ସେଆର କରନ୍ତୁ

ଓଡ଼ିଆ ସାହିତ୍ୟ କଥା

ଓଡ଼ିଆ ସାହିତ୍ୟ କଥା ଦଶମ ଶ୍ରେଣୀ ପିଲାପାଇଁ ଆଲୋଚନା କରାଯାଇଛି ।

ସୂଚନା

ଓଡ଼ିଆ ଭାଷା ସାହିତ୍ୟର କ୍ରମବିକାଶ ସଂପର୍କରେ ଛାତ୍ରଛାତ୍ରୀମାନଙ୍କର ପ୍ରାଥମିକ ପରିଚୟ ନିର୍ମିତ ଓଡ଼ିଆ ସାହିତ୍ୟ କଥା (ଆଦ୍ୟଭଗ) ନାମକ ଏକ ସ୍ଵତନ୍ତ୍ର ରଚନା ଓଡ଼ିଆ ସିଲାବସ୍ କମିଟି ଦ୍ଵାରା ପ୍ରସ୍ତୁତ କରାଯାଇ ପୁର୍ବରୁ ନବମ ଶ୍ରେଣୀ ପୁସ୍ତକରେ ଦିଆଯାଇଛି । ତାହାର କ୍ରମିକତା ରକ୍ଷା ଦୃଷ୍ଟିରୁ ଓଡ଼ିଆ ସାହିତ୍ୟ କଥା। (ଆଧୁନିକ ଭାଗ) ଏହି ପୁସ୍ତକରେ ଦିଆଯାଉଛି । ଏହି ରଚନାରୁ କେତୋଟି ସାଧାରଣ ପ୍ରଶ୍ନ ଛାତ୍ରଛାତ୍ରୀମାନଙ୍କୁ ପଚରାଯିବ । କିନ୍ତୁ କୌଣସି ସରଳତାର୍ଥ କିମ୍ବା ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ଲେଖି ବା ପାଇଁ ଦିଆଯିବ ନାହିଁ ।

ଗଦ୍ୟ

ଖ୍ରୀଷ୍ଟୀୟ ଉନବିଂଶ ଶତାବ୍ଦୀର ଆରମ୍ଭରୁ ଇଂରେଜମାନେ ଓଡ଼ିଶାକୁ ଅଧୁକାର କଲା ପରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷ ଇଂରେଜ ଶାସନାଧୀନ ହୋଇଗଲା । ଓଡ଼ିଶାରେ ଯଦିଓ ଇଂରେଜମାନଙ୍କ ବିରୋଧରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ସୁରେନ୍ଦ୍ର ସାଏ, ତାପଙ୍ଗ ଦଳବେହେରା ପ୍ରମୁଖ ବିଭିନ୍ନ ସମୟରେ ବିଦ୍ରୋହ କରିଥିଲେ, ତାହା ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଇଂରେଜ ସେନାବାହିନୀ ଦ୍ଵାରା ଅବଦମିତ ହୋଇଯାଇଥିଲା । ସୁଚତୁର ଇଂରେଜମାନେ ସୂର୍ଯ୍ୟସ୍ତ ନିଲାମ ଆଇନ୍ ଦ୍ଵାରା ଓଡ଼ିଶାର କୃଷକ ଓ ଜମି ମାଲିକଙ୍କ ଜମିକୁ ହସ୍ତାନ୍ତରିତ କରି ନୂତନ ସୃଷ୍ଟ ଅନୁଗତ ଜମିଦାରଙ୍କ ଦାୟିତ୍ଵରେ ନ୍ୟସ୍ତ କରିଦେଲେ । ଫଳରେ ଓଡ଼ିଆ ଜାତି ଦାରିଦ୍ର୍ୟ ଭିତରେ ରହି ନାନା କୁସଂସ୍କାରରେ ଚୁଡ଼ି ରହିବାକୁ ବାଧ୍ୟ ହେଲା । ଏହି ସମୟରେ ଯେଉଁ ରାଜା, ଜମିଦାରମାନେ ରହିଲେ ସେମାନେ ଜନସାଧାରଣଙ୍କ ପ୍ରତି ଅନୁଦାର ଭାବ ପୋଷଣ କଲେ । ନାନା ଅତ୍ୟାଚାର, ଶୋଷଣ, ପୀଡ଼ନ ଭିତରେ ଓଡ଼ିଆ ଜାତି ହାତ୍ମତାଶା ଭିତରେ ଜୀବନ କଟାଇବାକୁ ବାଧ୍ୟ ହେଲା । ଖ୍ରୀଷ୍ଟିୟାନ ମିଶନାରୀମାନେ ୧୮୨୨ ମସିହାରୁ ଓଡ଼ିଶାରେ ମିଶନ ସ୍କୁଲମାନ ପ୍ରତିଷ୍ଠା କରି ଶିକ୍ଷାଦାନ ପାଇଁ ବ୍ୟବସ୍ଥା କଲେ ମଧ୍ୟ ଓଡ଼ିଆମାନେ ସେହିସବୁ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ପଠାଇଲେ ନାହିଁ । ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଦ ଭୟ, ଆତଙ୍କ, ଅଶିକ୍ଷା, ଅନ୍ଧବିଶ୍ଵାସ ଇତ୍ୟାଦି ଦ୍ଵାରା ଓଡ଼ିଆ ଜାତିକୁ ସଂପୂର୍ଣ୍ଣ ଆତ୍ମବିଲୁପ୍ତ କରିଦେଲା । ଏହି ଶତାବ୍ଦୀର ଦ୍ଵିତୀୟାର୍ଦ୍ଦର କିଛି କାଳ ପର୍ଯ୍ୟନ୍ତ ମଧ୍ୟ ଜାତିର ନିର୍ବେଦତା ଲାଗି ରହିଲା । ସେହି ନିର୍ବେଦତା ଓ ଆତ୍ମବିଲୁପ୍ତର ଚରମ ନିଦର୍ଶନ ହେଲା ନ’ଅଙ୍କ ଦୁର୍ଭିକ୍ଷ (୧୮୬୬) । ଗୋଟାଏ ଇତିହାସ ପ୍ରସିଦ୍ଧ ଜାତି ଯେମିତି ଶ୍ମଶାନିତ ହୋଇଗଲା । ଏହି ମହାଶ୍ମଶାନରୁ ସୁପ୍ତ ଓଡ଼ିଆ ଜାତିର ହେଲା ନିଦ୍ରାଭଙ୍ଗ । ତା’ର ହେଲା ଆମ୍ଳଜାଗୃତି । ମାତୃଭାଷା ଓ ମାତୃଭୂମିକୁ ଆଧାର କରି ଓଡ଼ିଆ ଜାତୀୟତାର ଶୁଭଶଙ୍ଖ ନିନାଦିତ ହେଲା ଓ ସେହି ଶଙ୍ଖ ଧୁନି କର୍ମଯୋଗୀ ଗୌରୀଶଙ୍କର ରାୟଙ୍କ ପ୍ରତିଷ୍ଠିତ ଓ ସଂପାଦିତ ‘‘ଉତ୍କଳ ଦୀପିକା’’ (୧୮୬୬) ପ୍ରଥମେ ବାଦନ କରିଥିଲା । ତାହାହିଁ ପ୍ରତିଧ୍ଵନିତ ହେଲା ସମଗ୍ର ଓଡ଼ିଶାରେ । ଏହି ପତ୍ରିକାକୁ ଆଦର୍ଶ କରି ପରେ ପରେ ପ୍ରକାଶ ପାଇଲା ‘ବାଲେଶ୍ଵର ସମ୍ବାଦ ବାହିକା" (୧୮୬୮), ‘ଉତ୍କଳ ହିତୈଷିଣୀ' (୧୮୬୯), “ଓଡ଼ିଆ ଓ ନବ ସଂବାଦ' (୧୮୮୮) ସମ୍ବଲପୁର ହିତୈଷିଣୀ (୧୮୮୯), ‘ଉତ୍କଳପୁତ୍ର’(୧୮୭୩) ଆଦି ସମ୍ବାଦ ପତ୍ରିକା, ଉତ୍କଳ ଦର୍ପଣ (୧୮୭୩)'ଉତ୍କଳ – ମଧୁପ’ (୧୮୭୮), ‘ଉତ୍କଳ ପ୍ରଭା’ ( ୧୮୯୧ ), ‘‘ଉତ୍କଳ ସାହିତ୍ୟ' (୧୮୯୭), 'ମୁକୁର’ (୧୯୦୬), “ ସତ୍ୟବାଦୀ' (୧୯୧୫) ଆଦି ସାହିତ୍ୟ ପତ୍ରିକା । ଏହି ପତ୍ରିକାଗୁଡ଼ିକ ହେଲା ଆଧୁନିକ ଓଡ଼ିଆ ସାହିତ୍ୟର ବାର୍ଭାବହ ଓ ଆଧୁନିକ ଲେଖକମାନଙ୍କର ଆତ୍ମ ପ୍ରକାଶର ମାଧ୍ୟମ ।

ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ବେଳକୁ କଲିକତା ଏକ ମୁଖ୍ୟ ସହରରେ ପରିଣତ ହୋଇଗଲା ଓ ସେଠାରେ ଇଂରାଜି ଶିକ୍ଷାର ପ୍ରସାର ଘଟି ନବଶିକ୍ଷିତ ଗୋଷ୍ଠୀର ଆବିର୍ଭାବ ଘଟିଲା । ଫଳରେ ବଙ୍ଗଳାରେ ରେନେସାଁ ବା ନବଜାଗରଣ ଦେଖାଦେଲା । ରାଜା ରାମମୋହନ ରାୟ ପ୍ରତିଷ୍ଠା କଲେ ବ୍ରାହ୍ମ ଧର୍ମ (୧୮୨୮) । ଏହି ଧର୍ମ ପିତୁଳାପୂଜାକୁ ବିରୋଧ କରି ଏକେଶ୍ଵର ବ୍ରହ୍ମବାଦ ଉପରେ ଗୁରୁତ୍ଵ ଦେଲା । ଏହି ନବଜାଗରିତ ଚେତନାରେ ଯେଉଁ ସବୁ ଆଭିମୁଖ୍ୟ ପ୍ରକାଶ ପାଇଲା, ତାହା ହେଲା ମାନବ ବନ୍ଦନା, ସମାଜ-ସଂସ୍କାର, ମନସ୍ତତା, ବିଧବା-ବିବାହ ପ୍ରତି ସମର୍ଥନ, ବାଲ୍ୟବିବାହ - ବିରୋଧ, ସ୍ଵାଧୀନତା ବୋଧ ପ୍ରଭୃତି । ଏହି ସମୟରେ ବଙ୍ଗଳାରେ ନୂତନ ଲେଖକ ଗୋଷ୍ଠୀର ଆବିର୍ଭାବ ଘଟିଲା । ମାଇକେଲ ମଧୁସୂଦନ ଦତ୍ତ, ବଙ୍କିମ ଚନ୍ଦ୍ର, ନବୀନ ସେନ୍, ହେମଚନ୍ଦ୍ର, ରବୀନ୍ଦ୍ରନାଥ ଠାକୁର ପ୍ରମୁଖ ଲେଖକମାନେ ବଙ୍ଗଳା ଭାଷାରେ ରଚନା କଲେ ନୂତନ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧ ଓ ସମାଲୋଚନା ଇତ୍ୟାଦି । ଓଡ଼ିଶାରେ ୧୮୭୦ ମସିହା ବେଳକୁ ନବଶିକ୍ଷିତ ଗୋଷ୍ଠୀର ହେଲା ଆବିର୍ଭାବ । ବ୍ରାହ୍ମଧର୍ମ ମଧ୍ୟ ଓଡ଼ିଶାରେ ପ୍ରସାରିତ ହେଲା । ପତ୍ରପତ୍ରିକା ପ୍ରକାଶ ପାଇଲା । ନ'ଅଙ୍କ ଦୁର୍ଭିକ୍ଷର ମହାଶ୍ମଶାନ ଭିତରୁ ଓଡ଼ିଆ ଜାତିର ହେଲା ନବଜନ୍ମ । ଓଡ଼ିଆ ଭାଷାକୁ ଓଡ଼ିଶାରୁ ଉଠାଇ ଦେବାର ସରକାରୀ ଆଦେଶନାମା ବିରୋଧରେ ଆରମ୍ଭ ହେଲା ଭାଷା-ସୁରକ୍ଷା- ଆନ୍ଦୋଳନ (୧୮୬୯/୭୦) ଓଡ଼ିଆ ଭାଷା ମରଣ ସଂକଟରୁ ରକ୍ଷା ପାଇଲା । ଏହି ମାତୃଭାଷା-ପ୍ରତିରୁ ଜନ୍ମ ନେଲା ଆଧୁନିକ ଓଡ଼ିଆ ସାହିତ୍ୟ । ଇଂରେଜ-ଶିକ୍ଷା-ପ୍ରାପ୍ତ। ତରୁଣ ଶିକ୍ଷିତ ଗୋଷ୍ଠୀଙ୍କ ମଧ୍ୟରୁ କେତେକ ସମାଜ ଓ ମାତୃଭୂମି-ସଚେତନ ଶିକ୍ଷିତ ବ୍ୟକ୍ତି ପ୍ରାଚୀନ ଓଡ଼ିଆ ସାହିତ୍ୟ ପ୍ରତି ବୀତସ୍ପୃହ ହୋଇ ସୃଷ୍ଟି କଲେ ପାଶ୍ଚାତ୍ୟ ସାହିତ୍ୟ ଆଦର୍ଶରେ ନୂତନ ଓଡ଼ିଆ କାବ୍ୟ, କବିତା, ଗନ୍ଧ, ଉପନ୍ୟାସ, ନାଟକ, ପ୍ରବନ୍ଧ, ରମ୍ୟରଚନା, ଜୀବନୀ, ଆତ୍ମ ଜୀବନୀ, ଭ୍ରମଣ କାହାଣୀ, ସମାଲୋଚନା ଇତ୍ୟାଦି । ତେଣୁ ଆଧୁନିକ ଓଡ଼ିଆ ସାହିତ୍ୟ ହେଲା ପାଶ୍ଚାତ୍ୟ ସାହିତ୍ୟର ଅମୃତମୟ ଫଳ ଶ୍ରୁତି । ଯେଉଁ ନବ ରୁଚି ଓ ନବ ଚେତନା ଦେଖାଦେଲା ତାହାହିଁ ଆଧୁନିକ ଓଡ଼ିଆ ସାହିତ୍ୟର ଆଦିପର୍ବର ହେଲା ପ୍ରଧାନ ଉପଜୀବ୍ୟ । ଯଦିଓ ଆଧୁନିକ ଚେତନାର ଭିନ୍ନ ଭିନ୍ନ ଦିଗ ସାହିତ୍ୟରେ ରୂପ ନେଲା ତଥାପି ଔପନିବେଶିକ ଶାସନ ଭିତରେ ଯେଉଁ ମାନସିକତା ଜନ୍ମ ମାତୃଭୂମି ଓ ମାତୃଭାଷା ପ୍ରାତି, ପ୍ରକୃତି-ପ୍ରାତି, ନାରୀ- ନେଇଥିଲା। ତାହା ଔପନିବେଶିକ ମାନସିକତାରୁ ସଂପୂର୍ଣ୍ଣ ସ୍ଵାତନ୍ତ୍ରା, ନାରୀ-ଶିକ୍ଷା, ବ୍ୟକ୍ତି-ସ୍ଵାତନ୍ତ୍ରା, ଏକ ଈଶ୍ୱର ମୁକ୍ତ ହେଲା ନାହିଁ ଓ ସେହି ସାହିତ୍ୟ ମଧ୍ୟ ସେଥିରୁ ମୁକ୍ତ ନ ଭାବନା, ଇତିହାସ ଓ ଐତିହ୍ୟ ପ୍ରତି ଶ୍ରଦ୍ଧା, ବିଜ୍ଞାନ- ହୋଇ, ହୋଇଗଲା ଔପନିବେଶିକ ଆଧୁନିକ ସାହିତ୍ୟ ।

ଆଧୁନିକ ଓଡ଼ିଆ ସାହିତ୍ୟ ୧୮୭୦ ମସିହା ପରଠାରୁ କ୍ରମବିକାଶ ପଥରେ ଗତି କରିଆସିଅଛି । ବିଭିନ୍ନ ସମୟର ରୁଚି ଅନୁସାରେ ତା’ର ମଧ୍ୟ ହୋଇଛି ନବକଳେବର । ଆଧୁନିକ ଓଡ଼ିଆ ସାହିତ୍ୟକୁ ଆମେ ନିମ୍ନୋକ୍ତ ପ୍ରକାରେ ବିଚାର କରିପାରିବା । ଯଥା –

  1. ରାଧାନାଥ ଯୁଗ ବା ଆଧୁନିକ ଯୁଗ
  2. ସତ୍ୟବାଦୀ ପର୍ବ
  3. ସବୁଜ ପର୍ବ
  4. ପ୍ରଗତି ପର୍ବ
  5. ଅତ୍ୟାଧୁନିକ ପର୍ବ
  6. ଉତ୍ତର-ଆଧୁନିକ ପର୍ବ

ଆଧୁନିକ ଯୁଗର ଆଦି ପର୍ବ (୧୮୭୦-୧୯୨୦ ) କୁ ରାଧାନାଥ ଯୁଗ କୁହାଯାଏ, ଯଦିଓ ଏହି ଯୁଗର ଗୋଧୁଳି ଲଗ୍ନରେ ସତ୍ୟବାଦୀ ପର୍ବ (୧୯୦୯ - ୧୯୨୫) ର ଆରମ୍ଭ ଓ ବିକାଶ ହୋଇଥିଲା । ତଥାପି ରାଧାନାଥ ଯୁଗର କେତେକ କବି ଓ ଲେଖକ, ସତ୍ୟବାଦୀ ପର୍ବ ଦେଇ ସବୁଜ ପର୍ବକୁ ମଧ୍ୟ ଅଙ୍ଗେ ନିଭେଇଥିଲେ । କବିବର ରାଧାନାଥ ରାୟ (୧୮୪୮-୧୯୦୮) ଉଚ୍ଚଶିକ୍ଷିତ । ଜଣେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରି ଓଡ଼ିଶାର ସ୍କୁଲସମୂହର ପରିଦର୍ଶକ ହୋଇଥିଲେ । ସେ ଥିଲେ। ଇଂରାଜି, ସଂସ୍କୃତ, ବଙ୍ଗଳା ଆଦି ଭାଷାରେ ସୁପଣ୍ଡିତ । ସେ ପ୍ରଥମେ ବଙ୍ଗଳା ଭାଷାରେ ଲେଖିଥିଲେ । ପରେ ସେ ଓଡ଼ିଆ ଭାଷାରେ ଲେଖାଲେଖ କଲେ । ତାଙ୍କ ରଚିତ 'ବିବେକୀ' (୧୮୭୩) ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧ । ଏହି ପ୍ରବନ୍ଧରୁ ରାଧାନାଥଙ୍କର ଆଦର୍ଶବାଦୀ ବ୍ୟକ୍ତିତ୍ଵର ପରିଚୟ ମିଳିଥାଏ । ଏହା ପରେ ସେ ରଚନା କଲେ 'ଇତାଲୀୟ ଯୁବା' (୧୮୭୪) ପରି ଏକ ଗନ୍ଧ ଓ କେତୋଟି କବିତା । ୧୮୮୫ ମସିହାଠାରୁ ସେ ଗ୍ରୀକ୍ ଓ ଇଂରାଜି ସାହିତ୍ୟରୁ କଥାବସ୍ତୁ ଚୟନ ପୂର୍ବକ ଓଡ଼ିଶାର ବିଭିନ୍ନ ସ୍ଥାନିକ ପଟ୍ଟଭୂମି ସହିତ ତାହାକୁ ସମନ୍ଵୟ କରି ନୂତନ ଗାଥା କାବ୍ୟ ରଚନା କଲେ । ‘କେଦାରଗୌରୀ’, ‘ଉଷା’, ‘ ଚନ୍ଦ୍ରଭାଗା', ‘ନନ୍ଦିକେଶ୍ଵରୀ’ ଓ ‘ପାର୍ବତୀ' ତାଙ୍କର ପ୍ରଥମ ପାଥୋଟି ଗାଥା କାବ୍ୟ । ଏସବୁ କାବ୍ୟରେ ବିଭିନ୍ନ ସ୍ଥାନର ଭୌଗୋଳିକ, ପ୍ରାକୃତିକ, ଐତିହାସିକ ଓ କିମ୍ବଦନ୍ତୀମୂଳକ ନାନା ପ୍ରସଙ୍ଗ ବର୍ଣ୍ଣିତ । ଏହା ପରେ ସେ ରଚନା କଲେ ପ୍ରକୃତି କାବ୍ୟ ‘ଚିଲିକା’ । ଏହା ତାଙ୍କ କବି ପ୍ରତିଭାର ଏକ ସାର୍ଥିକ ନିଦର୍ଶନ । ଅମିତ୍ରାକ୍ଷର ଛନ୍ଦରେ ରଚିତ ‘ମହାଯାତ୍ରା' ତାଙ୍କର ଏକ ଅସଂପୂର୍ଣ୍ଣ ମହାକାବ୍ୟ । 'ଦରବାର' ତାଙ୍କର ଏକ ବ୍ୟାଙ୍ଗ କାବ୍ୟ । ଏହା ବ୍ୟତୀତ ‘ଯଯାତିକେଶରୀ', 'ଦଶରଥ ବିୟୋଗ’, ‘ସାବିତ୍ରୀ ଚରିତ’, ‘ଉର୍ବଶୀ' ଆଦି କେତେକ କାବ୍ୟ ସହିତ ‘ଶିବାଜୀଙ୍କର ଉତ୍ସାହବାକ୍ୟ', 'ଦୂର୍ଯ୍ୟୋଧନଙ୍କର ରକ୍ତନଦୀ ସନ୍ତରଣ’ ଆଦି କ୍ଷୁଦ୍ର କବିତା ଓ କେତେକ ଗଦ୍ୟ ରଚନା ତାଙ୍କ ପ୍ରତିଭାର ପରିଚୟ ଦିଏ । ସେ ହିଁ ସର୍ବ ପ୍ରଥମେ ଓଡ଼ିଆ ସାହିତ୍ୟରେ ଇତିହାସ ଓ ଐତିହ୍ୟ ପ୍ରାତି, ଉତ୍କଳୀୟ ଓ ଭାରତୀୟ ଜାତୀୟତାବୋଧ, ବହି୫ପ୍ରକୃତି ଓ ଅନ୍ତଃପ୍ରକୃତିର ସମନ୍ଵୟରେ ପ୍ରକୃତି ବନ୍ଦନା ଇତ୍ୟାଦିକୁ ରୂପ ଦେଲେ । ତାଙ୍କ ସାହିତ୍ୟରେ ମାନବପ୍ରକୃତିର ନାନା ଦିଗ ଉନ୍ମୋଚିତ । ସୌନ୍ଦର୍ଯ୍ୟବେଧ ଓ ନୈତିକତାବୋଧ ଯୁଗପତ ତାଙ୍କ ସାହିତ୍ୟରେ ପ୍ରାଧାନ୍ୟ ଲାଭ କରିଥିବା ଲକ୍ଷ୍ୟ କରାଯାଏ ।

ରାଧାନାଥ ଯୁଗର ଅନ୍ୟତମ ବଳିଷ୍ଟ କବି ଓ ଗଦ୍ୟକାର ଭକ୍ତକବି ମଧୁସୂଦନ ରାଓ (୧୮୫୩ -୧୯୧୨) । କବିବର ରାଧାନାଥ ରାୟଙ୍କର ସେ ପ୍ରିୟ ଶିଷ୍ୟ । ମଧୁସୂଦନ କିନ୍ତୁ ବ୍ରାହ୍ମଧର୍ମ ଗ୍ରହଣ କରି ସାହିତ୍ୟରେ ଆଦର୍ଶବାଦ ଓ ନୈତିକତାବୋଧ ଉପରେ ଗୁରୁତ୍ଵ ଦେଇଥିଲେ । ଉଦାର ଧର୍ମଭାବ ତାଙ୍କ ସାହିତ୍ୟର ଅନ୍ତଃସ୍ଵର । ଉପନିଷଦୀୟ ଅମୃତ ଦୃଷ୍ଟି ତାଙ୍କ ସାହିତ୍ୟକୁ ସ୍ଵତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଅଛି । ସେ ମଧ୍ୟ ଶିକ୍ଷକରୁ ସ୍କୁଲ ବିଭାଗର ପରିଦର୍ଶକ ହୋଇଥିଲେ ।

