ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗାଁ-ବିଷୟରେ ରଚନା
ସେଆର କରନ୍ତୁ

ଗାଁ-ବିଷୟରେ ରଚନା

ଗାଁ-ବିଷୟରେ ରଚନା

ଉପକ୍ରମ

ଗାଁ ବୋଇଲେ ସେଇ ଆମ୍ବତୋଟା, ସେଇ ଭଙ୍ଗାଫଟା ପୁଆଳ ଛାଦନକରା ଘର, ଗଦା ଗଦା ମାଟି, ଅନେକ ଢିପ, ଆହୁରି ଅନେକ ଖାଲ, ଶାଗୁଆ ପାଣିର ଗୋଟିଏ ପୋଖରୀ ଆଉ ଧୂଳି ରାସ୍ତା ଆବର୍ଜନା, ଗୋବର-କୁଟା, କାଦୁଅ ଧେତ୍‌ ! ଚମପିନ୍ଧା କଙ୍କାଳର ଦଳ କିଏ ପିଣ୍ଡାରେ ବସି କାଶୁଛି ତ କିଏ ପର୍ଚ୍ଛିରେ ଗୋଟିଏ ଛିଣ୍ଡା ବୁନ୍ଧୁଆ ଗୁନ୍ଥା ଖଟରେ ଶୋଇ କୁନ୍ଥଉଚି, କୁହୁରୁଚି

ବର୍ଣ୍ଣନା

କେହି କହିପାରିବେ ନାଇଁ ଆଜି କି ବାର, ଆଜି କେତେ ତାରିଖ

ଖାଇବା ପାଇଁ ଯାହାର ଲଙ୍କା ଲୁଣ ତେନ୍ତୁଳି ଟିକିଏ ବି ଅଭାବ, ପିନ୍ଧିବା ପାଇଁ ଲେଙ୍କଡ଼ା ଖଣ୍ଡେ ବି ନାହିଁ, ଯାହାକୁ ଘୋଡ଼ାଇହେଲେ ଦୃଶ୍ୟ ହୁଏ ସେମାନଙ୍କର ସବୁ ଗୋପନୀୟ ଅଙ୍ଗ ଓ ଅବୟବ…ସୃଜନର ଯନ୍ତ୍ରମାନ…ଖଣ୍ଡ ଖଣ୍ଡ ମେଞ୍ଚା ମେଞ୍ଚା ମାଂସ, ତାରି ଭିତରର ଶିରା ପ୍ରଶିରାରେ ରକ୍ତର ଲଗାମହୀନ ଦୌଡ଼ ନାହିଁ

କେହି କହିପାରିବେ ନାହିଁ, ଭାରତବର୍ଷ କେବେ ସ୍ବାଧୀନ ହେଲା

ସେମାନଙ୍କର ଜୀବନ ସରଳ, ନିରାଡ଼ମ୍ବର ହେ ବ୍ୟବସ୍ଥାପକମାନେ ! ତୁମର ଚଶମା-କାଚରେ ସେ ବଳ କାହିଁ ଯେ ତୁମେ ସେମାନଙ୍କର ଅସଲ ଚେହେରା ଦେଖିପାରିବ ? ତୁମେ ତାଙ୍କର ଭାଗବତ ଟୁଙ୍ଗୀ, ପଦ୍ମପୋଖରୀ ଓ ମନ୍ଦମଳୟ ପ୍ରବାହିତ ଆମ୍ବ ବୁରେଇ କଥା କହି କହି ବାହାର ଲୋକଙ୍କୁ ଭଣ୍ଡାଇଛ ଯାହା ବାସ୍ତବ ତାକୁ ଲଙ୍ଗଳା କରି ପ୍ରକାଶ କରିବାକୁ ଡର ତେଣୁ ନିଜ କାନ୍ଧରୁ ଦାୟିତ୍ବର ବୋଝ ନେଇ ଅନ୍ୟର କାନ୍ଧ ଉପରେ ଲଦି ଦେଇ, ଗୋଟିଏ ରୋମାଣ୍ଟିକ୍‌ ଭାଷା ବିନ୍ୟାସରେ ନୁଖୁରା କଥାକୁ ସାଳଙ୍କୃତ କରି ତୁମେମାନେ କହୁଚ ଯେ ସେମାନେ ନିଷ୍କପଟ, ସରଳ, ସାଧୁ, ନିରାଡ଼ମ୍ବର, ଧର୍ମପରାୟଣ !

କେହି କହିପାରିବେ ନାହିଁ ରାଜଧାନୀ କେଉଁଠି ଓ ସେଠି ଯାଇ ପହଁଞ୍ଚିବାକୁ କେତେ ସମୟ ଦରକାର

ଲାଜ ନାହିଁ ତୁମ ମୁହଁରେ ? ଦିନ ଦିନ ଧରି ଯୁକ୍ତି କରୁଛ ଯେ ସେମାନେ ମରୁଛନ୍ତି କିପରି… ଅନାହାର ନା ଅଳ୍ପାହାର ?

ତୁମଦ୍ବାରା ନିଯୁକ୍ତ, ପ୍ରତିପାଳିତ ଓ ପ୍ରମୋଶନ-ପ୍ରତ୍ୟାଶୀ ଡାକ୍ତର କ’ଣ ଏଇ ସାମାନ୍ୟ ଟିକିଏ କଥା ବି ଜାଣିନାହିଁ ଯେ, ଭୋକ ମଧ୍ୟ ଗୋଟିଏ ରୋଗ ଓ ଦାରିଦ୍ର୍ଯ ମଧ୍ୟ ଏକ ବ୍ୟାଧି ?

