ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ରାଷ୍ଟ୍ରୀୟ ପ୍ରତୀକ
ସେଆର କରନ୍ତୁ

ରାଷ୍ଟ୍ରୀୟ ପ୍ରତୀକ

ରାଷ୍ଟ୍ରୀୟ ପତାକା ରାଷ୍ଟ୍ରୀୟ ଚଢେଇ ରାଷ୍ଟ୍ରୀୟ ଫୁଲ ରାଷ୍ଟ୍ରୀୟ ଗଛ ରାଷ୍ଟ୍ରୀୟ ସଙ୍ଗୀତ ରାଷ୍ଟ୍ରୀୟ ନଦୀ ରାଜ୍ୟ ପ୍ରତୀକ ରାଷ୍ଟ୍ରୀୟ ପଞ୍ଜିକା ରାଷ୍ଟ୍ରୀୟ ପଶୁ ରାଷ୍ଟ୍ରୀୟ ଗୀତ ରାଷ୍ଟ୍ରୀୟ ଫଳ ରାଷ୍ଟ୍ରୀୟ ଖେଳ ରାଷ୍ଟ୍ରୀୟ ମୁଦ୍ରା ଚିହ୍ନ

ରାଷ୍ଟ୍ରୀୟ ପତାକା


ଏହା ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ପିଙ୍ଗଳି ଭେଙ୍କୟାଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା ।

ଅତୀତରେ ବହୁ ପରିବର୍ତ୍ତନ ଘଟିବା ପରେ ଶେଷରେ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ତ୍ରିରଙ୍ଗାକୁ ଗ୍ରହଣ କରାଯାଇଛି । ଭାରତର ପ୍ରଥମ ଜାତୀୟ ପତାକା ୭ ଅଗଷ୍ଟ ୧୯୦୬ରେ କଲକାତାସ୍ଥିତ ପାର୍ସି ବାଗାନ ଛକ (ଗ୍ରୀନ ପାର୍କ)ରେ ଉତ୍ତୋଳନ କରାଯାଇଥିବା କୁହାଯାଏ । ସେତେବେଳେ ଏହି ପତାକାର ରଙ୍ଗ ଲାଲ, ହଳଦି ଓ ସବୁଜ ଥିଲା । ଦ୍ୱିତୀୟ ଜାତୀୟ ପତାକା ଜର୍ମାନୀର ଷ୍ଟୁଟଗାର୍ଟ ସହରରେ ୨୨ ଅଗଷ୍ଟ ୧୯୦୭ରେ ଉତ୍ତୋଳନ କରାଯାଇଥିଲା । ଏହାକୁ ସେତେବେଳେ ସପ୍ତର୍ଷି ପତାକା କୁହାଯାଉଥିଲା । ୧୯୦୬ ପତାକାଠାରୁ ଦେଖିବାକୁ ଏହା ଟିକେ ଭିନ୍ନ ଥିଲା । ଏହି ପତାକାର ଉପରେ ପଦ୍ମ ଚିହ୍ନ ଓ ସପ୍ତର୍ଷିଙ୍କୁ ଦର୍ଶାଉ ଥିବା ୭ଟି ତାରା ଥିଲା । ୧୯୧୭ରେ ୩ୟ ଥର ପାଇଁ ପତାକାର ପରିବର୍ତ୍ତନ ହୋଇଥିଲା । ଡ. ଆନିବେଶାନ୍ତଙ୍କ "ହୋମ ରୁଲ୍‍' ଆନ୍ଦୋଳନ ସମୟରେ ପତାକାର ରଙ୍ଗ ଲାଲ ଓ ସବୁଜ ରଙ୍ଗ ଥିଲା । ୧୯୨୧ ମସିହାରେ ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଜାତୀୟ କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ପିଙ୍ଗଳି ଭେଙ୍କୟା ନାମକ ଆନ୍ଧ୍ର ପ୍ରଦେଶର ଜଣେ ଯୁବକ ଭାରତୀୟ ଜାତୀୟ ପତାକାର ଏକ ଡିଜାଇନ ପ୍ରସ୍ତୁତ କରି ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ । ଏହି ପତାକାରେ ଲାଲ ଓ ସବୁଜ ଏହିପରି ୨ଟି ରଙ୍ଗ ଥିଲା । ଏହି ଦୁଇ ରଙ୍ଗ ହିନ୍ଦୁ ଓ ମୁସଲମାନ୍‍ ଦୁଇ ପ୍ରମୁଖ ଧର୍ମର ପ୍ରତୀକ ଥିଲା । ତେବେ ଏହି ଦୁଇ ସମ୍ପ୍ରଦାୟକୁ ଛାଡି ଅନ୍ୟ ଧର୍ମାବଲମ୍ବିଙ୍କ ପାଇଁ ମଝିରେ ଧଳା ରଙ୍ଗ ଦେବାକୁ ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ । ୧୯୩୧ରେ କେଶରୀ, ଧଳା ଓ ସବୁଜ ରଙ୍ଗରେ ଜାତୀୟ ପତାକା ତିଆରି କରାଯାଇଥିଲା । ପତାକାର ମଝିରେ ଅରଟ ଚିହ୍ନ ଥିଲା । ତେବେ ଏହି ପତାକାର ପରିବର୍ତ୍ତନ କରାଯାଇଥିଲା । ଶେଷରେ ପତାକାର ଶୀର୍ଷ ଭାଗରେ କେଶରୀ, ମଝିରେ ଧଳା ଓ ନିମ୍ନ ଭାଗ ଘନ ସବୁଜ ରଙ୍ଗ ଓ ସମସ୍ତ ରଙ୍ଗ ସମାନ ପ୍ରକାକାର ଆୟତନରେ ସଜ୍ଜିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ପତାକାର ମଝିରେ ୨୪ଟି ଅର ବିଶିଷ୍ଟ ନୀଳ ରଙ୍ଗର ଚକ୍ର ରହିବା ଆବଶ୍ୟକ । ଏହି ଆକୃତିର ପତାକାକୁ ୨୨ ଜୁଲାଇ ୧୯୪୭ରେ ସାମ୍ବିଧାନିକ କମିଟି ଗ୍ରହଣ କରି ନେଇଥିଲା । ସେହିଦିନ ଠାରୁ ଭାରତର ଜାତୀୟ ପତାକାକୁ ତ୍ରିରଙ୍ଗା କୁହାଯାଉଛି ।

