ସେଆର କରନ୍ତୁ

ଜୟୀ ରାଜଗୁରୁ

ଓଡ଼ିଶା ମୁକ୍ତି ସଂଗ୍ରାମର ପ୍ରଥମ ଶହୀଦ ଜୟୀ ରାଜଗୁରୁ ବିଷୟରେ ସୂଚନା I

ଓଡ଼ିଶା ମୁକ୍ତି ସଂଗ୍ରାମର ପ୍ରଥମ ଶହୀଦ

ଆମ ଦେଶ ଭାରତବର୍ଷ ବିଭିନ୍ନ ସମୟରେ ବିଭିନ୍ନ ଶାସକବର୍ଗଙ୍କ ଦ୍ଵାରା ଶାସିତ ହୋଇଛି । ମୋଗଲ, ଆଫଗାନ୍ ଏବଂ ମରହଟ୍ଟାମାନେ ହଜାର ହଜାର ବର୍ଷ ଧରି ଶାସନ କରିବା ପରେ ଶେଷରେ ଆମ ଦେଶର ଶାସନ କ୍ଷମତା ପଙ୍ଗପାଳ ବିଲାତି ଦଳଙ୍କ ହାତରେ ପଡ଼ିଥିଲା । ସେମାନେ ସାଜିଥିଲେ ଆମର ଭାଗ୍ୟ ବିଧାତା । ୧୮୦୩ ମସିହାରେ ଓଡ଼ିଶା ଅଧିକାର  କଲେ । ଦୀର୍ଘକାଳ ବ୍ୟାପୀ ମୋଗଲ, ମରହଟ୍ଟାମାନଙ୍କ ଉପୀଡ଼ନର ଶୀକାର ହେଲାପରେ ଲୋକମାନେ ଭାବିଥିଲେ ଇଂରେଜ ସରକାର ସେମାନଙ୍କ କଥା ବୁଝିବେ । ଭଲ ଶାସନ ଦେବେ  କିନ୍ତୁ ତାହା ହେଲା ନାହିଁ ।

ଇଂରେଜ ଶାସକଙ୍କ ଜୁଲମ୍ ଅତିମାତ୍ରାରେ ବୃଦ୍ଧି ପାଇଲା  ଲୋକ ମାନେ ଅତିଷ୍ଠ ହୋଇ ପଡ଼ିଲେ । ସେମାନଙ୍କର ଅନ୍ୟାୟ, ଅତ୍ୟାଚାର ଏବଂ ଶୋଷଣ ବିରୁଦ୍ଧରେ ଜନ ଅସନ୍ତୋଷ ଦେଖାଗଲା । ଚାରିଆଡ଼େ ବିଦ୍ରୋହର ନିଆଁ ଜଳି ଉଠିଲା ରଣ ଦୁନ୍ଦୁଭି ବାଜିଲା । ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼େଇ କରି କେତେକ ଲୋକ କାରାବରଣ କଲେ ।

ଆଉ କେତେକ ଯୁଦ୍ଧ କ୍ଷେତ୍ରରେ ଶତ୍ରୁପକ୍ଷର ଗୁଳିମାଡ଼ରେ ଟଳି ପଡ଼ିଲେ । ଅନେକଙ୍କୁ ମଧ୍ୟ ଫାଶୀ ଦଣ୍ଡରେ ଦଣ୍ଡିତ କରାଗଲା । ଦେଶ ମାତୃକା ବା ମାଟିମାଆକୁ ରକ୍ଷା କରିବାକୁ ଯାଇ ଯେଉଁ କେତେଜଣ ପ୍ରାଣବଳି ଦେଇଥିଲେ, ସେମାନଙ୍କ ମଧ୍ୟରେ ଓଡ଼ିଶାର (ଖୋର୍ଦ୍ଧା ) ‘ଜୟୀ ରାଜଗୁରୁ ଅନ୍ୟତମ ।

