ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଜଗନ୍ନାଥ ପ୍ରସାଦ ଦାସ
ସେଆର କରନ୍ତୁ

ଜଗନ୍ନାଥ ପ୍ରସାଦ ଦାସ

ଓଡ଼ିଆ ସାହିତ୍ୟକ ଜଗନ୍ନାଥ ପ୍ରସାଦ ଦାସ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଜଗନ୍ନାଥ ପ୍ରସାଦ ଦାସ (ଜନ୍ମ: ୨୬ ଅପ୍ରେଲ ୧୯୨୬)  ଜଣେ  ଓଡ଼ିଆ କବି, ଲେଖକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା,ଅନୁବାଦକ ଓ ସମାଲୋଚକ।

ଜୀବନ

ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଭାବରେ ଜଗନ୍ନାଥ ୧୯୩୬ରେ ପୁରୀଠାରେ ଜନ୍ମ ଲାଭ କରିଥିଲେ । ସେ କଟକର ମିସନ ସ୍କୁଲ ଓ ରେଭେନ୍ସା କଲେଜରେ ପଢ଼ା ସାରି ଆଲ୍ହାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ୧୯୫୮ମସିହାରେ, ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ସାହିତ୍ୟ ସାଧନା ଓ ଗବେଷଣା ପାଇଁ, ସେ ୧୯୮୪ମସିହାରେ ପ୍ରଶାସନିକ ସେବାକୁ ପରିତ୍ୟାଗ କରିଥିଲେ । ୧୯୭୩ମସିହାରୁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜେ.ପି, ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମୁରବୀ ଭଳି କାର୍ଯ୍ୟକରି ଆସୁଛନ୍ତି ।

ସାହିତ୍ୟରଚନା

ପ୍ରାକ ରଚନା

କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ" ର ସମ୍ପାଦନା କରୁଥିଲେ । ୧୯୬୦ ମସିହାରେ ସେ ଦୁଇଟି ନାଟକ ଲେଖିଥିଲେ । ୧୯୭୦ ମସିହାରେ ସେ ନିଜର ଚିତ୍ରସମୁହ ଏକ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ । ୧୯୭୯ରେ ମିଳିଥିବା "ହୋମି ଭାବା ବୃତ୍ତି" ଦ୍ଵାରା ସେ ପଟ୍ଟଚିତ୍ର ଉପରେ ରିସର୍ଚ୍ଚ କରିବାର ସୁଯୋଗ ପାଇଥିଲେ, ଯାହା ପରବର୍ତ୍ତୀ ସମୟରେ "ପୁରୀ ପେଣ୍ଟିଙ୍ଗସ" ନାମରେ ପ୍ରକାଶ ପାଇଥିଲା ।

ରଚନବଳୀ

କବିତା

  • ପ୍ରଥମ ପୁରୁଷ (୧୯୭୧)
  • ଅନ୍ୟସବୁ ମୃତ୍ୟୁ (୧୯୭୬)
  • ଯେ ଯାହାର ନିର୍ଜନତା (୧୯୭୯)
  • ଅନ୍ୟ ଦେଶ ଭିନ୍ନ ସମୟ (୧୯୮୨)
  • ଯାତ୍ରାର ପ୍ରଥମ ପାଦ (୧୯୮୮)
  • ଆହ୍ନିକ (୧୯୯୦)
  • ସ୍ଥିରଚିତ୍ର (୧୯୯୧)
  • ସଚରାଚର (୧୯୯୪)
  • ସୃତିର ସହର (୧୯୯୫)
  • ପରିକ୍ରମା (୧୯୯୮)
  • ଅସମୟ (୨୦୦୪)

