ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ପିଲାମାନଙ୍କୁ ଗାଁ କାର୍ଯ୍ୟରେ ଲଗାଇବା
ସେଆର କରନ୍ତୁ

ପିଲାମାନଙ୍କୁ ଗାଁ କାର୍ଯ୍ୟରେ ଲଗାଇବା

ପିଲାମାନଙ୍କୁ ଗାଁ କାର୍ଯ୍ୟରେ ଲଗାଇବା ର ସୂଚନା

ଗାଁ କାର୍ଯ୍ୟ

ପିଲାମାନଙ୍କୁ ଗାଁ ପରିବେଶରୁ ସବୁଠାରୁ ଅଧିକ ମିସିଥାନ୍ତି   ।  ଦୁନିଆଁର ଭୂଗୋଳକୁ ବୁଝିବା ଆଗରୁ ନିଜର ଆଖପାଖ ଭୂଗୋଳକୁ ବୁଝିବା ଜରୁରୀ ଅଟେ   ।  ଆମ ପିଲାମାନଙ୍କୁ ନିମ୍ନୋକ୍ତ ପ୍ରଶ୍ନ ଗୁଡିକର ଉତ୍ତର ଖୋଜିବାକୁ କୁହାଯାଇପରେ   ।  ଯାହାଦାରା ସେ ସୁଜନଶୀଳ କାର୍ଯ୍ୟରେ ସାମିଲ ହେବ ସହିତ କାର୍ଯ୍ୟ କରିପାରିବ   ।

  1. ଗାଁ କେଉଁଠାରେ ଅବସ୍ଥିତ  ( ଦିଗ ଓ ଦୂରତା କ୍ରମରେ)
  2. ଗାଁରେ ଉପଲ୍ଲବ୍ଧ ଜଳର ପ୍ରାକୃତିକ ସ୍ରୋତ କଣ କଣ ଓ କେଉଁଠି କେଉଁଠି ଅଛି  ? (ନଦୀ , ପୋଖରୀ , ଝରଣା ଇତ୍ୟାଦି)
  3. ଗାଁର ଜମି କେଉଁଠି ଓ କିପରି ଅଛି  ?(ପଠା , ପାହାଡିଆ , ସମତଳ ଇତ୍ୟାଦି)
  4. ଗାଁରେ କେଉଁସବୁ ଗଛ ଅଛି  ?
  5. ଗାଁରେ କେଉଁସବୁ ପଶୁପକ୍ଷୀ ଅଛନ୍ତି   ?
  6. ଗାଁରେ କି ପ୍ରକାର ମାଟି ଅଛି  (ଚିକିଟା , ପଥୁରିଆ, ବାଲିଆ ଇତ୍ୟାଦି  )
  7. ଜଳର ଆଧୁନିକ ସ୍ରୋତ କଣ ଓ କେଉଁଠି ଅଛି   ?(କୂଅ , ନଳକୂପ ଆଦି )
  8. ଗାଁରେ କେଉଁ କେଉଁ ଋତୁରେ କେଉଁ ସବୁ ଫସଲ କରାଯାଉଛି   ?
  9. ଗାଁରେ କେଉଁ କେଉଁ ଖଣିସବୁ ଅଛି   ?

ଏହି ସବୁ ପ୍ରତ୍ୟେକ ଜିନିଷର ଅବସ୍ଥିତିକୁ ନକ୍ସାରେ ଦେଖାଇ ପିଲାମାନେ ଆପଣାର ପରିବେଶ ବିଷୟରେ ବିସ୍ତୁତ ଜ୍ଞାନ ଆହରଣ କରିପାରିବେ   ।

ଗାଁର ସାମାଜିକ ସ୍ଥିତି ଜାଣିବା

ସାମାଜିକ ପାଠର ଆରମ୍ଭ ନିଜ ଗାଁର ସାମାଜିକ ସ୍ଥିତିରୁ ଆରମ୍ଭ ଦେବା ଉଚିତ   ।  ନିଜ ଗାଁର ସାମାଜିକ ସ୍ଥିତି ଅନୁଧ୍ୟାନ କରିବା ପାଇଁ ନିମ୍ନୋକ୍ତ ପ୍ରଶ୍ନ ସବୁର ଉତ୍ତର ଖୋଜିବାକୁ ପିଲାମାନଙ୍କୁ ଦିଆଯାଇପାରେ   ।

  1. ଗାଁକୁ କେତୋଟି ପଡାରେ ବିଭକ୍ତ କରାଯାଇଛି   ?
  2. ଗାଁର କେଉଁ କେଉଁ ଜାତିର କେତେ ଲୋକ ରହୁଛନ୍ତି   ?
  3. ଗାଁ ଲୋକ କେଉଁସବୁ କାମ ଧନ୍ଦା କରନ୍ତି  ?
  4. ଗାଁକୁ ଯିବା ଆସିବା ପାଇଁ ମୁଖ୍ୟ ରାସ୍ତା ଓ ଯାନବାହାନ କଣ ଅଛି   ?
  5. ଗାଁରେ କେଉଁ ଅନୁଷ୍ଠାନ ସବୁ ଉପଲବ୍ଧ ? ( ସ୍କୁଲ ପଞ୍ଚାୟତ, ଡାକଘର , ବ୍ୟାଙ୍କ , ଥାନା , ଧର୍ମଶାଳା , ଷ୍ଟେସନ , ବସଷ୍ଟାଣ୍ଟ , ଡାକ୍ତରଖାନା , ପଶୁ ଡାକ୍ତରଖାନା ଇତ୍ୟାଦି  )
  6. ଗାଁରେ ସ୍କୁଲ  କମିଟିଅଛି କି ? ଏହା କେତେ ସକ୍ରିୟ   ?
  7. ଗାଁରେ କେଉଁସବୁ ଜିନିଷର ଦୋକାନ ଅଛି   ? ଏଠାରେ କଣ କଣ ମିଳେ   ?
  8. ଗାଁର ଆଖପାଖରେ କେଉଁସବୁ ମେଳା ଲାଗେ   ? ସେଗୁଡିକର ବିଶେଷତ୍ଵ କଣ   ?
  9. କେଉଁ କେଉଁ ମୁଖ୍ୟ ପର୍ବପର୍ବାଣି ଗାଁରେ ପାଳନ କରାଯାଏ   ?

