଝାଇଥଲେ ଓ ଶିକ୍ଷାର୍ଥୀମାନେ କିପରି ଉତ୍ତର ଦେଉଥିଲେ ପଢ଼ନ୍ତୁ |

ପାଠର ଆରମ୍ଭରେ ମୁଁ ମୋ ମଡ଼େଲ ଗଛକୁ ନେଇ ଶ୍ରେଣୀକକ୍ଷକୁ ପ୍ରବେଶ କଲି ଓ ମଡ଼େଲ କୁ ଟେବୁଲ ଉପରେ ରଖିଥିଲି ଓ ଟେବୁଲ୍ ପାଖରେ ଛିଡ଼ା ହେଲି । ଶିକ୍ଷାର୍ଥୀମାନେ ବହୁତ ଆଗ୍ରହୀ ଥିଲେ ଏବଂ ଏହା ଏକ ଆମ୍ବ ଗଛ ବୋଲି କହୁଥିଲେ କାରଣ ମୁଁ ଏହି ଗଛରେ ଆମ୍ବ, ପତ୍ର ଓ ଆମ୍ବ ଲଗାଇଥିଲି ।

ଯେତେବେଳେ ମୁଁ ଶ୍ରେଣୀରେ ପ୍ରବେଶ କଲି, ଶିକ୍ଷାର୍ଥୀମାନେ ମୋ ପୋଷାକ ଉପରେ ଟିପ୍ପଣୀ ଦେଇଥିଲେ- ଦିଦି, ଆପଣ ସୁନ୍ଦର ଦେଖାଯାଉଛନ୍ତି ଓ ଆପଣ ଗଛ ଭଳିଆ ରଙ୍ଗର ପୋଷାକ ପିନ୍ଧିଛନ୍ତି । ମୁଁ ଖୁସୀ ହେଲି ସେମାନେ ମୁଁ ଯାହା କରିବାକୁ ଚେଷ୍ଟା କରୁଛି, ସେମାନେ ତାକୁ ଚିହ୍ନଟ କରିପାରିଛନ୍ତି । ସେମାନେ ମଧ୍ୟ ମୋ ନମୂନା /  । ମଡ଼େଲ ଗଛକୁ ବହୁତ ପସନ୍ଦ କଲେ ଏବଂ ସେମାନଙ୍କ ଚିତ୍ର ଭଳିଆ ଏହା ଦେଖାଯାଉଛି ବୋଲି କହୁଥିଲେ । ମୁଁ ସେମାନଙ୍କୁ ଧନ୍ୟବାଦ ଦେଲି ଓ ସେମାନେ ଆଣିଥିବା ଚିତ୍ରଗୁଡ଼ିକୁ କାନ୍ଥରେ ଲଗାଇବାକୁ କହିଲି । ଏହା ପରେ ମୁଁ ସେମାନଙ୍କୁ ଚୁପଚାପ ବସିବାକୁ କହିଲି । ମୁଁ ଗଛ  ସମ୍ବନ୍ଧରେ ଏକ କବିତା ପଢ଼ିଲି (ସମ୍ବଳ 2ରେ ଥିବା  କବିତା ଓ ଚିତ୍ରକୁ ଦେଖନ୍ତୁ) ଓ ସେମାନଙ୍କୁ ଶୁଣିବାକୁ କହିଲି ।

କବିତାକୁ ପଢ଼ିବା ପରେ, ଶିକ୍ଷାର୍ଥୀମାନେ କବିତାକୁ ପସନ୍ଦ କଲେ କି ନାହିଁ ପଚାରିଲି । ମୁଁ ସେମାନଙ୍କୁ ଗଛ ବିଷୟରେ ପ୍ରଶ୍ନ ପଚାରିବାକୁ ଆରମ୍ଭ କଲି । ମୋ ମଡ଼େଲ ଗଛ  ପାଖରେ ଲଗାଯାଇଥିବା ଗଛର ଚିତ୍ରଗୁଡ଼ିକ ଏକ ଜଙ୍ଗଲ ପରି ଦେଖାଯାଉଥିଲା ।

ଗଛରୁ ଆମେ କ’ଣ ସବୁ ପାଉ – ଏହି ବିଷୟରେ ଆଲୋଚନା କଲୁ । ଏଠାରେ ଶିକ୍ଷାର୍ଥୀମାନଙ୍କ ସହିତ କଥାବାର୍ଭା ହୋଇଥିବା କେତେକ ସଂଳାପ ବର୍ଣ୍ଣନା କରାଯାଇଛି ଯେଉଁଥିରୁ ଆପଣ ଶିକ୍ଷାର୍ଥୀମାନେ କେତେ ଅଧିକ ଅଂଶଗ୍ରହଣ କରିଛନ୍ତି ଜାଣିପାରିବେ ।

ମୁଁ ପରସ୍ପରିଲି - "ତୁମେ ଗଛରୁ କ'ଣ ପାଅ ?

ସେମାନେ ଉତ୍ତର ଦେଲେ – ଆମ୍ବ, ସସ୍, କାଠ, ଫୁଲ, ଗୁଡ଼, ଖଟା, ଫଳ, ଅଠା, ଛାୟା, ଇଦ୍ୟାଦି ।

ମୁଁ କହିଲି – ବଢ଼ିଆ, କିନ୍ତୁ ଗଛରେ କ’ଣ ସସ୍ ହୁଏ ?

କେତେକ ଶିକ୍ଷାର୍ଥୀ ଉତ୍ତର ଦେଲେ – ଗଛରୁ ସିଧାସଳଖ ସସ୍ ହୁଏ ନାହିଁ ।

ମୁଁ ପଚାରିଲି - ତେବେ ସସ୍ କିପରି ହୁଏ

ଶିକ୍ଷାର୍ଥୀମାନେ କହିଲେ – ତାହା ଘରେ / ବଜାରରେ ପ୍ରସ୍ତୁତ ହୁଏ ।

ମୁଁ ଶିକ୍ଷାର୍ଥୀମାନଙ୍କୁ ପଚାରିଲି - ଗଛରୁ କାଠ ଜିନିଷ କିପରି ପ୍ରସ୍ତୁତ ହୁଏ ?

ଶିକ୍ଷାର୍ଥୀଟି ( ଡେକ୍ସ ଆଡ଼କୁ ଦେଖାଇ କହିଲା। ଏହା କାଠରେ ତିଆରି, ଗଛର କାଠକୁ କାଟି ଏହିପରି ବିଭିନ୍ନ ଜିନିଷ ତିଆରି ହୁଏ । ଗଛରୁ କିପରି ଗୁଡ଼ ତିଆରି ହୁଏ ? ପଚାରିଲି । ମୋ ଜେଜେ ବାପାଙ୍କ ଘରେ ଗୁଡ଼ ତିଆରି ପାଇଁ ବଡ଼ ବଡ଼ ପାତ୍ର ଅଛି ବହୁତ ଲୋକ ସକାଳୁ ‘ରସ' ପାଇଁ ସେଠାକୁ ଆସନ୍ତି । ‘ରସ’ ହେଉଛି ଖଜୁରୀ ଗଛର ମିଠା ରସ । ସେମାନେ ‘ରସ’ କୁ ଗରମ କରି ଫୁଟାଇ ଗୁଡ଼ ତିଆରି କରନ୍ତି ।

ମୁଁ ସେମାନଙ୍କୁ ଆସନ୍ତା କାଲି ଆମ ପାଇଁ କିଛି ଗୁଡ଼ ଆଣିବା ପାଇଁ କହିଲି ।

ଶିକ୍ଷାର୍ଥୀଟି କହିଲା - ଆଣିବି ।

ପଢ଼ା ଶେଷରେ ମୁଁ ତାଙ୍କ ଉତ୍ତରରେ କେତେ ଆନନ୍ଦିତ ହୋଇଛି ତାହା ମୋ ମୁହଁରେ ପ୍ରତିଫଳିତ ହେଉଥିଲା । ମୁଁ ସେମାନଙ୍କଠାରୁ ଗଛ ବିଷୟରେ ଅନେକ କଥା ଜାଣିଲି । ସେମାନେ ଏହାକୁ କିପରି ବ୍ୟବହାର କରନ୍ତି ଶିଖିଲି । ମୁଁ ସେମାନଙ୍କର ଜ୍ଞାନକୁ ଜାଣିଲି ଏବଂ ଅନୁଭବ କଲି ଯେ କଥାବାର୍ଭା ସମୟରେ ସେମାନଙ୍କୁ ରୋକିବା କେତେ କଷ୍ଟକର । ଯେହେତୁ ସେମାନେ ତାଙ୍କର ଅଭିଜ୍ଞତା ବିଷୟରେ କଥାବାର୍ଭା ପାଇଁ ଅଧିକ ଆଗ୍ରହୀ ଏବଂ ଉତ୍ସାହିତ ଥିଲେ । ସେମାନଙ୍କର ଧାରଣାର ପରିସର ଏବଂ ପ୍ରସଙ୍ଗ ପାଇଁ ସେମାନଙ୍କର ବାସ୍ତବ ଆଗ୍ରହକୁ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି । ଏହା ସେମାନଙ୍କ ପାଇଁ ଏବଂ ମୋ ପାଇଁ କୌତୁକପୂର୍ଣ୍ଣ ପାଠ ଥିଲା ଏବଂ ସେମାନେ ଗଛଗୁଡ଼ିକ ବିଷୟରେ କଥାବାର୍ତ୍ତା ହୋଇ ଶ୍ରେଣୀ ଗୃହକୁ ପରିତ୍ୟାଗ କଲେ ।

ଏହା ପରେ ବିଭିନ୍ନ ପତ୍ର ଏବଂ ଫଳର ଆକାର ଏବଂ ଗଠନ ପାଠ ଦ୍ଵାରା ଶିକ୍ଷାର୍ଥୀମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ପତ୍ର, ଫଳଗୁଡ଼ିକୁ ଚିହ୍ନିବାରେ ସକ୍ଷମ କରିବା ମୋର ଉଦ୍ଦେଶ୍ୟ ।

ଟିକିଏ ଚିନ୍ତା କରନ୍ତୁ

  • କବିତା ଏବଂ ଚିତ୍ର ଶିକ୍ଷାର୍ଥୀମାନଙ୍କୁ କିପରି ପ୍ରୋତ୍ସାହିତ କରୁଛି ? ଅଧିକରୁ ଅଧିକ ଶିକ୍ଷାର୍ଥୀ। ଏଥିରେ ସମ୍ପୁକ୍ତ ହେଉଥିଲେ କି ?
  • ଆପଣ ନିଜେ କେବେ ଏଭଳି କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିଛନ୍ତି କି ? ଯଦି ହଁ, ଶିକ୍ଷାର୍ଥୀମାନେ କିପରି ପ୍ରତିକ୍ରିୟା ପ୍ରକାଶ କଲେ ?
  • ଏପରି ପନ୍ଥାର ବ୍ୟବହାରକୁ ଆପଣ ଜାରି ରଖିଛନ୍ତି କି ? ଯଦି ହଁ, କାହିଁକି ? ଯଦି ନୁହେଁ କାହିଁକି ?

ଏଠାରେ ବ୍ୟବହୃତ କବିତା, ଚିତ୍ର, ଶିକ୍ଷକଙ୍କ ଦ୍ଵାରା ପ୍ରସ୍ତୁତ ନମୁନା ବା ମଡ଼େଲ ସବୁ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଅନେକ ଧାରଣା ବା କଳ୍ପନା କରିବା ପାଇଁ ପ୍ରୋତ୍ସାହିତ କଲା । ଖାଦ୍ୟ ଠାରୁ ଆରମ୍ଭ କରି ଜାଳେଣୀ ପର୍ଯ୍ୟନ୍ତ ଗଛ ମନୁଷ୍ୟକୁ କିପରି ସାହାଯ୍ୟ କରୁଛି। ଏହାକୁ ଅନୁସନ୍ଧାନ କରିବାରେ ସେମାନେ ସକ୍ଷମ ହେଲେ । ପ୍ରଥମ ଶିକ୍ଷଣକାର୍ଯ୍ୟଟି କିଛି କ୍ଷେତ୍ରରେ ସହଜ ଅଛି। କିନ୍ତୁ ଆପଣ ନିଜେ ଏହାକୁ ପଢ଼ି ଯତ୍ନ ସହକାରେ ମନୋନୀତ କରିବା ନିତାନ୍ତ ଆବଶ୍ୟକ । ଯାହାଦ୍ଵାରା ଏହା ଶିକ୍ଷାର୍ଥୀମାନଙ୍କର ବୁଝିବାର ସ୍ତର ସହ ସମକକ୍ଷ ହୋଇ ସେମାନଙ୍କୁ ଶିଖିବା ପାଇଁ ଉତ୍ସାହିତ କରିବ ।

ଶିକ୍ଷଣକାର୍ଯ୍ୟ: 1: ଏକ ଗଳ୍ପ କିମ୍ବା କବିତା ଖୋଜିବା

ଆପଣଙ୍କର କିଛି ଅତିପ୍ରିୟ ଗଛଗୁଡ଼ିକ ବିଷୟରେ ଭାବନ୍ତୁ, ଯେଉଁଗୁଡ଼ିକ କି ଅଭିଜ୍ଞ ଗାଳ୍ପିକଙ୍କ ଲିଖିତ ଗଳ୍ପ କିମ୍ବା କାଳ୍ପନିକ ଗଳ୍ପ ହୋଇଥିବ । ଚିନ୍ତା କରନ୍ତୁ ଆପଣ ଶିକ୍ଷାର୍ଥୀମାନଙ୍କ ସହିତ ପରିବେଶକୁ ଅନୁସନ୍ଧାନ କରିବା ସମୟରେ ଏହି ଗଳ୍ପ ଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏର ଟ୍ୟଚହାର କରିପାରିବେ କି ?

