ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ନୋବେଲ ପୁରସ୍କାର ଚିକିତ୍ସା ବିଜ୍ଞାନ-୨୦୧୯
ସେଆର କରନ୍ତୁ

ନୋବେଲ ପୁରସ୍କାର ଚିକିତ୍ସା ବିଜ୍ଞାନ-୨୦୧୯

ଅମ୍ଳଜାନର ପ୍ରମାଣକୁ ବାରି ଜୀବକୋଷରେ ପରିବର୍ତ୍ତନ ବିଜ୍ଞାନିକୁ ନୋବେଲ ପୁରସ୍କାର ଚିକିତ୍ସା ବିଜ୍ଞାନ-୨୦୧୯ ।

ବିଜ୍ଞାନ ନୋବେଲ ପୁରସ୍କାର

“ଜୀବନଧାରଣ ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ । ମାତ୍ର ଶରୀରର ଜୀବକୋଷମାନ ଅମ୍ଳଜାନର ପରିମାଣରେ ବିଭିନ୍ନତାକୁ କିପରି ବାରିପାରନ୍ତି ଓ କିପରି ଏହା ସହ ଖାପଖୁଆଇ ନିଜ ଭିତରେ ଆବଶ୍ୟକ ପରିବର୍ତ୍ତନ କରିପାରନ୍ତି, ତାହା ବହୁ ଦିନ ଧରି ଅଜଣା ରହି ଆସିଥିଲା । ଏହି ସଂକ୍ରାନ୍ତ ଆବିଷ୍କାର ପାଇଁ ଚଳିତ ୨୦୧୯ ମସିହାରେ ଶରୀରତତ୍ତ୍ୱ ଏବଂ ଭେଷଜ ବିଜ୍ଞାନ ନୋବେଲ ପୁରସ୍କାର ପାଇଁ ତିନିଜଣ ଭେଷଜ ବିଜ୍ଞାନୀଙ୍କୁ ମନୋନୀତ କରାଯାଇଛି । ସେମାନେ ହେଲେ ଉଇଲିୟମ୍ ଜି. କାଏଲିନ୍ ଜୁନିୟର, ସାର୍ ପିଟର ଯେ. ରୟାଟକ୍ଲିଫ୍ଏବଂ ଗ୍ରେଟ୍ ଏଲ୍. ସେମେଞ୍ଜା ।”

ଜୀବନଧାରଣ ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ । ମାତ୍ର ଶରୀରର  ଜୀବକୋଷମାନ ଅମ୍ଳଜାନର ପରିମାଣରେ ବିଭିନ୍ନତାକୁ କିପରି ବାରିପାରନ୍ତି ଓ କିପରି ଏହା ସହ ଖାପଖୁଆଇ ନିଜ ଭିତରେ ଆବଶ୍ୟକ ପରିବର୍ତ୍ତନ କରିପାରନ୍ତି, ତାହା  ବହୁଦିନ ଧରି ଅଜଣା ରହି ଆସିଥିଲା । ଏ ସଂକ୍ରାନ୍ତ ଆବିଷ୍କାର ପାଇଁ ଚଳିତ ୨୦୧୯ ମସିହାରେ ଶରୀରତତ୍ତ୍ବ ଏବଂ ଭେଷଜ ବିଜ୍ଞାନ ନୋବେଲ ପୁରସ୍କାର ପାଇଁ ତିନି ଜଣ ଭେଷଜ ବିଜ୍ଞାନୀଙ୍କୁ ମନୋନୀତ କରାଯାଇଛି। ସେମାନେ ହେଲେ ଉଇଲିୟମ୍ ଜି. କାଏଲିନ୍ ଜୁନିୟର, ସାର୍ ପିଟର ଜେ. ରୟାଟକ୍ଲିଫ୍ ଏବଂ ଗ୍ରେସ୍ ଏଲ୍. ସେମେଞ୍ଜା ।  ୬୨ ବର୍ଷ ବୟସ୍କ ପ୍ରଫେସର କାଏଲିନ୍ ଜଣେ ଆମେରିକୀୟ ଏବଂ ଭେଷଜ ଓ କର୍କଟ ରୋଗ ବିଶେଷଜ୍ଞ । ଏବେ ସେ ଆମେରିକାର ଡାନା ଫାର୍ବର କ୍ୟାସର ଇନ୍‌ଷ୍ଟିଚ୍ୟୁଟ୍ ଓ ହାର୍ଭାର୍ଡ ହ୍ୟୁଗ୍ ମେଡିକାଲ ଇନଷ୍ଟିଚ୍ୟୁଟ ଗବେଷଣାରତ ।

