ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ପରୀକ୍ଷା ସମୟରେ ପ୍ରସ୍ତୁତି
ସେଆର କରନ୍ତୁ

ପରୀକ୍ଷା ସମୟରେ ପ୍ରସ୍ତୁତି

ପରୀକ୍ଷା ସମୟରେ କିପରି ପ୍ରସ୍ତୁତି କରିବେ ସେ ବିଷୟରେ ସୂଚନା ।

ପରୀକ୍ଷା ପାଇଁ ଲାଗିଥିବା ଚାପ ସମୟରେ ଧ୍ୟାନ

ପିଲା ଯଦି କହୁଛି, ମୋତେ ଭାରି ନର୍ଭସ୍ ଲାଗିଲାଣି ବା ଏଥର ପରୀକ୍ଷାରେ କଷ୍ଟ ପ୍ରଶ୍ନ ଆସିଲା ଭଳି ଲାଗୁଛି  । ଏତିକି ବେଳକୁ ମୁଁ ପରୀକ୍ଷା ହଲରେ ବସିଥୁବି ବା ଏମିତି କିଛି, ତେବେ ଆପଣ ମାନେ ପିଲାର ପରିସ୍ଥିତିକୁ ଟିକିଏ ଗମ୍ଭୀରତାର ସହ ବିଚାର କରନ୍ତୁ। ପିଲାଟି ଉପରେ ପରୀକ୍ଷାର ଚାପ ମାଡ଼ି ବସିବା ଆରମ୍ଭ କଲାଣି ବୋଲି ଜାଣନ୍ତୁ। ପିଲା ଉପରେ ଯଦି ପରୀକ୍ଷାର ଚାପ ମାଡ଼ି ବସେ ତେବେ ତାର ପରୀକ୍ଷା ଖରାପ ହେବାର ଆଶା ଅଧିକ ଯଦିଓ, ଏମିତି ବି ପିଲା ଅଛନ୍ତି, ଯେଉଁମାନେ କି ଚାପରେ ରହିଲେ ବି ପରୀକ୍ଷାରେ ଭଲ କରନ୍ତି ।

ମନୋବୈଜ୍ଞାନିକ ମାନଙ୍କ ମତରେ ପରୀକ୍ଷାର ଚାପ ସାଧାରଣତଃ ଦୁଇ ପ୍ରକାର ହୋଇଥାଏ । ଗୋଟିଏ ହେଲା ଦୀର୍ଘ କାଳୀନ ଚାପ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲା ବେଳକୁ ପିଲାଟି ଏହି ଚାପ ଭୋଗୋ ଆଉ ଏକ ଚାପ ପରୀକ୍ଷା ଦିନରୁ ହିଁ ଆରମ୍ଭ ହୁଏ । ଅନେକ ଡ଼ାକ୍ତରୀ ପରୀକ୍ଷା ଏହା ପ୍ରମାଣ କରିସାରିଲାଣି ଯେ ପରୀକ୍ଷା ଜନିତ ଚାପ ଯୋଗୁ ପିଲାଟିର ଶରୀରରେ ସାଲିଭାରି ଏସ୍‌ଇମୁନୋଗ୍ଲୋବିନ୍ ବା ଏସ୍ଏଲ୍‌ଜିଏ ନାମକ ଏକ ଆଣ୍ଟିବଡ଼ି କମିଯାଏ । ଏହି ଆଣ୍ଟିବଡ଼ି ଶରୀରକୁ ବିଭିନ୍ନ ରୋଗ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରେ । ସେଥୁପାଇଁ ଅନେକ ସ୍ଥଳରେ ଦେଖାଯାଏ ଯେ ପରୀକ୍ଷା ସମୟରେ ହିଁ ପିଲାମାନେ ରୋଗ ସଂକ୍ରମଣର ଅଧିକ ଶିକାର ହୋଇଥାନ୍ତି । ମନୋବିଜ୍ଞାନୀମାନେ କୁହନ୍ତି ଯେ ଛାତ୍ର ବା ଛାତ୍ରୀମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ମଧ୍ୟମ ଧରଣର ଚାପ ନିତାନ୍ତ ଆବଶ୍ୟକ । କିନ୍ତୁ ପିଲାମାନଙ୍କ ଉପରେ ମାତ୍ରାଧିକ ଚାପ ଦିଆଯିବା ଉଚିତ ନୁହେଁ । ଅନେକ ବାପା ମା’ ଯେଉଁ ଲକ୍ଷ୍ୟ ନିଜେ ସାଧନ କରିବାରେ ବିଫଳ ହୋଇଥାନ୍ତି, ସେମାନେ ନିଜ ପିଲାମାନଙ୍କ ଦ୍ଵାରା ତାହା ହାସଲ କରିବାକୁ ଚେଷ୍ଟା କରନ୍ତି । ଏଭଳି ବାପା ମା ପିଲାମାନଙ୍କ ଉପରେ ଅଧିକ ଚାପ ପ୍ରୟୋଗ କରନ୍ତି । ପିଲାଟି କେଉଁ କ୍ଷେତ୍ରରେ ପାରଦର୍ଶିତା ଦେଖାଇବାର ସମ୍ଭାବନା ରଖୁଛି, ସେ ଦିଗରେ ଧ୍ୟାନ ନଦେଇ ସେମାନେ ନିଜ ଦ୍ଵାରା ନିର୍ବାଚିତ କ୍ଷେତ୍ରରେ ପିଲାଟି ଭଲ କରୁବୋଲି ଚାହାନ୍ତି। ତାହା ହିଁ ପିଲାଟି ପାଇଁ କାଳ ହୋଇପଡ଼େ। ପିଲାଦିନରୁ ଜାଣିହେବ ପିଲାଦିନରୁ ଜାଣିହେବ,ପିଲାଟି କେଉଁ ବିଷୟରେ ଭଲ କରିବା ତୃତୀୟ ଶ୍ରେଣୀରେ ପଢ଼ିଲା ବେଳକୁ ସେମାନେ ବିଭିନ୍ନ ବିଷୟ ପ୍ରତି ଆଗ୍ରହ ବା ଅନାଗ୍ରହ ଦେଖାଇ ଥାନ୍ତି । ଜଣେ ସମ୍ବେଦନଶୀଳ ବାପା ମା ଏ ସମ୍ପର୍କରେ ଧାରଣା କରିପାରେ। ପିଲାଟି ପ୍ରଥମ ଶ୍ରେଣୀ ପଢ଼ିଲା ବେଳକୁ ବାପା ମା ମାନେ ପିଲାଟି କେଉଁ ବିଷୟରେ ଭଲ କରିବ ବା କେଉଁ କ୍ଷେତ୍ରରେ ପିଲାଟିର ପ୍ରତିଭା ରହିଛି, ତାହା ଜାଣିପାରିବେ ।