ଆପଣଙ୍କ ପାଖରେ ଥିବା ଯେ କୌଣସି ଗପ ବହିକୁ ଦେଖନ୍ତୁ, ଛୋଟ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ପରିବେଶ ବିଷୟରେ ପଢ଼ାଇବା ସମୟରେ ପ୍ରସଙ୍ଗରେ ଉପନୀତ ହେବା ପାଇଁ, ଏହି ଗଳ୍ପଗୁଡ଼ିକ ମଧରୁ ପରିବେଶ ସମ୍ପର୍କିତ କୌଣସି ଗୋଟିଏକୁ ଚୟନ କରନ୍ତୁ ।

ବିଜ୍ଞାନ ପାଠ ପଢ଼ାଇବା ସମୟରେ ଆପଣ କେଉଁ ସବୁ ଗପ କିମ୍ବା ବହିକୁ ବ୍ୟବହାର କରିପାରିବେ ତାହାର ଏକ ତାଲିକା କରନ୍ତୁ ।

ଯଦି ଆପଣ ଇଣ୍ଟରନେଟରୁ ତଥ୍ୟ କାଢ଼ି ପାରୁଛନ୍ତି ତେବେ ଆପଣ ସେଥିରୁ ବିଭିନ୍ନ ଗଳ୍ପ ଏବଂ କବିତା ସଂଗ୍ରହ କରନ୍ତୁ ଯେଉଁଗୁଡ଼ିକୁ ଆପଣ ଶିକ୍ଷାଦାନ କରୁଥିବା ବିଷୟର ଆରମ୍ଭରେ, ଏକ ଆଗ୍ରହଉନ୍ଦିପକ ଭାବରେ ବ୍ୟବହାର କରିପାରିବେ ।

ଏହା ସମୟ ସାପେକ୍ଷ ଯେହେତୁ ନୂତନ ବହି, ନୂତନ ଗଛ ଛପା ହେଉଛି ଏବଂ ସେଗୁଡ଼ିକ ଆପଣଙ୍କୁ ଆଗ୍ରହାର୍ନିତ ପାଠ୍ୟ ଯୋଜନା ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।

ଟିକିଏ ଚିନ୍ତା କରନ୍ତୁ

ଆପଣ ଏହି କାର୍ଯ୍ୟଟିକୁ ଉପଭୋଗ କଲେ କି ? ଯଦି ଗଳ୍ପ ସଂଗ୍ରହ କରିବାକୁ ଆପଣ ଉପଭୋଗ କରିଲେ, ଆପଣ କଳ୍ପନା କରିପାରିବେ। ଆପଣଙ୍କ ଶିକ୍ଷାର୍ଥୀମାନେ ଏହା ଶୁଣିବା ପାଇଁ କେତେ ପସନ୍ଦ କରିବେ ଏବଂ ଏହାର ପ୍ରଭାବ ସେମାନଙ୍କୁ କେତେ ପରିମାଣରେ ପ୍ରେରଣା ଦେବ ।

ଆପଣ ପାଠ୍ୟକ୍ରମରେ କିପରି ଅଧିକ ସଂଖ୍ୟକ ଗଳ୍ପକୁ ସ୍ଥାନିତ କରିପାରିବେ ?

ପାଠ୍ୟ ସମ୍ବଳ ଭାବେ ନେଇଥିବା ଏହି ଗଳ୍ପ ଏବଂ କବିତା ଗୁଡ଼ିକ ଆପଣ ପଢ଼ାଉଥିବା ପ୍ରସଙ୍ଗରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବିଜ୍ଞାନର ଅନ୍ୟ ପ୍ରସଙ୍ଗଗୁଡ଼ିକୁ ମଧ୍ୟ ଆଗ୍ରହୋଦୀପକ କରିପାରିଲା । ପାଠ୍ୟପୁସ୍ତକଗୁଡ଼ିକରେ ମଧ୍ୟ ଏପରି କିଛି ଗଛ ଅଛି । ଆପଣ ଆପଣଙ୍କର ସହକର୍ମୀ। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ସମ୍ବଳ-୧ କୁ ଆଲୋଚନା କରିବେ । ଯଦି ଆପଣ ସେମାନଙ୍କର କିଛି ପ୍ରିୟ ଗଳ୍ପକୁ ପାଇଲେ ତାହାକୁ ମଧ୍ୟ ଆପଣଙ୍କର ସମ୍ବଳନିଧିରେ ଯୋଡ଼ି ପାରିବେ ।

ଗୀତ ଏବଂ ଗଳ୍ପ ବ୍ୟବହାର କରିବା

ଏହି ପରିସ୍ଥିତି ଅନୁଧ୍ୟାନରେ ଆମେ ଜାଣିବା ଯେ ଜଣେ ଶିକ୍ଷକ ତାଙ୍କ ଶ୍ରେଣୀରେ କିପରି ଏକ ସ୍ଵତନ୍ତ୍ର ଦକ୍ଷ ଗାଳ୍ପିକଙ୍କୁ ନିୟୋଜନ କରିଛନ୍ତି । ଏହାକୁ ପଢ଼ନ୍ତୁ ଏବଂ ଭାବନ୍ତୁ ଆପଣ ଏହା ସଦୃଶ କାର୍ଯ୍ୟ କିପରି କରିପାରିବେ । ହୁଏତ ଏହା ଠାରୁ ସରଳ ଭାବରେ କରିବେ, ମାତ୍ର ସେହି ସମାନ ପ୍ରଭାବ ଆପଣଙ୍କର ଶିକ୍ଷାର୍ଥୀଙ୍କ ଉପରେ ପଡ଼ିବ । ଏଥି ପ୍ରତି ଧ୍ୟାନ ଦେବେ ।

ପରିସ୍ଥିତି ଅନୁଧ୍ୟାନ 2: ଗଳ୍ପକୁ ଗୀତ ଆକାରରେ ଉପସ୍ଥାପନ

ଶ୍ରୀମତୀ ନାୟକ ଆମ ରାଜ୍ୟର ପୁରୀ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଟନ୍ତି | ସେ ତାଙ୍କ ଶ୍ରେଣୀରେ ‘ବୃକ୍ଷ ସଂରକ୍ଷଣ' ପ୍ରସଙ୍ଗଟି ପଢ଼ାଇବା ପାଇଁ ପାଠ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏକ ସ୍ଥାନୀୟ ଉତ୍ସବକୁ ପରିଦର୍ଶନରେ ଗଲାପରେ ସେ ‘ବୃକ୍ଷ ସଂରକ୍ଷଣ' ପ୍ରସଙ୍ଗଟି ପାଇଁ ଏକ ଉତ୍ସାହଜନକ ପାଠ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମନସ୍ତ କଲେ |

ମୁଁ ପୁରୀ ଜିଲ୍ଲା, ଉତ୍ସବକୁ ଥରେ ଯାଇଥିଲି । ଯେତେବେଳେ ମୁଁ ରଘୁରାଜପୁରର ଜଣେ ପଟ୍ଟଚିତ୍ରକାର ଏବଂ ଆଉ ଜଣେ ଲୋକକଥା ଗାୟକଙ୍କୁ ଭେଟିଲି, ତାଙ୍କ ପାଖରେ ମଣିଷ ଉଚ୍ଚତାର ଏକ “ପଟ୍ଟଚିତ୍ର” ଥିଲା, ଯେଉଁଥିରେ କି ଐତିହାସିକ ଘଟଣାବଳୀର ଦୃଷ୍ଟାନ୍ତ ସ୍ୱରୂପ ରଙ୍ଗୀନ ରେଖାଚିତ୍ର ସବୁ ଥିଲା । ସେଥିରେ ଗ୍ରାମରେ ଥିବା ବୃକ୍ଷଗୁଡ଼ିକର ସୁରକ୍ଷା ପାଇଁ ପୂର୍ବକାଳର ଲୋକମାନେ କିପରି ଜୀବନ ଦେଇଥିଲେ ବର୍ଣ୍ଣନା କରାଯାଇଥିଲା ।

ମୁଁ ସେହି ଲୋକକଥା ଗାୟକଙ୍କ ଅଭିନୟ ଦେଖିଲି ଏବଂ ମୋର ନୂତନ ପ୍ରସଙ୍ଗକୁ ଉପସ୍ଥାପନ କରିବା ପାଇଁ ସେ ଆମ ବିଦ୍ୟାଳୟକୁ ଆସି, ଲୋକଗୀତ ଗାଇ ପୂର୍ବକାଳର ଲୋକମାନଙ୍କ ବୀରତ୍ଵ ଏବଂ ସାହସିକ କାର୍ଯ୍ୟକୁ ବର୍ଣ୍ଣନା କରିପାରିବେ କି ବୋଲି ପଚାରିବାକୁ ନିଷ୍ପଭି ନେଲି । ସେ ଅତ୍ୟନ୍ତ ଆଗ୍ରହାନ୍ଵିତ ହେଲେ ଏବଂ ମୁଁ କହିଲି ଯେ ବିଦ୍ୟାଳୟକୁ ଆସି ପ୍ରଦର୍ଶନ କରିବା ପାଇଁ ଯେଉଁ ସବୁ ଅନୁମତି ଆବଶ୍ୟକ । ସେଗୁଡ଼ିକୁ ମୁଁ ଯୋଗାଡ଼ କରିବି । (ସମ୍ବଳ-3 ଦେଖନ୍ତୁ: ପରିଦର୍ଶନର ସଂଗଠନ ବିଷୟରେ) ତା' ପରଦିନ ମୁଁ ବିଦ୍ୟାଳୟର ପ୍ରଧ୍ୟାନ ଶିକ୍ଷକଙ୍କୁ ସାକ୍ଷାତ କଲି ଏବଂ ଏହି ଅଭିନୟ ପ୍ରଦର୍ଶନ ଏବଂ ଏହା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାରେ କିପରି ଲାଭଦାୟକ ହେବ ସେ ବିଷୟରେ ତାଙ୍କୁ ହୃଦବୋଧ କରାଇଲି । ତାଙ୍କର ପରିଦର୍ଶନ ଦିନ ଲୋକକଥା ଗାୟକ ଅତି ଶୀଘ୍ର ପହଞ୍ଚିଗଲେ ଓ ସେ ଉଭୟ କମ୍ ବୟସ୍କ ଏବଂ ଅଧିକ ବୟସ୍କ ଶିକ୍ଷାର୍ଥୀଙ୍କୁ ନେଇ ଦୁଇଟି ଅଭିନୟ ପ୍ରସ୍ତୁତ କରିପାରିଲେ । ତାଙ୍କ ପାଖରେ ଏକ ବଡ଼ ନାଲି ବାକ୍ସ ଥିଲା, ଯେଉଁଥିରେ ସୁନ୍ଦର ଉଜ୍ଜ୍ଵଳ ଚିତ୍ର ଅଙ୍କାଯାଇଥିଲା । (ଚିତ୍ର-1)

ସେ ଶିକ୍ଷାର୍ଥୀମାନଙ୍କୁ ସ୍ଥାନୀୟ ଲୋକମାନେ ବୃକ୍ଷର ଗୁରୁତ୍ଵ ବିଷୟରେ କେତେ ସଚେତନ ଅଛନ୍ତି ପଚାରିଲେ ଏବଂ ଯେହେତୁ ଅଧିକ ଉତ୍ତର ମିଳିଲା, ସେ ଲୋକକଥାକୁ ଆଧାର କରି ଗୀତ ଗାଇବାକୁ ଆରମ୍ଭ କଲେ । ଯେତେବେଳେ ସେ ଗଳ୍ପର ଯେଉଁ ଅଂଶଟିକୁ ଗୀତ ଆକାରରେ ଶୁଣାଉଥିଲେ ବାକ୍ସର କବାଟ ଖୋଲି ସେହି ଅଂଶର ନାଟକର ଦୃଶ୍ୟକୁ ଦେଖାଉଥିଲେ । ଏହା ଗଳ୍ପଟିକୁ ଆଗକୁ ଯିବାରେ ସାହାଯ୍ୟ କରୁଥିଲା । ଗଳ୍ପଟି ଶିକ୍ଷାର୍ଥୀମାନଙ୍କୁ ଅଭିଭୂତ କରି ରଖିଥିଲା ଏବଂ ଶିକ୍ଷାର୍ଥୀମାନେ ଅଧିକରୁ ଅଧିକ ପ୍ରଶ୍ନ ପଚାରି ଚାଲୁଥିଲେ । ସେ ମଝିରେ ମଝିରେ ଏପରି ଦୃଶ୍ୟ ଦେଖାଇ ଗୀତ ମାଧ୍ୟମରେ ଗଳ୍ପଟିକୁ କହୁଥଲେ ଏବଂ ବୃକ୍ଷ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରୁଥିଲେ । ସେ ପଚାରିଲେ, “ବୃକ୍ଷ ବିନା ଆମ ଜୀବନ କିପରି ହୋଇଥାନ୍ତା ? ତୁମେ ସେମାନଙ୍କ ବ୍ୟତୀତ ବଞ୍ଚିପାରିବ କି ? ସେଗୁଡ଼ିକୁ ରକ୍ଷା କରିବା ପାଇଁ ଆମେ ଚେଷ୍ଟା କରିବା ଉଚିତ କି ? ଯଦି ହଁ କିପରି ? ' ଶିକ୍ଷାର୍ଥୀମାନେ ଉତ୍ତର ଦେଲେ ଏବଂ ନିମ୍ନଲିଖିତ ଭକ୍ତିଗୁଡ଼ିକ ପାଇଁ ସମ୍ମତି ପ୍ରକାଶ କଲେ ।

ଶିକ୍ଷାର୍ଥୀଙ୍କ ଉତ୍ତରଗୁଡ଼ିକ ଅତ୍ୟନ୍ତ ଆବେଗପୂର୍ଣ୍ଣ  ଥିଲା, ସେମାନେ ଏହିଭଳି କିଛି କଥା କହିଥିଲେ

  • ଗଛକୁ କୁଣ୍ଡେଇ ଧରି
  • ଗଛ କାଟିବା ପାଇଁ ଲୋକମାନଙ୍କୁ ବାରଣ କରିବା
  • ଅଧିକ ଗଛ ଲଗାଇବା
  • ପ୍ରତ୍ୟେକ ଶିକ୍ଷାର୍ଥୀ ଆମ ଗାଁରେ ଥିବା ଗଛଗୁଡ଼ିକରୁ ଗୋଟିଏ ଗଛର ଦାୟିତ୍ଵ ନେବା ।
  • ଗଛକୁ କ୍ଷତି ପହଞ୍ଚାଇବା ପାଇଁ କାହାରିକୁ ଅନୁମତି ନ ଦେବା ।