ବ୍ରିଟିଶ ନାଗରିକ ପ୍ରଫେସର ରୟାଟକ୍ଲିଫଙ୍କ ବୟସ ୬୫ ଓ ସେ ଜଣେ ବୃକ୍‌କ ରୋଗ ବିଶେଷଜ୍ଞ । ସେ ସମ୍ପ୍ରତି ରହିଛନ୍ତି ଲଣ୍ଡନସ୍ଥିତ ଫ୍ରାନ୍ସିସ୍ କ୍ରିକ୍ ଇନ୍‌ଷ୍ଟିଚ୍ୟୁଟରେ କ୍ଲିନିକାଲ ରିସର୍ଚ୍ଚ ଶାଖାର ନିର୍ଦ୍ଦେଶକ ।

ଆମେରିକୀୟ ବୈଜ୍ଞାନିକ ପ୍ରଫେସର । ସେମେଞ୍ଜ ଜଣେ ଶିଶୁରୋଗ ବିଶେଷଜ୍ଞ । ୬୩ବର୍ଷ ବୟସ୍କ ପ୍ରଫେସର ସେମେଞ୍ଜା ବିଗତ ୧୬ ବର୍ଷ ଧରି ଆମେରିକାର । ଜନସ ହପକିନ୍ସ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ସେଲ୍ ଇଞ୍ଜିନିୟରିଂର ରକ୍ତନଳୀ ଗବେଷଣା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ରହି ଆସିଛନ୍ତି । ପ୍ରକାଶ ଥାଉକି ଏହି ତିନିଜଣଯାକ । ନୋବେଲ ବିଜେତା ହେଉଛନ୍ତି ଚିକିତ୍ସା ବିଜ୍ଞାନୀ । ନୋବେଲ ପୁରସ୍କାର ବାବଦକୁ  ଏମାନେ ପ୍ରତ୍ୟେକ ପାଇବେ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣପଦକ, ନୋବେଲ ଡିପ୍ଲୋମା ବା ପୁରସ୍କାର ପାଇଥିବାର ପ୍ରମାଣପତ୍ର ଏବଂ ୩୦୬ ହଜାର ଆମେରିକୀୟ ଡଲାର  (ଭାରତୀୟ ମୁଦ୍ରାରେ ପାଖାପାଖି  ୨କୋଟି ୧୮ଲକ୍ଷ ଟଙ୍କା )ପରିମିତ ଅର୍ଥ । ପୁରସ୍କାର ପ୍ରଦତ୍ତ ହେବ ଡିସେମ୍ବର ୧୦ ତାରିଖରେ । ଅନୁଷ୍ଠିତ ନୋବେଲ ଦିବସରେ । ଏହି ତାରିଖରେ ନୋବେଲ ପୁରସ୍କାରର  ପ୍ରତିଷ୍ଠାତା ଆଲଫ୍ରେଡ  ନୋବେଲ ପରଲୋକ ଗମନ କରିଥିଲେ।

ଆବିଷ୍କାରର ରୂପରେଖ

ଅମ୍ଳଜାନର ସ୍ୱଳ୍ପତାକୁ ବିଜ୍ଞାନର ଭାଷାରେ ‘ହାଇପୋକ୍ସିଆ’ ବୋଲି କହନ୍ତି । ରକ୍ତରେ ଅମ୍ଳଜାନର ପରିମାଣ କମିଗଲେ ବେକର ଦୁଇପଟରେ ଥିବା କାରୋଟିଡ୍ ଧମନୀର କାରୋଟିଡ୍ ବଡିସ୍ଥିତ ସ୍ୱତନ୍ତ୍ର ରାସାୟନିକ ଅଭିଗ୍ରାହକ ବା କେମୋରିସିପ୍ଟର ଉବ୍ଦୀପିତ ହୋଇପଡ଼ନ୍ତି। ଏହାର ପ୍ରଭାବରେ ମସ୍ତିଷ୍କର ଶ୍ବାସକେନ୍ଦ୍ର ଉତ୍ତେଜିତ ହୋଇ ଶ୍ଵାସକ୍ରିୟାର ହାର ବଢ଼ିଯାଏ । ଫଳରେ ଅମ୍ଳଜାନର ଅଭାବ ଭରଣା ହୋଇ ସ୍ୱାଭାବିକ ଅବସ୍ଥା ଫେରିଆସେ ।