ପିଲା ଦିନରୁ ପଢିବା ପାଇଁ ଆଗ୍ରହ ସୃଷ୍ଟି

ଏ ଦିଗରେ ବାପା ମା’ ମାନଙ୍କର ଦାୟିତ୍ଵ ଅନେକା ଅନେକ ବାପା ମା ପିଲାଟି ଦିନରୁ ଏ ଦାୟିତ୍ଵକୁ ଠିକ୍ ଭାବେ ତୁଳାଇ ଥାନ୍ତି । ସେମାନଙ୍କ ପିଲାମାନେ ପରୀକ୍ଷା ବେଳେ ହଇରାଣରେ ପଡ଼ନ୍ତି ନାହିଁ। ସାନବେଳୁ ପିଲାମାନେ ଯେମିତି ସେମାନଙ୍କ ଭିତରେ ଏକ ଭଲ ସଉକ ବା ‘ହବି' ବିକାଶ କରନ୍ତି ତାହା ଦେଖି ବା କଥା । ଗପ ବହି ପଢ଼ିବାକୁ ଉତ୍ସାହିତ କରିବା, ଖବର କାଗଜ ପଢ଼ିବାର ଅଭ୍ୟାସ କରାଇବା, କୌଣସି ଏକ ଭଲ ବାଦ୍ୟଯନ୍ତ୍ର ବଜାଇବାର ତାଲିମ ଦେବା ଏଭଳି ସଉକର ଅନ୍ତର୍ଭୁକ୍ତ। ଯେତେବେଳେ ପାଠରୁ ଫୁତ୍ସିତ ମିଳିବ ସେତିକି ବେଳେ ପିଲାଟିଏ ଯଦି ସେ ଭଲ ପାଉଥିବାକୌଣସି ଏକ କାମରେ ଲାଗିବ, ତେବେ ତାର ମନକୁ ହାଲୁକା ହେବ ଏବଂ ପରବର୍ତ୍ତୀ   ସମୟରେ ? ଆଉ ଥରେ ପଢ଼ାପଢ଼ି ଆରମ୍ଭ କଲା ବେଳକୁ ଜୋସ ସଜୋତଜ ହୋଇ ପାରିବ । ପିଲାଟି ଦିନରୁ ପ୍ରତି ଦିନ ତିନିରୁ ଚାରି ଘଣ୍ଟା ପଢ଼ାର ଅଭ୍ୟାସ କରାଇବା ଭଲ । ଜଣେ ଯଦି ବର୍ଷ ଆରମ୍ଭରୁ ତିନିରୁ ଚାରି ଘଣ୍ଟା ପଡ଼େ, ତେବେ ତାକୁ ପରୀକ୍ଷା ବେଳକୁ ଅତି ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ। କ୍ଲାନ୍ତି ମେଣ୍ଟାଇବା ପାଇଁ ପିଲା ଭଲ ଭାବେ ଶୋଇବା ଉଚିତ । ପିଲାଟି ଭଲ ଗୀତ ଶୁଣି ବି ମନକୁ ପ୍ରଫୁଲ୍ଲ କରିପାରେ। କିନ୍ତୁ ଟିଭି ଦେଖି ମନକୁ ଖୁସି କରିବାର ଅଭ୍ୟସ ଯେମିତି ପିଲାର ନ ହୁଏ, ସେ ଦିଗରେ ବାପା ମା' ମାନେ ଧ୍ୟାନ ଦେବା ଉଚିତ।

