ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ପରୀକ୍ଷା ପାଇଁ ଲାଗିଥିବା ପିଲାର ଚାପକୁ ବୁଝନ୍ତୁ ।
ସେଆର କରନ୍ତୁ

ପରୀକ୍ଷା ପାଇଁ ଲାଗିଥିବା ପିଲାର ଚାପକୁ ବୁଝନ୍ତୁ ।

ପରୀକ୍ଷା ପାଇଁ ଲାଗିଥିବା ଚାପକୁ ବୁଝନ୍ତୁ

ବାପା, ମା ମାନେ ଥରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ପିଲା ଯଦି କହୁଛି, ମୋତେ ଭାରି ନର୍ଭସ୍ ଲାଗିଲାଣି ବା ଏଥର ପରୀକ୍ଷାରେ କଷ୍ଟ ପ୍ରଶ୍ନ ଆସିଲା ଭଳି ଲାଗୁଛି କିମ୍ବା ଆର ମାସ । ଏତିକି ବେଳକୁ ମୁଁ ପରୀକ୍ଷା ହଲରେ ବସିଥୁବି ବା ଏମିତି କିଛି, ତେବେ ଆପଣମାନେ ପିଲାର ପରିସ୍ଥିତିକୁ ଟିକିଏ ଗମ୍ଭୀରତାର ସହ ବିଚାର କରନ୍ତୁ। ପିଲାଟି ଉପରେ ପରୀକ୍ଷାର ଚାପ ମାଡ଼ି ବସିବା ଆରମ୍ଭ କଲାଣି ବୋଲି ଜାଣନ୍ତୁ। ପିଲା ଉପରେ ଯଦି ପରୀକ୍ଷାର ଚାପ ମାଡ଼ି ବସେ ତେବେ ତାର ପରୀକ୍ଷା ଖରାପ ହେବାର ଆଶା ଅଧୁକା ଯଦିଓ, ଏମିତି ବି ପିଲା ଅଛନ୍ତି, ଯେଉଁମାନେ କି ଚାପରେ ରହିଲେ ବି ପରୀକ୍ଷାରେ ଭଲ କରନ୍ତି ।