ଏହା ବ୍ୟତୀତ ଅମ୍ଳଜାନ ସ୍ୱଳ୍ପତାର ନିୟନ୍ତ୍ରଣ ନିମନ୍ତେ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ରହିଛି । ଯେପରିକି ଅମ୍ଳଜାନର ପରିମାଣ କମିଗଲେ ରକ୍ତରେ ‘ଏରିଥ୍ରୋପଏଟିନ୍ ନାମକ ହର୍ମୋନର ମାତ୍ରା ବଢ଼ିଯାଏ । ଏରିଥ୍ରୋପଏଟିନ୍ ର  ପ୍ରଭାବ ଯୋଗୁ ବୃଦ୍ଧି ପାଇଯାଏ ଅମ୍ଳଜାନ ବିହନକରି ନେଉଥିବା ଲୋହିତ ରକ୍ତ କୋଷିକାର ସଂଶ୍ଳେଷଣ । ହେଲେ ଏରିଥ୍ରୋପଏଟିନ୍ନ୍ ସଂଶ୍ଳେଷକ ତଥା ଆନୁଷଙ୍ଗିକ ପ୍ରକ୍ରିୟାମାନ ପୁଣି ନିୟନ୍ତ୍ରିତ ହୋଇଥାଏ କିପରି ?

ଏହି ରହସ୍ୟକୁ ଉନ୍ମୋଚନ କରିଦେଲା ଗ୍ରେଗ ସେମେଞ୍ଜା ଓ ପିଟର ରୟାଟକ୍ଲିଫଙ୍କ  ଗବେଷଣା  । ଏ ଦୁହେଁ ଏରିଥ୍ରୋପଏଟିନ୍ର ଜିନ୍ ନିୟନ୍ତ୍ରଣ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ । ଏମାନେ ସାବ୍ୟସ୍ତକରି ଦେଲେ ଯେ ଅମ୍ଳଜାନର ଅଭାବ ପ୍ରତି ଜୀବକୋଷ ଗୁଡ଼ିକର ସମ୍ବେଦନଶୀଳତା ସମସ୍ତ ତନ୍ତୁକୋଷିକାରେ କ୍ରିୟାଶୀଳ  ହୋଇଥାଏ। ଏହି ସମ୍ବେଦନଶୀଳତା ପାଇଁ ଦାୟୀ ଏକ ପ୍ରୋଟିନ କମ୍ପ୍ଲେକ୍ସକୁ  ଆବିଷ୍କାର କରିଥିଲେ ସେମେଞ୍ଜା । ସେ ପ୍ରୋଟିନ କମ୍ପ୍ଲେକ୍ସଟିର ନାଁ ରଖିଥିଲେ ହାଇପୋକ୍ସିଆ-ଇଣ୍ଡ୍ଯୁସିବଲ  ଫ୍ୟାକ୍ଟର  ବା ଏଆଇଏଫ୍ ଏବଂ ଏହାର ଜିକୁ ମଧ୍ୟ ଚିହ୍ନଟ କରିଥିଲେ । ଦୁଇଟି ପୃଥକ୍ ଡିଏନ୍ଏ ବାଇଣ୍ଡିଂ  ପ୍ରୋଟିନକୁ ନେଇ ଏଆଇଏଫ୍ ଅଣୁ ଗଠିତ । ଗୋଟିକର ନାମ ଏଚଆଇଏଫ -୧ ଆପୀ ଏବଂ ଅନ୍ୟଟିର ନାମ ଏଆରଏନଟି ।

