ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ
ସେଆର କରନ୍ତୁ

ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ

ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ୧୮୮୮ ସେପ୍ଟେମ୍ବର ୫ ରେ ଆନ୍ଧ୍ରପ୍ରଦେଶର ତିରୁତାଣି ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ଜନ୍ମଗ୍ରହଣ

ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ୧୮୮୮ ସେପ୍ଟେମ୍ବର ୫ ରେ ଆନ୍ଧ୍ରପ୍ରଦେଶର ତିରୁତାଣି ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ  । ସମଗ୍ର ଭାରତବର୍ଷରେ ସେ ଜଣେ ଉତ୍ତମ ଶିକ୍ଷକ ଭାବରେ ପରିଚିତ ଥିଲେ   । ଏଭଳି ଜଣେ ମହାନ ବ୍ୟକ୍ତିତ୍ଵ ତଥା ଛାତ୍ରଛାତ୍ରୀ ବତ୍ସଳ ଶିକ୍ଷକଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମଦିନକୁ ସମଗ୍ର ଭାରତବର୍ଷରେ “ ଗୁରୁ ଦିବସ “ ଭାବରେ ପାଳନ କରାଯାଇଥାଏ   ।  ଏହି ଦିନ ଶିକ୍ଷାନୁଷ୍ଠାନମାନଙ୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଶିକ୍ଷକ- ଶିକ୍ଷୟତ୍ରୀ ଙ୍କୁ ପୂଜା କରିବା ସହ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ କର୍ମମାୟା ଜୀବନର ସ୍ମୃତିଚାରଣ କରିଥାଆନ୍ତି  । ତାଙ୍କର ମାତାପିତା ଧର୍ମପରାଣୟ ଥିଲେ ।  ଏଭଳି ଏକ ଧାର୍ମିକ ପରିବେଶରେ ସେ ପିଲାଟି ଦିନରୁ ହିଁ ଅନେକ କିଛି ଭଲ କଥା ଶିଖିପଡ଼ିଥିଲେ   ।

ତାଙ୍କ ଜୀବନର ଆରମ୍ଭ

ଏକ କନଭେଣ୍ଟ ସ୍କୁଲରୁ ତାଙ୍କର ଛାତ୍ର ଜୀବନ ଆରମ୍ଭ ହୋଇଥିଲା   । ତାପରେ ଏକ ମିଶନାରୀ ଦ୍ଵାରା ସଞ୍ଚାଳିତ ସ୍କୁଲରେ ନିଜର ଅଧ୍ୟୟନ ଜାରି ରଖିଥିଲେ । ମାଡ୍ରାସ ବିଶ୍ଵବିଦ୍ୟାଳୟରୁ ସେ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ   । ପ୍ରଥମରୁ ହିଁ ସେ ଜଣେ ମେଧାବୀ ଛାତ୍ର ଥିଲେ । ଶିକ୍ଷା ଶେଷ ହେବା ପରେ ଇଂଲଣ୍ଡସ୍ଥିତ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରେ ଭାରତୀୟ ଦର୍ଶନଶାସ୍ତ୍ରରେ ଶିକ୍ଷାଦାନ କରିବା ସହ ସେଠାରେ ଭାରତୀୟ ଧର୍ମ ଏବଂ ଦର୍ଶନ ପ୍ରଚାର ପ୍ରସାରରେ ନିଜକୁ ଜଡିତ ରଖିଥିଲେ   । ଥରେ କଲିକତା ବିଶ୍ଵବିଦ୍ୟାଳୟରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବାକୁ ରାଧାକ୍ରିଷ୍ଣନଙ୍କୁ ନିମନ୍ତ୍ରଣ କରାଯାଇଥିଲା   । ସେଠାରେ ତାଙ୍କର ଭାଷଣ ଶୁଣିବା ପରେ ଉପସ୍ଥିତ ଶ୍ରୋତା ତାଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ   । ଭାରତୀୟ ଦର୍ଶନଶାସ୍ତ୍ର ଉପର ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା   । ଏହା ପରେ ସେ କଲିକତା ବିଶ୍ଵବିଦ୍ୟାଳୟରେ ଅଧ୍ୟାପନା ଜାରି ରଖିଥିଲେ   । ତାପରେ ସେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ଏବଂ ଆନ୍ଧ୍ର ବିଶ୍ଵବିଦ୍ୟାଳୟର କୁଳପତି ପଦ ମଧ୍ୟ ଅଳଙ୍କୁତ କରିଥିଲେ ।   ୧୯୫୨ ର ତାଙ୍କୁ ସୋଭିଏଟ ସଂଘରେ ଭାରତର ରାଷ୍ଟ୍ରଦୂତ ରୂପେ ନିଯୁକ୍ତି ମିଳିଲା   । ତାପରେ ସେ ଭାରତର ପ୍ରଥମ ଉପରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଥିଲେ । ୧୯୬୨ ରେ ସେ ଭାରତର ସମ୍ମାନଜନକ ରାଷ୍ଟ୍ରପଟି ପଦ ଅଳଙ୍କୁତ କରିଥିଲେ   ।  ଅତ୍ୟନ୍ତ ସରଲ ଏବଂ ଅମାୟିକ ପ୍ରକୃତିର ବ୍ୟକ୍ତି ଥିଲେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ  । ୧୯୬୨ରେ ତାଙ୍କୁ ବ୍ରିଟିଶ ଏକାଡେମିର ସଦସ୍ୟ ରୂପେ ମନୋନୀତ କରାଯିବା ସହ ତାଙ୍କୁ ଇଂଲଣ୍ଡର ଅନ୍ୟତମ ସମ୍ମାନ “ ଅର୍ଡର ଅଫ ମେରିଟ “  ସମ୍ମାନରେ ସମ୍ମାନିତ କରାଯାଇଥିଲା । ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଧର୍ମ ଏବଂ ଦର୍ଶନରେ କେତୋଟି ପୁସ୍ତକ ରଚନା କରିଥିଲେ ଯାହା ବେଶ ଜନାଦୃତ ହୋଇଥିଲା   । ତାଙ୍କର ଅଧିକାଂଶ ପୁସ୍ତକ ଇଂଲିଶରେ ପ୍ରକାଶିତ ହୋଇଥିଲା ।  ଏପ୍ରିଲ ୧୭,୧୯୭୫ ରେ ସେ ଇହଲିଳା ସମ୍ବରଣ କରିଥିଲେ   ।

ଆଧାର – ଧରିତ୍ରୀ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top