ଓଡ଼ିଆ ସାହିତ୍ୟରେ ଚତୁର୍ଦଶପାଦୀ ବା ସନେଟ୍ ରଚନାରେ ସେ ଥିଲେ ଦକ୍ଷ । ତାଙ୍କର ‘ ବସନ୍ତ ଗାଥା' ଚତୁର୍ଦଶପାଦୀ କବିତାର ଏକ ମନୋଜ୍ଞ ସଂକଳନ । ଏହା ବ୍ୟତୀତ ସେ ରଚନା କରିଥିଲେ ‘ କୁସୁମାଞ୍ଜଳି’, ‘ଛାନ୍ଦମାଳା’, ‘କବିତାବଳୀ’, ‘ଉତ୍କଳ ଗାଥା' ଆଦି କବିତା ପୁସ୍ତକ । ସେ ମଧ୍ୟ ଜଣେ ବିଶିଷ୍ଟ ପ୍ରବନ୍ଧକାର, ଶିଶୁସାହିତ୍ୟିକ ଓ ବ୍ୟଙ୍ଗ କବିତାର ଲେଖକ ଭାବରେ ପରିଚିତ ।

ରାଧାନାଥ ଯୁଗର ଜାତୀୟ ଓ ସାମାଜିକ ଅଙ୍ଗୀକାରବଦ୍ଧ ଅନ୍ୟତମ ସାରସ୍ଵତ ଶିକ୍ରୀ ବ୍ୟାସକବି ଫକୀରମୋହନ ସେନାପତି (୧୮୪୩-୧୯୧୮) । ପିଲାଦିନରୁ ସେ ପିତାମାତାଙ୍କୁ ହରାଇ ବଡ଼ବାପା ଓ ବଡ଼ମାଆଙ୍କ ଦ୍ଵାରା ବହୁଭାବରେ ନିର୍ଯାତିତ ଓ ଉପେକ୍ଷିତ ହୋଇଥିଲେ ମଧ୍ୟ ଠାକୁରମାଆଙ୍କ ସେସୃହ ଓ ଶ୍ରଦ୍ଧାରେ ଲାଳିତପାଳିତ ହୋଇ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ଆଧୁନିକ ଓଡ଼ିଆ ସାହିତ୍ୟରେ ଜଣେ ସାର୍ଥିକ ସେନାପତି ଭାବରେ ଆବିର୍ଭୁତ ହେଲେ । ଅଝାଲ ସିଲାଇ ଓ ନିମକ ମାହାଲରେ ମେଟବ୍ୟ ଭାବରେ କାର୍ଯ୍ୟକରି ଆପଣାର ସାଧନା ବଳରେ ସେ ହେଲେ ସ୍କୁଲ ଶିକ୍ଷକ ଓ ପରେ ବିଭିନ୍ନ ଚେଷ୍ଟ ଟର ପ୍ରଶାସକ । ବିଭିନ୍ନ ଗଡ଼ଜାତ ରାଜ୍ୟରେ ଦେୱାନ, ମ୍ୟାନେଜର ଭାବରେ କାର୍ଯ୍ୟ କରି ଓଡ଼ିଶାର ସାମାଜିକ ପରିସ୍ଥିତି, ପ୍ରାଶାସନିକ ମନୋଭାବ ଓ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସେ ଉପଲବ୍ଧ କରିଥିଲେ । ସ୍କୁଲ ଶିକ୍ଷକ ଥିଲାବେଳେ ସେ ପ୍ରକାଶ କରିଛନ୍ତି ‘ବାଲେଶ୍ଵର ସମ୍ବାଦ ବାହିକା' ପରି ସମ୍ବାଦପତ୍ର ଓ ପ୍ରଥମ ସାହିତ୍ୟ ପତ୍ରିକା ' ବୋଧଦାୟିନୀ' (୧୮୬୮) । ପରେ ପରେ ସେ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ ଅନ୍ୟତମ ମହାରଥୀ ଭାବରେ ଅବତୀର୍ଣ୍ଣ ହୋଇଛନ୍ତି । ପାଠ୍ୟପୁସ୍ତକ ରଚନା କରିଛନ୍ତି ।

ପ୍ରଥମ ପତ୍ନୀଙ୍କର ବିୟୋଗ ପରେ ସେ ଦ୍ଵିତୀୟ ଥର ବିବାହ କରିଛନ୍ତି କୃଷ୍ଣ କୁମାରୀଙ୍କୁ କୃଷ୍ଣ କୁମାରୀ ହିଁ ହେଲେ ତାଙ୍କ ପ୍ରଗତି ପଥରେ ସହାୟିକା । ଓଡ଼ିଆ ସାରସ୍ଵତ ଜଗତକୁ ତାଙ୍କର ପ୍ରାଥମିକ ଅବଦାନ ରାମାୟଣ, ମହାଭାରତ, ଉପନିଷଦ ଆଦି ଅନୁବାଦ । ପରେ ସେ ରଚନା କରିଛନ୍ତି ବହୁ କବିତା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ । ‘ଉତ୍କଳ ଭ୍ରମଣ’’ (୧୮୯୨) ତାଙ୍କର ପ୍ରଥମ ଭିନ୍ନ ସ୍ଵାଦର କବିତା ପୁସ୍ତକ । କେନ୍ଦୁଝର ଭୂୟାଁ ମେଳିରୁ ରକ୍ଷା ପାଇ ଆସିଲା ପରେ ସେ ଏହି କବିତା ପୁସ୍ତକ ରଚନା କରିଥିଲେ । ଏହା ପରେ ପରେ ସେ ରଚନା କଲେ। ‘‘ପୁଷ୍ପମାଳା’, ‘ପୂଜାଫୁଲ', ‘ଅବସର ବାସରେ', 'ଧୂଳି’ ଇତ୍ୟାଦି କବିତା ପୁସ୍ତକ ଓ ‘‘ବୌଦ୍ଧାବତାର କାବ୍ୟ' । ଓଡ଼ିଆ ସାହିତ୍ୟକୁ ତାଙ୍କର ଶ୍ରେଷ୍ଠ ଅବଦାନ ଗଢ଼ ଓ ଉପନ୍ୟାସ । ‘ଛ’ ମାଣ ଆଠଗୁଣ୍ଡ' ତାଙ୍କର ଏକ କ୍ରାନ୍ତିକାରୀ ଉପନ୍ୟାସ । ତତକାଳୀନ ଓଡ଼ିଶାର ଗ୍ରାମ୍ୟ ଜୀବନର ଏହା ଏକ ମାର୍ମିକ ଆଲେଖ୍ୟ । ‘ ’ଲଛମା’', ‘ମାମୁ’, ‘ପ୍ରାୟଶ୍ଚିତ୍ର' ତାଙ୍କର ଆଉ ତିନୋଟି ଉପନ୍ୟାସ । ତାଙ୍କ ରଚିତ ’ରେବତୀ’ (୧୮୯୮), ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗଜ୍ । ଏତଦବ୍ୟତୀତ ସେ ଆହୁରି କୋଡ଼ିଏଟି ଗଢ଼ ରଚନା କରିଥିଲେ । ତାଙ୍କର ‘ଆତ୍ମଚରିତ’ ।

ଓଡ଼ିଆ ସାହିତ୍ୟର ଅମୂଲ୍ୟ ନିଧି । ଏହାହିଁ ଥିଲା ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଆତ୍ମଚରିତ । ‘ନନାଙ୍କ ପାଞ୍ଜି’ ତାଙ୍କର ଏକ ରମ୍ୟରଚନା । ଏହା ବ୍ୟତୀତ ତାଙ୍କର ଜୋକଜୋତ ପ୍ରବନ୍ଧ ରହିଅଛି । ତାଙ୍କୁ ବାମଣ୍ଡାର ରାଜସଭା' ସରସ୍ଵତୀ’ ସମ୍ମାନରେ ଭୂଷିତ କରିଥିଲେ । କୁଳବୃଦ୍ଧ ମଧୁସୂଦନ ଦାସ ୧୯୦୩ ମସିହାରେ ' ଉତ୍କଳ ସମ୍ମିଳନୀ' ପ୍ରତିଷ୍ଠା କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଓଡ଼ିଆ ଜାତିକୁ ଏକତ୍ର କଲେ । ସେ ମଧ୍ୟ କେତେକ ଉଦବୋଧନମୂଳକ ଗୀତିକା ଓ ଅଭିଭାଷଣ ଲେଖିଥିଲେ ।

ରାଧାନାଥ ଯୁଗର ଅନ୍ୟତମ ବିଶିଷ୍ଟ କବି ହେଲେ ଗଙ୍ଗାଧର ମେହେର (୧୮୬୨-୧୯, ୨୪ ) । ସମ୍ବଲପୁରର (ବରଗଡ଼ ଜିଲ୍ଲା) ବରପାଲିରେ ତାଙ୍କର ଜନ୍ମ ଓ କର୍ମ-ସାଧନା । ଜଣେ ସାଧାରଣ ଜୁଡ଼ିସିଏଲ ମୋହରିର ହୋଇ ମଧ୍ୟ ସେ ଯେଉଁ କାବ୍ୟ କବିତା ରଚନା କରିଗଲେ ସେଥିପାଇଁ ଓଡ଼ିଆ ଜାତି ତାଙ୍କୁ ପ୍ରଣାମ ଜଣାଇଥାଏ । ' ଇନ୍ଦୁମତୀ', 'କୀଚକବଧ', 'ଉତ୍କଳ ଲକ୍ଷ୍ମୀ', ‘ପ୍ରଣୟ ବଲ୍ଲରୀ’, ‘ତପସିନୀ', 'ପଦ୍ଭିନୀ’ ଆଦି ତାଙ୍କର କାବ୍ୟ । ‘ ଅର୍ଘ୍ୟଥାଳୀ', 'କବିତା – କଲେ ଳ', 'କବିତାମାଳା’, ‘ଭାରତୀ ଭାବନା', 'ଅହଲ୍ୟାସ୍ତବ', ‘ମହିମା’, ‘କୃଷକ ସଂଗୀତ’ ଆଦି ଓଡ଼ିଆ ସାହିତ୍ୟକୁ ତାଙ୍କର ବିଶିଷ୍ଟ ଦାନ । ପଲ୍ଲୀ କବି ନନ୍ଦକିଶୋର ବଳ (୧୮୭୫-୧୯୨୮) ରାଧାନାଥ ଯୁଗର ଭିନ୍ନ ରୁଚି ଓ ଭିନ୍ନ ଭାବନାର କବି । ସରଳ ସାବଲୀଳ ଲୋକ ମୁଖର ଭାଷାରେ ସେ ରଚନା କଲେ ପଲ୍ଲୀ - କବିତା । ପଲ୍ଲୀ - ପ୍ରକୃତି, ପଲ୍ଲୀ - ଜୀବନ, ପଲ୍ଲୀ-ସଂସ୍କୃତି ସବୁ କିଛି ତାଙ୍କ କବିତାମାନଙ୍କରେ ପ୍ରକାଶ ପାଇ ଓଡ଼ିଆ ପାଠକମାନଙ୍କୁ ଗଭୀର ଆନନ୍ଦ ଦେଲା । ତାଙ୍କ ରଚିତ ‘ପଲ୍ଲୀ ଚିତ୍ର ', ' ନିର୍ଝରିଣୀ’, ‘ଜନ୍ମଭୂମି', ' ବସନ୍ତ କୋକିଳ', "ତରଙ୍ଗିଣୀ', 'ଚ'ରୁଚିତ୍ର', 'ନିର୍ମାଲ୍ୟ’, ‘ପ୍ରଭାତ ସଂଗୀତ', 'ସଂଧ୍ୟା ସଂଗୀତ’, ‘ନାନାବାୟା ଗୀତ’ ଆଦି କବିତା ପୁସ୍ତକ ସହିତ ‘କୃଷ୍ଣକୁମାରୀ', 'ଶର୍ମିଷ୍ଠା' ଓ 'ସୀତା ବନବାସ' ପରି କାବ୍ୟ ପାଠକମାନଙ୍କର ଶ୍ରଦ୍ଧା ଅର୍ଜନ କରିଅଛି । ସେ ମଧ୍ୟ ‘କନକଲତା' ନାମରେ ଏକ ଉପନ୍ୟାସ, ‘ଲକ୍ଷ୍ମୀ' ଶୀର୍ଷିକ ଏକ ଗଳ୍ପ ଓ କେତେକ ପ୍ରବନ୍ଧ ଏବଂ ସମାଲୋଚନା ଲେଖିଥିଲେ ।