କ୍ୟାନ୍‌ସର ଗବେଷକ ଉଇଲିୟମ କାଏଲିନ୍ ଭନ୍ ହିପ୍ପେଲ -ଲିଣ୍ଡାଉ ରୋଗ  ବା ‘ଭିଏଚଏଲ  ଡିଜିଜ’ ନାମକ ଏକ ଅନୁବଂଶୀୟ ବ୍ୟାଧି ଉପରେ ଗବେଷଣା କରୁଥିଲେ । ସେ ଦର୍ଶାଇ ଦେଲେ ଯେ, ଭିଏଚ୍ଏଲ୍ ଜିନ୍ ସଂଶ୍ଳେଷଣ କରୁଥିବା  ଭିଏଚ୍ଏଲ୍ ନାମକ ପ୍ରୋଟିନ ଉପାଦାନଟି ହାଇପୋକ୍ସିଆ ବା ଅମ୍ଳଜାନ ସ୍ଵଳ୍ପତାର ପ୍ରଭାବକୁ ନିୟନ୍ତ୍ରଣ କରିବା ସହ ସମ୍ପୃକ୍ତ।

ଏଚଆଇଏଫ -୧ ଆଲଫା  ଓ  ଭିଏଚ୍ଏଲ୍ ମଧ୍ୟରେ ସଂଘଟିତ ପାରସ୍ପରିକ କ୍ରିୟା ଜୀବକୋଷରେ ଅମ୍ଳଜାନର ପରିମାଣକୁ ନିୟନ୍ତ୍ରିତ କରିଥାଏ । ମାତ୍ର କିପରି ? ଜୀବକୋଷରେ ଅମ୍ଳଜାନର ଅଭାବ ଅନୁଭୂତ ହେଲେ ଏଚଆଇଏଫ  ଜିନ୍ ସକ୍ରିୟ ହୋଇପଡ଼େ ଓ ଏଆଇଏଫ-୧ ଆଲଫା  ସହ ଭିଏଚ୍ଏଲ୍ ସମ୍ପୃକ୍ତ  ହୋଇ ପାରେନି । ଏଚଆଇଏଫ  ଜୀବକୋଷରେ ଜମି । ଯାଇ ଡିଏନ୍ଏକୁ ସକ୍ରିୟ କରି ବୃଦ୍ଧି କରିଦିଏ ଏରିଥ୍ରୋପଏଟିନ୍  ହରମୋନର ସଂଶ୍ଳେଷଣ । ଏହାର ପରିଣାମରେ ଲୋହିତ ରକ୍ତକଣିକା ଗୁଡିକର ସଂଶ୍ଳେଷଣ ବୃଦ୍ଧି ପାଇ ଜୀବକୋଷ ଗୁଡିକୁ ଆବଶ୍ୟକ  ପରିମାଣର ଅମ୍ଳଜାନ ଯୋଗାଇଦେଇ ପରିସ୍ଥିତିକୁ ସୁଧାରିଦିଏ ।