ସେମାନେ ମରନ୍ତି-ଝାଡ଼ାବାନ୍ତି/ଖଇଫୁଟା ତାତି/ଜର/କାଶ/ବାତ ଚିକିତ୍ସା ଶାସ୍ତ୍ର ବୋଇଲେ ଯେ ଜମାରୁ କିଛି ବୁଝେନା, ସେ ଏଇ ସବୁ କାରଣ ଦିଏ, ନହେଲେ ଉପରକୁ ହାତ ଦେଖାଇଦିଏ ହେଲେ ମୁଁ ଜାଣେ ଓ ତୁମେମାନେ ବି ଜାଣ ଯେ, ସେମାନେ ଟ୍ୟୁବରକ୍ୟୁଲୋସିସ୍‌, ପେପ୍‌ଟିକ୍‌ ଅଲ୍‌ସର୍‌, ପାରାଲିସିସ୍‌, ସେରିବ୍ରାଲ୍‌ ଇନ୍‌ଫେକ୍‌ସନ୍‌, କ୍ୟାନସର୍‌ ଓ ଟ୍ୟୁମର… ଏ ସବୁ ସହ ଲଢ଼ି ଲଢ଼ି ମରନ୍ତି

କେହି କହିପାରିବେ ନାହିଁ, ଭାରତକୁ କିଏ ମନେରଖିଚି ବନ୍ଧୁଗଣ ! ବ୍ୟବସ୍ଥାପକମାନେ ସରକାରୀ କର୍ମଚାରୀମାନଙ୍କର ଗୋଲାମ ହୋଇ ଓ ସରକାରୀ କର୍ମଚାରୀମାନେ ବ୍ୟବସ୍ଥାପକ, ମନ୍ତ୍ରୀ ଓ ବ୍ୟବସାୟୀମାନଙ୍କର ଗୋଲାମ ହୋଇ ସବୁ ପାଶୋରି ଦେଇଛନ୍ତି, ଭୁଲିଯାଇଛନ୍ତି

ମୋ ଗାଁର ଲୋକମାନେ ଆପତ୍ତି, ଅଭିଯୋଗ ଓ ପ୍ରତିବାଦ କିପରି କରିବାକୁ ହୁଏ ଜାଣନ୍ତି ନାହିଁ ଚରମପତ୍ର ଓ ଧର୍ମଘଟ ନୋଟିସ କେଉଁ ଭାଷାରେ ଲେଖିବାକୁ ହୁଏ ଜାଣନ୍ତି ନାହିଁ ମୋ ଗାଁରେ ଗତ ପଚାଶ କି ଶହେ ଦୁଇଶହ ବର୍ଷ ମଧ୍ୟରେ ଗୋଟିଏ ବି ଶୋଭାଯାତ୍ରା ବାହାରିନାହିଁ କେହି କେବେ ଦିନେ ପ୍ଳାକାର୍ଡ଼ ଧରି ସ୍ଳୋଗାନ୍‌ ଦେଇନାହିଁ, କି କାନ୍ଥବାଡ଼ରେ ପୋଷ୍ଟର ମାରିନାହିଁ, ବିକ୍ଷୋଭ ପ୍ରଦର୍ଶନ କରିନାହିଁ, ଧାରଣା ଦେଇନାହିଁ

ହଁ, ମାସକୁ ଦୁଇ ଚାରିଟା କିମ୍ବା ସମୟ ପଡ଼ିଲେ ଆଠ ଦଶଟା ଶବଯାତ୍ରା ବାହାରେ ତାଙ୍କ ପାଖରେ କୋକେଇ ସଜାଇବାକୁ ଫୁଲ ନାହିଁ କି କଦଳୀଗଛ ନାହିଁ ରାସ୍ତାରେ ବିଞ୍ଛିବାକୁ ଖଇ ନାହିଁ କି ତମ୍ବା ପଇସା ନାହିଁ ବେଳେବେଳେ ଜାଳିବାକୁ କାଠ ବି ନାହିଁ ମୁଁ ଶବଯାତ୍ରାରେ ବାରମ୍ବାର ସାମିଲ ହେଉଛି ଖଟ ବୋହି ବୋହି ମୋର କାନ୍ଧରେ ବିଣ୍ଡି, ଚାଲି ଚାଲି ପାଦରେ ଫୋଟକା ତଥାପି ମୋର କ୍ଳାନ୍ତି ନାହିଁ

ମୁଁ ତୁମକୁ କିଛି ମାଗୁ ନାହିଁ ଅଳି ଅର୍ଦ୍ଦଳି କରୁନାହିଁ ଧମକ ଦେଉନାହିଁ କି ଘେରାଉ କରୁନାହିଁ କ୍ଷୁଧାହିଁ ମୋର ପ୍ରସାଦ ଶରୀରରେ ଘା’ ଓ ଗୋଦର ମୋର ଆଭୂଷଣ ଡର ନାହିଁ ଏମିତି ଶଙ୍କି ଯାଅ ନାହିଁ ମୁଁ କେବଳ ମୋ ଗାଁ ବିଷୟରେ ଗୋଟିଏ ରଚନା ଲେଖୁଚି ନୂଆକରି ଥରେ ପରୀକ୍ଷା ଦେଉଛି

