ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ପାନ ଗଛର ଇତିହାସ
ସେଆର କରନ୍ତୁ

ପାନ ଗଛର ଇତିହାସ

ପାନ ଗଛର ଇତିହାସ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ଉପକ୍ରମ

ପାନର ମଧ୍ୟ ଇତିହାସ ରହିଛି । ଏହା ବହୁତ ପୁରାତନ ସଭ୍ୟତା ସହିତ ଜଡିତ ।

ବିଭିନ୍ନ ନାମ

ପାନକୁ ତାମ୍ବୁଳ, ପୂର୍ଣ୍ଣ ତାମ୍ବୁଳ, ଭୁଜ୍ୟଲତା, ସପ୍ତଲତା, ଓ ନାଗବଲ୍ଲୀ ବୋଲି କୁହା ଯାଇଥାଏ। ନାଗବଲ୍ଲୀ ରସ ପାନ କରି ମୃତ ରାଜପୁତ୍ର ଜୀବନ ପାଇଥିବାର ପ୍ରବାଦ ରହିଛି। ତେଣୁ ଏହାକୁ ପ୍ରାଣ ବୋଲି କୁହାଯାଉଥିଲା। କାଳକ୍ରମେ ଏହା ଅପଭ୍ରଂଶ ହୋଇ ପାନ ନାମରେ ବିଦିତ ହୋଇଛି।

  • ଓଡ଼ିଆ, ବଙ୍ଗଳା, ଅସମୀୟା, ହିନ୍ଦୀ, ଗୁଜରାଟୀ ଓ ପଞ୍ଜାବୀ ଭାଷା – ପାନ
  • ମରାଠୀ – ନାଗବଲ୍ଲୀ
  • ତାମିଲ୍- ଭେଟିଲଇ
  • କନ୍ନଡ଼ – ଭିଲ୍ୟାଡ଼ା ଏଲେ
  • ତେଲୁଗୁ – ତମାଳପାକୁ
  • ମାଲାୟଲମ୍ – ଭେଟିଲା କୋଡ଼ି

ପାନର ଇତିହାସ

ପାନର ଜନ୍ମ ଦକ୍ଷିଣ ପୂର୍ବ ଏସିଆରେ, ଖ୍ରୀଷ୍ଟପୂର୍ବ ୩୪୦ରେ ହୋଇଥିଲା। ଗ୍ରୀକ୍ ଐତିହାସିକ ହେରୋଡଟସ୍ ପ୍ରଥମେ ପାନ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ତାଙ୍କ ହିସାବରେ ପାନର ଜନ୍ମ ମାଳୟ। କିନ୍ତୁ ମହାଭାରତ ଯୁଗ (ଖ୍ରୀ.ପୂ. ୮୦୦ ରୁ ୩୫୦ ଅବ୍ଦ)ରେ ପାନ ମୁଖବାସ ରୂପେ ବ୍ୟବହାର ହେଉଥିବାର ସୂଚନା ରହିଛି। ଏହାଛଡ଼ା ଜୟପୁର ଧାନର ଜନ୍ମସ୍ଥାନ ପରି ଗଞ୍ଜାମର ହିଞ୍ଜିଳିକାଟୁ ପାନର ଉତ୍ପତ୍ତି ସ୍ଥଳ ବୋଲି ଉଦ୍ଭିଦବିତ୍ ମାନେ ମତ ପୋଷଣ କରିଥାନ୍ତି।