ସ୍ୱାଧୀନତା ଆନ୍ଦୋଳନ ଇତିହାସରେ ‘ଜୟୀ ରାଜଗୁରୁ’ଙ୍କର ଭୂମିକା

ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନ ଇତିହାସରେ ‘ଜୟୀ ରାଜଗୁରୁ’ଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ସେ ଥିଲେ ଓଡ଼ିଶା ମୁକ୍ତି ସଂଗ୍ରାମର ପ୍ରଥମ ଶହୀଦ । ମାତୃଭୂମିର ସୁରକ୍ଷା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରି ଯେଉଁ ପରାକାଷ୍ଠା ଦେଖାଇ ଯାଇଛନ୍ତି, ତାହା ଭାରତ ତଥା ପୃଥିବୀ ଇତିହାସରେ ବିରଳ । ଏହି ମହାନ୍ ଜନନାୟକଙ୍କ ଜନ୍ମ ୧୭୩୯ ମସିହା କାର୍ତ୍ତିକ ୨୪ ଦିନ (ତା.୨୯.୧୦.୧୭୩୯) ଅଁଳା ନବମୀ ତିଥିରେ ପୁରୀ ନିକଟସ୍ଥ ହରେକୃଷ୍ଣପୁର ଶାସନରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଚାନ୍ଦ ରାଜଗୁରୁ ଏବଂ ମାତାଙ୍କ ନାମ ହାରାମଣି ଦେବୀ ଅଟେ । ଜୟୀ ରାଜଗୁରୁଙ୍କର ପିଲାଦିନର ନାମ ଥିଲା ଅମୂଲ୍ୟ’ ।

ସେ ଜାତି ରେ ବ୍ରାହ୍ମଣ ଥିବାରୁ ନଅ ବର୍ଷ ବୟସରେ । ବିଧମୁତାବକ ତାଙ୍କର ବ୍ରତୋପନୟନ କରାଯାଇ ଏକୋଇଶିଆ ସମୟ ରେ ପ୍ରଦତ୍ତ ନାମ ଅମୁଲ୍ୟକୁ ପରିବର୍ତ୍ତନ କରାଯାଇ ଜୟକୃଷ୍ଣ’ ରଖାଯାଇଥିଲା । ଏହି ଚାରିଅକ୍ଷରିଆ ନାଆଁଟି ଧରି ଡାକିବାକୁ ମା’ ହାରାମଣିଙ୍କୁ ଟିକିଏ ଅଡୁଆ ଅଡୁଆ ଲାଗିଲା । । ତେଣୁ ସେ ପୁଅକୁ ଜୟକୃଷ୍ଣ ନ ଡ଼ାକି ଶ୍ରଦ୍ଧାରେ ‘ଜୟୀ’ ବୋଲି ଡାକିଲେ । ଜୀବନର ଶେଷ ପର୍ଯ୍ୟନ୍ତ ମଧ୍ୟ ତାଙ୍କରି ଏହି ନାଆଁଟି ବଳବତ୍ତର ରହିଥିଲା । ସେତେବେଳେ ପାଠପଢ଼ିବା ପାଇଁ ସ୍କୁଲ କଲେଜର ସୁବିଧା ନଥିଲା । ରାଜା ଏବଂ ତାଙ୍କର ପଣ୍ଡିତମଣ୍ଡଳୀଙ୍କ ଦ୍ଵାରା ଶିକ୍ଷାର ମାନ ନିରୂପଣ କରାଯାଉଥିଲା । ଶହେ ଗୋଟି ଶ୍ଳୋକ ଉଚ୍ଚାରଣ କରିପାରୁଥିବା ବ୍ୟକ୍ତିକୁ ପଣ୍ଡିତର ଆଖ୍ୟା ଦିଆଯିବା ସଂଗେସଂଗେ ରାଜଦରବାରରେ ବିଭିନ୍ନ ପଦପଦବୀରେ ଅବସ୍ଥାପିତ କରାଯାଉଥିଲା । ଜୟୀଙ୍କ ପିତା ଏବଂ ତାଙ୍କର ପୂର୍ବ ବଂଶଧରମାନେ କ୍ରମାଗତ ଭାବେ । ଖୋର୍ଦ୍ଧା ରାଜାଙ୍କର ରାଜଗୁରୁ ଥିଲେ । ଜୟୀଙ୍କର ବ୍ରତୋପନୟନ ସରିବା । ପରେ ସେ ପୁରୀ ଏମାର ମଠ ଏବଂ ପରେ ଗୋବଦ୍ଧନ ପୀଠ ସଂସ୍କୃତ । ଟୋଲରେ ପାଠ ପଢ଼ିଥିଲେ । ସେ ନିଜେ ହଜାର ହଜାର ଶ୍ଳୋକ ରଚନା । କରି ବ୍ୟାଖ୍ୟା କରିପାରୁଥିବାରୁ ଏବଂ ଧର୍ମଶାସ୍ତ୍ର ଓ ନୀତିଶାସ୍ତ୍ର ଉପରେ । ତାଙ୍କର ଅଗାଧ ଜ୍ଞାନ ଥିବାରୁ ସେତେବେଳେ ଖୋର୍ଦ୍ଧା  ରାଜାଙ୍କ ଦରବାରରେ ଜଣେ ଶାସ୍ତ୍ରଜ୍ଞ ପୁରୋଧା ରୂପେ ନିଯୁକ୍ତି ପାଇଥିଲେ । ଅସାଧାରଣ ପାଣ୍ଡିତ୍ୟ ସହିତ ଜୟୀ ରାଜଗୁରୁ ଜଣେ ସୁଦକ୍ଷ ଯୋଦ୍ଧା ଥିଲେ । ତୁଳସୀ ଦୁଇପତ୍ରରୁ ବାସିଲା ପରି ଜୟୀ ଯେ ଜଣେ ଦିଗବିଜୟୀ ବୀର ହୋଇପାରିବେ ଏକଥା ତାଙ୍କର ପିଲାଦିନର ଏକ ଘଟଣାବଳୀରୁ ଜଣାପଡ଼େ।