ଆଦିପର୍ବରେ ଅନ୍ୟାନ୍ୟ ଲେଖକମାନଙ୍କ ମଧ୍ୟରେ ଜଗନ୍ମୋହନ ଲାଲ, ରାମଶଙ୍କର ରାୟ, ଉମେଶ ଚନ୍ଦ୍ର ସରକାର, ବିଶ୍ଵନାଥ କର, ଗୋପାଳ ଚନ୍ଦ୍ର ପ୍ରହରାଜ, ଚନ୍ଦ୍ରମୋହନ ମହାରଣା, ଗୋପୀନାଥ ନନ୍ଦ, ଶଶିଭୂଷଣ ରାୟ, ମୃତ୍ୟୁଞ୍ଜୟ ରଥ, ଚନ୍ଦ୍ରଶେଖର ନନ୍ଦ, ଦୟାନିଧ୍ଵ ମିଶ୍ର, ଦିବ୍ୟସିଂହ ପାଣିଗ୍ରାହୀ, ମଦନମୋହନ ପଟ୍ଟନାୟକ, ଗୋବିନ୍ଦ ରଥ ପ୍ରମୁଖ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି । ଜଗନ୍ମୋହନ ଲାଲ ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାର । ‘ବାବାଜୀ" (୧୮୭୭) ତାଙ୍କର ପ୍ରଥମ ନାଟକ । 'ସତୀ', 'ପ୍ରତି’ ଓ ‘ବୃଦ୍ଧବିବାହ ତାଙ୍କର ନାଟ୍ୟ ପ୍ରତିଭାର ପରିଚୟ ଦିଅନ୍ତି । ‘କାଞ୍ଚୁକାବେରୀ’ (୧୮୮୦) ରାମଶଙ୍କର ରାୟଙ୍କର ପ୍ରଥମ ନାଟକ ଓ ପରେ ପରେ ସେ ଆହୁରି ତେରଖଣ୍ଡ ନାଟକ ରଚନା କରିଥିଲେ । ସେ ମଧ୍ୟ ‘ବିବାସିନୀ' (୧୮୯୧) ନାମକ ଗୋଟିଏ ଉପନ୍ୟାସ ଓ କେତେକ ପ୍ରବନ୍ଧ ଲେଖିଥିଲେ । ଉମେଶଚନ୍ଦ୍ର ସରକାରଙ୍କର ‘ପଦ୍ମମାଳୀ' (୧୮୮୮) ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ । ଆଲୋଚନା ସମୟରେ ବିଶ୍ଵନାଥ କର ଜଣେ ବିଶିଷ୍ଟ ପ୍ରାବନ୍ଧିକ ଭାବରେ ପ୍ରତିଷ୍ଠିତ । 'ବିବିଧ ପ୍ରବନ୍ଧ' ତାଙ୍କର ପ୍ରବନ୍ଧ ପୁସ୍ତକ । 'ଉତ୍କଳ-ସାହିତ୍ୟ' (୧୮୯୭ ) ପତ୍ରିକାର ସେ ସୁଯୋଗ୍ୟ ସଂପାଦକ । ଆଧୁନିକ ଓଡ଼ିଆ ସାହିତ୍ୟର ନବନିର୍ମାଣରେ ଏହି ପତ୍ରିକାର ଭୂମିକା ଏକାନ୍ତ ଗୁରୁତ୍ଵପୂର୍ଣ୍ଣ । ଗୋପାଳଚନ୍ଦ୍ର ପ୍ରହରାଜ ଜଣେ ବିଶିଷ୍ଟ ରମ୍ୟରଚକ ଓ ପ୍ରାବନ୍ଧିକ ଭାବରେ ସୁପରିଚିତ । ‘ଭାଗବତ ଟୁଙ୍ଗୀରେ ସଂଧ୍ୟା', 'ବାଇମାହାନ୍ତି ପାଞ୍ଜି’, ଆମଘରର ହାଲଚାଲ', ' ଦୁନିଆର ହାଲଚାଲ', 'ନନାଙ୍କ ବସ୍ତାନି', ‘ବାଇନାନୀଙ୍କ ବୁଜୁଳି’, ‘ ମିଆଁ ସାହେବଙ୍କ ରୋଜନାମଚା’ ଆଦି ପୁସ୍ତକର ସେ ପ୍ରଣେତା । ‘‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ' ତାଙ୍କର ଅକ୍ଷୟକୀର୍ତି । ଏହା ସାତଖଣ୍ଡରେ ପ୍ରକାଶିତ । ଏହାକୁ କୁହାଯାଏ ଓଡ଼ିଆ ଭାଷାର କଳାକୋଣାର୍କ । ପଣ୍ଡିତ ଗୋପୀନାଥ ନନ୍ଦଙ୍କର ‘ଶ୍ରୀ ଭାରତ ଦର୍ପଣ' ସାରଳା ମହାଭାରତ ଉପରେ ପ୍ରଥମ ପ୍ରାମାଣିକ ଆଲୋଚନା ଗ୍ରନ୍ତୁ । ସେ ମଧ୍ୟ କେତେକ ସଂସ୍କୃତ ନାଟକକୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ । ତାଙ୍କର ବିଶିଷ୍ଟ କୃତି ‘ଓଡ଼ିଆ ଶବ୍ଦତତ୍ତ୍ଵବୋଧ ଅଭିଧାନ' ଓ 'ଓଡ଼ିଆ ଭାଷାତତ୍ତ୍ଵ’ । ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କର ‘ଶାରଳା ଚରିତ’ ଓ ଅନ୍ୟାନ୍ୟ ରଚନା ତଥା ସମାଲୋଚନା ଉଲ୍ଲେଖଯୋଗ୍ୟ । ତାରିଣୀ ଚରଣ ରଥ ‘ଉତ୍କଳ ସାହିତ୍ୟର ଇତିହାସ’ ରଚନା କରିବା ସହିତ କେତୋଟି ଗଢ଼ ଓ ଉପନ୍ୟାସ ରଚନା କରିଥିଲେ ।

ରାଧାନାଥ ଯୁଗର ଅବସାନ ନ ହେଉଣୁ ସତ୍ୟବାଦୀ ପର୍ବର ଉଦ୍ବେଷ ( ୧୯୦୯) ଘଟେ ଓ ଏହି ପର୍ବ ୧୯୨୫ ମସିହା ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରେ । ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ ହେଲା ଉତ୍କଳୀୟ ଜାତୀୟ ଚେତନାର ଜାଗରଣ, ସର୍ବଭାରତୀୟ ଜାତୀୟତାବୋଧର ପ୍ରତିଷ୍ଠା, ମାନବ ସେବା, ଇତିହାସ ଓ ଐତିହ୍ୟର ଆବିଷ୍କାର ମାଧ୍ୟମରେ ଜାତିର ଅତୀତ, ଐଶ୍ଵର୍ଯ୍ୟକୁ ଦର୍ଶାଇଦେବା, ସର୍ବୋପରି ଜାତୀୟ ଚରିତ୍ର ଗଠନ ପାଇଁ ପ୍ରେରଣା ପ୍ରଦାନ କରିବା । ପଣ୍ଡିତ ଗୋପବନ୍ଧୁ ଦାସ ସତ୍ୟବାଦୀ ଯୁଗର କର୍ଣ୍ଣଧାର । ୧୯ ୦ ୯ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରି ଜାତୀୟ ସ୍ଵାଭିମାନର ମନ୍ତ୍ର ଉଚ୍ଚାରଣ କଲେ । ଏହି ବନ ବିଦ୍ୟାଳୟରେ ଯୋଗ ଦେଲେ ଉଚ୍ଚଶିକ୍ଷିତ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର, ପଶ୍ଚିତ ବାସୁଦେବ ମହାପାତ୍ର ପ୍ରମୁଖ ବିଦ୍ୱାନ ।