ଆମ ସଂସ୍କୃତିରେ ପାନ

ଆମ ସଂସ୍କୃତିରେ ପାନର ସ୍ଵତନ୍ତ୍ର ସ୍ଥାନ ରହିଛି । ଆଗତ ଅତିଥ୍ୟ, ଅଭ୍ୟାଗତ, ବନ୍ଧୁବାନ୍ଧବ, ବ୍ରାହ୍ମଣବୈଷ୍ଣବ ଘରକୁ ଆସିଲେ ଗୃହସ୍ଥ ପାନଟିଏ ବଢ଼ାଇ ଦେଇ ଅତିଥ ଚର୍ଜା ଆରମ୍ଭ କରନ୍ତି । ଈଷ୍ଟ ପୂଜନ, ପିତୃପିଣ୍ଡ, ଦାନ, ପ୍ରୀତିଭୋଜନ, ଯଜ୍ଞାଦି କର୍ମ ସାଧନ ଆଦି ମାଙ୍ଗଳିକ କାର୍ଯ୍ୟରେ ପାନର ଉପସ୍ଥିତି ଅପରିହାର୍ଯ୍ୟ । ଓଡ଼ିଶାର ଘରେ ଘରେ ପାଳିତ ‘ରଜପର୍ବକୁ ପାନର ପର୍ବ’ କହିଲେ ଅତୁକ୍ତି ହେବ ନାହିଁ । ସୁବାସିତ କେତକି ଖଇର, ବଡ଼ଫାଳ ଗୁଆ, ଲବଙ୍ଗ, ଅଳେଇଚ, ଜାଇଫଳ ଆଦି ରଜପାନ ପାଇଁ ସଂଗ୍ରହ କରିବା ସହ ରଜବୁଲି ଆସୁଥବା ସମସ୍ତ ଅଭ୍ୟାଗତଙ୍କୁ ପାନ ଅର୍ପଣ କରି ଓଡ଼ିଆ ପରମ ସନ୍ତୋଷ ଅନୁଭବ କରେ । ଧର୍ମର ମାସ କାର୍ଭିକ ବ୍ରତ ପାଳନର ଅନ୍ତିମ ଦିବସରେ ଅର୍ଥାତ୍ ପୂଣ୍ଡିମାର ପ୍ରାତଃ ସମୟରେ ପବିତ୍ର ନଦନଦୀ, ଜଳାଶୟରେ ଉତ୍କଳ ରମଣୀ ମଙ୍ଗଳ ଧ୍ବନି ସହ ଡ଼ଙ୍ଗା ଭସାଇ ପରିବାରର ସମସ୍ତଙ୍କ ପାଇଁ ମଙ୍ଗଳ କାମନା କରି ଡ଼ଙ୍ଗାରେ ପାନ, ଗୁଆ, ରଖୁ କହିଥାଏ– 'ଅ କା ମା ବୈ– ପାନ ଗୁଆ ଖାଇ – ମୋ ପାନ ଗୁଆ ତୋ ର– ମାସକ ଧରମ ମୋର । କେବଳ ଈଷ୍ଟଙ୍କ ଉଦ୍ଦେଶ୍ୟରେ ଅର୍ପିତ ପାନ ଖଣ୍ଡେ ପ୍ରତିବଦଳରେ ସମସ୍ତ କାର୍ଭିକ ବ୍ରତର ପୁଣ୍ୟ ନେବାକୁ ଆଶାୟୀ ଉତ୍କଳ ରମଣୀ ପାନ ପ୍ରଦାନର ମୂଲ୍ୟକୁ ଠିକ୍ ବୁଝିଥାଏ । ପୂର୍ବେ ଉତ୍କଳୀୟ ନୌବାଣିଜ୍ୟରେ ପାନ ଗୁଆ ଆଦି ମୁଖ୍ୟପଣ ଦ୍ରବ୍ୟ ଅବା ଏଥରୁ ଅନୁମେୟ ।

ଶ୍ରୀମନ୍ଦିରରେ ପାନ

ଉତ୍କଳୀୟଙ୍କ ପ୍ରାଣ ହେଉଛନ୍ତି ଶ୍ରୀଜଗନ୍ନାଥ । ତାଙ୍କୁ ପାନ ଅର୍ପଣ କରି ଏ ଜାତି ପରମ ବିଷ୍ଣୁଙ୍କ ପୂଜନରେ ଏକ ସ୍ଵତନ୍ତ୍ରତା ସୃଷ୍ଟି କରିଛି । ଶ୍ରୀମନ୍ଦିରରେ ପ୍ରଚଳିତ ତାମ୍ବୁଳ ସେବା (ହଡ଼ପ ସେବା) ବିଧରୁ ଏହା ସ୍ପଷ୍ଟ ବାରି ହୋଇଯାଏ । ବଡ଼ଠାକୁରଙ୍କ ବଡ଼ସିଂହାର, ପହୁଡ଼, ଚାପ, ଚନ୍ଦନ ଆଦିରେ ତାମ୍ବୁଳ ଅର୍ପଣ ବିଧ ଶ୍ରୀମନ୍ଦିର ସେବାର ଏକ ମୁଖ୍ୟ ଅଙ୍ଗ । ଶ୍ରୀଜଗନ୍ନାଥଙ୍କ ପ୍ରସାଦକୁ ମହାପ୍ରସାଦ କରିବା ପାଇଁ ଏକ ସୁବର୍ଣ୍ଣ ଥାଳିରେ ପୂଜକ ପ୍ରସାଦ, ଲାଗିମାଳ, ସମର୍ପିତ ତାମ୍ବୁଳ ନେଇ କ୍ଷେତ୍ରେଶ୍ବରୀ ମା’ ବିମଳାଙ୍କୁ ଅର୍ପଣ କରିଥାନ୍ତି । ଶ୍ରୀମନ୍ଦିର ମକରବେଢ଼ା ପରିକ୍ରମା ସମୟରେ ହଡ଼ପ ସେବକମାନଙ୍କ ଦ୍ବାରା ବିବିଧ ପାନ ପ୍ରସ୍ତୁତ କରାଯାଇ ଏକ ଆଳିରେ ମନ୍ଦିର ଆକୃତିରେ ସଜାଇ ବେଢ଼ା ପରିକ୍ରମା କରାଯାଇଥାଏ । ସଂସ୍କୃତି ଗବେଷକଙ୍କ ମତରେ ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ତାମ୍ବୁଳ ସେବା ପ୍ରଚଳିତ ହୋଇଥବାର ଏହା ଏକ ସଙ୍କେତ । ଭାରତବର୍ଷର କୌଣସି ଦେବଦେବୀ ପୀଠରେ ଏଭଳି ସମ୍ମାନ ପାନକୁ ମିଳିନଥାଏ । ଶ୍ରୀଜଗନ୍ନାଥଙ୍କ ପାନ ପ୍ରସ୍ତୁତିର ଶୈଳୀ ମଧ୍ୟ ନିଆରା । ସଦ୍ୟ ତୋଳା ଯାଇଥବା ଗୋଟା ପାନରେ ସୁବାସିତ ଚନ୍ଦନର ଲେପ ଦିଆଯାଇଥାଏ, ତା’ପରେ ତାକୁ ଚାରି ଚଉଠ କରି ଭାଙ୍ଗି ଗୋଟିଏ ନିଖୁଣ ଲବଙ୍ଗ ଫୋଡି ବିଡ଼ିଆ ପ୍ରସ୍ତୁତ କରାଯାଏ । ଭିନ୍ନ ଭିନ୍ନ ସେବା ପାଇଁ ବିଡ଼ିଆ ପ୍ରସ୍ତୁତ କରିବାର କଳା ଶ୍ରୀମନ୍ଦିର ହଡ଼ପ ସେବକମାନେ ବଂଶାନୁକ୍ରମେ ଶିକ୍ଷା ଲାଭ କରିଥାନ୍ତି । ପୂର୍ବେ ଗଜମୁକ୍ତା ସଂଗ୍ରହ କରାଯାଇ ତାହାର ଚୂର୍ଣ୍ଣ ଶ୍ରୀଜୀଉଙ୍କ ପାନରେ ବ୍ୟବହୃତ ହେଉଥବା ଜଣାଯାଏ । ଶ୍ରୀଜୀଉଙ୍କ ସମର୍ପିତ ବିଡ଼ିଆ ପାନକୁ ଭକ୍ତମାନେ ସଂଗ୍ରହ କରି ନିଜର ଆରାଧ୍ୟ ଦେବାଦେବୀଙ୍କୁ ପୁନଃ ଅର୍ପଣର ବିଧ୍ଵ ମଧ ଉତ୍କଳରେ ପ୍ରଚଳିତ ।