ରାଜଗୁରୁ ପରିବାରର ସମସ୍ତେ ସେତେବେଳେ ଘୋଡ଼ା ପିଠିରେ ଯିବା ଆସିବା କରନ୍ତି । ଜୟୀଙ୍କର ପିତା ଚାନ୍ଦ ରାଜଗୁରୁଙ୍କର କାଳିଆ ନାମରେ ଘୋଡ଼ାଟିଏ ଥାଏ । ସେଇ ଘୋଡ଼ାଟି ପିଣ୍ଡା ଠାରୁ କିଛି ଦୂରରେ ଗୋଟିଏ ନଡ଼ିଆ ଗଛରେ ବନ୍ଧା ହୁଏ । ବୀର ହରେକୃଷ୍ଣପୁର ଗାଁଟି ବନ୍ୟାଜଳ ଦ୍ଵାରା ପ୍ଲାବିତ ହୋଇଯାଉଥିବାରୁ ଘରର ପିଣ୍ଡାଗୁଡ଼ିକ ଉଚ୍ଚ କରାଯାଇଥାଏ । ପିଲାବେଳେ ଦିନେ ଜୟୀ ନିଜ ଘର ଭିତରୁ ଗୁରୁଣ୍ଡି ଗୁରୁଣ୍ଡି ପିଣ୍ଡାର ଦାଢ଼କୁ ଚାଲି ଆସିଥିଲେ । ଆଉ କିଛି ସମୟ ପରେ ତଳକୁ ପଡ଼ି ଯାଇଥାନ୍ତେ, ଏ ଦୃଶ୍ୟ ଦେଖ୍ କାଳିଆ ପ୍ରଥମେ ବହୁ ଜୋରେ ଗର୍ଜନ କଲା । ହୁଏତ, କିଏ ଆସି ପିଲାଟିକୁ ବିପଦ ମୁଖରୁ ରକ୍ଷା କରିବ । କିନ୍ତୁ କେହି ନ ଆସିବାରୁ ସେ ଦଉଡ଼ି ଛିଣ୍ଡାଇ ଧାଇଁ ଆସିଥିଲା ଏବଂ ପିଣ୍ଡାର ଦାଢ଼ରେ ମୁଣ୍ଡଟି ଏପରି ଲଗାଇ ଦେଇଥିଲା ଯେ ଜୟୀ ଘୋଡ଼ାର ବେକରେ ଥିବା ଚମଡ଼ା ଦଉଡ଼ିକୁ ଧରି ଓହଳି ପଡ଼ିଥିଲା । ତା’ପରେ ଧୀରେ ଧୀରେ ଘୋଡ଼ା ପିଠି ଉପରକୁ ଉଠିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ଚାନ୍ଦ ରାଜଗୁରୁ ଲୋକନାଥ ମନ୍ଦିରରୁ ପୂଜା କାର୍ଯ୍ୟ ସମାପନ କରି ଘରକୁ ଫେରୁଥାନ୍ତି । ଘୋଡ଼ା ସାଥିରେ ପୁଅ ନିର୍ଭୟରେ ଖେଳୁ  ଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଜୟୀ ବଡ଼ ହେଲେ ଜଣେ ଭଲ ଯୋଦ୍ଧା ଏବଂ ବିଚକ୍ଷଣ ମଣିଷ ହେବ ଏକଥା ଅନୁମାନ କରିପାରିଥିଲେ ।