ସମସ୍ତେ ଗୋପବନ୍ଧୁଙ୍କ ଆଦର୍ଶରେ ହେଲେ ଅନୁପ୍ରାଣିତ । ଏମାନଙ୍କ ପୂର୍ବରୁ କୁଳବୃଦ୍ଧ ମଧୁସୂଦନ ଦାସ ୧୯୦୩ ମସିହାରେ ଉତ୍କଳ-ସମ୍ମିଳନୀ ପ୍ରତିଷ୍ଠା କରି ତାହାରି ମାଧମରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ । ଜାତିପ୍ରେମ ବହ୍ନି ପ୍ରଜ୍ଵଳିତ କରି ସ୍ଵାର୍ଥମେଧ ଯଜ୍ଞରେ ବ୍ୟକ୍ତିଗତ ସ୍ଵାର୍ଥକୁ ଆହୁତି ଦେଇ ଜାତିର କଲ୍ୟାଣ ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ଵାନ ଦେଇଥିଲେ । ଉତ୍କଳ-ଜନନୀଙ୍କର ପୂର୍ଣ୍ଣାଙ୍ଗ ରୂପ ଦେଖିବାକୁ ସେ ଉତ୍କଣ୍ଠିତ ହୋଇପଡ଼ିଥିଲେ । କେତେକ ଉଦବୋଧନମୂଳକ ଗୀତିକା ଓ ଅଭିଭାଷଣ ତାଙ୍କ ପ୍ରତିଭାର ନିଦର୍ଶନ । ସତ୍ୟବାଦୀର ଶିକ୍ଷକ ଓ ଜନନାୟକ ମାନେ ତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଥିଲେ । ପଣ୍ଡିତ ଗୋପବନ୍ଧୁ ଦେଶପ୍ରେମୀ, ତ୍ୟାଗୀ, ସତ୍ୟ ଓ ଅହିଂସାର ପୂଜକ । “ ସତ୍ୟବାଦୀ' (୧୯୧୫) ତାଙ୍କର ଏକ ଆଲୋଚନାଧର୍ମା ସାହିତ୍ୟ ପତ୍ରିକା, 'ସମାଜ' (୧୯୧୯) ତାଙ୍କର ଅମଳିନ କୀର୍ତି । ତାଙ୍କର ମତ ଥିଲା ପୁଣ୍ଯ ଜନ୍ମମାଟିକୁ ଉଦ୍ଧାର କରିବା ଦ୍ଵାରା ମାନବଜୀବନ ସଫଳ ହୁଏ । ‘ଅବକାଶ ଚିନ୍ତା’, ‘ଧର୍ମପଦ’, ‘କାରାକବିତା', 'ବନ୍ଦୀର ଆତ୍ମକଥା', 'ବ୍ରହ୍ମତତ୍ତ୍ବ ବା ନଚିକେତା ଉପାଖ୍ୟାନ’, ‘ଗୋମାହାସ୍ୟ' ଆଦି କବିତା ପୁସ୍ତକ ସହିତ ବହୁ ପ୍ରବନ୍ଧର ସେ ରଚୟିତା । ପଣ୍ଡିତ ନୀଳକଣ୍ଠ ଦାସ ଜଣେ ଜ୍ଞାନଦୀପ୍ତ ସ୍ଵାଧୀନଚେତା ବ୍ୟକ୍ତି । ଶିକ୍ଷକତାରୁ ଜାତୀୟ ମୁକ୍ତି ସଂଗ୍ରାମ ଓ ରାଜନୀତିକୁ ତାଙ୍କର ଗତି । ମାତ୍ର ସେ ଜଣେ ଉଚ୍ଚକୋଟୀର ସାରସ୍ଵତ ସାଧକ । ‘ କୋଣାର୍କେ', 'ଖାରବେଳ’ ତାଙ୍କର ଦୁଇଟି ଇତିହାସ ଆଧାରିତ ଜାତୀୟ ଭାବଧାରାର ପ୍ରାଣବନ୍ତ କାବ୍ୟ । ‘ ଦାସନା ଏକ' ଓ 'ପ୍ରଣୟିନୀ' ତାଙ୍କର ଅନୁଦିତ କାବ୍ୟ । ସେ ଅଲେ ସଂସ୍କାରଧର୍ମୀ । ‘ମୋ ନିଶ, ' 'ପ୍ରତିଭା ପୂଜା ଓ ପ୍ରତିମା ପୂଜା', "ଅର୍ଜୁ ଓ ହେବୁ। ଆଦି ପ୍ରବନ୍ଧରୁ ତାଙ୍କର ସ୍ଵାଧୀନ ଚିନ୍ତା ଓ ସଂସ୍କାରଧର୍ମିତାର ପରିଚୟ ମିଳେ ।' ଓଡ଼ିଆ ସାହିତ୍ୟର କ୍ରମ ପରିଣାମ', 'ଓଡ଼ିଆ ଭାଷା ଓ ସାହିତ୍ୟ' ‘ସଂସ୍କୃତି ଓ ସଂସ୍କୃତି', 'ଆର୍ଯ୍ୟଜୀବନ' ଆଦି ତାଙ୍କ ପ୍ରଜ୍ଞାମାନସର ପରିଚୟ ଦେଇଥାଏ । ପଣ୍ଡିତ ଗୋଦାବରୀଶ ମିଶ୍ର ମଧ୍ୟ ଉଚ୍ଚଶିକ୍ଷିତ ଓ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ । ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ବୁଲି ସଂଗଠନ କରିଥିଲେ । ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ଜଣେ କବି ଭାବରେ ତାଙ୍କର ଖ୍ୟାତି ରହିଛି । ‘ଆଲେଖ୍କା' ତାଙ୍କର ଗାଥା କବିତାର ମନୋଜ୍ଞ ସଂକଳନ । ଏହାବ୍ୟତୀତ “ ଗୀତାୟନ' 'କିଶଳୟ' * ଚୟନିକା’, ‘କଳିକା' ଆଦି ତାଙ୍କର ମନୋଜ୍ଞ କବିତା  ସଂକଳନ । 'ମୁକୁନ୍ଦଦେବ’, ‘ ପୁରୁଷୋତ୍ତମଦେବ’ ନାମରେ ତାଙ୍କର ଦୁଇଟି ନାଟକ ଅଛି । ସେ ମଧ୍ୟ ‘ଘଟାନ୍ତର', ‘ଅଭାଗିନୀ', ଅଠରଶହ ସତର’, ‘ବିସର୍ଜନୀ' ଆଦି ଉପନ୍ୟାସ ଓ ୨୭ଟି ଗଛର ଲେଖକ । ତାଙ୍କର ‘ଅର୍ଦ୍ଦଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ନାନ' ଆତ୍ମଚରିତ । ପଶ୍ଚିତ କୃପାସିନ୍ଧୁ ମିଶ୍ରଙ୍କର ‘ କୋଣାର୍କ ’, ‘ ବାରବାଟୀ’ ଓ ‘‘ଉତ୍କଳ ଇତିହାସ’ ତଥା "ଲୀଳା’, ‘କା’, ‘ଅଦୃଷ୍ଟବାଦ' ଆଦି କେତେକ ପ୍ରବନ୍ଧ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ବାସୁଦେବ ମହାପାତ୍ରଙ୍କର ‘ଶାନ୍ତି ଧାରା', ଜଗବନ୍ଧୁ ସିଂହଙ୍କର ‘ପ୍ରାଚୀନ ଉତ୍କଳ’, ‘ ପ୍ରବନ୍ଧସାର ', 'ଶ୍ରୀକୃଷ୍ଣ' , ପଦ୍ମଚରଣ ପଟ୍ଟନାୟକଙ୍କର ‘ପଦ୍ମ ପାଖୁଡା', 'ଆଶା ମଞ୍ଜରୀ', 'ସୂର୍ଯ୍ୟମୁଖୀ’ ଆଦି କବିତା ପୁସ୍ତକ ସତ୍ୟବାଦୀ ଯୁଗର ଆଭିମୁଖ୍ୟରେ ଋଦ୍ଧିମନ୍ତ । ଏହି ସମୟରେ ଆର୍ଭବଲ୍ଲଭ ମହାନ୍ତି ଜଣେ ବିଶିଷ୍ଟ ଗବେଷକ ଭାବରେ ଓଡ଼ିଆ ସାହିତ୍ୟରେ ଆବିର୍ଭୁତ ହୋଇ ଯେଉଁମାନେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ଓ ମଧ୍ୟଯୁଗୀୟ କାବ୍ୟକୁ ନିନ୍ଦା କରୁଥିଲେ। ସେମାନଙ୍କୁ ସମୁଚିତ ଉତ୍ତର ଦେବା ପାଇଁ ୧୯୨୬ ମସିହାରେ ପ୍ରାଚୀ ସମିତି ଗଠନ କରି ତାହାରି ଆନୁକୂଲ୍ୟରେ ପ୍ରାଚୀନ ସାହିତ୍ୟର ପୋଥି-ଅହଲ୍ୟାଙ୍କୁ ନୂତନ ଜୀବନ ଦେଲେ ଓ ଦର୍ଶାଇଦେଲେ ପ୍ରାଚୀନ ଓ ମଧ୍ୟଯୁଗୀୟ କାବ୍ୟର ମହତ୍ତ୍ଵ ସଂପର୍କରେ । ‘ଲାବଣ୍ୟବତୀ’, ‘ବିଦଗ୍ଧ  ଚିନ୍ତାମଣି’, ‘ରସକଲୋଳ’ ଆଦି ନାନା ଗ୍ରନ୍ଥର ସଂପାଦନା ଓ ମୁଖବନ୍ଧ ତାଙ୍କ ପାଣ୍ଡିତ୍ୟର ପରିଚୟ ଦିଏ । ସୁଧାକର ପଟ୍ଟନାୟକ, ବିଚ୍ଛନ୍ଦଚରଣ ପଟ୍ଟନାୟକ, କେଦାରନାଥ ମହାପାତ୍ର ପ୍ରମୁଖ ମଧ୍ୟ ପୋଥି ସଂପାଦନା କରି ପ୍ରାଚୀନ ଓଡ଼ିଆ ସାହିତ୍ୟର ରତ୍ନ ଭଣ୍ଡାରକୁ ଖୋଲିଦେଇଥିଲେ ।

ସତ୍ୟବାଦୀ ଯୁଗର ଆଦର୍ଶ ପ୍ରତିଧ୍ଵନିତ ହୋଇଛି ଅନ୍ୟାନ୍ୟ କେତେଜଣ ଲେଖକଙ୍କ କୃତିରେ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର “ ଜାତୀୟ ସଂଗୀତ’, ‘ଜୀବନ ସଂଗୀତ' ପରି କବିତା ପୁସ୍ତକ, ବିବିଧ ହାସ୍ୟରସାତ୍ମକ କବିତା ଓ ଲାଳିକା, 'କଣାମାମୁ’ ପରି ଉପନ୍ୟାସ ଓ ନାନା ଗଳ୍ପ ତାଙ୍କ ପ୍ରତିଭାର ପରିଚୟ ଦିଏ । କୁନ୍ତଳାକୁମାରୀ ସାବତ ସତ୍ୟବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ରଚନା କରିଥିଲେ। ‘ଅଞ୍ଜଳି’, ‘ଉଚ୍ଛାସ’, ‘ସୁଲିଙ୍ଗ’, ‘ ଅର୍ଜନା', ‘ଆହ୍ଲାନ’, ‘ପ୍ରେମଚିନ୍ତାମଣି', 'ଗଡ଼ଜାତ କୃଷକ', ‘ ଓଡ଼ିଆଙ୍କ କାନ୍ଦଣା' ଆଦି କବିତା ପୁସ୍ତକ, ‘ ପରଶମଣି', ‘ଭ୍ରାନ୍ତି, ‘ନଅତୁଣ୍ଡୀ’, ‘କାଳୀବୋହୁ", ‘ରଘୁ ଅରକ୍ଷିତ’ ଆଦି ଉପନ୍ୟାସ । ସତ୍ୟବାଦୀ ଆଦର୍ଶର ଅନ୍ୟତମ ବିଶିଷ୍ଟ ସାରସ୍ଵତ ଶିଜୀ ଗୋଦାବରୀଶ ମହାପାତ୍ର । ତାଙ୍କର ‘ପାହାଚ ତଳର ଘାସ’ ‘ ହେ ମୋର କଲମ', ହାଣ୍ଡିଶାଳର ବିପ୍ଳବ’, ‘ବଙ୍କା ଓ ସିଧା’, ‘କଣ୍ଟା ଓ ଫୁଲ’, ଆଦି କବିତା ପୁସ୍ତକ, ‘ ଏବେ ମଧ୍ୟ ବଂଚିଛି, ‘ନୀଳ ମାଷ୍ଟାଣୀ’, ‘ ମୁଁ ଦିନେ ମନ୍ତ୍ରୀ ଥୁଲି', 'ମାଟିର ମାୟା’, ‘ଗରିବ ର ଭଗବାନ’ ଓ ' ଶୃତି ସଞ୍ଚୟନ' ଆଦି ଗଛ ପୁସ୍ତକ ଏବଂ ରାଜଦ୍ରୋହୀ, ‘ ରକ୍ତପାତ', 'ବନ୍ଦୀର ମାୟା’ ଆଦି ଉପନ୍ୟାସ ପାଠକମାନଙ୍କ ନିକଟରେ ଏକାନ୍ତ ଆଦରଣୀୟ । ‘ନିଆଁଖୁଣ୍ଟା' ତାଙ୍କର ଏକ ସମାଲୋଚନାଧର୍ମୀ ପତ୍ରିକା ।