ମାନସିକ ସାହସ

ପିଲାକୁ ମାନସିକ ସାହସ ବା ପ୍ରତ୍ୟୟ ଦେବା ପ୍ରତି ବାପାମାନଙ୍କ ଦାୟିତ୍ଵ । ଏଇ ପରୀକ୍ଷାଟି ଗୁରୁତ୍ଵପୂର୍ଣ୍ଣ ମାତ୍ର ଖରାପ ହୋଇଗଲେ ସବୁ ବାଟ ବନ୍ଦ ହୋଇଯିବ ନାହିଁ ବୋଲି ପିଲାକୁ ବାପା ମା ମାନେ ବୁଝାଇବା ଦରକାର । ଏହା ମଧ୍ୟ ସତ ଯେ କୌଣସି ପରୀକ୍ଷା ଯେତେ ଗୁରୁତ୍ୱପୂର୍ଣ୍ଣ ହେଲେ ବି ଏହା ଏକମାତ୍ର କଥା ନୁହେଁ। ସବୁ ପରିସ୍ଥିତିର କିଛି ନା କିଛି ବିକଳ୍ପ ଅଛି ।

ଚାପର ପରିଣାମ

ଚାପଗ୍ରସ୍ତ ପିଲା ମାନଙ୍କ ଉପରେ ଏହାର ପ୍ରଭାବ ନକାରାତ୍ମକ ହୋଇଥାଏ  ।  ବଡ଼ ହେଲା ପରେ ବି ଏହା ସେମାନଙ୍କ ବ୍ୟକ୍ତିତ୍ଵ  ପ୍ରଭାବିତ କରିଥାଏ । ଜଣା ପଡ଼ିଛି ଯେ ଅତ୍ୟଧିକ ଚାପଗ୍ରସ୍ତ ପିଲା ମାନଙ୍କ ଭିତରୁ ପଚାଶ ପ୍ରତିଶତ କୌଣସି ନା କୌଣସି ସମୟରେ ଆତ୍ମହତ୍ୟା କରିବା ସଂପର୍କରେ ଗମ୍ଭୀରତାର ସହ ବିଚାର କରନ୍ତି । ସାଧାରଣତଃ ଏଭଳି ଆତ୍ମହତ୍ୟା କରୁଥିବାପିଲା ମାନଙ୍କ ଭିତରେ ପୁଅମାନଙ୍କ ସଂଖ୍ୟା ଝିଅମାନଙ୍କ ଠାରୁ ଅଧିକ ଏହା ପଛରେ ଥିବାକାରଣଟି ହେଉଛି ପୁଅମାନଙ୍କ ଉପରେ କିଛି କରି ଦେଖାଇବାର ଚାପ ଅଧିକ ଥାଏ ।

