ସେଆର କରନ୍ତୁ

ପୁରାତନ ଯୁଗ

ପୁରାତନ ଯୁଗ ର ସୂଚନା

ପୁରାତନ ଯୁଗ

ବଜାରକୁ ଯାଅ କିମ୍ବା ରେଳଷ୍ଟେସନକୁ ଯାଅ, ଘରେ ବସ କିମ୍ବା ରାସ୍ତା ଉପରେ ଠିଆ ହୋଇ ଚତୁଃପାର୍ଶ୍ଵକୁ ଦେଖ  । ତୁମେ ଅନେକ ପଦାର୍ଥ ଦେଖିବ ଯାହା ଧାତୁରେ ତିଆରି ହେଉଅଛି  । ଉକ୍ତ ଧାତୁଗୁଡିକ ତମ୍ବା, ବ୍ରୋଞ୍ଚ, ଲୌହ କିମ୍ବା ଇସ୍ପାତ ବି ହୋଇପାରେ  । ଲୌହର ବିଶୁଦ୍ଧ ରୂପକୁ ଇସ୍ପାତ କୁହାଯାଏ  । ଧାତୁର ଆବିଷ୍କାର ମନୀଷା ଜୀବନରେ ଏକ ଗଭୀର ଓ ନାଟକୀୟ ପରିବର୍ତ୍ତନ ଆଣିଥିଲା  ।

ସାମାଜିକ ବିଜ୍ଞାନ ପାଠ ମୁଖବନ୍ଧରେ ତୁମେ ପ୍ରାକ୍ ଐତିହାସିକ ଯୁଗ ସମ୍ବନ୍ଧରେ ପଢିଅଛ  । ପ୍ରସ୍ତର ଯୁଗର ଅଧିବାସୀମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ପଥର, ଅସ୍ଥି ଓ କାଠରେ ତିଆରି କରୁଥିଲେ ବୋଲି ତୁମେ ପଢିଅଛ  । ସେମାନେ ଗୁମ୍ଫାରେ ବାସ କରୁଥିଲେ ଓ ଶିକାର କରି ଖାଦ୍ୟ ପଦାର୍ଥ ଯୋଗାଡ କରୁଥିଲେ  । ପରବର୍ତ୍ତୀ କାଳରେ ସେମାନେ କୃଷିର ବ୍ୟବହାର ଜାଣିଲେ ଓ ଗୃହପାଳିତ ପଶୁ ରଖି ଏକ ସ୍ଥାୟୀ ଜୀବନ ଆରମ୍ଭ କରିଥିଲେ  । ପ୍ରସ୍ତର ଯୁଗ ପରେ ଧାତୁଯୁଗ, ବ୍ରୋଞ୍ଚ ଯୁଗ ଓ ଲୌହଯୁଗ କ୍ରମାନୁସାରେ ପୃଥିବୀରେ ଆରମ୍ଭ ହୋଇଥିଲା  । କେବଳ ଧାତୁର ଆବିଷ୍କାର ଯୋଗୁଁ ମାନବ ସଭ୍ୟତାର ବିକାଶ ଘଟିଥିଲା  । ବ୍ରୋଞ୍ଚ ଯୁଗରେ ମେସୋପଟାମିଆ, ଚୀନ, ଇଜ୍ପିଟ ଓ ଭାରତରେ ଉନ୍ନତ ସଭ୍ୟତା ପରିଲକ୍ଷିତ ହୋଇଥିଲା  । ଉକ୍ତ ସଭ୍ୟତାମାନଙ୍କ ସମ୍ପର୍କରେ ଆମେ ଏହି ଅଧ୍ୟାୟରେ ପଢିବା  । ଆମେ ମଧ୍ୟ ଗ୍ରୀସ୍, ରୋମ୍, ପର୍ସିଆ ଏବଂ ଭାରତରେ ଆବିଷ୍କୃତ ଲୌହ ଯୁଗ ସଭ୍ୟତା ବିଷୟରେ ପଠନ କରିବା  ।

ବହୁ ପୁରାତନ କାଳର ଅଧିବାସୀମାନେ ଲୌହର ବ୍ୟବହାର ଜାଣିବା ଏକ ଆଶ୍ଚର୍ଯ୍ୟଜନକ କଥା ନୁହେଁ କି ? ଆଜି ମଧ୍ୟ ଆମେ ଲୌହର ବ୍ୟବହାର କିଛି ନା କିଛି କାର୍ଯ୍ୟରେ କରୁଅଛେ, ନୁହେଁ କି ? ତୁମେ ତୁମ ଚତୁଃପାର୍ଶ୍ଵକୁ ଦେଖ, ଦେଖିବ ଅଧିକାଂଶ ପଦାର୍ଥ ଲୌହ କିମ୍ବା ଇସ୍ପାତରେ ନିର୍ମାଣ କରାଯାଇଛି   । ଆମ ବାସଗୃହରେ ଇସ୍ପାତ ନିର୍ମିତ ବାସନକୁସନ  ମଧ୍ୟ ବ୍ୟବହାର କରାଯାଉଛି  ।

ବର୍ତ୍ତମାନ, ଆମେ ପ୍ରାଚୀନ ଭାରତର ସମ୍ରାଟ ଓ ରାଜବଂଶ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଅଧ୍ୟୟନ କରିବା  । ତୁମେ ନିଶ୍ଚୟ ଏକମତ ହେବ ଯେ, ମାନବ ସଭ୍ୟତାକୁ ଭାରତର ଅବଦାନ ଅତୁଳନୀୟ ଅଟେ  । ଆମର ଅତୀତ ଐତିହ୍ୟ ସମ୍ପର୍କରେ ଜାଣିବା, ଏକ କୌତୁହଳ ଓ ଉତ୍ତେଜନାପୂର୍ଣ୍ଣ ବିଷୟ ନୁହେଁ  କି ? ଅତୀତକୁ ଚାଲ ଯିବା  ଓ ଜାଣିବା ଯେ, ଆମ୍ଭେ, ମାନବ ଜାତି ବହୁ ଯୁଗ ଅତିକ୍ରମ କରି ଆସିଅଛେ ଏବଂ ଏକ ମାର୍ଜିତ, ରୁଚି ସମ୍ପନ୍ନ, ଉନ୍ନତ ଓ ସଭ୍ଯ ମାନବ ହେବା ପାଇଁ ଅହରହ ଉଦ୍ୟମ କରି ଚାଲିଛେ  ।

ଉଦ୍ଦେଶ୍ୟ

  • ମେସୋପଟାମିଆ, ଚୀନ, ଇଜ୍ପିଟ ଓ ଭାରତୀୟ ଉପତ୍ୟକାରେ ଗଢି ଉଠିଥିବା ପୁରାତନ ବ୍ରୋଞ୍ଚଯୁଗୀୟ ସଭ୍ୟତାର ଅବଦାନ ବିଷୟରେ ବର୍ଣ୍ଣନା କରିପାରିବ
  • ଗ୍ରୀକ, ରୋମ୍ ଓ ପାର୍ସିଆନ ପ୍ରଭୃତି ଲୌହଯୁକ୍ତ ସଭ୍ୟତାର ଅବଦାନ ସମ୍ପର୍କରେ ମତାମତ ଦେଇପାରିବ  ।
  • ବୈଦିକ ଯୁଗଠାରୁ ହର୍ଷଯୁଗ ପର୍ଯ୍ୟନ୍ତ ଭାରତ ଇତିହାସର ମୁଖ୍ୟ ବିକାଶଧାରା ସମ୍ପର୍କରେ ବର୍ଣ୍ଣନା କରିପାରିବ  ।
  • ପୃଥିବୀ ସଭ୍ୟତାକୁ ଭାରତର ଅବଦାନ ଓ ଏହାର ବିଭିନ୍ନ ଦିଗକୁ ପରୀକ୍ଷା କରିପାରିବ  ।

ବ୍ରୋଞ୍ଚଯୁଗ

ନୂତନ ପ୍ରସ୍ତର ଯୁଗର ଶେଷରେ, ଧାତୁରା ବ୍ୟବହାର ଆରମ୍ଭ ହୋଇଥିଲା ଓ ଏହି ଯୁଗର ଲୋକମାନେ ପ୍ରଥମେ ତମ୍ବା ଧାତୁ ବ୍ୟବହାର କରିଥିଲେ  । ପ୍ରସ୍ତର ଓ ତମ୍ବା ବ୍ୟବହାର ଉପରେ ଆଧାରିତ ସଂସ୍କୃତକୁ ଚାଲକୋଲିଥିକ ସଂସ୍କୃତି କୁହାଯାଏ  । ଉକ୍ତ ଯୁଗକୁ ମଧ୍ୟ ବ୍ରୋଞ୍ଚ ଯୁଗ କୁହାଯାଏ, କ୍ରମଶଃ ଲୋକମାନେ ପଥର, କାଠ ଓ ଅସ୍ଥି ପରିବର୍ତ୍ତେ ତମ୍ବା ଓ ବ୍ରୋଞ୍ଚ ବ୍ୟବହାର କରି ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମମାନ ତିଆରି କଲେ  । ସମୟକ୍ରମେ ଲୋକମାନେ ଇଟା ତିଆରି କୌଶଳ ଶିକ୍ଷା କରି ନିର୍ମାଣ କାର୍ଯ୍ୟରେ ବ୍ୟବହାର କଲେ  । ଉକ୍ତ ଇଟାଗୁଡିକ ନିଆଁ ଓ ସୂର୍ଯ୍ୟାଲୋକ ସାହାଯ୍ୟରେ ପ୍ରସ୍ତୁତ କରାଯାଉଥିଲା  । ନଦୀ ଉପତ୍ୟକା ଗୁଡିକରେ ସହରଭିତ୍ତିକ ସଭ୍ୟତାମାନ ପ୍ରଥମଥର ପାଇଁ ଗଢି ଉଠିଲା  । ଏହି ସହରଗୁଡିକ ବାଣିଜ୍ୟ ବ୍ୟବସାୟ, ଶାସନ ପରିଚାଳନାର ମୁଖ୍ୟ କେନ୍ଦ୍ର ଥିଲା  । ବ୍ରୋଞ୍ଚଯୁଗର ଲୋକମାନେ ସେଠାରେ ବୃହତ୍ତ ସାମ୍ରାଜ୍ୟମାନ ଗଢିଥିଲେ ଓ ଏହା ତାଙ୍କର ଏକ ମହତ ଅବଦାନ ଥିଲା  । ଏହି ପାଠରେ ଆମେ, ମେସୋପଟାମିଆ, ଇଜ୍ପିଟ, ଭାରତ ଓ ଚୀନ ପ୍ରଭୃତି ପୃଥିବୀର ମୁଖ୍ୟ ବ୍ରୋଞ୍ଚ ଯୁଗୀୟ ସଭ୍ୟତା ବିଷୟରେ ପଠନ କରିବା  ।

ମେସୋପଟାମିଆ ସଭ୍ୟତା

ମେସୋପଟାମିଆ ଯଥାଯଥ ଭାବେ ଦୁଇଟି ନଦୀର ମଧ୍ୟବର୍ତ୍ତୀ ଦେଶକୁ କୁହାଯାଏ  । ଏହା ଟାଇଗ୍ରୀସ୍ ଓ ୟୁଫ୍ରେର୍ଟିସ ନଦୀ ମଧ୍ୟରେ ଅବସ୍ଥିତ ଯାହାକୁ ଆଧୁନିକ ଇରାକ୍ କହନ୍ତି  । ଏହି ନଦୀଗୁଡିକରେ ବାରମ୍ବାର ବନ୍ୟା ଆସି ଏହାର ପାରିପାର୍ଶ୍ଵରେ ପଟୁ ଜମା ହୋଇ ଏକ ଉର୍ବର ଉପତ୍ୟକାରେ ପରିଣତ ହୋଇଥିଲା ଫଳରେ, ଏହା ଶସ୍ୟ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥିଲା, ଉକ୍ତ କୃଷି ଉତ୍ପାଦନର ପ୍ରାଚୁର୍ଯ୍ୟ ଅନେକ କରିବାର ଯଥା – ଧାତୁଶିଳ୍ପୀ, କୁମ୍ଭକାର, ରାଜମିସ୍ତ୍ରୀ, ବୁଣାକାର, ବଢେଇ ପ୍ରଭୃତି କୁଶଳୀ ଲୋକଙ୍କର ଅଭିବୃଦ୍ଧି ଘଟାଇଥିଲା  । ସେମାନେ ସେମାନଙ୍କର ଉତ୍ପନ୍ନ ଦ୍ରବ୍ୟକୁ ଅନ୍ୟମାନଙ୍କ ନିକଟରେ ବଦଳ କରି ନିଜର ଆବଶ୍ୟକୀୟ ପଦାର୍ଥ ପାଇପାରୁଥିଲେ  । ସେମାନେ ଭାରତ ଭଳି ଦୂରବର୍ତ୍ତୀ ଦେଶ ସହ ବାଣିଜ୍ୟ ବ୍ୟବସାୟ କରୁଥିଲେ  । ଗମନାଗମନ ଓ ପରିବହନ ନିମିତ୍ତ ଶଗଡଗାଡି ନୌକା, ଜାହାଜ ଆଦିର ବ୍ୟବହାର କରୁଥିଲେ  । ସେମାନେ ଲେଖିବାର କଳା ହାସଲ କରିଥିଲେ  । ସେମାନଙ୍କର ଲିପି ବିଭିନ୍ନ ପ୍ରକାର ସାଙ୍କେତିକ ଚିହ୍ନ ଓ ଚିତ୍ରର ଏକ ସମଷ୍ଟି  ଥିଲା  । ସେମାନେ କୀଳକ ସଦୃଶ ରେଖାମାନ ଅଙ୍କିତା କରୁଥିବାରୁ ଏହି ଲିପିକୁ କ୍ୟୁନିଫର୍ମ ଲିପି ନାମରେ ନାମିତ କରାଯାଇଛି  । ମେସୋପଟାମିଆର ପ୍ରାରମ୍ଭିକ ସହରଗୁଡିକ ଛୋଟ ଛୋଟ ରାଜ୍ୟ ସଦୃଶ ଥିଲା ଓ ପ୍ରତ୍ୟକଙ୍କର ନିଜର ଶାସନ ପ୍ରଣାଳୀ ରହିଥିଲା  । ପୂଜକ, ରାଜା ଓ ସମ୍ଭ୍ରାନ୍ତ ବଂଶୀୟ ବ୍ୟକ୍ତିମାନେ ଶାସନର ମୁଖ୍ୟ ଥିଲେ  । ସେମାନଙ୍କ ବ୍ୟତୀତ ବ୍ୟବସାୟୀ, ସାଧାରଣ ବ୍ୟକ୍ତି ଓ କ୍ରୀତଦାସମାନେ ମଧ୍ୟ ଶାସନର ଅଂଶ ଗ୍ରହଣ କରୁଥିଲେ  । ମେସୋପଟାମିଆର ଲୋକମାନେ ବିଭିନ୍ନ ଦେବଦେବୀଙ୍କୁ ପୂଜା କରୁଥିଲେ  । ସେମାନଙ୍କ ମଧ୍ୟରେ ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ଉତ୍ପାଦକ ଶକ୍ତି ଅନ୍ୟତମ  । ପ୍ରତ୍ୟକ ସହରର ନିଜସ୍ଵ ଦେବଦେବୀମାନେ ଥିଲେ  ।