ଜନ୍ମଭୂମିର ସେବା କରି ଇଂରେଜମାନଙ୍କୁ ଦେଶରୁ ବିତାଡ଼ିତ ତେବେ କରିବା ପାଇଁ ଜୟୀ ରାଜଗୁରୁ ସାରା ଜୀବନ ଅବିବାହିତ ରହିଥିଲେ । ଇଂରେଜମାନେ ବାଲେଶ୍ଵର ଏବଂ ଗଞ୍ଜାମକୁ ନିଜ ଅଧୀନକୁ ନେବାପରେ କଟକର ବାରବାଟୀ ଦୁର୍ଗ ଦଖଲ କରିଥିଲେ । ବାରବାଟୀ ଦୁର୍ଗ ଦଖଲ କରି ସାରିବା ପରେ ଗୋରା ସାହେବଙ୍କ ଆଖି ପଡ଼ିଲା ଖୋର୍ଦ୍ଧା ଗଡ଼ ଉପରେ । ସେତେବେଳେ ଖୋର୍ଦ୍ଧାର ରାଜା ଥାଆନ୍ତି ଦ୍ଵିତୀୟ ମୁକୁନ୍ଦ ଦେବ । ରାଜା ମୁକୁନ୍ଦ ଦେବ ନାବାଳକ ଥିବାରୁ ତାଙ୍କର ଅଭିଭାବକ ଭାବେ କାର୍ଯ୍ୟ କରୁଥାଆନ୍ତି ସାମନ୍ତ ଜୟୀ ରାଜଗୁରୁ । ମୋଗଲ ଶାସନ ଅମଳରୁ ଖୋର୍ଦ୍ଧା  ଥିଲା ଏକ ସ୍ବାଧୀନ ରାଜ୍ୟ । ଓଡ଼ିଶାର କେନ୍ଦ୍ର ସ୍ଥଳରେ ଏହା ଅବସ୍ଥିତି ହୋଇଥିବାରୁ ଇଂରେଜ ପ୍ରଶାସକ ଖୋର୍ଦ୍ଧା  ଉପରେ ସାମରିକ ଅଭିଯାନ ଆରମ୍ଭ କରିବା ପାଇଁ ସ୍ଥିର କଲେ । ଇଂରେଜ ଶାସକ ହାରକୋର୍ଟ ରାଜା ମୁକୁନ୍ଦ ଦେବଙ୍କ ପାଖକୁ ଏକ ଧମକପୂର୍ଣ୍ଣ ଚିଠି ପଠାଇଲେ । ରାଜା ନାବାଳକ ଥିବାରୁ ସବୁକାର୍ଯ୍ୟ ମନ୍ତ୍ରୀ ଜୟୀ ରାଜଗୁରୁଙ୍କୁ ହିଁ କରିବାକୁ ପଡୁଥିଲା । ତେଣୁ ସେ ଚିଠିଟି ପଢ଼ିବା ପରେ ତାଙ୍କର ରକ୍ତ ତାତି ଉଠିଲା । ସେ ଚିଠିଟିକୁ ପଢ଼ିସାରି ଟିକ୍ ଟିକ୍ କରି ଚିରି ଦେଲେ । ତା’ପରେ ବାଘ ଭଳି ଗର୍ଜ ଉଠି କହିଲେ, “କିଏ ତୁ ବିଲାତି କୁକୁର । ତୋ’ର ଏତେ ଦିମାକ୍ । ତୁ ମୋ’ ରାଜାଙ୍କୁ ଧମକ ଦେଇଛୁ । ଖୋର୍ଦ୍ଧା  ଉପରେ ଆଖି  ପକାଇଛୁ । ତୋ’ ଆଖି  ଦି’ଟା ତାଡ଼ି ଆଣିବି । ତୋ ଜିଭଟା କାଟି ଦେବି ।” ଜୟୀ ରାଜଗୁରୁଙ୍କ କଥାରେ ଚମକି ଉଠିଲା ଓଡ଼ିଶା । ପ୍ରତ୍ୟେକ ଓଡ଼ିଆ ଚେଇଁ ଉଠିଲେ । ରାଜକୁମାର ମୁକୁନ୍ଦ ଦେବ ଜୟୀଙ୍କ କହିବା ମୁତାବକ । ଇଂରେଜଙ୍କୁ ଦୁଇଟି ସର୍ଷ ପୂରଣ ପାଇଁ ପ୍ରସ୍ତାବ ଦେଲେ । ପ୍ରଥମ ସର୍ତ୍ତ  ହେଲା, ‘ଖୋର୍ଦ୍ଧା  ଅଧିକାର  ପୂର୍ବରୁ ଇଂରେଜ ସରକାର ଗଜପତିଙ୍କୁ ଲକ୍ଷେ ଟଙ୍କା ଦେବେ ଏବଂ ଦ୍ଵିତୀୟରେ ମରହଟ୍ଟା ଶାସକ ବୀରକିଶୋର ଦେବଙ୍କ ଠାରୁ ଆଗରୁ ଦଖଲ କରିଥିବା ଲେମ୍ବାଇ, ସିରାଇ, ରାହାଙ୍ଗ ଓ ଚବିଶକୁଦ ନାମକ ଚାରିଗୋଟି ପ୍ରଗଣାକୁ ଫେରାଇ ଦେବେ ।‘