ବାପା ମା' ମାନେ କ'ଣ ଜାଣିବା ଉଚିତ

ବାପା ମା' ମାନଙ୍କ ଭିତରୁ ଅଧିକାଂଶ ଉଚ୍ଚଶିକ୍ଷିତ । ମାତ୍ର, ସେମାନଙ୍କ ଭିତରୁ ବେଶି ଭାଗ ପିଲାର ସାମଗ୍ନିକ ବିକାଶକୁ ନେଇ ଚିହ୍ନିତ ନୁହନ୍ତି ବା ସଚେତନ ନୁଅନ୍ତି। ଅଧିକାଂଶ ମନୋବୈଜ୍ଞାନିକଙ୍କ ମତାନୁସାରେ ଏହା ହିଁ ହେଉଛି ପିଲାମାନଙ୍କ ଉପରେ ଚାପର ପ୍ରଧାନ କାରଣା ସେମାନେ କୁହନ୍ତି ଯେ ପିଲାର ପ୍ରତିଭାକୁ ଏବେ ଗ୍ରେଡ଼ ଅନୁସାରେ ମପାଯାଉଛି । ପିଲାର ଜୀବନ ଏବେ ହୋଇପଡୁଛି ଗ୍ରେଡ଼ ସର୍ବସ୍ କିନ୍ତୁ, କୌଣସି ବିଦ୍ୟାଳୟରେ ଶିକ୍ଷକି ବା ପିଲାମାନଙ୍କ ବାପା ମା' ମାନେ ପିଲାର ସୃଜନଶୀଳ ପ୍ରତିଭାର ବିକାଶ ଦିଗରେ ନଜର ଦିଅନ୍ତି ନାହିଁ । ଏହା ହିଁ ହେଉଛି ପିଲା ଉପରେ ବଢ଼ୁଥିବାଚାପର ପ୍ରଥମ କାରଣା ପୂର୍ବେ ପିଲାଟି କେବଳ ପରୀକ୍ଷାରେ ଭଲ କରୁବୋଲି ବାପା ମା’ ଏବଂ ଗୁରୁଜନ ମାନେ ଆଶା କରୁଥିଲେ, ମାତ୍ର ଏବେ ଯେଉଁ ପିଲାଟି ଭଲ ଖେଳୁଛି, ତା ଉପରେ ବି ଏତେ ଚାପ ପଡ଼ୁଛି, ସେ ତାର ମୁକାବିଲା କରିବାକୁ ଅସମର୍ଥ ହେଉଛି ।

ପିଲାମାନଙ୍କୁ କ'ଣ ଖାଇବାକୁ ଦେବେ

ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାପିଲାମାନଙ୍କ ଖାଦ୍ୟ ତାଲକା ଚକତ୍ସା ବଜ୍ଞାନରେ ସେପର କଛ ସ୍ଵତନ୍ତ୍ର ତାଲିକାରେ ନାହିଁ କିନ୍ତୁ ଏହି ସମୟରେ ଫାଷ୍ଟଫୁଡ୍, ଅତ୍ୟଧୁକ ଗରିଷ୍ଠ ଖାଦ୍ୟ ଦିଅନ୍ତୁ ନାହିଁ । ଅଳ୍ପ ଅଳ୍ପ ଭାବରେ ବରଂ ଦିନକୁ ଚାରି ପାଞ୍ଚଥର ଖାଦ୍ୟ ଦେଲେ ଭଲ । ରାତିରେ ବିଶ୍ରାମ ବେଳେ ପିଲାକୁ କ୍ଷୀର ପିଇବା ପାଇଁ ଦିଅନ୍ତୁ ବର୍ତମାନ ସହଜେ ଗ୍ରୀଷ୍ମର ଉତ୍ତାପ ବଢ଼ୁଥୁବାରୁ ପିଲାମାନଙ୍କୁ ଫଳ ଜୁସ୍, ପଇଡ଼ ପାଣି ଦେବା ଭଲ । ଥଣ୍ଡାପାନୀୟ ବା ଥଣ୍ଡାଖାଦ୍ୟ ଦିଅନ୍ତୁ ନାହିଁ । ମିଠା, ଆଇସ୍କ୍ରିମ ନଦେଲେ ଭଲ । ସୁଷମ ଖାଦ୍ୟ ଦିଅନ୍ତୁ ତଟକା ପନିପରିବାରେ ଖାଦ୍ୟ ତିଆରି କରନ୍ତୁ। ପିଲାଟିର ଯେପରି ଖାଦ୍ୟଜନିତ କୋଷ୍ଠକାଠିନ୍ୟ ନ ହୁଏ ସେ ଦିଗକୁ ଭୁଲନ୍ତୁ ନାହିଁ। ପିଲାକୁ କୌଣସି ଖାଦ୍ୟ ପାଇଁ ଜବରଦସ୍ତ କରନ୍ତୁ ନାହିଁ ବା ବୌଧ କରନ୍ତୁ ନାହିଁ ବାସି ଖାଦ୍ୟ, ତେଲ ଭାଜି ନଦେଲେ ଭଲ । ଆମିଷ ଦିଅନ୍ତୁ କିନ୍ତୁ ଏହାର ପରିମାଣ କମ୍ ରଖନ୍ତୁ । ଆମିଷରେ ଛୋଟମାଛ ବା ଦେଶୀ ଅଣ୍ଡା ଭଲ। ପିଲାଟିର କୌଣସି ଦୀର୍ଘକାଳୀନ ଅସୁସ୍ଥତା ଥିଲେ ତୁରନ୍ତ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଏହି ସମୟରେ ପିଲାର ମନସ୍ତାତ୍ତିକ ଦିଗକୁ ଆପଣ ଜଣେ ଅଭିଭାବକ ନୁହେଁ ବରଂ ଜଣେ ବନ୍ଧୁ ଭାବରେ ତା ସହିତ ସମୟ ଦେଲେ, ଭାବର ଆଦାନପ୍ରଦାନ କଲେ ଏହା ପିଲା ଉପରେ ଭଲ ପ୍ରଭାବ ପକାଇବା ଉପରୋକ୍ତ କଥା ଗୁଡ଼ିକ ମାନି ଚଳନ୍ତୁ ଦେଖିବେ ଆପଣଙ୍କ ପିଲା ନିଶ୍ଚିନ୍ତ ଭାବରେ ଭଲ ଫଳ ପାଇବା