କବିତା ସଂକଳନ

  • ପ୍ରେମ କବିତା (୧୯୮୭)
  • ଶ୍ରେଷ୍ଠ କବିତା (୧୯୯୧)
  • ପୂର୍ବାପର - ୧(କବିତା ସମଗ୍ର ୧୯୭୦-୭୯) (୧୯୯୫)
  • ପୂର୍ବାପର - ୨ (କବିତା ସମଗ୍ର ୧୯୮୦-୧୯୯୪) (୧୯୯୬)
  • ରଙ୍ଗଲିପି (୧୯୯୭)
  • କଥାଯାତ୍ରା (୨୦୦୦)
  • କବିତା ସମଗ୍ର (୨୦୧୧)

ଗଳ୍ପ

  • ଭବନାଥ ଓ ଅନ୍ୟମାନେ (୧୯୮୨)
  • ଦିନଚର୍ଯ୍ୟା (୧୯୮୩)
  • ଆମେ ଯେଉଁମାନେ (୧୯୮୬)
  • ସାକ୍ଷାତକାର (୧୯୮୭)
  • ପ୍ରିୟ ବିଦୂଷକ (୧୯୯୨)
  • ଶେଷ ପର୍ଯ୍ୟନ୍ତ (୧୯୯୫)
  • ଇଚ୍ଛାପତ୍ର (୨୦୦୦)
  • ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘଜୀବନ (୨୦୦୯)

ଉପନ୍ୟାସ

  • ଦେଶ କାଳ ପାତ୍ର (ଐତିହାସିକ ଉପନ୍ୟାସ - ୧୯୯୨)

ନାଟକ

  • ସୂର୍ଯ୍ୟାସ୍ତ ପୂର୍ବରୁ (୧୯୭୨)
  • ସବା ଶେଷ ଛୋଲାକ (୧୯୮୦)
  • ଅସଂଗତ ନାଟକ (୧୯୮୧)
  • ପୂର୍ବରାଗ (୧୯୮୩)
  • ସୁନ୍ଦର ଦାସ (୧୯୯୩)

ଶିଶୁ ସାହିତ୍ୟ

  • ଅଳିମାଳିକା (୧୯୯୩)
  • ଆଳୁକୁଚି ମାଳୁକୁଚି (୧୯୯୩)
  • ଅନାବନା (୨୦୦୮)

ଇଂରାଜୀରେ ମଧ୍ୟ ଅନେକ ବହି ଲେଖିଛନ୍ତି ।

ପୁରସ୍କାର ଓ ସମ୍ମାନ

  • ୨୦୦୬: ସରସ୍ଵତୀ ସମ୍ମାନ, 'ପରିକ୍ରମା' ନିମନ୍ତେ
  • ୧୯୯୯: ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ
  • ୧୯୯୮:ଶାରଳା ପୁରସ୍କାର, ପ୍ରିୟ ବିଦୁଷକ ନିମନ୍ତେ
  • ୧୯୯୨: କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର
  • ୧୯୯୧: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, "ଆହ୍ନିକ" ନିମନ୍ତେ(ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି)
  • ୧୯୮୭: ଆଲବାର୍ଟା ବିଶ୍ଵବିଦ୍ୟାଳୟ ପୁରସ୍କାର
  • ୧୯୮୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, 'ଯେ ଯାହାର ନିର୍ଜନତା' ନିମନ୍ତେ
  • ୧୯୭୯: ଆଲବର୍ଟ ଜେ. ହାରିସ ପୁରସ୍କାର, ଇଣ୍ଟରନ୍ୟାସନାଲ ରିଡ଼ିଙ୍ଗ ଆସୋସିଏସନ
  • ୧୯୭୨: ନଫିଫିଲ୍ଡ ଫେଲୋ
  • ୧୯୬୩: କେନେଡି ଫାଉଣ୍ଡେସନ ପ୍ରଫେସରସିପ
  • ଗବେଷଣା ପୁରସ୍କାର

ଆଧାର -"ଜଗନ୍ନାଥ ପ୍ରସାଦ ଦାସ ଓଡିଶା ସାହିତ୍ୟକ"

3.31578947368
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top