ରାଷ୍ଟ୍ରୀୟ  ପକ୍ଷୀ


ମୟୁର ଭାରତର ଜାତୀୟ ପକ୍ଷୀ । ୧୯୬୨ ରେ ଜାପାନର ରାଜଧାନୀ ଟୋକିଓରେ ଆନ୍ତର୍ଜାତିକ ପକ୍ଷୀ ସଂରକ୍ଷଣର ଯେଉଁ ସମ୍ମିଳନୀ ହେଇଥିଲା ସେଥିରେ ସବୁ ଦେଶକୁ ନିଜ ନିଜର ଜାତୀୟ ପକ୍ଷୀ ଚୟନ ପରାମର୍ଶ ଦିଆଯାଇଥିଲା । ଏହାର ମୂଲ ଉଦ୍ଦେଶ୍ୟ ଅବଶ୍ୟ ଥିଲା ପକ୍ଷୀ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି । ମାତ୍ର ଏହା ଫଳରେ ମୟୂର ପାଇଲା ଭାରତର ପକ୍ଷୀର ମାନ୍ୟତା।ଫଳ ସ୍ଵରୂପ ୧୯୬୩ ରୁ ମୟୂର ଭାରତର ଜାତୀୟ ପକ୍ଷୀ ରୂପେ ବିବେଚିତ ହେଲା

ରାଷ୍ଟ୍ରୀୟ ଫୁଲ


ପଦ୍ମ ଦେବତାମାନଙ୍କର ପୁଷ୍ପ । ତେଣୁ ପଦ୍ମଫୁଲକୁ ପଦ୍ମାବତାର କୁହାଯାଏ । ସେ ଲାଲକମଳ ବା ସଫେଦକମଲ (ଶ୍ଵେତପଦ୍ମ) ହେଉ ତାହା ଦିବ୍ୟଚେତନାର ପ୍ରତୀକ । ପଙ୍କୁଆ/କାଦୁଆ ପୋଖରୀରେ ପଦ୍ମଜାତ ହୋଇ ଅତ୍ୟୁଚ୍ଚ ସ୍ଥାନକୁ ଯାଇଛି ପଦ୍ମ । ଆମ ଚତୁପାର୍ଶ୍ଵର ଦୁନିଆ କର୍ଦ୍ଦମାକ୍ତ, ଅପରିଚ୍ଛନ୍ନ । ଭଗବାନଙ୍କ ସୃଷ୍ଟିରେ ଯେଉଁ ମଣିଷ ଶ୍ରେଷ୍ଠ ବିବେଚିତ ହୁଏ, ସେ ଉଚ୍ଚତର ସୋପାନରେ ପହଞ୍ଚେ । ପଦ୍ମ ଏହି ଉଦାହରଣ ରଖିଛି ଏବଂ ମନୁଷ୍ୟ ଏହି ଗୁଣକୁ ଉଦ୍ଧାର କରିବା ଉଚିତ । ଲାଲକମଳ ପାର୍ଥିବ ସଂମ୍ପଦ ଦିଏ ଓ ଶ୍ଵେତପଦ୍ମ ଯଥେଚ୍ଛା ଜ୍ଞାନ ଓ ଭକ୍ତି ଦିଏ ।