ପରିଶେଷରେ ମୁଁ ଏହି ଗଳ୍ପ କଥନ ପାଇଁ ତାଙ୍କୁ ଧନ୍ୟବାଦ ପ୍ରଦାନ କଲି ଏବଂ ସେହି ବିଷୟର ଅନ୍ୟ ଅଂଶଟିର ଶିକ୍ଷାଦାନ ସମୟରେ ପୁନଶ୍ଚ ଯୋଗ ଦେବାକୁ ତାଙ୍କୁ ନିମନ୍ତ୍ରଣ କଲି ।

ଏହା ପରେ ଘଟିଥିବା ଆଲୋଚନା ଅଧିକ ଜୀବନ୍ତ ଥିଲା ଯେହେତୁ ଶିକ୍ଷାର୍ଥୀମାନେ ପୁନଶ୍ଚ ସେମାନଙ୍କ ଧାରଣାକୁ ଆବିଷ୍କାର କଲେ । ଗଳ୍ପ କଥାକାର ଏବଂ ମୁଁ ଉତ୍ତର ଦେଲୁ ଏବଂ ଅନେକ ମୁକ୍ତ ଉତ୍ତର ମୂଳକ ପ୍ରଶ୍ନ ପଚାରିଥିଲୁ, ଯାହା ଦ୍ଵାରା ଆମେ ବୃକ୍ଷ ସୁରକ୍ଷା କରିବା ସମୟରେ କେଉଁ ସବୁ ସମସ୍ୟା ଆମ ସାମ୍ନାକୁ ଆସିବ ସେ ସମ୍ବନ୍ଧରେ ଶିକ୍ଷାର୍ଥୀମାନେ ଚିନ୍ତା କରିବେ ଓ ଉତ୍ସାହିତ ହେବେ ।

ମୁଁ ସେମାନଙ୍କ ମତଗୁଡ଼ିକୁ କଳାପଟାରେ ଲେଖିଦେଲି ଏବଂ ଶିକ୍ଷାଦାନ ଶେଷରେ ଗଳ୍ପ କଥାକାରଙ୍କର ଏହି ଚିତ୍ତାକର୍ଷିକ ଗଳ୍ପ କଥନ ପାଇଁ ତାଙ୍କୁ ଧନ୍ୟବାଦ ପ୍ରଦାନ କରିବା ପାଇଁ କହିଲି । ତତପରେ ମୁଁ ସେମାନଙ୍କୁ ଆମେ ଏହି କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ କିପରି କରିବା ଚିନ୍ତା କରିବା ପାଇଁ କହିଲି । ଏହା ମୁଁ ତାଙ୍କୁ ପରବର୍ତ୍ତୀ ପାଠରେ କହିବି ବୋଲି କହିଲି । ସେମାନେ ତାଙ୍କର ବିରତି ପାଇ ଶ୍ରେଣୀ ଗୃହରୁ ଧୀରେ ଧୀରେ ବାହାରି ଗଲେ କିନ୍ତୁ ଅଧିକାଂଶ ଶିକ୍ଷାର୍ଥୀ ବାକ୍ସଟିକୁ ଅଧିକ ନିକଟରୁ ଦେଖିବା ପାଇଁ ଗଲେ ଏବଂ କଥାକାରଙ୍କ ସହିତ କଥାବାର୍ଭା ହେଲେ ।

ଶିକ୍ଷଣକାର୍ଯ୍ୟ2 : ଗୀତ କିମ୍ବା ଗଳ୍ପକୁ ବ୍ୟବହାର କରିବା

ଏହି ଶିକ୍ଷଣକାର୍ଯ୍ୟଟି ଆପଣଙ୍କୁ ପରିବେଶ ସମ୍ବନ୍ଧରେ ଏକ ଗୀତ କିମ୍ବା ଗଳ୍ପକୁ ବ୍ୟବହାର କରି ଶିକ୍ଷାଦାନ କରିବା ପାଇଁ ସୂଚନା ଦେଉଛି । ପରିବେଶ ସମ୍ବନ୍ଧୀୟ ବିଷୟରେ ଶିକ୍ଷାର୍ଥୀମାନଙ୍କର ଆଗ୍ରହ ବଢ଼ାଇବା ଓ ସେମାନଙ୍କର ଧାରଣାକୁ ପରିପୁଷ୍ଟ କରିବା ପାଇଁ ଆପଣ ପ୍ରସଙ୍ଗଟିକୁ ଆରମ୍ଭ କରିବା ପାଇଁ ଗୀତ କିମ୍ବା ଗଛର ବ୍ୟବହାର କରନ୍ତୁ (ସମ୍ବଳ-4 ପଢ଼ନ୍ତୁ) । ଏହି ବିଷୟରେ ଏଥିପାଇଁ ସମ୍ଭାବ୍ୟ କାର୍ଯ୍ୟ ଦିଆଯାଇଛି ।

  • ପ୍ରଥମେ ନିଷ୍କତ୍ତି ନିଅନ୍ତୁ ଯେ ଆପଣ କେଉଁ ପ୍ରସଙ୍ଗ ଉପସ୍ଥାପନ କରିବାକୁ ଯାଉଛନ୍ତି । ଯଥା; ନଦୀ ଜଳ ପ୍ରଦୂଷଣ, ଆବର୍ଜନା ସମସ୍ୟା, ସୁସ୍ଥ ପାନୀୟ ଜଳ, ବୃକ୍ଷର ସୁରକ୍ଷା କିମ୍ବା ସ୍ଥାନୀୟ ଗଛଗୁଡିକ ଉପରେ ଯାନବାହାନର ପ୍ରଭାବ ।
  • ଶିକ୍ଷାର୍ଥୀମାନେ କ’ଣ ଶିଖିବେ ବୋଲି ଆପଣ ଚାହାନ୍ତି ? କୌଣସି ପରିଦର୍ଶକ କିମ୍ବା ଗାଳ୍ପିକଙ୍କୁ ସେ ସମ୍ବନ୍ଧରେ ସଂକ୍ଷେପରେ ଜଣାନ୍ତୁ ଯାହା ଦ୍ଵାରା ସେ ଆପଣଙ୍କୁ ସାହାଯ୍ୟ କରିପାରିବେ ।
  • ପ୍ରସଙ୍ଗ ଚୟନ କରି ସାରିବା ପରେ ଏକ ଉପଯୁକ୍ତ ଗୀତ କିମ୍ବା ଗପ ବାଛନ୍ତୁ ଯାହାକୁ କି ଆପଣ ଶିକ୍ଷଣକାର୍ଯ୍ୟ- ୧ ରେ ସମ୍ବଳ ଭାବରେ ପଢ଼ିଥିଲେ । ଆପଣଙ୍କ ପାଖରେ ପ୍ରସଙ୍ଗର ଦୃଶ୍ୟାଙ୍କନ ପାଇଁ କୌଣସି ସ୍ଥାନୀୟ ଲୋକକଥା ଅଛି କି ? ଆପଣ ନିଜେ ମଧ୍ୟ କାଳ୍ପନିକ ଗପ ତିଆରି କରିପାରିବେ ଯାହା ସ୍ଵତନ୍ତ୍ରଭାବେ ଆପଣ ପଢ଼ାଉଥିବା ପ୍ରସଙ୍ଗକୁ ଖାପଖୁଆଉ ଥିବ ।  ହୁଏତ ଆପଣ ଏକ ସ୍ଥାନୀୟ ଗାଳ୍ପିକଙ୍କୁ ବ୍ୟବହାର କରିପାରିବେ ଯାହାକୁ ଆପଣ ଯେଉଁ ପ୍ରକାର ଗଳ୍ପ ଚାହାନ୍ତି ତାହା ବୁଝାଇଛନ୍ତି । ଅନ୍ୟ ଏକ ଉପାୟ ହେଉଛି ଆପଣ ଜଣେ ସ୍ଥାନୀୟ ପରିବେଶବିତଙ୍କୁ ନିମନ୍ତ୍ରଣ କରିବେ ଏବଂ ଏକ ସ୍ଥାନୀୟ ଆଲୋଚ୍ୟ ବିଷୟ ସମ୍ବନ୍ଧରେ କିଛି କହିବା ପାଇଁ କହିବେ- ଯେପରି ସେଠିକାର ଜଳ କିପରି ପ୍ରଦୂଷିତ ହେଉଛି ?
  • ଯେହେତୁ ଆପଣ ପାଠଯୋଜନାଟି ଲେଖୁଛନ୍ତି କିଛି ପ୍ରମୁଖ ପ୍ରଶ୍ନର ତାଲିକା କରନ୍ତୁ ଯାହା ଆପଣ ଶିକ୍ଷାର୍ଥୀମାନଙ୍କୁ ପଚାରିବାକୁ ଚାହାନ୍ତି ।
  • ଶିକ୍ଷାର୍ଥୀମାନଙ୍କର ବସିବାର ଶୈଳୀ ନିର୍ଦ୍ଧାରିତ କରନ୍ତୁ । ଯଥା ଗପ ଶୁଣିବା ବେଳେ କିପରି ବସିବେ ଏବଂ ଏହା ପରେ କିପରି ବସିବେ ।
  • କେଉଁ ପ୍ରକାର କାର୍ଯ୍ୟ ଶିକ୍ଷାର୍ଥୀମାନେ କରିପାରିବେ ? ହୁଏତ ସେମାନେ ଦଳରେ ବସି କଥାବାର୍ଭା ହେବା ଦ୍ଵାରା ତାଙ୍କର ଜ୍ଞାନ ଅଧିକ ପରିମାର୍ଜିତ ହେବ ।
  • ପ୍ରସଙ୍ଗଟିକୁ ଶିକ୍ଷାଦାନ କରିବା ସମୟରେ ସେଥିପାଇଁ ଆବଶ୍ୟକ ସମ୍ବଳଗୁଡ଼ିକୁ ଏକତ୍ରିତ କରନ୍ତୁ ।
  • ସମ୍ବଳ-5 ରେ ଥିବା “ମୂଷା ଓ ସାପ” ଏହି ଗଳ୍ପଟି ଆପଣ ବ୍ୟବହାର କରିପାରିବେ କିନ୍ତୁ ଯଦି ଆପଣ ଚାହାନ୍ତି ଏପରି ଅନେକ ଗଳ୍ପ ଅଛି ଆପଣ ସଂଗ୍ରହ କରିପାରିବେ । ବର୍ତ୍ତମାନ ଆପଣ ପଢ଼ାନ୍ତୁ ଏବଂ ଧ୍ୟାନ ଦିଅନ୍ତୁ ଶିକ୍ଷାର୍ଥୀମାନେ ଏହି ପାଠଟିରେ କିପରି ଅଂଶଗ୍ରହଣ କରୁଛନ୍ତି । ଶିକ୍ଷାର୍ଥୀମାନଙ୍କର କଥା, ମତାମତ ଏବଂ ବୁଝିବାର ସ୍ତରକୁ ଲେଖି ରଖନ୍ତୁ ।

ଟିକିଏ ଚିନ୍ତା କରନ୍ତୁ

  • ପାଠ ଶେଷରେ ଚିନ୍ତା କରନ୍ତୁ କ’ଣ ଭଲ ହେଲା ଏବଂ କାହିଁକି ? ପାଠଟିର ସୃଜନାତ୍ସକ ଉପସ୍ଥାପନରେ ଶିକ୍ଷାର୍ଥୀମାନେ ଉତ୍ସାହିତ ହେଲେ କି ?
  • ଆପଣ ଏହା କିପରି ଜାଣିଲେ ? ସ୍ଵତନ୍ତ୍ର ଧ୍ୟାନ ଆବଶ୍ୟକ କରୁଥିବା ଶିକ୍ଷାର୍ଥୀମାନେ ଅଧିକ ସକ୍ରିୟ ଥିଲେ କି ଏବଂ ସେମାନେ ଭଲ ଭାବରେ ବୁଝି ପାରିଲେ କି ?
  • ସେମାନଙ୍କ ଶିକ୍ଷଣରେ ଏହା ଭଲ ପ୍ରଭାବ ପକାଇଛି। ଏହାର କ'ଣ ପ୍ରମାଣ ଆପଣଙ୍କ ପାଖରେ ଅଛି ?
  • ଯାହା ଆପଣ ଆଶା ରଖିଥଲେ କେଉଁଟି ଠିକ୍ ଭାବରେ ହୋଇଛି ? କାହିଁକି ?
  • ପରବର୍ତ୍ତୀ ସମୟରେ ଏହାକୁ ଅଧିକ ଉତ୍ତମ କରିବା ପାଇଁ ଆପଣ କ'ଣ କରିପାରିବେ ?

