ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ପରୀକ୍ଷା ଚାପ ଓ ସମାଧାନ
ସେଆର କରନ୍ତୁ

ପରୀକ୍ଷା ଚାପ ଓ ସମାଧାନ

ପରୀକ୍ଷା ସମୟରେ ପରୀକ୍ଷାର୍ଥୀମାନେ ଭୟଭୀତ ହୋଇ ମାନସିକା ଚାପ ମଧ୍ୟରେ ରହନ୍ତୁ । ହଜହ ମସ୍ତିଷ୍କ ଉପରେ ଚାପ ପକାଏ । ପରୀକ୍ଷା ସମୟର ଉଦ୍ୟାଗ ଭଲ, କିନ୍ତୁ ଏହାକୁ ସନ୍ତୁଳନ କରି ଶିଖିବା ଦରକାର ।

ଉପକ୍ରମ

ପରୀକ୍ଷା ସମୟରେ ପରୀକ୍ଷାର୍ଥୀମାନେ ଭୟଭୀତ ହୋଇ ମାନସିକା ଚାପ ମଧ୍ୟରେ ରହନ୍ତୁ । ହଜହ ମସ୍ତିଷ୍କ ଉପରେ ଚାପ ପକାଏ । ପରୀକ୍ଷା ସମୟର ଉଦ୍ୟାଗ ଭଲ, କିନ୍ତୁ ଏହାକୁ  ସନ୍ତୁଳନ କରି ଶିଖିବା ଦରକାର । ତେବେ କିପରି ଏହି ସମୟକୁ ସାମ୍ନା କରିବେ ।

ହଠାତ୍ ମାନସିକ ଉଦ୍ୟାଗର ପରିପ୍ରକାଶ ଘାତିଳେ ମାନସିକ ପ୍ରତିକ୍ରିୟା (ଆଙ୍ଗ୍ଜାଇଟି ରିଆକ୍ସନ୍ ) ସୃଷ୍ଟି ହୁଏ । ଯାହା ପରୀକ୍ଷାର୍ଥୀଙ୍କଠାରେ ଦେଖାଯାଏ । ମାତ୍ରାଧିକ ଉଦ୍ବେଗ କାର୍ଯ୍ୟକ୍ଷମତାର ପ୍ରତିବନ୍ଧନ ସାଜେ ମାତ୍ର ଆବଶ୍ୟକୀୟ ମାତ୍ରାର ଉତ୍କଣ୍ଠା ସକରାତ୍ଜକ ଫଳ ପ୍ରଦାନ କରେ, କେବଳ ଏହାକୁ ସନ୍ତୁଳନ କରି ଶିଖିବା ଉଚିତ୍ । ଏକ ପରୀକ୍ଷାର୍ଥୀର  ପରୀକ୍ଷା ପୂର୍ବରୁ ମାନସିକ ଚାପରୁ ବର୍ତ୍ତିବା ପାଇଁ କିଛିଟା ଦିଗକୁ ଧ୍ୟାନ ଦେବା ଅନ୍ତ୍ୟନ୍ତ ଆବଶ୍ୟକ ।

ନିଜ ଲକ୍ଷ ପ୍ରତି ସଚେତନ

ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ପଢି ସରାଇବା ପାଇଁ ଲକ୍ଷ ଧାର୍ଯ୍ୟ କରନ୍ତୁ ଅଦରକାରୀ ଦିଗପ୍ରତି ସମୟ ନଷ୍ଟ କରିବା ଅନୁଚିତ୍ । ଗୁରୁତ୍ୱପୂର୍ଣ୍ଣ ତଥା ଚୟନ ପ୍ରଶ୍ନାବଳୀକୁ ଗୁରୁତ୍ଵର ସହ ମନେରଖିବା ଉଚିତ୍ ।

କମ୍ ଘୋଷିବା

ଜବରଦସ୍ତି ମୁଖସ୍ଥ କରିବା ଠାରୁ ଦୂରେଇ ରହିବା ଉଚିତ୍, ଯାହାକି ଉଦ୍ବେଗଠାରୁ ଦୂରେଇ ରଖେ ଏବଂ ମସ୍ତିଷ୍କର ଦ୍ଵନ୍ଦକୁ ଦୂର କରେ। କେବଳ ସମସ୍ତ ବିଷୟରେ ସମ୍ୟକ୍ ଧାରଣା ଥିବା ଜରୁରୀ । ବହୁତ ପଢି କିଛି ମାନେ ରଖିବା ଅପେକ୍ଷା ଅଳ୍ପ ପଢି ସମସ୍ତ ବିଷୟରେ ସମ୍ୟକ୍ ଧାରଣା ଥିବା ଜରୁରୀ । ବହୁତ ପଢି କିଛି ମାନେ ରଖିବା ଅପେକ୍ଷା ଅଳ୍ପ ପଢି ସମସ୍ତ ବିଷୟ ରଖିବା ଅତ୍ୟନ୍ତ ଆବଶ୍ୟକ ।