ପୁରୀକ୍ଷାର ପୂର୍ବପ୍ରସ୍ତୁତି

ସ୍ଵରୂପ ଖାଲି ବହି ଖୋଲି ନିରନ୍ତରୁ ପଢିଲେ ହେବ ନାହିଁ । ଏଭଳି କରିବା ଦ୍ଵାରା ସମୟ କମ୍ ପଡିବ। ସିନ୍ନା, ସବୁକିଛି । ସ୍ମରଣ କରିବା ସମ୍ଭବ ନୁହେଁ । ଏହି ପରିସ୍ଥିତିରେ ସମୟର ଉପଯୁକ୍ତ ପରିଚାଳନା (ଟାଇମ୍ ମ୍ୟାନେଜମେଣ୍ଟ) ଆବଶ୍ୟକ । ଅନ୍ୟ ପ୍ରସଙ୍ଗକୁ ଅନାବଶ୍ୟକ ଗୁରୁତ୍ଵ ଦେବା ପରିବର୍ତ୍ତେ ବହୁମୂଲ୍ୟ ସମୟର ସଦୁପଯୋଗ ଦିଗରେ ଯତ୍ନଶୀଳ ହେବାକୁ ପଡିବ ।

ବୃହତ୍ ପ୍ରଶ୍ନକୁ ଗୁରୁତ୍ଵ

ପ୍ରଥମେ ପୂର୍ବ ବର୍ଷ ପରୀକ୍ଷାର ପ୍ରଶ୍ନପତ୍ର ଦେଖନ୍ତୁ । ସେଥିରେ କେଉଁ ବିଷୟ ଉପରେ ସବୁଠୁ ଅଧିକ ନମ୍ବରର ପ୍ରଶ୍ନ ହୋଇଛି ତାହା ଟିପି ରଖନ୍ତୁ । ଏହାର ଉତ୍ତର ଇଣ୍ଟରନେଟ୍‌ରେ ଖୋଜିବା ବା ନିଜେ ଏହାର ସମାଧାନ ବାହାର କରିବାରେ ସମୟ ଅପଚୟ କରନ୍ତୁ ନାହିଁ । ଏପରି ଜଣେ ବ୍ୟକ୍ତଙ୍କ ସହାୟତା ନଅନ୍ତୁ ଯେ କି ୧ କିମ୍ବା ୨ ଘଣ୍ଟା ମଧ୍ୟରେ । ଆପଣଙ୍କୁ ଏ ବକ୍ଷୟରେ ସବଶେଷ ବୁଝାଇ ପାରବେ । ଏହା ପ୍ରଶ୍ନର ଉତ୍ତର ମୌଖିକ ଭାବେ କିଭଳି ଦିଆଯାଇ ପାରିବ ତାହା ମଧ୍ୟ ପଚାରି ବୁଝନ୍ତୁ ।  ତାହାକୁ ଏକ ଖାତାରେ ନିଜେ ଲେଖିବାକୁ ଉଦ୍ୟମ କରନ୍ତୁ । ଏଥିରେ ସଫଳ ହେଲେ ପୁନଃ ମନେ ମନେ ଉକ୍ତ ପ୍ରଶ୍ନର ଉତ୍ତର ବାହାର କରବାକୁ ଉଦ୍ୟମ  କରନ୍ତୁ । ଏପରି କରିବା ଦ୍ଵାରା ସମ୍ପୃକ୍ତ ବିଷୟ ଆପଣ ଉତ୍ତମ ଭାବେ ବୁଝି । ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍ମରଣ ରଖି ପାରିବେ । ତେବେ କୌଣସି ବିଷୟ ପାଠ କରି ସାରିବା ପରେ ପୁସ୍ତକ ବନ୍ଦ କରି ତାହାକୁ ମନେପକାଇବା ଦ୍ଵାରା ତାହା 'ଅଧିକ ଦିନ ସ୍ମରଣ ରୁହେ ।