ଶିକ୍ଷଣକାର୍ଯ୍ୟ ୩ : ଅଧିକ ଗଳ୍ପ ସଂଗ୍ରହ

ଗୋଟିଏ ବିଷୟ ଶିକ୍ଷାଦାନ ସମୟରେ କିଛି ସମୟ ଶିକ୍ଷାର୍ଥୀମାନଙ୍କୁ ପଚାରିବାରୁ, ଟିଭିରୁ, ଖବର କାଗଜରୁ, ସେହି ଅଞ୍ଚଳରେ ଥିବା ବୃକ୍ଷ ଏବଂ ପଶୁମାନଙ୍କ ସମ୍ପର୍କିତ ଯେଉଁ ସବୁ ଗଳ୍ପ ଶୁଣିଛନ୍ତି ସେ ସମ୍ପର୍କରେ କିଛି ପ୍ରଶ୍ନ ପଚାରନ୍ତୁ । ସେମାନଙ୍କର ଗପ ଗୁଡ଼ିକୁ ପରସ୍ପର ଭିତରେ ଆଲୋଚନା ପାଇଁ ସମୟ ଦିଅନ୍ତୁ ଏବଂ ସେହି ଗଳ୍ପ ଏକ ସଂକ୍ଷିପ୍ତ ବିବରଣୀ ଲେଖିବା ପାଇଁ ସେମାନଙ୍କୁ କୁହନ୍ତୁ । ପ୍ରତ୍ୟେକ ଦଳ ଏକ କିମ୍ବା ଏକାଧିକ ଗନ୍ଧ ପ୍ରସ୍ତୁତି କରିପାରିବେ । ଏଗୁଡ଼ିକୁ ଏକ ବହି ଆକାରରେ ଏକାଠି ବାନ୍ଧି ରଖନ୍ତୁ କିମ୍ବା ଫୋଲଡରରେ ରଖନ୍ତୁ । ଯାହାଦ୍ଵାରା ଅବସର ସମୟରେ ସମସ୍ତ ଶିକ୍ଷାର୍ଥୀ ଏଗୁଡ଼ିକୁ ଦେଖିପାରିବେ । ଏହା ଶିକ୍ଷାର୍ଥୀମାନଙ୍କର ସମ୍ବଳ ଯାହା ସେମାନଙ୍କ ଆଗ୍ରହକୁ ବୃଦ୍ଧି କରିବ ଏବଂ ପରିବେଶ ସମ୍ବନ୍ଧୀୟ ବିଷୟଗୁଡ଼ିକୁ ଭାବିବାରେ ସେମାନଙ୍କୁ ସାହାଯ୍ୟ କରିବ ।

ଗଳ୍ପ ଏବଂ କବିତା ପରି ଶିକ୍ଷଣକାର୍ଯ୍ୟଗୁଡ଼ିକ ଶ୍ରେଣୀଗୃହର ପରିବେଶକୁ ସତେଜ ଓ ପ୍ରଫୁଲ୍ଲିତ କରିଦେବ । ଯଦି ଆପଣଙ୍କର ଏହି ଶିକ୍ଷଣକାର୍ଯ୍ୟ ସେମାନଙ୍କ କଳ୍ପନାକୁ ବିସ୍ତାରିତ କରିପାରିଲା। ତେବେ ଆପଣ ଶିକ୍ଷାର୍ଥୀମାନଙ୍କର ବ୍ୟକ୍ତିଗତ ଆଗ୍ରହ ଓ ଅଂଶଗ୍ରହଣକୁ ଅଧିକ ତ୍ଵରାନ୍ୱିତ କରିପାରିବେ । ଅନ୍ୟ କାର୍ଯ୍ୟଗୁଡ଼ିକ ଯେପରି ଗୀତ, ନାଟକ, ଅଭିନୟ, ଭୂମିକା ଅଭିନୟ ଆଦିକୁ ମଧ୍ୟ ଏହିପରି ବ୍ୟବହାର କରାଯାଇପାରିବ (ସମ୍ବଳ-6) । ଗଳ୍ପ କଥନ, ଗୀତ, ଭୂମିକା ଅଭିନୟ ଏବଂ ନାଟକ ଅଭିନୟ-ଆପଣଙ୍କୁ ପାଠ ଯୋଜନା ପ୍ରସ୍ତୁତ କରିବା ସମୟରେ ଅଧିକ ଧାରଣା ପ୍ରଦାନ କରିବାରେ ସାହାଯ୍ୟ କରେ । ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିବେଶ ପ୍ରତି ଅଧିକ ସମ୍ବେଦନାଶୀଳତା ବୃଦ୍ଧି କରିବାରେ ଏବଂ ଅଧିକ ମନେ ରଖିବାରେ ଏହି ଶିକ୍ଷଣକାର୍ଯ୍ୟଗୁଡ଼ିକ ସାହାଯ୍ୟ କରେ ।

ସାରାଂଶ

ଶିକ୍ଷାର୍ଥୀମାନଙ୍କୁ ନୂତନ ପ୍ରସଙ୍ଗ ସହିତ ପରିଚିତ କରିବା ପାଇଁ ଏକ ନୂତନ ପନ୍ଥା ଅବଲମ୍ବନ କରାଯାଉଥିବାରୁ ଆପଣ ଦେଖିଥିବେ ସେମାନଙ୍କ ମଧ୍ୟରେ କିପରି ଅଧିକ ଆଗ୍ରହ ଏବଂ ପ୍ରଫୁଲ୍ଲତା ଆସିଯାଇଛି । ଆପଣ ଏହା ମଧ୍ୟ ଲକ୍ଷ୍ୟ କରିଥିବେ ଯେ ସେମାନଙ୍କ ମଧ୍ୟରୁ ଅଧିକରୁ ଅଧିକ ଶିକ୍ଷାର୍ଥୀ ଏହି ପାଠଟିରେ ଅଂଶଗ୍ରହଣ କରୁଛନ୍ତି । ପ୍ରତ୍ୟେକ ଶିକ୍ଷାର୍ଥୀର ଦକ୍ଷତା ଯାହା ହେଉଥାଉ ନା କାହିଁକି ଗଳ୍ପ ସମସ୍ତଙ୍କ ମନକୁ ଛୁଇଁଥାଏ ଏବଂ ନିଜର ଦୈନନ୍ଦିନ ଜୀବନ ସହ ସମ୍ବନ୍ଧ ନଥିବା ତଥ୍ୟଗୁଡ଼ିକୁ କଷ୍ଟକର ଭାବୁଥିବା ତଥ୍ୟଗୁଡ଼ିକୁ ଶିକ୍ଷାର୍ଥୀମାନଙ୍କୁ ଶିଖିବା ପାଇଁ ଏହା ଏକ ବାସ୍ତବ ପୃଷ୍ଠଭୂମି ଯୋଗାଇଥାଏ ।

ପ୍ରସଙ୍ଗ ଉପସ୍ଥାପନରେ ସୃଜନାତ୍ମକ ଏବଂ ଶିକ୍ଷଣ ଉଦ୍ଦୀପକ ପଦ୍ଧତିର ଉପକାରିତା:

  • ଶିକ୍ଷାର୍ଥୀମାନଙ୍କର ମନଯୋଗ ଭାବର ଉଦ୍ରେକ ଏବଂ ପାଠ ସରିବା ପର୍ଯ୍ୟନ୍ତ ଏହାକୁ ଜାରୀ ରଖିବା ।
  • ନୂତନ ଆବିଷ୍କାର ଏବଂ ଅନୁସନ୍ଧାନ ମଧ୍ୟାମରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ।
  • ଶିକ୍ଷକ ଏବଂ ବିଦ୍ୟାଳୟ ପ୍ରତି ସକାରାସକ ଭାବନା ସୃଷ୍ଟି କରିବା ।
  • ଶିକ୍ଷଣକୁ ତ୍ଵରାନ୍ବିତ କରିବା ପାଇଁ ବ୍ୟକ୍ତିଗତ ଜ୍ଞାନେନ୍ଦ୍ରିୟର ବିକାଶ ସାଧନ କରିବା ।
  • ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷଣ ପାଇଁ ଉତ୍ସାହିତ କରିବା ।
  • ପରିବେଶ ପ୍ରତି ଶିକ୍ଷାର୍ଥୀମାନଙ୍କର ସମ୍ବେଦନଶୀଳତାର ବୃଦ୍ଧି କରିବା ।
  • ଶିକ୍ଷା ସମ୍ବନ୍ଧୀୟ ଆମୋଦପ୍ରମୋଦର ବ୍ୟବସ୍ଥା କରିବା ।
  • ଶିକ୍ଷକ ଏବଂ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରସ୍ପର ସହ ସମ୍ପର୍କ ସୃଷ୍ଟି କରିବା ।

ପରିବେଶ ସମ୍ବନ୍ଧୀୟ ଶିକ୍ଷାଦାନ ସମୟରେ ଶିକ୍ଷାର୍ଥୀର ପ୍ରାକୃତିକ ପରିବେଶ ସମ୍ବନ୍ଧରେ ଥିବା ଜ୍ଞାନ ଏବଂ ସେନ୍ଧୀୟହି ଜ୍ଞାନକୁ ଶିକ୍ଷା ଗ୍ରହଣ ସମୟରେ ବ୍ୟବହାର କରିବା ଶିକ୍ଷକମାନଙ୍କ ପାଇଁ ଏକ ବଡ଼ ଆହ୍ଲାନ ହୋଇଥାଏ । ଆପଣଙ୍କ ଶିକ୍ଷାର୍ଥୀ ଆଗରୁ ପରିବେଶ ସମ୍ବନ୍ଧରେ କଣ ଜାଣିଛି। ଏହି ଏକକରେ ସେହି ସମ୍ବନ୍ଧରେ ଆଲୋଚନା କରାଯାଇଛି । ଶିକ୍ଷାର୍ଥୀମାନଙ୍କର ଆଗ୍ରହ ଓ ସେମାନଙ୍କର ବିକାଶର ସ୍ତରକୁ ଆଧାର କରି ପରିବେଶ ବିଜ୍ଞାନ ଏବଂ ଆପଣ ପଢ଼ାଉଥିବା ପ୍ରସଙ୍ଗ ପ୍ରତି ଆପଣ ଚୟନ କରିଥିବା କୌଶଳଗୁଡ଼ିକ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାରେ ଏହା ସାହାଯ୍ୟ କରେ । ଏହା ଏପରି ଏକ ଶିକ୍ଷଣ ଅଭିଜ୍ଞତା ଆଡ଼କୁ ଅଗ୍ରସର ହେବ, ଯାହା ଆପଣଙ୍କ ଶିକ୍ଷାର୍ଥୀମାନେ କେବେବି ଭୁଲି ପାରିବେ ନାହିଁ ଓ ଶିକ୍ଷାର୍ଥୀମାନଙ୍କ ଉତ୍ସାହକୁ ଏହା ବଜାୟ ରଖିବ ।

ସମ୍ବଳ

ସମ୍ବଳ-1: ସ୍ଥାନୀୟ ସମ୍ବଳର ବ୍ୟବହାର

ପାଠ୍ୟପୁସ୍ତକ ବ୍ୟତୀତ ଅନେକ ଶିକ୍ଷଣ ସମ୍ବଳ ବ୍ୟବହାର କରି ଶିକ୍ଷାଦାନ କରାଯାଇ ପାରିବ ଯଥା – ଦୃଶ୍ୟ, ସ୍ଵାଦ, ସ୍ପର୍ଶ, ଶ୍ରବଣ, ଆପ୍ରାଣ ଇତ୍ୟାଦି ବିଭିନ୍ନ ଇନ୍ଦ୍ରିୟ ବ୍ୟବହାର କରି ଶିକ୍ଷଣ ହୋଇପାରିବ । ଏମିତି ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରି ଶିକ୍ଷାର୍ଥୀମାନେ ଶିଖିପାରିବେ । ଆପଣଙ୍କ ଚାରିପାଖରେ ସମ୍ବଳ ଅଛି, ଆପଣ ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ଏଗୁଡ଼ିକୁ ବ୍ୟବହାର କରିପାରିବେ । ପ୍ରତ୍ୟେକ

ବିଦ୍ୟାଳୟ ନିଜର ଶିକ୍ଷଣ ସମ୍ବଳ ବିନା ମୂଲ୍ୟରେ କିମ୍ବା ଅଳ୍ପ ଖର୍କରେ ନିଜସ୍ୱ ଶୈଳୀରେ ପ୍ରସ୍ତୁତ କରି ଶିକ୍ଷଣକାର୍ଯ୍ୟ କରିପାରିବେ । ନିଜସ୍ବ ଶୈଳୀରେ ପ୍ରସ୍ତୁତ ଉପାୟ ଗୁଡ଼ିକ ଅବଲମ୍ବନ କରି ପାଠ୍ୟକ୍ରମ ସହିତ ଶିକ୍ଷାର୍ଥୀ ଜୀବନ ଶୈଳୀର ସମନ୍ଵୟ ରକ୍ଷା କରାଯାଇ ପାରିବ ।

ଆପଣ ନିଜ ଆଖପାଖ ପରିବେଶରେ ଥିବା ଲୋକମାନଙ୍କୁ ଖୋଜିବେ, ଯେଉଁମାନଙ୍କର ଅନେକ ବିଷୟରେ ଦକ୍ଷତା ଅଛି । ଏଥିସହିତ ଆପଣ ମଧ୍ୟ ଅନେକ ପ୍ରାକୃତିକ ସମ୍ବଳ ଖୋଜି ପାଇବେ । ଏହା ଆପଣଙ୍କୁ ଆଞ୍ଚଳିକ ଗୋଷ୍ଠୀ ସହିତ ସଂପର୍କ ସ୍ଥାପନରେ ମୂଲ୍ୟବୋଧକୁ ପରିପ୍ରକାଶ କରିବାରେ, ଶିକ୍ଷାର୍ଥୀମାନଙ୍କୁ ପରିବେଶର ଉପାଦେୟତାକୁ ବୁଝାଇବାରେ ଏବଂ ପରିବେଶର ବିଭିନ୍ନତାକୁ ବୁଝିବାରେ ସାହାଯ୍ୟ କରିବ । ଏଥି ସହିତ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣକୁ ଏକ ସାମଗ୍ରିକ ରୂପ ଦେବାରେ - ଉଭୟ ବିଦ୍ୟାଳୟ ଭିତରେ ଓ ବାହାରେ ଏହା ଆପଣଙ୍କୁ ସହାୟତା ପ୍ରଦାନ କରିବ ।

ଶ୍ରେଣୀ କକ୍ଷର ପୂର୍ଣ୍ଣ ବିନିଯୋଗ

ଯେପରି ଆମେ ନିଜ ଗୃହର ସୌନ୍ଦର୍ଯ୍ୟକରଣ ପାଇଁ ଆଗ୍ରହ ସୃଷ୍ଟି କରିଥାଉ, ସେହିପରି ଆମ ବିଦ୍ୟାଳୟ ତଥା ଶ୍ରେଣୀକକ୍ଷକୁ ଆକର୍ଷଣ କରିପାରିଲେ ଶିକ୍ଷାର୍ଥୀମାନଙ୍କ ଉପରେ ଏହାର ସକ୍ରିୟାତ୍ମକ ପ୍ରଭାବ ପଡ଼ିବ । ଆପଣ ଶ୍ରେଣୀ କକ୍ଷକୁ ଆଗ୍ରହପୂର୍ଣ୍ଣ ଓ ଆକର୍ଷଣ କରିବା ପାଇଁ ବିଭିନ୍ନ କୌତୁହଳ ପୂର୍ଣ୍ଣ ଉପାୟ ଅବଲମ୍ବନ କରିପାରିବେ । ଯଥା

  • ପୁରୁଣା ମାଗାଜିନରୁ ଫଟୋ ସଂଗ୍ରହ
  • ବିଷୟ ଭିଭିକ ସାମଗ୍ରୀ ସଂଗ୍ରହ
  • ଶିକ୍ଷାର୍ଥୀମାନଙ୍କର କୃତି ପ୍ରଦର୍ଶନ
  • ଶିକ୍ଷାର୍ଥୀମାନଙ୍କୁ ଜିଜ୍ଞାସୁ ଏବଂ ଶିଖିବାକୁ ପ୍ରେରିତ କରିବା ପାଇଁ ଶ୍ରେଣୀକକ୍ଷର ପ୍ରଦର୍ଶନକୁ ପରିବର୍ତ୍ତନ କରିବା ।

