ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ନୋବେଲ ପୁରସ୍କାର ରସାୟନ ବିଜ୍ଞାନ - ୨୦୧୯
ସେଆର କରନ୍ତୁ

ନୋବେଲ ପୁରସ୍କାର ରସାୟନ ବିଜ୍ଞାନ - ୨୦୧୯

ସମାଜକୁ ଜୀବାଶ୍ମ ଇନ୍ଧନ ମୁକ୍ତ କରିବ ବ୍ୟାଟେରି ନୋବେଲ ପୁରସ୍କାର ରସାୟନ ବିଜ୍ଞାନ - ୨୦୧୯ ।

ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର

“ଏବେ ଆମେ ବ୍ୟବହାର କରୁଥିବା ଅସଂଖ୍ୟ ସ୍ମାର୍ଟଫୋନ୍, ଲ୍ୟାପଟପ୍ ତଥା ଅନ୍ୟାନ୍ୟ ବହନୀୟ ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତି ଏବଂ ରାଜମାର୍ଗରେ ଗଡ଼ିବାକୁ ଆରମ୍ଭ କରିଥିବା ନୂତନ ପିଢ଼ିର ଯାନବାହନ ଯେଉଁ ପୁନଃ ଚାର୍ଜକ୍ଷମ ବ୍ୟାଟେରି ଦ୍ଵାରା ଚାଳିତ ତାହା ହେଲା ଲିଥିୟମ୍ ଆୟନ୍ ବ୍ୟାଟେରି । ସାମରିକ ଏବଂ ବିମାନ ଚାଳନା  କ୍ଷେତ୍ଵରରେ ମଧ୍ୟ୍ୟ ଏହାର ବ୍ୟବହାର ବ୍ୟାପକ ହେବାରେ ଲାଗିଛି। ଏହି ଅତ୍ୟାବଶ୍ୟକ ତଥା ସୁଦୂରପ୍ରସାରୀ ଭବିଷ୍ୟତ ସମ୍ପନ୍ନ ବ୍ୟବସ୍ଥାଟିର ଉଦ୍ଭାବନ  ତଥା ବିବିଧ କ୍ଷେତ୍ଵରରେ ତାହାର ବ୍ୟବହାର ପାଇଁ ଗୁରୁତ୍ୱପୂର୍ଣ୍ଣଣ ଅବଦାନ ଦେଇଛନ୍ତି । ଆମେରିକାର ଜନ୍ ବି. ଗୁଡ୍ଏନଫ ଏବଂ ଏମ୍. ଷ୍ଟାନଲୀ ଉଇଚିଂହାମ୍  ଓ  ଅକିରା ୟୋସିନୋ । ଦୃତ କ୍ଷୟପ୍ରାପ୍ତ ସଂସାଧନ । ଜୀବାଶ୍ଵମ ଇନ୍ଧନର ବିକଳ୍ପ ରୂପେ ଉଭାହେବା ସହ ବାୟୁ ପ୍ରଦୂଷଣ ହ୍ରାସ କରିବା ଦିଗରେ ଏହାର ଭୂମିକାର ଗୁରୁତ୍ଵଵ କଥା ବିଚାରକୁ ନେଇ ସେମାନଙ୍କୁ ପ୍ରଦାନ କରାଯାଇଛି ଚଳିତ ବର୍ଷର ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାରା’

