ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଜଣେ ବ୍ୟକ୍ତିର କେତେ କୃତିତ୍ଵ
ସେଆର କରନ୍ତୁ

ଜଣେ ବ୍ୟକ୍ତିର କେତେ କୃତିତ୍ଵ

୧୧ଟି ବିଷୟରେ ଏମଏ, ଏମବିବିଏସ, ଏମବିଏ, ସାମ୍ବାଦିକତା,ଲ,ପିଏଚଡି, ଆଇପିଏସ, ଆଇଏଏସ, ବିଧାୟକ, ମନ୍ତ୍ରୀ ଓ ସାଂସଦ

ଉପକ୍ରମ

ଶିକ୍ଷା,ଚାକିରି ଓ ରାଜନୀତି ଆଦି ବହୁବିଧ କ୍ଷେତ୍ରରେ କୃତିତ୍ଵକୁ ବିଚାରକୁ ନେଲେ ଭାରତୀୟଙ୍କ ତାଲିକାର ଶୀର୍ଷରେ ରହୁଛନ୍ତି ମହାରାଷ୍ଟ୍ରର ଡ.ଶ୍ରୀକାନ୍ତ ଜିଚକର(୧୪ ସେପ୍ଟେମ୍ବର, ୧୯୫୪-୨ଜୁନ,୨୦୦୪) ।

ବିଭିନ୍ନ  ସମ୍ମାନ

ଶିକ୍ଷାରେ ସବୁଠାରୁ ଅଧିକ ଯୋଗ୍ୟତା ସମ୍ପନ୍ନ ଭାରତୀୟ ଭାବେ ସେ ସ୍ଥାନ ପାଇଛନ୍ତି ଲିମକା ବୁକ ଅଫ ରେକର୍ଡରେ। ସେ ଏମବିବିଏସ ଓ ଏମଡି ପାଠ୍ୟକ୍ରମ ସମାପ୍ତ କରି ଡାକ୍ତର ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ସେ ହାସଲ କଲେ ଏଲଏଲବି ଡିଗ୍ରୀ । ଏମବିଏ ଓ ସାମ୍ବାଦିକତା ପାଠ୍ୟକ୍ରମ ବି ସମାପ୍ତ କଲେ । ମୋଟ ୧୧ଟି ବିଷୟରେ ଏମଏ ବା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବିରଳ ବ୍ୟକ୍ତି ଜଣେ ସେ । ସେ ଆନ୍ତର୍ଜାତିକ ଆଇନ,(ଏଲଏଲଏମ), ସାଧାରଣ ପ୍ରଶାସନ ବା ପବ୍ଲିକ ଆଡମିନିଷ୍ଟ୍ରେସନ, ସୋସିଓଲୋଜି, ଅର୍ଥନୀତି, ସଂସ୍କୃତ, ଇତିହାସ, ଇଂରାଜୀ ଭାଷା ସାହିତ୍ୟ, ଦର୍ଶନ, ରାଜନୀତି ବିଜ୍ଞାନ, ପ୍ରାଚୀନ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ଵ ଏବଂ ମନସ୍ତତ୍ତ୍ଵରେ ଏମଏ ଡିଗ୍ରୀ ହାସଲ କରିବାର କୃତିତ୍ଵ ଅର୍ଜନ କଲେ । ଅଧିକାଂଶ ବିଷୟରେ ସେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ମଧ୍ୟ ହାସଲ କଲେ ସଂସ୍କୃତରେ ପିଏଚଡି ଡିଗ୍ରୀ । ୧୯୭୩ରୁ ୧୯୯୦ ମଧ୍ୟରେ ସେ ୪୨ ଥର ବିଶ୍ଵବିଦ୍ୟାଳୟ ପରୀକ୍ଷା ଦେଇଛନ୍ତି । ପ୍ରାୟ ପ୍ରତିବର୍ଷ ଗ୍ରୀଷ୍ମ ଓ ଶୀତ ଋତୁରେ ସେ ପରୀକ୍ଷାରେ ବସିଥିବା ଜଣାଯାଇଛି । ଶ୍ରୀକାନ୍ତ ୧୯୭୮ରେ ସିଭିଲ ସର୍ଭିସ ପରୀକ୍ଷା ଦେଇ ଆଇପିଏସ ପାଇଲେ ଓ କିଛି ଦିନ ଚାକିରି କରିବେ ପରେ ଛାଡିଦେଲେ । ସେ ମଧ୍ୟ ୧୯୮୦ରେ ସିଭିଲ ସର୍ଭିସ ପରୀକ୍ଷା ଦେଇ ଆଇଏଏସ ଅଧିକାରୀ ଭାବେ ୪ ମାସ କାର୍ଯ୍ୟ କରିବା ପରେ ଇସ୍ତଫା ଦେଲେ । ସେ ୨୫ ବର୍ଷ ବୟସର ୧୯୮୦ରେ କଂଗ୍ରେସ ପ୍ରାର୍ଥୀ ଭାବେ ମହାରଷ୍ଟ୍ର ବିଧାନସଭା ନିର୍ବାଚନ ଲଢି ଜିତିବା ସହ ମନ୍ତ୍ରୀ ହେଲେ । ୧୪ଟି ବିଭାଗର ଦାୟିତ୍ଵ ପାଇ ବେଶ ଶକ୍ତିଶାଳୀ ମନ୍ତ୍ରୀ ପାଲଟିଥିଲେ । ସେ ୧୯୮୨ରୁ ୮୫ ଯାଏ ବିଧାୟକ ହେବା ସହ ପୁଣି ୧୯୮୬ରୁ ୯୨ ପର୍ଯ୍ୟନ୍ତ ମହାରାଷ୍ଟ୍ର ବିଧାନ ପରିଷଦର ସଦସ୍ୟ ଥିଲେ । ଶ୍ରୀକାନ୍ତ ମଧ୍ୟ ୧୯୯୨ରୁ ୯୮ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ରହିଥିଲେ । ସେ ଜଣେ ଚିତ୍ରଶିଳ୍ପୀ, ଫଟୋଗ୍ରାଫର ଓ ଅଭିନେତା ଥିଲେ ତଥା ନିଜ ଘରେ ୫୨ ହଜାର ପୁସ୍ତକ ଥିବା ପାଠାଗାରଟିଏ ପ୍ରତିଷ୍ଠା କରିଥିଲେ । ଶ୍ରୀକାନ୍ତ ମହାରାଷ୍ଟ୍ରର ନାଗପୁର ଜିଲ୍ଲା ଅଜାନଗାଓଁରେ ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବାବେଳେ ୨ଜୁନ୍,୨୦୦୪ ରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାଣ ହରାଇଲେ । ସେ ୧୯୭୭ରେ ନାଗପୁର ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦରେ ସଭାପତି ନିର୍ବାଚିତ ହୋଇଥିଲେ । ୧୯୯୯ରେ ଲୋକସଭା ନିର୍ବାଚନ ଲଢି ମାତ୍ର ୩ ହଜାର ଭୋଟରେ ପରାଜିତ ହୋଇଥିବାବେଳେ ୨୦୦୪ ଲୋକସଭା ନିର୍ବାଚନରେ ମଧ୍ୟ ପରାସ୍ତ ହୋଇଥିଲେ ।

 

ଆଧାର – ଦୈନିକ ସମାଜ

4.4
Nirod Chandra Sandha Jul 03, 2017 12:52 PM

ଶ୍ରୀକାନ୍ତ ଙ୍କ ବିଷୟରେ ଜାଣି ବହୁତ ଖୁସି ଲାଗିଲା ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top