ରାଷ୍ଟ୍ରୀୟ ଗଛ

 

ରାଷ୍ଟ୍ରୀୟ ସଙ୍ଗୀତ

ବର ଗଛ ଟି ଭାରତ ରେ ସବୁ ଜାଗାରେ ଦେଖିବାକୁ ମିଳେ ସେଥି ପାଇଁ ବର କୁ ରାଷ୍ଟ୍ରୀୟ ଗଛ କୁହାଯାଏ।

ଆମର ଜାତୀୟ ସଙ୍ଗୀତକୁ ଗାନ କରିବା ପାଇଁ ମୋଟ ୫୨ସେକେଣ୍ଡ ସମୟ ଲାଗିଥାଏ | ତେବେ କେତେକ ସ୍ଥାନରେ ଏହାର ପ୍ରଥମ ଓ ଶେଷ ପଦ ଗାନ କରାଯାଏ | ଏଥିଲାଗି ୨୦ ସେକେଣ୍ଡ ସମୟ ଲାଗିଥାଏ | ଦେଶର ପ୍ରଟୋକଲ ଅନୁଯାୟୀ ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ଯୋଗଦେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନେ ଆସନ ଗ୍ରହଣ କରିବା ଓ ଆସନ ଛାଡ଼ିବା ପୂର୍ବରୁ ଜନଗଣମନ ଗାନ କରାଯିବା ପାଇଁ ନିୟମ ରହିଛି |

 

ଆମର ଜାତୀୟ ସଙ୍ଗୀତକୁ ଗାନ କରିବା ପାଇଁ ମୋଟ ୫୨ସେକେଣ୍ଡ ସମୟ ଲାଗିଥାଏ | ତେବେ କେତେକ ସ୍ଥାନରେ ଏହାର ପ୍ରଥମ ଓ ଶେଷ ପଦ ଗାନ କରାଯାଏ | ଏଥିଲାଗି ୨୦ ସେକେଣ୍ଡ ସମୟ ଲାଗିଥାଏ | ଦେଶର ପ୍ରଟୋକଲ ଅନୁଯାୟୀ ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ଯୋଗଦେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନେ ଆସନ ଗ୍ରହଣ କରିବା ଓ ଆସନ ଛାଡ଼ିବା ପୂର୍ବରୁ ଜନଗଣମନ ଗାନ କରାଯିବା ପାଇଁ ନିୟମ ରହିଛି |

ଜନଗଣମନ-ଅଧିନାୟକ ଜୟ ହେ ଭାରତଭାଗ୍ୟବିଧାତା!
ପଞ୍ଜାବ ସିନ୍ଧୁ ଗୁଜରାଟ ମରାଠା ଦ୍ରାବିଡ଼ ଉତ୍କଳ ବଙ୍ଗ
ବିନ୍ଧ୍ୟ ହିମାଚଳ ଯମୁନା ଗଙ୍ଗା ଉଚ୍ଛଳଜଧିତରଙ୍ଗ
ତବ ଶୁଭ ନାମେ ଜାଗେ, ତବ ଶୁଭ ଆଶିଷ ମାଗେ,
ଗାହେ ତବ ଜୟଗାଥା।
ଜନଗଣମଙ୍ଗଳଦାୟକ ଜୟ ହେ ଭାରତଭାଗ୍ୟବିଧାତା!
ଜୟ ହେ, ଜୟ ହେ, ଜୟ ହେ, ଜୟ ଜୟ ଜୟ ଜୟ ହେ॥