ଏବେ ଆମେ ବ୍ୟବହାର କରୁଥିବା ଅସଂଖ୍ୟ ସ୍ମାର୍ଟଫୋନ୍, ଲ୍ୟାପଟପ୍ ତଥା ଅନ୍ୟାନ୍ୟ ବହନୀୟ ଇଲେକ୍ଟ୍ରୋନିକ ଯନ୍ତ୍ରପାତି ଏବଂ ରାଜମାର୍ଗରେ ଗଡ଼ିବାକୁ ଆରମ୍ଭ କରିଥିବା ନୂତନ ପିଢ଼ିର ଯାନବାହନ ଯେଉଁ ପୁନଃ ଚାର୍ଜକ୍ଷମ ବ୍ୟାଟେରି ଦ୍ଵାରା ଚାଳିତ ତାହା ହେଲା ଲିଥାୟମ୍ ଆୟନ୍ ବ୍ୟାଟେରି ସାମରିକ ଏବଂ ବିମାନ ଚାଳନା  କ୍ଷେତ୍ଵରରେ ମଧ୍ୟ୍ୟ ଏହାର ବ୍ୟବହାର ବ୍ୟାପକ ହେବାରେ ଲାଗିଛି। ଏହି ଅତ୍ୟାବଶ୍ୟକ ତଥା ସୁଦୂରପ୍ରସାରୀ ଭବିଷ୍ୟତ ସମ୍ପନ୍ନ ବ୍ୟବସ୍ଥାଟିର ଉଦ୍ଭାବନ  ତଥା ବିବିଧ କ୍ଷେତ୍ଵରରେ ତାହାର ବ୍ୟବହାର ପାଇଁ ଗୁରୁତ୍ୱପୂର୍ଣ୍ଣଣ ଅବଦାନ ଦେଇଛନ୍ତି ଆମେରିକାର ଜନ୍ ବି. ଗୁଡ୍ଏନଫ୍ ଏବଂ ଏମ୍.ଷ୍ଟାନଲୀ ଉଇଚିଂହାମ୍ ଓ ଜାପାନର ଅକିରା ୟୋସିନା । ଦୃତ କ୍ଷୟପ୍ରାପ୍ତ ସଂସାଧନ ଜୀବାଶ୍ଵମ ଇନ୍ଧନର ବିକଳ୍ପ ରୂପେ ଉଭାହେବା ସହ ବାୟୁ ପ୍ରଦୂଷଣ ହାସ କରିବା ଦିଗରେ ଏହାର ଭୂମିକାର ଗୁରୁତ୍ଵଵ କଥା ବିଚାରକୁ ନେଇ ସେମାନଙ୍କୁ ପ୍ରଦାନ କରାଯାଇଛି। ଚଳିତବର୍ଷର ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର।

ଜର୍ମାନୀର ଜେନାଠାରେ ୧୯୨୨ ମସିହାରେ ଜନ୍ମଲାଭ କରିଥିଲେ ଗୁଡଏନଫ୍ । ସେ ଶିକାଗୋ ବିଶ୍ଵବିଦ୍ୟାଳୟରୁ ୧୯୫୨ ମସିହାରେ ପିଏଚ୍.ଡି. ପ୍ରାପ୍ତ ହୋଇଥିଲେ ଏବଂ ଏବେ ଟେକ୍‌ସାସ୍‌ ବିଶ୍ଵ ବିଦ୍ୟାଳୟର ଇଞ୍ଜିନିୟରିଂ ବିଭାଗରେ ଥିବା ଏଚ୍.କୋକ୍ରେଲ୍ ଚେୟାରରେ ପ୍ରଫେସର ରୂପେ ଅଧୁଷ୍ଠିତ । ନୋବେଲ ପୁରସ୍କାର ଇତିହାସରେ ଏହା ଲାଭ କରିବାରେ ସେ ହେଉଛନ୍ତି ସବୁଠାରୁ ବୟସ୍କ ବ୍ୟକ୍ତି । ସେହିପରି ଇଂଲଣ୍ଡରେ ୧୯୪୧ ମସିହାରେ ଜନ୍ମିତ ଉଇଚିଂହାମ୍ ୧୯୬୮ ମସିହାରେ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରୁ ପିଏଚ୍.ଡି. ଲାଭ କରିଥିଲେ। ବର୍ତ୍ତମାନ ସେ ବିଂହାମନ୍ ବିଶ୍ଵବିଦ୍ୟାଳୟ ଏବଂ ନ୍ୟୁୟର୍କ ଷ୍ଟେଟ୍ ବିଶ୍ଵ ବିଦ୍ୟାଳୟରେ ପ୍ରଫେସର ରୂପେ କାର୍ଯ୍ୟରତ। ଅନ୍ୟପକ୍ଷରେ ୟୋସିନୋଙ୍କ ଜନ୍ମ ହୋଇଥିଲା ଜାପାନର ସୁଇଟାଠାରେ ୧୯୪୮ ମସିହାରେ । ତାଙ୍କୁ ୨୦୦୫ ମସିହାରେ ଓସାକା ବିଶ୍ଵବିଦ୍ୟାଳୟରୁ ପିଏଚ୍.ଡି. ମିଳିଲା ପରେ ସେ ଟୋକିଓସ୍ଥିତ ଆଶି କାସେଇ କର୍ପୋରେଶନର ଫେଲୋ ଏବଂ ନାଗୋୟା(ଜାପାନା)ସ୍ଥିତ ମେଇଜୋ ବିଶ୍ଵବିଦ୍ୟାଳୟ ଠାରେ ପ୍ରଫେସର ଦାୟିତ୍ଵବରେ ଅଛନ୍ତି ।