ଇଜ୍ପିଟ ସଭ୍ୟତା

ଇଜ୍ପିଟ ନୀଳ ନଦୀ କୂଳରେ ଅନ୍ୟ ଏକ ନୂତନ ସଭ୍ୟତା ସୃଷ୍ଟି ହୋଇଥିଲା ଉକ୍ତ ନଦୀ ଦ୍ଵାରା ଆନୀତ ପଟୁମାଟି ଦ୍ଵାରା ଦେଶର ଅନେକ ଅଞ୍ଚଳର ଉର୍ବରତା ବୃଦ୍ଧି ପାଇଥିଲା  । ଇଜ୍ପିଟର ରାଜାମାନଙ୍କୁ ‘ଫାରୋ’ କୁହାଯାଉଥିଲା  । ବିଭିନ୍ନ ମନ୍ତ୍ରୀ ଓ ଅନ୍ୟ କର୍ମଚାରୀମାନେ ରାଜାଙ୍କ ନିକଟରେ କାର୍ଯ୍ୟରତ ଥିଲେ ଓ ସେମାନେ ରାଜାଙ୍କ ଆଦେଶାନୁଯାୟୀ ଭୂ – ସମ୍ପତ୍ତିର ପରିଚାଳନା କରିବା ସହିତ କର ମଧ୍ୟ ଆଦାୟ କରୁଥିଲେ  । ଧର୍ମଯାଜକମାନେ ଏକ ଉଚ୍ଚ ଓ ସମ୍ମାନନୀୟ ପଦ ଉପଭୋଗ କରୁଥିଲେ  । ପ୍ରତ୍ୟକ ସହରରେ ମନ୍ଦିରଗୁଡିକୁ ଏହି ସ୍ଵତନ୍ତ୍ର ଦେବତାଙ୍କୁ ସମର୍ପିତ କରଯାଇଥିଲା  । ପ୍ରାଚୀନ ଇଜିପ୍ଟର ଲିପିକୁ ହାଇରୋଗ୍ଲାଇଫିକକୁହାଯାଏ  । ବ୍ୟବସାୟୀ ଓ ସୌଦାଗରମାନେ ସେମାନଙ୍କ ବ୍ୟବସାୟରେ ଉଭୟ ସ୍ଥଳ ଓ ଜଳଭାଗକୁ ବ୍ୟବହାର କରୁଥିଲେ  । ସେମାନେ ପଥର କଟାଳି ଓ ବଢେଇ ପ୍ରଭୃତି ଦକ୍ଷ କାରିଗର ଗୋଷ୍ଠୀର ଅନ୍ତର୍ଭୁକ୍ତ ଥିଲେ  । ପ୍ରାଚୀନ ଇଜିପ୍ଟ ବାସୀଙ୍କର ଗଣିତ ବିଦ୍ୟା, ଓଜନ ଓ ପରିମାପ ଉପରେ ବହୁତ ଜ୍ଞାନ ଥିଲା  । ଫାରୋମାନେ ପ୍ରାଚୀନ ବିଶ୍ଵରେ ପିରାମିଡ ନାମରେ ବିଖ୍ୟାତ ସମାଧି, ସୌଧମାନ  ନିର୍ମାଣ କରିଥିଲେ  । ଯେହେତୁ ସେମାନେ ପୂର୍ବଜନ୍ମରେ ବିଶ୍ଵାସ କରୁଥିଲେ। ତେଣୁ ମୃତ ଶରୀରକୁ ସାଇତି ରଖୁଥିଲେ  ଯାହାକୁ ‘ମମି’ କୁହାଯାଏ  । ଉକ୍ତ ପିରାମିଡଗୁଡିକୁ ସମାଧି ସୌଧରେ ପରିଣତ କରି ସେଥିରେ ରାଜାମାନଙ୍କର ମୃତ ଶରୀରକୁ ମମି କରି ରଖାଯାଉଥିଲା  ।

ଚୀନ ସଭ୍ୟତା

ଚୀନ ସଭ୍ୟତା ଉତ୍ତର ହ୍ଵାଙ୍ଗ ହୋ ନଦୀ ଉପତ୍ୟକାରେ ଗଢି ଉଠିଥିଲା  । ‘ସାଙ୍ଗ’ (ଖ୍ରୀ:ପୂ: ୧୫୨୩-୧୧୨୨) ଉକ୍ତ ସଭ୍ୟତାର ପ୍ରଥମ ପ୍ରଥମ ଶାସକଥିଲେ ଓ ଚୀନର ପ୍ରଥମ ସହର ନିର୍ମାଣ କରିଥିଲେ  । ପ୍ରାଚୀନ ଚୀନର କଳା ଓ ସଂସ୍କୃତିକୁ ସାଙ୍ଗ ଶାସକଙ୍କ ଅବଦାନ ଥିଲା  । ସେମାନଙ୍କ ଶାସନ କାଳରେ ଚୀନ ଲେଖନ ପ୍ରଣାଳୀ ସୃଷ୍ଟି ହୋଇଥିଲା  । ଏହି ସମୟରେ ଶିଳ୍ପୀମାନଙ୍କର ବିଶେଷ କରି ବ୍ରୋଞ୍ଚ ଶିଳ୍ପୀମାନଙ୍କର କାର୍ଯ୍ୟ କ୍ଷେତ୍ରରେ ବିଶେଷ ଦକ୍ଷତା ରହିଥିଲା  ।

‘ସାଙ୍ଗ୍’ ରାଜବଂଶ ‘ଝୋସ’ ମାନଙ୍କ ଦ୍ଵାରା ବିତାଡିତ ହୋଇଥିଲେ  । ସେମାନେ ନିଜର ସୁରକ୍ଷା ଓ ବାହ୍ୟ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଶକ୍ତିଶାଳୀ ଦୁର୍ଗ ଓ ପ୍ରାଚୀର ବଦ୍ଧ ସହରମାନ ନିର୍ମାଣ କରତିହିଲେ  । ଝୋସ ଶାସନର ପରବର୍ତ୍ତୀ କାଳରେ ଲୌହର ପ୍ରଚାଳନ ହୋଇଥିଲା  ଏବଂ ପରେ ଚୀନରେ ବ୍ରୋଞ୍ଚ ଯୁଗର ଅବସାନ ଘଟିଥିଲା  ।

ଖ୍ରୀଷ୍ଟପୂର୍ବ ୨୨୧ରେ ଚୀନ ଶାସକମାନେ ଚୀନରେ କ୍ଷମତାସୀନ ହେଲେ  । ସମଗ୍ର ସାମ୍ରାଜ୍ୟରେ ଏକ ପ୍ରକାରର ଭାଷା, ଆଇନ୍ ଏବଂ ଓଜନ ଓ ପରିମାପକ ବ୍ୟବସ୍ଥାର ପ୍ରଚାଳନ ପାଇଁ ସେମାନେ ଆଦେଶ ଜାରି କଲେ  । ତୁମେ ଜାଣ କି, ସେମାନେ ଏଭଳି ଶାସକ ଥିଲେ, ଯେଉଁମାନେ ଚୀନର ପ୍ରସିଦ୍ଧ ବୃହତ୍ ପ୍ରାଚୀର ମଧ୍ୟ ନିର୍ମାଣ କରିଥିଲେ  ?

ଚୀନମାନଙ୍କ ପରେ ‘ହୁନ୍’ ରାଜବଂଶ ଖ୍ରୀ:ଅ : ୨୨୦ରେ କ୍ଷମତାକୁ ଆସିଥିଲେ  । ଏହି ସମୟରେ ଚୀନର ବ୍ୟବସାୟୀମାନେ ରେଶମ ପଥଦେଇ (ଯାହା ମଧ୍ୟ ଏସିଆ ଓ ପର୍ସିଆ ମଧ୍ୟ ଦେଇ ଗତି କରୁଥିଲେ) ପାଶ୍ଚାତ୍ୟମାନଙ୍କ ସହିତ ନିୟମିତ ସମ୍ପର୍କ ସ୍ଥାପନ କରୁଥିଲେ  ।

ଚୀନ ଦେଶର ଲୋକମାନେ ବିଭିନ୍ନ ଦେବଦେବୀଙ୍କର ପୂଜା କରୁଥିଲେ  । ମୃତ ବ୍ୟକ୍ତିଙ୍କର ପୂଜା ଓ ପ୍ରକୃତି ଆରାଧାନା ଏକ ସାଧାରଣ ବିଧି ଥିଲା  । ଚୀନରେ କନ୍ ଫୁସିଅସ ନାମକ ଜଣେ ଧର୍ମ ପ୍ରଚାରକ ସଦାଚାରର ମୁଖ୍ୟ ପ୍ରବକ୍ତା ଥିଲେ ଯାହା ଚୀନର ସମାଜ ଓ ଶାସନ ପ୍ରଣାଳୀକୁ ବିଶେଷ ପ୍ରଭାବିତ କରିଥିଲା  । ସେ ନୈତିକତା, ବୟୋଜ୍ୟଷ୍ଠ ପ୍ରତି ସମ୍ମାନ, ପରିବାର ପ୍ରତି ବିଶ୍ଵସ୍ତତା ଏବଂ ଆଇନ ବ୍ୟବସ୍ଥା ପ୍ରତି ମାନ୍ୟତା ଉପରେ ଗୁରୁତ୍ଵ, ଆରୋପ କରିଥିଲେ  ।

ତୁମ ପାଇଁ କାମ ୧.୧

ନଦୀ କୂଳରେ ଗଢି ଉଠିଥିବା ସମସ୍ତ ସଭ୍ୟତାକୁ ପାଠ କଲ କି ? ନଦୀମାନଙ୍କ କୂଳରେ ସୃଷ୍ଟି ହୋଇଥିବା କେତେକ ମୁଖ୍ୟ ସହରର ଠିକଣା ଲେଖ  । ତୁମେ ଦୁଇଟି କାରଣ ଭାବି ପାରୁଛ କି, ନଦୀ କୂଳିଆ ସଭ୍ୟତା, ଅନ୍ୟସ୍ଥାନରେ ଥିବା ସଭ୍ୟତା ଅପେକ୍ଷା ଅଧିକ ଉନ୍ନତ ଓ ସଫଳ ଅଟେ  ।

ଭାରତ : ସିନ୍ଧୁ ସଭ୍ୟତା

ଭାରତ ବ୍ରୋଞ୍ଚ ଯୁଗୀୟ ସଭ୍ୟତାର ଅଂଶ ବିଶେଷ ଥିଲା ଓ ଏହା ସିନ୍ଧୁନଦୀ ଓ ତାର ପାରିପାର୍ଶ୍ଵିକ ଅଞ୍ଚଳରେ ବିକଶିତ ହୋଇଥିଲା  । ଏହି ପ୍ରାଚୀନ ସଭ୍ୟତା ଆବିଷ୍କୃତ ହୋଇଥିଲା  । କାରଣ ପ୍ରତ୍ନତତ୍ତ୍ଵବିତ୍ ମାନେ ୧୯୨୦ ମସିହାରେ କେତେକ ଅଞ୍ଚଳର ମାଟି ଖନନ କାର୍ଯ୍ୟ ଆରମ୍ଭକରି କିଛି ସୂଚନା ପାଇଥିଲେ  । ହରପ୍ପା ଓ ମହେଞ୍ଜୋଦାରୋ ପ୍ରଭୃତି ପ୍ରଭୃତି କ୍ଷେତ୍ରଗୁଡିକର ଖନନ କାର୍ଯ୍ୟ ପ୍ରଥମେ ଆରମ୍ଭ ହୋଇଥିଲା  । ସେଥିଯୋଗୁଁ ଉକ୍ତ ସଭ୍ୟତାକୁ ହରପ୍ପା ସଭ୍ୟତା କୁହାଯାଏ  । ବର୍ତ୍ତମାନ ଏହି ସଭ୍ୟତାର ଶତାଧିକ ଅଞ୍ଚଳ ଆବିଷ୍କୃତ ହୋଇସାରିଛି  । ହରପ୍ପା (ପଶ୍ଚିମ ପଞ୍ଜାବ), ମହେଞ୍ଜୋଦାରୋ (ସିନ୍ଧ), ଲୋଥାଲ (ଗୁଜୁରାଟ), କାଲିବଙ୍ଗନ (ରାଜସ୍ଥାନ), ରୋପାର (ପଞ୍ଜାବ), ବନୱାଲି, ରକ୍ଷିଗାଡି (ହରିୟାନା) ଏବଂ ଢୋଲାଭିରା (ଗୁଜୁରାଟ) ପ୍ରଭୃତି ନଗର ସଭ୍ୟତା ମୁଖ୍ୟ ଥିଲା  ।

ସହର ଯୋଜନା

ଦକ୍ଷିଣ ଏସିଆରେ ପ୍ରଥମ ସହରାଞ୍ଚଳ ସମାଜ ପ୍ରତିଷ୍ଠା, ଉକ୍ତ ସଭ୍ୟତାର ଏକ ପ୍ରଧାନ ନିଦର୍ଶନ ଥିଲା  । ଉନ୍ନତ ରୁଚି ସମ୍ପୂର୍ଣ୍ଣ ସହର ଯୋଜନା, କାରୁକାର୍ଯ୍ୟ ଓ ସଂସ୍କୃତି ଉକ୍ତ ସଭ୍ୟତାର ଅସାଧାରଣ ବୈଶିଷ୍ଟ୍ୟ ଥିଲା  । ଏହି ଲୋକାମାନେ ସୁପରିକଳ୍ପିତ ସହରମାନଙ୍କଠାରେ ଅନେକ ସାର୍ବଜିନୀନ ଅଟ୍ଟାଳିକା ରହିଥିଲା  । ଏହି ସହରଗୁଡିକରେ ପରସ୍ପରକୁ ସମକୋଣରେ ଅତିକ୍ରମ ପ୍ରଶସ୍ତ ରାସ୍ତାମାନ ରହିଥିଲା  । ଘରଗୁଡିକ ଇଟାରେ ନିର୍ମିତ ଓ ଦ୍ଵିତଳ ବିଶିଷ୍ଟ  । ପ୍ରତ୍ୟକ ଗୃହରେ କୂଅ, ସ୍ନାନାଗାର, ନାଳ ଏବଂ ଜଳ ନିଷ୍କାସନ ପ୍ରଣାଳୀ ରହିଥିଲା  । ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ପରିମଳ ବ୍ୟବସ୍ଥାର ମାନ ଅତ୍ୟନ୍ତ ଉନ୍ନତ ଥିଲା  । ପକ୍କା ରାସ୍ତା ଓ ତାହାର ଆଲୋକିକରଣ ବ୍ୟବସ୍ଥା ବି ଥିଲା  । ଏହି ସହରର ନିମ୍ନବର୍ତ୍ତି ବାସଗୃହଗୁଡିକ ବ୍ୟତୀତ ବହୁ ସ୍ତମ୍ଭ ବିଶିଷ୍ଟ ବଡ ପ୍ରକୋଷ୍ଠମାନ ମହେଞ୍ଜୋଦାରୋ ଦୁର୍ଗସ୍ଥ ଅଞ୍ଚଳରେ ଆବିଷ୍କୃତ ହୋଇଛି  । ବୃହତ ସ୍ନାନାଗାର ଏଠାର ସବୁଠାରୁ ଦର୍ଶନୀୟ ଚିତାକର୍ଷକ ବୈଶିଷ୍ଟ୍ୟ ଅଟେ  । ଏହାର ଲମ୍ବା ୧୮୦ ଫୁଟ ଏବଂ ପ୍ରସ୍ଥ ୧୦୮ ଫୁଟ  । ଏଠାରେ ଥିବା ସ୍ନାନ କୁଣ୍ଡଟି ୩୯ ଫୁଟ ଲମ୍ବ, ୨୩ ଫୁଟ ପ୍ରସ୍ଥ ଓ ୮ ଫୁଟ ଗଭୀର  । ହରପ୍ପାର ଶସ୍ୟ ଭଣ୍ଡାର ମଧ୍ୟ ଏକ ବିରାଟ ଅଟ୍ଟାଳିକା  । କୃଷକମାନଙ୍କ ଦ୍ଵାରା ଉତ୍ପାଦିତ ବଳକା ଶସ୍ୟକୁ ସେଠାରେ ସଂରକ୍ଷିତ କରାଯାଉଥିଲା  ।