ସ୍କୁଲରେ ପଢ଼ିଲାବେଳେ ଏଭଳି ଏକ ରଚନା ଲେଖିବାକୁ କହିଥିଲେ ଆମର ସାହିତ୍ୟ-ମାଷ୍ଟ୍ରେ ମୁଁ ଲେଖିଥିଲି-ଭାରତ ଏକ ଗ୍ରାମବହୁଳ ଦେଶ ଭାରତର ଅସଂଖ୍ୟ ଗ୍ରାମ ମଧ୍ୟରୁ ଆମର ଗ୍ରାମ ଅନ୍ୟତମ ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସି୤ ମୋର ଗାଁ ମୋର ମା’ ତୁଲ୍ୟ ଆମ୍ଭ ଗ୍ରାମର ପାଞ୍ଚଶହ ଆବାଳବୃଦ୍ଧ-ବନିତା ବାସ କରନ୍ତି ଆମ୍ଭ ଗ୍ରାମର ଚତୁର୍ଦ୍ଦିଗରେ ଶସ୍ୟଶ୍ୟାମଳା କୃଷିକ୍ଷେତ୍ର ବିରାଜିତ ଆମ୍ଭ ଗ୍ରାମ ପାର୍ଶ୍ବରେ କୁଳୁକୁଳୁ ନାଦ କରି ଏକ ତଟନୀ (ମିଛ କଥା, ସେଇଟା ଗୋଟେ ନାଳ, ସବୁଦିନେ ଶୁଖିଲା) ପ୍ରବାହିତା ଆମ ଗ୍ରାମର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇ ଜୀବନଯାପନ କରନ୍ତି୤ ଆମ୍ଭ ଗ୍ରାମରେ ଗୋଟିଏ ବିଦ୍ୟାଳୟ ଗୃହ, ଗୋଟିଏ ଡାକଘର, ଗୋଟିଏ ଅବସର ବିନୋଦନ କେନ୍ଦ୍ର…

ଏଭଳି ଏକ ତିନିପୃଷ୍ଠିଆ ରଚନା ଲେଖି ସେଥର ମୁଁ ପାଇଥିଲି ଦଶରୁ ସାତ ମାର୍କ-ଶ୍ରେଣୀରେ ପ୍ରଥମ ସେଥର ମୋତେ ନିଜ ଟେବୁଲ କଡ଼ରେ ଠିଆକରାଇ ମୋର ପିଠି ଥାପୁଡ଼ାଇ ସାହିତ୍ୟ-ମାଷ୍ଟ୍ରେ ସମଗ୍ର ଶ୍ରେଣୀ ସମ୍ମୁଖରେ ଘୋଷଣା କରିଥିଲେ-ବାଃ, କି ଚମତ୍କାର ଭାଷା ! ଦେଖିବ, ଭବିଷ୍ୟତରେ ଇଏ ଜଣେ ବଡ଼ ସାହିତ୍ୟିକ ହେବ

ମାଷ୍ଟ୍ରେ ଆଜ୍ଞା !

ଆପଣ ଏଇନେ କେଉଁଠି ମୁଁ ଜାଣେନା; କିମ୍ବା ହୁଏତ ଆପଣ ଅବସର ନେଇସାରି ଏଣିକି ପ୍ରତିଦିନ ଖବରକାଗଜ-ରାଜନୀତି ଚର୍ଚ୍ଚା କରୁଥିବେ, ନହେଲେ, ତାସ୍‌ ଖେଳୁଥିବେ ଆଜି ଏତେ ବର୍ଷ ପରେ ଆପଣଙ୍କୁ ମୋର ଗୋଟିଏ କଥା ପଚାରିବାର ଅଛି କ’ଣ କେବଳ ଚମତ୍କାର ଭାଷା ବଳରେ କେହି ସାହିତ୍ୟିକ ହୋଇପାରେ ? ମିଛ କଥା ଆପଣ ହେଲେ ମୋତେ ଦଶରୁ ସାତ ନ ଦେଇ ଶୂନ୍‌ ଦେଇଥାନ୍ତେ ! ମୋର କାନମୋଡ଼ି ମୋତେ ଦୁଇ ଚାପୁଡ଼ା ମାରିଥାଆନ୍ତେ ପିରିଅଡ଼ ଶେଷ ହେବାଯାଏ ଆଣ୍ଠୁଭରା ଦେଇ ଠିଆହୋଇ ରହିବାକୁ କହିଥାନ୍ତେ ତା’ ହୋଇଥିଲେ ହୁଏତ ମୁଁ ଭାଷାକୁ ପୁଞ୍ଜି ନ କରି ଅନୁଭୂତିକୁ ପୁଞ୍ଜି କରି ମୋର ସାହିତ୍ୟ-ସାଧନା ଆରମ୍ଭ କରିଥାନ୍ତି କ’ଣ ଥିଲା ସେ ରଚନାରେ ?

ପୁଣି କଲେଜରେ ପ୍ରଥମବର୍ଷ ଇଂଲିଶ ସାର୍‌ କହିଲେ-‘ରାଇଟ୍‌ ଆନ୍‌ ଏସେ ଅନ୍‌ ୟୋର୍‌ ଭିଲେଜ୍‌ ଲେଖିଥିଲି, ସେ ସବୁର ଇଂଲିଶ ଅନୁବାଦ କରି ବସିଲି- India is a villageous country. My village is one of many villages in the India. Mother and mother-land always bigger than paradise. My village is comparable to my mother…