ସୁଚତୁର ହାରକୋର୍ଟ ସେତେବେଳକୁ ଓଡ଼ିଆ ମାନଙ୍କର ମତିଗତି ଭଲଭାବେ ଜାଣି ସାରିଥିଲେ । ତେଣୁ ସେ ଆଗତୁରା ସତୁରୀ ହଜାର ଟଙ୍କା ଖୋର୍ଦ୍ଧା  ପଠାଇଦେଲେ । ଏହି ଟଙ୍କା ଜୟୀ ରାଜଗୁରୁଙ୍କ ହାତରେ ପଡ଼ିଲା । ସେ ଟଙ୍କାତକ ରାଜାଙ୍କୁ ନଦେଇ ପାଇକ ମାନଙ୍କ ବାକିଆ ଥିବା ଦରମା ଦେଇଦେଲେ । ଜୟୀ ଜାଣିଥିଲେ ଯେ ଇଂରେଜମାନଙ୍କୁ ତଡ଼ିବା ପାଇଁ ପାଇକମେଳି ଦରକାର । ପ୍ରକୃତରେ ସେ ପାଇକ ମାନଙ୍କୁ ଏକାଠି କରି ବିଭିନ୍ନ ରଣ କୌଶଳମାନ ଶିକ୍ଷା ଦେଉଥିଲେ । ଫଳରେ ଖୋର୍ଦ୍ଧାରେ ଇଂରେଜ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକି ଉଠୁଥିଲା । ଏଥିଲାଗି ହାରକୋର୍ଟ ଗଜପତିଙ୍କୁ ଦୋଷ ଦେଇ ଏକ ଚିଠି ପଠାଇଲେ । କିନ୍ତୁ ଜୟୀ ରାଜଗୁରୁଙ୍କ ଦପ୍ତରରୁ ଉତ୍ତର ମିଳୁଥିଲା, ହୁସିଆର୍, ଖୋର୍ଦ୍ଧା ଉପରେ ଆଖି  ପକାଅନା । ବରଂ ପାରୁଛି ଯଦି ଅବଶିଷ୍ଟ ୩୦ ହଜାର ଟଙ୍କା ଶୀଘ୍ର ପଠାଅ ଓ ଚାରୋଟି ପ୍ରଗଣା ଫେରାଅ ।” ହାକୋର୍ଟ ଉତ୍ତର ଦେଇଥିଲେ ତୁମ ରାଜା ଯଦି ଆମ ହୁକୁମ ମାନି ଯିବେ । ଆମେ ତିରିଶ ହଜାର ଟଙ୍କା ଦେବୁ ଓ ପ୍ରଗଣା କଥା ବିଚାର କରିବୁ । ହାରକୋର୍ଟର ଚିଠି ପଢ଼ି ଜୟୀ ରାଜଗୁରୁ ଟିକେ ଚିନ୍ତା କଲେ ଏବଂ ଉତ୍ତର ପଠାଇଲେ ଯେ ଓଡ଼ିଆ ପୁଅ କାହାରି ହୁକୁମ ମାନେ ନାହିଁ । ମୋ’ ଗଜପତି