ସମାଜ ଓ ଅର୍ଥନୀତି

ହରପ୍ପାର ଅଧିବାସୀମାନେ କୃଷି, ପଶୁପାଳନ, କଳା ଓ ଶିଳ୍ପବୃତ୍ତି, ବ୍ୟବସାୟ ଏବଂ ବାଣିଜ୍ୟ ଆଦି କାର୍ଯ୍ୟ କରୁଥିଲେ  । ସେମାନେ ଉତ୍ପାଦନ କରୁଥିବା ମୁଖ୍ୟ ଶସ୍ୟଗୁଡିକ ଗହମ, ବାର୍ଲି, ଯବ ଓ ମଟର ଥିଲା  । ଧାନଚାଷ କରୁଥିବାର ପ୍ରମାଣ ଲୋଥାଲ ଓ ରାଙ୍ଗପୁରାଠାରେ ଦେଖିବାକୁ ମିଳିଛି  । କାଲିବଙ୍ଗନଠାରେ ଦେଖାଯାଇଥିବା ଲଙ୍ଗଳଗାରରୁ ସେମାନେ ଜମିକୁ ହଲ କରୁଥିବାର ପ୍ରମାଣ ଦେଖାଯାଇଛି  । ଫସଲ ଅମଳରେ ଦାଆର ବ୍ୟବହାର କରାଯାଉଥିଲା  । ବିଭିନ୍ନ ପ୍ରକାର ଜଳସେଚନ ପ୍ରଣାଳୀ ସେମାନେ ଅବଲମ୍ବନ କରୁଥିଲେ  । କପା, ଏକ ଉତ୍ପନ୍ନ ଦ୍ରବ୍ୟ ରୂପେ ପରିଚିତ ଥିଲା  । ଗାଈ, ମେଣ୍ଢା, କୁକୁର, ବିରାଡି, ଓଟ, ଗଧ, କୁବ୍ଜ ଷଣ୍ଢ ଆଦି ପଶୁମାନେ ଗୃହପାଳିତ ପଶୁଭାବେ ପାଳିତ ହେଉଥିଲେ  । ଲୋକମାନେ ଗହମ ଜାତୀୟ ଖାଦ୍ୟ, ମାଛ, ମାଂସ, ଦୁଗ୍ଧ, ଅଣ୍ଡା ଏବଂ ଫଳ ଆଦି ଭକ୍ଷଣ କରୁଥିଲେ  । ମୁଖ୍ୟତଃ ବ୍ରୋଞ୍ଚ ଓ ତମ୍ବା ନିର୍ମିତ ବିଭିନ୍ନ ଉପକରଣ ଓ ଅସ୍ତ୍ରଶସ୍ତ୍ର ବ୍ୟବହୃତ ହେଉଥିଲା  । ସୁନା, ରୂପା, ମୁଲ୍ୟବାନ ପଥର, ଶଙ୍ଖ ଓ ହସ୍ତୀ ଦନ୍ତରେ ଅଳଙ୍କାରମାନ ତିଆରି କରାଯାଉଥିଲା  । କିନ୍ତୁ ଲୌହର ବ୍ୟବହାର ସେମାନଙ୍କୁ ଜଣା ନଥିଲା  । କଳାକାର ଓ ଶିଳ୍ପୀମାନଙ୍କ ମଧ୍ୟରେ କୁମ୍ଭାକାର, ବୁଣାକାର, ରାଜମିସ୍ତ୍ରୀ, ବଢେଇ, ଧାତୁଶିଳ୍ପୀ, ଅଳଙ୍କାର ବ୍ୟବସାୟୀ, ମୃତ୍ତିକାର ପଥରଖୋଦନକାରୀ, ଇଟା ପ୍ରସ୍ତୁତକରି ଅନ୍ୟତମ ଥିଲେ  । ଉଭୟ ଅନ୍ତଃବାଣିଜ୍ୟ ଦେଶ ଭିତରେ ଓ ବାହାରେ ଚାଲିଥିଲା  । ମେସୋପଟାମିଆ ସହିତ ହରପ୍ପାର ବାଣିଜ୍ୟ ସମ୍ପର୍କରେ ଅନେକ ଦୃଷ୍ଟାନ୍ତ ରହିଛି  । ମୁଖ୍ୟ ଆମଦାନୀ ପଦାର୍ଥମାନଙ୍କ ମଧ୍ୟରେ ସୁନା, ଟିଣ, ତମ୍ବା ଓ ବିଭିନ୍ନ ମୂଲ୍ୟବାନ ରତ୍ନ ପ୍ରଦାନ ଥିଲା  । ସେହିପରି କୃଷିଜାତ ପଦାର୍ଥ, କପା, ମାଟିପାତ୍ର, ଅଳଙ୍କାର, ହାତୀଦାନ୍ତ ନିର୍ମିତ ପଦାର୍ଥ ଏବଂ ଅନ୍ୟ ହସ୍ତ ନିର୍ମିତ ଦ୍ରବ୍ୟମାନ ରପ୍ତାନି କରାଯାଉଥିଲା  । ହରପ୍ପାର ମୋହର କୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅନୁମାନ କରାଯାଏ  । ସମାଜ ଦୁଇଟି ଶ୍ରେଣୀରେ ବିଭକ୍ତ ହୋଇଥିଲା  ।

ଧର୍ମ ଏବଂ ସଂସ୍କୃତି

ଅନେକ ନାରୀ ମୂର୍ତ୍ତିମାନଙ୍କୁ ଦେଖି ଅନୁମାନ କରାଯାଉଛି ଯେ, ହରପ୍ପା ବାସୀ ମାତୃଶକ୍ତି ବା ଦେବୀ ଶକ୍ତିର ଆରାଧନା କରୁଥିଲେ  । ଗୋଟିଏ ସିଲ୍ ଉପରେ ଏକ ଦେବ ମୂର୍ତ୍ତିର ପ୍ରତିକୃତି ଦେଖିବାକୁ ମିଳିଥିଲା ଯାହାଙ୍କର ପରିପାର୍ଶ୍ଵ ପଶୁମାନଙ୍କ ଦ୍ଵାରା ପରିବେଷ୍ଠିତ ହୋଇଥିଲା ଏବଂ ସେ ଯୋଗାସନରେ ଉପବିଷ୍ଟ ଥିଲେ  । ଉକ୍ତ ଦେବମୂର୍ତ୍ତିଙ୍କୁ ଶିବ (ପଶୁପତି) ଭାବେ ଅନୁମାନ କରାଯାଉଛି  । ଲିଙ୍ଗପୂଜା, ବୃକ୍ଷ ଓ ପଶୁ ପ୍ରଭୃତିର ପୂଜା ମଧ୍ୟ ସେ ସମୟରେ ପ୍ରଚଳିତ ଥିଲା  । ଭାରତର ହିନ୍ଦୁମାନଙ୍କ ମଧ୍ୟରେ ଉକ୍ତ ଧାର୍ମିକ ଚିନ୍ତାର ପ୍ରତିଫଳନ ତୁମେ ଦେଖିପାରୁଛ କି ? ତୁମେ ଯଦି କୌଣସି ଶିବ ମନ୍ଦିରକୁ ଯାଅ, ସେଠାରେ ଶିବଲିଙ୍ଗ ପୂଜା ହେବାର ଦେଖିବ  । ତୁମେ ଯାବିନା ଉଚିତ୍ ଯେ, ହିନ୍ଦୁମାନେ ମଧ୍ୟ ପୁରାତନ ଅଧିବାସୀମାନଙ୍କ ସଦୃଶ ବୃକ୍ଷମାନଙ୍କୁ ବର୍ତମାନ ପୂଜା କରୁଛନ୍ତି  । ଉଦାହରଣ, ଅଶ୍ଵସ୍ତ ବୃକ୍ଷ  ।

ବୈଷୟିକ ଜ୍ଞାନ

ସେମାନଙ୍କୁ ଉଚ୍ଚ ବୈଷୟିକ ଜ୍ଞାନ କୌଶଳ ଜଣାଥିଲା  । ସେମାନେ ସହର ନିର୍ମାଣର ଯାନ୍ତ୍ରିକ ପଦ୍ଧତି, ଓଜନ ଓ ପରିମାପକ ଏବଂ ସ୍ୱାସ୍ଥ୍ୟରକ୍ଷା ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିଥିଲେ  । ସେମାନେ ଲିଖନ ପ୍ରଣାଳୀ ମଧ୍ୟ ଜାଣିଥିଲେ  । ସେମାନେ ଏକ ଲିପି ବ୍ୟବହାର କରିଥିବା ଦେଖିବାକୁ ମିଳେ ଯାହାର ବ୍ୟାଖ୍ୟା ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ  ।

ପତନ

ପ୍ରକୃତରେ କେଉଁ କାରଣ ପାଇଁ ଏହି ସଭ୍ୟତାର ପତନ ଘଟିଲା, ତାହା କହିବା କଷ୍ଟକର ଅଟେ  । ପ୍ରାକୃତିକ ବିପର୍ଯ୍ୟୟ ଉକ୍ତ ସଭ୍ୟତା ପତନର ମୁଖ୍ୟ କାରଣ ହୋଇପାରେ  । ବାରମ୍ବାର ବନ୍ୟା, ନଦୀମାନଙ୍କରେ ଶୁଷ୍କତା, ମୃତ୍ତିକା କ୍ଷୟ ଓ ଉର୍ବରତା ହ୍ରାସ, ବହୁଳ ପରିମାଣରେ କାଠର ବ୍ୟବହାର ଯୋଗୁଁ ଜଙ୍ଗଲ ନଷ୍ଟ ଭୂମିକମ୍ପ, ଦୃଷ୍ଟିହୀନତା, ମରୁଭୁମିର ପ୍ରସାରଣ ଏହି ସଭ୍ୟତାର ଧ୍ଵଂସଲୀଳା ଘଟାଇଥିଲା  । କେତେକ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ମେସୋପଟାମିଆ ସହ ବୈଦେଶିକ ସମ୍ପର୍କ ଚ୍ଛିନ୍ନ ହେବା ସିନ୍ଧୁସଭ୍ୟତାର ପତନର କାରଣ ହୋଇପାରେ  । ଏହି ସଭ୍ୟତାର ପତନ ସହିତ ଭାରତରେ ସ୍ଵାକ୍ଷରତା ଏବଂ ସହର ଜୀବନ ଏକ ସହସ୍ର ବର୍ଷ ପାଇଁ ଉଭେଇ ଯାଇଥିଲା  ।

ଲୌହଯୁଗ ସଭ୍ୟତା

ତିନି ହଜାର ବର୍ଷ ପୁଏବେ ଲୌହ ଯୁଗ ଆରମ୍ଭ ହୋଇଥିଲା ଓ ଏହି ଯୁଗରେ ଲୁହାର ବହୁଳ ଉତ୍ପାଦନ ହୋଇ ସାଧାରଣ ବ୍ୟବହାରରେ ଲାଗୁଥିଲା  । ଲୁହା ତମ୍ବା ଓ ବ୍ରୋଞ୍ଚ ଠାରୁ ଶସ୍ତା ଏବଂ ଶକ୍ତିଶାଳୀ ଥିଲା  । ତେଣୁ ଲୌହ ଉପକରଣ ଓ ସରଞ୍ଜାମ, କୃଷି ପ୍ରସାର ନିର୍ମିତ ଜଙ୍ଗଲ ସଫାକରି ଚାଷଜମି ଚାଷୋପଯୋଗୀ କରିବାରେ ଆମ ପୂର୍ବପୁରୁଷମାନଙ୍କର ସହାୟକ ହୋଇଥିଲା  । ତେଣୁ କୃଷି ଉତ୍ପାଦନରେ ଯଥେଷ୍ଟ ବୃଦ୍ଧି ଘଟିଥିଲା  । ଏହା ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣି ଦେଇଥିଲା  ।

ଲୁହାର ବ୍ୟବହାର ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା ଉପରେ ମଧ୍ୟ  ଗଭୀର ପ୍ରଭାବ ପକାଇଥିଲା  । ଲୁହାରେ ଫଳ ଓ ଅର ତିଆରି ହେବାରୁ ଛକଗୁଡିକ ମଜବୁତ ହେଲା  । ଲୁହା କଣ୍ଟା ଏବଂ ଲୁହା ଚଦର ନୌକା ଓ ଜାହାଜ ନିର୍ମାଣରେ ବହୁ ପରିମାଣରେ ବ୍ୟବହୃତ ହେଲା  । ଏହି କାରଣରୁ ବାଣିଜ୍ୟ ବ୍ୟବସାୟର ପ୍ରସାର ଏବଂ ଉନ୍ନତି ଘଟିଲା  । ନୂତନ ଅସ୍ତ୍ରଶସ୍ତ୍ରର ନିର୍ମାଣ ଆରମ୍ଭ ହେଲା  । ତେଣୁ ଲମ୍ବା ଓ ଓଜନିଆ, ଖଣ୍ଡା, ବକ୍ରଖଣ୍ଡା, ଲୁହା ଢାଇ, ତେଣ୍ଟା ଏବଂ ବର୍ଚ୍ଛା ଆଦି ଯୁଦ୍ଧ ପଦ୍ଧତିରେ ପରିବର୍ତ୍ତନ ଆଣିଲା  ।

ଲୌହ ଯୁଗ ଏକ ବୌଦ୍ଧିକ ବିକାଶର ଯୁଗ ଥିଲା  । ବର୍ଣ୍ଣମାଳାର ସୃଷ୍ଟି ଥିଲା ଏହି ଯୁଗର ସବୁଠାରୁ ମହତ୍ଵପୂର୍ଣ୍ଣ ବିକାଶ  । ଏହା ପୂର୍ବରୁ ପ୍ରଚଳିତ ଛବିଲିପି ପ୍ରଣାଳୀର ଅନ୍ତ ଘଟାଇଥିଲା ଯାହା ଇଜିପ୍ଟ, ମେସୋପଟାମିଆ ଓ ଚୀନ ବ୍ରୋଞ୍ଚଯୁଗୀୟ ସଭ୍ୟତାରେ ସୃଷ୍ଟି ହୋଇଥିଲା  । ଉକ୍ତ ଲୌହଯୁଗ ସଭ୍ୟତା, ଗ୍ରୀସ୍, ରୋମ, ପର୍ସିଆ ଓ ଭାରତରେ ପ୍ରସାର ଲାଭ କରିଥିଲା  ।

ଗ୍ରୀକ୍ ସଭ୍ୟତା

୨୦୦୦ ହଜାର ବର୍ଷ ପୂର୍ବେ ଗ୍ରୀସ୍ ସଭ୍ୟତାର ଉତ୍ପତ୍ତି ହୋଇଥିଲା  । ସେଠାରେ ସ୍ଵତନ୍ତ୍ର ନଗର ରାଜ୍ୟମାନ ଗଢି ଉଠିଥିଲା  ଓ ଏକ ଉନ୍ନତ ଶାସନ ବ୍ୟବସ୍ଥା ମଧ୍ୟ ବିକାଶଲାଭ କରିଥିଲା  । ଉକ୍ତ ନଗର ରାଜ୍ୟମାନଙ୍କର ସୃଷ୍ଟି ଗ୍ରୀକ୍ ସଭ୍ୟତାର ଏକ ଅନନ୍ୟ ବୈଶିଷ୍ଟ୍ୟ ଥିଲା  । ପ୍ରତ୍ୟକ ସହରର ସୁରକ୍ଷା ନିମିତ୍ତ ଏକ ପ୍ରାଚର ଚତୁଃଦିଗରେ ନିର୍ମାଣ କରାଯାଇଥିଲା  । ସହର ମଧ୍ୟରେ ଥିବା ପାହାଡ ଉପରେ ଏକ ଦୁର୍ଗ ଥିଲା ଯାହାକୁ ଆକ୍ରପୋଲିସ୍ କୁହାଯାଉଥିଲା  । ଗ୍ରୀକ୍ ନଗର ରାଜ୍ୟମାନଙ୍କ ମଧ୍ୟରେ ଏଥେନ୍ସ ଓ ସ୍ପାର୍ଟା ସବୁଠାରୁ ଶକ୍ତିଶାଳୀ ଥିଲେ  । ଆଥେନ୍ସମାନେ ଧନୀ ଓ ଶିକ୍ଷିତ ଥିଲେ ଓ ସେମାନଙ୍କ ମଧ୍ୟରେ ଲେଖକ, ଦାର୍ଶନିକ, କଳାକାର ଏବଂ ଚିନ୍ତାଶୀଳ ବ୍ୟକ୍ତିମାନେ ମଧ୍ୟ ବାସ କରୁଥିଲେ  । ସମାଜଟି ଶ୍ରମଭିତ୍ତିକ ଥିଲା କିନ୍ତୁ ନାଗରିକମାନେ ଗଣତାନ୍ତ୍ରିକ ଶାସନ ପ୍ରଣାଳୀ ଉପଭୋଗ କରୁଥିଲେ  । ଗ୍ରୀସ୍ ର ଶ୍ରେଷ୍ଠ ସୈନ୍ୟବାହିନୀ ସ୍ପାର୍ଟାରେ ଥିଲା  । ସେଠାରେ ଯୁଦ୍ଧ କୌଶଳ ପ୍ରଶିକ୍ଷଣ କାର୍ଯ୍ୟ କରାଯାଉଥିଲା  ।