ସେଥର ପାଇଲି ଦଶରୁ ଦେଢ଼ମାର୍କ ମୋ ଆଡ଼କୁ ଖାତାଖଣ୍ଡିକ ଫିଙ୍ଗିଦେଇ ଇଂଲିଶ ସାର୍‌ କହିଥିଲେ- ୟୋର ଲେଙ୍ଗୁଏଜ୍‌ ଇଜ୍‌ ଡିପ୍ଳୋରେବ୍‌ଲି ପୁଅର୍‌ ଏବେ ହୋଇଥିଲେ ମୁଁ କହିଥାଆନ୍ତି-ଦେଟ୍‌ ଇଜ୍‌ ନଟ୍‌ ମାଇଁ ଲେଙ୍ଗୁଏଜ୍‌, ସାର୍‌; ଦେଟ୍‌ ଇଜ୍‌ ଇଂଲିଶ୍‌, ଲେଙ୍ଗୁଏଜ୍‌ ଅଫ୍‌ ଦି ପିପଲ୍‌ ଅଫ୍‌ ଇଂଲଣ୍ଡ ମାତ୍ର ସେଥିର କିଛି ନକହି ମୁଁ କାନମୁଣ୍ଡା ଆଉଁଷି ଆଉଁଷି ଚୁପ୍‌ ରହିଥିଲି

ଉଭୟ ଥର ଗୋଟିଏ କଥାହିଁ କହିଥିଲି ଗୋଟିଏ ସେଇ ଏକା ବିଷୟରେ ହିଁ ରଚନା ଲେଖିଥିଲି ଉଭୟ ରଚନା ଥିଲା ମିଛ୤ ତେଣୁ ଆଜି ପୁଣି ଥରେ ନୂଆ କରି ଏ ରଚନା ଲେଖିବାକୁ ପଡୁଛି

ସେଦିନର ଇଂଲିଶ ସାର୍‌ ଆଜି ମୋର ସହକର୍ମୀ ପ୍ରକୃତ ଅର୍ଥରେ ମୁଁ ଜଣେ ସାହିତ୍ୟିକ ହୋଇପାରିଛି ନାହ ନାହିଁ ଜାଣେନା କିନ୍ତୁ ଯଦି ହୋଇଛି, ତାହେଲେ ଇଂଲିଶ୍‌ ସାରଙ୍କ ଯୋଗୁଁ ସେ ହିଁ ମୋତେ ବୁଝାଇଦେଇଥିଲେ ଯେ ସାହିତ୍ୟ ପାଇଁ ସୁନ୍ଦର ଭାଷା ଅନାବଶ୍ୟକ

ଯାହାସବୁ ଆଗରୁ ଦେଖି ଏକପ୍ରକାର ଧାରଣା କରିଥିଲେ, ସେସବୁ ଏବେ ଦେଖିଲେ ମୋର ସେଇ ପୂର୍ବ ଧାରଣାମାନ ବଦଳିଯାଉଛି ପିଲାବେଳେ ଗାଁରେ ଥିଲି ଭଲ ଲାଗୁଥିଲା କୌଣସି ଆପତ୍ତି ଅଭିଯୋଗ ନଥିଲା୤ ମାତ୍ର ଏବେ ? ଏବେ ନୂଆ କରି ଗାଁ’କୁ ଦେଖି ମୋର ସବୁ ପୂର୍ବଧାରଣା ଖିନ୍‌ଭିନ୍‌ ହୋଇଯାଉଛି ଗାଁ ବଦଳିଯାଇଛି ନା ମୁଁ ନିଜେ- ଠିକ୍‌କରି ବୁଝିପାରୁନାହିଁ

ଗାଁ ଦିନବେଳେ ମାଛି ରାତିବେଳେ ମଶା ସବୁବେଳେ ମୁଷାଙ୍କ ଉତ୍ପାତ କିନ୍ତୁ ଆଉ କ’ଣ ଅବଶିଷ୍ଟ ଅଛି ଯେ ଖାଇବେ ମୁଷାମାନେ ? ସେଠାକୁ ଯିବାକୁ ଇଚ୍ଛାହୁଏ ନାହିଁ, ମାତ୍ର ଯିବାକୁ ପଡ଼େ ଏଥର ମୁଁ ସେଠି ପହଞ୍ଚିବାର ଦୁଇଟି ଘଣ୍ଟା ବି ବିତିନାହିଁ, ଦଳେ ସମବୟସୀ ଆସି ମାଗିଲେ ଚାନ୍ଦା

ମୁଁ ପଚାରିଲି-କେଉଁଥିପାଇଁ ?

ଛିଟକନାର ଲୁଙ୍ଗି ପିନ୍ଧିଥିବା ଓ କାନ୍ଧ ଉପରେ ଗୋଟେ ଟର୍କିସ ଟାୱାଲ ଘୋଡ଼ାଇ ହୋଇଥିବା ଯୁବକ ଜଣକ କହିଲା- ଆପଣ ତ ବାହାରେ ରହିଲେ, ଏଠିକା ଦୁଃଖ କ’ଣ ବୁଝିବେ ? ଏଠି ଆଉତ ଆଉ, ବସାଉଠା କରିବାକୁ, ତାସ୍‌ ଖେଳିବାକୁ ସୁବିଧା ଜାଗାଟିଏ ବି ନାହିଁ ସେଥିପାଇଁ ଗୋଟେ ମନ୍ଦିର ଗଢୁଛୁ

ମୁଁ ହସିଲି ପଚାରିଲି-ଆଉ ତୁମର ଦିଅଁ ?