ଗବେଷଣା

ଲିଥିୟମ୍-ଆୟନ୍ ବ୍ୟାଟେରିର ଇତିହାସ ଆରମ୍ଭ ହୋଇଛି ୧୯୭୦ ଦଶକରୁ-ଉପସାଗରୀୟ ଯୁଦ୍ଧକାଳରେ ତୈଳ ସଙ୍କଟ ଉପୁଜିବା କାଳରୁ । ସେତେବେଳେ ଶକ୍ତି ଉତ୍ଵପାଦନ ଲାଗି ଜୀବାଶ୍ଵମ ଇନ୍ଧନମୁକ୍ତ ଟେକ୍ନୋଲୋଜିର ବିକାଶ କରିବାକୁ ଉଇଚିଂହାମ୍ ଗବେଷଣା ଆରମ୍ଭ କରିଥିଲେ ।

ଫଳରେ ସେ ଲିଥିୟମ ବ୍ୟାଟେରିର କ୍ୟାଥୋଡ୍ ମେରୁ (ବିଯୁକ୍ତ ମେରୁ) ରୂପେ କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ହୋଇଥିବା ଟାଇଟାନିୟମ ଡାଇସଲ୍‌ଫାଇର ସନ୍ଧାନ ପାଇଲେ । ଆଣବିକ ସ୍ତରରେ ତହିଁରେ ଲିଥିୟମ୍ ଆୟନକୁ ସନ୍ନିବିଷ୍ଟ କରିବା ଲାଗି ଯଥେଷ୍ଟ ଖାଲିସ୍ଥାନ ଥିଲା । ଏହି ବ୍ୟାଟେରିର ଆନୋଡ୍ ମେରୁ  (ଯୁକ୍ତ ମେରୁ) ଆଂଶିକ ଭାବେ ଧାତବ ଲିଥାୟରେ ତିଆରି ହୋଇଥିଲା, ଯାହାର ଇଲେକଟ୍ରନ ବିମୁକ୍ତ କରିବାର ଶକ୍ତିଶାଳୀ ସାମର୍ଥ୍ୟ ଥିଲା । ଏହି ବ୍ୟାଟେରିର ଅନ୍ତର୍ନିହିତ ଶକ୍ତି ଥିଲା ୨ ଭୋଲ୍ଟ‌ଟ ମଧ୍ୟ୍ୟରେ । ତେବେ ବ୍ୟବହାରଯୋଗ୍ୟ ହୋଇପାରିଲା ନାହିଁ । କାରଣ ତହିଁରେ ବ୍ୟବହୃତ ଲିଥିୟମ୍ ଧାତୁ ଅତ୍ୟଧିକ କ୍ରିୟାଶୀଳ ଥିଲା । ଏହା ପରେ ଗୁଡଏନଫ୍ ବ୍ୟାଟେରିର ଅନ୍ତର୍ନିହିତ ସାମର୍ଥ୍ୟ ବୃଦ୍ଧି ପାଇଁ ଚିନ୍ତାକଲେ । ସେ ଉଇଚିଂହାମ ବ୍ୟବହାର କରିଥିବା ଧାତବ ସଲଫାଇଡ ବଦଳରେ ଅନ୍ୟ ଏକ ଧାତବ ଅକ୍ସାଇଡଙ୍କୁ କ୍ୟାଥୋଡ୍ ମେରୁ ରୂପେ ବ୍ୟବହାର କରିବାକୁ ଚିନ୍ତାକଲେ । ଅତଏବ ୧୯୮୦ ମସିହାରେ ସେ ଲିଥିୟମ୍ ଆୟନରେ ସନିବିଷ୍ଟ ହୋଇଥିବା କୋବାଲ୍ ଅଇକୁ ଏ କାର୍ଯ୍ୟରେ ଲଗାଇଲେ । ଫଳରେ ୪ ଭୋଲ୍ଟ ପର୍ଯ୍ୟନ୍ତ ଶକ୍ତି ଉତ୍ଵପନ୍ନ ସମ୍ଭବ ହେଲା ଏବଂ ଅଧିକ ଶକ୍ତିଶାଳୀ । ବ୍ୟାଟେରି ପ୍ରସ୍ତୁତି ଲାଗି ପଥ ଉନ୍ମ ହେଲା । ତତ୍ଵପରେ ଏହି କ୍ୟାଥୋଡ୍ ମେରୁ ବ୍ୟବହାରକରି ୟୋସିନା ବ୍ୟବସାୟିକ ଭାବେ ସଫଳ ହୋଇପାରିଲା ଭଳି ପ୍ରଥମ ବ୍ୟାଟେରି ତିଆରି କଲେ ୧୯୮୫ ମସିହାରେ । ତା'ପରେ ଅଙ୍ଗାରକରେ ଗଢ଼ା ପେଟ୍ରୋଲିୟମ କେକୁ ମଧ୍ୟ୍ୟ । ଏଥିପାଇଁ ସେ ବିନିଯୋଗ କରିବାକୁ ଲାଗିଲେ । କ୍ୟାଥୋଡ୍ ମେରୁରେ ଥିବା କୋବାଲ୍ ଅକ୍ସାଇଡଡ୍ ଭଳି ଏହା ମଧ୍ୟ୍ୟ ।