ଏଥେନ୍ସ ଓ ସ୍ପାର୍ଟା ମଧ୍ୟରେ ବହୁ ପ୍ରତିଦ୍ୱନ୍ଦିତା ଥିଲା  । କିନ୍ତୁ ଡାରିଅସ୍ ଏବଂ ଜେରେକ୍ସଙ୍କର ପାର୍ସି ସୈନ୍ୟଦଳ ଯେତେବେଳେ ଗ୍ରୀସ୍ ଅଧିକାର କରିବାକୁ ଚେଷ୍ଟା କରିଥିଲେ, ସେମାନଙ୍କୁ ବିତାଡିତ କରିବା ପାଇଁ ସ୍ପାର୍ଟା ଓ ଏଥେନ୍ସ ଏକ ପକ୍ଷରେ ଯୁଦ୍ଧ କରିଥିଲେ  । ପେରିକିଲ୍ସଙ୍କ ସମୟରେ ଏଥେନ୍ସ ଏକ ସୁବର୍ଣ୍ଣଯୁଗର ସ୍ଵାଦ ଚାଖିଥିଲା  । କିନ୍ତୁ ଏଥେନ୍ସ ଓ ସ୍ପାର୍ଟା ମଧ୍ୟରେ ଏକ ଦୀର୍ଘକାଳୀନ ଯୁଦ୍ଧ ହୋଇଥିଲା, ଯାହାକୁ ପେଲୋପନେସିଆନ ଯୁଦ୍ଧ ବୋଲି କୁହାଯାଏ  । ୨୭ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧରେ ଏଥେନ୍ସର ପରାଜାୟ ଘଟିଥିଲା  । ତୁମେ ଜାଣ କି, ଗ୍ରୀସ୍ କୁ ପାଶ୍ଚାତ୍ୟ ସଭ୍ୟତାର ଅଗ୍ରଦୂତ ଥିଲେ  । ସେକ୍ରେଟିସ୍, ପ୍ଲାଟୋ ଓ ଆରିଷ୍ଟୋଟଲ ପ୍ରଭୃତି ବିଶିଷ୍ଟ ଦାର୍ଶନୀକମାନେ ଉକ୍ତ ସଭ୍ୟତାର ମୁଖ୍ୟ ଆକର୍ଷଣ ଥିଲେ ଓ ସେମାନଙ୍କର ଆଦର୍ଶକୁ ବର୍ତ୍ତମାନ ବି ଅଧ୍ୟୟନ କରାଯାଉଛି  । ସେଠାରେ ହେରୋଡଟସ ଏବଂ ଥୁସିଡାଇଡସ ପ୍ରମୁଖ ଐତିହାସିକ ଥିଲେ  । ସେହିଭଳି ଆର୍କିମେଡିସ,  ଆରିଷ୍ଟ୍ରାକ୍ସ ଏବଂ ଡେମୋକ୍ରିଟସ ପ୍ରଭୃତି ବିଶିଷ୍ଟ ବୈଜ୍ଞାନିକମାନେ ବି ଥିଲେ  । ଆସିଲସ୍, ସୋଫୋକ୍ଲିସ, ଆରିଷ୍ଟୋଫେନସ ପ୍ରଭୃତି ବିଶିଷ୍ଟ ନାଟ୍ୟକାର ଥିଲେ  । ଉକ୍ତ ସଭ୍ୟତାରେ ‘ଇଲିୟାଡ’ ଓ ଓଡିସି ଭଳି ପ୍ରସିଦ୍ଧ ନାଟକର ଲେଖକ ହୋମର ବି ଜନ୍ମଗ୍ରହଣ କରିଥିଲେ  ।

ଗ୍ରୀକମାନଙ୍କର ସ୍ଥାପତ୍ୟ କଳାରେ ଯଥେଷ୍ଟ ଜ୍ଞାନ ରହିଥିଲା  । ସେମାନେ ବହୁତ ସୁନ୍ଦର ପ୍ରାସାଦ ଓ ମନ୍ଦିରମାନ ନିର୍ମାଣ କରିଥିଲେ  । ଗ୍ରୀକ୍ ବାସୀ ଅନେକ ଦେବତାଙ୍କୁ ବିଶ୍ଵାସ କରୁଥିଲେ  । ପ୍ରତ୍ୟକ ସହରର ନିଜର ସ୍ଵତନ୍ତ୍ର ରକ୍ଷାକର୍ତ୍ତା ଓ ଦେବତା ଥିଲେ  । ଦେବତାମାନେ ମାଉଣ୍ଟ ଅଲିମ୍ପସ ନାମକ ସ୍ଥାନରେ ବସବାସ କରୁଥିବା ବିଶ୍ଵାସ କରାଯାଉଥିଲା  । ଅଲମ୍ପିକ ଖେଳ ଖ୍ରୀ:ପୂ ୭୭୬ରେ ପ୍ରଥମେ ଆରମ୍ଭ ହୋଇଥିଲା ଏବଂ ଏହି ଖେଳ ପ୍ରତି ଚାରିବର୍ଷରେ ଅଲିମ୍ପିଆ ନାମକ ସ୍ଥାନରେ ଆୟୋଜନ କରାଯାଉଥିଲା  । କ୍ରୀଡା ଆଦିର ଆୟୋଜନ ଦେବତାମାନଙ୍କ ମୁଖ୍ୟ ‘ଜିଅସ୍’ଙ୍କୁ ସମ୍ମାନ ଦେବା ପାଇଁ ଉଦ୍ଦିଷ୍ଟ ଥିଲା  । ଗ୍ରୀକମାନେ ଏକଦା ବିଶାଳ ସାମ୍ରାଜ୍ୟ ସ୍ଥାପନ କରିଥିଲେ  । ସହରଗୁଡିକ ଶାସନ ତଥା ସାଂସ୍କୃତିକ ଏବଂ ଅର୍ଥନୀତିକ କାର୍ଯ୍ୟକ୍ରମର କେନ୍ଦ୍ରସ୍ଥଳୀ ଥିଲା  । କୃଷକମାନେ ମୁଖ୍ୟତଃ ଅଙ୍ଗୁର, ଅଲିଭ ଏବଂ ଶସ୍ୟ ଉତ୍ପାଦନ କରୁଥିଲେ  । ମଦ ଓ ଅଲିଭ୍ ତେଲ ବିଶିଷ୍ଟ ଉତ୍ପାଦନର ବସ୍ତୁ ଥିଲା  ।

ମାସିଡୋନିଆର ଶାସକ ଆଲେକଜାଣ୍ଡାର, ଯାହାଙ୍କୁ ଇତିହାସର ‘ମହାନ ଆଲେକଜାଣ୍ଡାର’ କୁହାଯାଏ, ସେ ଶିରିଆ, ମେସୋପଟାମିଆ, ଇଜିପ୍ଟ ଆଫଗାନିଷ୍ଠାନ ଏବଂ ମଧ୍ୟ ଏସିଆ ଓ ଉତ୍ତର ଭାରତର କେତେକ ଅଞ୍ଚଳକୁ ଜୟ କରିଥିଲେ  । ସେ ଅମାତ୍ର ୩୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ତାଙ୍କ ପରେ ତାଙ୍କର ବିଶାଳ ସାମ୍ରାଜ୍ୟ ଖଣ୍ଡବିଖଣ୍ଡିତ ହୋଇ ଛୋଟ ଛୋଟ ରାଜ୍ୟରେ ପରିଣତ ହୋଇଗଲା  । ପରବର୍ତ୍ତୀ ସମୟରେ ଗ୍ରୀସ୍ ରୋମାମାନଙ୍କ ଦ୍ଵାରା ଅଧିକା କରଯାଇଥିଲା  ।

ରମ ସଭ୍ୟତା

ଖ୍ରୀ : ପୂ: ୫୧୦ରେ ରମମାନେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା କରିଥିଲେ  । ଉକ୍ତ ରମ ସହର ମଧ୍ୟ ଇଟାଲୀର ଟିବର ନଦୀ କୂଳରେ ଅବସ୍ଥିତ ଥିଲା  । ଏହି ରୋମୀୟ ଗଣତନ୍ତ୍ର ଏକ ‘ସିନେଟ୍’ ଦ୍ଵାରା ଶାସିତ ହେଉଥିଲା ଯାହା ବୟୋଜ୍ୟଷ୍ଠ ସଦସ୍ୟମାନଙ୍କୁ ନେଇ ଗଠିତ ହୋଇଥିଲା  । କନସଲ୍ ମାନେ ସିନେଟରମାନଙ୍କ ପ୍ରତିନିଧିତ୍ଵ କରୁଥିଲେ ଓ ସିନେଟରମାନେ ଦୁଇଜଣ କନସଲଙ୍କୁ ନିର୍ବାଚିତ କରୁଥିଲେ  । ଖ୍ରୀ : ପୂ:୨୦୦ ସୁଦ୍ଧା ରମ, ଇଟାଲିର ଏକ ଅଗ୍ରଣୀ ଶକ୍ତି ରୂପେ ପ୍ରତିଷ୍ଠିତ ହୋଇସାରିଥିଲା   । ଏହା ଭୂମଧ୍ୟସାଗରୀୟ ଅଞ୍ଚଳକୁ ନିୟନ୍ତ୍ରଣ କରିବା ନିମନ୍ତେ କାଥେଜ୍ ବଳି ପ୍ରତିଦ୍ଵନ୍ଦୀମାନଙ୍କୁ ପରାଜିତ କରିଥିଲା  । ପ୍ରାଚୀନ ରୋମୀୟ ସମାଜକୁ ସମ୍ଭ୍ରାନ୍ତ ବର୍ଗ, ସାଧାରଣ ବର୍ଗ, ଏବଂ କ୍ରୀତଦାସ ବର୍ଗ ଏହିପରି ତିନି ପ୍ରକାର ଶ୍ରେଣୀରେ ବିଭକ୍ତ କରାଯାଇଥିଲା  । ରୋମୀୟ ଅର୍ଥନୀତି ‘ଦାସତ୍ଵ’ ଶ୍ରମ ଉପରେ ଆଧାରିତ ଥିଲା  । ଧନୀ ବ୍ୟକ୍ତିମାନେ କ୍ରୀତଦାସ ରଖୁଥିଲେ  । ଏହି କ୍ରୀତଦାସମାନଙ୍କୁ ଖଣ୍ଡାରେ ପ୍ରଶିକ୍ଷଣ ଦିଆଯାଇଥାଏ, ଯାହା କ୍ରୀତଦାସ ଏବଂ ହିଂସ୍ରପଶୁମାନଙ୍କ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ଥିଲା  । ସେହି ସମୟରେ କ୍ରୀତଦାସମାନଙ୍କ ବିଦ୍ରୋହ ବାରମ୍ବାର ସଂଘଟିତ ହେଉଥିଲା  । ଖ୍ରୀ:/ପୂ: ୭୪ରେ ସେହିଭଳି ଏକ ବିଦ୍ରୋହ ସ୍ପାର୍ଟାକସ୍ ନାମକ ଏକ ବ୍ୟକ୍ତିଙ୍କ ନେତୃତ୍ଵରେ ହୋଇଥିଲା  ।

ଯଦିଓ ରମର ଗଣତନ୍ତ୍ର ଥିଲା ତଥାପି ଶକ୍ତିଶାଳୀ ଓ ପ୍ରଭାବଶାଳୀ ନେତାମାନେ କ୍ଷମତା ପାଇଁ ସର୍ବଦା ଯୁଦ୍ଧ କରୁଥିଲେ ।  ଜୁଲିଅସ୍ ସିଜର ସେହିଭଳି ଏକ ନେତା ଥିଲେ  ଯିଏ ବହୁ କ୍ଷମତା ଅକ୍ତିଆର କରି ଏକଛତ୍ରପତି ଶାସକ ହୋଇ ପାରିଥିଲେ  । ଖ୍ରୀ:ପୂ: ୪୪ରେ ଷଡଯନ୍ତ୍ରକାରୀଙ୍କ ଦ୍ଵାରା ସିଜରଙ୍କୁ ହତ୍ୟା କରାଯାଇଥିଲା  ଏବଂ ସେଥିପାଇଁ ରମରେ ଏକ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା  । ଏହି ଯୁଦ୍ଧ ପରେ ଅଗଷ୍ଟସ୍ ସିଜର ରୋମର ପ୍ରଥମ ସମ୍ରାଟ ହୋଇଥିଲେ  । ରୋମ ସାମ୍ରାଜ୍ୟ ଇଉରୋପ, ଏସିଆ, ଆଫ୍ରିକା ଏହି ତିନୋଟି ମହାଦେଶକୁ ବ୍ୟାପିଥିଲା  । ଅଗଷ୍ଟସ୍ ଙ୍କ ରାଜତ୍ଵ ସମୟରେ ମହାନ୍ ଧର୍ମ ପ୍ରବର୍ତ୍ତକ ଯୀଶୁଖ୍ରୀଷ୍ଟଙ୍କର ଆବିର୍ଭାବ ହୋଇଥିଲା  । ସେ ବେଥଲେସରେ ଜନ୍ମଗ୍ରହଣ କରିଥିଲେ  । ସେ ଏକ ନୂତନ ଧର୍ମ ପ୍ରଚାର କରିଥିଲେ  । ତାଙ୍କ ମତରେ ସବୁ ମନୀଷା ଇଶ୍ଵରଙ୍କ ସନ୍ତାନ  । ସେ ପରସ୍ପରକୁ ଭଲ ପାଇବା ପାଇଁ ଲୋକମାନଙ୍କୁ ଉପଦେଶ ଦେଲେ  । ତାଙ୍କର ମୃତ୍ୟୁ ପରେ ଖ୍ରୀଷ୍ଟଙ୍କର ଭକ୍ତମାନେ ତାଙ୍କର ବାଣୀକୁ ଲୋକମାନଙ୍କ ମଧ୍ୟରେ ପ୍ରଚାର କରିଥିଲେ  । ରୋମ ସାମ୍ରାଜ୍ୟ ପୂର୍ବରେ ମେସୋପଟାମିଆଠାରୁ ପଶ୍ଚିମରେ ଗଉଲ ଏବଂ ବ୍ରିଟେନ ପର୍ଯ୍ୟନ୍ତ ବିସ୍ତୃତ ଥିଲା  । ସମଗ୍ର ସାମ୍ରାଜ୍ୟରେ ଲୋକମାନେ ରୋମୀୟ ଜୀବନ ପ୍ରଣାଳୀ ଅବଲମ୍ବନ କରୁଥିଲେ  । ସବୁ ସ୍ଥାନରେ ସ୍ନାନାଗାର, ମନ୍ଦିର, ପ୍ରାସାଦ ଏବଂ ନାଟ୍ୟଶାଳା ସହିତ ବଡ ସହରମାନ ନିର୍ମାଣ କରାଯାଉଥିଲା  । ପ୍ରଦେଶ ଓ ଗ୍ରାମାଞ୍ଚଳଗୁଡିକରେ ରୋମବାସୀ, ବୃହତ ଆରାମଦାୟକ କୃଷି ଉଦ୍ୟାନସ୍ଥ ଗୃହମାନ ଯାହାକୁ ‘ଭିଲା’ କୁହାଯାଏ ନିର୍ମାଣ କରୁଥିଲେ  । ରୋମ ଶାକମାନେ ବିଜଯ ସମାରୋହ, ଧର୍ମ ସମ୍ମିଳନୀ, ଏବଂ କ୍ରୀଡାଭୂମି ପ୍ରଭୃତି ସ୍ଥାନରେ ସଭାପତିତ୍ଵ କରୁଥିଲେ  । ଗ୍ଲାଡିଏଟର ଯୁଦ୍ଧ, ରଥ ଦୌଡ, ନାଟକ ଆଦି ପ୍ରମୁଖ ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିଥିଲା  ।