-କେଉଁଠୁ ଗୋଟେ ନେଇଆସିବୁ

ମୁଁ ସେମାନଙ୍କୁ ଦଶଟି ଟଙ୍କା ଦେଲି ସେମାନେ ମାନିଲେ ନାହିଁ ପଚିଶ ନେବାକୁ ଜିଦ୍‌ କଲେ ମୁଁ ସେମାନଙ୍କୁ ଦଶ ଉପରେ ଆହୁରି ପାଞ୍ଚଟି ଟଙ୍କା ଦେଲି ସେମାନେ ଫେରିଗଲେ ପରେ ଶୁଣିଲି ଯେ, ସେଇ ଯେଉଁ ଛିଟକାନାର ଲୁଙ୍ଗି ପିନ୍ଧିଥିବା ଯୁବକଟି ପାଞ୍ଚଥର ପରୀକ୍ଷା ଦେଇ ବି.ଏ. ପାଶ୍‌ କଲାପରେ, ସହରରେ କଣ ଗୋଟେ ଚାକିରି କରୁଥିଲା ଜାଲ୍‌ ଟ୍ରେଜେରୀ ଚାଲାନ୍‌ କାରବାରରେ ଧରାପଡ଼ି ସସ୍‌ପେଣ୍ଡ ହୋଇ ଏବେ ଗାଁରେ ବସିଛି ମଦନ ପଣ୍ଡାଙ୍କ ପୁଅ

ଯେଉଁ ସ୍ଥାନରେ ଆମର ଘର ଥିଲା, ଯେଉଁଠି ମୁଁ ଜନ୍ମ ହୋଇଥିଲି, ଗତଥର ଆସିଥିଲି ଯେ ତା’ର ଢାଞ୍ଚାଟା ବାରିହେଉଥିଲା; ମାତ୍ର ଏଥର ଦେଖିଲାବେଳକୁ ସେଠି ଏକ ବିରାଟ ଅମରୀ ବଣ

ଯେଉଁ ପୋଖରୀରେ ମୁଁ ପ୍ରତିଦିନ ଗାଧୋଉଥିଲି, ତା’ର ଆଡ଼ିରେ ଥିଲା ଏକ ବିରାଟ ବରଗଛ ସେଠି ଆମେ ଦିପହର ସାରା ଛୁରର୍‌ ଧରି ଦୋଳି ଖେଳୁଥିଲୁ, ଡାହିମାଙ୍କୁଡ଼ି ଖେଳୁଥିଲୁ କଚଡ଼ା ଖାଉଥିଲୁ ଏଥର ଦେଖିଲାବେଳକୁ ତାହା ଏକ ସର୍ବସାଧାରଣ ପାଇଖାନା ପୋଖରୀ ଆଡ଼ିରେ ଠିଆ ହେଲେ ପଙ୍କଗନ୍ଧ, ଡିମିରି ଗନ୍ଧ, ମଣିଷ ମଳଗନ୍ଧ, ମଲା ବେଙ୍ଗ ଗନ୍ଧ, ଭିଜା କାଉଁରିଆ ପଟ ଗନ୍ଧ-ନାନାଦି ଗନ୍ଧ ଭିତରେ ମାଟିର ଗନ୍ଧ, ଫୁଲର ଗନ୍ଧ, କଇଁନାଡ଼ର ଗନ୍ଧ, ଧୂପ, ଚନ୍ଦନ ଓ ଝାଳର ଗନ୍ଧ କୁଆଡ଼େ ହଜିଗଲାଣି

କେହି କହିପାବେ ନାହିଁ, ଉଡ଼ିଯାଇଥିବା ପକ୍ଷୀମାନଙ୍କର ଠିକଣା

ସ୍କୁଲର ପାଚେରି କାନ୍ଥଟା ଲୋକଙ୍କର ପରିଶ୍ରାଧାରରେ ଚିତ୍ରିତ ସେ ପାଖରେ ବସ୍‌ ଅଟକେ ସ୍କୁଲର ମାଷ୍ଟ୍ର ଗୋଟେ ଶାଇଲକ୍‌ ଟଙ୍କାକୁ ମାସୱାରୀ ଦୁଇଅଣା ସୁଧ ନେଇ ତା’ର ଶ୍ବାସରୋଗିଣୀ ସ୍ତ୍ରୀ ପାଇଁ ସୁନା ଅଳଙ୍କାର ଗଢ଼ିବାରୁ ଫୁରସତ୍‌ ମିଳୁନାହିଁ

ଯେଉଁ ଶୁକ୍ରୀ କେଉଟୁଣୀଠାରୁ ମୁଁ ମୁଢ଼ିମୁଆଁ, ଉଖୁଡ଼ା, ରାଶିଲଡୁ ଓ ଚାରମଞ୍ଜି ଖଜା କିଣୁଥିଲି, ସେ ଆଜିକାଲି ବିକୁଛି କେବଳ କନ୍ଦମୂଳ ସିଝା ଗାଁ ବାହାରେ ସ୍କୁଲ ପାଖରେ ଅବଶ୍ୟ ଗୋଟେ ନୂଆ ଦୋକାନ ଖୋଲିଛି ସେଠି ପାନ ମିଳେ, ବିଡ଼ି, ଗୁଡ଼ାଖୁ, ଲଜେନ୍‌ସ ମିଳେ ଜାଣିଲା ଚିହ୍ନିଲା ଲୋକଙ୍କୁ ଗଞ୍ଜେଇ ମିଳେ ନାଳ ପାଖରେ ଗୋଟେ ଛୋଟ କୁଡ଼ିଆ ଘରେ ମଦ ମଧ୍ୟ ମିଳେ