ମନେରଖିବାର ୨ ପ୍ରଣାଳୀ

ସାଧାରଣତଃ ଦୁଇଟି ପ୍ରଣାଳୀରେ ଆମେ କାର୍ଯ୍ୟ କରିଥାଉ । ପ୍ରଥମତଃ, "ଫୋକସ୍‌ଡ ମୋଡ ବା କୌଣସି ବିଷୟ ଉପରେ ଏକାଗ୍ରଚିତ୍ତ ଧ୍ୟାନ ନିବେଶ ପୂର୍ବକ କାମ କରିବା । ଦ୍ଵିତୀୟତଃ, "ଡିଫ୍ଲ୍ୟୁଜଡ ମୋଡା’ ଅର୍ଥାତ କାମକୁ ବିଭିନ୍ନ ପର୍ଯ୍ୟାୟରେ  ଭାଗ ବାଣ୍ଟି କରିବା । ତେବେ ଦ୍ଵିତୀୟ ପ୍ରଣାଳୀଟି ଛାତ୍ରଛାତ୍ରୀ ବ୍ୟବହାର କରିବା ଦ୍ଵାରା ବିଶେଷ ଉପକୃତ ହେବେ । କୌଣସି ବିଷୟବସ୍ତୁକୁ ଏଭଳି ପର୍ଯ୍ୟାୟଭୁକ୍ତ କରି ପଢିବା ଦ୍ଵାରା ତାହା ବୁଝିବାକୁ ସହଜ ହୁଏ ଏବଂ ଯଦି କିଛି ସମସ୍ୟା ଥାଏ ତାହାର ସମାଧାନ ମଧ୍ୟ ବାହାର କରିବା ସହଜ ହୁଏ । ତେବେ କେତେବେଳେ "ଫୋକସ୍‌ଡ ମୋଡ’ରେ ଓ କେବେ "ଡିଫ୍ଲ୍ୟୁଜଡ ମୋଡ’ରେ  ପଢିବା ଉଚିତ ଏବଂ "ଡିଫ୍ଲ୍ୟୁଜଡ ମୋଡରୁ 'ଫୋକସ୍‌ଡ ମୋଡକୁ କିଭଳି ଫେରି ପଢା ଜାରି ରଖିହେବ, ତାହା ଏକ କଳା କହିଲେ  ହେବ ନାହିଁ । ଛାତ୍ର ଛାତ୍ରୀ ଏହା ଅଭ୍ୟାସ କରିବା ଆବଶ୍ୟକ ।

ପର୍ଯ୍ୟାପ୍ତନିଦ୍ରା

ପରୀକ୍ଷାର ପୂର୍ବ ପ୍ରସ୍ତୁତି ବେଳେ ବେଶି ସମୟ ଶୋଇ ହୁଏ ନାହିଁ । ମାତ୍ର ଏହି ସମୟରେ ଶରୀରକୁ ଉପଯୁକ୍ତ ବିଶ୍ରାମ ନିହାତି ଆବଶ୍ୟକ । ବିଶ୍ରାମ ମିଳିଲେ ହିଁ ଶରୀର ସୁସ୍ଥ ଏବଂ ପୂର୍ତ୍ତି ରହିବ । ଫଳରେ ପାଠ ଉତ୍ତମ ଭାବେ ସ୍ମରଣ କରିହେବ । ଦୈନିକ ୭ ରୁ ୮ ଘଣ୍ଟା ବିଶ୍ରାମ ପାଇଁ ନିଦ୍ରା ଚକ୍ରର ଏକ ସୂଚୀ ପ୍ରସ୍ତୁତ କରନ୍ତୁ । ଏଥିପାଇଁ ପାଞ୍ଚଟି ପର୍ଯ୍ୟାୟରେ ସମ୍ପୁର୍ଣ୍ଣ ବିଶ୍ରାମ ନେବାକୁ ଉଦ୍ୟମ କରନ୍ତୁ । ପ୍ରତ୍ୟେକ

ପର୍ଯ୍ୟାୟରେ ଅତିବେଶୀରେ ଦେଢ଼ ଘଣ୍ଟା ସମୟ ଶୁଅନ୍ତୁ । ଆଲାମକୁ ପୂର୍ବରୁ ବ୍ୟବସ୍ତୁତ କରନ୍ତୁ । ପ୍ରଥମେ ଏକ ଘଣ୍ଟା 30 ମିନିଟ ଶୋଇବା ପରେ ଆଲାମ ବାଜିଲେ ଉଠିପଡନ୍ତୁ । ଏହି ଦେଢ ଘଣ୍ଟା ସମୟ ନିଶ୍ଚିନ୍ତ ହୋଇ ଶୋଇବାକୁ ଚେଷ୍ଟା କରନ୍ତୁ । ଉଠିବା ପରେ ପୁଣି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପଢନ୍ତୁ । ପୁନର୍ବାର ନିଦ୍ରା ଚକ୍ର ସୂଚୀ ଅନୁଯାୟୀ ଆଉ ଦେଢ ଘଣ୍ଟା ନିଦ୍ରା ଯାଆନ୍ତୁ । ଏଭଳି ପାଞ୍ଚ ଥର କରିବା ପରେ ଦୈନିକ ଯେତିକି ଆବଶ୍ୟକ। ସେତିକି ପରିମାଣର ନିଦ୍ରା ଆପଣ ସମ୍ପୁର୍ଣ୍ଣ କରିପାରିବେ । ଏଥିସହ ପାଠପଢା ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ ।