ରୋମ ସାମ୍ରାଜ୍ୟକୁ ଅନେକ ପ୍ରଦେଶରେ ବିଭକ୍ତ କରାଯାଇଥିଲା  ଏବଂ ପ୍ରତ୍ୟକ ପ୍ରଦେଶରେ ଜଣେ ଜଣେ ଶାକ ଶାସନ କରୁଥିଲେ  । ସେମାନଙ୍କ ପାଖରେ ଅନେକ ଅଧସ୍ତନ କର୍ମଚାରୀ କାର୍ଯ୍ୟ କରୁଥିଲେ  ଯେଉଁମାନେ ଶାଣକଳର ବିଭିନ୍ନ ବିଭାଗର ତଦାରଖ କରୁଥିଲେ  । ରୋମ ସୈନ୍ୟ ବିଭାଗରେ ମୁଖ୍ୟ ଯୁଦ୍ଧ ବିଭାଗ ଥିଲା  । ଲିଜିଅନ୍ ଯାହା ୫୦୦୦ ସୈନ୍ୟ ବିଶିଷ୍ଟ ଥିଲା ଏବଂ ଜଣେ ସେନାପତି ଏହା ଦାୟିତ୍ଵରେ ଥିଲେ  । ରୋମ ସାମାଜ୍ୟ ସମରାତଙ୍କ ଇଚ୍ଛାନୁସାରେ ପରିଚାଳିତ ହେଉଥିଲା  । କିନ୍ତୁ ତାଙ୍କର କ୍ଷମତା ସମ୍ପୂର୍ଣ୍ଣରୂପେ ସୈନ୍ୟ ଶକ୍ତି ଉପରେ ନିର୍ଭର କରୁଥିଲା  ।

ଖ୍ରୀ:ଅ: ୩୯୫ ସୁଦ୍ଧା ରୋମ ସାମ୍ରାଜ୍ୟକୁ ଶାସନର ସୁବିଧା ପାଇଁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା  । ବର୍ବରମାନଙ୍କ ଆକ୍ରମଣ (ଖ୍ରୀ:ଅ ୪୭୬)ରେ ରୋମାନ ସାମ୍ରାଜ୍ୟର ଉତ୍ତର ଭାଗର ପତନ ହେବା ପରେ ମଧ୍ୟ ପୂର୍ବଭାଗ (ରାଜଧାନୀ ବାଇଜାନଟିଅମ୍) ତିଷ୍ଠି ରହିଥିଲା  । ସମ୍ରାଟ କନଷ୍ଟାଣ୍ଟାଇନ ବାଇଜାନଟିଅମକୁ ଏକ ନୂତନ ନାମ ‘କନଷ୍ଟାଣ୍ଟିନୋପଲ’ ନାମରେ ନାମିତ କରିଥିଲେ  । ଏହା ପ୍ରାଚ୍ୟ ଖ୍ରୀଷ୍ଟଧର୍ମାଲମ୍ବୀ କେନ୍ଦ୍ରସ୍ଥଳୀ ଥିବା ସହିତ ବାଇଜାନଟାଇନ ସମ୍ରାଟମାନଙ୍କ ରାଜଧାନୀରେ ପରିଣତ ହୋଇଥିଲା  ।

ପାରସ୍ୟ ସଭ୍ୟତା

ଲୌହ ଯୁଗର ପର୍ସିଆ (ଆଧୁନିକ ଇରାନ) ରେ ଆର୍ଯ୍ୟମାନେ ବସବାସ କରୁଥିଲେ  । ସେମାନଙ୍କର ଗୋଟିଏ ଶାଖା ଯାହା ‘ମେଡିସ’ ନାମରେ ପରିଚିତ ଦେଶର ପଶ୍ଚିମ ଭାଗରେ ବସତିସ୍ଥାପନ କରିଥିଲେ  । ଅନ୍ୟ ଏକ ଶାଖା ଦକ୍ଷିଣ ଓ ପୂର୍ବଭାଗ ଅଧିକାର କଲେ ଏବଂ ସେମାନଙ୍କୁ ପାର୍ସି ବୋଲି କୁହାଗଲା  । ମେଡିସମାନେ ଇରାନର ବୀସ୍ତିର୍ଣ୍ଣ ଅଞ୍ଚଳକୁ ନେଇ ଏକ ଶକ୍ତିଶାଳୀ ରାଜ୍ୟ ଗଠନ କଲେ  । ପ୍ରଥମେ ସେମାନଙ୍କର ଆଧିପତ୍ୟକୁ ପାର୍ସିମାନେ ସ୍ଵୀକାର କରିବାକୁ ବାଧ୍ୟ ହୋଇଥିଲେ  । ସାଇରସ ନାମକ ଏକ ପାର୍ସି ରାଜା ଖ୍ରୀ:ପୂ: ୫୫୦ରେ ପର୍ସିଆର ଏକତ୍ରୀକରଣ କରିଥିଲେ  । ସେ ଏକ ଶକ୍ତିଶାଳୀ ସୈନ୍ୟବାହିନୀ ଗଠନ କରି ବେବିଲୋନ, ଆସିରିଆ ଓ ଏସିଆ ମାଇନର ଜୟଲାଭ କରିବାକୁ ସକ୍ଷମ ହୋଇଥିଲେ  । ଆର୍ଜିମେନିୟା ରାଜବଂଶର ରାଜା ଡାରିଅସ୍ ପ୍ରଥମ ପର୍ସିଆର ସର୍ବଶ୍ରେଷ୍ଠ ସମ୍ରାଟ ଥିଲେ  । ତାଙ୍କ ସାମ୍ରାଜ୍ୟ ସିନ୍ଧୁନଦୀଠାରୁ ଭୂମଧ୍ୟସାଗର ପୂର୍ବତଟ ପର୍ଯ୍ୟନ୍ତ ବିସ୍ତୃତ ଥିଲା  । ସେ ଖ୍ରୀ:ପୂ: ୫୧୮ରେ ପର୍ସିପଲିସ ରେ ତାଙ୍କର ରାଜଧାନୀ ପ୍ରତିଷ୍ଠା କରିଥିଲେ  । ତାଙ୍କ ଶାସନ କାଳରେ ପର୍ସିଆରେ କଳା, ସ୍ଥାପତ୍ୟ ଏବଂ ନିର୍ମାଣ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିଥିଲା  । ସେ ମଧ୍ୟ ଏକ ଶକ୍ତିଶାଳୀ ନୌବାହିନୀ ଗଠନ କରିଥିଲେ  ।

ପର୍ସିଆର ସମ୍ରାଟମାନେ ଦକ୍ଷ ଶାକ ଥିଲେ  । ସେମାନେ ତାଙ୍କର ସାମ୍ରାଜ୍ୟକୁ ବିଭିନ୍ନ ରାଜ୍ୟରେ ବିଭକ୍ତ କରିଥିଲେ  ଏବଂ ଉକ୍ତ ରାଜ୍ୟମାନଙ୍କରେ ଜଣେ ଲେଖାଏ ରାଜ୍ୟପାଳ ଯାହାକୁ ‘ସତ୍ ରାପ’ କୁହାଯାଏ , ନିଯୁକ୍ତ କରାଯାଇଥିଲା  । ପାର୍ସିମାନେ ଉତ୍ତମ ଯୋଦ୍ଧା ଥିଲେ ଏବଂ ସେମାନଙ୍କର ଅଶ୍ଵବାହିନୀ, ନୌବାହିନୀ ପ୍ରଭୃତି ଯୁଦ୍ଧ ବିହାଗ ଥିଲା  । ସେମାନ ଲୌହ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ  । ଯଦୀୟଆ ପାର୍ସିମାନେ ଆଲେକଜାଣ୍ଡାର (ଖ୍ରୀ:ପୂ: ୩୩୧)ଙ୍କ ଦ୍ଵାରା ପରାଜିତ ହୋଇଥିଲେ, କିନ୍ତୁ ତାହାଦ୍ଵାରା ସେମାନଙ୍କ ସଭ୍ୟତାର ଅନ୍ତ ହୋଇ ନଥିଲା  । ସେମାନଙ୍କ ସଭ୍ୟତା ଓ ସଂସ୍କୃତି ପାର୍ଥିଆ ଓ ଶସାଣ ସମ୍ରାଟ ମାନଙ୍କ ଅଧୀନରେ ଚାଲିଥିଲା  । କିନ୍ତୁ ପରିଶେଷରେ ଖ୍ରୀ:ଅ: ୭ମ ଶତାବ୍ଦୀରେ ସେମାନେ ଆରବମାନଙ୍କ ଦ୍ଵାରା ପରାଜିତ ହୋଇଥିଲେ  ।

ଭାରତୀୟ ଆର୍ଯ୍ୟମାନଙ୍କ ପରି ପାର୍ସିମାନେ ପ୍ରଥମେ ପ୍ରକୃତି ପୂଜା କରୁଥିଲେ  । ସେମାନେ ସୂର୍ଯ୍ୟ, ଆକାଶ ଏବଂ ଅନ୍ୟ କେତେକ ଦେବତାଙ୍କ ଉପରେ ବିଶ୍ଵାସ କରୁଥିଲେ  । ସେମାନେ ନିଆଁକୁ ପବିତ୍ରତାର ପ୍ରତୀକ ଭାବେ ଗ୍ରହଣ କରୁଥିଲେ  । ସେମାନେ ପଶୁବଳୀ ଓ ଅଗ୍ନି ସମ୍ବନ୍ଧୀୟ ବିଭିନ୍ନ ବିଧି ଓ ପ୍ରଥା ପାଳନ କରୁଥିଲେ  । ପରବର୍ତ୍ତୀକାଳରେ ଏକ ଧର୍ମଯାଜକ, ଜୋରାଷ୍ଟର ପ୍ରଚାର କଲେ ଯେ, ‘ଆହୁର ମଜଦା’ ସବୁ ଦେବତାଙ୍କଠାରୁ  ବଡ ଦେବତା ଅଟନ୍ତି  । ସେ ସ୍ଵର୍ଗ ଏବଂ ଆଲୋକର ଦେବତା, ଯିଏ ମଣିଷକୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିଥାନ୍ତି  । ଜୋରାଷ୍ଟରଙ୍କ ଅନୁଯାୟୀ ଜୀବନ ଭଲ (ଆଲୋକ) ଏବଂ ମନ୍ଦ (ଅନ୍ଧକାର) ମଧ୍ୟରେ ଏକ ଅବିରତ ସଂଘର୍ଷ  । ପାର୍ସିମାନଙ୍କ ଧର୍ମଗ୍ରନ୍ଥକୁ ଜେନ୍ଦ୍- ଅଭେସ୍ତା କୁହାଯାଏ   ।

ଭାରତ : ବୈଦିକ ଯୁଗ

ଭାରତର ପ୍ରାଚୀନ ଇତିହାସରେ ବୈଦିକ ଯୁଗ ଏକ ନୂତନ ଯୁଗାରମ୍ଭର ସୂଚନା ଦେଇଥିଲା  । ଖ୍ରୀ:ପୂ: ୧୫୦୦ରେ ଆର୍ଯ୍ୟମାନେ ଭାରତକୁ ଆସି ବୈଦିକ ଯୁଗର ଆୟମାରମ୍ଭ କରିଥିଲେ  । ଏହା ପ୍ରାୟ ୧୦୦୦ ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଥିଲା, ଯେଉଁ ସମୟରେ ଅର୍ଥନୈତିକ, ରାଜନୈତିକ, ସାମାଜିକ ଓ ଧାର୍ମିକ କ୍ଷେତ୍ରରେ ଯଥାସାଧ୍ୟ ଉନ୍ନତି ଘଟିଥିଲା  । ବୈଦିକ ଯୁଗକୁ ସମାନ ଅବଧିର ଦୁଇଟି ଭାଗରେ ବିଭକ୍ତ କରାଯାଇଛି, ଯଥା – ଆଦିବୈଦିକ ଯୁଗ ଏବଂ ପରବର୍ତ୍ତୀ ବୈଦିକ ଯୁଗ  ।

ତୁମେ  ବେଦମାନଙ୍କ ନାମ ଶୁଣିଅଛ ? ବୈଦିକ ଯୁଗ ସମ୍ପର୍କରେ ଉକ୍ତ ବେଦ ସମୂହ ସମସ୍ତ ପ୍ରକାର ତଥ୍ୟ ପ୍ରଦାନ କରିଥାଏ । ଆଦି ବୈଦିକ ଯୁଗ ବିଷୟରେ ରୁକ୍ ବେଦରୁ ଜଣାଯାଏ, ଯାହା ବେଦମାନଙ୍କ ମଧ୍ୟରେ ପ୍ରଥମ ରଚିତ ବେଦ  । ସେହି ସମୟରେ କେତେକ ବୈଦିକ ଜନଜାତିମାନେ  ଇଉପିଏମହାଦେଶର ଉତ୍ତର- ପଶ୍ଚିମ ଭାଗ ସହ ପଞ୍ଜାବ ଓ ଆଫଗାନସ୍ଥାନରେ ବସବାସ କରୁଥିଲେ ତାହାର ଯଥେଷ୍ଟ ପ୍ରତ୍ନତାତ୍ତ୍ଵିକ ପ୍ରମାଣ ଆମ ପାଖରେ ନାହିଁ  । ଏହାର କାରଣ, ସମ୍ଭବତଃ ଆଦି ବୈଦିକ ଯୁଗ ଲୋକମାନେ ସାଧାରଣତଃ ଯାଯାବର ଜୀବନ ଯାପନ କରୁଥିଲେ ଏବଂ ଗୋଟିଏ ସ୍ଥାନରେ ବେଶୀ ସମୟ ଅତିବାହିତ କରୁ ନ ଥିଲେ  । ସେମାନଙ୍କ ଅର୍ଥ ନୀତି ମୁଖ୍ୟତଃ ପଶୁପାଳନ ଥିଲା  । ଗୋପାଳନ ସେମାନଙ୍କ ମୁଖ୍ୟ ଜୀବିକା ଥିଲା ଏବଂ ତା ସାଙ୍ଗରେ ଘୋଡା, ମେଷ, ଛାଗ ପ୍ରଭୃତି ପାଳିତ ହେଉଥିଲେ  । ସାଧାରଣ କୃଷି ମଧ୍ୟ ପ୍ରଚଳିତ ଥିଲା  । ପରିବାର ବା କୂଳ, ଗ୍ରାମ ଏବଂ ଗ୍ରାମଠାରୁ ବୃହତ୍ତମ ଅଞ୍ଚଳ ‘ଜନ’ ଏହିପରି ସାମାଜିକ ସ୍ତରରେ ବୈଦିକ ସମାଜ ବିଭକ୍ତ ହୋଇଥିଲା ଏବଂ ସେତେବେଳେ କୌଣସି ଜାତିପ୍ରଥା ନଥିଲା  । ରାଷ୍ଟ୍ରର ମୁଖ୍ୟଙ୍କୁ ରାଜା କୁହାଯାଉଥିଲା ଏବଂ ଲୋକପ୍ରିୟ ଅନୁଷ୍ଠାନ ଯଥା – ସଭା ଏବଂ ସମିତି ଲୋକତାନ୍ତ୍ରିକ ପ୍ରଣାଳୀରେ ଏକ ମୁଖ୍ୟ ଭୂମିକା ରହିଥିଲା  । ସେତେବେଳେ ସମସ୍ତ ପ୍ରକାର ଦେବଦେବୀ ପୂଜିତ ହେଉଥିଲେ  । ତନ୍ମଧ୍ୟରେ ଇନ୍ଦ୍ର ଦେବତା ସମସ୍ତଙ୍କର ପ୍ରିୟ ଥିଲେ  । ପରବର୍ତ୍ତୀ ବୈଦିକ କାଳ ବିଷୟରେ ବିଷଦ ଭାବରେ ସେହି ସମୟରେ ବିଶାଳ ଲେଖା ସଂଗ୍ରହ ଏବଂ ପ୍ରତ୍ନତାତ୍ତ୍ଵିକ ଉପାଦାନଗୁଡିକରୁ ଜଣାଯାଏ  । ସେ ସମୟର ବେଦ ରଚନା ଯଥା – ସାମବେଦ, ଯଜୁର୍ବେଦ ଓ ଅଥର୍ବବେଦ ପ୍ରଭୃତି ତିନୋଟି ବେଦ ଥିଲା  । କିନ୍ତୁ ଚାରିବେଦର ବ୍ୟାଖ୍ୟା ଯଥା – ବ୍ରାହ୍ମଣ, ସଂହିତା, ଅରଣ୍ୟକ, ଉପନିଷଦ ଆଦିର ଅନ୍ତର୍ଭୁକ୍ତ  । ସେ ସମୟର ଅନେକ ଅଞ୍ଚଳକୁ ଖନନ କରାଯାଇଛି  । ସେଗୁଡିକ ଏକ ଧୂସରବର୍ଣ୍ଣ ଚିତ୍ରିତ ପାତ୍ର ଦ୍ଵାରା ଚିହ୍ନିତ କରାଯାଇଛି  ଯେଉଁଥିପାଇଁ ସେଗୁଡିକ ପେଣ୍ଟେଡ ଗ୍ରେ ୱେୟାର ନାମରେ ନାମିତ କରାଯାଇଛି  ।