ସତ୍ୟବାଦୀ-ଚେତନା ଓଡ଼ିଆ ସାହିତ୍ୟରେ ଜାତୀୟତାବାଦୀ ଭାବଧାରା ସୃଷ୍ଟି କରିବାରେ ଥିଲା ପ୍ରମୁଖ ପ୍ରେରଣା । ମାନବବନ୍ଦନା ଥିଲା। ଏହାର ଅନ୍ୟତମ ଆଦର୍ଶ । ୧୯୨୧ ମସିହାରୁ ଭାରତବର୍ଷରେ ମହାମ୍ବା ଗାନ୍ଧୀଙ୍କ ନେତୃତ୍ଵରେ ଆରମ୍ଭ ହେଲା ମୁକ୍ତି ସଂଗ୍ରାମ । ଓଡ଼ିଶାରେ ମଧ୍ୟ ତାହା ପ୍ରଭାବ ବିସ୍ତାର କଲା । ଉତ୍କଳମଣି ଗୋପବନ୍ଧୁ ଦାସ ନେଲେ ତାହାର ନେତୃତ୍ଵ । ଏହି ସମୟରେ ଜାତୀୟ କବି ବୀରକିଶୋର ଦାସ ଓ ବାଞ୍ଛାନିଧି ମହାନ୍ତି ରଚନା କଲେ ଜାତୀୟ ଉଦବୋଧନମୂଳକ ଗୀତିକା । ସତ୍ୟବାଦୀ ପର୍ବର ଅବସାନ ନ ଘଟୁଣୁ ଓଡ଼ିଆ ସାହିତ୍ୟରେ ଆରମ୍ଭ ହେଲା ସବୁଜ ଚେତନାର ନୂତନ ପର୍ବ (୧୯୨୧-୧୯୩୫) । ଏହି ପର୍ବର ପାଞ୍ଚ ଜଣ ତରୁଣ ଲେଖକ ହେଲେ ଅନ୍ନଦାଶଙ୍କର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ଶରତଚନ୍ଦ୍ର ମୁଖାର୍ଜୀ ଓ ହରିହର ମହାପାତ୍ର । ଏମାନଙ୍କ ଲେଖାରେ ପ୍ରକାଶ ପାଇଲା ସ୍ଵପ୍ନ, କଚ୍ଛ ନା, ସେ ପ୍ରମ, ଯୌବନ, ପ୍ରକୃତି ଓ ସୌନ୍ଦର୍ଯ୍ୟବୋଧର ନାନା ଭାବ ଓ ଭାବନା । ଏମାନେ ସମକାଳୀନ ସ୍ଵାଧୀନତା ସଂଗ୍ରାମ ତଥା ସତ୍ୟବାଦୀ ଚେତନା ପ୍ରତି ଅନାସକ୍ତ ରହିଲେ । କାଳିନ୍ଦୀଚରଣ ଗଳ୍ପ, କବିତା, ଉପନ୍ୟାସ, ପ୍ରବନ୍ଧ, ସମାଲୋଚନା ଆଦି ରଚନା କଲେ । ୧୯୩୦ ମସିହା ପରବର୍ତ୍ତୀ ସମୟରୁ ତାଙ୍କର ସ୍ରଷ୍ଟା ମାନସ କ୍ରମଶଃ ପ୍ରଗତିବାଦୀ ଭାବଧାରା ପ୍ରତି ଆକୃଷ୍ଟ ହୋଇଛି । ‘ମାଟିର ମଣିଷ’, ‘ଲୁହାର ମଣିଷ’, ‘ଆଜିର ମଣିଷ', 'ମୁକ୍ତାଗଡ଼ର କ୍ଷୁଧା' ଏବଂ ‘ଅମର ଚିତା' ତାଙ୍କର ପ୍ରସିଦ୍ଧ ଉପନ୍ୟାସ । ସେ ମଧ୍ୟ ବହୁ ଗଛର ସ୍ରଷ୍ଟା । ମାନବବାଦୀ ଭାବଧାରା ଓ ଗାନ୍ଧିବାଦ ତାଙ୍କ ଗଳ୍ପ ଓ ଉପନ୍ୟାସର ପ୍ରାଣସତ୍ତା । ତାଙ୍କର କବିତା କ୍ରମଶଃ ସ୍ଵପ୍ନ ଓ କଚ୍ଛ ନାରୁ ପ୍ରଗତିବାଦୀ ଭାବଧାରାକୁ ଗତି କରିଯାଇଛି । ଅନ୍ନଦାଶଙ୍କର ଓଡ଼ିଆ ଭାଷାରେ କିଛି କବିତା ଓ ପ୍ରବନ୍ଧ ରଚନା କଲାପରେ ୧୯୨୬ ବେଳକୁ ଓଡ଼ିଆ ଭାଷାକୁ ଛାଡ଼ି ଦେଇ ବଙ୍ଗଳା ଭାଷାକୁ ଆପଣେଇ ନେଲେ । ବୈକୁଣ୍ଠନାଥ ଆଜୀବନ କବିତା ଲେଖିଥିଲେ । ‘କାବ୍ୟ ସଞ୍ଚୟନ', 'ଉତ୍ତରାୟଣ’’ ଆଦି ତାଙ୍କର କବିତା ଗ୍ରନ୍ତୁ । ଶରତ ଚନ୍ଦ୍ର ଓ ହରିହର ମଧ୍ୟ କେତେକ କବିତା ରଚନା କରିଥିଲେ । ସତ୍ୟବାଦୀ ଆଦର୍ଶରେ ଅନୁପ୍ରାଣିତ ରତ୍ନାକର ପତି ଥିଲେ ଜଣେ ବିଶିଷ୍ଟ ପ୍ରାବନ୍ଧିକ । ତାଙ୍କ ବ୍ୟତୀତ ମୋହିନୀ ମୋହନ ସେନାପତି, ବିପିନ ବିହାରୀ ରାୟ, ବ୍ରଜ ବିହାରୀ ମହାନ୍ତି, କପିଳେଶ୍ଵର ଦାଶ ପ୍ରମୁଖ ପ୍ରବନ୍ଧ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ । ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଜଗନ୍ନାଥ ପାଣି ଗୀତାଭିନୟ ଜଗତରେ ଯେଉଁ ଧାରା ସୃଷ୍ଟି କଲେ ସେଥିରେ ପରିବର୍ତ୍ତନ ଆଣି ବୈଷ୍ଣବ ପାଣି, ଗୋପାଳ ଦାଶ, ବାଳକୃଷ୍ଣ ମହାନ୍ତି, କୃଷ୍ଣପ୍ରସାଦ ବସୁ, କୃଷ୍ଣ ପ୍ରସାଦ ବେହେରା ନୂତନ ଚମକ ସୃଷ୍ଟି କଲେ ।

ଭିକାରୀଚରଣ ପଟ୍ଟନାୟକ, କାମପାଳ ମିଶ୍ର ପ୍ରମୁଖ ନାଟକ ରଚନା କରିଥିଲେ ମଧ୍ୟ ନାଟ୍ୟଭାରତୀ ଅଶ୍ବିନୀ କୁମାର ଘୋଷ ସ୍ଵାଧୀନତା ଲାଭର ପୂର୍ବ ତିରିଶ ବର୍ଷ କାଳ ନାଟକ ରଚନା କରି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଥଲେ । ତାଙ୍କ ରଚିତ ‘ କୋଣାର୍କ’, ‘କଳାପାହାଡ', ‘ଗୋବିନ୍ଦ ବିଦ୍ୟାଧର', 'କେଶରୀଗଙ୍ଗ’, ‘ଭୀଷ୍ଟ', 'ସାବିତ୍ରୀ', ' ସାଲବେଗ', 'ବନ୍ଧୁ ମହାନ୍ତି ', ‘ଶ୍ରୀଲୋକନାଥ', 'ତାଜମହଲ’, ‘ପାଇକ ପୁଅ’, ‘ଓଡ଼ିଆ ଝିଅ’, ‘ କପିଳେନ୍ଦ୍ର ଦେବ’, ‘ରଘୁ ଅରକ୍ଷିତ’, ‘ ଦାସିଆ ବାଉରୀ’, ‘ଶ୍ରୀମନ୍ଦିର', 'ଚଷାଝିଅ’ ଆଦି ନାଟକାବଳୀ ଓଡ଼ିଆ ନାଟ୍ୟ ସାହିତ୍ୟର ମଧ୍ୟପର୍ବରେ ଉଲ୍ଲେଖଯୋଗ୍ୟ ସୃଷ୍ଟି ।

ଭାରତୀୟ ମୁକ୍ତି-ସଂଗ୍ରାମକୁ ଅବଲମ୍ବନ କରି ଜାତୀୟତାର ଭାବ ତରଙ୍ଗ ସମଗ୍ର ଭାରତର ଲେଖକମାନଙ୍କ ହୃଦୟରେ ତରଙ୍ଗାୟିତ ହୋଇ ଉଠିଥିଲା । ଗାନ୍ଧିବାଦ ଥିଲା ସେକାଳର ପ୍ରଧାନ ଆଦର୍ଶ । ୧୯୩୦ ମସିହା ପରେ ମାର୍କସବାଦ ଭାରତବର୍ଷରେ କ୍ରମେ ପ୍ରଭାବ ବିସ୍ତାର କଲା । ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଭଗବତୀ ଚରଣ ପାଣିଗ୍ରାହୀ ୧୯୩୫ ମସିହା ଡିସେମ୍ବର ମାସରେ ନବଯୁଗ ସାହିତ୍ୟ ସଂସଦ ପ୍ରତିଷ୍ଠା କଲେ ଓ ଏହି ସଂସଦ ଆନୁକୂଲ୍ୟରେ ପ୍ରକାଶ କଲେ 'ଆଧୁନିକ' (୧୯୩୬ ମେ) ପତ୍ରିକା । ପ୍ରଗତିବାଦୀ ଆଭିମୁଖ୍ୟ ନେଇ ପତ୍ରିକାର ହେଲା ଗତି । ଭଗବତୀ ଚରଣ, ଅନନ୍ତ ପଟ୍ଟନାୟକ, ସୁନନ୍ଦ କର ପ୍ରମୁଖ ଏହି ନବଯୁଗ ସଂସଦର ସଭ୍ୟ ହେଲେ । ମାର୍କସବାଦ ଓ ପ୍ରଗତିବାଦ ଦ୍ଵାରା ଅନୁପ୍ରାଣିତ ହୋଇ ବହୁ ଲେଖକ ସାହିତ୍ୟ ସୃଷ୍ଟି କଲେ । ଭଗବତୀ ଚରଣଙ୍କର 'ଶିକାର', 'ହାତୁଡି ଓ ଦା’, ‘ଜୀବନର ସମାଧୁ', “ଜଙ୍ଗଲୀ' ଆଦି ଗନ୍ଧ୍ର ଓ ବିବିଧ ପ୍ରବନ୍ଧ, କାଳିନ୍ଦୀ ଚରଣଙ୍କର ‘ଆଗାମୀ', 'ଯାଦୁଘର', 'ମୋ କବିତା' ଆଦି କବିତା ସହିତ ଅନନ୍ତ ପଟ୍ଟନାୟକଙ୍କର ‘ ରକ୍ତ ଶିଖା', 'ଶାନ୍ତି ଶିଖା’, ‘କିଞ୍ଚିତ, ‘ ତର୍ପଣ' କରେ ଆଜି' ସଚ୍ଚିଦାନନ୍ଦ ରାଉତରାୟଙ୍କର ‘ଅଭିଯାନ’, ‘ଭାନୁମତୀର ଦେଶ', ‘ବାଜି ରାଉତ’ ଆଦି କବିତା ପୁସ୍ତକ, ରଘୁନାଥ ଦାସ, ସୁନନ୍ଦ କର ଓ ମନମୋହନ ମିଶ୍ରଙ୍କର କବିତା ଓ ଗଳ୍ପ ପ୍ରଗତିବାଦୀ ପର୍ବର ସମକାଳରେ ମାୟାଧର ମାନସିଂହ, ରାଧାମୋହନ ଗଡନାୟକ ଓ ପରେ ପରେ ବିନୋଦ ଚନ୍ଦ୍ର ନାୟକ, କୁଜବିହାରୀ ଦାଶ ପ୍ରମୁଖ କବିତା ରଚନା କଲେ । ମାନସିଂହଙ୍କ କବିତା ପ୍ରେମ, ପ୍ରଣୟ, ସୌନ୍ଦର୍ଯ୍ୟବୋଧ, ଜାତୀୟତାବୋଧ ଓ ମାନବ-ବନ୍ଦନାର ମାର୍ମିକ ଆଲେଖ୍ୟ । ରାଧାମୋହନ ଗଡ଼ନାୟକ ଜଣେ ବିଶିଷ୍ଟ ଗାଥା କବି । ତାଙ୍କ କବିତାରେ ମଧ୍ୟ ଜାତୀୟତାବୋଧ ଓ ମାନବ-ବନ୍ଦନା ମୁଖ୍ୟ ସ୍ଥାନ ଗ୍ରହଣ କରିଅଛି । ସଚ୍ଚିଦାନନ୍ଦ ରାଉତରାୟ ଓ କୃଷ୍ଣଚନ୍ଦ୍ର ତ୍ରିପାଠୀ ମଧ୍ୟ ସ୍ଵାଧୀନତାର ବହୁ ପୂର୍ବରୁ କବିତା ଲେଖା ଆସୁଥିଲେ । ସ୍ଵାଧୀନତା ପରେ ମଧ୍ୟ ସେମାନେ କବିତା ଲେଖିଅଛନ୍ତି । ସଚ୍ଚିଦାନନ୍ଦ ପ୍ରଗତିବାଦୀ କବିତା ରଚନାରୁ ଗତି କଲେ ପ୍ରୟୋଗବାଦୀ କବିତା ରଚନା କ୍ଷେତ୍ରକୁ । ‘ପଲ୍ଲୀଶ୍ରୀ’, ‘ଅଭିଯାନ’, ‘ଭାନୁମତୀର ଦେଶ', ‘ବାଜିରାଉତ’, ‘ପାଣ୍ଡୁଲିପି' ଆଦି ସ୍ଵାଧୀନତା ପୂର୍ବବର୍ତୀ କବିତା ପୁସ୍ତକ । ଏହି ସମୟରେ ମଧ୍ୟ ସେ ରଚନା କରିଥିଲେ ‘ଚିତ୍ରଗ୍ରୀବ’ ପରି ଉପନ୍ୟାସ, ‘ ମଶାଣିର ଫୁଲ’, ‘ମାଟିର ତାଜ’’ ପରି ଗଢ଼ ପୁସ୍ତକ । ସ୍ଵାଧୀନତା ପରେ ‘ସ୍ଵାଗତ' ‘କବିତା-୧୯୬୨', 'କବିତା - ୧୯୬୯', 'କବିତା ୧୯୭୪', 'କବିତା - ୧୯୮୫', 'କବିତା-୧୯୯୪', ‘କବିତା-୨୦୦୪' ଆଦି କବିତା ପୁସ୍ତକ ଓ କେତୋଟି ଆଲୋଚନା ଗ୍ରନ୍ତୁ ପ୍ରକାଶ ପାଇଅଛି । ତାଙ୍କର ଆତ୍ମ ଚରିତ 'ଉତ୍ତରକକ୍ଷ' ଦୁଇଟି ଭାଗରେ ପ୍ରକାଶିତ ।