କଠିନ ପ୍ରଶ୍ନକୁ ପ୍ରାଥମିକତା

ସାଧାରଣତଃ ସହଜ ପ୍ରଶ୍ନର ସମାଧାନ ପ୍ରଥମେ କରିବାକୁ ଛାତ୍ରଛାତ୍ରୀମାନଙ୍କୁ କୁହାଯାଇଥାଏ । କିନ୍ତୁ ସଫଳ ହେବା ନେଇ ଏହା ସର୍ବୋତ୍ତମ ଉପାୟ ନୁହେଁ । ବରଂ ପରୀକ୍ଷା ପାଇଁ ପ୍ରସ୍ତୁତି ବେଳେ ଆରମ୍ଭ କଠିନ ପ୍ରଶ୍ନରୁ ହିଁ କରନ୍ତୁ । ଯଦି କୌଣସି ସ୍ଥାନରେ ସମସ୍ୟା ହେଉଛି, ତା'ହେଲେ ସହଜ ପ୍ରଶ୍ନକୁ ଯାଆନ୍ତୁ । ତାହାର ସମାଧାନ କରିବା ପରେ ପୁଣି କଠିନ ପ୍ରଶ୍ନକୁ ଫେରନ୍ତୁ । ଏଭଳି କରିବା ଦ୍ଵାରା  "ଫୋକସ୍ତ ମୋଡରୁ ଡିଫ୍ଲାଜ୍‌ଡ ମୋଡକୁ ଏବଂ ଡିପ୍ଲଜ୍ତ ମୋଡରୁ ଫୋକସ୍‌ଡ ମୋଡକୁ ଫେରିବା ପ୍ରକ୍ରିୟାରେ ଆପଣଙ୍କ ମସ୍ତିଷ୍ଟ ଅଭ୍ୟସ୍ତ ହେବ । ଫଳରେ ପରୀକ୍ଷାରେ ସବୁଠୁ କଠିନ ପ୍ରଶ୍ନର ସମାଧାନରେ ସହାୟକ ହେବ ।

ଯଦି କୌଣସି ବିଷୟ ମନେ ରଖିବା କଠିନ ହେଉଥାଏ, ତେବେ ଏହାକୁ ମନେ ମନେ ନିଜ ଚତୁଃପାର୍ଶ୍ଵରେ ଥିବା ବସ୍ତୁ ସହିତ ଯୋଡିବାକୁ ଉଦ୍ୟମ କରନ୍ତୁ । ଉଦାହରଣ ସ୍ୱରୂପ, '୧'କୁ ମନେ ରଖିବାକୁ ହେଲେ ମନେ ମନେ ଚିନ୍ତା କରନ୍ତୁ ଗୋଟିଏ କଲମ ଇଂରାଜୀରେ ୧ ଭଳି ପ୍ରତୀତ ହୋଇଥାଏ । ସେହିଭଳି ୨କୁ ସାଇକଲର ୨ଟି ଚକ ସହିତ ଯୋଡି ସ୍କରଣ ରଖାଯାଇପାରେ । ମନେ ରଖିବାର ଏହି ପ୍ରଣାଳୀକୁ ଲୋକି ପ୍ରଣାଳୀ କୁହାଯାଏ । ଲାଟିନ ଭାଷାରେ ଲୋକିର ଅର୍ଥ ପ୍ରାସାଦ । ଲୋକି ଫାଇଲଗୁଡିକ କମ୍ପ୍ୟୁଟର ଫୋଲଡର ଭଳି, ଯାହାକୁ କେବଳ ମସ୍ତିଷ୍କରେ ହିଁ ପ୍ରସ୍ତୁତ କରାଯାଇଥାଏ ।

