ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଦିନକୁ ୨ ଘଣ୍ଟା ଅଧ୍ୟୟନ ସଫଳତା ପାଇଁ ଯଥେଷ୍ଟ
ସେଆର କରନ୍ତୁ

ଦିନକୁ ୨ ଘଣ୍ଟା ଅଧ୍ୟୟନ ସଫଳତା ପାଇଁ ଯଥେଷ୍ଟ

ସମୁଦାୟ ୫୧୩ ମାର୍କସ ରଖି ଫକିର ମୋହନ ଜୁନିୟର କଲେଜ କଳା ବିଭାଗରେ ଟପ୍ପର ହୋଇଛନ୍ତି ବାଲେଶ୍ଵର ଜିଲ୍ଲା ପରମାନନ୍ଦପୁର ଗାଁର ପରମେଶ୍ଵର ମହାଳିକ ।

ପରମେଶ୍ଵରଙ୍କ ସଫଳତା

ସମୁଦାୟ ୫୧୩ ମାର୍କସ ରଖି ଫକିର ମୋହନ ଜୁନିୟର କଲେଜ କଳା ବିଭାଗରେ ଟପ୍ପର ହୋଇଛନ୍ତି ବାଲେଶ୍ଵର ଜିଲ୍ଲା ପରମାନନ୍ଦପୁର ଗାଁର  ପରମେଶ୍ଵର ମହାଳିକ । ତାଙ୍କ ସହିତ ସମାନ ମାର୍କସ ରଖି ଦ୍ଵିତୀୟ ଟପ୍ପର ହୋଇଛନ୍ତି  କରୁଣାକର ବେହେରା । ଅଙ୍କ ଓ ବିଜ୍ଞାନ ଏ ଦୁଇଟି ବିଷୟ ଭଲ ହେଉ ନଥିବାରୁ ମେଟ୍ରିକ୍ ରେ ୭୫% ମାର୍କସ ରଖିଥିବା ପରମେଶ୍ଵର ଯୁକ୍ତ ଦୁଇରେ ବିଜ୍ଞାନନ ପଢି ପଢିଲେ କଳା । ସେ କହନ୍ତି, ‘ପିଲାବେଳେ ମୁଁ ମାର୍କୋଣାରେ ଥିବା ଶ୍ରୀଅରବିନ୍ଦ ଶିକ୍ଷାନିକେତନ, ନବୋଦ୍ୟୋମରେ ପଢିଥିଲି । ସେଇ ଆଧ୍ୟାତ୍ମିକ ଆଶ୍ରମ ସ୍କୁଲ ମୋତେ ବହୁ ପରିମାଣରେ ପାଠ ପଢିବାକୁ ପ୍ରେରଣା ଯୋଗାଇଛି । କେବଳ ପାଠ ନୁହେଁ-ଏକ ସତ୍ ଜୀବନ ଗଢିବାକୁ ବହୁ ମାତ୍ରାରେ ସାହାଯ୍ୟ କରିଛି । ଭବିଷ୍ୟତରେ କ’ଣ ହେବି, ଯେଉଁ କ୍ଷେତ୍ରକୁ ନେଇ ଜୀବିକା କରିବି ସେଇଠାରୁ ହିଁ ମୁଁ ମୋ ଲକ୍ଷ୍ୟ ସ୍ଥିର କରିଥିଲି । ସେଠାରେ ପାଠ ପଢା ପରିବେଶ ବହୁତ ଭଲ । ଶିକ୍ଷକ / ଶିକ୍ଷୟିତ୍ରୀ ହେଉଛନ୍ତି ଆମର ଅପା, ଭାଇ । ଅପାଭାଇମାନେ ବହୁତ ସ୍ନେହୀ । ସେମାନେ ହିଁ ଆମ ଲକ୍ଷ୍ୟ ପୂରଣ ପାଇଁ ବହୁତ ଉଦ୍ୟମ କରିଥାନ୍ତି । ଜୀବନ ପଥର ରାସ୍ତା ଚାଲିବାକୁ ହେବ ଶିଖାଇଥାନ୍ତି ।‘

ଓଡ଼ିଆରେ ଶହେରୁ ୯୪ ମାର୍କସ ରଖିଥିବା ପରମେଶ୍ଵର ଭବିଷ୍ୟତରେ ସିଭିଲ୍ ସର୍ଭିରେ ଯୋଗ ଦେଇ ଦେଶ କାର୍ଯ୍ୟ କରିବେ । ଇଂରାଜୀରେ ୮୨ ମାର୍କସ ରଖିଥିଲେ ବି ଇଂରାଜୀ ସମ୍ମାନ   ରଖି ସ୍ନାତକ ପାଠ୍ୟକ୍ରମ ଭୁବନେଶ୍ଵରର ବକ୍ସି ଜଗବନ୍ଧୁ ସ୍ଵୟଂଶାସିତ ମହାବିଦ୍ୟାଳୟରେ ପଢିବାକୁ ଲକ୍ଷ୍ୟ ରଖିଥିବା ପରମେଶ୍ଵର କହନ୍ତି, ଲକ୍ଷ୍ୟ ପୂରଣ କରିବାକୁ ହେଲେ ନିଜ ଭିତରୁ ଅହଂକାର ହଟାଇବାକୁ ପଡିବ । ଏଇ କଥା ମୋତେ ପିଲାବେଳୁ ସେଇ ଆଶ୍ରମ ସ୍କୁଲରେ ଶିକ୍ଷା ଦିଆଯାଇଛି ।‘