ଏ ମଧ୍ୟରେ ଗାଁରେ କିଛିଟା ପରିବର୍ତ୍ତନ ହୋଇଛି ନର୍ମଦାନାନ୍ମୀ ଜଣେ ଏକାକିନୀ ବିଧବା ବ୍ରାହ୍ମଣୀର ଘରେ ପ୍ରତି ରାତିରେ ‘କୃଷ୍ଣ ଗୁରୁ’ କୀର୍ତ୍ତନ ହେଉଛି ସେଠି ଗାଁର ସବୁ ବିଧବା, ଛାର୍‌ରୀ ଓ ଡିଣ୍ଡା ଟୋକାଙ୍କ ଭିଡ଼ ସହରରେ ଯେତେବେଳେ ସେକେଣ୍ଡ ଶୋ’ ସିନେମା ଭାଙ୍ଗେ ସେତେବେଳେ ଏଠି ଏମାନଙ୍କର କୀର୍ତ୍ତନ ମଧ୍ୟ ଭାଙ୍ଗେ

କୁଷ୍ଠରୋଗ ନିବାରଣ ବିଭାଗର ଜଣେ ମହାପାତ୍ର ଅଛି, ମାତ୍ର ସେ ପ୍ରକୃତରେ ଗୋଟେ ମାରୁ ଏକ୍‌ଜିମା ଆଉ କୁଷ୍ଠ ମଧ୍ୟରେ ଫରକ୍‌ କ’ଣ ଜାଣେ ନାହିଁ ଅଥଚ ମେଜିକ୍‌ ଲଣ୍ଠନ ପାଇଁ ଥିବା ପେଟ୍ରୋମାକ୍‌ସ ଲାଇଟ୍‌ ବିବାହ-ବ୍ରତାଦି କର୍ମରେ ଭଡ଼ାଦେଇ ପଇସା ଅସୁଲ କରେ କହେ-ଏ ଅନ୍ଧକାରମୟ ଗାଁକୁ ଆଲୋକିତ କରୁଛି ମୁଁ

ଦୁଇବର୍ଷ ଖଣ୍ଡେ ହେବ କିଏ ଗୋଟେ ସାମଲ କି ସାସମଲ କି ବିଶ୍ବାଳ ବୋଲି ଜଣେ ନୂଆ ଲୋକ ଆସିଛି୤ ପାଖ ଗାଁରେ ସେ ଶିକ୍ଷକ ଓ ବହୁ ଭାଷା କହେ ଆମ ଗାଁରେ ରହୁଚି ଓ ବେଲନାମ୍ନୀ ଗୋଟିଏ ଗଉଡୁଣୀ ଟୋକୀକୁ ‘ରଖିଚି’୤ ଚେରହୀନ ମଣିଷଟାଏ ଖରାଛୁଟିରେ ମଧ୍ୟ କୁଆଡ଼େ ବାହାରକୁ ଯାଏନାହିଁ

ଶମ୍ଭୁପ୍ରସାଦ ଶର୍ମା ବୋଲି ଆଉ ଜଣେ ନୂଆ ଲୋକ ମଧ୍ୟ ଆସିଛି ଏଇ ଦୁଇବର୍ଷ ମଧ୍ୟରେ ଗାଁମୁଣ୍ଡରେ ଖଣ୍ଡେ ପକ୍‌କା ଘର ବି କଲାଣି ସେ ବ୍ୟବସାୟ କରେ ତା’ ଘର ସାମ୍ନାରେ ସବୁବେଳେ ଗୋଟେ ଦି’ଟା ସହର-ମୁହାଁ ଟ୍ରକ୍‌ ଓ ଗାଁ-ମୁହାଁ ବଳଦଗାଡ଼ି ଠିଆହୋଇଥାନ୍ତି ଧାନ, ଚାଉଳ, କାଉଁରିଆ ପଟ କିଣେ ଓ ତେଲ, ସାବୁନ, ଚିନି, ଚା, ନିରୋଧ ଆଦି ବିକେ ଗାଁର ଅଧିକାଂଶ ଘରୁ ଗହଣା ଓ ବାସନସବୁ ତା’ ପାଖରେ ବନ୍ଧା ପଡ଼ିଛି

ମୁଁ ଯୁବକମାନଙ୍କୁ ପଚାରିଲି- ଏ ଶର୍ମା କେତେ ଚାନ୍ଦା ଦେଲା ? ସେମାନଙ୍କ ମଧ୍ୟରୁ ଜଣେ କହିଲା- ଏବେ କିଛି ଦେଇନାହିଁ, ମନ୍ଦିର ତୋଳା ହେଲା ପରେ ଗୋଟେ ଦିଅଁ ଆଣିଦେବ ବୋଲି କହୁଚି ଆଉଜଣେ କହିଲା-ବସ୍‌ଷ୍ଟାଣ୍ଡରୁ ଗାଁ ପର୍ଯ୍ୟନ୍ତ ରାସ୍ତାଟି କିନ୍ତୁ ସେ କରାଇଛି ପୁଣି ଜଣେ କହିଲା-ତହିଁରେ ଆମର ଲାଭ କ’ଣ ? ସେ ରାସ୍ତା ତ ତା’ ଟ୍ରକ୍‌ ପାଇଁ କରିଛି ମୋତେ ପୁଣି ଥରେ ହସମାଡ଼ିଲା