ସ୍ଥାନୀୟ ଦକ୍ଷ ବ୍ୟକ୍ତିଙ୍କୁ ଶ୍ରେଣୀକକ୍ଷକୁ ଆମନ୍ତ୍ରଣ

ଆପଣ ଯଦି ଟଙ୍କା ପଇସା କିମ୍ବା ମାପ ବିଷୟରେ ଶିକ୍ଷାଦାନ କରୁଛନ୍ତି, ତେବେ ଦରଜୀର ସହଯୋଗ ନେବେ ଏବଂ ଆପଣ ଯଦି ଆକୃତି ଏବଂ ଢାଞ୍ଚା ସମ୍ବନ୍ଧରେ ବୁଝାଉଛନ୍ତି, ତେବେ ବିଭିନ୍ନ ଆକୃତି, ଡିଜାଇନର ଧାରଣା ଦେବା ପାଇଁ ମେହେନ୍ଦୀ କରିବାର ଝିଅମାନଙ୍କୁ ବିଦ୍ୟାଳୟକୁ ଡାକି ପାରନ୍ତି । ଅତିଥିମାନଙ୍କୁ ନିମନ୍ତ୍ରଣ କରି ଆପଣ ବିଭିନ୍ନ ଶୈକ୍ଷିକ ଲକ୍ଷ୍ୟ ହାସଲ ପାଇଁ ଶିକ୍ଷାର୍ଥୀମାନଙ୍କୁ ସ୍ପଷ୍ଟ ଧାରଣା ଦେଇପାରିବେ । ଏହି ବିଦ୍ୟାଳୟରେ ମଧ୍ୟ ଗୋଷ୍ଠୀର ଅନେକ ଦକ୍ଷ ବ୍ୟକ୍ତି ଅଛନ୍ତି । ବିଦ୍ୟାଳୟରେ କାର୍ଯ୍ୟରତ ପାଚକ। ପାଚିକାଙ୍କ ସାହାଯ୍ୟ ନେଇ ଖାଦ୍ୟର ପରିମାଣ ହିସାବ ଶିକ୍ଷାର୍ଥୀମାନଙ୍କୁ ବୁଝାଇ ପାରିବା କିମ୍ବା ପାଣିପାଗ କିପରି ବିଦ୍ୟାଳୟର ଖେଳପଡ଼ିଆ ଓ କୋଠା ଉପରେ ପ୍ରଭାବ ପକାଉଛି ବୁଝାଇ ପାରିବା ।

ବାହ୍ୟ ପରିବେଶର ବ୍ୟବହାର

ବିଦ୍ୟାଳୟ ବାହାରେ ପରିବେଶର ଏକ ବିସ୍ତୁତ ସମ୍ବଳକୁ ବ୍ୟବହାର କରି ଆପଣ ଶିକ୍ଷଣକାର୍ଯ୍ୟ କରିପାରିବେ । ଯେପରିକି- ଆପଣ ନିଜେ କିମ୍ବା ଶିକ୍ଷାର୍ଥୀମାନଙ୍କୁ ପତ୍ର, କୀଟପତଙ୍ଗ (ପ୍ରଜାପତି, ବିଭିନ୍ନ ପ୍ରକାର ପୋକ ଇତ୍ୟାଦି), ଉଦ୍ଭିଦ, ବିଭିନ୍ନ ଶିଳା, ମୃତ୍ତିକା ଇତ୍ୟାଦି ସଂଗ୍ରହ କରିବାକୁ କହିବେ । ଯେଉଁଗୁଡ଼ିକ ଶିକ୍ଷଣ ସାମଗ୍ରୀ ଭାବେ ଆଗ୍ରହ ସୃଷ୍ଟି କରି ପାରିବ ଓ ଶିକ୍ଷାର୍ଥୀମାନଙ୍କର ନିର୍ଜାବ, ସଜୀବମାନଙ୍କର ପାର୍ଥକ୍ୟ ଦର୍ଶାଇବା ଏବଂ ବିଭିନ୍ନ ବସ୍ତୁ ଉପରେ ପରୀକ୍ଷା ଏବଂ ଆଲୋଚନା କରିବାରେ ସହାଯ୍ୟ କରିବ । ଅନ୍ୟ ସମ୍ବଳ ମଧ୍ୟରେ ବସ୍ ସମୟ ନିର୍ଘଣ୍ଟ, ବିଭିନ୍ନ ବିଜ୍ଞାପନ ପ୍ରଦର୍ଶନକୁ ଭିତ୍ତିକରି ଶିକ୍ଷାର୍ଥୀମାନଙ୍କର ସମୟ ଜ୍ଞାନର ଧାରଣା ଦିଆଯାଇ ପାରିବ ।

ଶ୍ରେଣୀ ପ୍ରକୋଷ୍ଠ ବାହାରେ ଥିବା ବିଭିନ୍ନ ଜିନିଷକୁ ଆମେ ଶ୍ରେଣୀକୁ ଆଣି ପାରିବା । ବାହାର ପରିବେଶ ଆମ ଶ୍ରେଣୀକକ୍ଷର ଏକ ବଦ୍ଧିତ ଅଂଶ । ଶିକ୍ଷାର୍ଥୀମାନେ ଭଲରେ ଶିଖିବା ପାଇଁ ବାହାର ପରିବେଶ ଅଧିକ ଉପଯୁକ୍ତ । ଯେତେବେଳେ ଶିକ୍ଷାର୍ଥୀମାନଙ୍କୁ ବାହାରକୁ ନେବା ସେମାନେ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ କରିବେ: ଯଥା

  • ଦୂରତା ମାପର ଆକଳନ
  • ଗୋଟିଏ ବୃତ୍ତର କେନ୍ଦ୍ରରୁ ପରିଧି ସମ ଦୂରତା ବିଶିଷ୍ଟ
  • ଦିନର ବିଭିନ୍ନ ସମୟରେ ଛାୟାର ମାପର ହିସାବ
  • ଚିହ୍ନ ଏବଂ ନିର୍ଦେଶକୁ ପଢ଼ି ବୁଝିବା
  • ସର୍ଭେ ଏବଂ ସାକ୍ଷାତକାର ପରିଚାଳନା କରିବା
  • ସୌର ଶକ୍ତିର ବ୍ୟବହାର ପାଇଁ ତାର ଠିକ୍ ସ୍ଥାନ ନିରୂପଣ କରିବା

• ବର୍ଷା ଅନୁସାରେ ଚାଷକୁ ଅନୁଧ୍ୟାନ କରିବା ।

ବାହ୍ୟ ପରିବେଶରେ ବାସ୍ତବଜ୍ଞାନ ସହିତ ନିଜସ୍ଵ ଅଭିଜ୍ଞତାକୁ ବ୍ୟବହାର କରି ଶିକ୍ଷା ଲାଭ କରିପାରିବେ ।

ଯଦି ଆପଣ ବିଦ୍ୟାଳୟ ପରିସର ବାହାରେ କିଛି କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି, ତେବେ କେତୋଟି କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଯେପରି, ବିଦ୍ୟାଳୟ ମୁଖ୍ୟଙ୍କ ନିକଟରୁ ଅନୁମତି ନେବା, ନିର୍ଦ୍ଧାରିତ ସମୟ, ସୁରକ୍ଷା ପ୍ରତି ଦୃଷ୍ଟି, ଆବଶ୍ୟକ ନିୟମ ବିଷୟରେ ଜାଣିବା ସହିତ ଶିକ୍ଷକ ଶିକ୍ଷାର୍ଥୀ ବାହାରକୁ ଯିବା ପୂର୍ବରୁ କେଉଁ ବିଷୟରେ ଜ୍ଞାନ ଆହରଣ କରିବାର ଅଛି ସେ ବିଷୟରେ ଜାଣିବା ଆବଶ୍ୟକ ।

ନୂତନ ସମ୍ବଳ ଗ୍ରହଣ

ଆପଣ ହୁଏତ ଆପଣଙ୍କ ପରିବେଶରେ ଥିବା ଉପଯୋଗୀ ସ୍ଥାୟୀ ସମ୍ବଳଗୁଡ଼ିକୁ ବ୍ୟବହାର କରିବାକୁ ଚାହୁଁଥାଇ ପାରନ୍ତି । କିନ୍ତୁ ଏହି ପରିବର୍ତ୍ତନ ଶ୍ରେଣୀ କକ୍ଷରେ ଶିକ୍ଷାର୍ଥୀମାନଙ୍କୁ ନିଶ୍ଚିତ ଅଧିକ ପ୍ରସଙ୍ଗିକ ହେବ । ଉଦାହରଣସ୍ୱରୂପ – ଆପଣ ହୁଏତ ଅନ୍ୟ ରାଜ୍ୟ ସହ କୌଣସି ବ୍ୟକ୍ତି ସମ୍ପର୍କିତ ଅଛନ୍ତି ତାଙ୍କର ନାମ ଏବଂ ସ୍ଥାନକୁ ବଦଳାଇ କିମ୍ବା କୌଣସି ଲିଙ୍ଗକୁ ପରିବର୍ତ୍ତନ କରି କିମ୍ବା ଏକ ଭିନ୍ନକ୍ଷମ ଶିଶୁକୁ ଅନ୍ତର୍ଭୁକ୍ତ କରି ଗଳ୍ପ, ଗୀତ ରଚନା କରିପାରିବେ । ଏହି ଉପାୟରେ ଆପଣଙ୍କର ସମ୍ବଳକୁ ଅଧିକ ଠିକ ଏବଂ ଅନ୍ତଃନିବେଶୀ କରି ଆପଣଙ୍କ ଶ୍ରେଣୀରେ ଶିକ୍ଷାଦାନ କରିପାରିବେ । ନିଜର ସହକର୍ମୀଙ୍କ ସହ ଆଲୋଚନା କରି ସମ୍ବଳଗୁଡ଼ିକର ବ୍ୟବହାର କରନ୍ତୁ ।

ବିଦ୍ୟାଳୟରେ ବିଭିନ୍ନ ଶିକ୍ଷକଙ୍କର ବିଭିନ୍ନ ଦକ୍ଷତାରେ ନିପୁଣତା ଥାଏ । ଜଣେ ଶିକ୍ଷକ ଶ୍ରେଣୀ ଗୃହରେ ଶିକ୍ଷାର୍ଥୀମାନଙ୍କ ବିଭିନ୍ନ କୌଶଳକୁ ବ୍ୟବହାର କରି ଶିକ୍ଷଣ କାଯ୍ୟ କରିବା ଆବଶ୍ୟକ ।

ଉଦାହରଣ: କିଏ ସଙ୍ଗୀତରେ ଦକ୍ଷ ବା, କିଏ ପ୍ରକଳ୍ପ କାର୍ଯ୍ୟରେ, କିଏ ଡ୍ରାମାରେ ତେଣୁ ସେମାନଙ୍କର ସହଯୋଗରେ କାର୍ଯ୍ୟ କରାଯିବା ଆବଶ୍ୟକ । ଏହା ଦ୍ଵାରା ଆପଣଙ୍କ ସହକର୍ମୀମାନଙ୍କର ସହାୟତାରେ ନିଜ ଅଞ୍ଚଳରେ ଏକ ଉଚ୍ଚକୋଟୀର ଶିକ୍ଷାଦାନ କରିପାରିବେ ।

ସମ୍ବଳ 2 : ଆମ୍ବ ଗଛର କାହାଣୀ

କିଏ ସେ କଲା କାହିଁକି କଲା

କେମିତି ଥିବା କଲା

ଏତେ ବଡ଼ ଏ ଦୁନିଆଁରେ

ମୋତେ ଯେ ସ୍ଥାନ ଦେଲା |

ଏଠି ସକାଳ ହୁଏ ସନ୍ଧ୍ୟା ହୁଏ

ଉଇଁ ସୁରୁଜ ଡୁବେ

ଜହ୍ନମାମୁଁକୁ କୋଳରେ ଧରି ତାରା ଆଲୁଅ ଜାଳେ

ଏହାରି ମଧ୍ୟେ କିଏ ଯେ ସିଏ

ମୋତେ ଯେ ସୃଷ୍ଟି କଲେ

ସେହି କର୍ତ୍ତାକୁ ଅନ୍ତରେ ମୁଁ

ପ୍ରଣତ ନତ ଢାଳେ

ଡାଳ ଅଛି। ପତ୍ର ଅଛି

ଅଛି ଯେ ଫୁଲ ଫଳ

ମୋର ଫଳକୁ ସଭିଏଁ ଖାଇ

ତୋଷ ହୁଅନ୍ତି ଜାଣ

ନାଆଁଟି ମୋର ଆମ୍ବଗଛ

ବିଧୁ ଯେ ରଚିଗଲା

ସେଇଥୁ ପାଇଁ ମଥା ଯେ ମୋର

ଚରଣେ ଢ଼ଳି ଗଲା

ଟାକୁଆଟିଏ ପୋତି ଦେଇ

ଦେଲେ ଟିକିଏ ପାଣି

କିଛି ଦିନେ ଗଜା ମୁଁ ହୁଏ

କେତେ ଯେ ଆଶା ଆଣି I

ଅଳ୍ପ ଦିନେ ପତ୍ର ହୁଏ

ଦିଅଇ ଡାଳ ମେଲି

ଫଗୁଣ ମାସେ ଆମ୍ବ ବଉଳ

ମୁଁ ସୁନ୍ଦର ଦିଶେ। ଖାଲି I

ପିଲାଠୁ ବୁଢ଼ା, ପଶୁଠୁ ପକ୍ଷୀ

ସଭିଙ୍କର ମୁଁ ପ୍ରିୟ

ପଣା ସଂକ୍ରାନ୍ତିରୁ ରଜ ଯାଏ

ନିତି ପାଏ ଆଦର

ମୋ ରସ ବିନା ଭଲ ଲାଗେ ନା

ଫ୍ରିଜଟା ଲାଗେ ଖାଲି I

ମୋରି ପତ୍ର ମୋ ରନ୍ଧା ଘର

ଚେର ଯୋଗାଏ। ପାଣି, ଖଣିଜ

ରବିର ଖରା ମୋର ଦହନ

ରୋଷେଇ ହୁଏ। ପତ୍ରରେ ଜାଣ,

ବଳକା ଖାଦ୍ୟ, ଆମ୍ବରେସଞ୍ଚେ

ତାହାକୁ ଖାଇ ଜୀବ ଯେ ବଞ୍ଚେ

ଅଙ୍ଗାରକାମ୍ଳ ବାୟୁରୁ ଆସି

ଦିଅଇ, ଅମ୍ଳଜାନ

ସେହି ଅମ୍ଳଜାନ ସଭିଙ୍କ ଜୀବନ

ତା ବିନା ଶୂନ୍ୟ ପ୍ରାଣ ।

ମୂର୍ଖ ନର ନ ବୁଝି କିଛି

ଦିଅଇ ମୋତେ ହାଣି

ବିପଦକୁ ସେ ନ ବୁଝି କିଛି

ଆଣୁଛି ହାତେ ଟାଣି ।

ସମ୍ବଳ 3 :ସ୍ଥାନୀୟ  ବିଜ୍ଞ ଲୋକଙ୍କୁ ନିମନ୍ତ୍ରଣ

ସ୍ଥାନୀୟ ବିଜ୍ଞ ଲୋକ, ଗାଳ୍ପିକ, କବିଙ୍କୁ ବିଦ୍ୟାଳୟକୁ ନିମନ୍ତ୍ରଣ କରିବା ଦ୍ଵାରା ଶିକ୍ଷକ ଓ ଶିକ୍ଷାର୍ଥୀମାନେ ଅଭିପ୍ରେରିତ ହୋଇଥା'ନ୍ତି । ଆମେ ଲକ୍ଷ୍ୟ କରିବା ଉଚିତ ଯେ ଅତିଥିମାନେ ସମୟ ଏବଂ ବିଷୟ ପ୍ରତି ଗୁରୁତ୍ଵ ଦେଇ ଆଲୋଚନା କରିବା ଆବଶ୍ୟକ ।