ପରବର୍ତ୍ତୀ ବୈଦିକ କାଳରେ ଆର୍ଯ୍ୟ ସମ୍ପ୍ରଦାୟ ପୂର୍ବମୁଖୀ ଯଥା – ଗାଙ୍ଗେୟ କ୍ଷେତ୍ର ଦୋଆଦ ଏବଂ ଉଚ୍ଚ ଗାଙ୍ଗେୟ ସମତଳ ଭୂମି ଅଭିମୁଖେ ଗତି କରିଥିବା ଲକ୍ଷ କରାଯାଏ  । ସେ ସମୟରେ ଶେଷ ଆଡକୁ ତିନୋଟି ପ୍ରମୁଖ ରାଜା କାଶି, କୋଶଳ ଓ ବିଦେହ ଏହାର ସୁଦୂର ପୁର୍ବରେ ମୁଣ୍ଡ ଟେକିଥିଲା  । ଏହି ସମୟରେ କୃଷି ମୁଖ୍ୟ ଜୀବିକା ଥିଲା  । ଏବଂ ଧାନ, ଗହମ, ଆଖୁ ସମେତ ବିଭିନ୍ନ ପ୍ରକାରର ଫସଲ ଉତ୍ପାଦନ କରାଯାଉଥିଲା । ଲୋକମାନେ ଏକ ସ୍ଥାୟୀ ଗ୍ରାମ୍ୟ ଜୀବନ ଅତିବାହିତ କରୁଥିଲେ  । ଶିଳ୍ପ ବିଦ୍ୟା ମଧ୍ୟ ବୃଦ୍ଧି ପାଇଥିଲା ଏବଂ ଲୌହ ନିର୍ମିତ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟ ସରଞ୍ଜାମମାନ ପ୍ରଚାଳନ କରାଯାଇଥିଲା  । ଜାତିପ୍ରଥା ସୃଷ୍ଟି ହୋଇ, ଚାରୋଟି ବର୍ଣ୍ଣ ଯଥା – ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ପ୍ରଭୃତିର ବିଭକ୍ତ ହୋଇଥିଲା  । ରାଜା ଓ ତାଙ୍କ ଅନୁଗାମୀମାନଙ୍କର ଶକ୍ତି ବୃଦ୍ଧି ପାଇଲା ଓ ସଭାଗୁଡିକର ପ୍ରଭାବ ସମାନୁପାତୀରେ ହ୍ରାସ ପାଇଲା  । ଯାଗଯଜ୍ଞ, ବଳିପ୍ରଥାର ବ୍ୟାପକ ବୃଦ୍ଧି ପାଇଲା, ଇନ୍ଦ୍ର ଦେବତାଙ୍କ ପ୍ରାଧାନ୍ୟ ହ୍ରାସ ପାଇଲା ଏବଂ ବିଭିନ୍ନ ନୂଆ ଦେବତାମାନଙ୍କ ମଧ୍ୟରେ ‘ପ୍ରଜାପତି’ ବିଶେଷ ପ୍ରସିଦ୍ଧି ଲାଭ କଲେ  । ଏହି ଯୁଗର ଶେଷକାଳରେ ବଳି ଓ ଦାନ ପ୍ରଥାର ବିରୋଧ ଆଭାଷ ବିଶେଷ କରି ଉପନିଷଦରେ ଦେଖାଯାଏ  ।

ପରବର୍ତ୍ତୀ ବୈଦିକ ଯୁଗ

ଖ୍ରୀ:ପୂ: ଷଷ୍ଠ ଶତାବ୍ଦୀରେ ଉତ୍ତର ଏବଂ ପୂର୍ବ ଭାରତରେ ମହାଜନପଦ ନାମକ ଅନେକଗୁଡିଏ ବୃହତ୍ ରାଜ୍ୟମାନଙ୍କର ଉତ୍ପତ୍ତି ହୋଇଥିଲା  । ସେହିଭଳି ଷୋହଳଟି ରାଜ୍ୟ ଥିଲା ଯାହାକୁ ଷୋଡଶ ମହାଜନପଦ କୁହାଯାଏ  ଏବଂ ସେଗୁଡିକ ହେଲା ଅଙ୍ଗ, ମଗଧ, ବ୍ରଜ, କାଶୀ। କୋଶଳ, ମଲ୍ଲ, କୁରୁ, ପାଞ୍ଚାଳ, ବସ୍ତ୍ର, ଅବନ୍ତି, କମ୍ବୋଜ, ଗାନ୍ଧାର, ଅସ୍ମକ, ଚେଦି, ମତ୍ସ୍ୟ ଏବଂ ସୁରସେନ  । ସେମାନଙ୍କ ମଧ୍ୟରେ ମଗଧ, କୋଶଳ ଏବଂ ଅବନ୍ତି ଅଧିକ ଶକ୍ତିଶାଳୀ ଥିଲା  । କୃଷିର ବିସ୍ତାର, ବାଣିଜ୍ୟିକ ଏବଂ ଔଦ୍ୟୋଗିକ ଉନ୍ନତି, ରାଜ୍ୟଗୁଡିକର ଉତ୍ଥାନ ଓ ସହରୀକରଣର ପ୍ରାରମ୍ଭ ଦ୍ଵାରା ସମାଜରେ ଏକ ନୂତନ ଶକ୍ତିର ଅଭ୍ୟୁଦୟ ହୋଇଥିଲା  । ଏହିଭଳି ଖ୍ରୀ:pଊ: ଷଷ୍ଠ ଶତାବ୍ଦୀ ସାମାଜିକ ଓ ରାଜନୈତିକ ପରିବର୍ତ୍ତନର ଏକ ଯୁଗ ଥିଲା  । ଲୋକମାନେ ବ୍ରାହ୍ମଣବାଦ ଏବଂ ବୈଦିକ ରୀତି ପ୍ରତି ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିଥିଲେ  । ସେହି ସମୟରେ ବିଭିନ୍ନ ସମ୍ପ୍ରଦାୟର ଅଭ୍ୟୁଦୟ ହୋଇଥିଲା  । ତନ୍ମଧ୍ୟରେ ଜୈନ ଧର୍ମ ଏବଂ ବୁଦ୍ଧ ଧର୍ମ ମୁଖ୍ୟ ଥିଲା  ।

ବୌଦ୍ଧ ଧର୍ମ

ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଗୌତମ ବୁଦ୍ଧ ଖ୍ରୀ:ପୂ: ୫୬୩ରେ ଭାରତ-ନେପାଳ ସୀମାବର୍ତ୍ତୀ ଲୁମ୍ବିନୀଠାରେ ଜନ୍ମ ଗ୍ରହଣ କରିଥିଲେ  । ସେ କପିଳବସ୍ତୁର ଶାକ୍ୟ କୁଳର ମୁଖ୍ୟ ଶୁଦ୍ଧୋଦନଙ୍କର ପୁତ୍ର ଥିଲେ  । ସେ ୨୯ ବର୍ଷ ବୟସରେ ଗୃହ ତ୍ୟାଗ କରି ବୋଧଗୟାର ଏକ ପିପଳ ବୃକ୍ଷ ତଳେ ବୁଦ୍ଧତ୍ଵ (ଜ୍ଞାନ ପ୍ରାପ୍ତ) ହୋଇଥିଲେ  । ସେ ବାରଣାସୀ ନିକଟସ୍ଥ ସାରନାଥଠାରେ ତାଙ୍କର ପ୍ରଥମ ଉପଦେଶ ପ୍ରଦାନ କରିଥିଲେ  । ତାଙ୍କର ଉପଦେଶ ମଧ୍ୟରେ ଚାରି ଆର୍ଯ୍ୟ ସତ୍ୟ, ଅଷ୍ଟାଙ୍ଗିକ ମାର୍ଗ ମୁଖ୍ୟ  । ବୁଦ୍ଧଙ୍କ ମତରେ (୧) ସଂସାର ଦୁଖପୂର୍ଣ୍ଣ (୨) କାମନା (ତୃଷ୍ଣା) ଦୁଖଃର କାରଣ (୩) କାମନାର ବିନାଶ ଦୁଖଃର ବିନାଶ (୪) ଅଷ୍ଟାଙ୍ଗ ମାର୍ଗର ଅନୁସରଣରେ ଦୁଖଃର ବିନାଶ  । ଏହି ଅଷ୍ଟାଙ୍ଗ ମାର୍ଗଗୁଡିକ – (୧) ସମ୍ୟକ ଦୃଷ୍ଟି (୨) ସମ୍ୟକ ସଂକଳ୍ପ (୩) ସମ୍ୟକ ବାକ୍ୟ (୪) ସମ୍ୟକ କର୍ମ (୫) ସମ୍ୟକ ଜୀବିକା (୬) ସମ୍ୟକ ଉଦ୍ୟମ (୭) ସମ୍ୟକ ସ୍ମୃତି (୮) ସମ୍ୟକ ଧ୍ୟାନ   । ବୁଦ୍ଧ ଏହି ମାର୍ଗକୁ ମଧ୍ୟମ ମାର୍ଗ ବୋଲି ବର୍ଣ୍ଣନା କରିଥିଲେ  । ଯାହା ଅତ୍ୟଧିକ ବିଳାସବ୍ୟସନ ଏବଂ କୋଠର ସନ୍ୟାସ ବ୍ରତଠାରୁ ଦୂରରେ ଥିଲା  । ସେ ତାଙ୍କର ଅନୁଗାମୀମାନଙ୍କ ପାଇଁ ଏକ ନୈତିକ ଆଚରଣ ବିଧି ଯଥା – ଅହିଂସା ପାଳନ କରିବା, ଚୋରି ନକରିବା ପ୍ରଭୃତି ନିୟମ ପ୍ରଣୟନ କରିଥିଲେ  । ସେ ଅଶି ବର୍ଷ ବୟସରେ ଉତ୍ତର ପ୍ରଦେଶସ୍ଥିତ କୁଶି ନଗରଠାରେ ନିର୍ବାଣ (ଦେହତ୍ୟାଗ) କରିଥିଲେ  ।

ଜୈନଧର୍ମ

ଜୈନଧର୍ମର ପ୍ରଥମ ତିର୍ଥାଙ୍କର ରିସଭନାଥ ଉକ୍ତ ଧର୍ମର ପ୍ରବର୍ତ୍ତକ ଥିଲେ  । ଏହି ସମ୍ପ୍ରଦାୟର ତୀର୍ଥଙ୍କର ବର୍ଦ୍ଧମାନ ମହାବୀର ଏବଂ ପାର୍ଶ୍ଵନାଥ ଥିଲେ ୨୩ତମ ତିର୍ଥାଙ୍କର   । ମହାବୀର ଖ୍ରୀ:ପୂ: ୫୪୦ରେ ବୈଶାଳୀ (ବିହାର) ନିକଟସ୍ଥ କୁଣ୍ଡ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ  । ତାଙ୍କର ପିତା କ୍ଷତ୍ରିୟ ଜ୍ଞାତୃକ ସମ୍ପ୍ରଦାୟର ମୁଖ୍ୟଥିଲେ  । ମହାବୀର ୩୦ ବର୍ଷ ବୟସରେ ସନ୍ନ୍ୟାସ ଗ୍ରହଣ କରିଥିଲେ  । ସେ ୪୨ ବର୍ଷ ବୟସରେ ଦିବ୍ୟଜ୍ଞାନ ପ୍ରାପ୍ତ ହେଲେ  । ସେ ୩୦ବର୍ଷ ବୟସ ପର୍ଯ୍ୟନ୍ତ ନିଜର ମତ ପ୍ରଚାର କରି ଖ୍ରୀ: ପୂ: ୪୮୬ରେ ରାଜଗୃହ ନିକଟସ୍ଥ ପାବାପୁରୀ ନାମକ ସ୍ଥାନରେ ଦେହତ୍ୟାଗ କଲେ  । ତାଙ୍କର ଅନୁଗାମୀଙ୍କୁ ‘ଜୈନ’ ବୋଲି କୁହାଗଲା  । ଜୈନଧର୍ମରେ ସର୍ବୋଚ୍ଚ ସୃଷ୍ଟିକର୍ତ୍ତାଙ୍କ ସମ୍ବନ୍ଧରେ ବିଶ୍ଵାସ କରାଯାଉ ନଥିଲା  । ଏହା ଭଗବାନଙ୍କ ଅସ୍ତିତ୍ଵକୁ ସ୍ଵିକାର କରୁଥିଲା, କିନ୍ତୁ ସେମାନଙ୍କୁ ଜୈନ ଆଚାର୍ଯ୍ୟଙ୍କଠାରୁ ନିମ୍ନସ୍ଥାନରେ ରଖା ଯାଇଥିଲା  । ସଂସାର ବନ୍ଧନକୁ ମୁକ୍ତ ପାଇବା ଥିଲା  ଏହାର ପ୍ରଧାନ ଲକ୍ଷ୍ୟ  । ବୌଦ୍ଧ ଧର୍ମ ସଦୃଶ ଏହା ବୈଦିକ ଯୁଗର କଳୁଷିତ ବ୍ରାହ୍ମଣ୍ୟବାଦ ଏବଂ ଆନୁଷ୍ଠାନିକ ତତ୍ତ୍ଵକୁ ଗ୍ରହଣ କରୁଥିଲା  । ଜୈନଧର୍ମର ପାଞ୍ଚୋଟି ପ୍ରଧାନ ନିୟମାବଳୀ ଥିଲା ଯଥା – (୧) ଅହିଂସା (୨) ସତ୍ୟ (୩) ଅଚୌର୍ଯ୍ୟ (ଚୋରି ନକରିବା) (୪) ଅପରିଗ୍ରହ (୫) ବ୍ରହ୍ମଚର୍ଯ୍ୟ  । ଏହି ଧର୍ମର ତ୍ରିରତ୍ନ ଥିଲା  (୧) ସମ୍ୟକ ଦର୍ଶନ (୨) ସମ୍ୟକ ଜ୍ଞାନ (୩) ସମ୍ୟକ ଚରିତ୍ର

ମୌର୍ଯ୍ୟ ଯୁଗ (ଖ୍ରୀ:ପୂ: ୩୨୨ – ଖ୍ରୀ:ପୂ: ୧୮୪)