ସବୁ ଇଲ୍ଲିସିଟ୍‌ ସବୁ ଅବୈଧ ସବୁ ଗର୍ହିତ ଗୋଟିଏ ଜାରଜ ଜୀବନ ଶୈଳୀରେ ମୋ ଗାଁର ଦିନ ଓ ରାତିମାନ ବିତିଯାଉଛି ପ୍ରତି ରବିବାର ଦିନ ତ୍ରିନାଥ ମେଳା ପ୍ରତି ବର୍ଷ ଭାଇଜିଉଁତିଆ, ପୋ-ଜିଉଁତିଆ, ନୂଆଁଖାଇ ଓ ପୁଷ୍‌ପୁନି ଗୋଟିଏ ବିରାଟ ଅବକ୍ଷୟର ଗଳିତ ଅଙ୍ଗ ମୋର ଗାଁ ସବୁ ରୁକ୍ଷ, ଶୁଖିଲା, କଣ୍ଟକିତ ତଥାପି ସେମାନେ ସରଳ ନିରାଡମ୍ବର ଠକ ନୁହଁନ୍ତି, ଚାଲାକ ଚତୁର ନୁହଁନ୍ତି, ଧୂର୍ତ୍ତ ନୁହଁନ୍ତି

ମାତ୍ର ଖାଇବା ଲାଗି ଯଥେଷ୍ଟ ଥାଇ ମଧ୍ୟ ସ୍ବେଚ୍ଛାରେ ଯେ ଅଖିଆ ରହେ ସେ ସିନା ଉପବାସ କରେ ବୋଲି କହିବା; ଖାଇବାକୁ ନ ପାଇ ଯିଏ ଭୋକରେ ରହେ ସେ କ’ଣ କରେ ?

ଯେଉଁଠି ଭିକାରୀ ସଂଖ୍ୟାହୀନ, ସେଠି ଚୋର ମିଳିବେ କାହୁଁ ? କିଏ ନେବ ଓ କାହାଠାରୁ ନେବ ? କ’ଣ ନେବ ? କାହାର ଟେଲିଫୋନ୍‌ ନମ୍ବର ହୋଇଥିଲେ କିମ୍ବା କୌଣସି କଠିନ ଶବ୍ଦର ଅର୍ଥ ହୋଇଥିଲେ ଟେଲିଫୋନ୍‌ ଡାଇରେକ୍ଟରି କିମ୍ବା ଅଭିଧାନର ପୃଷ୍ଠା ଖେଳାଇ ମୋ ପ୍ରଶ୍ନର ଉତ୍ତର ଖୋଜି ବାହାର କରିଥାନ୍ତି ମାତ୍ର ନା, ଏ ଯେଉଁ ସବୁ ପ୍ରଶ୍ନ ମୋ ଭିତରେ ବାରମ୍ବାର ଢେଉପରି, ହାତୁଡ଼ି ମାଡ଼ ପରି ପିଟିହେଉଛି, ତହିଁର ଉତ୍ତର ନାହିଁ-କୌଣସିଠାରେ ନାହିଁ

ରାତିହେଲା

ଆଗ ରାତି ହେଲେ ଅନେକ କୁକୁର ଭୁକୁଥିଲେ ଏବେ ସବୁ ନିଃଶବ୍ଦ ଗାଁରୁ କୁକୁରମାନେ ବି ଚାଲିଗଲେଣି; କାରଣ ସେମାନଙ୍କୁ ଖାଇବା ଲାଗି ଆଉ କିଛି ମିଳୁନାହିଁ ମଣିଷମାନେ ହିଁ ଚାଟିଚୁଟି ସବୁ ସଫାକରି ଦେଉଛନ୍ତି୤

ସମସ୍ତେ ଚାଲି ଯାଉଛନ୍ତି

ପିଲାମାନେ : ପାଠ ପଢ଼ିଁବା ପାଇଁ, ମୂଲ ଖଟିବା ପାଇଁ

ବୟସ୍କମାନେ : ଚାକିରି ପାଇଁ, ମୂଲ ଖଟିବା ପାଇଁ

ଯୁବତୀମାନେ : ବେଶ୍ୟା ହେବା ପାଇଁ, ମୂଲ ଖଟିବା ପାଇଁ

ବୁଢ଼ାମାନେ : ଚିକିତ୍ସିତ ହେବା ପାଇଁ, ମୂଲ ଖଟିବା ପାଇଁ

ସମସ୍ତେ ଚାଲିଯାଉଛନ୍ତି

ଯେଉଁମାନେ ମାୟାମମତାର ବନ୍ଧନ ଟିକକ ଛିଡ଼ାଇ ପାରୁନାହିଁନ୍ତି, ସେମାନେ ଜଣେ ଜଣେ ବୁଢ଼ା ଚୌକିଦାର ପୈତୃକ ଆବାସମାନଙ୍କର ଧ୍ବଂସାବିଶେଷକୁ ନିର୍ଲଜ୍ଜ ଭାବରେ ଜଗିରହିଛନ୍ତି

ରାତିହେଲା ବସ୍ତୁତଃ ଆମ ଗାଁରେ ରାତି ହେଲା ବୋଲି ଅଧିକାଂଶ ଲୋକ ଜାଣିପାରନ୍ତି ନାହିଁ ସନ୍ଧ୍ୟା ସୁଦ୍ଧା ସମସ୍ତଙ୍କର ଖିଆପିଆ ଶେଷ ରାତି ଆରମ୍ଭ ହୋଇଚି କି ନ ହୋଇଚି ସମସ୍ତେ ଶୋଇପଡ଼ନ୍ତି

ଅନ୍ଧାର ଓ ଅନ୍ଧାରକୁ ହଟାଇବା ପାଇଁ ମୋ ଗାଁରେ ବିଜୁଳିବତି ନାହିଁ କିରୋସିନି ମଧ୍ୟ ନାହିଁ

ଏଇ ଅନ୍ଧାର ନ ହଟିଲେ କେହି ପାଠ ପଢ଼ିବେ ନାହିଁ ସ୍ତ୍ରୀମାନେ ବର୍ଷକୁ ବର୍ଷ ଛୁଆଟିଏ ଲେଖେଁ ପ୍ରସବ କରି ଚାଲିଥିବେ ଲୋକମାନେ ବଳଦ ପରି ଖଟୁଥିବେ ବିଧବାମାନେ ‘କୃଷ୍ଣଗୁରୁ’ ଭଜନ କରୁ କରୁ ଅବୈଧ ରତିରେ ଲିପ୍ତହେଉଥିବେ ଓ….