ମନୋବୈଜ୍ଞାନିକ ମାନଙ୍କ ମତରେ ପରୀକ୍ଷାର ଚାପ ସାଧାରଣତଃ ଦୁଇ ପ୍ରକାର ହୋଇଥାଏ । ଗୋଟିଏ ହେଲା ଦୀର୍ଘ କାଳୀନ ଚାପ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲା ବେଳକୁ ପିଲାଟି ଏହି ଚାପ ଭୋଗୋ ଆଉ ଏକ ଚାପ ପରୀକ୍ଷା ଦିନରୁ ହିଁ ଆରମ୍ଭ ହୁଏ । ଅନେକ ଡ଼ାକ୍ତରୀ ପରୀକ୍ଷା ଏହା ପ୍ରମାଣ କରିସାରିଲାଣି ଯେ ପରୀକ୍ଷା ଜନିତ ଚାପ ଯୋଗୁ ପିଲାଟିର ଶରୀରରେ ସାଲିଭାରି ଏସ୍‌ଇମୁନୋଗ୍ଲୋବିନ୍ ବା ଏସ୍ଏଲ୍‌ଜିଏ ନାମକ ଏକ ଆଣ୍ଟିବଡ଼ି କମିଯାଏ । ଏହି ଆଣ୍ଟିବଡ଼ି ଶରୀରକୁ ବିଭିନ୍ନ ରୋଗ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରେ । ସେଥୁପାଇଁ ଅନେକ ସ୍ଥଳରେ ଦେଖାଯାଏ ଯେ ପରୀକ୍ଷା ସମୟରେ ହିଁ ପିଲାମାନେ ରୋଗ ସଂକ୍ରମଣର ଅଧିକ ଶିକାର ହୋଇଥାନ୍ତି । ମନୋବିଜ୍ଞାନୀମାନେ କୁହନ୍ତି ଯେ ଛାତ୍ର ବା ଛାତ୍ରୀମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ମଧ୍ୟମ ଧରଣର ଚାପ ନିତାନ୍ତ ଆବଶ୍ୟକ । କିନ୍ତୁ ପିଲାମାନଙ୍କ ଉପରେ ମାତ୍ରାଧିକ ଚାପ ଦିଆଯିବା ଉଚିତ ନୁହେଁ । ଅନେକ ବାପା ମା’ ଯେଉଁ ଲକ୍ଷ୍ୟ ନିଜେ ସାଧନ କରିବାରେ ବିଫଳ ହୋଇଥାନ୍ତି, ସେମାନେ ନିଜ ପିଲାମାନଙ୍କ ଦ୍ଵାରା ତାହା ହାସଲ କରିବାକୁ ଚେଷ୍ଟା କରନ୍ତି । ଏଭଳି ବାପା ମା ପିଲାମାନଙ୍କ ଉପରେ ଅଧୁକ ଚାପ ପ୍ରୟୋଗ କରନ୍ତି । ପିଲାଟି କେଉଁ କ୍ଷେତ୍ରରେ ପାରଦର୍ଶିତା ଦେଖାଇବାର ସମ୍ଭାବନା ରଖୁଛି, ସେ ଦିଗରେ ଧ୍ୟାନ ନଦେଇ ସେମାନେ ନିଜ ଦ୍ଵାରା ନିର୍ବାଚିତ କ୍ଷେତ୍ରରେ ପିଲାଟି ଭଲ କରୁବୋଲି ଚାହାନ୍ତି। ତାହା ହିଁ ପିଲାଟି ପାଇଁ କାଳ ହୋଇପଡ଼େ। ପିଲାଦିନରୁ ଜାଣିହେବ ପିଲାଦିନରୁ ଜାଣିହେବ,ପିଲାଟି କେଉଁ ବିଷୟରେ ଭଲ କରିବା ତୃତୀୟ ଶ୍ରେଣୀରେ ପଢ଼ିଲା ବେଳକୁ ସେମାନେ ବିଭିନ୍ନ ବିଷୟ ପ୍ରତି ଆଗ୍ରହ ବା ଅନାଗ୍ରହ ଦେଖାଇ ଥାନ୍ତି । ଜଣେ ସମ୍ବେଦନଶୀଳ ବାପା ମା ଏ ସମ୍ପର୍କରେ ଧାରଣା କରିପାରେ। ପିଲାଟି ପ୍ରଥମ ଶ୍ରେଣୀ ପଢ଼ିଲା ବେଳକୁ ବାପା ମା ମାନେ ପିଲାଟି କେଉଁ ବିଷୟରେ ଭଲ କରିବ ବା କେଉଁ କ୍ଷେତ୍ରରେ ପିଲାଟିର ପ୍ରତିଭା ରହିଛି, ତାହା ଜାଣିପାରିବେ ।