ସ୍ଵାଧୀନତା ପୂର୍ବରୁ କାହ୍ମଚରଣ ମହାନ୍ତି ଜଣେ ବିଶିଷ୍ଟ ଔପନ୍ୟାସିକ ଭାବରେ ଆବିର୍ଭୁତ ଜୋହାଇ ରଚନା କଲେ ‘ ବାଲି ରାଜା', 'ହା'ଅନ୍ନ', 'ପଳାତକ', 'ଶାସ୍ତି' ଆଦି ଉପନ୍ୟାସ । ସ୍ଵାଧୀନତା ପରେ ମଧ୍ୟ ସେ ପ୍ରକାଶ କଲେ। ‘ଝଞ୍ଜା', ‘ବକ୍ରବାହୁ', 'ତମସା ତୀରେ', 'ଛୁଟିଲେ  ଘଟ', 'ମେଲାଣି ମାଗୁଣି’ ଆଦି ଉପନ୍ୟାସ । ସ୍ଵାଧୀନତା ପୂର୍ବରୁ ରାଜକିଶୋର ରାୟ, ରାଜକିଶୋର ପଟ୍ଟନାୟକ, ପ୍ରାଣବନ୍ଧୁକର ମଧ୍ୟ ଗଢ଼ ରଚନା କରିଥଲେ । ସ୍ଵାଧୀନତା ପରେ ମଧ୍ୟ ସେମାନେ ଗଢ଼ ରଚନା କରିଛନ୍ତି । ରାଜକିଶୋର ପଟ୍ଟନାୟକ ଜଣେ ଗାଜିକ ଓ ଔପନ୍ୟାସିକ ଭାବରେ ପରିଚିତ । ଅନନ୍ତ ପ୍ରସାଦ ପଣ୍ଡା, ରାମ ପ୍ରସାଦ ସିଂହ, ଚକ୍ରଧର ମହାପାତ୍ର, ରାମଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଆହୁରି କେତେ ଜଣ ଗଢ଼ ଓ ଉପନ୍ୟାସ ଲେଖି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ । ସ୍ଵାଧୀନତା ଲାଭ ପରେ ଓଡ଼ିଆ ସାହିତ୍ୟରେ ପାଶ୍ଚାତ୍ୟ ସଂକ୍ରମଣ ଫଳରେ ଅତ୍ୟାଧୁନିକ ଯୁଗର ହେଲା। ଉନ୍ମେଷ । ଏହି ସମୟରେ ସମାଜ ଅପେକ୍ଷା ବ୍ୟକ୍ତି- ମଣିଷଟି ପ୍ରାଧାନ୍ୟ ଲାଭ କଲା । ସ୍ଵାଧୀନତାର ସ୍ଵପ୍ନ ଭଙ୍ଗ, ଗଣତନ୍ତ୍ରର ବ୍ୟର୍ଥତା, ଆଦର୍ଶ ଓ ମୂଲ୍ୟବୋଧର ଅବକ୍ଷୟ, ଅସ୍ତିତ୍ଵବାଦୀ ଚେତନା ଇତ୍ୟାଦି ନାନା ବିଷୟ ସାହିତ୍ୟରେ ପ୍ରକାଶ ପାଇଲା । କବିତା, ଗଳ୍ପ, ଉପନ୍ୟାସ ନାଟକ ଆଦି ସବୁ କ୍ଷେତ୍ରରେ ହେଲା ଦୃତ ପରିବର୍ଭନ । ସଚ୍ଚିଦାନନ୍ଦ ରାଉତରାୟ ‘ପାଣ୍ଡୁଲିପି"ରେ ଆଧୁନିକ ଚେତନାର ଯେଉଁ ରୂପ ଅଙ୍କନ କରିଥିଲେ ତାହା ସ୍ଵାଧୀନତା ପରବର୍ତ୍ତୀ କାଳରେ ନୂତନ ରୂପରେ ଗୁରୁପ୍ରସାଦ ମହାନ୍ତି, ବେଣୁଧର ରାଉତ, ଚିନ୍ତାମଣି ବେହେରା, କୃଷ୍ଣଚରଣ ବେହେରା, ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ରାଜେନ୍ଦ୍ର କିଶୋର ପଣ୍ଡା, ଦୀପକ ମିଶ୍ର, ହରିହର ମିଶ୍ର, କମଳାକାନ୍ତ ଲେଙ୍କା, ପ୍ରତିଭା ଶତପଥୀ ପ୍ରମୁଖଙ୍କ କବିତାରେ ପ୍ରକାଶ ପାଇଲା । ଅପରପକ୍ଷରେ ପ୍ରଗତିବାଦୀ ଆଭିମୁଖ୍ୟକୁ ନେଇ ଅନନ୍ତ ପଟ୍ଟନାୟକ, ରବି ସିଂହ, ବ୍ରଜନାଥ ରଥ, ରଘୁନାଥ ଦାସ ପ୍ରମୁଖ ରଚନା କଲେ କବିତା ।

ସ୍ଵାଧୀନତା ପୂର୍ବରୁ ଗୋପୀନାଥ ମହାନ୍ତି, ରମ୍ୟା ରଚନା, ଗଢ଼ ଓ ଉପନ୍ୟାସ ଲେଖି ଆସୁଥିଲେ । ଆଦିବାସୀ ଜୀବନଧାରାକୁ ନେଇ ଓଡ଼ିଆ ସାହିତ୍ୟରେ ପ୍ରଥମେ ଗୋପାଳବଲ୍ଲଭ ଦାସ ରଚନା କରିଥିଲେ ‘ଭୀମା, ଭୂୟାଁ” (୧୯୦୮) ଉପନ୍ୟାସ । ଗୋପୀନାଥ ମହାନ୍ତି ସେହି ଧାରାରେ ଆପଣାର ଦକ୍ଷତା ପ୍ରଦର୍ଶନ କଲେ । ତାଙ୍କର ‘ଦାଦିବୁଢ଼ା’, ‘ପରଜା', "ଅମୃତର ସନ୍ତାନ’, ‘ଶିବଭାଇ', ‘ଅପହଞ୍ଚ', 'ଅନାମ' ଆଦି ଆଦିବାସୀ ଜୀବନଧାରାକୁ ନେଇ ରଚିତ ଉପନ୍ୟାସ । ଏହା ବ୍ୟତୀତ ‘ହରିଜନ' ‘ ରାହୁର ଛାୟା’, ‘ଦାନାପାଣି’, ‘ମାଟିମଟାଳ’, ‘ଆକାଶ ସୁନ୍ଦେରୀ’, ବୃନ୍ଦାଏ। ପାଣି, ଆଦି ତାଙ୍କର ଉପନ୍ୟାସ ଓ ‘ଘାସ ଫୁଲ’, ‘ଉଡ଼ନ୍ତା ଖଇ’, ‘ଗୁପ୍ତଗଙ୍ଗା’ ଆଦି ତାଙ୍କର ଗଳ୍ପ ପୁସ୍ତକ । ସୁରେନ୍ଦ୍ର ମହାନ୍ତି ମଧ୍ୟ ସ୍ଵାଧୀନତା ପୂର୍ବରୁ ଗଳ୍ପ ଓ ଉପନ୍ୟାସ ରଚନା କରିଥିଲେ ଓ ସ୍ଵାଧୀନତା ପରେ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଲେଖା ଚାଲିଥିଲେ । ‘ବଧୁ ଓ ପ୍ରିୟା' ‘ଅନ୍ଧ ଦିଗନ୍ତ', ନୀଳଶୈଳ’, ‘ନୀଳାଦ୍ରି ବିଜୟ', ‘କୃଷ୍ଣାବେଣୀରେ ସଂଧ୍ୟା’, ‘ହ୍ୟସଗତି’, ‘କାଳାନ୍ତର', 'ସବୁଜ ପତ୍ର ଓ ଧୁସର ଗୋଲାପ', 'ମରାଳର ମୃତ୍ୟୁ', ‘ମହାନିର୍ବାଣ’, ‘ମହାନଗରୀରେ ରାତ୍ରି', 'ଓ8 କାଲକାଟା', ‘ଦୁଇ ସୀମାନ୍ତ', 'କବି ଓ ନର୍ଭକୀ’, ‘ ରାଜଧାନୀ ଓ ଅନ୍ୟାନ୍ୟ ଗଢ଼’, ‘ଯଦୁବଂଶ ଓ ଅନ୍ୟାନ୍ୟ ଗଢ଼' ଆଦି ତାଙ୍କର ଗଳ୍ପ ପୁସ୍ତକ । ସେ ମଧ୍ୟ ଜଣେ ସମାଲୋଚକ, ପ୍ରାବନ୍ଧିକ, ଆତ୍ମ କାହାଣୀ ଓ ଭ୍ରମଣକାହାଣୀ ଲେଖକ ଭାବରେ ସୁପରିଚିତ । ସ୍ଵାଧୀନତା ପରେ ଅନ୍ୟାନ୍ୟ କଥାକାରମାନଙ୍କ ମଧ୍ୟରେ ବାମାଚରଣ ମିତ୍ର, କିଶୋରୀ ଚରଣ ଦାସ, ମନୋଜ ଦାସ, କୃଷ୍ଣ ପ୍ରସାଦ ମିଶ୍ର, ମହାପାତ୍ର ନୀଳମଣି ସାହୁ, ଶାନ୍ତନୁ ଆଚାର୍ଯ୍ୟ, ବସନ୍ତ କୁମାରୀ ପଟ୍ଟନାୟକ, ବସନ୍ତ କୁମାର ଶତପଥୀ, ଗୋବିନ୍ଦ ଦାସ, ଚନ୍ଦ୍ରଶେଖର ରଥ, ରବି ପଟ୍ଟନାୟକ, ବୀଣାପାଣି ମହାନ୍ତି, ରାମଚନ୍ଦ୍ର ବେହେରା, ବିଭୂତି ପଟ୍ଟନାୟକ ଓ ପ୍ରତିଭା ରାୟ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । ସ୍ଵାଧୀନତା ପରବର୍ତ୍ତୀ କାଳରେ ଭୂବନେଶ୍ଵର ବେହେରା ଜଣେ ଉଚ୍ଚକୋଟୀର ରମ୍ୟରଚକ, ଗାଜିକ ଓ ଭ୍ରମଣ କାହାଣୀ ଲେଖକ ଭାବରେ ଆପଣାର ଦକ୍ଷତା ପ୍ରଦର୍ଶନ କରିଅଛନ୍ତି । ସ୍ଵାଧୀନତା ପୂର୍ବରୁ ଉପନ୍ୟାସ ଓ କବିତା ରଚନା କରି ଯଶସ୍ତ୍ରୀ ହୋଇଥିବା ହରେକୃଷ୍ଣ ମହତାବ ସ୍ଵାଧୀନତା ପରେ ନିରବଚ୍ଛିନ୍ନ ଭାବରେ କବିତା, ଗଳ୍ପ, ଉପନ୍ୟାସ ଓ ରମ୍ୟରଚନା ଲେଖିଛନ୍ତି । ‘ଗୀ ମଜଲିସ୍ ତାଙ୍କର ଚିନ୍ତାମୂଳକ ରମ୍ୟରଚନା ଓ ପ୍ରବନ୍ଧ । ‘ସ୍ଵର୍ଗରେ ଇମରଜେନ୍‌ସି' ତାଙ୍କର ଏକ ଗଳ୍ପ ପୁସ୍ତକ । ‘‘ନୂତନ ଧର୍ମ, ' 'ପ୍ରତିଭା', 'ଅବ୍ୟାପାର', ‘ଟାଉଟର’, ‘ବୃତୀୟ ପର୍ବ’, ‘ଉଣେଇଶିଶହ ପଞ୍ଚସ୍ତରୀ' ତାଙ୍କର ଉପନ୍ୟାସ । ‘ଝଙ୍କାର' (୧୯୪୯) ପତ୍ରିକା ମାଧମରେ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ନବ ନିର୍ମାଣ କ୍ଷେତ୍ରରେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ । 'ସାଧନାର ପଥେ' ଓ 'ଆରବସାଗରରୁ ଚିଲିକା” ତାଙ୍କର ଆତ୍ମଚରିତ ।