ମଗଧ, ମହାଜନପଦ  ବିମ୍ବିସାର, ଅଜାତଶତ୍ରୁଙ୍କ ଭଳି ଶକ୍ତିଶାଳୀ ସମ୍ରାଟମାନଙ୍କ ଅଧିନରେ ଯଥେଷ୍ଟ ବିସ୍ତୃତିଲାଭ କରିଥିଲା  । ନନ୍ଦା ରାଜବଂଶର ଶେଷ ରାଜା, ମହାପଦ୍ମନନ୍ଦ ଖ୍ରୀ:ପୂ: ୩୨୨ରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦ୍ଵାରା ପରାଜିତ ହୋଇଥିଲେ  । ସେ ପଞ୍ଜାବରୁ ଗ୍ରୀକ ଏବଂ ଗାଙ୍ଗେୟ ଉପତ୍ୟକାରୁ ନନ୍ଦମାନଙ୍କର ମୂଳୋତ୍ପାଟନ କରି ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ କରିଥିଲେ  । କ୍ରମାଗତ ବିଜଯ ଏବଂ ରାଜ୍ୟ ମିଶ୍ରଣ ଦ୍ଵାରା ସେ ସମଗ୍ର ଭାରତକୁ ଏକତ୍ର କରିବାକୁ ସକ୍ଷମ ହୋଇଥିଲେ  । ଚନ୍ଦ୍ରଗୁପ୍ତ ଖ୍ରୀ:ପୂ: ୩୨୨ରୁ ଖ୍ରୀ:ପୂ: ୨୯୭ ପର୍ଯ୍ୟନ୍ତ ରାଜୁତି କରିଥିଲେ  । ସେ ଭଦ୍ରବାହୁଙ୍କ ଦ୍ଵାରା ପ୍ରଭାବିତ ହୋଇ ଜୈନଧର୍ମ ଗ୍ରହଣ କରିଥିଲେ  । ସେ ମହୀଶୂରନିକଟସ୍ଥ ବେଲଗୋଲାଠାରେ ମୃତ୍ୟୁବରଣ କରିଥିଲେ  ।

ବିନ୍ଦୁସାର (ଖ୍ରୀ:ପୂ: ୨୯୩ – ଖ୍ରୀ:ପୂ: ୨୭୨), ଚନ୍ଦ୍ରଗୁପ୍ତଙ୍କର ପୁତ୍ର ଏବଂ ଉତ୍ତରାଧିକାରୀ ଅମିତ୍ରକାରୀ ଅମିତ୍ରଘାତ ନାମରେ ପରିଚିତ ଥିଲେ  । ସେ ଦାକ୍ଷିଣାତ୍ୟ ଜୟକରି ମହୀଶୂର ପର୍ଯ୍ୟନ୍ତ ମୌର୍ଯ୍ୟ ସାମ୍ରାଜ୍ୟକୁ ବିସ୍ତାର କରିଥିବା କୁହାଯାଏ  । ସେ ପଶ୍ଚିମ ଏସିଆର ଗ୍ରୀକ ଶାସକ ଆଣ୍ଟିଓକସ୍ ଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ  । ବିନ୍ଦୁସାରଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ରମାନଙ୍କ ମଧ୍ୟରେ ସିଂହାସନ ପାଇଁ ବିବାଦ ହୋଇଥିବାର ବୌଦ୍ଧ ସାହିତ୍ୟରୁ ଜଣାଯାଏ  ।

ଅଶୋକ (ଖ୍ରୀ:ପୂ: ୨୭୨ – ଖ୍ରୀ: ପୂ: ୨୩୬) ସିଂହାସନ ଅଧିକାର ନିମିତ୍ତ ଭାତୃମାନଙ୍କ ଭିତରେ ଘଟିଥିବା ଯୁଦ୍ଧରେ ବିଜୟୀ ହୋଇ ମଗଧ ସିଂହାସନ ଆରୋହଣ କରିଥିଲେ  । ତାଙ୍କ ରାଜତ୍ଵ କାଳରେ ଖ୍ରୀ:ପୂ: ୨୬୦ରେ ଘଟିଥିବା କଳିଙ୍ଗ ଯୁଦ୍ଧ ଏକ ବିଶିଷ୍ଟ ଘଟଣା ଥିଲା  । ଏହା ତାଙ୍କର ତ୍ରୟୋଦଶତମ ଶିଳାଲିପିରେ ବର୍ଣ୍ଣିତ ହୋଇଛି  । ପରବର୍ତ୍ତୀ କାଳରେ ସେ ଯୁଦ୍ଧ ପରିତ୍ୟାଗ କରି ବୌଦ୍ଧଧର୍ମ ଗ୍ରହଣ କରିଥିଲେ  । ସେ ଜଣେ ମହାନୁଭବ ସମ୍ରାଟ ଥିଲେ ଏବଂ ତାଙ୍କର ପ୍ରଜାମାନଙ୍କର କଲ୍ୟାଣ ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ  । ତାଙ୍କର ଧର୍ମନୀତି, ଧର୍ମ ସହିଷ୍ଣୁତା, ବୟୋଜ୍ୟଷ୍ଠଙ୍କୁ ସମ୍ମାନ, ବୃଦ୍ଧଙ୍କ ପ୍ରତି ଯତ୍ନ, ଦୟା, ସତ୍ୟ ଏବଂ ଶୁଦ୍ଧତା ଉପରେ ଆଧାରିତ ଶିଳାଲେଖ, ସ୍ତମ୍ଭଲେଖଗୁଡିକ  ତାଙ୍କର ଶାସନକାଳ ସମ୍ବନ୍ଧରେ ଏକ ବିଶଦ ବିବରଣୀ ପ୍ରଦାନ କରିଥାଏ  ।

ଅଶୋକଙ୍କ ମୃତ୍ୟୁ ପରେ ତାଙ୍କର ସାମ୍ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା  । ବହିଃ ଶତ୍ରୁ ଆକ୍ରମଣର ବିପଦ ମଧ୍ୟ ଦେଖା ଦେଇଥିଲା  । ସାମ୍ରାଜ୍ୟର ଅର୍ଥନୈତିକ ପରିସ୍ଥିତିର ଅବନତ ଦେଖାଯାଉଥିଲା  । ମୌର୍ଯ୍ୟ ବଂଶର ଶେଷ ସମ୍ରାଟ ବୃହବ୍ରଥ ଏକ ଦୁର୍ବଳ ଶାସକ ଥିଲେ  । ତାଙ୍କର ଉଚ୍ଚାଭିଳାସୀସେନାପତି ପୁଷ୍ୟମିତ୍ରଶୃଙ୍ଗ ଖ୍ରୀ:ପୂ: ୧୮୪ରେ ତାଙ୍କୁ ହତ୍ୟା କରିଥିଲେ  । ମୌର୍ଯ୍ୟ ଶାସନ ପରେ ଉତ୍ତର ଭାରତରେ ଶୃଙ୍ଗ ଏବଂ କନ୍ଵ ଏବଂ ଦାକ୍ଷିଣାତ୍ୟରେ ସାତବାହନମାନେ ଶାସନ କରିଥିଲେ  ।

ସଙ୍ଗମ ଯୁଗ (ଖ୍ରୀ:ପୂ: ୩୦୦ – ଖ୍ରୀ:ପୂ: ୨୦୦)

ସଙ୍ଗମ ଯୁଗ ସହ ଦକ୍ଷିଣ ଭାରତରେ ଐତିହାସିକ ଯୁଗ ଆରମ୍ଭ ହୋଇଥିଲା  । ସଙ୍ଗମ ଶବ୍ଦର ଅର୍ଥ ବିଦ୍ଵାନକିମ୍ବା ସାହିତ୍ୟିକମାନଙ୍କର ସଭା ବା ସମ୍ମୋଳନ ଯାହା ମଦୁରାଇର ପାଣ୍ଡ୍ୟ ରାଜାମାନଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ହୋଇଥିଲା  । ଆଜି ତାମିଲ ସାହିତ୍ୟ ତୋଲକାପିଅମ, ଆଠଟି କ୍ଷୁଦ୍ର କବିତା ସଂଗ୍ରହ (ଏତୁତୋଗାଇ), ପଟୁ ପଟୁ,  ଅଠରଟି କ୍ଷୁଦ୍ର ରଚନା, ତିନି ପୁରାଣ (ଶିଳପାଦିକରମ୍, ମଣିମେଖଲାଇ, ସିବାଗ ସିନ୍ଦମଣି) କୁ ନେଇ ଗଠିତ  । ସଙ୍ଗମ ଯୁଗ ପ୍ରାୟ ଖ୍ରୀ:ପୂ: ୩୦୦ରୁ ଖ୍ରୀଷ୍ଟାବ୍ଦ ୨୦୦ ମଧ୍ୟରେ ବିସ୍ତୃତି ଥିଲା  । ସଙ୍ଗମ ସାହିତ୍ୟ  ମୂଳତଃ ପାଣ୍ଡ୍ୟ ରାଜ୍ୟ ସମ୍ପର୍କରେ ସୂଚୀତ କରିଥାଏ । କିନ୍ତୁ ଚୋଳ ଏବଂ ଚେର ରାଜୁତି ସମ୍ପର୍କରେ ମଧ୍ୟ ଏଥିରେ ମୁଲ୍ୟବାନ ତଥ୍ୟ ରହିଛି  । ପାଣ୍ଡ୍ୟମାନେ ଦକ୍ଷିଣ ତାମିଲନାଡୁ ଅଞ୍ଚଳରେ ରାଜତ୍ଵ କରୁଥିଲେ  । ଚେରମାନେ କେରଳରେ ଏବଂ ଚୋଳ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶରେ ରାଜତ୍ଵ କରୁଥିଲେ  । ମଦୁରାଇ ଏହାର ରାଜଧାନୀ ଥିଲା  ।

କୁଶାଣ ଯୁଗ

ମୌର୍ଯ୍ୟ ସାମ୍ରାଜ୍ୟର ପାଟଣା ପରେ ବହୁ ବିଦେଶୀ ଶକ୍ତି ଯଥା – ବାକ୍ଟିଆର, ଗ୍ରୀକ, ଶାକ, ପାର୍ଥିଆନ ଏବଂ କୁଶାଣ  ପ୍ରଭୃତି ଭାରତକୁ ଆକ୍ରମଣ କରିଥିଲେ  । ସେମାନେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଭାରତରେ ଶାସନ କଲେ  । କୁଶାଣମାନେ ମଧ୍ୟ ଏସିଆର ୟୁ-ଚି, ଜାତିର ଏକ ଶାଖା ଥିଲେ  । କୁଜୁଳା କାଡଫାଇଜେସ କୁଶାଣମାନଙ୍କର ପ୍ରଥମ ଶାସକ ଥିଲେ  । ଭୀମା, କାଡଫାଇଜେସ ତାଙ୍କର ଉତ୍ତରାଧିକାରୀ ଥିଲେ  । ଭୀମଙ୍କ ପରେ ‘କନିଷ୍ଠ’ ସିଂହାସନ ଆରୋହଣ କରିଥିଲେ  । କନିଷ୍ଠ କୁଶାଣ ବଂଶର ସର୍ବଶ୍ରେଷ୍ଠ ଶାସକ ଥିଲେ  । ସେ କାଶ୍ମୀର ଜୟ କରି ଭାରତର ଗାଙ୍ଗେୟ ଉପତ୍ୟକାରେ ନିଜର ଆଧିପତ୍ୟ  ବିସ୍ତାର କରିଥିଲେ  । ସେ ମଧ୍ୟଏସିଆରେ କସଗାର, ୟାରକନ୍ଦ, ଓ ଖୋଟାନ ଆଦି ଜୟ କରିଥିଲେ  । ପଞ୍ଜାବ ଓ ଆଫଗାନିସ୍ଥାନ ମଧ୍ୟ ତାଙ୍କ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା  । କନିଷ୍ଠ ଜଣେ ବୁଦ୍ଧ ଧର୍ମାବଲମ୍ବୀ ଥିଲେ  । ତାଙ୍କ ଉଦ୍ୟମରେ ବୌଦ୍ଧ ଧର୍ମ ଚୀନ, ମଧ୍ୟଏସିଆ ଏବଂ ଅନ୍ୟାନ୍ୟ ଦେଶମାନଙ୍କୁ ପ୍ରସାରିତ ହୋଇପାରିଥିଲା  । ସେ ମଧ୍ୟ କଳାବିଦ୍ୟାର ଜଣେ ପୃଷ୍ଠପୋଷକ ଥିଲେ  । ପୁରୁଷପୁର (ପେଶୱାର) ତାଙ୍କ ରାଜ୍ୟର ରାଜଧାନୀ ଥିଲା  । ବସିସ୍କ, ହବିଷ୍କ, କନିଷ୍କ ଦ୍ଵିତୀୟ ଏବଂ ବସୁଦେବ କନିଷ୍କର ଉତ୍ତରାଧିକାରୀଗଣ ଥିଲେ  । ବସୁଦେବ କୁଶାଣମାନଙ୍କର ଶେଷ ଶ୍ରେଷ୍ଠ ସମ୍ରାଟ ଥିଲେ  । ତାଙ୍କ ପରେ ଶକ୍ତିଶାଳୀ କୁଶନ ସାମ୍ରାଜ୍ୟ ଖଣ୍ଡବିଖଣ୍ଡିତ ହୋଇଥିଲା  । କୁଶାଣ ସାମ୍ରାଜ୍ୟର ପତନ ଉତ୍ତର ଭାରତରେ ରାଜନୈତିକ ଅସ୍ଥିରତାର ସୂଚକ ହୋଇଥିଲା  । ଯାହା ପ୍ରାୟ ଏକ ଶତାବ୍ଦୀପର୍ଯ୍ୟନ୍ତ ରହିଥିଲା  ।

ଗୁପ୍ତଯୁଗ (୩୧୯-୫୫୦ ଖ୍ରୀ:ଅ)

ଖ୍ରୀଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀରେ ଗୁପ୍ତଯୁଗର ଉତ୍ଥାନ ଭାରତ ଇତିହାସରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲା  । ଏହାଦ୍ଵାରା ବିଭ୍ରାନ୍ତି ଓ ରାଜନୈତିକ ଅସ୍ଥିରତା ଦୂର ହୋଇ ଏକଟା ଓ ଅଖଣ୍ଡତା ପ୍ରତିଷ୍ଠା ହୋଇଥିଲା  । ଶକ୍ତିଶାଳୀ ଗୁପ୍ତ ରାଜାମାନଙ୍କର ନେତୃତ୍ଵଏବଂ ପୃଷ୍ଠପୋଷକତାରେ ଭାରତୀୟ ସମାଜର ବିଭିନ୍ନ କ୍ଷେତ୍ରରେ ଉନ୍ନତି ଘଟିଥିଲା  । ସେତେବେଳେ ମଧ୍ୟ ଉନ୍ନତ ଭୌତିକ ବିକାଶ ଧାରା ସୃଷ୍ଟି ହୋଇଥିଲା ବୋଲି ଚୀନ ପର୍ଯ୍ୟଟକ ଫାହିଆନ୍ (ଖ୍ରୀ:ଅ: ୪ର୍ଥ – ୫ମ ଶତାବ୍ଦୀ) ଙ୍କ ବିବରଣୀରୁ ଜଣାଯାଏ  ।

ମହାରାଜା ଶ୍ରୀଗୁପ୍ତଙ୍କୁ ଗୁପ୍ତ ରାଜବଂଶର ପ୍ରତିଷ୍ଠାତା ବୋଲି କୁହାଯାଏ  । ତାଙ୍କ ପରେ ଘଟୋତ୍କଚ ଗୁପ୍ତ ସିଂହାସନ ଆରୋହଣ କରିଥିଲେ  । କିନ୍ତୁ ପ୍ରଥମ ପ୍ରସିଦ୍ଧ ଗୁପ୍ତ ଥିଲେ ଚନ୍ଦ୍ରଗୁପ୍ତ – ୧(ଖ୍ରୀ:ଅ: ୩୧୯ - ୩୫୫) ଏବଂ ସେ ମହାରାଜାଧିରାଜ ଉପାଧି ଗ୍ରହଣ କରିଥିଲେ  । ଅନ୍ୟ ଏକ କ୍ଷମତାଶାଳୀ ଗୁପ୍ତସମ୍ରାଟ ଥିଲେ ସମୁଦ୍ରଗୁପ୍ତ  । ଆହ୍ଲାବାଦ ସ୍ତମ୍ଭଲିପିରେ ରାଜକବି ହରିସେନ ସମୁଦ୍ରଗୁପ୍ତଙ୍କର ସାମରିକ କୀର୍ତ୍ତି ସମ୍ପର୍କିତ ବିସ୍ତୃତ ଦୃଷ୍ଟାନ୍ତ ଦେଖିବାକୁ ମିଳେ  । ଏକ ପ୍ରବଳ ପରାକ୍ରମୀ ଶାସକ ହେବା ସଙ୍ଗେ ସଙ୍ଗେ ସେ ଉଚ୍ଚମାନର ଜଣେ କବି, କଳାବିଦ୍ୟାର ଅନୁରାଗୀ ଏବଂ ଖ୍ୟାତନାମା ସଙ୍ଗୀତଜ୍ଞ ଥିଲେ  । ସାର୍ବଭୌମତ୍ଵର ପ୍ରତୀକ ସ୍ୱରୂପ ସେ ଅଶ୍ଵମେଧ ଯଜ୍ଞମାନ ଅନୁଷ୍ଠିତ କରାଉଥିଲେ  ।