ହଟାଅ ଏ ଅନ୍ଧାର :

ଶୁଣୁଚ ? ଶୁଭୁଚି ?

ହେ ପଙ୍ଖା ତଳେ ବସି ତୁଳାଉଥିବା ବାବୁମାନେ !

ହେ ସାଇବମାନେ ! ହେ ଲୋକମାନେ !

ଶୁଣୁଚ ?

ଏଇ ଲାଞ୍ଚୁଆ, ରିସ୍‌ପତ୍‌ଖୋର ଲୋକମାନେ ନିଜନିଜର ନେକ୍‌ ଟାଇର ଗଣ୍ଠି ସଜାଡ଼ିବାରେ ବ୍ୟସ୍ତ-ବଧିର ଓ ଅନ୍ଧ ଓ ମୂକ ମୁଁ ବରଂ ଚୁପ୍‌ ରହିବା ଭଲ ଚୁପ୍‌ ରହି ଏଇ ସର୍ବଗ୍ରାସୀ ଅନ୍ଧାର ଭିତରେ ଛଟପଟ ହେବା ଭଲ

ଅନ୍ଧାର ଭିତରେ ହାତରେ ଗୋଟିଏ ଧାରୁଆ ଦା’ ଧରି ମୁଁ ଶମ୍ଭୁପ୍ରସାଦ ଶର୍ମା ସାମ୍ନାରେ ଠିଆ ତା’ର ବିପୁଳ ଉଦରକୁ ସ୍ପର୍ଶ କରୁଚି ମୋ ଦା’ର ମୁନ

ସେ ଥରୁଛି

ଥରୁଛି ଓ କହୁଛି-କ୍ୟା ? ୟହ କ୍ୟା ?

ମୋର ଚିତ୍କାର- ନିକାଲୋ ପୈସା !

-କାହେକା ପୈସା ?

-ଚାନ୍ଦା

-କାହେକା ଚାନ୍ଦା ? ତୁମ ଲୋଗ୍‌ କ୍ୟା ହମ୍‌କୋ ଜୀନେ ଖାନେ ନହିଁ ଦେଗା ?

ମୋର ରଡ଼ି-ଶାଲା କୁତା ହାରାମି ପ୍ରତିଦିନ ଟିକିଏ ଟିକିଏ ଅଧିକା ନେଇ ଯାହା ସବୁ ଜମେଇ କରି ରଖିଚୁ, ନିକାଲ୍‌ ସବୁ କାଢ୍‌ ଦେ ଜଲ୍‌ଦି

ଶର୍ମାର ଚିତ୍କାର-ଚୋର୍‌….ଚୋର୍‌….ପକ୍‌ଡ଼ୋ

ଓ ମୁଁ ଭୀରୁ ପରି ଧାଇଁ-ଧାଇଁ ଧାଇଁ….

ଅନେକ ପାଦଶବ୍ଦ-ପ୍ରଚୁର ଆଲୋକ-ଅନେକ ଛାଇ-ଘନ ଘନ ଚିତ୍କାର

ମୋର ନିଦ ଭାଙ୍ଗିଗଲା

କେବଳ ଅନ୍ଧାର ଓ ତା’ ଭିତରେ ଅନେକ ମଶା

କେଉଁ କୋଣରେ ମୂଷାଟିଏ କୁଟୁରୁ କୁଟୁରୁ କ’ଣ ଗୋଟେ ଖାଉଥିଲା-ଛିଣ୍ଡାଉଥିଲା, ଚିରୁଥିଲା

ମୋର ସତ୍ତା ଶୀତେଇଗଲା

କଣ କରିଥାନ୍ତି ମୁଁ ଏତେଗୁଡ଼େ ଟଙ୍କା ?

କାହିଁକି ?

କାହିଁକି ମୁଁ ତା’ଠୁଁ ସେସବୁ ଦାବି କରୁଥିଲି ?

ହଁ, ଟଙ୍କା ଦରକାର

ପାଣ୍ଡବର ପୁଅ ପାଇଁ ପେଣ୍ଟ କିଣାହେବ

ବୈକୁଣ୍ଠର ଝିଅ ବାହାହେବ

ଖଲିର ସ୍ତ୍ରୀ ପାଇଁ ଔଷଧ ଆସିବ ଯାହାକୁ ସେମାନେ ବଥ ବୋଲି କହୁଛନ୍ତି ତାହା ପ୍ରକୃତରେ ଗୋଟେ ଟ୍ୟୁମର

ଏବେଠୁଁ ଚେଷ୍ଟାକଲେ ଅନ୍ତତଃ ବିଶାଖାର ସ୍ବାମୀ ବଞ୍ଚିଯିବ ଏବଂ କିଛି ନ ହେଲେ, ଆସନ୍ତାକାଲି ଯେଉଁମାନେ ମରିବେ ସେମାନଙ୍କର ଶବ ଦଗ୍‌ଧ କରିବା ପାଇଁ କାଠ କିଣା ହେବ/ହୋଇଥାନ୍ତା

ଆଧାର: ଓଡିଆ ସାହିତ୍ୟୁ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top