କ’ଣ କରିବେ

ଏ ଦିଗରେ ବାପା ମା’ ମାନଙ୍କର ଦାୟିତ୍ଵ ଅନେକା ଅନେକ ବାପା ମା ପିଲାଟି ଦିନରୁ ଏ ଦାୟିତ୍ଵକୁ ଠିକ୍ ଭାବେ ତୁଳାଇ ଥାନ୍ତି । ସେମାନଙ୍କ ପିଲାମାନେ ପରୀକ୍ଷା ବେଳେ ହଇରାଣରେ ପଡ଼ନ୍ତି ନାହିଁ। ସାନବେଳୁ ପିଲାମାନେ ଯେମିତି ସେମାନଙ୍କ ଭିତରେ ଏକ ଭଲ ସଉକ ବା ‘ହବି' ବିକାଶ କରନ୍ତି ତାହା ଦେଖୁ ବା କଥା । ଗପ ବହି ପଢ଼ିବାକୁ ଉତ୍ସାହିତ କରିବା, ଖବର କାଗଜ ପଢ଼ିବାର ଅଭ୍ୟାସ କରାଇବା, କୌଣସି ଏକ ଭଲ ବାଦ୍ୟଯନ୍ତ୍ର ବଜାଇବାର ତାଲିମ ଦେବା ଏଭଳି ସଉକର ଅନ୍ତର୍ଭୁକ୍ତ। ଯେତେବେଳେ ପାଠରୁ ଫୁତ୍ସିତ ମିଳିବ ସେତିକି ବେଳେ ପିଲାଟିଏ ଯଦି ସେ ଭଲ ପାଉଥୁବା କୌଣସି ଏକ କାମରେ ଲାଗିବ, ତେବେ ତାର ମନକୁ ହାଲୁକା ହେବ ଏବଂ ପରବର୍ତ୍ତୀ   ସମୟରେ ? ଆଉ ଥରେ ପଢ଼ାପଢ଼ି ଆରମ୍ଭ କଲା ବେଳକୁ ଜୋସ ସଜୋତଜ ହୋଇ ପାରିବ । ପିଲାଟି ଦିନରୁ ପ୍ରତି ଦିନ ତିନିରୁ ଚାରି ଘଣ୍ଟା ପଢ଼ାର ଅଭ୍ୟାସ କରାଇବା ଭଲ । ଜଣେ ଯଦି ବର୍ଷ ଆରମ୍ଭରୁ ତିନିରୁ ଚାରି ଘଣ୍ଟା ପଡ଼େ, ତେବେ ତାକୁ ପରୀକ୍ଷା ବେଳକୁ ଅତି ଅଧୁକ ପରିଶ୍ରମ କରିବାକୁ ପଡ଼ିବ ନାହିଁ। କ୍ଲାନ୍ତି ମେଣ୍ଟାଇବା ପାଇଁ ପିଲା ଭଲ ଭାବେ ଶୋଇବା ଉଚିତ । ପିଲାଟି ଭଲ ଗୀତ ଶୁଣି ବି ମନକୁ ପ୍ରଫୁଲ୍ଲ କରିପାରେ। କିନ୍ତୁ ଟିଭି ଦେଖୁ ମନକୁ ଖୁସି କରିବାର ଅଭ୍ୟସ ଯେମିତି ପିଲାର ନ ହୁଏ, ସେ ଦିଗରେ ବାପା ମା' ମାନେ ଧ୍ୟାନ ଦେବା ଉଚିତ।

ମାନସିକ ସାହସ,

ପିଲାକୁ ମାନସିକ ସାହସ ବା ପ୍ରତ୍ୟୟ ଦେବା ପ୍ରତି ବାପାମାନଙ୍କ ଦାୟିତ୍ଵ । ଏଇ ପରୀକ୍ଷାଟି ଗୁରୁତ୍ଵପୂର୍ଣ୍ଣ ମାତ୍ର ଖରାପ ହୋଇଗଲେ ସବୁ ବାଟ ବନ୍ଦ ହୋଇଯିବ ନାହିଁ ବୋଲି ପିଲାକୁ ବାପା ମା ମାନେ ବୁଝାଇବା ଦରକାର । ଏହା ମଧ୍ୟ ସତ ଯେ କୌଣସି ପରୀକ୍ଷା ଯେତେ ଗୁରୁତ୍ୱପୂର୍ଣ୍ଣ ହେଲେ ବି ଏହା ଏକମାତ୍ର କଥା ନୁହେଁ। ସବୁ ପରିସ୍ଥିତିର କିଛି ନା କିଛି ବିକଳ୍ପ ଅଛି ।