ଯଦି ଆମେ ସ୍ଥାନୀୟ ଅତିଥିମାନଙ୍କୁ ବିଦ୍ୟାଳୟକୁ ନିମନ୍ତ୍ରଣ କରିବା ନିମ୍ନ ବିଷୟକୁ ଧ୍ୟାନ ଦେବା ଆବଶ୍ୟକ ।

  • ଅତିଥିମାନେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବେ, ପୂର୍ବରୁ ଜାଣିଥିବେ ।
  • ପ୍ରସଙ୍ଗର ସ୍ପଷ୍ଟ ଶିକ୍ଷଣ ଉଦ୍ଦେଶ୍ୟ ରହିବା ଆବଶ୍ୟକ ।
  • ଶିକ୍ଷାର୍ଥୀମାନଙ୍କ ପାଇଁ କେଉଁ ବ୍ୟକ୍ତି ଠିକ୍ କାର୍ଯ୍ୟ କରିପାରିବେ ତାଙ୍କୁ ଯୋଗାଯୋଗ କରିବା ଆବଶ୍ୟକ ।
  • ବିଷୟଗତ ଧାରଣା ଥିବା ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବା ଆବଶ୍ୟକ ।
  • ପ୍ରଥମେ ବିଦ୍ୟାଳୟ ମୁଖ୍ୟଙ୍କ ଠାରୁ ଅନୁମତି ଲାଭ କରି ନିମନ୍ତ୍ରଣ କରିବା ଆବଶ୍ୟକ ।
  • ଅତିଥ୍ ପ୍ରସଙ୍ଗଭିରିକ ଆଲୋଚନା ତଥା ଶିକ୍ଷାର୍ଥୀମାନଙ୍କର ଲକ୍ଷ୍ୟ ସ୍ଥାନରେ ପହଞ୍ଚିବା ପାଇଁ ଚେଷ୍ଠିତ ହେଉଥିବେ ।
  • ଶିକ୍ଷାର୍ଥୀମାନଙ୍କର ପ୍ରଶ୍ନଗୁଡ଼ିକର ଉତ୍ତର ଦେଉଥବା ଆବଶ୍ୟକ ।
  • ଅତିଥି ଯିବା ପରେ ଶ୍ରେଣୀଗୁଡ଼ିକରେ ପରବର୍ତ୍ତୀ ପ୍ରସଙ୍ଗଗୁଡ଼ିକରେ ସମ୍ବଳଗୁଡ଼ିକ କିପରି ବିନିଯୋଗ କରାଯିବ, ତାହା ସ୍ଥିର କରିବାକୁ ଗୁରୁତ୍ଵ ଦେବା ଆବଶ୍ୟକ ।
  • ଶିକ୍ଷାର୍ଥୀମାନେ ଭବିଷ୍ୟତରେ ସେହି କୌଶଳଗୁଡ଼ିକ କିପରି ବିନିଯୋଗ କରିବେ ତାକୁ କ୍ରମାଗତ ଭାବରେ ଦୂରାନ୍ୱିତ କରିବା ଆବଶ୍ୟକ  ।
  • ଶିକ୍ଷାର୍ଥୀମାନଙ୍କୁ ଏହି କାର୍ଯ୍ୟଗୁଡ଼ିକ କରିବା ପାଇଁ ଅନ୍ୟ ସହକର୍ମୀମାନଙ୍କ ଦ୍ଵାରା ପ୍ରୋତ୍ସାହନ କରିବା ଉଚିତ ।

ସମ୍ବଳ4 : ଶ୍ରେଣୀ କକ୍ଷରେ ଗଳ୍ପ, କଥନର ବ୍ୟବହାର

ବିଜ୍ଞାନ ପଢ଼ାଇବା ସମୟରେଵ ଗଳ୍ପଟି ପ୍ରସଙ୍ଗ ଆଧାରିତ ହୋଇଥିବା ଦରକାର । ବିଜ୍ଞାନ ସହିତ ସମ୍ପର୍କିତ ହୋଇ ନଥିବା ଗଳ୍ପ କହିବା ମୂଲ୍ୟହୀନ । ଗଛର ବିଷୟଗୁଡ଼ିକ ପ୍ରସଙ୍ଗର ନାମ ଆଧାରରେ ହେବା ଉଚିତ । ଗୋଟିଏ ଆଗ୍ରହୋଦୀପକ ଗଳ୍ପରେ ନିମ୍ନ ସୁଚକ, ଥିବା ଆବଶ୍ୟକ ।

  • ଗୋଟିଏ ଗଛର ଉପକ୍ରମ, ବିଷୟବସ୍ତୁ ଏବଂ ଶେଷ କଥା ଥିବା ଆବଶ୍ୟକ ।
  • ଅଭିନୟ ଥିବ ।
  • ପ୍ରାଞ୍ଜଳ ଭାବରେ ବୁଝାଉଥିବ ।
  • ମୁଖ୍ୟ ବିଷୟବସ୍ତୁକୁ ଗୁରୁତ୍ଵ ଦେଉଥିବ ।
  • ଆବେଗ ଓ ଭାବନା ପ୍ରତି ଗୁରୁତ୍ଵ ଦେଉଥିବ ।
  • ବିଭିନ୍ନ ଚରିତ୍ରର କାର୍ଯ୍ୟକୁ ଦେଖି ପସନ୍ଦ ଓ ନାପସନ୍ଦ କରିପାରୁଥିବ ।
  • ବିଜ୍ଞାନ ପ୍ରସଙ୍ଗ ସହିତ ଗଛର ସମନ୍ଵୟକୁ ଗୁରୁତ୍ଵ ଦେଉଥିବ ।
  • ଶିକ୍ଷାର୍ଥୀମାନଙ୍କର ଚିନ୍ତାଧାରାକୁ ଗଳ୍ପ ମଧ୍ୟମରେ ପ୍ରେସାହିତ କରୁଥିବ ।

ଆପଣ ଯେତେବେଳେ ଗଳ୍ପଟିକୁ ବ୍ୟବହାର କରିବା ପାଇଁ ଚୟନ କରିବେ, ସେତେବେଳେ ଗପଟିକୁ କିପରି ଓ କେତେବେଳେ କହିବେ ଚିନ୍ତା କରନ୍ତୁ । ଉଦାହରଣସ୍ୱରୂପ- ଗଜଟିକୁ ପୁରା କହିବେ କିମ୍ବା ଅଧା ଅଂଶ କହିବେ। ଫଳରେ ଶିକ୍ଷାର୍ଥୀମାନେ ବାକି ଅଂଶକୁ ଅନୁସନ୍ଧାନ କରିବେ ।

ଗଳ୍ପଟିର ପ୍ରଭାବ ଶିକ୍ଷାର୍ଥୀମାନଙ୍କ ଉପରେ କିପରି ପଢୁଛି ତାକୁ ଲକ୍ଷ୍ୟ କରିବା । ଉଦାହରଣ – ଆଲୋକ ବିଷୟ ପଢ଼ାଇଲେ ସୂର୍ଯ୍ୟ ତଥା ଛାୟା ମଧ୍ୟରେ ସମ୍ପର୍କିତ ଗଛ ଆଲୋଚନା କରାଯାଇପାରେ ।

ବିଦ୍ୟାଳୟ ଗୁଡ଼ିକରେ ପ୍ରତ୍ୟେକ ଶିକ୍ଷକ ଗଛ ସଂଗ୍ରହ କରି ବିଜ୍ଞାନ ସମ୍ପର୍କିତ ଗଛ କିମ୍ବା ଗୀତ କହିଲେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆଗ୍ରହ ଆସିବ ।

ସମ୍ବଳ 5 : ମୂଷା ଓ ସାପ

ନିମ୍ନରେ ଦିଆଯାଇଥିବା ଗଳ୍ପଟିକୁ ପଢ଼ନ୍ତୁ ଓ ଏହାକୁ ବିଜ୍ଞାନ ପାଠରେ କପରି ବ୍ୟବହାର କରିବେ ଚିନ୍ତା କରନ୍ତୁ । ଗୋଟିଏ ଢମଣା ସାପ ଏକ ବିଲରେ ଗାତରେ ରହୁଥିଲା । ସାପଟି ବିଲ ଓ ଗୋଦାମକୁ ଆସୁଥିବା ମୂଷାକୁ ଖାଇ ବଞ୍ଚୁଥିଲା । ଏକଦା ସାପଟି ଭୋକରେ ଥିବା ବେଳେ ଗୋଟିଏ ମୂଷାକୁ ଦେଖି ତାକୁ ଖାଇବାକୁ ଚେଷ୍ଟା କଲା । କିନ୍ତୁ ମୂଷାଟି ବହୁତ ଗୋଲାକ, ଥିଲା । ତେଣୁ ମୂଷାଟି ଖସିଯାଇ ଭିତରେ ଲୁଚିଗଲା ଏବଂ ଗୋଦାମ ଘରେ ଥିବା  ଚାଉଳ  ଖାଇବାକୁ ଲାଗିଲା । ଅନ୍ୟ ମୂଷା ଭଳି ସେ ପ୍ରତିଦିନ 50 ଗ୍ରାମର ଚାଉଳ  ଖାଏ । ଦିନେ ତାର 8 ଟି ହୁଆ ହେଲା । ଗୋଟିଏ ମା ମୂଷା 3 ସପ୍ତାହରେ ଛୁଆ ଜନ୍ମ କରେ । ମୂଷା ଏବଂ ତାର ହୁଆମାନେ ଧୀରେ ଧୀରେ ବଡ଼ ହେଲେ । କାରଣ ସେଠାରେ ଥିବା ସାପଟିକୁ ଜମିର ମାଲିକ ମାରିଦେଇ ଥିଲା। କାରଣ ସେ ଜାଣି ନଥିଲା ଯେ ଢ଼ମଣା ସାପଟି ବିଷଧର ନୁହେଁ । (ଢ଼ମଣା ସାପଟି ମଣିଷଙ୍କ ପାଇଁ କ୍ଷତିକାରକ ଏବଂ ବିଷ ଧର ନୁହେଁ) କମ୍ ଦିନ ମଧ୍ୟରେ ମୁଷାର ଛୁଆଗୁଡିକ ବଡ଼ ହୋଇଗଲେ ଏବଂ ଚାଉଳ ଓ ଧ୍ୟାନ ଖାଇବା ଆରମ୍ଭ କଲେ । କାରଣ ମୂଷା ହୁଆ ଗୁଡ଼ିକ 5 ସପ୍ତାହ ମଧ୍ୟରେ ବଡ଼ ହୋଇଯାନ୍ତି । ଏବଂ ମୂଷାଗୁଡ଼ିକ 5 ସପ୍ତାହ ପରେ ବଡ଼ ହୋଇ ସେମାନେ ଛୁଆ ଜନ୍ମ କରିବା ଆରମ୍ଭ କଲେ । ସମସ୍ତେ ମିଶି ଗୋଦାମ ଘରେ ଚାଉଳ ଖାଆନ୍ତି । ଛଅ ସପ୍ତାହ ପରେ ସର୍ବ ପ୍ରଥମେ ମୂଷାଟି ଜେଜେମା ହୋଇଗଲା । ଏବଂ ତାର 8ଟି ଛୁଆ ବଡ଼ ହୋଇ ଆଠ, ଆଠଟି ଛୁଆ ଜନ୍ମ କରି ଦେଲେ ।

ପାଞ୍ଚ ସପ୍ତାହ ପରେ ତା ନାତି ନାତୁଣୀ ମାନେ ପ୍ରତ୍ୟେକ 50 ଗ୍ରାମ ଚାଉଳ ଖାଇବା ଆରମ୍ଭ କଲେ । ଗୋଟିଏ ମୂଷା ଦେଢ଼ କେଜିର ଚାଉଳ ଏକ ମାସରେ ଖାଏ

କେବଳ ମୂଷା ଚାଉଳ ନୁହେଁ ଅନ୍ୟାନ୍ୟ ଶସ୍ୟ ମଧ୍ୟ ଖାଆନ୍ତି ଏବଂ ସେମାନଙ୍କ ପାଖରେ ବହୁତ ରୋଗ ଜୀବାଣୁ ମଧ୍ୟ ଥାଆନ୍ତି, ଯାହା ମନୁଷ୍ୟଙ୍କ ମଧ୍ୟରେ ରୋଗ ଜୀବାଣୁ ସୃଷ୍ଟି କରେ । ଯେହେତୁ ଗୋଦାମ ଘରେ ଅନେକ ମୂଷା ଅଛନ୍ତି ତେଣୁ ଖୁବ୍ କମ୍ ଦିନରେ ଅନେକ ମୂଷା ହୋଇଗଲେ ।

ଶିକ୍ଷାର୍ଥୀମାନେ ତୁମେ କଣ ଭାବୁଛ ମୂଷା ଆମର କି କ୍ଷତି କରେ ? ଆମେ ଅହିଂସା ଭାବରେ ସେମାନଙ୍କର ସଂଖ୍ୟା କମେଇବା ପାଇଁ କ'ଣ କରି ପାରିବା ? ଏହା କାହିଁକି କରିବା ଉଚିତ୍ ?