ସମୟର ଉପଯୋଗ

ପାଠ ପଢିବା ବେଳେ ସମୟର ଉପଯୋଗ ମଧ୍ୟ ଏହି ଦୁଇ ପ୍ରଣାଳୀରେ କରିବା ଆବଶ୍ୟକ ।  ଅର୍ଥାତ ଏକ ଘଣ୍ଟା ସମୟ ମଧ୍ୟରୁ ୫୦ ମିନିଟ କ୍ରମାଗତ ଭାବେ ପଢନ୍ତୁ । ଏହା ପରେ ବାକି ୧୦ ମିନିଟ ସମୟ ବିରାମ ନିଅନ୍ତୁ । ପରୀକ୍ଷା ଯେତେବେଳେ ପାଖେଇ ଆସେ ସେତେବେଳେ ଏଥିରେ ସଫଳତା ହାସଲ ଲାଗି ଇଚ୍ଛାଶକ୍ତି ହିଁ ଛାତ୍ରଛାତ୍ରୀଙ୍କର ଏକମାତ୍ର ଅସ୍ତ୍ର ହୋଇଥାଏ । ଅର୍ଥାତ୍ ବହୁମୂଲ୍ୟ ସମୟର ଉଚିତ ଉପଯୋଗ କିଭଳି କରାଯିବ ସେଥିନେଇ, ଇଚ୍ଛାଶକ୍ତି ଦୃଢ କରିବାକୁ ହୁଏ । ତେବେ ୧୦ ମିନିଟର ବିରାମ ନେବା ପୂର୍ବରୁ ଯେଉଁ ବିଷୟ ପାଠ କରିଥିଲେ ତାହା ଉପରେ ଏକ ପ୍ରଶ୍ନ ପ୍ରସ୍ତୁତ କରି ମନରେ ରଖନ୍ତୁ । ପରେ ମନକୁ ହାଲୁକା କରି ଅନ୍ୟତ୍ର ନିବେଶ କରନ୍ତୁ । ୧୦ ମିନିଟ ପରେ ପୁଣି ପଢି ବସିବା ବେଳକୁ ଦେଖିବେ, ଆଶ୍ଚର୍ଯ୍ୟଜନକ ଭାବେ ଉକ୍ତ ପ୍ରଶ୍ନର ଉତ୍ତର ଆପଣଙ୍କ ମସ୍ତିଷ୍କରେ ଥିବ । ଏହା ହିଁ ମସ୍ତିଷ୍କକୁ 'ଫୋକସ୍‌ଡ ମୋଡ' ଓ "ଡିଫ୍ଲ୍ୟୁଜଡ ମୋଡା" ମଧ୍ୟରେ ଘୁରାଇବାର ଉତ୍ତମ ଉପାୟ ।

ରାତି ଅନିଦ୍ରା ହୋଇ ପଢିବା ସମୟରେ

ଅନେକ ସମୟରେ ଦେଖାଯାଏ, ଛାତ୍ରଛାତ୍ରୀ ରାତି ଅନିଦ୍ରା ହୋଇ ପଢିବାକୁ ଉଦ୍ୟମ କରନ୍ତି । ଏଥିପାଇଁ ଚା’ ଏବଂ କପି ଭଳି ପାନୀୟ ସେବନ କରନ୍ତି । ଏଥିରେ ଥିଲେ ‘କଫିନ ଆମ ମସ୍ତିଷ୍କର ଏକ ପ୍ରାକୃତିକ ରସାୟନ କ୍ଷରଣକୁ ବନ୍ଦ କରିଦିଏ ଯଦ୍ଵାରା ନିଦ ଆସେ ନାହିଁ ଏବଂ ଯଦି ଆସୁଥାଏ ତା'ହେଲେ ଭାଙ୍ଗି ଯାଏ । ତେବେ କୌଣସି ବିଷୟବସ୍ତୁ ଶେଷ କରିବାକୁ ଯଦି ଅଧିକ ୧ ରୁ ୨ ଘଣ୍ଟା ଅନିଦ୍ରା ରହିବା ଆବଶ୍ୟକ ହେଉଥାଏ ।  ସେଭଳି କ୍ଷେତ୍ରରେ ଏହି ପ୍ରକ୍ରିୟା ଅବଲମ୍ବନ କରିବା କ୍ଷତିକାରକ ନୁହେଁ । ମାତ୍ର ଛାତ୍ରଛାତ୍ରୀ ଚା’ ଏବଂ କଫି ପରିବର୍ତ୍ତେ ପ୍ରୋଟିନ୍ ସେକ୍, କଫିନ୍ ରହିତ କଫି, ଆଇସକ୍ରିମ୍, ଦହି, ଚକୋଲେଟ୍ ଏବଂ ହଟ୍ ଚକୋଲେଟ୍ ଭଳି ଦ୍ରବ୍ୟ ମଧ୍ୟ ସେବନ କରିପାରିବେ । ଏପରିକି ନିଦ ଭାଙ୍ଗିବା ଦିଗରେ କେବଳ ସାଦା ପାଣି ମଧ୍ୟ ପର୍ଯ୍ୟାପ୍ତ ।

ସଂଗୃହିତ -

  • ଡାକ୍ତର ଜ୍ୟୋତିରଞ୍ଜନ, ଚମ୍ପତିରାୟ ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ ଶିଶୁଭବନ, କଟକ, ଦୂରଭାଷ: ୯୪୩୭୧୨୪୦୭୪
  • ଶିକ୍ଷା ବ୍ୟୁରୋ
3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top