ତୁମ ବୋଲ ମାନିବେ କେମିତି ? ଏପରି ଏକ ଅପମାନଜନକ ଚିଠି ପାଇଲା ପରେ ହାଲ୍‌କୋର୍ଟ ଏକ ଯୋଜନା ପ୍ରସ୍ତୁତ କଲେ । ଜୟୀ ରାଜଗୁରୁ ଏବଂ ତାଙ୍କର ପାଇକ କୁଳକୁ ଧ୍ଵଂସ କରିବା । ପାଇଁ ଷଡ଼ଯନ୍ତ୍ର ଚାଲିଲା । ପାଇକ ଆଖଡ଼ା ବନ୍ଦ କରି ଦିଆଗଲା । ପାଇକମାନଙ୍କ ପରିବର୍ତ୍ତେ ଦାରୋଗା ମାନଙ୍କୁ ନିଯୁକ୍ତି ମିଳିଲା । ପାଇକମାନଙ୍କ ଜମି ଉପରେ କର ବସାଗଲା । ତଥାପି ପାଇକକୁଳ ହଟି ନଥିଲେ । ରଣହୁଙ୍କାର ଛାଡ଼ି ଯୁଦ୍ଧକ୍ଷେତ୍ରକୁ ଡେଇଁ ପଡ଼ିଥିଲେ । ଏହି ବିଦ୍ରୋହର ନିଆଁ ଆଳି, କନିକା, କୁଜଙ୍ଗ, ଘୁମୁସର, ଆଠଗଡ଼ ଓ ଶେରଗଡ଼ ପ୍ରଭୃତି ଅଞ୍ଚଳକୁ ବ୍ୟାପୀ ଯାଇଥିଲା । କର୍ଣ୍ଣେଲ ହାରକୋର୍ଟ । ନିଜର ସ୍ଥିତିରକ୍ଷା କରିବାକୁ ଯାଇ ମାନ୍ଦ୍ରାଜର ମୁଖ୍ୟ ମେଜର ୟେଚରଙ୍କ ସାହାଯ୍ୟ ମାଗି ଥିଲେ । କଲିକତାରୁ ଦ୍ଵିତୀୟ ଏବଂ ସପ୍ତମ ସେନାବାହିନୀ  ଡକାଗଲା । ୧୮୦୪ ମସିହା ନଭେମ୍ବର ୨୨ ତାରିଖ ଦିନ ଇଂରେଜ ମାନେ ଖୋର୍ଦ୍ଧା  ଆକ୍ରମଣ କଲେ । ଇଂରେଜ ସୈନ୍ୟମାନଙ୍କର ଏହି ଆକ୍ରମଣରେ ବହୁ କ୍ଷୟକ୍ଷତି ହେଲା । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ କେତେକ ସ୍ଥାନୀୟ ଲେ।କଙ୍କୁ ପ୍ରଲେ।ଭିତ କରି ସେହି ବିଶ୍ଵାସଘାତ କମାନଙ୍କ ସାହାଯ୍ୟରେ ଗୋଟିଏ ପରେ ଗୋଟିଏ ଗିରଫଦାରୀ କରି ଚାଲିଲେ ।