ସମ୍ବଳ 6 : ଗଳ୍ପ କଥନ, ଗୀତ, ଡ୍ରାମା ଏବଂ ଅଭିନୟ

ଶିକ୍ଷାର୍ଥୀମାନେ ସବୁଠାରୁ ଭଲ ଶିଖିପାରନ୍ତି ଯେତେବେଳେ ସେମାନେ ଶିକ୍ଷଣକାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରନ୍ତି । ଆପଣଙ୍କ ଶିକ୍ଷାର୍ଥୀମାନେ ନିଜର ଭାବନା ଶକ୍ତିକୁ ବଢ଼ାଇ ପାରିବେ ଯେତେବେଳେ ନିଜର ଭାବନାକୁ ଅନ୍ୟମାନଙ୍କ ସହିତ ବାଣ୍ଟିବେ । ଗଛ କଥନ, ଗୀତ, ଅଭିନୟ, ଡ୍ରାମାଗୁଡ଼ିକ ଗୋଟିଏ ଗୋଟିଏ ମାଧ୍ୟମ ଯାହା ଶିକ୍ଷାର୍ଥୀମାନଙ୍କର ଭାବନା ଶକ୍ତିକୁ ପାଠ୍ୟକ୍ରମ ବହିର୍ଭୁତକୁ ନେଇ ମଧ୍ୟ ଶୈକ୍ଷିକ କାର୍ଯ୍ୟ କରିହେବ । ଗଣିତ ଓ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଏହା ସମ୍ଭବ ।

ଗଚ୍ଛକଥନ

ବୋଧ ଶକ୍ତି ବଢ଼ାଇବାରେ ଗଢ଼ି କଥନ ଏକ ଶ୍ରେଷ୍ଠ ମାଧ୍ୟମ । ବହୁତ ପାରମ୍ପରିକ ଗଢ଼ି ପିଢ଼ି ଅନୁସାରେ ଗଢ଼ି ଆସୁଛି । ଯେତେବେଳେ ଆମେ ଛୋଟ ଥୁଲେ। ସେତେବେଳେ ଉପର ପିଢ଼ି ଆମକୁ ଗଛ କହୁଥୁଲେ ଏବଂ ଏଥୁରେ ସାମାଜିକ ଚଳଣି ଏବଂ ନିୟମ ବିଷୟରେ ମଧ୍ୟ ଆମେ ଅବଗତ ହେଉଥୁଲୁ ।

 

ଶ୍ରେଣୀରେ ଗଳ୍ପ କଥନ ଏକ ଶ୍ରେଷ୍ଠ ମଧୁମ । ସେଗୁଡ଼ିକ ହୋଇପାରେ :

  • ଚିତ୍ତବିନୋଦନ, ଜିଜ୍ଞାସୁ ଏବଂ ଆଗ୍ରହପୂର୍ଣ୍ଣ ହେବା ଆବଶ୍ୟକ
  • ଗଛକଥନ ଦ୍ଵାରା ଆମେ ବାସ୍ତବ ଦୁନିଆରୁ କଚ୍ଛନା ଦୁନିଆକୁ ଖୋଲିଯାଉ
  • ଆହ୍ବାନମୂଳକ ହେବା ଦରକାର
  • ନୂତନ ଧାରଣା ବିଷୟରେ ଚିନ୍ତା କରିବାକୁ ପ୍ରେରିତ କରୁଥିବ
  • ଅନୁସନ୍ଧାନ ଭାବନାର ବିକାଶ କରିବାରେ ସାହାଯ୍ୟ କରେ
  • କୌଣସି ଗୋଟିଏ ଅଲଗା ପ୍ରସଙ୍ଗରେ ଥିବା ସମସ୍ୟାକୁ ଭାବିବାରେ ସାହାଯ୍ୟ କରେ

ଗଳ୍ପ କହୁଥିବା ସମୟରେ ଶିକ୍ଷାର୍ଥୀମାନଙ୍କ ଆଡ଼କୁ ଅନାଇ କହିବା ଆବଶ୍ୟକ । ଗଳ୍ପ କହୁଥିବା ସମୟରେ ଶିକ୍ଷାର୍ଥୀମାନେ ଆନନ୍ଦ ଉପଭୋଗ କରିବେ ଯଦି ଆମେ ଗଛର ଚରିତ୍ର ଗୁଡ଼ିକ ଅନୁସାରେ ଅଲଗା ସ୍ଵର ଏବଂ ଯଥା ସମୟରେ ଶବ୍ଦର ଅଦଳବଦଳ କରିବା ସହିତ ବଡ଼ ପାଟିରେ କହିବା କିମ୍ବା ଗୁଣୁଗୁଣୁ ହୋଇ କହିବା । ନିଜ ଭାଷାରେ ଏବଂ ପାଠ୍ୟ ପୁସ୍ତକର ସାହାଯ୍ୟ ନ ନେଇ ଘଟଣା ଅନୁସାରେ ଆପଣ ବିଷୟ ଆଧାରିତ ଗଛ। ଅଭ୍ୟସ କରିବା ଆବଶ୍ୟକ ।

ଗଛକୁ ଅଧିକ ରୋମାଞ୍ଚିକ ଓ ଜୀବନ୍ତ କରିବା ପାଇଁ ବିଷୟ ଆଧାରିତ ବସ୍ତୁ କିମ୍ବା ପୋଷାକ ବ୍ୟବହାର ଶ୍ରେଣୀକକ୍ଷରେ କରିବା ଉଚିତ ।ଗଳ୍ପ ଉପସ୍ଥାପନା କରିବା ପୂର୍ବରୁ ଏହାର ଉଦ୍ଦେଶ୍ୟ ଏବଂ ସେହି ସମୟରେ ଶିକ୍ଷାର୍ଥୀମାନେ କଣ ଶିଖିବାକୁ ଯାଉଛନ୍ତି ତାହା ଜଣାଇବା ଉଚିତ । ଆପଣ ଗଛ କହିବା ପୂର୍ବରୁ ଏହି ଗଛ ଆଧାରିତ ଶବ୍ଦାବଳୀ ଏବଂ ଗଛର ମୂଳତତ୍ତ୍ୱ କହିବା ଆବଶ୍ୟକ । ଆପଣ ମଧ୍ୟ ପାରମ୍ପରିକ

ଗଛ କହି ପାରୁଥିବା ବ୍ୟକ୍ତିଙ୍କୁ ଶ୍ରେଣୀକକ୍ଷକୁ ଆଣିପାରିବେ । କିନ୍ତୁ । ଧ୍ୟାନ ଦେବେ ଯେ ଯେଉଁ ବିଷୟ ପଢ଼ାଇବାକୁ ଯାଉଛନ୍ତି ସେହି ବିଷୟରେ ଜ୍ଞାନ ଶିକ୍ଷାର୍ଥୀମାନଙ୍କ ସହିତ ଗଛ କହିବା ପାଇଁ ଆସିଥିବା ବ୍ୟକ୍ତି ଜାଣିଥିବା ଆବଶ୍ୟକ ।

ଗଳ୍ପକଥନ ଦ୍ଵାରା କିଛି ଶିକ୍ଷାର୍ଥୀମାନେ ତୁରନ୍ତ ପାଠ୍ୟ ବିଷୟକୁ ବୁଝିପାରନ୍ତି । ଶିକ୍ଷାର୍ଥୀମାନେ କୌଣସି ଗଳ୍ପରେ  ଥିବା ଚରିତ୍ର ବିଷୟରେ ବର୍ଣ୍ଣନା କରିପାରିବେ, ଚିତ୍ର ଆଙ୍କି ପାରିବେ, ଘଟଣା ବଦଳାଇ ସ୍ଵତନ୍ତ୍ର ଗଳ୍ପ ପ୍ରସ୍ତୁତ କରିପାରିବେ, କଥୋପକଥନ ଏବଂ ଗଛର ଶେଷାଚିଂଶ ବଦଳାଇ ପାରିବେ । ଗଳ୍ପକୁ ବିଶ୍ଳେଷଣ କରି ସେଥିରେ ଥିବା ତଥ୍ୟ ବାହାର କରି ପାରିବେ । ସେହି ଘଟଣା ସମ୍ବନ୍ଧୀୟ ବିତର୍କ,, ବୈଜ୍ଞାନିକ ବିଶ୍ଳେଷଣ କରି ଆନୁଷ୍ଠାନିକ ଆଲୋଚନା କରିପାରିବେ ଏବଂ ଗାଣିତିକ ସମସ୍ୟା ସମାଧ୍ୟାନ କରିପାରିବେ । ଶିକ୍ଷାର୍ଥୀମାନଙ୍କୁ ଆମେ ନିଜେ ଗଳ୍ପ ଗଠନ ଏବଂ ଏହାର ବିଷୟ ବସ୍ତୁ ଓ ଗଛର ଭାଷା ବିଷୟରେ ଅବଗତ କରାଇ ପାରିବା ତେବେ ସେମାନେ ନିଜେ ନିଜର ଗଳ୍ପ କହିବାରେ ସକ୍ଷମ ହେବେ । ଏପରିକି ଗଣିତ ଓ ବିଜ୍ଞାନରେ ଆମେ ମଧ୍ୟ ସ୍ପଷ୍ଟ ଧାରଣା ଦେଇ ପାରିବା । ଆମେ ଦେଖିବାକୁ ପାଇବା ଯେ ସେମାନେ ନିଜ କଳ୍ପନାରେ ଖେଳୁଛନ୍ତି ଶବ୍ଦର ଅନୁସନ୍ଧାନ କରୁଛନ୍ତି ଏବଂ ନିଜେ ଗଳ୍ପ ସଂରଚନା ଓ ଗଳ୍ପର ସାରାଂଶ ଗ୍ରହଣ କରୁଛନ୍ତି ।

ଗୀତ

ଗୀତ ଓ ବାଦ୍ୟର ବ୍ୟବହାର ଦ୍ଵାରା ଶ୍ରେଣୀ କକ୍ଷରେ ବିଭିନ୍ନ ଶିକ୍ଷାର୍ଥୀ ଅଂଶଗ୍ରହଣ କରି ସଫଳତା ପାଇଥାଆନ୍ତି । ଏକାଠି ଗାଇବା ଦ୍ଵାରା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଦଳଗତ ସହଯୋଗୀତା ଗଠିତ ହୁଏ ଏବଂ ଏହାଦ୍ଵାରା ଶିକ୍ଷାର୍ଥୀମାନଙ୍କର ସମଷ୍ଟିଗତ ଭାବନା ଜାଗ୍ରତ ହୁଏ କାରଣ, ବ୍ୟକ୍ତିଗତ ପ୍ରଦର୍ଶନର ଗୁରୁତ୍ଵ ନ ଥାଏ । ଏହି ଗୀତ ଏବଂ ତାଳ ଦ୍ଵାରା ସେମାନଙ୍କୁ ଧାରଣାଗୁଡ଼ିକ ସହଜରେ ମନେ ରଖିବା ଏବଂ ଏହା ମଧ୍ୟ ଭାଷା ଏବଂ କଥନଶୈଳୀର ଉନ୍ନତିରେ ସାହାଯ୍ୟ କରିଥାଏ ।

ଯଦି ଆପଣ ଜଣେ ଭଲ ଗାୟକ ନୁହଁନ୍ତି, ଆପଣ ଶ୍ରେଣୀରେ ଥିବା ଭଲ ଗୀତ ଗାଉଥିବା ଶିକ୍ଷାର୍ଥୀର ସାହାଯ୍ୟ ନେଇପାରିବେ ଏବଂ ଗୀତରେ ଉତଫୁଲ୍ଲିତ ବା ଉତ୍ସାହିତ କରିବା ପାଇଁ ଆପଣ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିପାରିବେ ଯେମିତି ଏହା ଦ୍ଵାରା ଶିକ୍ଷାର୍ଥୀମାନେ ବିଷୟକୁ ବୁଝିପାରିବେ । ଆପଣ ଏପରି ଗୀତ ବ୍ୟବହାର କରିବେ ଯାହା ଆପଣ ଆଗରୁ ଜାଣିଥିବେ, ମନେ ରଖିଥିବେ ଏବଂ ଅବସ୍ଥା ଅନୁସାରେ ଗୀତକୁ ବଦଳାଇ ଦେଇ ପାରୁଥିବେ । ମନେ ରଖିବା ପାଇଁ ସଙ୍ଗୀତ ଏକ ଶ୍ରେଷ୍ଠ ମାଧ୍ୟମ । ଏପରିକି ସୂତ୍ର ଏବଂ ତାଲିକା ମଧ୍ୟ ଆପଣ ସଙ୍ଗୀତ ମଧ୍ୟରେ ବ୍ୟବହାର କରିପାରିବେ । ଆପଣ ମଧ୍ୟ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ନିଜସ୍ଵ ଗଳ୍ପ / ଗୀତ ତିଆରି କରିବାକୁ ଉତ୍ସାହିତ କରିବା ସହିତ ଯେପରି ଆପଣ ଗାଉଥିବା ଗୀତକୁ ଶିକ୍ଷାର୍ଥୀ ବାରମ୍ବାର ଦୋହରାଇ ଗାଇବେ । ସେଥିପ୍ରତି ଗୁରୁତ୍ଵ ପ୍ରଦାନ କରିବେ ।

ଭୂମିକା ଅଭିନୟ (ନାଟକ)