ରାଷ୍ଟ୍ରୀୟ ନଦୀ

ଗଙ୍ଗା ନଦୀ ଭାରତର ବୃହତ୍ତମ ନଦୀ । ଏହା ଲମ୍ବ ୨,୫୨୫ km | ଗଙ୍ଗା ନଦୀ ଯଊ ସହର ରେ ଯାଇଛି ସେ ଗୁଡିକ ହେଲା ହରିଦ୍ଵାର, କାନପୁର, ଯଜମାଉ, ଆଲ୍ଲାହାବାଦ, ବାରଣାସୀ, ମିର୍ଜାପୁର, ଗାଜିପୁର, ପଟଣା, ରିଷିକେଶ, ମୁଙ୍ଗେର, ଭାଗଲପୁର, କଲିକତା

ରାଜ୍ୟ ପ୍ରତୀକ

ଭାରତର ରାଷ୍ଟ୍ରୀୟ ଚିହ୍ନ(ଅଶୋକ ସ୍ତମ୍ବ)

୨୬ ଜାନୁଆରି ୧୯୫୦ ରାଜା ଅଶୋକଙ୍କ ଅଶୋକ ସ୍ତମ୍ବ କୁ ଭାରତର ରାଷ୍ଟ୍ରୀୟ ଚିହ୍ନ ଘୋଷଣା କରାଯାଇଥିଲା।

ରାଷ୍ଟ୍ରୀୟ ପଞ୍ଜିକା

ଭାରତର ରାଷ୍ଟ୍ରୀୟ ପଞ୍ଜିକା(ସକ ପଞ୍ଜିକା)

ଏହା ଚୈତ୍ର ମାସରୁ ଆରମ୍ଭ ହୋଇ ବୈଶାଖ ମାସରେ ଶେଷ ହୁଏ ।

ରାଷ୍ଟ୍ରୀୟ ପଶୁ


ବାଘ ଭାରତ ର ସବୁ ଜାଗାରେ ଦେଖିବାକୁ ମିଳେ ସେଥି ପାଇଁ ବାଘ କୁ ରାଷ୍ଟ୍ରୀୟ ପଶୁ କୁହାଯାଏ ମହାବଳ ବାଘ (Panthera tigris tigris), ସବୁଠାରୁ ଅଧିକ ସଂଖ୍ୟାରେ ଦେଖାଯାଉଥିବା ବାଘ ପ୍ରଜାତି ଅଟେ । ଭାରତରେ ଏହାର ସଂଖ୍ୟା ୧୭୦୬-୧୯୦୯ ହୋଇଥିବାବେଳେ ବଙ୍ଗଳାଦେଶରେ ୪୪୦, ନେପାଳରେ ୧୬୩-୨୫୩ ଓ ଭୁଟାନରେ ଏମାନଙ୍କ ସଂଖ୍ୟା ୬୭-୮୧ ଅଟେ । ୨୦୧୦ ମସିହା ଠାରୁ ଏହାକୁ ଏକ ବିପଦ ସଙ୍କୁଳ ପ୍ରଜାତି ଭାବେ IUCN (International Union for Conservation of Nature) ଘୋଷଣା କରିଛି । ବାଘ, ଉଭୟ ବଙ୍ଗଳାଦେଶ ଓ ଭାରତର ଜାତୀୟ ପଶୁ ଅଟେ ।

ରାଷ୍ଟ୍ରୀୟ ଗୀତ


ବନ୍ଦେ ଉତ୍କଳଜନନୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏକ ଓଡ଼ିଆଜାତିଭକ୍ତି କବିତା । ୧ ଏପ୍ରିଲ ୧୯୩୬ରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ପରେ ଏହି କବିତାଟି ରାଜ୍ୟଗାନ ଭାବେ ପରିଚିତ ହେଲା |

"ବନ୍ଦେ ଉତ୍କଳଜନନୀ,
ଚାରୁ-ହାସମୟୀ ଚାରୁ-ଭାଷମୟୀ,
ଜନନୀ, ଜନନୀ, ଜନନୀ॥

ପୂତ-ପୟୋଧି-ବିଧୌତ ଶରୀରା,
ତାଳ-ତମାଳ ସୁଶୋଭିତ ତୀରା,
ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା,
ଜନନୀ, ଜନନୀ, ଜନନୀ॥

 

ଘନ-ଘନ-ବନଭୂମି ରାଜିତ ଅଙ୍ଗେ,
ନୀଳ-ଭୂଧର-ମାଳା ସାଜି ତରଙ୍ଗେ,
କଳକଳ-ମୁଖରିତ ଚାରୁ-ବିହଙ୍ଗେ,
ଜନନୀ, ଜନନୀ, ଜନନୀ॥

 