ମାନସିକ ବିଶ୍ରାମ

ମନ ଅତ୍ୟଧିକ ଚିନ୍ତିତ ଅଥବା ଭାରାକ୍ରାନ୍ତ ହୋଇଗଲେ, ଯେକୌଣସି ଉପାଯରେ ମନକୁ ହାଲୁକା ଏବଂ ଶାନ୍ତ କରେଇବା ଅତ୍ୟନ୍ତ ଆବଶ୍ୟକ । ଯେପରିକି ଗୀତ ଶୁଣିବା, ଟିଭି ଧେଡିବା, ଦୀର୍ଘ ନିଶ୍ଵାସ ନେବା ଅଭ୍ୟାସ କରିବା ।

ବର୍ତ୍ତମାନରେ ବିଶ୍ଵାସ

ସମୟର ବହୁ ଆଗକୁ ନଯାଇ ବର୍ତ୍ତମାନରେ ରହିବା ଉଚିତ୍ । ପରୋକ୍ଷ ପରର ଫଳାଫଳକୁ ପରୀକ୍ଷା ପରେ ଚିନ୍ତା କରିବା ପାଇଁ ମନସ୍ଥ କରିବା ଦରକାର । ତାହା ଅନାବଶ୍ୟକ ମାନସିକ ଚିନ୍ତା ତଥା ଚାପରୁ ଦୂରେଇ ରଖିବ । ଶିକ୍ଷକ ତଥା ସଫଳତା ପାଇଥିବା ଅଭିଜ୍ଞ ବିଦ୍ୟାର୍ଥୀଙ୍କଠାରୁ ପରୀକ୍ଷା ବିଷୟରେ କିଛି ଜ୍ଞାନ ନେବା ଦରକାର । ନିଜର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ପରୀକ୍ଷା ଜନିତ ମାନସିକ ଚାପକୁ ସାମ୍ନା କରିବାରେ ଏହା ପ୍ରମୁଖ୍ୟ ଭୂମିକା ଗ୍ରହଣ କରେ ।

ସମୟାନୁବର୍ତ୍ତିତା

ପରୀକ୍ଷା କେନ୍ଦ୍ରରେ ବିଲମ୍ବରେ ପହଞ୍ଚିଲେ ଅତ୍ୟଧିକ ଉଦ୍ବେଗ ଦେଖାଯାଏ । ଏଣୁ ଯଥା ସମୟରେ ପରୀକ୍ଷା ହଲ୍ ରେ ପହଞ୍ଚନ୍ତୁ । ପରୀକ୍ଷାରେ ଅଳ୍ପ ସମୟ ପୂର୍ବରୁ ପଢିଥିବା ବିଷୟବସ୍ତୁ କେବେହେଲେ ପରୀକ୍ଷା ସମୟରେ ମନେପଡ଼େ ନାହିଁ ।

ପ୍ରାମାଣିକ ଅଧ୍ୟୟନ କୌଶଳ

ସର୍ବେକ୍ଷଣ : ପ୍ରାରମ୍ଭରୁ ଅଧ୍ୟୟନ କରିବାକୁ ଥିବା ବିଷୟ ମାନସପଟରେ ଚାପିବା ଉଚିତ୍ ।

ପ୍ରଶ୍ନ : ନିଜର ଅଧ୍ୟୟନକୁ ବଳବତ୍ତର କରିବା ପାଇଁ ପ୍ରଶ୍ନୋତ୍ତର ଅଭ୍ୟାସ କରିବା ଉଚିତ୍ ।

ପଠନ : ମୁଖ୍ୟ ମାନେ ରଖିବାକୁ ଚେଷ୍ଟା କରିବା ଉଚିତ୍ । ଜରୁରୀ ସମୟରେ ତାଙ୍କୁ ମାନେ ପକାଇ ବିସ୍ତାର ଉତ୍ତର ଲେଖିଦେବା ।

ମନେପକାଇବା : ଲେଖାଦ୍ଵାରା ଅଥବା କହିବା ଦ୍ଵାରା ବିଷୟବସ୍ତୁକୁ ଅଭ୍ୟାସ ଏବଂ ପୁନରାବୃତ୍ତି କରିବା ଆବଶ୍ୟକ ।

ସମୀକ୍ଷା : କୌଣସି ବିଷୟ ଯଦି ମାନେ ରହୁନାହିଁ, ତେବେ ତାଙ୍କୁ ବାରମ୍ଵାର ସମୀକ୍ଷଣ କରିବା ଉଚିତ୍ । କିମ୍ବା ନିମୋନିକ୍ସ ବା ଶବ୍ଦ ବିନ୍ୟାସର ପ୍ରଥମ ଅକ୍ଷରଗୁଡିକୁ ନେଇ ଶବ୍ଦ ବଣାଇ ମାନେ ରଖିହେବ, ଯେପରିକି ସବଳ (ସରିତା, ବନିତା,ଲତା )

ଉପର ଲିଖିତ ବାକ୍ୟମଧ୍ୟରୁ କିଛି ମାତ୍ରାରେ ଅବଲମ୍ଵନ କାଲେ ପରୀକ୍ଷା ଚାପ ଦୂର ହୋଇ ନିଶ୍ଚିତ ସୁଫଳ ମିଳିବ ।

ଆଧାର

ପ୍ରମେୟ

1.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top