ସ୍ଵାଧୀନତା ପୂର୍ବରୁ ଓ ପରେ ଓଡ଼ିଆ ନାଟକ ରଚନା କ୍ଷେତ୍ରରେ କାଳୀଚରଣ ପଟ୍ଟନାୟକ, ରାମଚନ୍ଦ୍ର ମିଶ୍ର, ଗୋପାଳ ଛୋଟରାୟ, ଭ°ଜ କିଶୋର ପଟ୍ଟନାୟକ, କମଳ ଲୋଚନ ମହାନ୍ତି, ରଘୁନାଥ ପଣ୍ଡା, ଭୁବନେଶ୍ଵର ମହାପାତ୍ର ଓ କୃଷ୍ଣପ୍ରସାଦ ବେହେରା ପ୍ରମୁଖଙ୍କର ଅବଦାନ ଅନସ୍ଵୀକାର୍ଯ୍ୟ । କାଳୀଚରଣଙ୍କର ‘ଭାତ', "ରକ୍ତମାଟି', 'ଅଭିଯାନ', ରାମଚନ୍ଦ୍ର ମିଶ୍ରଙ୍କର ‘ ଭାଇ ଭାଉଜ’', ‘ଘର ସଂସାର’, ଭ’ଜକିଶୋରଙ୍କର ‘ମାଣିକଯୋଡ଼ି', 'ଜୟ ମାଲ୍ୟ', ଗୋପାଳ ଛୋଟରାୟଙ୍କର ‘ ଭରସା', ' ପର କଲମ' ଆଦି ନାଟକ ଏକଦା ଓଡ଼ିଶାର ରଙ୍ଗମଞ୍ଚମାନଙ୍କରେ ଚହଳ ପକାଇଥିଲା । ମନୋର”ଜନ ଦାସଙ୍କର ‘ ଆଗାମୀ' ଓ 'ସାଗର ମନୁନ' ନାଟକ ପରେ ପରେ ଓଡ଼ିଆ ନାଟକର ହେଲା ପରିବର୍ତ୍ତନ । ପରେ ମନୋର°ଜନ ରଚନା କଲେ 'ଆରଣ୍ୟ ଫସଲ',' ବନହଂସୀ', 'ଶବ୍ଦ ଲିପି', 'କାଠଘୋଡା', 'ନନ୍ଦିକାକେଶରୀ', ପରି ନୂତନ ଶୈଳୀର ନାଟକ । ଏହି ନୂତନ ପ୍ରାୟୋଗିକ ଶୈଳୀକୁ ନେଇ ବିଶ୍ଵଜିତ୍ ଦାସ, ବିଜୟ ମିଶ୍ର, ରମେଶ ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ନାଟକ ରଚନା କଲେ ।

ଓଡ଼ିଆ ନାଟକ ସହିତ ଗଳ୍ପ, ଉପନ୍ୟାସ ମଧ୍ୟ ନୂତନ ନୂତନ ପରୀକ୍ଷା ନିରୀକ୍ଷା ଦେଇ ଗତି କଲା । ଓଡ଼ିଆ ପ୍ରବନ୍ଧ ଓ ରମ୍ୟ ରଚନାର ମଧ୍ୟ ବିକାଶ ହେଲା । କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସତ୍ୟନାରାୟଣ ରାଜଗୁରୁ, ପରମାନନ୍ଦ ଆଚାର୍ଯ୍ୟ, ଚିତ୍ତରଞ୍ଜନ ଦାସ, ସଦାଶିବ ମିଶ୍ର, ଚନ୍ଦ୍ରଶେଖର ରଥ, ମହାପାତ୍ର ନୀଳମଣି ସାହୁ, ଶରତ କୁମାର ମହାନ୍ତି, ବାମାଚରଣ ମିତ୍ର, ପ୍ରମୁଖ ଓଡ଼ିଆ ପ୍ରବନ୍ଧ ଓ ରମ୍ୟରଚନା କ୍ଷେତ୍ରରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ସ୍ଵାଧୀନତା ପରବର୍ତ୍ତୀ କାଳରେ ଆତ୍ମଚରିତ ରଚନା କରାଯିବାର ଗୋଟିଏ ନୂତନ ପ୍ରବଣତା ପ୍ରକାଶ ପାଇଅଛି । ପ୍ରାୟ ଶତାଧିକ ଆତ୍ମଚରିତ ଲେଖାଯାଇ ଏହି ବିଭାଗଟି ଓଡ଼ିଆ ସାହିତ୍ୟରେ ଏକ ସମ୍ମାନଜନକ ସ୍ଥାନ ଗ୍ରହଣ କରିଅଛି । ଭ୍ରମଣ କାହାଣୀ ବହୁ ସଂଖ୍ୟାରେ ରଚିତ ହୋଇ ଓଡ଼ିଆ ସାହିତ୍ୟରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ସ୍ଵାଧୀନତା ପୂର୍ବକାଳରୁ ସମାଲୋଚନା ଲେଖାଯାଇଥିଲେ ମଧ୍ୟ ସ୍ଵାଧୀନତା ପରବର୍ତ୍ତୀ କାଳରେ ସମାଲୋଚନାର ହୋଇଛି ଭୂୟୋବିକାଶ । ମାୟାଧର ମାନସିଂହ, ସୁରେନ୍ଦ୍ର ମହାନ୍ତି, ନଟବର ସାମନ୍ତରାୟ, ନରେନ୍ଦ୍ର ନାଥ ମିଶ୍ର, କୁଜବିହାରୀ ଦାଶ ପ୍ରମୁଖ ଓଡ଼ିଆ ସମାଲୋଚନା କ୍ଷେତ୍ରରେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଅଛନ୍ତି । ପୂର୍ବରୁ ପଣ୍ଡିତ ବିନାୟକ ମିଶ୍ର ସମାଲୋଚନା ଲେଖିବା ସହିତ ଓଡ଼ିଆ ସାହିତ୍ୟର ଇତିହାସ ଲେଖିଥିଲେ । ପରେ ପରେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ, ସୁରେନ୍ଦ୍ର ମହାନ୍ତି, ମାୟାଧର ମାନସିଂହ, ନଟବର ସାମନ୍ତରାୟ, କୃଷ୍ଣଚରଣ ବେହେରା, ବଂଶୀଧର ମହାନ୍ତି ପ୍ରମୁଖ ଓଡ଼ିଆ ସାହିତ୍ୟର ଇତିହାସ ରଚନା କରିଅଛନ୍ତି । (ଏହି ସମୟରେ ମଧ୍ୟ ଶିଶୁ ସାହିତ୍ୟର ହୋଇଛି ବିକାଶ) । ବହୁ ସାହିତ୍ୟ ପତ୍ରିକା ଓ ସମ୍ବାଦପତ୍ର ପ୍ରକାଶ ପାଇ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରକାଶ ଓ ପ୍ରସାରରେ ପ୍ରେରଣାପ୍ରଦ ଭୂମିକା ନେଇଅଛି ।

ଓଡ଼ିଆ ସାହିତ୍ୟର ଅତ୍ୟାଧୁନିକ ପର୍ବରେ ବ୍ୟକ୍ତି ସ୍ଵାତନ୍ତ୍ର୍ୟ, ଆତ୍ମଅନ୍ଵେଷା ଓ ବାମାବାଦ ବା ନାରୀବାଦ ବିଶେଷ ଗୁରୁତ୍ଵ ନେଇଅଛି । ଆଧୁନିକତା ନାମରେ ସାହିତ୍ୟର କେନ୍ଦ୍ରରୁ ମଣିଷକୁ ନିର୍ବାସନ କରାଗଲା । ଇତିହାସ ଓ ଆଦର୍ଶର ମୃତ୍ୟୁ ଘୋଷଣା କରାଗଲା । ସାହିତ୍ୟ ହୋଇଗଲା। ଏକାନ୍ତ ବ୍ୟକ୍ତିଗତ ଚିନ୍ତା ଓ ଚେତନାର ରୂପ ବିନ୍ୟାସ । କବିତା ହେଲା ଦୁର୍ବୋଧ । ଗଛ ମଧ୍ୟ ହରାଇ ବସିଲା । ଗଳ୍ପତ୍ । ନାଟକ ଆଉ ଦର୍ଶକଙ୍କୁ ଆକର୍ଷଣ କଲା ନାହିଁ । ଏପରି ଅବସ୍ଥାରେ ଉତ୍ତର ଆଧୁନିକ ପର୍ବର ହେଲା ଉନ୍ମେଷ । ସାହିତ୍ୟର କେନ୍ଦ୍ରରେ ପୁଣି ଥରେ ମଣିଷକୁ ସ୍ଥାପନ କରାଗଲା । ପରଂପରାନୁସନ୍ଧାନ ଓ ତାର ପୁନଃ ସଂସ୍ଥାନ, ଲୋକାନୁଷଙ୍ଗ ଓ ଲୋକାୟତ୍ତ ଚିନ୍ତାଧାରା ଗୁରୁତ୍ ଲାଭ କରି ସାହିତ୍ୟକୁ ପ୍ରଦାନ କଲା ନୂତନ ଜୀବନୀ ଶକ୍ତି । ଓଡ଼ିଆ ସାହିତ୍ୟ ଉତ୍ତର-ଆଧୁନିକ ପର୍ବରେ ଗତି କରି ଆପଣାର ମାଟି ଧରିବାକୁ ଚେଷ୍ଟା କରୁଛି । ଅତଏବ ଆଧୁନିକ ଓଡ଼ିଆ ସାହିତ୍ୟ ଦୀର୍ଘ ଏକଶତ ଛତିଶ ବର୍ଷ ମଧ୍ୟରେ କେତେ ପରୀକ୍ଷା ନିରୀକ୍ଷା ଦେଇ ଗତି କରିଆସିଅଛି । ତାହା ଆଉ ପଛକୁ ଫେରି ଚାହିଁ ନାହିଁ । ଆଗକୁ ଆଗକୁ ତାହା ଗତି କରି ଚାଲିଛି । ଜାତୀୟ ସଂପର୍କ ପ୍ରତିଷ୍ଠା ସହିତ ଆନ୍ତର୍ଜାତିକ ସଂପର୍କ ପ୍ରତିଷ୍ଠା କରିବାରେ ସମର୍ଥ ହୋଇପାରିଛି । ସାହିତ୍ୟର ବିଭିନ୍ନ ବିଭାଗରେ ଓଡ଼ିଆ ସାହିତ୍ୟ ଯେ ସ୍ପଷ୍ଟ ମୁଦ୍ରାଙ୍କ ରଖିଛି ତାହା ପାଠକ ସହଜରେ ଉପଲବଧି କରିଥାଏ ।

ଶବ୍ଦାର୍ଥ

ଶବ୍ଦ

ଅର୍ଥ

ବାମାବାଦ ବା ନାରୀବାଦ

ଇଂରାଜିରେ ଫେମିନିଜିମ୍ କୁହାଯାଏ ।

ନାରୀ

ମୁକ୍ତି

ନାରୀ

ଅଧିକାର ସୂଚିତ

 

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

3.0350877193
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଭୀଷ୍ମ ଚାରଣ ମହାନ୍ତ Dec 17, 2018 05:32 PM

ଦୟାକରି ମାୟାଧର ମାନସିଂ ଙ୍କ କିଛି କବିତା ପୋଷ୍ଟ କରନ୍ତୁ

Siba prasad mishra Jan 31, 2018 02:41 PM

Bahut upadeya

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top