ଏହି ପ୍ରଶ୍ନର ଉତ୍ତର ପାଇଗଲେ ଆପଣା ସାମାଜିକ ସ୍ଥିତି ବିଷୟରେ ପିଲାଟିଏ ସଚେତନ ହେବ   ।  ଶିକ୍ଷକମାନେ ଏହି ଭଳିଭାବେ ଭୂଗୋଳ , ଇତିହାସ ବା ସାମାଜିକ ପାଠ ଆରମ୍ଭ କଲେ ଅଧିକାଂଶ ପିଲା ପଢିବାକୁ ଆଗ୍ରହ ଦେଖାଇବେ   ।  ପିଲାମାନେ ଯାହା ପଧିବେ ତାହା ମନେରଖି ପାରିବେ ଓ ସେମାନଙ୍କର ଉପଲବ୍ଧି ସ୍ତର ଅନେକାଂଶରେ ବଢିଯିବ   ।

ଗାଁ ଇତିହାସ ନିରୂପଣ କରିବା ପାଇଁ କେତେକ ପ୍ରଶ୍ନ

  1. ଗାଁର ନାମ କରଣ କିପରି ହେଲା   ?
  2. ଗାଁରେ କେବେ ଲୋକ ବସତି ସ୍ଥାପନ କଲେ   ?
  3. ଗାଁ ଆରମ୍ଭ ହେବା ଠୁଁ ଏଯାବତ କଣ ସବୁ ପରିବର୍ତ୍ତନ ହୋଇଛି   ?

-          ଗାଁ କେତେ ଓ କିପରି ବିସ୍ତୁତ ହୋଇଛି  ?

-          ପ୍ରଥମେ କିପରି ଘର ଥିଲା ଓ ଏବେ କିପରି ଘର ଅଛି   ?

-          କେତେ ଚାଷ ଜମି ଥିଲା  ? ଏବେ କେତେ ଅଛି   ?

-          ଗଛ ଜଙ୍ଗଲ , ନଇ  , ପୋଖରୀ ଆଦି ଆଗରୁ କଣ ଅଧିକ ଥିଲା  ?

-          କେଉଁ ସବୁ ପଶୁ ପକ୍ଷୀ ଥିଲେ   ?

-          ଲୋକେ କଣ ପିନ୍ଧୁଥିଲେ  ? କଣ ଖାଉଥିଲେ   ?

-          କଣ ସେତେବେଳେର ପଇସା ଆଜିଠାରୁ ଅଲଗା ଥିଲା  ?

-          ଲୋକେ କେଉଁସବୁ ପର୍ବପର୍ବାଣି ପାଳୁଥିଲେ   ? କିପରି ପାଳୁଥିଲେ   ?

-          ଦୋକାନ ବଜାର ସେତେବେଳେ କିଭଳି ଥିଲା  ? ସେଠାରେ କଣ ମିଳୁଥିଲା   ?

  1. ଗାଁରେ ଶିକ୍ଷା ବ୍ୟବସ୍ଥା କିପରି ଥିଲା   ?
  2. ଗାଁରେ ପୁରୁଣା ଭଙ୍ଗା କୋଠା, ମନ୍ଦିର ଆଦିଥିଲେ   ,  କଣ ତାର ଇତିହାସ  ?
  3. ଗାରେ ରହୁଥିବା ପୁରୁଣା ଲୋକ ଏବେ ସେଠାରେ ଅଛନ୍ତି କି   ?
  4. ଗାଁର କେଉଁ ପଣ୍ଡିତ  ବା ମୁରବୀଙ୍କ ପାଖରେ କିଛି ପୁରୁଣା ପାଣ୍ଡୁଲିପି ବା ପୋଥିପତ୍ର ଅଛି କି   ? ସେଥିରେ କଣ ଲେଖା ଅଛି ସେଗୁଡିକ କେଉଁଠୁ ମିଳିଲା   ?
  5. ଗାଁରେ କୌଣସି ବ୍ୟକ୍ତି ବିଶେଷଙ୍କୁ ତାଙ୍କ ଭଲକାମ ପାଇଁ ଏବେ ସ୍ମରଣ କରାଯାଉଅଛି କି   ?
  6. ଗାଁର ଲୋକକଥା ଓ ଲୋକଗୀତରୁ ଗାଁ ବିଷୟରେ କେଉଁସବୁ ବର୍ଣ୍ଣନା ମିଳୁଛି   ?

ଏହି ସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ଗାଁର ବୟସ୍କ ପୁରୁଷ /ସ୍ତ୍ରୀ ଲୋକଙ୍କ ସହିତ ଆଲୋଚନା କରାଯାଇପାରେ   ।  ଗାଁର ସବୁଠାରୁ ପୁରୁଣା ଗଛ , କୂଅ , ପୋଖରୀ ଆଦି ଖୋଜାଯାଇପରେ   ।

ଆଧାର : ପୋତାଲା  ଟିମ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top