ସୁନ୍ଦରଶାଳୀ ସୁଶୋଭିତ କ୍ଷେତ୍ରା,

ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା,

ଯୋଗୀ ଋଷିଗଣ ଊଟଜ ପବିତ୍ରା,

ଜନନୀ, ଜନନୀ, ଜନନୀ॥

 

ସୁନ୍ଦର ମନ୍ଦିର ମଣ୍ଡିତ ଦେଶା,

ଚାରୁକଳାବଳୀ ଶୋଭିତ ବେଶା,

ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା

ଜନନୀ, ଜନନୀ, ଜନନୀ॥

 

ଉତ୍କଳ-ସୁରବର-ଦର୍ପିତ-ଗେହେ,

ଅରିକୁଳ-ଶୋଣିତ-ଚର୍ଚ୍ଚିତ ଦେହେ,

ବିଶ୍ବଭୁମଣ୍ଡଳ-କୃତବରସ୍ନେହେ,

ଜନନୀ, ଜନନୀ, ଜନନୀ॥

 

କବିକୁଳ ମୌଳି-ସୁନନ୍ଦନ-ବନ୍ଦ୍ୟେ,

ଭୁବନ-ବିଘୋଷିତ-କୀର୍ତ୍ତିଅନିନ୍ଦ୍ୟେ,

ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,

ଜନନୀ, ଜନନୀ, ଜନନୀ॥

—କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ରାଷ୍ଟ୍ରୀୟ ଫଳ

ଆମ୍ବ ହେଉଛି ଭାରତର ଜାତୀୟ ଫଳ ।ଭାରତୀୟ ସଂସ୍କୃତି ସହ ଓତୋପ୍ରୋତ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ଭ ପତ୍ରକୁ ଖୋଜା ପଡ଼ିଥାଏ, କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ । କଞ୍ଚା ଓ ପାଚିଲା ଆମ୍ବ ଖାଦ୍ୟ ରୂପେ ବ୍ୟବହୃତ ହୁଏ । ଭାରତୀୟ ଚିତ୍ରକଳାରେ ଆମ୍ବକଷି ଡିଜାଇନ ବହୁଳ ଭାବରେ ଆଦୃତ । କାଶ୍ମୀର ଓ ପାରସ୍ୟ ଚିତ୍ରକଳାରେ ମଧ୍ୟ ଆମ୍ବକଷିର ମହତ୍ତ୍ଵ ରହିଛି । ଆମ୍ବର ମଧୁର ସ୍ଵାଦର ଆକର୍ଷଣରୁ ସାଧାରଣ ମଣିଷ ସମତେ ବହୁ ମନୀଷୀ ଯଥା ପ୍ରାଚୀନ କବି କାଳିଦାସ, ଗ୍ରୀକ ବୀର ଆଲେକଜାଣ୍ଡାର ଏବଂ ମହାନ ବୌଦ୍ଧ ସନ୍ନ୍ୟାସୀ ହୁଏନ ସାଂ କେହିବି ବାଦ ପଡ଼ିନାହାନ୍ତି । ଏହା ଭାରତର ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳେ। ଆମ୍ବ କଞ୍ଚା ଥିଲେ ଖାଇବାକୁ ଖଟା ଲାଗେ ଓ ପାଚିଲା ପରେ ସୁଆଦିଆ ଲାଗେ ।

ରାଷ୍ଟ୍ରୀୟ ଖେଳ

ହକି ଦୁଇଟି ଭିନ୍ନ ଭିନ୍ନ ଦଳ ଦେଇ ଖେଳାହେଉଥିବା ଏକ ଖେଳ । ଏହା ଭାରତର ଜାତୀୟ ଖେଳ ଅଟେ।

ମୁଦ୍ରା ଚିହ୍ନ

ଏହି ଭାରତୀୟ ଟଙ୍କା ଚିହ୍ନ (₹), ଭାରତରେ ପ୍ରଚଳିତ ସରକାରୀ ଅଟେ । ୧୫ ଜୁଲାଇ ୨୦୧୦ ରେ ଏହି ନୂତନ ଢାଞ୍ଚା ଭାରତ ସରକାରଙ୍କ ଦ୍ଵାରା ସାର୍ବଜନୀକ ରୂପେ ପ୍ରକାଶ କରଯାଇଥିଲା

4.33333333333
Nirod Chandra Sandha Jul 03, 2017 03:12 PM

ସମସ୍ତେ ଏହି ସବୁ ବିଷୟରେ ଜାଣିବା ଦରକାର ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top