ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ପଗଡି ବଦଳାଇ ନେଇଗଲେ
ସେଆର କରନ୍ତୁ

ପଗଡି ବଦଳାଇ ନେଇଗଲେ

ପଗଡି ବଦଳାଇ ନେଇଗଲେ,ନାମଦେଲେ କୋହିନୁର

ଉପକ୍ରମ

ପାରସ୍ୟ ସାମଗ୍ରୀ ନାଦିର ଶାହ ଭାରତରୁ କୋହିନୁର ହୀରା ନେଇଯାଇଥିଲେ । ସେ ଭାରତ ଆକ୍ରମଣ କରି କର୍ଣ୍ଣାଲ ଯୁଦ୍ଧରେ ୧୩ ଫେବୃଆରୀ, ୧୭୩୯ରେ ମୋଗଲ ଶାସନ ମହମ୍ମଦ ଶାହଙ୍କୁ ପରାସ୍ତ କରିଥିଲେ । ମହମ୍ମଦ ଶାହ ୩ ଲକ୍ଷ ସୈନ୍ୟଙ୍କୁ ନେଇ ଲଢିଥିଲେ ହେଁ ପରାଜିତ ହେଲେ । ନାଦିର ଶାହ ମହମ୍ମଦ ଶାହଙ୍କୁ ଧରି ଦିଲ୍ଲୀରେ ପହଞ୍ଚିଲେ । ନାଦିର ଶାହ ବିପୁଳ ସୁନା, ହୀରା ଓ ମୟୂର ସିଂହାସନ ଆଦି ଗୋଟେଇଲେ । ତାଙ୍କର କିନ୍ତୁ ଲୋଭ ଥିଲା କୋହିନୁର ହୀରା ଉପରେ । ଯେତେ ଖୋଜିଲେ ବି ପାଇଲେ ନାହିଁ । ଶେଷରେ ଅନ୍ତଃପୁରର ଜଣେ ମହିଳା ତାଙ୍କୁ କହିଲା, ସମ୍ରାଟ ମହମ୍ମଦ ଶାହ ତାଙ୍କ ପଗଡିରେ ସେହି ହୀରା ରଖିଛନ୍ତି । ଏହା ପରେ ନାଦିର ଶାହ ଉପାୟ ପହଞ୍ଚିଲେ । ଭୋଜନ ପାଇଁ ମହମ୍ମଦ ଶାହଙ୍କୁ ଡାକିଲେ । ଭୋଜନ ପୂର୍ବରୁ ବନ୍ଧୁତାର ନିଦର୍ଶନ ସ୍ୱରୂପ ନିଜ ନିଜ ପଗଡି ବଦଳାଇବା ବୋଲି କହିଲେ । ପରାଜିତ ମହମ୍ମଦ ଶାହ ଲାଚାର ଥିଲେ । ନିଜ ପଗଡି ଦେଇଦେଲେ । ପଗଡିରେ ଥିବା ସେହି ହୀରାକୁ ଦେଖିବା ପରେ ନାଦିର ଶାହ ଚିତ୍କାର କରିଥିଲେ, କୋହିନୁର ! ଆଲୁଅର ପର୍ବତ ! ଫଳରେ ସେଇ ବିଶ୍ଵବିଖ୍ୟାତ ହୀରାର ନାମ ହୋଇଗଲା ‘କୋହିନୁର’ ।

ଶେଷ  କଥା

କୋହିନୂର ଏକ ମୂଲ୍ୟବାନ ହୀରା,ଯାହା ଆନ୍ଧ୍ର ପ୍ରଦେଶର କୋଲୁର ଖଣିରୁ ମିଳିଥିଲା । ପ୍ରଥମେ ଯେତେବେଳେ ହୀରାଖଣି ଗର୍ଭରୁ ଆବିଷ୍କୃତ ହୋଇଥିଲା, ସେତେବେଳେ ଏହାର ଓଜନ ଆଠଶହ ତୋଳା ଥିଲା ।ଗୋଲକୁଣ୍ଡାର ଏକ ଖଣି ଗର୍ଭରୁ ଆବିଷ୍କୃତ ଏକଶତ ବୟାନବେ ତୋଳା ଓଜନ ବିଶିଷ୍ଟ ଏହି ହୀରାରୁ ବହୁ ରାଜା, ସମ୍ରାଟମାନେ ନିଜ ନିଜ ପସନ୍ଦରେ ତହିଁରୁ କିଛିି କାଟି ତାକୁ ନିଜ ନିଜ ମୁକୁଟରେ ଲଗାଇଲା ପରେ ଶେଷକୁ ଏହାର ଓଜନ ଆଉ ମାତ୍ର ଏକଶତ ନଅ ତୋଳା ରହିଥିଲା । ୧୮୫୨ରେ ଇଂରେଜ ସରକାର ପଞ୍ଜାବ ଜୟକରି କୋହିନୂରକୁ ଲଣ୍ଡନ ପଠାଇବା ପର୍ଯ୍ୟନ୍ତ ଏହା ସ୍ଥାନାନ୍ତରିତ ହେବାର ପ୍ରଶ୍ନ ନ ଥିଲା । ବର୍ତ୍ତମାନ ଏହା ଇଂଲଣ୍ଡରେ ବ୍ରିଟିଶରାଣୀଙ୍କ ମୁକୁଟରେ ଶୋଭାପାଉଛି।

ଆଧାର – ଦୈନିକ ସମାଜ

2.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top