ଓଡ଼ିଆ ପ୍ରାଣରେ ଉଜ୍ଜୀବିତ

ଲୋକ ମୁଖରୁ ଶୁଣାଯାଏ ଯେ, ଜୟୀ ରାଜଗୁରୁ ଜଣେ ତନ୍ତ୍ର ସାଧକ ଥିଲେ । ସେ ନିଜର ସାଧନାବଳରେ ବରୁଣେଇ ଦୁର୍ଗର ଦୁଇ  ଦେବୀ ବରୁଣେଇ ଓ ଅରୁଣେଇଙ୍କୁ ପୂଜା କରି ସିଦ୍ଧିଲାଭ କରିଥିଲେ । ଯାହାଦ୍ଵାରା ଶୂନ୍ୟରୁ ଶର ସବୁ ଆସି ଶତ୍ର ଦେହରେ ବିଦ୍ଧ ହେଉଥିଲା । କିନ୍ତୁ କାଞ୍ଚବେୱା ନାମ୍ନୀ ଜଣେ ବିଶ୍ଵାସଘାତକିନୀ ଯୋଗୁଁ ସବୁ ଓଲଟ ପାଲଟ ହୋଇଯାଇଥିଲା । ତା’ କଥାରେ ଇଂରେଜମାନେ କମାଣ ଭିତରେ ଗୋରୁ ଓ ଘୁଷୁରି ମାଂସ ପୂରାଇ ଠାକୁରାଣୀଙ୍କ ଉପରକୁ ଫିଙ୍ଗିଲେ । ଫଳରେ ମାଆଙ୍କ ପୂଜାରେ ବାଧା ଉପୁଜିଲା । ବରୁଣେଇ ଦୁର୍ଗର ପତନ ଘଟିଲା । ଜୟୀ ରାଜଗୁରୁ ଓ ଦିଗମ୍ବର ଭୂୟାଁ । ଦୁଇ ବୀର ଶତ୍ରୁ  ହାତରେ ଧରା ପଡ଼ିଲେ । ଜୟୀ ରାଜଗୁରୁ ଯଦି ଭୁଲ ମାନିବେ ତେବେ ତାଙ୍କୁ ମୁକ୍ତି ମିଳିବ ବୋଲି କର୍ଣ୍ଣେଲ  ହାଇକୋର୍ଟ  ଏକ ପ୍ରସ୍ତାବ ଦେଲେ ।