ଦିନକୁ ଦୁଇ ଘଣ୍ଟାର ପାଠ ଯଥେଷ୍ଟ

‘ଅନ୍ୟ ଅଭିଭାବଙ୍କ ବାପା ଚାହୁଁଥିଲେ ମୁଁ ଯୁକ୍ତ ଦୁଇରେ ବିଜ୍ଞାନ ବିଷୟ ରଖି ପାଠପଢେ । ମାତ୍ର ତାହା ଥିଲା ମୋ ଇଚ୍ଛା ମେଟ୍ରିକ୍ ରେ ଭଲ ପ୍ରତିଶତ ମାର୍କସ ରଖିଥିଲେ ବି ମୋର ଗଣିତ ଓ ବିଜ୍ଞାନ ଏହି ଦୁଇ ପାଠ ପ୍ରତି ଥିଲା ବୈର ଭାବ। ଏ ପାଠ ମୋର ସେତେ ବେଶି ଭଲ ହୁଏ ନାହିଁ । ସେଥିପାଇଁ ମୁଁ ଆର୍ଟସ ପଢିବି ବୋଲି ସ୍ଥିର କଲି । ମାତ୍ର ବାପାଙ୍କର ଏଥିରେ ବହୁତ ମନଦୁଃଖ  ହେଲା ।  ବିଜ୍ଞାନ ପଢି ଯାହା କରିପାରିଥାନ୍ତି ଆର୍ଟ୍ସ ପଢି ତା’ଠାରୁ ଅଧିକ କରି ଦେଖାଇବି ଏବଂ ବାପାଙ୍କୁ ଖୁସି କରିବି –ଏ ଭାବନା ରଖି ଦୁଇ ତିନି ମାସ ପୂର୍ବରୁ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲି । ସେଇ ଦୁଇ ତିନି ମାସ ପୂର୍ବରୁ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲି । ସେଇ ଦୁଇ ତିନି ମାସ ବାପା, ମା’ଙ୍କ ପରାମର୍ଶ ଗ୍ରହଣ କରି ମୋବାଇଲ ବି ଧରୁ ନଥିଲି ।‘ – ଏ କଥା କହନ୍ତି ପରମେଶ୍ଵର । ତାଙ୍କ ମତରେ ଜଣେ ଯେତେ ଚାହିଁଲେ ବି ଘଣ୍ଟା ଘଣ୍ଟା ଧରି ପାଠ ପଢିପାରିବେ ନାହିଁ । ପରୀକ୍ଷା ସମୟରେ ଅନେକ ପିଲା ଦିନ ରାତି ଏକ କରି ପାଠ ପଢିଥାନ୍ତି । ମାତ୍ର ଏତେ  ପରିଶ୍ରମ କରି ପଢୁଥିଲେ ବି ପାଠ ମନେ  ରହିନଥାଏ । ଦିନକୁ ଦୁଇ ଘଣ୍ଟାର ପାଠ ସମସ୍ତେ ମନେ ରଖିଥାନ୍ତି । ଆନ୍ତରିକତାରେ  ହୃଦୟ ଦେଇ ପାଠ ପଢିଲେ ଦିନକୁ ଦୁଇ ଘଣ୍ଟା ଅଧ୍ୟୟନ କଲେ ବି  ପାଠ ମନେ ରହିଥାଏ ।

ପରମେଶ୍ଵର ଦିନକୁ ୬ ଘଣ୍ଟା ପାଠ ପଢନ୍ତି । ସେ କହନ୍ତି, ‘ବାପାଙ୍କ ମୁହଁରେ ହସ ଦେଖିବା ପାଇଁ ମୁଁ ପଢୁଥିଲି ସତ ମାତ୍ର ମୋତେ ପାଠପଢା କ୍ଷେତ୍ରରେ ଅକୁଣ୍ଠ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ ଆମ କଲେଜର ଏଜୁକେସନ ମ୍ୟାଡାମ, ଓଡିଆ ସାର, ଇଂରାଜୀ ମ୍ୟାଡାମ ଆଉ ମୋର ଟ୍ୟୁସନସାର ମାନେ । କଲେଜରେ ସାରମାନେ ଥିଲେ ବହୁତ ଭଲ ଶିକ୍ଷକ । କ୍ଳାସରେ ପାଠ ବୁଝାଇବା ପରେ ଯେଉଁ ପିଲାମାନେ ବୁଝି ପାରିନଥାନ୍ତି କମନରୁମ୍କୁ ସେମାନଙ୍କୁ ଡାକି ବ୍ୟକ୍ତିଗତ ଭାବେ ପାଠ ବୁଝେଇ ଦିଅନ୍ତି । ସାର୍ ମାନେ ଛାତ୍ରଛାତ୍ରୀଙ୍କୁ ଅବହେଳା କରିବା ନାହିଁ । କଲେଜରେ  ମୁଁ କେବେ ବି କ୍ଲାସ୍ ମିସ୍ କରେ ନାହିଁ । ନିୟମିତ କ୍ଲାସ କରିବା ଆଉ ସାର୍ ମାନଙ୍କଠାରୁ ପାଠ ବୁଝିବା ଛାତ୍ରର ବଡ କର୍ତ୍ତବ୍ୟ । ଅନେକ ପିଲା କହନ୍ତି କଲେଜଗୁଡ଼ିକରେ ଖାତା ଦେଖା ହୁଏ ନାହିଁ । ଆମ କଲେଜରେ ଏଭଳି ଅଭିଯୋଗ କେହି ପିଲା କରନ୍ତି ନାହିଁ ।‘

ଆଧାର – ଦୈନିକ ପ୍ରମେୟ

4.2
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top