ଅନ୍ୟାନ୍ୟ

ଇତିହାସ କହେ ଯେ, ଆଗକାଳରେ ନାରୀମାନେ ନିଜ ଓଠକୁ ରଙ୍ଗ କରିବା ପାଇ ପାନ ଖାଉଥିଲେ । ସେମାନେ ପ୍ରାକୃତିକ ରଙ୍ଗ ହିସାବରେ ଏହାକୁ ବ୍ୟବହାର କରୁଥିଲେ । ଭାରତ, ଚୀନ, ନେପାଳ, ଭୁଟାନ, ବର୍ମା, ଥାଇଲାଣ୍ଡ, ମାଲେସିଆରେ ପାନକୁ ଆଭିଜାତ୍ୟର ଚିହ୍ନ ହିସାବରେ ବ୍ୟବହାର କରୁଥିଲେ ।

ସବୁଦେଶରେ, ସବୁକାଳରେ ଲୋକେ ସୌଖିନ ମୁଖବାସ, ଧର୍ମକର୍ମ ପୂଜାପଦ୍ଧତି, ଶାରୀରିକ କ୍ରିୟା, ଏକଲୟତା ଆଦିରେ ପାନକୁ ବ୍ୟବହାର କରିଥାନ୍ତି। ଗୁଆପାନ ଶ୍ରଦ୍ଧା, ସମ୍ମାନ ଓ ମଙ୍ଗଳ ସୂଚକ। ଚୂନପାନ ଗୋଦୁଗ୍ଧ ସମାନ ବୋଲି କୁହାଯାଏ। ବିଡ଼ିଆପାନ ବା ଖିଲପାନ ମୁଖ ମହକ, କଣ୍ଠ ସରଳ, ଖାଦ୍ୟ ପାଚକ ଓ ଅମ୍ଳ ନାଶକ। ପତ୍ରରେ ଥିବା ହରିତ କଣା ଜୀବନିକା ‘ଖ’ ଓ ‘ଗ’ରେ ଭରିଥାଏ । ଏହା ଦାନ୍ତ ମାଢିକୁ ମଜବୁତ କରିବା ସହିତ ମସ୍ତିସ୍କ, ଯକୃତ ଓ ହୃତପିଣ୍ଡକୁ ସତେଜ କରେ। ଦେହମନରେ ଉଲ୍ଲାସ ଓ ହରଷ ଆଣେ। ପୃଥିବୀରେ ପ୍ରାୟ ୪୦୦ନିୟୁତରୁ ଅଧିକ ଅଧିବାସୀ ଏକ ବା ଏକାଧିକ ଖିଲିପାନ ଚର୍ବଣ କରିଥାନ୍ତି ।

ଆଧାର -

"Utkal Sanskrutire pana"

3.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top