ଲିଥିୟମ ଆୟନକୁ ସନିବିଷ୍ଟ କରିପାରିଲା । ଏସବୁ ପରୀକ୍ଷା ନିରୀକ୍ଷା ଫଳରେ କ୍ରମେହାଲୁକା ଏବଂ ଦୃଢ଼ତା ସମ୍ପନ୍ନ ବ୍ୟାଟେରିମାନ ତିଆରି ସମ୍ଭବ ହେଲା; ଯାହାକି ଶହ ଶହ ଥର ପୁନଃ ପୁନଃ ଭାବେ ଚାର୍ଜ କରାଯାଇପାରିବ। ଏଗୁଡ଼ିକ ବଜାରରେ ଉପଲବ୍ଧ ହେଲା । ୧୯୯୧ ମସିହାରେ ଉକ୍ତ ବ୍ୟାଟେରି ଗୁଡ଼ିକର ସୁବିଧା ହେଲା ଯେ, ତାହା କ୍ୟାଥୋଡ୍ ମେରୁକୁ କ୍ଷୟ କରୁଥିବା ରାସାୟନିକ ପ୍ରକ୍ରିୟା ଭିତ୍ତିକ ନୁହେଁ, ବରଂ ଆନୋଡ୍ ଓ କ୍ୟାଥୋଡ୍ ମଧ୍ୟ୍ୟରେ ନିୟମିତ ଏପାଖ ସେପାଖ ହୋଇ ପ୍ରବାହିତ ହେଉଥିବା ଲିଥିୟମ ଆୟନ ଉପରେ ନିର୍ଭରଶୀଳ ।

ବର୍ତ୍ତମାନ ଅନେକ ପ୍ରକାର ଲିଥିୟମ ଆୟନ ବ୍ୟାଟେରି ଉପଲବ୍ଧ ହେଲାଣି । ଉଦାହରଣ ସ୍ଵରୂପ, କେତେକ କମ୍ପାନୀ ମୁଖ୍ୟତଃ ଲିଥିୟମ ପଲିମର ବ୍ୟାଟେରି ପ୍ରସ୍ତୁତ କରୁଛନ୍ତି । ଏଥିରେ ଲିଥିୟମ କୋବାଲ୍‌ ଅକ୍ସାଇଡଙ୍କୁ କ୍ୟାଥୋଡ୍ ମେରୁ ଏବଂ ଅଧିକ ଦହନଗୁଣଧାରୀ ଜୈବ ରାସାୟନ (ଇଥର୍ ଭଳି) ବଦଳରେ ଏକ ପ୍ରକାର ପଲିମର ଜେଲ୍‌କୁ ବିଦ୍ୟୁତ ଦ୍ରବଣରେ ଉପଯୋଗ କରାଯାଇଛି। ଏହାବ୍ୟତୀତ, ଲିଥିୟମ-ଲୌହ ଫସ୍‌ଫେଟ୍, ଲିଥିୟମ - ମାଙ୍ଗାନିଜ୍ ଅସାଇଡ୍ ଏବଂ ନିକେଲ ମାଙ୍ଗାନିଜ୍-କୋବାଲ୍ ଅସାଇଙ୍କୁ । କ୍ୟାଥୋଡ୍ ରୂପେ ବ୍ୟବହର କରୁଥିବା ବ୍ୟାଟେରିମାନ ମଧ୍ୟ୍ୟ ଏବେ ମିଳିଲାଣି ସେଗୁଡିକ କମ୍ ଶକ୍ତି - ସାନ୍ଧ୍ରତା ବିଶିଷ୍ଟ, କିନ୍ତୁ ଦୀର୍ଘସ୍ଥାୟୀ ଓ ନିରାପଦ । ଏ ପ୍ରକାର ବ୍ୟାଟେରି ଏବେ ବିବିଧ ଉଚ୍ଚମାନର ଇଲେକ୍ଟ୍ରୋନୀୟ ତଥା ମେଡିକାଲ ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ବ୍ୟବସ୍ଥାରେ ବ୍ୟବହୃତ ହେଉଛି । ଗାଡ଼ିମୋଟରରେ ବ୍ୟବହାର କଥା ବିଚାରକୁ ନେଇ ଏଗୁଡିକ ମଧ୍ୟ୍ୟରେ ସର୍ବାଧିକ ଗୁରୁତ୍ଵ ଲାଭ କରିଛି ଶେଷୋକ୍ତଟି ।