କିନ୍ତୁ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ଜୟୀ ରାଜଗୁରୁ । ସେ ଅତି ଦାମ୍ଭିକତାପୂର୍ଣ୍ଣ  ସ୍ଵରରେ କହିଥିଲେ, ସାହେବ, ସୂର୍ଯ୍ୟ ପଶ୍ଚିମ ଦିଗରେ ଉଇଁ ପାରେ, ପଦ୍ମଫୁଲ ପାହାଡ଼ ଉପରେ ଫୁଟିଲେ ମଧ୍ୟ ଓଡ଼ିଆ ପୁଅ କାହା ପାଖେ ମୁଣ୍ଡ ନୂଆଁଇବା ଶିଖା ନାହିଁ । ହାଇକୋର୍ଟ  ଆହୁରି ରାଗି ଗଲେ । ସିପାହୀ ମାନେ ରାଜଗୁରୁଙ୍କ ମୁଣ୍ଡ ତଳକୁ କରି ଛାତରେ ଲଟକାଇ ତଳେ ନିଆଁ ଜାଳିଲେ । ଚାବୁକ୍‌ରେ ପ୍ରହାର କଲେ । ଜୟୀ ରାଜଗୁରୁ ମୂର୍ଚ୍ଛା  ଗଲେ । ତଥାପି ପାଇକମେଳିର ସୂତ୍ର କହିଲେ ନାହିଁ କି ଭୁଲ୍ ସ୍ଵୀକାର କଲେ ନାହିଁ । ତା’ପରେ ତାଙ୍କୁ ମେଦିନାପୁରର । ବାଘ ତୋଟାକୁ ନିଆଗଲା ।

ଶେଷକଥା

ଶେଷରେ ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ତାଙ୍କୁ ଇଂରେଜମାନେ ଅତି ନୃଶଂସ ଭାବେ ହତ୍ୟା କଲେ । ଗୋଟିଏ ବରଗଛର ଦୁଇଟି ଡାଳ ଟାଣି ଆଣି ତାଙ୍କର ଦୁଇ ଗୋଡ଼ରେ ବାନ୍ଧି ଡାଳ ଦୁଇଟିକୁ ଛାଡ଼ି ଦେଇଥିଲେ । ରାଜଗୁରୁଙ୍କର ଶରୀର ନିମିଷକ ମଧ୍ୟରେ ଦୁଇଫାଳ ହୋଇଗଲା । ସେଇ ମହାନ୍ ପଣ୍ଡିତ, ସୁଦକ୍ଷ ପ୍ରଶାସକ, ନିଭୀକ ବୀର ଜୟୀ ରାଜଗୁରୁଙ୍କ କଥା ଆଜି ମଧ୍ୟ ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ଉଜ୍ଜୀବିତ ହୋଇ ରହିଛି । କବିଙ୍କ ଭାଷାରେ–

କୁଆଡ଼େ ବହି ଯାଉଛି କାଳ

ଗଲାଣି କଟି କେତେଶ ସାଲ

ରହିଛି ଏବେ କଥା

ଜଇଆ ପଛେ ଜୀବନ ଦେଲା

ନୁଆଁଇ ନାହିଁ ମଥା ।

ସହାୟକ ଗ୍ରନ୍ଥସୂଚୀ -

  1. ଓଡ଼ିଶାର ପ୍ରଥମ ଶହୀଦ - ଜୟୀ ରାଜଗୁରୁ , ଲେଖକ - ଶ୍ରୀ ଜଟାଧାରୀ ମିଶ୍ର ।
  2. ରକ୍ତତୀର୍ଥ ଓଡ଼ିଶା - ଲେଖକ- କାର୍ତ୍ତିକ ଦାଶ ।
  3. ସପ୍ତମ ଶ୍ରେଣୀରେ ପ୍ରଚଳିତ ପାଠ୍ୟପୁସ୍ତକ ସାହିତ୍ୟ ବହି ।
  4. ବିଭିନ୍ନ ସମ୍ବାଦସୂତ୍ରରୁ ସଂଗୃହୀତ ତଥ୍ୟ ।

ଆଧାର - ଇ ମଗାଜିନ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top