ସମୁଦ୍ରଗୁପ୍ତଙ୍କ ପରେ  ଚନ୍ଦ୍ରଗୁପ୍ତ-୨ (୩୮୦-୪୧୫ ଖ୍ରୀଷ୍ଟାବ୍ଦ) ସିଂହାସନ ଆରୋହଣ କରିଥିଲେ  । ସେ ପଶ୍ଚିମ ଭାରତର ଶାସକମାନଙ୍କୁ ପରାଜିତ କରି ବିକ୍ରମାଦିତ୍ୟ ଉପାଧି ଧାରଣ କରିଥିଲେ  । ସେ ସାମ୍ରାଜ୍ୟକୁ ଏକତ୍ର କରିବାପାଇଁ ବୈବାହିକ ସମ୍ପର୍କମାନ ସ୍ଥାପନ କରିଥିଲେ  । ସେ ତାଙ୍କର ପୁତ୍ରୀ ପ୍ରଭାବତୀ ରକଟକ ରାଜା ରୁଦ୍ରସେନ -୨ଙ୍କୁ ବିବାହ ଦେଇଥିଲେ  । ତାଙ୍କର ପୁତ୍ର ଓ ଉତ୍ତରାଧିକାରୀ ଥିଲେ କୁମାର ଗୁପ୍ତ – ୧ (୪୧୫ – ୪୫୫ ଖ୍ରୀ:ଅ) । ତାଙ୍କର ଶାସନକାଳ ଶାନ୍ତି ଓ ପ୍ରଗତିର ପରିଚାୟକ ଥିଲା  । ତାଙ୍କ ପରେ ତାଙ୍କ ପୁତ୍ର ଚନ୍ଦ୍ରଗୁପ୍ତ (୪୫୫-୪୬୭ ଖ୍ରୀଷ୍ଟାବ୍ଦ) ସମ୍ରାଟ ହୋଇଥିଲେ  ଯିଏ ହୁନ୍ ମାନଙ୍କର ଅନେକ ଆକ୍ରମଣକୁ ପ୍ରତିହତ କରିଥିଲେ  । ତାଙ୍କର ଉତ୍ତରାଧିକାରୀମାନେ (ପୁରୁଗୁପ୍ତ, ବୁଦ୍ଧ ଗୁପ୍ତ, ନରସିଂହଗୁପ୍ତ) ତାଙ୍କ ପରି ଯୋଗ୍ୟ  ଓ ଶକ୍ତିଶାଳୀ  ନଥିଲେ  । ଏହା କ୍ରମଶଃ ଗୁପ୍ତ ସାମ୍ରାଜ୍ୟର ପତନ ଘଟାଇଥିଲେ  ।

ଗୁପ୍ତଯୁଗରେ ରାଜତନ୍ତ୍ର ପ୍ରଚଳିତ ଥିଲା  । ଏକ ମନ୍ତ୍ରୀ ପରିଷଦ ଏବଂ ଅନ୍ୟ କର୍ମଚାରୀଗଣ ତାଙ୍କୁ ଦୈନନ୍ଦିନ ଶାସନରେ ସହାୟକ  ହେଉଥିଲେ  । ଗୁପ୍ତମାନଙ୍କର ଏକ ଶକ୍ତିଶାଳୀ ସୈନ୍ୟବାହିନୀ ଥିଲା  । ପ୍ରଦେଶ ଗୁଡିକ ରାଜ୍ୟପାଳମାନଙ୍କ ଦ୍ଵାରା ଶାସିତ ହେଉଥିଲା  । ତାଙ୍କ ଅଧିନରେ ଅନେକ କର୍ମଚାରୀ ସହର ଏବଂ ଜିଲ୍ଲାର ଶାସନଭାର ତୁଲାଉଥିଲେ  । ଗ୍ରାମର ମୁଖ୍ୟ (ଗ୍ରାମିକ) ଗ୍ରାମର ଶାସନ ଦାୟିତ୍ଵରେ ଥିଲେ ଓ ସେମାନେ ଅନେକ କ୍ଷେତ୍ରରେ ସ୍ବାତନ୍ତ୍ର୍ୟତା ଉପଭୋଗକରୁଥିଲେ  । ଗୁପ୍ତମାନେ ଏକ ଦକ୍ଷ ନ୍ୟାୟପାଳିକା ଓ ରାଜସ୍ୱ ଶାସନ ପ୍ରଣାଳୀ ବିକଶିତ କରିଥିଲେ  ।

ପରବର୍ତ୍ତୀ ଗୁପ୍ତଯୁଗ  (୫୫୦ – ୭୫୦ ଖ୍ରୀଷ୍ଟାବ୍ଦ)

ଗୁପ୍ତ ସାମ୍ରାଜ୍ୟର ପତନ ଏବଂ ଥାନେଶ୍ଵରର ହର୍ଷବର୍ଦ୍ଧନଙ୍କର ଉତ୍ଥାନ ମଧ୍ୟବର୍ତ୍ତୀ କାଳ ଏକ ବିଶୃଙ୍ଖଳା ଏବଂ ବିଚ୍ଛିନ୍ନତାର ସମୟ ବୋଲି ବିବେଚନା କରାଯାଏ  । ଏହି ସମୟରେ ଭାରତ ଅନେକଗୁଡିଏ ଖଣ୍ଡ ବିଖଣ୍ଡିତ ରାଜ୍ୟରେ ବିଭକ୍ତ ହୋଇଥିଲା  । ହୁନ୍ ଶକ୍ତି ବ୍ୟତୀତ ଉତ୍ତର ଭାରତରେ ଅନ୍ୟ ୪ଟି ରାଜ୍ୟ ସୃଷ୍ଟି ହୋଇଥିଲା  । ସେଗୁଡିକ ଥିଲା ମଗଧର ପରବର୍ତ୍ତୀ ଗୁପ୍ତ, କନୌଜର ମୌଖରି, ଥାନେଶ୍ଵରର ପୁଷ୍ୟଭୂତ  ଏବଂ ବଲ୍ଲଭୀ, ଗୁଜୁରାଟର ମୈତ୍ରକ  । ବାଦାମିର ଚାଲୁକ୍ୟ ଏବଂ କାଞ୍ଚିର ପଲ୍ଲବମାନେ ଦକ୍ଷିଣ ଭାରତର ପ୍ରମୁଖ ରାଜବଂଶ  ଥିଲେ  । ଫୁଲକେଶୀ ଦ୍ଵିତୀୟ (୬୦୯ ରୁ ୬୪୨ ଖ୍ରୀ:ଅ) ନରସିଂହ ବର୍ମନ ପ୍ରଥମ (୬୩୦ ରୁ ୬୮୮ ଖ୍ରୀ:ଅ) ଙ୍କୁ ଯଥାକ୍ରମେ ଚାଲୁକ୍ୟ ଓ ପଲ୍ଲବ ଶାସକମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି କୁହାଯାଉଥିଲା  । ହର୍ଷବର୍ଦ୍ଧନ ପୁନଶ୍ଚ ଏକ ସାମ୍ରାଜ୍ୟ ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ  । ତାଙ୍କୁ ସକଳୋତର ପଥନାଥ ବୋଲି କୁହାଯାଏ  । କାରଣ ସେ ସମଗ୍ର ଉତ୍ତର ଭାରତରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ  । ସେହି ସମୟରେ ଭାରତରେ କେତେକାଂଶରେ ଏକ ରାଜନୈତିକ ଏକଟା ପୁନଃ ସ୍ଥାପିତ ହୋଇଥିଲା  । ହର୍ଷ କାଦମ୍ବରୀ ଓ ହର୍ଷ ଚରିତ୍ରର ଲେଖକ ବାଣଭଟ୍ଟଙ୍କର ପୃଷ୍ଠପୋଷକତା କରିଥିଲେ  । ଚୀନର ବିଦ୍ଵାନ ପରିବ୍ରାଜକ ହୁଏନସାଂ ହର୍ଷଙ୍କ ରାଜତ୍ଵ ସମୟରେ ଭାରତ ଭ୍ରମଣରେ ଆସିଥିଲେ  । ବଙ୍ଗଳାର ରାଜା ଶଶାଙ୍କ ହର୍ଷଙ୍କର ସମସାମୟିକ ଥିଲେ  ।

ଏହି ସମୟରେ ବ୍ରାହ୍ମଣ ହିନ୍ଦୁ ଧର୍ମ ଦୃଢୀଭୂତ ହୋଇଥିଲା  । ଭାରତୀୟ ସମାଜରେ ଜାତି ପ୍ରଥାର ଅବସ୍ଥିତି ସମ୍ପର୍କରେ ହୁଏନସାଂ ବର୍ଣ୍ଣନା କରିଛନ୍ତି  । ସେ ସମୟରେ ଦୁଇଜାତି ମିଶି କେତେକ ନୂଆ ଜାତି ସୃଷ୍ଟି ହେବା ସହିତ ଅନେକ ଉପଜାତିର ଉତ୍ପତ୍ତି ହୋଇଥିଲା  । ଅସ୍ପୃଶ୍ୟ ଏବଂ ଜାତିପ୍ରଥା ବାହ୍ୟ ଗୋଷ୍ଠୀମାନଙ୍କର ଅବସ୍ଥିତି ସମ୍ପର୍କରେ ମଧ୍ୟ ହୁଏନସାଂ ସୂଚନା ଦେଇଛନ୍ତି  । ଏହି ସମୟରେ ନାରୀମାନଙ୍କ ଅବସ୍ଥାରେ ମଧ୍ୟ ଅବନତି ଘଟିଥିଲା  । ଧର୍ମ କ୍ଷେତ୍ରରେ ବ୍ରାହ୍ମଣ୍ୟବାଦର ଉତ୍ଥାନ ବୌଦ୍ଧଧର୍ମର ପତନ ଘଟାଇଥିଲା  । ଏହି ସମୟରେ ବୈଷ୍ଣବ ଧର୍ମ, ଶୈବଧର୍ମ ଏବଂ ଜୈନ ଧର୍ମ ପାଳନ କରାଯାଉଥିଲା  ।

ଭାରତୀୟ ସଭ୍ୟତା : ଏକ ଦୃଷ୍ଟିପାତ

ବିଶ୍ଵ ଇତିହାସରେ ଭାରତୀୟ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି  । ପ୍ରାଚୀନ ଗ୍ରୀସ ଓ ରମ ଭଳି ପ୍ରାଚୀନ ଭାରତରେ ମଧ୍ୟ ଗଣତାନ୍ତ୍ରିକ ଶାସନ ପଦ୍ଧତି ରହିଥିଲା  । ଆମ୍ଭେ ମଧ୍ୟ ଦର୍ଶନ ଶାସ୍ତ୍ର ଏବଂ ବିଜ୍ଞାନର ବିଭିନ୍ନ ଶାଖାରେ ଯଥେଷ୍ଟ ଉନ୍ନତି ସାଧନ କରିଥିଲୁ  । ଗଣିତ, ଜ୍ୟୋତିଷ, ରସାୟନ ଶାସ୍ତ୍ର, ଧାତୁ ବିଦ୍ୟା, ଭେଷଜ ଆଦି କ୍ଷେତ୍ରରେ ଭାରତର ଯୋଗଦାନ ଉଲ୍ଲେଖନୀୟ  । ଆର୍ଯ୍ୟଭଟ୍ଟ ଓ ବରାହମିହିର ବିଖ୍ୟାତ ଗଣିତଜ୍ଞ ଏବଂ ଜ୍ୟୋତିଷବିତ୍ ଥିଲେ  । ଚରକ ଏବଂ ଶ୍ରୁଶ୍ରୁତ ପ୍ରଖ୍ୟାତ ଚିକିତ୍ସକ ଥିଲେ  । ନାଗାର୍ଜୁନ ପ୍ରଖ୍ୟାତ ରସାୟନବିତ୍ ଏବଂ ଔଷଧବିତ୍ ଥିଲେ   । ଶୂନ୍ୟର ଧାରଣା ଏବଂ ଦଶମିକ ପ୍ରଣାଳୀ ପ୍ରଥମେ ଭାରତରେ ଆରମ୍ଭ ହୋଇଥିଲା  ।

ପ୍ରାଚୀନ ଭାରତୀୟମାନେ ମଧ୍ୟ କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଚିତ୍ରବିଦ୍ୟାରେ ନିପୁଣ ଥିଲେ  । ଅଶୋକଙ୍କ ସ୍ତମ୍ଭଲିପି, ଅଜନ୍ତା ଏବଂ ଏଲୋରା ଗୁମ୍ଫା, ଦକ୍ଷିଣଭାରତର ମନ୍ଦିର, ସାଞ୍ଚିସ୍ତୂପ, ମଥୁରାର ବୁଦ୍ଧ ମୂର୍ତ୍ତି ହେଉଛି ଭାରତୀୟ କଳାର ଅସୀମ ସାଗରର କେତେକ ବିରଳ ଦୃଷ୍ଟାନ୍ତ  । ପ୍ରାଚୀନ ଭାରତରେ ତକ୍ଷଶୀଳା, ନାଳନ୍ଦା, ବିକ୍ରମଶୀଳା, ବଲ୍ଲଭି, କାଶୀ ଏବଂ କାଞ୍ଚି ଭଳି ଅନେକ ଶିକ୍ଷା କେନ୍ଦ୍ରମାନ ଗଢି ଉଠିଥିଲା  । ଯାହା ଉଭୟ ଦେଶ ଓ ବେଦେଶରେ ଛାତ୍ରଙ୍କୁ ଶିକ୍ଷା ପ୍ରଦାନ କରିଥିଲା  । ପ୍ରସିଦ୍ଧ ପଣ୍ଡିତ ଏବଂ ଗୁରୁମାନେ ସେଠାରେ ଶିକ୍ଷା ଦେଉଥିଲେ  । ଭାରତୀୟ ଶିକ୍ଷା ଏବଂ ଜ୍ଞାନ ବିଦେଶୀ ଆରବ ମୁସଲମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା  ।

ପ୍ରାଚୀନ ଭାରତରେ ଅନେକ ଶ୍ରେଷ୍ଠ ସାହିତ୍ୟିକ କୃତୀମାନ ରଚନା କରାଯାଇଥିଲା  । ରୁକ୍ ବେଦ ଭାରତ-ଇଉରୋପୀୟ ସାହିତ୍ୟର ସର୍ବପ୍ରଥମ ନମୁନା ଅଟେ  । ବେଦ, ସୂତ୍ର, ମହାକାବ୍ୟ, ସ୍ମୃତି, ପୁରାଣ, ତ୍ରିପିଟକ ଜୈନ ଅଗମ ଏବଂ ଅନ୍ୟାନ୍ୟ ଧର୍ମଗ୍ରନ୍ଥଗୁଡିକ  ପ୍ରାଚୀନ ଭାରତର ଅବଦାନ  । ଆହୁରି ମଧ୍ୟ ଅନେକ ନାଟକ, ଗଦ୍ୟ ଏବଂ କାବ୍ୟିକ ବୃତ୍ତି ମଧ୍ୟ ରହିଥିଲା  । କାଳିଦାସ, ବାଣଭଟ୍ଟ, ହରିସେନ୍, ବିଶାଖାଦତ୍ତ, ଭାଷ, ଭାରବି, ଶୂଦ୍ରକ ଭଳି ଶ୍ରେଷ୍ଠ କବି ଏବଂ ସାହିତ୍ୟିକମାନେ ଏହି ଯୁଗର ବଦାନ୍ୟ ବ୍ୟକ୍ତି  । ସଂସ୍କୃତ, ପପାଲି ଏବଂ ପ୍ରାକୃତ ସାହିତ୍ୟ ପ୍ରାଚୀନ ଭାରତରେ ବହୁ ଉନ୍ନତି କରିଥିଲା  ।

ଆଧାର :ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

2.71428571429
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top