ଚାପର ପରିଣାମ

ଚାପଗ୍ରସ୍ତ ପିଲାମାନଙ୍କ ଉପରେ ଏହାର ପ୍ରଭାବ ନକାରାତ୍ମକ ହୋଇଥାଏ | ଏହା ସେମାନଙ୍କ  ଅ । ତୃ ପ୍ରା ତ ବ୍ୟୟ କ୍ ଆକ୍ରାନ୍ତ କରେ । ବଡ଼ ହେଲା ପରେ ବି ଏହା ସେମାନଙ୍କ ବ । କ୍ତ ତ୍ଵ କଲେ । ପ୍ରଭାବିତ କରିଥାଏ । ଜଣା ପଡ଼ିଛି ଯେ ଅତ୍ୟାଧୁକ ଚାପଗ୍ରସ୍ତ ପିଲାମାନଙ୍କ ଭିତରୁ ପଚାଶ ପ୍ରତିଶତ କୌଣସି ନା କୌଣସି ସମୟରେ ଆତ୍ମହତ୍ୟା କରିବା ସଂପର୍କରେ ଗମ୍ଭୀରତାର ସହ ବିଚାର କରନ୍ତି । ସାଧାରଣତଃ ଏଭଳି ଆତ୍ମହତ୍ୟା କରୁଥୁବା ପିଲାମାନଙ୍କ ଭିତରେ ପୁଅମାନଙ୍କ ସଂଖ୍ୟା ଝିଅମାନଙ୍କ ଠାରୁ ଅଧୁକା ଏହା ପଛରେ ଥୁବା କାରଣଟି ହେଉଛି ପୁଅମାନଙ୍କ ଉପରେ କିଛି କରି ଦେଖାଇବାର ଚାପ ଅଧୁକ ଥାଏ ।

ବାପା ମା' ମାନେ କ'ଣ ଜାଣିବା ଉଚିତ :

ଆଜି କାଲି ସହରୀ ବାପା ମା' ମାନଙ୍କ ଭିତରୁ ଅଧୁକାଂଶ ଉଚ୍ଚଶିକ୍ଷିତ । ମାତ୍ର, ସେମାନଙ୍କ ଭିତରୁ ବେଶି ଭାଗ ପିଲାର ସାମଗ୍ନିକ ବିକାଶକୁ ନେଇ ଚିହ୍ନିତ ନୁହନ୍ତି ବା ସଚେତନ ନୁଅନ୍ତି। ଅଧୁକାଂଶ ମନୋବୈଜ୍ଞାନିକଙ୍କ ମତାନୁସାରେ ଏହା ହିଁ ହେଉଛି ପିଲାମାନଙ୍କ ଉପରେ ଚାପର ପ୍ରଧାନ କାରଣା ସେମାନେ କୁହନ୍ତି ଯେ ପିଲାର ପ୍ରତିଭାକୁ ଏବେ ଗ୍ରେଡ଼ ଅନୁସାରେ ମପାଯାଉଛି। ପିଲାର ଜୀବନ ଏବେ ହୋଇପଡୁଛି ଗ୍ରେଡ଼ ସର୍ବସ୍ କିନ୍ତୁ, କୌଣସି ବିଦ୍ୟାଳୟରେ ଶିକ୍ଷକି ବା ପିଲାମାନଙ୍କ ବାପା ମା' ମାନେ ପିଲାର ସୃଜନଶୀଳ ପ୍ରତିଭାର ବିକାଶ ଦିଗରେ ନଜର ଦିଅନ୍ତି ନାହିଁ। ଏହା ହିଁ ହେଉଛି ପିଲା ଉପରେ ବଢ଼ୁଥୁବା ଚାପର ପ୍ରଥମ କାରଣା ପୂର୍ବେ ପିଲାଟି କେବଳ ପରୀକ୍ଷାରେ ଭଲ କରୁବୋଲି ବାପା ମା’ ଏବଂ ଗୁରୁଜନମାନେ ଆଶା କରୁଥୁଲେ, ମାତ୍ର ଏବେ ଯେଉଁ ପିଲାଟି ଭଲ ଖେଳୁଛି, ତା ଉପରେ ବି ଏତେ ଚାପ ପଡ଼ୁଛି, ସେ ତାର ମୁକାବିଲା କରିବାକୁ ଅସମର୍ଥ ହେଉଛି ।