ଅଧିକ ଉନ୍ନତମାନର ଲିଥିୟମ - ଆୟନ୍ ବ୍ୟାଟେରି ତିଆରି ଲାଗି ଏବେ ମଧ୍ୟ୍ୟ ଉଦ୍ୟମ ଚାଲୁ ରହିଛି। ଫଳରେ ଆଗାମୀ ଦିନରେ ଏହାର ଉପଯୋଗ କାଳ, ଶକ୍ତି ସାନ୍ଧ୍ରତା, ନିରାପତ୍ଵତା, ଚାଙ୍ଗି ବେଗ ଆଦି ବୃଦ୍ଧି ତଥା ଦାମ୍ ହ୍ରାସ ପାଇବ ବୋଲି ଆଶା କରାଯାଏ । ତେବେ ବର୍ତ୍ତମାନ ଅଧିକ ଧାନ ଦିଆଯାଉଛି ସହଜରେ ନିଆଁ ନ ଧରିଲା ଭଳି ବିଦ୍ୟୁତ ଦ୍ରବଣର ବିକାଶ ଉପରେ । ସେଥିପାଇଁ ଯେଉଁ ପନ୍ଥାମାନ ଅନୁସରଣ କରାଯାଉଛି ତାହାର ଅନ୍ତର୍ଭୁକ୍ତ ହେଲେ । ଜଳଯୁକ୍ତ ଲିଥିୟମ ଆୟନ ବ୍ୟାଟେରି, ସେରାମିକ କଠିନ ବିଦ୍ୟୁତ ଦ୍ରବଣ, ପଲିମର ବିଦ୍ୟୁତ ଦ୍ରବଣ, ଆୟନଯୁକ୍ତ ତରଳ ପଦାର୍ଥ ଏବଂ ଫ୍ଲୋରିଯୁକ୍ତ ରସାୟନ।

ଏସବୁର ବିକାଶ ମନରେ ପ୍ରତ୍ଵୟୟ ଆଣେ ଯେ ନିକଟରେ ଦିନେ ଲିଥିୟମଆୟନ୍ ବ୍ୟାଟେରି ସମାଜକୁ ଜୀବାଣୁ ଇନ୍ଧନମୁକ୍ତ କରିବା ସଙ୍ଗେ ସଙ୍ଗେ ବାୟୁ ପ୍ରଦୂଷଣ ହ୍ରାସ ଦିଗରେ ଗୁରୁତ୍ଵପୂର୍ଣ୍ଣ  ଭୂମିକା ଗ୍ରହଣ କରିପାରିବ । ଅତଏବ ଏଭଳି ଯୁଗାନ୍ତକାରୀ ଉଦ୍ଭାବନ ମାଧ୍ୟମରେ ଗୁଡଏନଫ୍ , ଉଇମିଂହାମ ଓ ୟୋସିନୋ ମାନବଜାତିର କଲ୍ୟାଣ ପାଇଁ ଯେଉଁ ଗୁରୁତ୍ୱପୂର୍ଣ୍ଣଣ ଅବଦାନ ଦେଇଛନ୍ତି ତାହା ସେମାନଙ୍କୁ ୯ ନିୟୁତ ସ୍ଵେଡିସ୍ କ୍ରୋନାର ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଦେବାର ଯଥାର୍ଥତା ପ୍ରମାଣ କରିଛି । କାରଣ ନୋବେଲ କମିଟିର ସଦସ୍ୟ ସାରା ସ୍ନୋଗେରୂପ ଲିନସେଙ୍କ ଭାଷାରେ ଏହା ଆମକୁ ଏକ ବୈଷୟିକ ବିପ୍ଳବ ମଧ୍ୟକୁ ବାଟ କଢ଼ାଇ ନେଇପାରିଛି।

ସଂଗୃହିତ  - ପ୍ର. ରମେଶ ଚନ୍ଦ୍ର ପରିଡ଼ାଉଷା ନିବାସ, ଖଣ୍ଡଗିରି ବିହାର, ଭୁବନେଶ୍ଵର

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top