ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଦେଶାତ୍ମବୋଧକ ସ୍ଲୋଗାନର ଇତିହାସ
ସେଆର କରନ୍ତୁ

ଦେଶାତ୍ମବୋଧକ ସ୍ଲୋଗାନର ଇତିହାସ

ପ୍ରଥମ ଥର ପାଇଁ ୧୮୭୩ ମସିହାରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା । ପରେ ଏହି ନାରା ଭାରତୀୟ ସ୍ଵାଧୀନତା ସଂଗ୍ରାମର ପ୍ରମୁଖ ନାରା ପାଲଟିଥିଲା ।

ଭାରତ ମାତା କି ଜୟ

କିରଣ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ନାମକ ଜଣେ ଲେଖକ ନିଜ ନାଟକରେ ଏହି ନାରା ଉଲ୍ଲେଖ କରିଥିଲେ ।ପ୍ରଥମ ଥର ପାଇଁ ୧୮୭୩ ମସିହାରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା । ପରେ ଏହି ନାରା ଭାରତୀୟ ସ୍ଵାଧୀନତା ସଂଗ୍ରାମର ପ୍ରମୁଖ ନାରା ପାଲଟିଥିଲା ।

ବନ୍ଦେ ମାତରମ୍

 

 

 

 

୧୮୮୨ରେ ବଙ୍କିମ ଚନ୍ଦ୍ର ଚଟ୍ଟୋପଧ୍ୟାୟ ନିଜର ଉପନ୍ୟାସ ‘ଆନନ୍ଦ ମଠ’ରେ ଏହି ନାରାକୁ ଉଲ୍ଲେଖ କରିଥିଲେ ।୧୮୯୬ ମସିହାରେ ବିଶ୍ଵକବି ରବୀନ୍ଦ୍ରନାଥ ଠାକୁର ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ଏହି ନାରାକୁ ବ୍ୟବହାର କରିଥିଲେ ।

ଇନକିଲାବ ଜିନ୍ଦାବାଦ

 

 

 

 

 

ଦେଶପ୍ରେମୀ ଭଗତ ସିଂହ ୧୯୨୯ ମସିହାରେ ଦିଲ୍ଲୀ ବିଧାନସଭା ଉପରେ ବୋମା ଫିଙ୍ଗି ଇନ୍କିଲାବଜିନ୍ଦାବାଦ ନାରା ଦେଇ ବାହାରକୁ ଆସିଥିଲେ । ଏବେ ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ଓ ଛାତ୍ର ସଂଗଠନ ଏହି ନାରାକୁ ବ୍ୟବହାର କରିଆସୁଛନ୍ତି ।

ଜୟହିନ୍ଦ୍

 

 

 

 

 

ଆଜାଦ୍ ହିନ୍ଦ ଫୌଜର ମେଜର ଆବିଦ ହସନ ସଫରାନୀ ପ୍ରଥମେ ଏହି ନାରା ଦେଇଥିଲେ । ପରବର୍ତ୍ତୀ ସମୟରେ ଆଜାଦ୍ ହିନ୍ଦ୍ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜାଦ୍ ହିନ୍ଦ୍ ଫୌଜରେ ଏହି ନାରାକୁ ବାଧ୍ୟତାମୂଳକ କରିଥିଲେ । ଦେଶ ସ୍ଵାଧୀନ ହେବାପରେ ଯବାନ, ପୁଲିସ, ରାଜନେତା ଓ ସାଧାରଣ ଜନତା ବହୁଳ ଭାବେ ଏହାକୁ ବ୍ୟବହାର କରି ଆସୁଛନ୍ତି । ଦେଶରେ ଯେତେ ଜାତୀୟବାଦୀ ନାରା ଅଛି ଏହି ନାରା ହେଉଛି ସର୍ବାଧିକ ଲୋକପ୍ରିୟ ତଥା ବ୍ୟବହାର କରାଯାଉଥିବା ନାରା ।

ସତ୍ୟମେବ ଜୟତେ

 

 

 

 

 

ମୁଣ୍ଡକ ଉପନିଷଦରୁ ଏହି ନାରୀକୁ ଉଦ୍ଧୃତ କରାଯାଇଛି ।୧୯୧୮ ମସିହାରେ ପଣ୍ଡିତ ମଦନମୋହନ ମାଲବ୍ୟ ଏହାକୁ ବ୍ୟବହାର କରିଥିଲେ । ପରେ ଭାରତର ଥାନା ତଥା ସେନାଧିକାରୀ ଓ ସରକାରୀ କାର୍ଯ୍ୟାଳୟଗୁଡିକରେ ଏହି ନାରାକୁ ବ୍ୟବହାର କରାଯାଇ ଆସୁଛି ।

ଜୟ ଯବାନ, ଜୟ କିଷାନ

 

 

 

 

 

୧୯୬୫ ମସିହାରେ ଦିଲ୍ଲୀର ଏକ ଜନସଭାକୁ ଉଦ୍ ବୋଧନ କରୁଥିବାବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଜୟ ଯବାନ, ଜୟ କିଷାନ ନାରା ଦେଇଥିଲେ ।ପରବର୍ତ୍ତୀ ସମୟରେ ପୋଖରାନଠାରେ ପରମାଣୁ ବୋମାର ସଫଳ ପରୀକ୍ଷଣ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଏହି ନାରାରେ ବିଜ୍ଞାନ ଯୋଡ଼ି ଥିଲେ,ଯାହାକୁ ଏବେ ଜୟ ଯବାନ-ଜୟ କିଷାନ-ଜୟ ବିଜ୍ଞାନ କୁହାଯାଉଛି ।

ଆଧାର – ଦୈନିକ ସମାଜ

୧୦ ଏପ୍ରିଲ ୨୦୧୬

3.0
SANTOSh Jun 27, 2017 12:55 PM

ଧନ୍ୟବାଦ , ଆଉ କିଛି ଅଧିକା ପାଠ୍ୟ ଅନ୍ତର୍ଭୁକ୍ତ ପ୍ରଶ୍ନ ଓ ଉତ୍ତର ଦେଲେ ଭଲ ହୁଅନ୍ତା

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top