ଅନ୍ୟପକ୍ଷରେ ଜୀବକୋଷରେ । ଅମ୍ଳଜାନର ମାତ୍ରା ସ୍ଵାଭାବିକ ଥିଲେ ଏଚଆଇଏଫ -୧ ଆଲଫା  ସହ ଭିଏଚ୍ଏଲ୍ ସଂଯୁକ୍ତ ହୋଇ ଏଚଆଇଏଫ -୧ ଆଲଫା କୁ ନଷ୍ଟ କରିଦିଏ । ଫଳରେ ଜୀବକୋଷ ଭିତରେ ଏଚଆଇଏଫ -୧  ଆଲଫା  ଜମି ରହେ ନାହିଁ। କାଏଲିନ୍, ରୟାଟକ୍ଲିଫ  ଓ ସେମେଞ୍ଜାଙ୍କ ଅସାଧାରଣ ଆବିଷ୍କାର ଯଥେଷ୍ଟ ଆଲୋଡ଼ନ ସୃଷ୍ଟି କରିପାରିଛି। ଅମ୍ଳଜାନର ଅଭାବକୁ ଜୀବକୋଷମାନ ସହଜରେ ବାରିପାରନ୍ତି ଓ ସେହି ଅନୁସାରେ ନିଜ ଅଭ୍ୟନ୍ତରରେ ସମ୍ପାଦିତ ଚପଚୟ ପ୍ରକ୍ରିୟାକୁ ପରିବର୍ତ୍ତିତ କରିପାରନ୍ତି । ଉଦାହରଣ ସ୍ଵରୂପ, ବ୍ୟାୟାମ କରିବା ସମୟରେ ମାଂସପେଶୀ କୋଷରେ ଜାତ ହୋଇପଡ଼େ ଅମ୍ଳଜାନର ଅଭାବ। ଏଭଳି ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ପେଶୀକୋଷମାନ ଗୁକୋଜ୍‌ର ଚୟାପଚୟ ପ୍ରକ୍ରିୟାକୁ ପରିବର୍ତ୍ତିତ କରିଦେଇ ଜାତ କରିଥାନ୍ତି କମ୍ ପରିମାଣର ଶକ୍ତି । ସେହିପରି ଅମ୍ଳଜାନର ଅଭାବ ପରିଲକ୍ଷିତ ହେଲେ ( ଯେପରିକି ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚରେ ବାସ କରୁଥିବା ଲୋକ ମାନଙ୍କ ଠାରେ ) ନୂଆ ନୂଆ ରକ୍ତନଳୀମାନ ସୃଷ୍ଟି ହୋଇପଡ଼ିବା ସଙ୍ଗେ ସଙ୍ଗେ ଲୋହିତ ରକ୍ତ କୋଷିକା ଗୁଡ଼ିକର ସଂଶ୍ଳେଷଣ ହାର ମଧ୍ୟ ବଢ଼ିଯାଏ । ଏହାଛଡ଼ା ଆମ ଶରୀରର ପ୍ରତିରକ୍ଷା ତନ୍ତ୍ର ଏବଂ ଅନ୍ୟ କେତେକ ଶାରୀରିକ କ୍ରିୟା ଅମ୍ଳଜାନର ଅଭାବକୁ ବାରିନେଇ ସେହି ଅନୁସାରେ ବିଭିନ୍ନ ଜୈବ ରାସାୟନିକ କ୍ରିୟାକୁ ନିୟନ୍ତ୍ରଣ କରିଦେଇପାରନ୍ତି । ମାଆ ଗର୍ଭରେ ଭୃଣର ବିକାଶ ସମୟରେ ଅମ୍ଳଜାନ ଅପରିହାର୍ଯ୍ୟ ବିବେଚିତ ହୋଇଥାଏ। କାରଣ ତାହା ଭୃଣଠାରେ ରକ୍ତନଳୀ ଓ ପ୍ଲାସେଣ୍ଟା ବା ଗର୍ଭଫୁଲର ବିକାଶକୁ ନିୟନ୍ତ୍ରଣ କରିଥାଏ।

ଅମ୍ଳଜାନର ପରିମାଣକୁ ଚିହ୍ନଟ କରିପାରିବା ପ୍ରକ୍ରିୟା ମଧ୍ୟ ଅନେକ ବ୍ୟାରେ ବେଶ୍ ଗୁରୁତ୍ଵପୂର୍ଣ୍ଣ । ରକ୍ତହୀନତା, କ୍ୟାନ୍‌ସର, ହାର୍ଟ ଆଟାକ, ଷ୍ଟ୍ରୋକ  ବା ଟ୍ରେନ୍‌ ଆଟାକ୍, ବିଭିନ୍ନ ପ୍ରକାର ପ୍ରବାହ, କ୍ଷତ ଅବସ୍ଥା ଆଦି ରୋଗର । ଚିକିତ୍ସା ପାଇଁ ବିଭିନ୍ନ ଔଷଧ ତିଆରି କରିବା ନିମନ୍ତେ ଅମ୍ଳଜାନ-ନିୟନ୍ତ୍ରିତ ପ୍ରକ୍ରିୟାର ବିନିଯୋଗ ଉପରେ ସମ୍ପ୍ରତି ଅଗ୍ରାଧିକାର  ଦିଆଯାଉଛି । ଏଥିମଧ୍ୟରେ ରୋକସାଡୁଷ୍ଟାଟ୍ ଓ ଡାପରୋଡୂଷ୍ଟାଟ  ନାମକ ଔଷଧ ରକ୍ତହୀନତାର ଚିକିତ୍ସାରେ ବ୍ୟବହୃତ ହେଲାଣି।

ସଂଗୃହିତ - ଡା. ନିତ୍ୟାନନ୍ଦ ସ୍ୱାଇଁ, ଅଭୀପ୍ସା, ସେକ୍ଟର-୬, ୧୧୩୧,ଅଭିନବ ବିଡ଼ାନାସୀ, କଟକ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top