ପିଲାମାନଙ୍କୁ କ'ଣ ଖାଇବାକୁ ଦେବେ

ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥୁବା ପିଲାମାନଙ୍କ ଖାଦ୍ୟ ତାଲକା ଚକତ୍ସା ବଜ୍ଞାନରେ ସେପର କଛ ସ୍ବତନ୍ତ୍ର ତାଲିକାରେ ନାହିଁ କିନ୍ତୁ ଏହି ସମୟରେ ଫାଷ୍ଟଫୁଡ୍, ଅତ୍ୟଧୁକ ଗରିଷ୍ଠ ଖାଦ୍ୟ ଦିଅନ୍ତୁ ନାହିଁ । ଅଳ୍ପ ଅଳ୍ପ ଭାବରେ ବରଂ ଦିନକୁ ଚାରି ପାଞ୍ଚଥର ଖାଦ୍ୟ ଦେଲେ ଭଲ । ରାତିରେ ବିଶ୍ରାମ ବେଳେ ପିଲାକୁ କ୍ଷୀର ପିଇବା ପାଇଁ ଦିଅନ୍ତୁ ବର୍ତମାନ ସହଜେ ଗ୍ରୀଷ୍ମର ଉତ୍ତାପ ବଢ଼ୁଥୁବାରୁ ପିଲାମାନଙ୍କୁ ଫଳ ଜୁସ୍, ପଇଡ଼ ପାଣି ଦେବା ଭଲ । ଥଣ୍ଡାପାନୀୟ ବା ଥଣ୍ଡାଖାଦ୍ୟ ଦିଅନ୍ତୁ ନାହିଁ । ମିଠା, ଆଇସ୍କ୍ରିମ ନଦେଲେ ଭଲ । ସୁଷମ ଖାଦ୍ୟ ଦିଅନ୍ତୁ ତଟକା ପନିପରିବାରେ ଖାଦ୍ୟ ତିଆରି କରନ୍ତୁ। ପିଲାଟିର ଯେପରି ଖାଦ୍ୟଜନିତ କୋଷ୍ଠକାଠିନ୍ୟ ନ ହୁଏ ସେ ଦିଗକୁ ଭୁଲନ୍ତୁ ନାହିଁ। ପିଲାକୁ କୌଣସି ଖାଦ୍ୟ ପାଇଁ ଜବରଦସ୍ତ କରନ୍ତୁ ନାହିଁ ବା ବୌଧ କରନ୍ତୁ ନାହିଁ ବାସି ଖାଦ୍ୟ, ତେଲ ଭାଜି ନଦେଲେ ଭଲ । ଆମିଷ ଦିଅନ୍ତୁ କିନ୍ତୁ ଏହାର ପରିମାଣ କମ୍ ରଖନ୍ତୁ । ଆମିଷରେ ଛୋଟମାଛ ବା ଦେଶୀ ଅଣ୍ଡା ଭଲ। ପିଲାଟିର କୌଣସି ଦୀର୍ଘକାଳୀନ ଅସୁସ୍ଥତା ଥୁଲେ ତୁରନ୍ତ ଶିଶୁବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଏହି ସମୟରେ ପିଲାର ମନସ୍ତାତ୍ତିକ ଦିଗକୁ ଆପଣ ଜଣେ ଅଭିଭାବକ ନୁହେଁ ବରଂ ଜଣେ ବନ୍ଧୁ ଭାବରେ ତା ସହିତ ସମୟ ଦେଲେ, ଭାବର ଆଦାନପ୍ରଦାନ କଲେ ଏହା ପିଲା ଉପରେ ଭଲ ପ୍ରଭାବ ପକାଇବା ଉପରୋକ୍ତ କଥା ଗୁଡ଼ିକ ମାନି ଚଳନ୍ତୁ ଦେଖୁବେ ଆପଣଙ୍କ ପିଲା ନିଶ୍ଚିନ୍ତ ଭାବରେ ଭଲ ଫଳ ପାଇବା

ଆଧାର, ଡାକ୍ତର ଜ୍ୟୋତିରଞ୍ଜନ, ଚମ୍ପତିରାୟ ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ ଶିଶୁଭବନ, କଟକ, ଦୂରଭାଷ: ୯୪୩୭୧୨୪୦୭୪

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top