ସେଆର କରନ୍ତୁ

ନୀଳକଣ୍ଠ ଦାସ

ନୀଳକଣ୍ଠ ଦାସ (୧୮୮୪-୧୯୬୭) ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ଵାଧିନତା ସଂଗ୍ରାମୀ ।

ନୀଳକଣ୍ଠ ଦାସ (୧୮୮୪-୧୯୬୭) ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ଵାଧିନତା ସଂଗ୍ରାମୀ । ତାଙ୍କୁ ଶ୍ରଦ୍ଧାରେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମଧ୍ୟ ଡକାଯାଇଥାଏ ।

ଶିକ୍ଷା ଓ ଜୀବନ

ପଣ୍ଡିତ ନୀଳକଣ୍ଠ ଦାସ ଜଣେ ମେଧାବୀ ଛାତ୍ର ଥିଲେ । ଭର୍ଣ୍ଣାକୁଲାର ପରୀକ୍ଷାଠାରୁ ଆରମ୍ଭ କରି ରେଭେନ୍ସା କଲେଜର ବି.ଏ. ପରୀକ୍ଷା ପର୍ଯ୍ୟନ୍ତ ସେ ଓଡ଼ିଶାରେ ପ୍ରଥମ ହୋଇଆସିଥିଲେ ।ଦର୍ଶନ ଶାସ୍ତ୍ର ଓ ରସାୟନ ବିଜ୍ଞାନ ବିଷୟକୁ ନେଇ ବି॰ଏ॰ ପରୀକ୍ଷାରେ ଉତ୍ତିର୍ଣ ହୋଇଥିଲେ । ପରେ ମାସିକ ବୃତ୍ତି ପାଇ ନୀଳକଣ୍ଠ ଦର୍ଶନ ଶାସ୍ତ୍ର କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ସେତେବେଳେ ତାହାର ମାନ ଖୁବ ଅଧିକ ଥିବାରୁ ତାଙ୍କୁ ଫିରିଙ୍ଗି ସରକାରଙ୍କ ଅଧିନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ମିଳିଥିଲା,କିନ୍ତୁ ପଣ୍ଡିତ ଗୋପବନ୍ଧୁ ,ଆଚାର୍ଯ ହରିହର ଓ ପଣ୍ଡିତ ନୀଳକଣ୍ଠ ଭାର୍ଗବୀ ନଈରେ ବଢିପାଣିରେ ହଇଜାରେ ମରି ଭାସି ଯାଉଥିବା ଶବଗୁଡିକୁ ଦେଖି ଶପଥ ନେଇଥିଲେ ,' ସରକାରୀ ଚାକିରି କରିବା ନାହିଁ,ଏଇଲେ ଦେଶକୁ ଯେମିତି ଦେଖୁଛେ ମଲା ବେଳକୁ ଆହୁରି ଭଲ ଦେଖି ମରିବା ।' ଅନଗ୍ରସର , ମୂକ ଓଡ଼ିଆ ଜାତିର ପାଟିରେ ଭାଷା ଦେବା ପାଇଁ ସତ୍ୟବାଦୀ ବନବିଦ୍ୟାଳୟ 190୯ ପ୍ରତିଷ୍ଠା ହେଲା ଓ ମାସିକ ୩୦ଟଙ୍କା ବେତନରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ ।

ରଚନାବଳୀ

ପଣ୍ଡିତ ନୀଳକଣ୍ଠ କବିତା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ଛାଡିଯାଇଛନ୍ତି । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ତାଙ୍କୁ ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା ବୋଲି କହିଛନ୍ତି । ଭାଷାବିତମାନଙ୍କ ମତରେ ଦାସ ପ୍ରଥମ ଓଡ଼ିଆ ଭାଷାବିଜ୍ଞାନୀ ।

କବିତା

  • କୋଣାର୍କେ
  • ଖାରବେଳ
  • ମାୟାଦେବୀ

ପ୍ରବନ୍ଧ

  • ଆର୍ଯ୍ୟ ଜୀବନ
  • ଓଡ଼ିଆ ସାହିତ୍ୟର କ୍ରମ ପରିଣ।ମ
  • ଶ୍ରୀମଦ ଭଗବତଗୀତାର ଭୂମିକା
  • ଓଡ଼ିଆ ଭାଷା ଓ ସାହିତ୍ୟ
  • ସଂସ୍କୃତି ଓ ସଂସ୍କୃତି
  • ଲାବଣ୍ୟବତୀର ଟୀକା

ଶିଶୁ ସାହିତ୍ୟ

  • ପିଲାଂକ ରାମାୟଣ
  • ପିଲାଂକ ମହାଭାରତ
  • ପିଲାଙ୍କ ଭାଗବତ

ଅନୁ

"ଲର୍ଡ଼ ଟେନିସନ"ଙ୍କ କବିତାକୁ ଓଡ଼ିଆରେ ଦାସ ନାୟକ ଓ ପ୍ରଣୟିନୀ ନାମରେ ଅନୁବାଦ କରିଛନ୍ତି ।

ସାମ୍ବାଦିକତା

  • ସମାଜର ସମ୍ପାଦକ
  • "ନବଭାରତ"ର ସମ୍ପାଦକ
  • ସାପ୍ତାହିକ "ଲୋକମତ"ର ପ୍ରତିଷ୍ଠାତା
  • ଉତ୍କଳ ସାହିତ୍ୟ ସମାଜର ଆଜୀବନ ସଭ୍ୟ