ଭୂମିକା ଅଭିନୟରେ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କୁ ଦିଆଯାଇଥିବା ଏକ ନିର୍ଦ୍ଦିଷ୍ଟ ଭୂମିକାରେ ଅଭିନୟ କରିବାକୁ ହୁଏ । ସେହି ଦୃଶ୍ୟରେଖାରେ ଅଭିନୟ କରିବା ସମୟରେ ସେମାନେ ଅଭିନୟ କରୁଥିବା ଚରିତ୍ରର ବ୍ୟବହାର ଏବଂ ତାର ଉଦ୍ଦେଶ୍ୟକୁ ହୃଦୟଙ୍ଗମ କରି ଗ୍ରହଣ କରିଥାନ୍ତି ଏବଂ ସେହିପରି ସେହି ଚରିତ୍ରର ସଂଳାପ କୁହନ୍ତି ଓ ଅଭିନୟ କରନ୍ତି । ଏଥିରେ ସେମାନଙ୍କୁ ନାଟକର କୌଣସି ପ୍ରସ୍ତୁତ ଲେଖା ଯୋଗାଇ ଦିଆଯିବ ନାହିଁ । କିନ୍ତୁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ ଯେ, ଶିକ୍ଷାର୍ଥୀ ସେହି ଭୂମିକାଟିକୁ ଗ୍ରହଣ କରିବାରେ ସକ୍ଷମ ହେବା ପାଇଁ, ଶିକ୍ଷକ ତାଙ୍କୁ ଭୂମିକାଟି ସମ୍ବନ୍ଧରେ ପ୍ରଚୁର ତଥ୍ୟ ଯୋଗାଇ ଦେବେ । ଯେଉଁ ଶିକ୍ଷାର୍ଥୀମାନେ ନାଟକରେ ଅଭିନୟ କରୁଛନ୍ତି ସେମାନେ ସ୍ଵତଃସ୍ଫୁର୍ଭ ଭାବରେ ନିଜର ଚିନ୍ତନ ଏବଂ ଭାବନାକୁ କିପରି ପ୍ରକାଶ କରିପାରିବେ । ସେଥିପାଇଁ ତାଙ୍କୁ ଉତ୍ସାହିତ କରାଯିବା ଉଚିତ ।

ଭୂମିକା ଅଭିନୟର ଅନେକ ଗୁଡ଼ିଏ ସୁବିଧା ରହିଛି। ଏହା :

  • ବାସ୍ତବ ଜୀବନର ବିଭିନ୍ନ ପରିସ୍ଥିତିର ଅନୁସନ୍ଧାନରେ ସାହାଯ୍ୟ କରେ ଯାହା ଅନ୍ୟ ଲୋକମାନଙ୍କର ଭାବନା ବୁଝିପାରିବାର ଶକ୍ତିକୁ ଉନ୍ନତ କରେ ।
  • ନିଷ୍ପଭି ନେବାରେ ଦକ୍ଷତାର ଉନ୍ନତିକୁ ପ୍ରୋତ୍ସାହିତ କରେ ।
  • ଶିକ୍ଷାର୍ଥୀଙ୍କୁ ସକ୍ରିୟଭାବରେ ଶିକ୍ଷଣରେ ନିୟୋଜିତ କରେ ଏବଂ ଏଥିରେ ଅଂଶଗ୍ରହଣ ପାଇଁ ସକ୍ଷମ କରାଏ ।
  • ଉଚ୍ଚସ୍ତରର ଚିନ୍ତନ ପାଇଁ ପ୍ରୋତ୍ସାହିତ କରେ ।

ବିଭିନ୍ନ ସାମାଜିକ ପରିସ୍ଥିତିରେ କିଛି କହିବା ପାଇଁ ଏହି ଭୂମିକା ଅଭିନୟ ଛୋଟ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବିଶ୍ଵାସ ବଢ଼ାଏ । ଉଦାହରଣସ୍ୱରୂପ- ଦୋକାନରେ ଜିନିଷ କିଣିବା ବେଳେ ଦରଦାମ୍ ବୁଝି ଉକୃଷ୍ଣ ଜିନିଷ ଆଣିବା ପାଇଁ ଅଭିନୟ, ସ୍ଥାନୀୟ କୀର୍ତ୍ତିକୁ ଯିବା ପାଇଁ ରାସ୍ତା ଦେଖାଇବାରେ ପର୍ଯ୍ୟଟକଙ୍କୁ ସୂଚନା ପ୍ରଦାନ କିମ୍ବା ଟିକେଟ୍ କ୍ରୟ । ଆପଣ କିଛି ସରଳ ରଙ୍ଗମଞ୍ଚର ଜିନିଷ ଏବଂ ସଙ୍କେତ ବ୍ୟବହାର କରିପାରିବେ । ଯେପରି କ୍ଷୁଦ୍ର କଫି ଘର, ଡାକ୍ତରଙ୍କ ଅସ୍ତ୍ରୋପରଚାର କିମ୍ବା ଗ୍ୟାରେଜ୍ । ଆପଣଙ୍କ ଶିକ୍ଷାର୍ଥୀଙ୍କୁ ପଚାରନ୍ତୁ “କିଏ ଏଠାରେ କାମ କରନ୍ତି ?” ସେମାନେ କ’ଣ କୁହନ୍ତି ଏବଂ "ଆମେ ତାଙ୍କୁ କ'ଣ ପଚାରନ୍ତି” ଏବଂ ସେମାନଙ୍କ ଭାଷାର ବ୍ୟବହାରକୁ ଲକ୍ଷ୍ୟ କରି ଏକ ପାରସ୍ପରିକ କ୍ରିୟା କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରନ୍ତୁ ।

ବଡ଼ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କର ଜୀବନ କୌଶଳର ଦକ୍ଷତାକୁ ଏହି ଭୂମିକା ଅଭିନୟ ଉନ୍ନତ କରେ । ଉଦାହରଣ ସ୍ୱରୂପ – ଶ୍ରେଣୀରେ ଦ୍ଵନ୍ଦକୁ କିପରି ସମାଧ୍ୟାନ କରାଯାଇ ପାରିବ - ତାକୁ ଅନୁସନ୍ଧାନ କରିବା । ବିଦ୍ୟାଳୟରେ ଘଟୁଥିବା ପ୍ରକୃତ ଘଟଣାର ବ୍ୟବହାର ବଦଳରେ ଆପଣ ତା ସଦୃଶ ଏକ ଦୃଶ୍ୟ ଯାହାକି ସେହି ସମାନ ବିଷୟ ଆଧାରିତ ହୋଇଥିବ ତାକୁ ନେଇ ପାରିବେ । ଶିକ୍ଷାର୍ଥୀମାନେ ସେଥି ମଧ୍ୟରୁ ଗୋଟିଏ ଭୂମିକା ଗ୍ରହଣ କରିବେ ଏବଂ ଆପଣ ସେମାନଙ୍କୁ ଯୋଜନା ପ୍ରସ୍ତୁତ ପାଇଁ କିଛି ସମୟ ଦିଅନ୍ତୁ ଏବଂ ତତକ୍ଷଣାତ୍ ଅଭିନୟ ପାଇଁ କୁହନ୍ତୁ । ଏହା ଶ୍ରେଣୀରେ ପ୍ରଦର୍ଶିତ କରାଯିବ କିମ୍ବା ଶିକ୍ଷାର୍ଥୀମାନେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ଏହି ଅଭିନୟ କରିବେ । ଯାହାଦ୍ଵାରା ସମସ୍ତେ ଅଭିନୟର ସୁଯୋଗ ପାଇ ପାରିବେ । ଧ୍ୟାନ ଦେବେ ଏହି ସକ୍ରିୟାସକ କାର୍ଯ୍ୟଟିର ଉଦ୍ଦେଶ୍ୟ ହେଉଛି ଭୂମିକା ଅଭିନୟ ଏବଂ ଏହାର ଅଭିଜ୍ଞତା ଆପଣ ସେମାନଙ୍କ ପୋଷାକ ପାଇଁ କାର୍ଯ୍ୟ କିମ୍ବା କୌଣସି ବଲିଉଡ଼ ଅଭିନେତାଙ୍କୁ ପୁରସ୍କାର ପାଇଁ ଏହା କରୁନାହାନ୍ତି ।

ବିଜ୍ଞାନ ଏବଂ ଗଣିତ ପାଇଁ ମଧ୍ୟ ଭୂମିକା ଅଭିନୟ ସମ୍ଭବ । ଶିକ୍ଷାର୍ଥୀମାନେ ପରମାଣୁର ବ୍ୟବହାରକୁ ମଡେଲ ଆକାରରେ ନେଇ ଏହା କରିପାରିବେ । ଦ୍ରବ୍ୟର କ୍ଷୁଦ୍ରତ୍ତମ ଅଂଶକୁ ଚରିତ୍ର ଆକାରରେ ନେଇ ସେମାନେ  ଭିତରେ ଥିବା ପାରସ୍ପରିକ କ୍ରିୟା ଏବଂ ତାପ କିମ୍ବା ଆଲୋକର ପ୍ରଭାବରେ ଏମାନଙ୍କ ବ୍ୟବହାରରେ ପରିବର୍ଭନ । ଗଣିତରେ ଶିକ୍ଷାର୍ଥୀମାନେ କୋଣ, ଆକୃତିକୁ ନେଇ ସେଗୁଡ଼ିକର ଗୁଣକୁ ଅଭିନୟ ମାଧ୍ୟମରେ ଦର୍ଶାଇ ପାରିବେ ।

ନାଟକ ଅଭିନୟ ( ଡ୍ରାମା)

ଅଧିକାଂଶ, ଶିକ୍ଷାର୍ଥୀଙ୍କୁ ଅଭିପ୍ରେରିତ କରିବା ପାଇଁ ଶ୍ରେଣୀଗୃହରେ ନାଟକର ବ୍ୟବହାର ଏକ ଭଲ ଯୋଜନା ଅଟେ । ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ନାଟକ କୌଶଳ ଏବଂ ଆତ୍ମବିଶ୍ଵାସକୁ ବୃଦ୍ଧି କରେ । ଶିକ୍ଷାର୍ଥୀମାନେ ଗୋଟିଏ ପ୍ରସଙ୍ଗ ବିଷୟରେ କ’ଣ ବୁଝିଛନ୍ତି ଏହାର ମୂଲ୍ୟ ନିର୍ଦ୍ଧାରଣ କରିପାରେ । ଟେଲିଫୋନ୍‌ର ବ୍ୟବହାରର ଅଭିନୟ ଦ୍ଵାରା ଆମେ ଏହା ଦର୍ଶାଇ ପାରିବା ଯେ ମସ୍ତିଷ କିପରି କାର୍ଯ୍ୟ କରୁଛି । ଖବର କିପରି ମସ୍ତିଷ୍କରୁ କାନ, ଆଖି, ନାକ, ହାତ ଏବଂ ପାଟି ଏବଂ ପୁନଶ୍ଚ ସୁଷୁସ୍ନାକାଣ୍ଡ ଆଦିକୁ ଯାଉଛି । କିମ୍ବା ଏକ ଛୋଟ କୌତୁକିଆ ନାଟକ- ‘ସଂଖ୍ୟା ଫେଡାଣର ପଦ୍ଧତି ଭୁଲିବାର ଭୟଙ୍କର ପରିଣତି” ଏହା ବଡ଼ ଶିକ୍ଷାର୍ଥୀମାନଙ୍କର ମନରେ ଠିକ୍ ପଦ୍ଧତିକୁ ଦୃଢ଼ କରିବ ।

ଶ୍ରେଣୀରେ ଉପସ୍ଥିତ ଥିବା ଅନ୍ୟ ଶିକ୍ଷାର୍ଥୀମାନଙ୍କ ପାଇଁ ବିଦ୍ୟାଳୟ କିମ୍ବା ଅଭିଭାବକ ଏବଂ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ଏହି ନାଟକ ଅତ୍ୟନ୍ତ ଉପାଦେୟ । ଏହି ଲକ୍ଷ୍ୟ ତାଙ୍କୁ କିଛି କାର୍ଯ୍ୟ କରିବା ପାଇଁ ପ୍ରେରଣା ପ୍ରଦାନ କରିଥାଏ । ଏହି ନାଟକ ପ୍ରସ୍ତୁତି ପରି ସୃଜନାତ୍ମକ କାର୍ଯ୍ୟରେ ସମ୍ପୁର୍ଣ୍ଣ ଶ୍ରେଣୀ ନିୟୋଜିତ ହେବା ଉଚିତ । ବିଶ୍ଵାସନୀୟତା ସ୍ତରର ପାର୍ଥକ୍ୟକୁ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ଵପୂର୍ଷ ଅଟେ । ସମସ୍ତ ଶିକ୍ଷାର୍ଥୀ ଅଭିନେତା ହେବା ପାଇଁ ବାଧ ନୁହନ୍ତି । ସେମାନେ ଅନ୍ୟ କ୍ଷେତ୍ର ଯେପରି ପୋଷାକ, ଆୟୋଜନ, ବିଭିନ୍ନ ସାମଗ୍ରୀ ଯୋଗାଣ, ମଞ୍ଚ ପ୍ରସ୍ତୁତିରେ ମଧ୍ୟ ଅଂଶଗ୍ରହଣ କରିପାରିବେ । ଯାହାକି ସେମାନଙ୍କର ବ୍ୟକ୍ତିତ୍ଵ ଏବଂ ଦକ୍ଷତା ସହିତ ସମ୍ପୁକ୍ତ ଥିବ ।

ଆପଣ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ପାଇଁ ନାଟକ ଅଭିନୟ କାହିଁକି ବ୍ୟବହାର କରୁଛନ୍ତି, ଏହା ଜାଣିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହା ଭାଷା (ପ୍ରଶ୍ନ ପଚାରିବ ଓ ଉତ୍ତର ଦେବା। ) ବିଷୟ ଜ୍ଞାନ କିମ୍ବା ନିର୍ଦ୍ଦିଷ୍ଟ କୌଶଳର ବିକାଶ ସାଧନ କରେ କି ? ମନେରଖନ୍ତୁ, ଅଭିନୟକୁ ଗୁରୁତ୍ଵ ଦେଇ ଯେପରି ନାଟକ ଅଭିନୟର ଶିକ୍ଷଣ ଲକ୍ଷ୍ୟ ହଜି ନ ଯାଉ ।

ଆଧାର :ଟ୍ରେସ୍ ଇଣ୍ଡିଆ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top