ସେ ଗୀତାର ଓଡ଼ିଆରେ ଟୀକା ଲେଖିଥିଲେ । ଏହାଛଡ଼ା ଓଡ଼ିଆ ଭାଷା ଓ ଲିପିର ସୁଧାରରେ ସେ ଅନେକ ପଦକ୍ଷେପ ନେଇଥିଲେ । ବିଜ୍ଞାନ ସମ୍ମତ ବିଶୁଦ୍ଧ ଓଡ଼ିଆ ବ୍ୟାକରଣ ପୁସ୍ତକର ରଚୟିତା ।

ଓଡ଼ିଶା ପ୍ରଦେଶ ଓ ଭାଷା ଆନ୍ଦୋଳନ

ଓଡ଼ିଆ ଭାଷାକୁ ବାକି ପଡ଼ୋଶୀ ଭାଷାଭାଷିମାନଙ୍କ ଆକ୍ରମଣରୁ ଅଲଗା କରି ସ୍ଵତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବ୍ୟାସକବି ଫକିର ମୋହନ ସେନାପତି, ସ୍ଵଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ ଓ ଏମିତି ଅନେକ କର୍ମୀମାନଙ୍କ ସହ ସେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆନ୍ଦୋଳନରେ ଯୋଗ ଦେଇଥିଲେ ଯାହାର ଫଳ ସ୍ୱରୂପ ୧ ଅପ୍ରେଲ ୧୯୩୬ରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା ।

ସମାଜ ସଂସ୍କାର ଓ ଭାରତର ସ୍ଵାଧିନତାରେ ଭୂମିକା

ସେ ଭାରତର ସ୍ଵାଧିନତା ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ ଅଂଶ ଗ୍ରହଣ କରି ୩ ଥର ( ୨ ବର୍ଷ ୨ ମାସ ) ହଜାରୀ ବାଗ ଜେଲରେ କାରାବରଣ କରିଥିଲେ । "କେନ୍ଦ୍ର ବିଧାନ ସଭା" ଓ ଓଡ଼ିଶା ବିଧାନ ସଭାରେ ତାଙ୍କର ଓଜସ୍ଵିନୀ ଭାଷଣ ଅନେକଙ୍କୁ ଦେଶସେବା ଆଡ଼କୁ ମୁହାଁଇଥିଲା । ସେ ଏକାଧାରରେ ଜଣେ ଦେଶ ସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିତ(ଦ) ଥିଲେ । ଜଣେ ସକ୍ରିୟ ସ୍ଵାଧୀନତା ସଂଗ୍ରାମୀ ଭାବରେ ସେ ଛୁଆଁ ଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସ୍ଵର ଉଠାଇଥିଲେ । ପଣ୍ଡିତ ନୀଳକଣ୍ଠ ଜାତିଭେଦ ମାନୁନଥିଲେ ଓ ନିଜ ଛାତ୍ରମାନଙ୍କୁ ମଧ୍ୟ ସେହି ଶିକ୍ଷା ଦେଉଥିଲେ । ସେତେବେଳେ ବ୍ରାହଣ ସମାଜରେ, ଦାଢୀ କାଟି ନିଶ ରଖିବା ମନା ଥିଲା । ଏହାର ପ୍ରତିବାଦ କରି, ସେ ଦାଢୀ କାଟି ନିଶ ରଖିଥିଲେ । ଏଥିପାଇଁ ତାଙ୍କୁ ଶାସନୀ ବ୍ରାହ୍ମଣ ସମାଜର ଘୋର ବିରୋଧର ସମ୍ମୁଖିନ ହୋଇଥିଲେ ଓ ତାଙ୍କୁ ଦାଢୀ ହେବାକୁ ପଡିଥିଲା । ଏହି ପ୍ରଥାକୁ ବିଦ୍ରୁପ କରି, ସେ ମୋ ନିଶ ନାମରେ ପ୍ରବନ୍ଧ ଲେଖିଥିଲେ ।

ସମ୍ମାନ

  • ଡି. ଲିଟ(ଉତ୍କଳ ବିଶ୍ଵବିଦ୍ୟାଳୟ)
  • ଉତ୍କଳ ଗୁରୁ ଉପାଧି -୧୯୫୧
  • ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୩(ତାଙ୍କର ବହି ଆତ୍ମଜୀବନୀ ନିମନ୍ତେ)
  • ପଦ୍ମ ଭୂଷଣ, ୧୯୬୦

ଆଧାର – ସାହିତ୍ୟ ବିଭାଗ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top